ପ୍ରଧାନମନ୍ତ୍ରୀ ଏହି ସେବା କାର୍ଯ୍ୟ ପାଇଁ ଏମ୍ସ ପ୍ରବନ୍ଧନ ଏବଂ ସୁଶ୍ରୀ ସୁଦ୍ଧା ମୂର୍ତ୍ତିଙ୍କ ଦଳକୁ ଅଭିନନ୍ଦନ ଜଣାଇଛନ୍ତି
୧ଠଠ ବର୍ଷରେ ଆସିଥିବା ସବୁଠୁ ବଡ଼ ମହାମାରୀର ମୁକାବିଲା କରିବା ପାଇଁ ଦେଶରେ ବର୍ତ୍ତମାନ ୧ଠଠ କୋଟି ଭ୍ୟାକସିନ ଡୋଜର ମଜବୁତ ସୁରକ୍ଷା କବଚ ଅଛି । ଏହି ଉପଲବ୍ଧି ଭାରତର ଅଟେ, ଭାରତର ପ୍ରତ୍ୟେକ ନାଗରିକଙ୍କର ଅଟେ
ଭାରତର କର୍ପୋରେଟ କ୍ଷେତ୍ର, ଘରୋଇ କ୍ଷେତ୍ର ଏବଂ ସାମାଜିକ ସଂଗଠନଗୁଡ଼ିକ ଦ୍ୱାରା ଦେଶର ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ପାଇଁ ନିରନ୍ତର ଭାବେ ନିଜର ଯୋଗଦାନ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଖିଳ ଭାରତୀୟ ଚିକିତ୍ସା ସଂସ୍ଥା (ଏମ୍ସ) ନୂଆଦିଲ୍ଲୀର ଝାଜ୍ଜର ପରିସରରେ ରାଷ୍ଟ୍ରୀୟ କ୍ୟାନସର ସଂସ୍ଥାନରେ ଇନଫୋସିସ ଫାଉଣ୍ଡେସନ ବିଶ୍ରାମ ଗୃହର ଉଦଘାଟନ କରିଛନ୍ତି ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଐତିହାସିକ ଦିନରେ ଆଜି ଭାରତ ୧ଠଠ କୋଟି ଭ୍ୟାକସିନ ଡୋଜର ଅଙ୍କ ପାର କରିଛି । ସେ କହିଛନ୍ତି ଯେ, ୧ଠଠ ବର୍ଷରେ ଆସିଥିବା ସବୁଠାରୁ ବଡ଼ ମହାମାରୀର ମୁକାବିଲା କରିବା ପାଇଁ, ଦେଶରେ ବର୍ତ୍ତମାନ ୧ଠଠ କୋଟି ଭ୍ୟାକସିନ ଡୋଜର ମଜବୁତ ସୁରକ୍ଷା କବଚ ରହିଛି । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ, ଏହି ଉପଲବ୍ଧି ପୁରା ଭାରତର ଏବଂ ଭାରତର ନାଗରିକମାନଙ୍କର ଅଟେ ।

ପ୍ରଧାନମନ୍ତ୍ରୀ ଦେଶର ଭ୍ୟାକସିନ ତିଆରି କରିଥିବା ସମସ୍ତ କମ୍ପାନୀମାନଙ୍କୁ, ଭ୍ୟାକସିନକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚାଇଥିବା କର୍ମଚାରୀଙ୍କୁ, ଭ୍ୟାକସିନ ଦେବାରେ ଜଡ଼ିତ ଥିବା ସ୍ୱାସ୍ଥ୍ୟକ୍ଷେତ୍ରର ବୃତ୍ତିଧାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଏମ୍ସ ଝାଜ୍ଜରରେ କ୍ୟାନସର ଚିକିତ୍ସା କରିବା ପାଇଁ ଆସିବାକୁ ଥିବା ରୋଗୀମାନଙ୍କୁ ଏକ ବଡ଼ ସହାୟତା ମିଳିଛି । ସେ କହିଛନ୍ତି ଯେ, ରାଷ୍ଟ୍ରୀୟ କ୍ୟାନସର ସଂସ୍ଥାରେ ନିର୍ମିତ ଏହି ବିଶ୍ରାମ ଗୃହ, ରୋଗୀ ଏବଂ ତାଙ୍କର ପରିଜନଙ୍କର ଚିନ୍ତାକୁ କମ କରିବ ।

ପ୍ରଧାନମନ୍ତ୍ରୀ ବିଶ୍ରାମ ଗୃହର ଭବନ ନିର୍ମାଣ କରିବା ପାଇଁ ଇନଫୋସିସ ଫାଉଣ୍ଡେସନ ଏବଂ ତା' ପାଇଁ ଜମି, ବିଜୁଳି ତଥା ପାଣି ଉପଲବ୍ଧ କରାଇବା ପାଇଁ ଏମ୍ସ ଝାଜ୍ଜରର ପ୍ରସଂଶା କରିଛନ୍ତି । ସେ ଏହି ସେବା କାର୍ଯ୍ୟ ପାଇଁ ଏମ୍ସ ପ୍ରବନ୍ଧନ ଏବଂ ସୁଶ୍ରୀ ସୁଦ୍ଧା ମୂର୍ତ୍ତିଙ୍କ ଦଳକୁ ଧନ୍ୟବାଦ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର କର୍ପୋରେଟ ସେକ୍ଟର, ନିଜସ୍ୱ କ୍ଷେତ୍ର ଏବଂ ସାମାଜିକ ସଂଗଠନଗୁଡ଼ିକ ନିରନ୍ତର ଭାବେ ଦେଶର ସ୍ୱାସ୍ଥ୍ୟସେବାକୁ ମଜବୁତ କରିବାରେ ନିଜର ଯୋଗଦାନ ଦେଇଛନ୍ତି । ସେ କହିଛନ୍ତି ଯେ ଆୟୁଷ୍ମାନ ଭାରତ - ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏହାର ଏକ ବଳିଷ୍ଠ ଉଦାହରଣ ଅଟେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ରୋଗୀଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ମାଗଣାର ଚିକିତ୍ସା ମିଳେ, ତାହା ସେବା ହୋଇଥାଏ । ସେ କହିଛନ୍ତି ଯେ ଏହା ସେବା ଭାବ ହିଁ ଅଟେ, ଯାହା ପାଇଁ ଆମ ସରକାର, କ୍ୟାନସର ପାଇଁ ପ୍ରାୟତଃ ୪ଠଠ ଔଷଧର ମୂଲ୍ୟକୁ କମ କରିବା ପାଇଁ ପଦକ୍ଷେପ ନେଇଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi