ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧର ନାମ "ଭାରତ ମଣ୍ଡପମ୍‌”
ଜି-୨୦ ମୁଦ୍ରା ଏବଂ ଜି-୨୦ ଡାକ ଟିକଟ ଉନ୍ମୋଚନ କରିଛନ୍ତି
“ଭାରତର ସାମର୍ଥ୍ୟ ତଥା ଦେଶର ନୂତନ ଶକ୍ତି ପାଇଁ ଭାରତ ମଣ୍ଡପମ ଏକ ଆହ୍ୱାନ, ଏହା ଭାରତର ମହାନତା ଏବଂ ଶକ୍ତିର ନିଦର୍ଶନ ଅଟେ”
“ଭଗବାନ୍ ବାସଭେଶ୍ୱରଙ୍କ ଅନୁଭବ ମଣ୍ଡପମ୍ ହେଉଛି ଭାରତ ମଣ୍ଡପମ୍ ନାମ ପଛର ପ୍ରେରଣା”
“ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଥିବା ବେଳେ ଏହି ଭାରତ ମଣ୍ଡପମ୍‍ ହେଉଛି ଆମ ଗଣତନ୍ତ୍ର ପାଇଁ ଏକ ସୁନ୍ଦର ଉପହାର”
“ଏକବିଂଶ ଶତାବ୍ଦୀରେ ଆମକୁ ଏକବିଂଶ ଶତାବ୍ଦୀ ପାଇଁ ଉପଯୁକ୍ତ ଭିତ୍ତିଭୂମି ର୍ନିମାଣ କରିବାକୁ ପଡିବ”
“ଥିଙ୍କ୍‍ ବିଗ୍‌, ଡ୍ରିମ୍ ବିଗ୍‌, ଆକ୍ଟ ବିଗ୍ ନୀତି ସହ ଭାରତ ଆଗକୁ ବଢୁଛି”
“ଭାରତର ବିକାଶ ଯାତ୍ରା ବର୍ତ୍ତମାନ ଅଟକି ନାହିଁ । ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ । ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି”
“ଆମେ ଦେଶର ୫୦ ରୁ ଅଧିକ ସହରରେ ଜି -୨୦ ବୈଠକକୁ ନେଇ ଭାରତର ବିବିଧତା ପ୍ରଦର୍ଶନ କରିଛୁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଉତ୍ସର୍ଗ କରିଛନ୍ତି । ସେ ଜି -୨୦ ମୁଦ୍ରା ଏବଂ ଜି -୨୦ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଡ୍ରୋନ୍ ମାଧ୍ୟମରେ କରାଯାଇଥିବା ସମ୍ମିଳନୀ କେନ୍ଦ୍ରର ନାମକରଣ "ଭାରତ ମଣ୍ଡପମ୍‌” ତଥା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମାରୋହର ସାକ୍ଷୀ ରହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଥିବା ପ୍ରଗତି ମଇଦାନରେ ଥିବା ନୂତନ ଆଇଇସିସି ସୌଧ ଭାରତକୁ ଏକ ବିଶ୍ୱ ବ୍ୟବସାୟ ସ୍ଥଳ ଭାବରେ ପରିଣତ କରିବାରେ ସାହାଯ୍ୟ କରିବ ।

 

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶର ନୂତନ ଉତ୍ସାହ ଏବଂ ମନୋବଳକୁ ସୂଚାଇବା ପାଇଁ ଏକ କବିତା ସହିତ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ସେ କହିଛନ୍ତି, ଭାରତ ମଣ୍ଡପମ୍ ହେଉଛି ଭାରତର ସାମର୍ଥ୍ୟ ଏବଂ ଦେଶର ନୂତନ ଶକ୍ତି ପାଇଁ ଆହ୍ୱାନ, ଏହା ଭାରତର ମହାନତା ଏବଂ ଇଚ୍ଛାଶକ୍ତିର ଏକ ନିଦର୍ଶନ ଅଟେ ।

ପ୍ରଧାନମନ୍ତ୍ରୀ ଆଜି ସକାଳେ ଶ୍ରମିକଙ୍କୁ ଉତ୍ସାହିତ କରିଥିବା କଥା ମନେ ପକାଇ କହିଛନ୍ତି ଯେ ସେମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠାକୁ ଦେଖିବାପରେ ସମଗ୍ର ଦେଶ ପ୍ରଭାବିତ ହୋଇଛି । ସେ ଭାରତ ମଣ୍ଡପମ ପାଇଁ ଦିଲ୍ଲୀବାସୀ ତଥା ପ୍ରତ୍ୟେକ ଭାରତୀୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କାର୍ଗିଲ ବିଜୟ ଦିବସର ଐତିହାସିକ ଉତ୍ସବକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ସମଗ୍ର ଦେଶ ତରଫରୁ କାର୍ଗିଲ ଯୁଦ୍ଧରେ ଭାରତ ପାଇଁ ପ୍ରାଣ ହରାଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ଯେ "ଭାରତ ମଣ୍ଡପମ୍‌” ର ନାମକରଣ ପଛରେ ଭଗବାନ୍ ବାସଭେଶ୍ୱରଙ୍କ "ଅନୁଭବ ମଣ୍ଡପମ୍‌” ର ପ୍ରେରଣା ରହିଛି । ସେ କହିଛନ୍ତି ଯେ ଅନୁଭମ ମଣ୍ଡପମ୍ ବିତର୍କ ଏବଂ ଅଭିବ୍ୟକ୍ତିର ପରମ୍ପରାକୁ ପ୍ରତିନିଧିତ୍ୱ କରୁଛି । ସେ ମନେ ପକାଇ ଦେଇଛନ୍ତି ଯେ ଗଣତନ୍ତ୍ରର ଜନନୀ ଭାବରେ ଭାରତ ସ୍ୱୀକୃତିପ୍ରାପ୍ତ । ସେ ଏହି ପରି ଅନେକ ଐତିହାସିକ ଏବଂ ପ୍ରତ୍ନତାତ୍ତ୍ୱିକ ଉଦାହରଣ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଥିବାବେଳେ ଏହି ଭାରତୀ ମଣ୍ଡପମ୍‍ ଆମ ଗଣତନ୍ତ୍ର ପାଇଁ ଏକ ସୁନ୍ଦର ଉପହାର ଅଟେ । ସେ କହିଛନ୍ତି ଯେ ବର୍ତ୍ତମାନ ଠାରୁ କିଛି ସପ୍ତାହ ମଧ୍ୟରେ ଏହି ସ୍ଥାନରେ ଜି -୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ଯେତେବେଳେ ସମଗ୍ର ବିଶ୍ୱ ଭାରତର ପଦକ୍ଷେପ ଏବଂ ଅଭିବୃଦ୍ଧି ଦେଖିବାକୁ ପାଇବ ।

 

ଦିଲ୍ଲୀରେ ଏକ ବିଶ୍ୱ ସ୍ତରୀୟ ସମ୍ମିଳନୀ କେନ୍ଦ୍ରର ଆବଶ୍ୟକତା ଉପରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଆମକୁ ଏକବିଂଶ ଶତାବ୍ଦୀ ପାଇଁ ଉପଯୁକ୍ତ ର୍ନିମାଣ କରିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଭାରତ ମଣ୍ଡପମ ପୃଥିବୀର ବିଭିନ୍ନ ସ୍ଥାନରୁ ପ୍ରଦର୍ଶକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ଏବଂ ଏହା ଭାରତରେ ସମ୍ମିଳନୀ ପର୍ଯ୍ୟଟନ ପାଇଁ ଏକ ମାଧ୍ୟମ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ମଣ୍ଡପମ୍ ଦେଶର ଷ୍ଟାର୍ଟଅପ୍ ର ଦକ୍ଷତା ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ, କଳାକାର ଏବଂ ଅଭିନେତାମାନଙ୍କ ପ୍ରଦର୍ଶନର ସାକ୍ଷୀ ହେବ ଏବଂ ହସ୍ତତନ୍ତ କାରିଗରମାନଙ୍କ ଉଦ୍ୟମକୁ ପ୍ରଦର୍ଶନ କରିବାକୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ । ଭାରତ ମଣ୍ଡପମ ଆତ୍ମନିର୍ଭର ଭାରତ ଏବଂ ଭୋକାଲ ଫର ଲୋକାଲ ଅଭିଯାନର ପ୍ରତିଫଳନ ହେବ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅର୍ଥନୀତି ଠାରୁ ଆରମ୍ଭ କରି ପରିବେଶ, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ର ପାଇଁ ଏହି ସମ୍ମିଳନୀ କେନ୍ଦ୍ର ଏକ ମଣ୍ଡପ ଭାବରେ ଉଭା ହେବ ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଭାରତ ମଣ୍ଡପମ୍ ଭଳି ଭିତ୍ତିଭୂମି ଦଶନ୍ଧି ପୂର୍ବରୁ ବିକଶିତ ହେବା ଉଚିତ ଥିଲା । ନ୍ୟସ୍ତ ସ୍ୱାର୍ଥର ବିରୋଧ ସତ୍ୱେ ଭିତ୍ତିଭୂମି ସୃଷ୍ଟି କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଖଣ୍ଡବିଖଣ୍ଡିତ ଢଙ୍ଗରେ କାର୍ଯ୍ୟ କରି କୌଣସି ସମାଜ ଅଗ୍ରଗତି କରିପାରିବ ନାହିଁ । ସେ କହିଛନ୍ତି ଯେ ଭାରତ ମଣ୍ଡପମ୍ ଦୂରଦୂରାନ୍ତର କାର୍ଯ୍ୟଶୈଳୀର ଏକ ଉଦାହରଣ । ୧୬୦ ରୁ ଅଧିକ ଦେଶ ପାଇଁ ଇ-କନଫରେନ୍ସ ଭିସା ସୁବିଧା ଭଳି ପଦକ୍ଷେପ ବିଷୟରେ ସୂଚନା ଦେଇ ସେ ଏହା ବୁଝାଇଥିଲେ । ଦିଲ୍ଲୀ ବିମାନବନ୍ଦରର କ୍ଷମତା ୨୦୧୪ ର ୫ କୋଟିରୁ ଆଜି ବାର୍ଷିକ ୭.୫ କୋଟିକୁ ବୃଦ୍ଧି ପାଇଛି । ଜିୱାର ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ଏହା ଆହୁରି ମଜବୁତ ହେବ । ଦିଲ୍ଲୀ ଏନସିଆରରେ ଥିବା ଆତିଥ୍ୟ ଶିଳ୍ପ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ସମ୍ମିଳନୀ ପର୍ଯ୍ୟଟନ ପାଇଁ ଏକ ସମଗ୍ର ଇକୋସିଷ୍ଟମ ସୃଷ୍ଟି କରିବାର ଏହା ଏକ ଯୋଜନାବଦ୍ଧ ଆଭିମୁଖ୍ୟକୁ ସୂଚିତ କରିଛି ବୋଲି ସେ କହିଛନ୍ତି ।

 

ଗତ କିଛି ବର୍ଷ ମଧ୍ୟରେ ରାଜଧାନୀ ନୂଆଦିଲ୍ଲୀରେ ହୋଇଥିବା ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନୂତନ ଭାବେ ଉଦଘାଟିତ ସଂସଦ ଭବନକୁ ଉଲ୍ଲେଖ କରି କହିଛନ୍ତି ଯେ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ସୃଷ୍ଟି କରୁଛି । ସେ ଜାତୀୟ ଯୁଦ୍ଧ ସ୍ମାରକୀ, ପୋଲିସ ସ୍ମାରକୀ ଏବଂ ବାବା ସାହେବ ଆମ୍ବେଦକର ସ୍ମାରକୀ ଭଳି ସ୍ମାରକର ଉଦାହରଣ ମଧ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ କର୍ତ୍ତବ୍ୟ ପଥକୁ ଘେରି ରହିଥିବା କାର୍ଯ୍ୟାଳୟ କୋଠାଗୁଡ଼ିକର ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଛି କାରଣ ସରକାର କାର୍ଯ୍ୟ ସଂସ୍କୃତି ତଥା କାର୍ଯ୍ୟ ପରିବେଶକୁ ପରିବର୍ତ୍ତନ କରିବାରେ ଉତ୍ସାହିତ କରୁଛନ୍ତି । ସେ ମଧ୍ୟ ପ୍ରଧାନ ମନ୍ତ୍ରୀ ସଂଗ୍ରହାଳୟ ଉପରେ ମତ ରଖିଛନ୍ତି ଯାହା ଭାରତ ପୂର୍ବରୁ ଦେଖିଥିବା ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କ ଜୀବନର ଝଲକ ଯୋଗାଇଥାଏ । ସେ ସୂଚନା ଦେଇଛନ୍ତି ଯେ ବିଶ୍ୱର ସର୍ବବୃହତ ସଂଗ୍ରହାଳୟ "ଯୁଗେ ଯୁଗେ ଭାରତ” ର ବିକାଶ କାଯ୍ୟ ନୂଆଦିଲ୍ଲୀରେ ଖୁବଶୀଘ୍ର ଆସୁଛି ।

ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ବିକାଶ ପାଇଁ ଆମକୁ ବଡ଼ ଚିନ୍ତା କରିବାକୁ ହେବ ଏବଂ ବଡ ଲକ୍ଷ୍ୟ ହାସଲ କରିବାକୁ ପଡିବ । ସେଥିପାଇଁ ସେ କହିଛନ୍ତି, ଥିଙ୍କ୍‍ ବିଗ୍‌, ଡ୍ରିମ୍ ବିଗ୍‌, ଆକ୍ଟ ବିଗ୍ ନୀତି ସହ ଭାରତ ଆଗକୁ ବଢୁଛି । ସେ ବକ୍ତବ୍ୟ ଜାରି ରଖି କହିଛନ୍ତି ଆମେ ବଡ଼, ଉନ୍ନତ ଏବଂ ଗତିଶୀଳତା ସୃଷ୍ଟି କରୁଛୁ । ସେ ବିଶ୍ୱର ସର୍ବବୃହତ ସୌର-ପବନ ପାର୍କ, ସର୍ବୋଚ୍ଚ ରେଳ ବ୍ରିଜ, ଦୀର୍ଘତମ ଟନେଲ, ଉଚ୍ଚତମ ରାସ୍ତା, ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ୍‌, ଦୁନିଆର ଉଚ୍ଚତମ ପ୍ରତିମୂର୍ତ୍ତି ଏବଂ ଭାରତରେ ଏସିଆର ଦ୍ୱିତୀୟ ବୃହତ୍ତମ ରେଳ ପୋଲ ବିଷୟରେ ସେ କହିଥିଲେ । ସେ ସବୁଜ ହାଇଡ୍ରୋଜେନ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ ।

ବର୍ତ୍ତମାନର ସରକାରଙ୍କ ଏହି କାର୍ଯ୍ୟକାଳ ଏବଂ ପୂର୍ବ କାର୍ଯ୍ୟକାଳର ବିକାଶର ସ୍ତମ୍ଭକୁ ସମଗ୍ର ଦେଶ ଦେଖୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ବିକାଶ ଯାତ୍ରା ବର୍ତ୍ତମାନ ଅଟକି ନାହିଁ । ୨୦୧୪ ରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ସମୟରେ ଭାରତ ଦଶମ ବୃହତ୍ତମ ଅର୍ଥନୀତି ଥିଲା ବୋଲି ଶ୍ରୀ ମୋଦୀ ଦର୍ଶାଇଛନ୍ତି । ଟ୍ରାକ୍ ରେକର୍ଡ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ତୃତୀୟ ଅବଧିରେ ଭାରତର ନାମ ବିଶ୍ୱର ଶ୍ରେଷ୍ଠ ୩ୟ ଅର୍ଥନୀତି ମଧ୍ୟରେ ରହିବ । ସେ କହିଛନ୍ତି ଯେ ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି । ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ତୃତୀୟ ଅବଧିରେ ଭାରତର ବିକାଶ ଯାତ୍ରାର ଗତି ବହୁଗୁଣିତ ହେବ ଏବଂ ନାଗରିକମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବେ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ପୁନଃ ର୍ନିମାଣର ଏକ ବିପ୍ଳବର ସାକ୍ଷୀ ରହିଛି ଯେପରି ଗତ ୯ ବର୍ଷ ମଧ୍ୟରେ ଭିତ୍ତିଭୂମି ର୍ନିମାଣରେ ୩୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଚଳିତ ବର୍ଷ ମଧ୍ୟ ପୁଞ୍ଜି ବ୍ୟୟ ୧୦ ଲକ୍ଷ କୋଟି ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଭାରତ ଏକ ଅଭୂତପୂର୍ବ ଗତି ଏବଂ ମାପରେ କାର୍ଯ୍ୟ କରୁଛି । ସେ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ୪୦ ହଜାର କିଲୋମିଟର ରେଳ ଲାଇନର ବିଦ୍ୟୁତିକରଣ ହୋଇଛି ଯେତେବେଳେ ଏହା ପୂର୍ବରୁ ସାତ ଦଶନ୍ଧି ମଧ୍ୟରେ ମାତ୍ର ୨୦ ହଜାର କିଲୋମିଟର ହୋଇଥିଲା । ୨୦୧୪ ପୂର୍ବରୁ, ପ୍ରତି ମାସରେ ୬୦୦ ମିଟର ମେଟ୍ରୋ ଲାଇନ ବିଛାଯାଉଥିଲା, ଆଜି ପ୍ରତି ମାସରେ ୬ କିଲୋମିଟର ଲମ୍ବା ମେଟ୍ରୋ ଲାଇନ ବିଛାଯାଉଛି । ୨୦୧୪ ରେ କେବଳ ୪ ଲକ୍ଷ କିଲୋମିଟର ତୁଳନାରେ ଆଜି ଦେଶରେ ୭.୨୫ ଲକ୍ଷ କିଲୋମିଟର ଲମ୍ବା ଗ୍ରାମାଞ୍ଚଳ ରାସ୍ତା ରହିଛି । ବିମାନ ବନ୍ଦର ସଂଖ୍ୟା ପ୍ରାୟ ୭୦ ରୁ ପ୍ରାୟ ୧୫୦ କୁ ବୃଦ୍ଧି ପାଇଛି । ୨୦୧୪ ରେ କେବଳ ୬୦ ତୁଳନାରେ ସହରାଞ୍ଚଳ ଗ୍ୟାସ ବିତରଣ ୬୦୦ ସହରରେ ପହଞ୍ଚିଛି ।

ନୂତନ ଭାରତ ଆଗକୁ ବଢୁଛି ଏବଂ ବାଟରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରୁଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଧ୍ୟାନ ଦେଉଛନ୍ତି । ସାମାଜିକ ଭିତ୍ତିଭୂମି ପାଇଁ ବଡ ପରିବର୍ତ୍ତନକାରୀ ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟରପ୍ଲାନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରେ ୧୬୦୦ ରୁ ଅଧିକ ସ୍ତରର ତଥ୍ୟ ରହିଛି ଏବଂ ଦେଶର ସମୟ ଏବଂ ଅର୍ଥ ସଞ୍ଚୟ କରିବାକୁ ଲକ୍ଷ୍ୟ ରହିଛି ।

 

ପ୍ରଧାନମନ୍ତ୍ରୀ ୧୯୩୦ ଦଶକ ସମୟର ଧ୍ୟାନ ଆକର୍ଷଣ କରିଥିଲେ ଏବଂ କହିଥିଲେ ଯେ ଗତ ଶତାବ୍ଦୀର ତୃତୀୟ ଦଶନ୍ଧି ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ଗୁରୁତ୍ୱପୂର୍ଣ ଥିଲା ଯେଉଁଠାରେ ଲକ୍ଷ୍ୟ ସ୍ୱରାଜ ଥିଲା । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଶତାବ୍ଦୀର ତୃତୀୟ ଦଶନ୍ଧି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆମର ଲକ୍ଷ୍ୟ ଏକ ସମୃଦ୍ଧ ଭାରତ, "ବିକଶିତ ଭାରତ” । ଭାରତ ସ୍ୱାଧୀନତା ହାସଲ କରିଥିବା ସ୍ୱରାଜ ଆନ୍ଦୋଳନର ଫଳାଫଳ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ବର୍ତ୍ତମାନ ଏହି ତୃତୀୟ ଦଶନ୍ଧିରେ ଆମର ଆଗାମୀ ୨୫ ବର୍ଷ ପାଇଁ "ବିକଶିତ ଭାରତ” ର ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେ ନାଗରିକମାନଙ୍କୁ ଉତ୍ସାହିତ କରିଥିଲେ । ଅଭିଜ୍ଞତା ଅନୁଯାୟୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ତାଙ୍କ ଆଗରେ ଅନେକ ସଫଳତାର ସାକ୍ଷୀ ରହିଛନ୍ତି ଏବଂ ଦେଶର ଶକ୍ତି ବିଷୟରେ ଅବଗତ ଅଛନ୍ତି । ଭାରତ ଏକ ବିକଶିତ ଦେଶ ହୋଇପାରିବ! ଭାରତ ଦାରିଦ୍ର‌ ଦୂର କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନୀତି ଆୟୋଗଙ୍କ ଏକ ରିପୋର୍ଟକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମାତ୍ର ୫ ବର୍ଷ ମଧ୍ୟରେ ଭାରତରେ ୧୩.୫ କୋଟି ଲୋକ ଦାରିଦ୍ର‌ ଭିତରୁ ବାହାରି ଆସିଛନ୍ତି । ସେ ଆହୁରି ମଧ୍ୟ ଦୋହରାଇଛନ୍ତି ଯେ ଅନ୍ତର୍ଜାତୀୟ ସଂଗଠନ ଭାରତରେ ଦାରିଦ୍ର ଦୂରକୁ ଅନୁଭବ କରିଛନ୍ତି ଏବଂ ଗତ ୯ ବର୍ଷ ମଧ୍ୟରେ ସରକାର ଗ୍ରହଣ କରିଥିବା ନୀତି ଏବଂ ନିଷ୍ପତ୍ତିଗୁଡିକୁ ଶ୍ରେୟ ଦେଇଛନ୍ତି ।

ସ୍ୱଚ୍ଛ ଉଦ୍ଦେଶ୍ୟ ଏବଂ ସଠିକ୍ ନୀତିର ଅ।ବଶ୍ୟକତାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଜି -୨୦ କୁ ଏକ ଉଦାହରଣ ଭାବରେ ଦର୍ଶାଇଛନ୍ତି । ସେ କହିଛନ୍ତି, ଆମେ ଜି -୨୦ କୁ କେବଳ ଗୋଟିଏ ସହର କିମ୍ବା ଗୋଟିଏ ସ୍ଥାନରେ ସୀମାବଦ୍ଧ କରିନାହୁଁ । ଆମେ ଜି -୨୦ ବୈଠକଗୁଡ଼ିକୁ ଦେଶର ୫୦ ରୁ ଅଧିକ ସହରକୁ ନେଇଥିଲୁ । ଆମେ ଏହା ମାଧ୍ୟମରେ ଭାରତର ବିବିଧତା ପ୍ରଦର୍ଶନ କରିଛୁ । ଭାରତର ସାଂସ୍କୃତିକ ଶକ୍ତି କ'ଣ, ଭାରତର ଐତିହ୍ୟ କ'ଣ ଆମେ ତାହା ବିଶ୍ୱକୁ ଦେଖାଇଛୁ । ଜି -୨୦ ଅଧ୍ୟକ୍ଷତା ସଂକ୍ରାନ୍ତରେ ଅଧିକ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ସିଦ୍ଧାନ୍ତ ଦେଇଛନ୍ତି, ଜି -୨୦ ବୈଠକ ପାଇଁ ଅନେକ ସହରରେ ନୂତନ ସୁବିଧା ର୍ନିମାଣ କରାଯାଇଥିଲା ଏବଂ ପୁରୁଣା ବ୍ୟବସ୍ଥାର ଆଧୁନିକୀକରଣ କରାଯାଇଥିଲା । ଏହା ଦେଶ ତଥା ଦେଶର ଲୋକଙ୍କୁ ଉପକୃତ କରିଥିଲା । ଏହା ଏକ ଉତ୍ତମ ଶାସନ । ଦେଶ ପ୍ରଥମ, ନାଗରିକ ପ୍ରଥମ ଉତ୍ସାହକୁ ଅନୁସରଣ କରି ଆମେ ଭାରତକୁ ବିକଶିତ କରିବାକୁ ଯାଉଛୁ ।

 

ଏହି ଅବସରରେ କେନ୍ଦ୍ର ବ୍ୟାପାର ଏବଂ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ, ଅନ୍ୟ କେନ୍ଦ୍ର ମନ୍ତ୍ରୀ ତଥା ଅଗ୍ରଣୀ ଶିଳ୍ପ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଦେଶରେ ସଭା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ପ୍ରଗତି ମଇଦାନରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସଂକଳ୍ପବଦ୍ଧତାକୁ ଦର୍ଶାଇଛି । ପ୍ରଗତି ମଇଦାନରେ ପୁରାତନ ତଥା ପୁରୁଣା ସୁବିଧାଗୁଡ଼ିକର ନବୀକରଣ କରିଥିବା ଏହି ପ୍ରକଳ୍ପ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଛି । ପାଖାପାଖି ୧୨୩ ଏକର ପରିମିତ ଏକ ଅଞ୍ଚଳ ସହିତ, ଆଇଇସିସି ସୌଧ ଭାରତର ସର୍ବବୃହତ ଏମଆଇସିଇ (ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଏବଂ ପ୍ରଦର୍ଶନୀ) ସ୍ଥଳ ଭାବରେ ବିକଶିତ ହୋଇଛି । କାର୍ଯ୍ୟକ୍ରମ ଗୁଡିକ ପାଇଁ ଉପଲବ୍ଧ ଆବୃତ ସ୍ଥାନ ଦୃଷ୍ଟିରୁ, ଆଇଇସିସି ସୌଧ ବିଶ୍ୱର ଶୀର୍ଷ ପ୍ରଦର୍ଶନୀ ଏବଂ ସମ୍ମିଳନୀ ସୌଧ ମଧ୍ୟରେ ସ୍ଥାନ ପାଇଛି । ପ୍ରଗତି ମଇଦାନରେ ନୂତନ ଭାବରେ ବିକଶିତ ଆଇଇସିସି ସୌଧରେ ସମ୍ମିଳନୀ କେନ୍ଦ୍ର, ପ୍ରଦର୍ଶନୀ ହଲ୍‌, ମୁକ୍ତାକାଶ ମଞ୍ଚ ଭଳି ଏକାଧିକ ଅତ୍ୟାଧୁନିକ ସୁବିଧା ରହିଛି ।

ସମ୍ମିଳନୀ କେନ୍ଦ୍ର ପ୍ରଗତି ମଇଦାନ ସୌଧର କେନ୍ଦ୍ରବିନ୍ଦୁ ଭାବରେ ବିକଶିତ ହୋଇଛି । ଏହା ଏକ ଚମତ୍କାର ବୃହତ ସ୍ଥାପତ୍ୟ, ବୃହତ ଆନ୍ତର୍ଜାତୀୟ ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଆଲୋଚନାଚକ୍ର, ସମ୍ମିଳନୀ ଏବଂ ଅନ୍ୟାନ୍ୟ ସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପରିକଳ୍ପିତ । ଏହା ଏକାଧିକ ବୈଠକ କକ୍ଷ, ବିଶ୍ରାମସ୍ଥଳ, ଅଡିଟୋରିୟମ୍‌, ମୁକ୍ତାକାଶ ମଞ୍ଚ ଏବଂ ବ୍ୟବସାୟ କେନ୍ଦ୍ର ସହିତ ସଜ୍ଜିତ ହୋଇଛି, ଯାହା ଏହାକୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସକ୍ଷମ କରିବ । ଏହାର ମହାନ୍ ବହୁ ଉଦ୍ଦେଶ୍ୟ ସାଧନ କରିପାରୁଥିବା ହଲ୍‍ ଏବଂ ପ୍ଲେନାରୀ ହଲର ମିଳିତ କ୍ଷମତା ସାତ ହଜାର ଲୋକଙ୍କ ପାଇଁ ରହିଛି, ଯାହା ଅଷ୍ଟ୍ରେଲିଆର ପ୍ରସିଦ୍ଧ ସିଡନୀ ଅପେରା ହାଉସର ବସିବା କ୍ଷମତାଠାରୁ ବଡ଼ ଅଟେ । ଏହାର ଚମତ୍କାର ମୁକ୍ତାକାଶ ମଞ୍ଚ ୩୦୦୦ ହଜାର ବ୍ୟକ୍ତିଙ୍କ ବସିବା କ୍ଷମତା ସହିତ ସଜ୍ଜିତ ହୋଇଛି ।

 

ସମ୍ମିଳନୀ କେନ୍ଦ୍ର ସୌଧର ସ୍ଥାପତ୍ୟ ଡିଜାଇନ୍ ଭାରତୀୟ ପରମ୍ପରାରୁ ଅନୁପ୍ରାଣିତ ହୋଇଛି ଏବଂ ଆଧୁନିକ ସୁବିଧା ତଥା ଜୀବନଶୈଳୀକୁ ଗ୍ରହଣ କରିବା ସହିତ ଅତୀତରେ ଭାରତର ଆତ୍ମବିଶ୍ୱାସ ଏବଂ ବିଶ୍ୱାସକୁ ଦର୍ଶାଉଛି । ସୌଧର ଆକୃତି ଶଙ୍ଖ (ଶଙ୍ଖ ସେଲ) ରୁ ଉତ୍ପନ୍ନ ହୋଇଛି, ସମ୍ମିଳନୀ କେନ୍ଦ୍ରର ବିଭିନ୍ନ କାନ୍ଥ ଏବଂ ପ୍ରବେଶ ସ୍ଥାନରେ “ସୂର୍ଯ୍ୟ ଶକ୍ତି” ସହିତ ଭାରତର ପାରମ୍ପାରିକ କଳା ଓ ସଂସ୍କୃତିର ଅନେକ ଉପାଦାନ ଚିତ୍ରିତ ହୋଇଛି ଯେଉଁଥିରେ ଭାରତର ସୌର ଶକ୍ତି ବ୍ୟବହାର କରିବାର ପ୍ରୟାସକୁ ଦର୍ଶାଯାଇଛି, ମହାକାଶରେ ଆମର ସଫଳତାକୁ ପାଳନ କରୁଥିବା ପଞ୍ଚ ମହାଭୂତ, ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ ଆଦିକୁ ଦର୍ଶାଉଛି । ଆହୁରି ମଧ୍ୟ, ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଭିନ୍ନ ଚିତ୍ର ଏବଂ ଆଦିବାସୀ କଳା ସମ୍ମିଳନୀ କେନ୍ଦ୍ରର ଶୋଭା ବର୍ଦ୍ଧନ କରୁଛି ।

ସମ୍ମିଳନୀ କେନ୍ଦ୍ରରେ ଉପଲବ୍ଧ ଅନ୍ୟାନ୍ୟ ସୁବିଧା ମଧ୍ୟରେ ୫ଜି- ସଂଯୁକ୍ତ ସମ୍ପୂର୍ଣ୍ଣ ୱାଇ-ଫାଇ କ୍ୟାମ୍ପସ୍‌, ୧୦ଜି ଇଣ୍ଟରନେଟ୍ ସଂଯୋଗ, ୧୬ଟି ବିଭିନ୍ନ ଭାଷାକୁ ସମର୍ଥନ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ସଜ୍ଜିତ ଅନୁବାଦ କକ୍ଷ, ବୃହତ ଆକାରର ଭିଡିଓ କାନ୍ଥ ସହିତ ଉନ୍ନତ ଏଭି ସିଷ୍ଟମ, ସର୍ବୋଚ୍ଚ କାର୍ଯ୍ୟକାରିତା ଏବଂ ଶକ୍ତି ଦକ୍ଷତା ସୁନିଶ୍ଚିତ କରୁଥିବା ସୌଧ ପରିଚାଳନା ବ୍ୟବସ୍ଥା ସହିତ ଆଲୋକୀକରଣ ଏବଂ ଅକ୍ୟୁପାନ୍ସି ସେନ୍ସର, ଅତ୍ୟାଧୁନିକ ଡିସିଏନ୍ (ଡାଟା କମ୍ୟୁନିକେସନ୍ ନେଟୱାର୍କ) ଆଦି ରହିଛି ।

ଏହାବାଦ୍‍ ଆଇଇସିସି ସୌଧରେ ସମୁଦାୟ ସାତୋଟି ପ୍ରଦର୍ଶନୀ ହଲ୍ ରହିଛି, ପ୍ରତ୍ୟେକ ପ୍ରଦର୍ଶନୀ, ବାଣିଜ୍ୟ ମେଳା ଏବଂ ବ୍ୟବସାୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବହୁମୁଖୀ ସ୍ଥାନ ଭାବରେ କାର୍ଯ୍ୟ କରିବ । ପ୍ରଦର୍ଶନୀ ହଲ୍ ଗୁଡିକ ବିଭିନ୍ନ ପ୍ରକାରର ଶିଳ୍ପ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଉତ୍ପାଦ ଏବଂ ସେବା ପ୍ରଦର୍ଶନ ପାଇଁ ଡିଜାଇନ୍ କରାଯାଇଛି । ଏହି ଅତ୍ୟାଧୁନିକ ସଂରଚନାଗୁଡ଼ିକ ଆଧୁନିକ ଇଞ୍ଜିନିୟରିଂ ଏବଂ ସ୍ଥାପତ୍ୟର ଏକ ପ୍ରମାଣ ।

ଆଇଇସିସି ବାହାରେ ଥିବା ଅଞ୍ଚଳର ବିକାଶ ମଧ୍ୟ ସୁଚିନ୍ତିତ ଭାବରେ ଡିଜାଇନ୍ ହୋଇଛି ଯାହା ମୁଖ୍ୟ ସୌଧର ସୌନ୍ଦର୍ଯ୍ୟକୁ ପରିପୂର୍ଣ୍ଣ କରେ ଏବଂ ଏହି ପ୍ରକଳ୍ପରେ ହୋଇଥିବା ଯତ୍ନଶୀଳ ଯୋଜନା ଏବଂ ବିକାଶର ସାକ୍ଷୀ । ମୂର୍ତ୍ତି, ସ୍ଥାପନ ଏବଂ ମୂର୍ତ୍ତିଗୁଡ଼ିକ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଦର୍ଶାଏ; ମ୍ୟୁଜିକାଲ୍ ଫାଉଣ୍ଟେନ୍ସ ଦର୍ଶନର ଏକ ଉପାଦାନ ଯୋଗ କରୁଛି; ଜଳାଶୟ, ହ୍ରଦ ଏବଂ କୃତ୍ରିମ ଝରଣା ପରି ଜଳାଶୟ ଏହି ଅଞ୍ଚଳର ଶାନ୍ତି ଏବଂ ସୌନ୍ଦର୍ଯ୍ୟକୁ ବଢାଇଥାଏ । 

ଆଇଇସିସିରେ ଭ୍ରମଣକାରୀଙ୍କ ସୁବିଧା ଏକ ପ୍ରାଥମିକତା, ୫୫୦୦ ରୁ ଅଧିକ ଗାଡି ପାର୍କିଂ ସ୍ଥାନ ଯୋଗାଣରେ ପ୍ରତିଫଳିତ ହୋଇଛି । ଟ୍ରାଫିକ ମୁକ୍ତ ରାସ୍ତା ଦେଇ ପ୍ରବେଶର ସହଜତା ନିଶ୍ଚିତ କରେ ଯେ ପରିଦର୍ଶକମାନେ କୌଣସି ଅସୁବିଧା ବିନା ଏଠାକୁ ଯାଇପାରିବେ । ଆହୁରି ମଧ୍ୟ, ସାମଗ୍ରିକ ଡିଜାଇନ୍ ଉପସ୍ଥିତ ଲୋକଙ୍କ ଆରାମ ଏବଂ ସୁବିଧାକୁ ପ୍ରାଥମିକତା ଦେଇଥାଏ, ଆଇଇସିସି ସୌଧ ମଧ୍ୟରେ ବାଧାମୁକ୍ତ ଗତିବିଧିକୁ ସୁଗମ କରିଥାଏ ।

ପ୍ରଗତି ମଇଦାନରେ ନୂତନ ଆଇଇସିସି ସୌଧର ବିକାଶ ଭାରତକୁ ବିଶ୍ୱ ବ୍ୟବସାୟ ସ୍ଥଳ ଭାବରେ ଆଗକୁ ନେବାରେ ସହାୟକ ହେବ । ଏହା ବାଣିଜ୍ୟ ଏବଂ ବ୍ୟବସାୟକୁ ବୃଦ୍ଧି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ଯାହା ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି କରିବ । ଏହା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସେମାନଙ୍କର ଉତ୍ପାଦ ଏବଂ ସେବା ପ୍ରଦର୍ଶନ କରିବାକୁ ଏକ ପ୍ଲାଟଫର୍ମ ଯୋଗାଇ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକର ଅଭିବୃଦ୍ଧିକୁ ସମର୍ଥନ କରିବ । ଏହା ମଧ୍ୟ ଜ୍ଞାନ ଆଦାନ ପ୍ରଦାନକୁ ସୁଗମ କରିବ ଏବଂ ସର୍ବୋତ୍ତମ ଅଭ୍ୟାସ, ବୈଷୟିକ ପ୍ରଗତି ଏବଂ ଶିଳ୍ପ ଧାରା ବିସ୍ତାରକୁ ଉତ୍ସାହିତ କରିବ । ପ୍ରଗତି ମଇଦାନରେ ଥିବା ଆଇଇସିସି ଆତ୍ମନିର୍ଭର ଭାରତର ଉତ୍ସାହ ଭାରତର ଅର୍ଥନୈତିକ ଏବଂ ବୈଷୟିକ ଉତ୍କର୍ଷର ଅନୁସରଣକୁ ଦର୍ଶାଉଛି ଏବଂ ଏହା ଏକ ନୂତନ ଭାରତ ଗଠନ ଦିଗରେ ଏକ ପଦକ୍ଷେପ ।

 

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Follower to leader: India's AI application shifts reshape tech landscape

Media Coverage

Follower to leader: India's AI application shifts reshape tech landscape
NM on the go

Nm on the go

Always be the first to hear from the PM. Get the App Now!
...
PM to visit Uttarakhand and UP on 14 April
April 13, 2026
PM to inaugurate Delhi–Dehradun Economic Corridor
Corridor to reduce travel time between Delhi and Dehradun from over 6 hours to around 2.5 hours
Corridor has been designed with several features aimed at significantly reducing man-animal conflict
Project include a 12 km long wildlife elevated corridor which is one of the longest in Asia
PM to also visit and undertake review of the Wildlife Corridor

Prime Minister Shri Narendra Modi, will visit Uttarakhand and Uttar Pradesh on 14 April 2026. At around 11:15 AM, the Prime Minister will visit Saharanpur in Uttar Pradesh to undertake a review of the Wildlife Corridor on the elevated section of the Delhi-Dehradun Economic Corridor. At around 11:40 AM, the Prime Minister will perform Darshan and Pooja at Jai Maa Daat Kali Temple near Dehradun. Thereafter, at around 12:30 PM, Prime Minister will inaugurate the Delhi-Dehradun Economic Corridor at a public function in Dehradun and will also address the gathering on the occasion.

The 213 km long six-lane access-controlled Delhi-Dehradun Economic Corridor has been developed at a cost of over ₹12,000 crore. The corridor traverses through the states of Delhi, Uttar Pradesh and Uttarakhand, and will reduce travel time between Delhi and Dehradun from over six hours at present to around two and a half hours.

Implementation of the project also includes the construction of 10 interchanges, three Railway Over Bridges (ROBs), four major bridges and 12 wayside amenities to enable seamless high-speed connectivity. The corridor is equipped with an Advanced Traffic Management System (ATMS) to provide a safer and more efficient travel experience for commuters.

Keeping in view the ecological sensitivity, rich biodiversity and wildlife in the region, the corridor has been designed with several features aimed at significantly reducing man-animal conflict. To ensure the free movement of wild animals, the project incorporates several dedicated wildlife protection features. These include a 12 km long wildlife elevated corridor, which is one of the longest in Asia. The corridor also includes eight animal passes, two elephant underpasses of 200 metres each, and a 370 metre long tunnel near the Daat Kali temple.

The Delhi-Dehradun Economic Corridor will play a pivotal role in strengthening regional economic growth by enhancing connectivity between major tourism and economic centres as well as opening new avenues for trade and development across the region. The project reflects the vision of the Prime Minister to develop next-generation infrastructure that combines high-speed connectivity with environmental sustainability and improved quality of life for citizens.