ଭାରତୀୟ ତୈଳ ନିଗମର ‘ଅନବଟଲଡ’ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଉଦଘାଟନ କଲେ ପୋଷାକ
ଭାରତୀୟ ତୈଳ ସଂସ୍ଥାର ଦ୍ୱୈତ କୁକଟପ୍ ମଡେଲ ବା ଇନଡୋର ସୌର ରାନ୍ଧଣା ପଦ୍ଧତି ଜାତି ଉଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
ଇ-୨ଠ ଇନ୍ଧନର ଶୁଭାରମ୍ଭ
ଗ୍ରୀନ ମୋବିଲିଟି ରାଲିକୁ ପତାକା ଦେଖାଇ ଆରମ୍ଭ
“ବିକଶିତ ଭାରତର ସଂକଳ୍ପ ଆଭିମୁଖ୍ୟ ନେଇ ଆଗକୁ ବଢୁଥିବା ଭାରତର ଶକ୍ତି କ୍ଷେତ୍ରରେ ଅଦ୍ଭୁତପୂର୍ବ ସମ୍ଭାବନା ରହିଛି”
“ବୈଶ୍ୱିକ ମହାମାରୀ ଓ ଯୁଦ୍ଧର ଘନଘଟା ମଧ୍ୟରେ ବିଶ୍ୱ ଗତି କରୁଥିବା ବେଳେ, ଭାରତ ବୈଶ୍ୱିକ ଉଜ୍ଜ୍ୱଳ କ୍ଷେତ୍ର ଭାବେ ବଢ଼ି ଚାଲିଛି”
“ତୃଣମୂଳ ସ୍ତରରୁ ନିଷ୍ପତ୍ତିମୂଳକ ସରକାର, ନିରନ୍ତର ସଂସ୍କାର, ସାମାଜିକ ଓ ଆର୍ଥିକ ସଶକ୍ତୀକରଣ ହେଉଛି ଭାରତୀୟ ଆର୍ଥିକ ନମନୀୟତାର ମୂଳପିଣ୍ଡ”
“ସଂସ୍କାରଗୁଡ଼ିକ ଆଂଶିକ ସମାଜ ସୃଷ୍ଟି କରୁଛନ୍ତି”
“ଆମେ ନିରବଚ୍ଛିନ୍ନ ଭାବେ ଦେଶୀୟ ପଦ୍ଧତିରେ ଆମର ବିଶୋଧନକାରୀ ସାମର୍ଥ୍ୟ ବୃଦ୍ଧି କରି ଚାଲିଛୁ”
“୨୦୩୦ ମସିହା ସୁଦ୍ଧା ଆମେ ମିଶନ ମୋଡରେ ପ୍ରାକୃତିକ ବାଷ୍ପ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୬-୦୨-୨୦୨୩) ବେଙ୍ଗାଲୁରୁ ଠାରେ ଭାରତୀୟ ଶକ୍ତି ସପ୍ତାହ (ଆଇଇଡବ୍ଲୁ)ର ଉଦଘାଟନ କରିଛନ୍ତି । ଭାରତୀୟ ତୈଳ ସଂସ୍ଥାର ପଦକ୍ଷେପ ‘ଅନବଟଲଡ’ ସ୍ୱରୂପ ପ୍ରଧାନମନ୍ତ୍ରୀ ପୋଷାକ ଉନ୍ମୋଚନ କରିଛନ୍ତି । ଏହି ପୋଷାକଗୁଡ଼ିକ ପିଇଟି ବଟଲ ପୁନଃପ୍ରକ୍ରିୟାକରଣ ଜରିଆରେ ହୋଇଛି । ସେ ମଧ୍ୟ ଭାରତୀୟ ତୈଳ ସଂସ୍ଥାର ଇନଡୋର ସୋଲାର କୁକିଂ ସିଷ୍ଟମ ଅନ୍ତର୍ଗତ ଟୁଇନ କୁକଟପ୍ ମଡେଲ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ସହ ଏହାର ବାଣିଜି୍ୟକ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

ପରେ ପରେ ପ୍ରଧାନମନ୍ତ୍ରୀ ଭାରତୀୟ ତୈଳ ବିପ୍ପଣନ କମ୍ପାନୀ ଅଧିନସ୍ଥ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୮୪ଟି ପାଇକାରୀ ଦୋକାନରେ ଇ-୨୦ ଇନ୍ଧନର ଶୁଭାରମ୍ଭ କରିଛନ୍ତି । ଇଥାନଲ ମିଶ୍ରଣ ପ୍ରକ୍ରିୟା ଅଧିନରେ ଏହା କରାଯାଇଛି । ସେ ମଧ୍ୟ ଗ୍ରୀନ ମୋବିଲିଟି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସବୁଜ ଶକ୍ତି ଉତ୍ସ ଦ୍ୱାରା ଚାଲୁଥିବା ଯାନବାହନ ଏଥିରେ ଅଂଶଗ୍ରହଣ କରିବା ସହ ସବୁଜ ଇନ୍ଧନ ନେଇ ଜନସଚେତନତା ସୃଷ୍ଟି କରିବେ।

ପ୍ରଧାନମନ୍ତ୍ରୀ ତୁର୍କୀ ଓ ଆଖପାଖ ଦେଶଗୁଡ଼ିକରେ ହୋଇଥିବା ବିପର୍ଯ୍ୟସ୍ତ ଓ ପ୍ରାଣହାନୀ ଯୋଗୁ ଶୋକ ସଂଦେଶ ଦେବା ସହ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ । ଯଥା ସମ୍ଭବ ସହାୟତା ପ୍ରଦାନ ପାଇଁ ଭାରତ ପ୍ରସ୍ତୁତ ବୋଲି ସେ କହିଥିଲେ ।

ବେଙ୍ଗାଲୁରୁକୁ ପ୍ରଯୁକ୍ତି, ମେଧା ଓ ନବୋନ୍ମେଷର ନଗରୀ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ ଆଜି ଏଠାରେ ଉପସ୍ଥିତ ସମସ୍ତେ ନିଜକୁ ଶକ୍ତିବାନ ମନେ କରିବେ ବୋଲି କହିଥିଲେ । ଭାରତ ଶକ୍ତି ସପ୍ତାହ ଜି-୨୦ କ୍ୟାଲେଣ୍ଡରରେ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପ୍ରଦର୍ଶନ ବୋଲି ସମସ୍ତଙ୍କୁ ଏହି ଅବସରରେ ସ୍ୱାଗତ କରିଥିଲେ ।

ଏକବିଂଶ ଶତାବ୍ଦୀର ବିଶ୍ୱକୁ ଭବିଷ୍ୟତ ମାର୍ଗଦର୍ଶନ ପାଇଁ ଶକ୍ତି କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଥିଲେ । “ନୂତନ ଶକ୍ତି ଉତ୍ସ ବିକଶିତ କରିବା ତଥା ବିଶ୍ୱରେ ଶକ୍ତିର ଅବସ୍ଥାନ୍ତର ନେଇ ଭାରତ ଆଗୁଆ ନେତୃତ୍ୱ ନେଇଛି । ବିକଶିତ ଭାରତ ସଂକଳ୍ପ ନେଇ ଭାରତରେ ଅଦ୍ଭୁତପୂର୍ବ ସମ୍ଭାବନା ଦେଖାଦେଇଛି” ବୋଲି ସେ କହିଥିଲେ।

ନିକଟରେ ପ୍ରକାଶିତ ଆଇଏମଏଫର ପୂର୍ବାନୁମାନ ଅନୁସାରେ ଭାରତ ଦ୍ରୁତ ଅଭିବୃଦ୍ଧିକ୍ଷମ ପ୍ରମୁଖ ଅର୍ଥ ବ୍ୟବସ୍ଥା ଶ୍ରେଣୀଭୁକ୍ତ ହୋଇଥିବାରୁ ୨୦୨୨ରେ ବୈଶ୍ୱିକ ମହାମାରୀ ଓ ଯୁଦ୍ଧର ଘନଘଟା ସତ୍ତ୍ୱେ ଭାରତ ବିଶ୍ୱରେ ତା’ର ଶ୍ରେଷ୍ଠତା ବଜାୟ ରଖିଛି । ବିଭିନ୍ନ ବାହ୍ୟ ବାଧାବିଘ୍ନ ସତ୍ତ୍ୱେ ସେ ଏହାର ଶ୍ରେୟ ଭାରତର ଆଭ୍ୟନ୍ତରୀଣ ନମନୟୀତାକୁ ସେ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ସେଥିପାଇଁ ଅନେକ କାରଣ ଦର୍ଶାଇଥିଲେ । ପ୍ରଥମ ହେଲା ସ୍ଥିର ଓ ନିଷ୍ପତ୍ତିମୂଳକ ସରକାର । ଦ୍ୱିତୀୟ ନିରନ୍ତର ସଂସ୍କାର, ତୃତୀୟ ହେଉଛି ତୃଣମୂଳ ସ୍ତରରେ ସାମାଜିକ-ଆର୍ଥିକ ସଶକ୍ତୀକରଣ । ପ୍ରଧାନମନ୍ତ୍ରୀ ଏଥିପାଇଁ ବ୍ୟାଙ୍କ ଖାତା ଜରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ମାଗଣା ସ୍ୱାସ୍ଥ୍ୟ ସୁବିଧା, ନିରାପଦ ପରିମଳ ବ୍ୟବସ୍ଥା, ବିଜୁଳି, ଗୃହ, କୋଟି କୋଟି ଲୋକଙ୍କ ନିକଟରେ ପାଇପ ଯୋଗେ ପାନୀୟଜଳ ପହଂଚିବା ଭଳି ସାମାଜିକ ଭିତ୍ତିଭୂମି ଅନେକ ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ଯାହା ବିଶ୍ୱର ଅନେକ ବଡ଼ ବଡ଼ ଦେଶର ଜନସଂଖ୍ୟା ଠାରୁ ମଧ୍ୟ ଅଧିକ ବୋଲି ଶ୍ରୀ ମୋଦୀ କହିଥିଲେ ।

ଦେଶରେ କୋଟି କୋଟି ଲୋକଙ୍କ ଜୀବନରେ ଗୁଣାତ୍ମକ ବିକାଶ ଯୋଗୁ ସେମାନେ ଦାରିଦ୍ର୍ୟସ୍ତରରୁ ଉପରକୁ ଉଠି ମଧ୍ୟବିତ୍ତ ସ୍ତରରେ ପହଂଚି ପାରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ । ଦେଶର ଛଅ ଲକ୍ଷ କିଲୋମିଟର ଅପଟିକାଲ ଫାଇଭର ବିଛା ହେବା ଯୋଗୁ ପ୍ରତି ଗ୍ରାମ ଇଣ୍ଟରନେଟ ସଂଯୋଗ ପାଇପାରିଛନ୍ତି । ଗତ ନଅ ବର୍ଷର ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସମୟ ମଧ୍ୟରେ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ୧୩ ଗୁଣା ବୃଦ୍ଧି ପାଇଥିବା ବେଳେ, ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ତିନିଗୁଣା ଅଧିକ ହୋଇଛି । ଗ୍ରାମାଞ୍ଚଳରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ସହରାଞ୍ଚଳ ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଭାରତ ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ମୋବାଇଲ ଫୋନ ନିର୍ମାଣକାରୀ ହୋଇଥିବା ବେଳେ ଏହା ବିଶ୍ୱର ବୃହତ୍ତମ ଆକାଂକ୍ଷିତ ଶ୍ରେଣୀ ମଧ୍ୟ ହୋଇପାରିଛନ୍ତି । “ଭାରତର ଜନସାଧାରଣ ଚାହାନ୍ତି ଉନ୍ନତ ସାମଗ୍ରୀ, ଉନ୍ନତ ସେବା ଓ ଉନ୍ନତ ଭିତ୍ତିଭୂମି” ବୋଲି କହି ଭାରତୀୟମାନଙ୍କ ଆକାଂକ୍ଷା ପୂରଣ ଦିଗରେ ବ୍ୟକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ ।

ଭବିଷ୍ୟତ ଭାରତରେ ଶକ୍ତିର ଆବଶ୍ୟକତା ଓ ଚାହିଦା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାବେ ଗଢ଼ିଉଠୁଥିବା ନଗରୀଗୁଡ଼ିକର ବିକାଶର ଗତି ମଧ୍ୟ ଆହୁରି ଦ୍ରୁତ ହେବ ।

ଆନ୍ତର୍ଜାତିକ ଶକ୍ତି ସଂଘର ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ଦଶନ୍ଧିରେ ଭାରତର ଶକ୍ତି ଆବଶ୍ୟକତା ସର୍ବାଧିକ ହେବ । ଏହା ଶକ୍ତି କ୍ଷେତ୍ରରେ ଅଂଶୀଦାର ଓ ନିବେଶକମାନଙ୍କୁ ଏକ ସୁଯୋଗ ହେବ ବୋଲି ସେ କହିଥିଲେ । ବୈଶ୍ୱିକ ତୈଳ ଚାହିଦାରେ ଭାରତର ଅଂଶ ଶତକଡ଼ା ୫ ଗୁଣା ହୋଇଥିବା ବେଳେ, ଏହା ଶତକଡ଼ା ୧୧ ଭାଗକୁ ବୃଦ୍ଧି ପାଇବା ଆଶା କରାଯାଉଛି । ସେହିପରି ଭାରତର ଗ୍ୟାସ ଚାହିଦା ଶତକଡ଼ା ୫୦୦ ଭାଗକୁ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଭାରତରେ ଶକ୍ତି କ୍ଷେତ୍ରରେ ସମ୍ପ୍ରସାରଣ ଯୋଗୁ ନିବେଶ ଓ ସହଯୋଗର ନୂତନ ସୁଯୋଗ ସୃଷ୍ଟି ହେଉଛି ବୋଲି ସେ କହିଥିଲେ ।

ଶକ୍ତି କ୍ଷେତ୍ର ନିମନ୍ତେ ରଣନୀତିର ୪ଟି ପ୍ରମୁଖ ଧାରା ଛି ବୋଲି ପ୍ରଧାନମନ୍ତ୍ରୀ ବୁଝାଇଥିଲେ । ପ୍ରଥମ, ଘରୋଇ ଉତ୍ତୋଳନ ଓ ଉତ୍ପାଦନ ବୃଦ୍ଧି ଓ ଯୋଗାଣରେ ବିକେନ୍ଦ୍ରୀୟକରଣ, ତୃତୀୟରେ ତୈଳ ଇନ୍ଧନ, ଇଥାନଲ, କଂପ୍ରେସଡ ବାୟୋଗ୍ୟାସ ଓ ସୌର ଶକ୍ତିର ସମ୍ପ୍ରସାରଣ । ଚତୁର୍ଥରେ ବିଦୁତଚାଳିତ ଯାନବାହନ ଓ ଉଦଯାନ ଜରିଆରେ ଅଙ୍ଗାରକାମ୍ଳ ଉତ୍ସରଣ ହ୍ରାସ । ଏହି ସବୁ ଧାରାର ବିସ୍ତୃତ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଶ୍ୱରେ ବିଶୋଧନ କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି । ଏହାକୁ ବର୍ତ୍ତମାନର ୨୫୦ ଏମଏମଟିପିଏରୁ ୪୫୦ ଏମଏମଟିପିଏକୁ ବୃଦ୍ଧି କରିବାକୁ ଉଦ୍ୟମ ହେଉଛି । “ଆମେ ଆମର ବିଶୋଧନ ସାମର୍ଥ୍ୟକୁ ଦେଶୀୟ, ଆଧୁନିକ ଓ ଉନ୍ନୀତ କରୁଛୁ” ବୋଲି ସେ କହିଥିଲେ । ସେହିପରି ଭାରତ ଏହାର ପେଟ୍ରୋ ରସାୟନ ସାମର୍ଥ୍ୟ ମଧ୍ୟ ବୃଦ୍ଧି କରିବାକୁ ଉଦ୍ୟମ କରୁଛି । ଶକ୍ତି ଦୃଶ୍ୟପଟର ସମ୍ପ୍ରସାରଣ ନିମନ୍ତେ ସେ ଶିଳ୍ପ ନେତୃବର୍ଗଙ୍କୁ ପ୍ରଯୁକ୍ତି ଓ ଷ୍ଟାର୍ଟଅପର ବହୁଳ ଉପଯୋଗ ନିମନ୍ତେ ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଏକ ଅଭିଯାନ ଜରିଆରେ ଆମର ଶକ୍ତି ମିଶ୍ରଣ ଶତକଡ଼ା ଛଅରୁ ୧୫ ଭାଗ ପର୍ଯ୍ୟନ୍ତ ୨୦୩୦ ମସିହା ସୁଦ୍ଧା ବୃଦ୍ଧି କରିବା ନେଇ କାର୍ଯ୍ୟ କରୁଥିବା ବେଳେ ଗୋଟିଏ ଦେଶ, ଗୋଟିଏ ଗ୍ରୀଡ ଜରିଆରେ ଭିତ୍ତିଭୂମି ପ୍ରଦାନ କରାଯିବ । “ସରକାର ଏଲଏନଜି ଗ୍ୟାସ ଟର୍ମିନାଲ ପୁନଃଗ୍ୟାସୀୟକରଣ ସାମର୍ଥ୍ୟ ବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି ।” ଏହା ୨୧ଏମଏମଟିପିଏ ଥିବାବେଳେ ୨୦୨୨ରେ ଦ୍ୱିଗୁଣିତ ହୋଇଛି ଓ ଏହାକୁ ଆହୁରି ବୃଦ୍ଧି କରିବା ପାଇଁ ଉଦ୍ୟମ ହେଉଛି । ଦେଶରେ ସିଜିଡି ଷ୍ଟେସନ ସଂଖ୍ୟା ନଅଗୁଣ ବୃଦ୍ଧି ପାଇଛି । ୨୦୦୯ରେ ଏହା ୯୦୦ ଥିବାବେଳେ ଏହା ୫୦୦୦ରେ ପହଂଚିଛି । ୨୦୧୪ରେ ଗ୍ୟାସ ପାଇପ ଲାଇନ ବିସ୍ତାର ୧୪ ହଜାର କିଲୋମିଟର ଥିବାବେଳେ ଏବେ ଏହା ୨୨ ହଜାର କିଲୋମିଟରକୁ ବୃଦ୍ଧି ପାଇଛି । ଆଗାମୀ ଚାରି ପାଞ୍ଚ ବର୍ଷରେ ଏହା ୩୫ ହଜାର କିଲୋମିଟରକୁ ସମ୍ପ୍ରସାରିତ ହେବ ।

ଘରୋଇ ଶକ୍ତି ଅନ୍ୱେଷଣ ଓ ଉତ୍ପାଦନ ଉପରେ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଏକଦା ଅଗମ୍ୟ ଥିବା ଇପି କ୍ଷେତ୍ର ଏ ଦିଗରେ ଆଗ୍ରହ ପ୍ରକାଶ କରିଛି । “ଆମେ ଅଗମ୍ୟ ଇଲାକାକୁ ସମ୍ପ୍ରସାରଣ କରିଛୁ । ଏଥିପାଇଁ ୧୦ ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳ ଅଗମ୍ୟ ଇଲାକା କଟକଣାରୁ ବାଦ ପଡ଼ିଛି । ଏହି ସୁଯୋଗ ହାତଛଡ଼ା ନ କରି ଜୀବାଶ୍ମ ଇନ୍ଧନ ଅନ୍ୱେଷଣ ଦିଗରେ ଉଦ୍ୟମ କରିବାକୁ ମୁଁ ନିବେଶକମାନଙ୍କୁ ନିବେଦନ କରୁଛି” ବୋଲି ସେ କହିଥିଲେ ।

ଜୈବ ଶକ୍ତି ସମ୍ପ୍ରସାରଣ ନେଇ ଶ୍ରୀ ମୋଦୀ କହିଥିଲେ ଯେ ପ୍ରଥମ ୨-ଜି ଇଥାନଲ ଜୈବ ବିଶୋଧନାଗାର ଗତବର୍ଷ ଅଗଷ୍ଟରେ ଆରମ୍ଭ ହୋଇଥିବା ବେଳେ ୧୨ଟି ବାଣିଜି୍ୟକ ଇଥାନଲ ୨-ଜି ପ୍ଲାଣ୍ଟ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସେହିପରି ନିରନ୍ତର ବିମାନ ଇନ୍ଧନ ବାଣିଜି୍ୟକ ଉପଲବ୍ଧତା ଓ ଅକ୍ଷୟ ଡିଜେଲ ଦିଗରେ ମଧ୍ୟ ଉଦ୍ୟମ ହେଉଛି । ଚଳିତ ବଜେଟ ବ୍ୟବସ୍ଥା ଉପରେ ଆଲୋକପାତ କରି ସେ କହିଥିଲେ ଯେ ୫୦୦ ନୂତନ ‘ବର୍ଜ୍ୟରୁ ସମ୍ପଦ’ ଗୋବର୍ଦ୍ଧନ ପ୍ଲାଣ୍ଟ ୨୦୦ କଂପ୍ରେସଡ ବା ବାୟୋ ଗ୍ୟାସ ପ୍ଲାଣ୍ଟ, ୩୦୦ ଗୋଷ୍ଠୀଭିତ୍ତିକ ପ୍ଲାଣ୍ଟ ବିନିଯୋଗ ନିମନ୍ତେ ସୁଯୋଗ ସୃଷ୍ଟି କରିବ ।

“ଏକବିଂଶ ଶତାବ୍ଦୀରେ ଜାତୀୟ ସବୁଜ ଉଦଜାନ ମିଶନ ଭାରତକୁ ଏକ ନୂତନ ଦିଗ ପ୍ରଦାନ କରିବ” ବୋଲି ସେ କହିଥିଲେ । ଚଳିତ ଦଶନ୍ଧି ଶେଷ ସୁଦ୍ଧା ଦେଶ ୫ ଏମଏମଟିପିଏ ସବୁଜ ଉଦଜାନ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏ ବାବଦ ୮ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ରାଶି ନିବେଶ ହେବ । ଧୂସର ଉଦଜାନ ସ୍ଥାନରେ ଭାରତ ଶତକଡ଼ା ୨୫ ଭାଗ ସବୁଜ ଉଦଜାନ ଉତ୍ପାଦନ ଲକ୍ଷ୍ୟ ରଖିଛି ।

ଇଭିର ବ୍ୟାଟେରୀ ମୂଲ୍ୟ ଏକ କାର ମୂଲ୍ୟର ଶତକଡ଼ା ୪୦ରୁ ୫୦ ଗୁଣ ପର୍ଯ୍ୟନ୍ତ ରହିଛି । ୫୦ ଗିଗାୱାଟ ଘଣ୍ଟାର ଅଗ୍ରଣୀ ରସାୟନ ସେଲ ନିର୍ମାଣ ପାଇଁ ପିଏଲଆଇ ଯୋଜନା ଅଧିନରେ ୧୮ ହଜାର କୋଟି ନିବେଶ ପାଇଁ ସରକାର ଳକ୍ଷ୍ୟ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ଅକ୍ଷୟ ଶକ୍ତି, ନିରନ୍ତର ପରିବର୍ତ୍ତନ ଓ ସବୁଜ ପ୍ରଯୁକ୍ତି ଉପରେ ନୂତନ ବଜେଟରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଥିଲେ । ନେଟ ଜିରୋ ଲକ୍ଷ୍ୟ ହାସଲ ନେଇ ଶକ୍ତିର ଅବସ୍ଥାନ୍ତର ଦିଗରେ ୩୫ ହଜାର କୋଟି ଟଙ୍କାର ବ୍ୟୟବରାଦ ବଜେଟରେ ହୋଇଛି । ସବୁଜ ଉଦଜାନ, ସୌରରୁ ସଡ଼କ ଭିତ୍ତିଭୂମି ନିମନ୍ତେ ୧୦ ଲକ୍ଷ କୋଟି ପୁଞ୍ଜି ବିନିଯୋଗ ବ୍ୟବସ୍ଥା ମଧ୍ୟ ହୋଇଛି ।

ସବୁଜ ଇନ୍ଧନ ପଦକ୍ଷେପ ନେଇ ସବିଶେଷ ବର୍ଣ୍ଣନା କରି ସେ କହିଥିଲେ ଯେ ଗତ ନଅବର୍ଷ ମଧ୍ୟରେ ଅକ୍ଷୟ ଶକ୍ତି ୭୦ ଗିଗାୱାଟରୁ ୧୭୦ ଗିଗାୱାଟକୁ ବୃଦ୍ଧି ପାଇଥିବା ବେଳେ, ସୌର ଶକ୍ତି ମଧ୍ୟ ୨୦ ଗୁଣ ବୃଦ୍ଧି ପାଇଛି । ପବନ ଶକ୍ତି ସାମର୍ଥ୍ୟରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । “ଚଳିତ ଦଶନ୍ଧି ଶେଷରେ ଆମେ ଶତକଡ଼ା ୫୦ ଭାଗ ଅଣ ଜୀବାଶ୍ମ ଇନ୍ଧନ ସମର୍ଥ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ । ଜୈବ ଇନ୍ଧନ ଓ ଇଥାନଲ ମିଶ୍ରଣ ଦିଗରେ ଆମେ ଦ୍ରୁତ ଗତିରେ ଆଗଉଛୁ । ଗତ ନଅବର୍ଷ ମଧ୍ୟରେ ଆମେ ଇଥାନଲ ମିଶ୍ରଣ ଶତକଡ଼ା ୧.୫ରୁ ୧୦ ଭାଗକୁ ବୃଦ୍ଧି କରୁଛ । ଆମେ ବର୍ତ୍ତମାନ ଶତକଡ଼ା ୨୦ ଭାଗ ବୃଦ୍ଧି ଦିଗରେ ଅଗ୍ରସର ହେଉଛୁ ।” ଆଜିର ଇ-୨୦ ଇନ୍ଧନ ନେଇ ସେ କହିଥିଲେ ଯେ ଏହା ୧୫ଟି ନଗରୀକୁ ସମ୍ପ୍ରସାରଣ ହେବାକୁ ଥିବାବେଳେ, ଦୁଇବର୍ଷ ମଧ୍ୟରେ ଏହା ସମଗ୍ର ଦେଶରେ ଚାଲୁହେବ ।

ଭାରତରେ ଶକ୍ତିର ଅବସ୍ଥାନ୍ତର ନେଇ ସୃଷ୍ଟି ହୋଇଥିବା ଗଣ ଆଂଦୋଳନ ଏକ ଅନୁଧ୍ୟାନର ବିଷୟ ହୋଇଛି । “ଏହା ଦୁଇଟି ଉପାୟରେ ହୋଇଛି । ପ୍ରଥମ ହେଉଛି ଅକ୍ଷୟ ଶକ୍ତିର ଦ୍ରୁତ ଉପଯୋଗ ଓ ଦ୍ୱିତୀୟରେ ଶକ୍ତି ସଂରକ୍ଷଣର ଉପଯୁକ୍ତ ବ୍ୟବସ୍ଥା” ବୋଲି କହି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ଦ୍ରୁତ ଅକ୍ଷୟ ଶକ୍ତି ଉପଯୋଗର ଉଦାହରଣ ଦେଇଥିଲେ । ଘର, ଗ୍ରାମ ଓ ବିମାନବନ୍ଦରରେ ସୌର ଶକ୍ତି ବ୍ୟବହାର ଓ କୃଷି କ୍ଷେତ୍ର ସୌର ପମ୍ପ ଦ୍ୱାରା ଚାଲୁଥିବା ସେ କହିଥିଲେ । ଗତ ନଅ ବର୍ଷରେ ଭାରତ ୧୯ କୋଟି ପରିବାରକୁ ସ୍ୱଚ୍ଛ ରୋଷେଇ ଇନ୍ଧନ ଯୋଗାଯାଇଛି । “ଆଗାମୀ ୨-୩ ବର୍ଷରେ ତିନି କୋଟି ପରିବାର ସୋଲାର କୁକଟପ୍ ସୁବିଧା ପାଇବେ” ବୋଲି ସେ କହିଥିଲେ । ଦେଶରେ ୨୫ କୋଟି ପରିବାର ଥିବାବେଳେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଘରେ ଓ ରାସ୍ତାରେ ଏଲଇଡି ବଲବ ବ୍ୟବହାର, ସିଏନଜି ଓ ଏଲଏନଜି ଉପଯୋଗ, ବିଦୁତଚାଳିତ ଯାନର ଲୋକପ୍ରିୟତା ଶକ୍ତି ସଂରକ୍ଷଣ ଦିଗରେ ଏକ ବିରାଟ ଅବସ୍ଥାନ୍ତର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସବୁଜ ଅଭିବୃଦ୍ଧି ଓ ଶକ୍ତି ଅବସ୍ଥାନ୍ତରକୁ ଭାରତର ମୂଲ୍ୟବୋଧ ସହ ଯୋଡ଼ି ଚକ୍ରୀୟ ଅର୍ଥନୀତି ପ୍ରତ୍ୟେକ ଭାରତୀୟ ଜୀବନଧାରାରେ ଅନ୍ତର୍ନିହିତ ଓ ହ୍ରାସ, ପୁନଃ ବ୍ୟବହାର ଓ ପୁନଃ ପ୍ରକ୍ରିୟାକରଣ ଆମ ସଂସ୍କୃତି ଅଂଶବିଶେଷ । ପ୍ଲାଷ୍ଟିକ ବୋତଲର ପୁନଃପ୍ରକ୍ରିୟାକରଣ ମିଶନ ଲାଇଫକୁ ମଜଭୁତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଭାରତୀୟ ଶକ୍ତି କ୍ଷେତ୍ରରେ ସମସ୍ତ ସମ୍ଭାବନାର ଉପଯୋଗ କରିବାକୁ ସେ ଅଂଶୀଦାରମାନଙ୍କୁ ନିବଦେନ କରିଥିଲେ । “ଆଜି ଭାରତ ଆପଣମାନଙ୍କ ନିମନ୍ତେ ସବୁଠାରୁ ପ୍ରକୃଷ୍ଠ ନିବେଶ ସ୍ଥଳ” ବୋଲି ସେ କହିଥିଲେ ।

କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥୱର ଚାନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମ୍ମାଇ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଓ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି:

ଭାରତ ଶକ୍ତି ସପ୍ତାହ ଶକ୍ତିର ଅବସ୍ଥାନ୍ତର ନେଇ ଭାରତ କିପରି ଏକ ଶକ୍ତି ଅବସ୍ଥାନ୍ତର ଗନ୍ତାଘର ତାହା ଦର୍ଶାଇବା ପାଇଁ ଫେବ୍ରୁଆରୀ ୬ରୁ ୮ ତାରିଖ ମଧ୍ୟରେ ଆୟୋଜିତ ହେଉଛି । ଶକ୍ତିର ଅବସ୍ଥାନ୍ତର ଉପରେ ପାରମ୍ପରିକ ଓ ଅଣପାରମ୍ପରିକ ଶକ୍ତି ଶିଳ୍ପ, ସରକାର ଓ ବୁଦ୍ଧିଜୀବୀଗଣ ଏହି ଅବସରରେ ବିଚାରବିମର୍ଶ କରୁଛନ୍ତି । ଭାରତରେ ଶକ୍ତିର ଆହ୍ୱାନ ଓ ଭବିଷ୍ୟତ ଉପରେ ୩୦ ହଜାରରୁ ଅଧିକ ପ୍ରତିନିଧି, ଏକ ହଜାର ପରୀକ୍ଷାମୂଳକ ପ୍ରଦର୍ଶନକାରୀ ଓ ପାଞ୍ଚ ଶହ ବ୍ୟକ୍ତି ଏଥିରେ ମିଳିତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ତୈଳ ନିଗମ ସଂସ୍ଥା ପକ୍ଷରୁ ଅନବଟଲଡ ପଦକ୍ଷେପ ଜରିଆରେ ପୋଷାକର ଆରମ୍ଭ କରିଛନ୍ତି । ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ହଟାଇବା ନେଇ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ଭାରତୀୟ ତୈଳ ନିଗମ ପାଇକାରୀ ଗ୍ରାହକ ଓ ସିଲିଣ୍ଡର ଯୋଗାଣକାରୀ ବ୍ୟକ୍ତିଙ୍କୁ ପୋଷାକ ପ୍ରଦାନ କରୁଛି । ପୁନଃ ପ୍ରକ୍ରିୟାକରଣ ହୋଇଥିବା ପଲିଷ୍ଟର (ଆରପିଇଟି) ଓ ତୁଳାରୁ ଏହା ପ୍ରସ୍ତୁତ ହେଉଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ତୈଳ ନିଗମର ଘର ଭିତରୁ ସୌର ଶକ୍ତି ଜରିଆରେ ଦ୍ୱୈତ କୁକଟପ୍ ମଡେଲକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି ଓ ଏହାର ବାଣିଜି୍ୟକ ପ୍ରକ୍ରିୟାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଭାରତୀୟ ତୈଳ ନିଗମ ପୂର୍ବରୁ ମଧ୍ୟ ଏକ କୁକଟପ୍ ସହ ଇନଡୋର ସୋଲାର କୁକିଂ ସିଷ୍ଟମ ନବୋନ୍ମେଷ ସହ ଏହାର ପାଟେଣ୍ଟ ମଧ୍ୟ କରିଥିଲା । ଜନସାଧାରଣଙ୍କ ଠାରୁ ପ୍ରାପ୍ତ ମତାମତ ଅନୁସାରେ ଟୁଇନ କୁକଟପ୍ ଇନେଡାର ସୋଲାର କୁକିଂ ସିଷ୍ଟମ ଅଧିକ ବ୍ୟବହାର ଉପଯୋଗୀ ଓ ସହଜ । ଏହି ପଦ୍ଧତି ଉଭୟ ସୌର ଓ ବିକଳ୍ପ ଶକ୍ତି ଉତ୍ସ ବଳରେ ଚାଲିପାରିବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jan Aushadhi Kendras And India's Medical Revolution Under PM Modi

Media Coverage

Jan Aushadhi Kendras And India's Medical Revolution Under PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on sacred Earth as a source of strength to the nation
March 10, 2026

The Prime Minister, Shri Narendra Modi, shared a Sanskrit Subhashitam emphasising on sacred Earth as a source of strength to the nation:

“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।

यस्या हृदयं परमे व्योमन्त्सत्येनावृतममृतं पृथिव्याः।

सा नो भूमिस्त्विषिं बलं राष्ट्रे दधातूत्तमे॥”

The Subhashitam conveys that, the Earth, which is filled with water within the oceans, and surrounded by water outside, which thoughtful scholars have understood through their wisdom, and whose heart is covered by the eternal truth in the vast sky – may that earth, sustain our energy and strength in a noble nation.

The Prime Minister wrote on X;

“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।

यस्या हृदयं परमे व्योमन्त्सत्येनावृतममृतं पृथिव्याः।

सा नो भूमिस्त्विषिं बलं राष्ट्रे दधातूत्तमे॥”