“ସମସ୍ତ ସମ୍ପ୍ରଦାୟ ସେମାନଙ୍କର କ୍ଷମତା ଅନୁସାରେ ନିଜର ଭୂମିକା ନିର୍ବାହ କରିଥାନ୍ତି ଏବଂ ସମାଜ ପ୍ରତି ସେମାନଙ୍କର ଭୂମିକା ନିର୍ବାହ କରିବାରେ ପଟ୍ଟିଦାର ସମ୍ପ୍ରଦାୟ କେବେ ବି ପଛରେ ରହିନାହାନ୍ତି ।”
“ଷ୍ଟାଚ୍ୟୁ ଅଫ୍ ୟୁନିଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ସର୍ଦ୍ଦାର ପଟେଲ୍‌ଙ୍କୁ ଅନ୍ତରର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ।”
“ଅପପୁଷ୍ଟି ଖାଦ୍ୟ ଅଭାବ ଜନିତ କାରଣରୁ ନୁହେଁ, ଏହା ଖାଦ୍ୟକୁ ନେଇ ଜ୍ଞାନର ଅଭାବର ଫଳାଫଳ ହୋଇଥାଏ”
“ଗୁଜୁରାଟର କ୍ଷମତା ଏବଂ ସ୍ୱଭାବ ଅନୁସାରେ, ଏହି ରାଜ୍ୟ ଶିଳ୍ପ ୪.୦ ମାନକକୁ ପ୍ରାପ୍ତ କରିବା ନିମନ୍ତେ ଦେଶରେ ନେତୃତ୍ୱ ନେବା ଉଚିତ୍‌,

ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଗୁଜରାଟର ଅଦାଲଜ ଠାରେ ଶ୍ରୀ ଅନ୍ନପୂର୍ଣ୍ଣାଧାମ ଟ୍ରଷ୍ଟର ଛାତ୍ରାବାସ ଏବଂ ଶିକ୍ଷା ପରିସରକୁ ଉଦ୍‌ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଜନସହାୟକ ଟ୍ରଷ୍ଟର ହୀରାମଣି ଆରୋଗ୍ୟଧାମର ଭୂମିପୂଜା ମଧ୍ୟ କରିଛନ୍ତି । ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ୍ ମଧ୍ୟ ଉପସ୍ଥିତ ଥିଲେ । 

ଏହି କାର୍ଯ୍ୟକ୍ରମରେ, ପ୍ରଧାନମନ୍ତ୍ରୀ ଏହି ସଂସ୍ଥା ଶ୍ରୀ ଅନ୍ନପୂର୍ଣ୍ଣାଧାମ ପବିତ୍ର, ଧାର୍ମିକ ଏବଂ ସାମାଜିକ ଉପକ୍ରମ ଗୁଡିକ ସହିତ ଦୀର୍ଘ ଦିନରୁ ଜଡିତ ହୋଇ ରହିଥିବାରୁ ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପୁଷ୍ଟି କ୍ଷେତ୍ରରେ ଅବଦାନ ହେଉଛି ଗୁଜରାଟର ସ୍ୱଭାବ ଅଟେ । ସମସ୍ତ ସମ୍ପ୍ରଦାୟ ସେମାନଙ୍କର କ୍ଷମତା ଅନୁସାରେ ଭୂମିକା ନିର୍ବାହ କରିଥାନ୍ତି, ସମାଜ ପ୍ରତି ସେମାନଙ୍କର ଭୂମିକା ନିର୍ବାହ କରିବାରେ ପଟ୍ଟିଦାର ସମ୍ପ୍ରଦାୟ କେବେ ବି ପଛରେ ରହିନାହାନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୃଦ୍ଧିର ଦେବୀ ଅନ୍ନପୂର୍ଣ୍ଣା ସମସ୍ତଙ୍କ ଦ୍ୱାରା ସମ୍ମାନିତ ହୋଇଥାନ୍ତି ଏବଂ ବିଶେଷ କରି ପତିଦାର ସମ୍ପ୍ରଦାୟ ଦ୍ୱାରା, ଯେଉଁମାନେ ନିତିଦିନିଆ ଜୀବନର ବାସ୍ତବତା ସହିତ ଗଭୀର ଭାବରେ ଜୋଡି ହୋଇ ରହିଥାନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମା ଅନ୍ନପୂର୍ଣ୍ଣାଙ୍କର ପ୍ରତିମୂର୍ତିକୁ ଏବେ କିଛି ଦିନ ତଳେ କାନାଡାରୁ କାଶୀକୁ ଫେରାଇ ଅଣାଯାଇଛି । “ଆମ ସଂସ୍କୃତିର ଅନେକ ପ୍ରତୀକ, ଗତ କିଛି ବର୍ଷ ଭିତରେ ବିଦେଶରୁ ଆମ ଦେଶକୁ ଫେରେଇ ଅଣାଯାଇଛି” ବୋଲି ସେ ମତ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମ ସଂସ୍କୃତିରେ ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ବହୁତ ଗୁରୁତ୍ୱ ପ୍ରଦାନ କରାଯାଇଛି ଏବଂ ଆଜି ଶ୍ରୀ ଅନ୍ନପୂର୍ଣ୍ଣାଧାମ ଏହି ଉପାଦାନକୁ ସମ୍ପ୍ରସାରିତ କରିଛି । ଏହି ନୂତନ ସୁବିଧା ଗୁଜରାଟର ସାଧାରଣ ଲୋକମାନଙ୍କୁ ଲାଭାନ୍ୱିତ କରିବ, ବିଶେଷତଃ ୧୪ ଜଣ ବ୍ୟକ୍ତିଙ୍କର ଏକା ସହିତ ଡାଏଲିସିସ୍ କରିବାର ସୁବିଧା ଯୋଗାଇ, ୨୪ ଘଂଟିଆ ରକ୍ତ ଯୋଗାଣ ବ୍ୟବସ୍ଥା ଭଳି ଅତି ଜରୁରୀ ଆବଶ୍ୟକତାକୁ ପୂରଣ କରିବାରେ ଏହା ସହାୟକ ହେବ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, କେନ୍ଦ୍ର ସରକାର ଜିଲ୍ଲା ଡାକ୍ତରଖାନା ଗୁଡିକରେ ମାଗଣା ଡାଏଲିସିସ୍‌ର ସୁବିଧା ଆରମ୍ଭ କରିଛନ୍ତି ।

ଗୁଜରାଟୀଙ୍କୁ ଉଦ୍ଦେଶ୍ୟ କରି, ପ୍ରଧାନମନ୍ତ୍ରୀ ଟ୍ରଷ୍ଟ ଏବଂ ଏହାର ନେତୃତ୍ୱକୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଏହି ସମ୍ମାନସ୍ପଦ ବ୍ୟକ୍ତି ମାନଙ୍କର ମହାନ ବିଶେଷତା ହେଉଛି ରଚନାତ୍ମକ କାର୍ଯ୍ୟ ସହିତ ଆନ୍ଦୋଳନର ସମ୍ମିଶ୍ରଣ ଅଟେ । ‘ନରମ କିନ୍ତୁ ଦୃଢ଼ ନିଶ୍ଚିତ’ ମୁଖ୍ୟମନ୍ତ୍ରୀଙ୍କୁ ସେ ତାଙ୍କର ନେତୃତ୍ୱ ପାଇଁ ଏବଂ ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବା କାରଣକୁ ନେଇ ଅନେକ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧିତ କରି କହିଥିଲେ ଯେ, ଯେଉଁଠାରେ ସମ୍ଭବ ହୋଇପାରୁଛି ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରାଯିବା ଉଚିତ୍ । ପ୍ରଧାନମନ୍ତ୍ରୀ ଗୁଜରାଟର ବିକାଶର ଉନ୍ନତ ପରମ୍ପରା ସମ୍ପର୍କରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ବିକାଶର ନୂତନ ମାନଦଣ୍ଡ ରଖା ଯାଇଛି ବୋଲି କହିଥିଲେ । ସେ କହିଥିଲେ ଯେ, ଏହି ବିକାଶର ପରମ୍ପରା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗକୁ ନିଆଯାଉଛି ।

ଷ୍ଟାଚ୍ୟୁ ଅଫ୍ ୟୁନିଟି ସମ୍ପର୍କରେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ମାଧ୍ୟମରେ ସର୍ଦ୍ଦାର ପଟେଲ୍‌ଙ୍କୁ ଭାରତ ଅନ୍ତରର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି, ଯାହାଙ୍କର ନାମ ସମଗ୍ର ବିଶ୍ୱରେ ପହଂଚି ସାରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗୁଜରାଟ, ଯାହା ମାଆ ଅନ୍ନପୂର୍ଣ୍ଣାଙ୍କର ବାସସ୍ଥଳୀ, ସେଠାରେ ଅପପୁଷ୍ଟିର କୌଣସି ସ୍ଥାନ ନାହିଁ । ସେ ଆହୁରି ମଧ୍ୟ କହିଥିଲେ ଯେ, ଅପପୁଷ୍ଟି ଅଜ୍ଞତା କାରଣରୁ ହୋଇଥାଏ । ସେ ସନ୍ତୁଳିତ ଆହାରର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।  ଭୋଜନ ଉତମ ସ୍ୱାସ୍ଥ୍ୟ ଦିଗରେ ହେଉଛି ପ୍ରଥମ ପଦକ୍ଷେପ, ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଅପପୁଷ୍ଟି ଖାଦ୍ୟ ଅଭାବ ଜନିତ କାରଣରୁ ନୁହେଁ, ଏହା ଖାଦ୍ୟକୁ ନେଇ ଜ୍ଞାନର ଅଭାବର ଫଳାଫଳ ହୋଇଥାଏ” ।  ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାମାରୀ ସମୟରେ ସରକାର ୮୦ କୋଟିରୁ ଅଧିକ ଲୋକମାନଙ୍କୁ ମୁକ୍ତ ଖାଦ୍ୟଶସ୍ୟ ଯୋଗାଣକୁ ସୁନିଶ୍ଚିତ କରିଥିଲେ । ଗତ ରାତିରେ ଆମେରିକା ରାଷ୍ଟ୍ରପତିଙ୍କ ସହିତ ହୋଇଥିବା କଥାବାର୍ତା ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ, ସେ ଆମେରିକା ରାଷ୍ଟ୍ରପତିଙ୍କୁ କହିଛନ୍ତି, ଯଦି ଅନୁମତି ଦେବା ପାଇଁ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)ର ନିୟମରେ କୋହଳ କରାଯାଏ, ଭାରତ ଅନ୍ୟ ଦେଶଗୁଡିକୁ ଖାଦ୍ୟଶସ୍ୟ ଯୋଗାଣ କରିବା ନିମନ୍ତେ ପ୍ରସ୍ତାବ ପଠେଇବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମାଆ ଅନ୍ନପୂର୍ଣ୍ଣାଙ୍କ କୃପାରୁ ଭାରତୀୟ କୃଷକମାନେ ସମଗ୍ର ବିଶ୍ୱର ଯତ୍ନ ନେଇ ଆସୁଛନ୍ତି ।

ପ୍ରଧାନମନ୍ତ୍ରୀ ଗୁଜରାଟରେ ଟୀକାକରଣ ଅଭିଯାନର ଭୂୟସୀ ପ୍ରଶଂସା କରିଥିଲେ । ଶିଳ୍ପ ବିକାଶର ଅତ୍ୟାଧୁନିକ ଧାରାର ଆବଶ୍ୟକତା ଅନୁଯାୟୀ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ସେ ଦୋହରାଇ ଥିଲେ । ଫାର୍ମାସ୍ୟୁଟିକାଲ୍ ଉଦ୍ୟୋଗରେ ରାଜ୍ୟର ପ୍ରମୁଖ ଭୂମିକା ନିମନ୍ତେ ଫାର୍ମାସି କଲେଜ ସ୍ଥାପନ କରିବାର ପ୍ରାଥମିକ ପ୍ରୋତ୍ସାହନକୁ ଉଲ୍ଲେଖ କରି, ସେ କହିଥିଲେ ଯେ, ଦକ୍ଷତା ବିକାଶ କରିବା ନିମନ୍ତେ ସମୁଦାୟ ଏବଂ ସରକାରଙ୍କର ପ୍ରୟାସ ଗୁଡିକର ଅନେକ ଗୁଣରେ ପ୍ରଭାବ ପଡିଥାଏ । ଶିଳ୍ପ ୪.୦ ମାନ୍ୟତା ପ୍ରାପ୍ତ କରିବା ନିମନ୍ତେ ଗୁଜରାଟକୁ ଦେଶର ନେତୃତ୍ୱ ନେବା ଉଚିତ୍‌, କାରଣ ରାଜ୍ୟର ଏଭଳି କରିବାର କ୍ଷମତା ଏବଂ ସ୍ୱଭାବ ରହିଛି ବୋଲି ସେ କହିଛନ୍ତି ।

ଡାଏଲିସିସ୍ ରୋଗୀ ମାନଙ୍କର ଆର୍ôଥକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବକୁ ଦେଖି, ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ଜିଲ୍ଲାରେ ମୁକ୍ତ ଡାଏଲିସିସ୍ ସୁବିଧାକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଭଳି ଭାବେ, ଜନ ଔଷଧି କେନ୍ଦ୍ରରେ ଶସ୍ତା ଔଷଧ ଉପଲବ୍ଧ କରାଇ ରୋଗୀ ମାନଙ୍କର ଖର୍ଚ୍ଚ କମ୍ କରାଯାଉଛି । ସ୍ୱଚ୍ଛତା, ପୁଷ୍ଟି, ଜନ ଔଷଧି, ଡାଏଲିସିସ୍ ଅଭିଯାନ, ଷ୍ଟେଂଟ୍ ମୂଲ୍ୟ କମ୍ କରିବା ଏବଂ ଆଣ୍ଠୁଗଣ୍ଠି ପ୍ରତିରୋପଣର ମୂଲ୍ୟ କମ୍ କରିବା ଭଳି ବିଭିନ୍ନ ବ୍ୟବସ୍ଥା ସାଧାରଣ ଲୋକଙ୍କ ଉପରେ ବିତୀୟ ବୋଝକୁ କମ୍ କରିଛି । ସମାନ ଭାବରେ, ଆୟୁଷ୍ମାନ୍ ଭାରତ ଯୋଜନା ଗରିବ ଶ୍ରେଣୀର ଏବଂ ମଧ୍ୟମ ବର୍ଗର ରୋଗୀମାନଙ୍କୁ, ବିଶେଷ କରି ମହିଳା ମାନଙ୍କୁ ସାହାଯ୍ୟ କରିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଯୋଡିଥିଲେ । 

ଛାତ୍ରାବାସ ଏବଂ ଶିକ୍ଷା ପରିସରରେ ୬୦୦ ଛାତ୍ରମାନଙ୍କ ନିମନ୍ତେ ରହିବା ପାଇଁ ୧୫୦ ଟି କୋଠରୀ ତିଆରି କରାଯାଇଛି । ଅନ୍ୟ ସୁବିଧା ଗୁଡିକ ମଧ୍ୟରେ ଜିପିଏସ୍‌ସି ନିମନ୍ତେ ପ୍ରଶିକ୍ଷଣ କେନ୍ଦ୍ର, ୟୁପିଏସ୍‌ସି ପରୀକ୍ଷା, ଇ- ଲାଇବ୍ରେରୀ, ସମ୍ମିଳନୀ କକ୍ଷ, ଖେଳ କକ୍ଷର ସୁବିଧା, ଟିଭି କକ୍ଷ ଏବଂ ଛାତ୍ରମାନଙ୍କ ନିମନ୍ତେ ପ୍ରାଥମିକ ସ୍ୱାସ୍ଥ୍ର‌୍ୟ ସୁବିଧା ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ ।

ଜନସହାୟ ଟ୍ରଷ୍ଟ ହୀରାମଣି ଆରୋଗ୍ୟ ଧାମର ବିକାଶ କରିବ । ଏଥିରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରହିବ, ଯେଉଁଥିରେ ଏକା ସହିତ ୧୪ ଜଣ ବ୍ୟକ୍ତିଙ୍କର ଡାଏଲିସିସ୍ ସୁବିଧା, ୨୪ ଘଂଟିଆ ରକ୍ତ ଯୋଗାଣ ସୁବିଧା, ଚବିଶ ଘଂଟିଆ ଖୋଲା ରହୁଥିବା ମେଡିକାଲ୍ ଷ୍ଟୋର୍‌, ଅତ୍ୟାଧୁନିକ ପାଥୋଲୋଜି ଲାବରେଟୋରି ଏବଂ ସ୍ୱାସ୍ଥ୍ୟ ଯାଂଚ ନିମନ୍ତେ ଉଚ୍ଚ ସ୍ତରର ଯନ୍ତ୍ରାଂଶ ସୁବିଧା ଉପଲବ୍ଧ ରହିବ । ଆୟୁର୍ବେଦ, ହୋମିଓପାଥିକ୍‌, ଆକ୍ୟୁପଙ୍କ୍‌ଚର, ଯୋଗ ଥେରାପିର ଅତ୍ୟାଧୁନିକ ସୁବିଧା ସହିତ ଏହା ଏକ ଡେ – କେୟାର କେନ୍ଦ୍ର ହେବ । ଏହା ପ୍ରାରମ୍ଭିକ ଚିକିତ୍ସା ନିମନ୍ତେ ତାଲିମ୍‌, ଟେକ୍ନିସିଆନ୍ ମାନଙ୍କୁ ତାଲିମ୍ ଏବଂ ଡାକ୍ତରମାନଙ୍କୁ ତାଲିମ୍ ସୁବିଧା ଯୋଗାଇବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Policy paralysis’ to ‘dynamism’: PM Modi returns to SRCC, maps India’s growth in 13 years

Media Coverage

‘Policy paralysis’ to ‘dynamism’: PM Modi returns to SRCC, maps India’s growth in 13 years
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."