“ସମସ୍ତ ସମ୍ପ୍ରଦାୟ ସେମାନଙ୍କର କ୍ଷମତା ଅନୁସାରେ ନିଜର ଭୂମିକା ନିର୍ବାହ କରିଥାନ୍ତି ଏବଂ ସମାଜ ପ୍ରତି ସେମାନଙ୍କର ଭୂମିକା ନିର୍ବାହ କରିବାରେ ପଟ୍ଟିଦାର ସମ୍ପ୍ରଦାୟ କେବେ ବି ପଛରେ ରହିନାହାନ୍ତି ।”
“ଷ୍ଟାଚ୍ୟୁ ଅଫ୍ ୟୁନିଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ସର୍ଦ୍ଦାର ପଟେଲ୍‌ଙ୍କୁ ଅନ୍ତରର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ।”
“ଅପପୁଷ୍ଟି ଖାଦ୍ୟ ଅଭାବ ଜନିତ କାରଣରୁ ନୁହେଁ, ଏହା ଖାଦ୍ୟକୁ ନେଇ ଜ୍ଞାନର ଅଭାବର ଫଳାଫଳ ହୋଇଥାଏ”
“ଗୁଜୁରାଟର କ୍ଷମତା ଏବଂ ସ୍ୱଭାବ ଅନୁସାରେ, ଏହି ରାଜ୍ୟ ଶିଳ୍ପ ୪.୦ ମାନକକୁ ପ୍ରାପ୍ତ କରିବା ନିମନ୍ତେ ଦେଶରେ ନେତୃତ୍ୱ ନେବା ଉଚିତ୍‌,

ନମସ୍କାର

ଜୟ ମା ଅନ୍ନପୂର୍ଣ୍ଣା ।

ଜୟ-ଜୟ ମା’ ଅନ୍ନପୂର୍ଣ୍ଣା ।

ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ ଏବଂ ସଂସଦରେ ମୋର ସହକର୍ମୀ ଏବଂ ଗୁଜରାଟର ବିଜେପିର ସଭାପତି ଶ୍ରୀ ସିଆର ପାଟିଲ୍, ଅନ୍ନପୂର୍ଣ୍ଣା ଧାମ ଟ୍ରଷ୍ଟର ସଭାପତି, ସଂସଦରେ ମୋ ସହିତ ଅମୀନ, ଅନ୍ୟ ପଦାଧିକାରୀଗଣ, ଜନ ପ୍ରତିନିଧିଗଣ, ସମାଜର ବରିଷ୍ଠ ସାଥୀ, ଭଉଣୀ ଏବଂ ଭାଇମାନେ...

ମା’ ଅନ୍ନପୂର୍ଣ୍ଣାଙ୍କର ଏହି ପବିତ୍ର ଧାମରେ ଆସ୍ଥା, ଆଧ୍ୟାତ୍ମିକତା ଏବଂ ସାମାଜିକ ଦାୟିତ୍ୱବୋଧ ସହିତ ଜଡ଼ିତ ବଡ଼ ଅନୁଷ୍ଠାନ ସହିତ ମୋତେ ଯୋଡ଼ି ହେବାର ଯେଉଁ ସୁଯୋଗ ନିରନ୍ତର ଭାବେ ମିଳୁଛି, ମନ୍ଦିରର ଭୂମି ପୂଜନ କରାଯାଇଛି, ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯାଇଛି, ହଷ୍ଟେଲର ଭୂମି ପୂଜା କରାଯାଇଛି ଏବଂ ଆଜି ଏହାକୁ ଉଦଘାଟନ କରାଯାଉଛି । ମା’ଙ୍କ ଆଶୀର୍ବାଦ ସହିତ ପ୍ରତ୍ୟେକ ଥର ମୋତେ କୌଣସି ପ୍ରକାରରେ ଆପଣମାନଙ୍କ ମଧ୍ୟରେ କହିବାର ସୁଯୋଗ ମିଳିଥାଏ । ଆଜି ଶ୍ରୀ ଅନ୍ନପୂର୍ଣ୍ଣା ଧାମ ଟ୍ରଷ୍ଟ, ଅଦାଲାଜ କୁମାର ହଷ୍ଟେଲ ଏବଂ ଶିକ୍ଷା କମ୍ପ୍ଲେକ୍ସର ଉଦଘାଟନ ସହିତ ଜନ ସହାୟକ ଟ୍ରଷ୍ଟ, ହୀରାମଣି ଆରୋଗ୍ୟ ଧାମର ମଧ୍ୟ ଭୂମି ପୂଜନ କରାଯାଇଛି । ଶିକ୍ଷା, ପୁଷ୍ଟିକର ଏବଂ ଆରୋଗ୍ୟ କ୍ଷେତ୍ରରେ ଗୁଜରାଟର ସ୍ୱଭାବ ସମାଜ ପାଇଁ ରହିଆସିଛି । ଯାହାର ଯେତିକି ଶକ୍ତି, ପ୍ରତ୍ୟେକ ସମାଜ କିଛି ନା କିଛି ସାମାଜିକ ଦାୟିତ୍ୱ ତୁଲାଇ ଥାଆନ୍ତି ଏବଂ ସେଥିରେ ପାଟିଦାର ସମାଜ ମଧ୍ୟ କେତେବେଳେ ପଛରେ ରୁହନ୍ତି ନାହିଁ । ଆପଣ ସମସ୍ତେ ଏହି ସେବାର ଯଜ୍ଞରେ ମା’ ଅନ୍ନପୂର୍ଣ୍ଣାଙ୍କର ଆଶୀର୍ବାଦରେ ଆହୁରି ଅଧିକ ସକ୍ଷମ ହୁଅନ୍ତୁ, ଆହୁରି ଅଧିକ ଉତ୍ସର୍ଗୀକୃତ ହୁଅନ୍ତୁ ଏବଂ ସେବା କ୍ଷେତ୍ରରେ ଅଧିକ ଶିଖରକୁ ଯାଆନ୍ତୁ । ମାତା ଅନ୍ନପୂର୍ଣ୍ଣା ଆପଣଙ୍କୁ ଏହିପରି ଆଶୀର୍ବାଦ କରନ୍ତୁ । ମୋ ତରଫରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ମଧ୍ୟ ଜଣାଉଛି । ଅନେକ ଅନେକ ଶୁଭକାମନା ମଧ୍ୟ ଦେଉଛି ।

ସାଥୀମାନେ, ସମୃଦ୍ଧି ଏବଂ ଧନର ଦେବୀ ମା’ ଅନ୍ନପୂର୍ଣ୍ଣାଙ୍କ ଉପରେ ଆମର ଅଗାଧ ବିଶ୍ୱାସ ରହିଛି । ପାଟିଦାର ସମାଜ ଧରିତ୍ରୀ ମା’ ସହିତ ସିଧାସଳଖ ଜଡ଼ିତ ହୋଇ ରହିଛି । ମା’ଙ୍କ ଏହି ଅଗାଧ ଶ୍ରଦ୍ଧା ହେତୁ କିଛି ମାସ ପୂର୍ବରୁ ଆମେ ମାତା ଅନ୍ନପୂର୍ଣ୍ଣାଙ୍କ ପ୍ରତିମାକୁ କାନାଡାରୁ କାଶୀକୁ ଫେରାଇ ଆଣିଛୁ । ମାତାଙ୍କର ଏହି ପ୍ରତିମାକୁ ଦଶନ୍ଧି ପୂର୍ବରୁ କାଶୀରୁ ଚୋରି କରି ବିଦେଶକୁ ପଠାଯାଇଥିଲା । ଆମ ସଂସ୍କୃତିର ଏହିପରି ଅନେକ ପ୍ରତୀକକୁ ଗତ ୭/୮ ବର୍ଷରେ ବିଦେଶରୁ ଫେରାଇ ଅଣାଯାଇଛି ।

ସାଥୀମାନେ, ଆମ ସଂସ୍କୃତିରେ ଆମ ପରମ୍ପରାରେ ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପରେ ସର୍ବଦା ଅଧିକ ଗୁରୁତ୍ୱ ଦିଆଯାଉଛି । ଆଜି ଆପଣ ଏହି ତତ୍ତ୍ୱଗୁଡ଼ିକୁ ମା’ ଅନ୍ନପୂର୍ଣ୍ଣାଙ୍କ ଧାମରେ ବିସ୍ତାର କରିଛନ୍ତି । ଏହି ଯେଉଁ ନୂତନ ସୁବିଧାଗୁଡ଼ିକ ବିକଶିତ ହୋଇଛି, ଏଠାରେ ଯେଉଁ ଆରୋଗ୍ୟଧାମ ନିର୍ମାଣ ହେବାକୁ ଯାଉଛି, ଏଠାରେ ଗୁଜରାଟର ସାଧାରଣ ଲୋକେ ବହୁତ ଅଧିକ ଲାଭ ପାଇବେ । ବିଶେଷକରି ଅନେକ ଲୋକଙ୍କର ଡାଇଲେସିସ ସୁବିଧା ଏବଂ ୨୪ ଘଣ୍ଟା ରକ୍ତ ଯୋଗାଣର ସୁବିଧା ଦ୍ୱାରା ଅନେକ ରୋଗୀ ଉପକୃତ ହେବା ସହ ସେବା ପାଇପାରିବେ । କେନ୍ଦ୍ର ସରକାର ଜିଲ୍ଲା ଡାକ୍ତରଖାନାମାନଙ୍କରେ ଯେଉଁ ମାଗଣା ଡାଇଲେସିସ୍ ସୁବିଧା ଆରମ୍ଭ କରିଛନ୍ତି, ସେହି ଅଭିଯାନକୁ ଆପଣଙ୍କର ପ୍ରୟାସ ଆହୁରି ଶକ୍ତି ଯୋଗାଇବ । ଏହି ସମସ୍ତ ମାନବ ପ୍ରୟାସ ପାଇଁ, ସେବା ଭାବ ପାଇଁ, ସମର୍ପଣ ଭାବ ପାଇଁ ଆପଣ ସମସ୍ତେ ପ୍ରଶଂସାର ପାତ୍ର ଅଛନ୍ତି ।

ଯେତେବେଳେ ମୁଁ ଗୁଜରାଟର ଲୋକଙ୍କ ପାଖକୁ ଆସେ, ସେତେବେଳେ ମୋତେ ଲାଗିଥାଏ ଯେ ମୁଁ ଗୁଜରାଟୀରେ ଟିକିଏ କଥାବାର୍ତ୍ତା ହେବା ଉଚିତ । ଅନେକ ବର୍ଷ ଧରି ଆପଣମାନଙ୍କ ମଧ୍ୟରେ ରହିଛି । ଏକ ପ୍ରକାରରେ କହିବାକୁ ଗଲେ ଶିକ୍ଷା, ଦୀକ୍ଷା ସବୁକିଛି ଆପଣମାନେ କରିଛନ୍ତି, ଏବଂ ଆପଣ ଯେଉଁ ସଂସ୍କାର ଦେଇଛନ୍ତି, ଯେଉଁ ଶିକ୍ଷା ଦେଇଛନ୍ତି, ଏହାକୁ ନେଇ ଆଜି ମୋତେ ଦେଶର ଯେଉଁ ଦାୟିତ୍ୱ ଦେଇଛନ୍ତି, ଏହାକୁ ପୂରଣ କରିବାରେ ମୁଁ ବୁଡ଼ି ରହିଛି। ଏହାର ପରିଣାମ ସ୍ୱରୂପ ନରହରିଙ୍କର ବହୁତ ଆଗ୍ରହ ରହିବା ସତ୍ତ୍ୱେ ମଧ୍ୟ ଆପଣଙ୍କ ସମ୍ମୁଖକୁ ଆସପାରିଲେ ନାହିଁ । ଯଦି ମୁଁ ସମ୍ମୁଖକୁ ଆସି ପାରିଲି ନାହିଁ । ଯଦି ମୁଁ ସମ୍ମୁଖକୁ ଆସିଥାନ୍ତି, ତେବେ ମୋତେ ବହୁତଗୁଡ଼ିଏ ପୁରୁଣା ମହାନୁଭବଙ୍କ ସହ ସାକ୍ଷାତ ହେବାର ଅବସର ମିଳିଥାନ୍ତା । ସମସ୍ତଙ୍କ ସହିତ ଖୁସି ଅନୁଭବ କରିଥାନ୍ତି । କିନ୍ତୁ ବର୍ତ୍ତମାନ ମୁଁ ଟେକ୍ନୋଲୋଜୀର ମାଧ୍ୟମ ନେଇ ଆପଣ ସମସ୍ତଙ୍କୁ ଭେଟିବାର ସୁଯୋଗ ହାତଛଡ଼ା କରିପାରିବି ନାହିଁ । ସେଥିପାଇଁ ଏଠାରୁ ମୁଁ ଆପଣ ସମସ୍ତଙ୍କୁ ଦର୍ଶନ କରୁଛି । ଆପଣ ସମସ୍ତଙ୍କୁ ନମସ୍କାର କରୁଛି ।

ଆମର ନରହରି ଭାଇଙ୍କର ଅନେକ ବିଶେଷତା ଅଛି, ସେ ମୋର ପୁରୁଣା ବନ୍ଧୁ ଅଟନ୍ତି । ନରହରି ଭାଇଙ୍କର ବିଶେଷତ୍ୱ ହେଉଛି ଯେ ତାଙ୍କର ଯେଉଁ ସାଧାରଣ ଜୀବନ ଏହା ଆନେ୍ଦାଳନର ଗର୍ଭରୁ ହିଁ ଜନ୍ମ ହୋଇଛି । ନବନିର୍ମାଣ ଆଂଦୋଳନରୁ ସେ ଜନ୍ମ ହୋଇଛନ୍ତି କିନ୍ତୁ ଆଂଦୋଳନରୁ ଜନ୍ମିତ ଜୀବ ରଚନାତ୍ମକ ପ୍ରବୃତ୍ତିରେ ମିଶିଥାନ୍ତି ଏବଂ ଏହା ପ୍ରକୃତରେ ଆନନ୍ଦର ବିଷୟ ଅଟେ । ସୁଖର ବିଷୟ ଅଟେ । ଏବଂ ନରହରି ଭାଇ ଆନେ୍ଦାଳନରୁ ବାହାରିଥିବା ଏକ ପ୍ରାଣୀ, ସେ ରାଜନୀତିରେ ରହି ମଧ୍ୟ ସେ ଏହି ଭଳି ରଚନାତ୍ମକ କାର୍ଯ୍ୟ କରିଥାନ୍ତି ଏବଂ ମୁଁ ମାନୁଛି ଯେ ଏହାର ବହୁତ ବଡ଼ ମହତ୍ୱ ରହିଛି । ଘନଶ୍ୟାମ ଭାଇ ମଧ୍ୟ ସମବାୟ ସମିତି ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଅଟନ୍ତି । ଏକ ପ୍ରକାରରେ କହିବାକୁ ଗଲେ ପରିବାରର ପୂରା ସଂସ୍କାର ଏପରି ଯେ, ସେମାନେ ଏହିପରି କିଛି ନା କିଛି ଭଲ କାର୍ଯ୍ୟ କରି ଥାଆନ୍ତି ଏବଂ ଏଥିପାଇଁ ତାଙ୍କର ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କର ମଧ୍ୟ ବର୍ତ୍ତମାନ ନରହରି ଭାଇଙ୍କର ଏକ ନୂତନ ପିଢ଼ି ପ୍ରସ୍ତୁତ କରୁଛନ୍ତି । ତେଣୁ ତାଙ୍କୁ ମଧ୍ୟ ମୋର ଶୁଭେଚ୍ଛା ।

ଆମର ମୁଖ୍ୟମନ୍ତ୍ରୀ କଠୋର ଏବଂ ନରମ । ଗୁଜରାଟକୁ ଏପରି ଏକ ନେତୃତ୍ୱ ମିଳିଛି, ମୋତେ ବିଶ୍ୱାସ ଅଛି ଯେ ଆଗାମୀ ଦିନରେ ଗୁଜରାଟକୁ ନୂତନ ଶିଖରକୁ ନେଇଯିବାରେ ସେମାନଙ୍କର ଆଧୁନିକ ଚିନ୍ତାଧାରା ଏବଂ ମୌଳିକ କାର୍ଯ୍ୟ ପାଇଁ ଦାୟିତ୍ୱର ସମାନତା ପ୍ରକୃତରେ ଆମ ରାଜ୍ୟ ପାଇଁ ସେମାନଙ୍କ ପକ୍ଷରୁ ବହୁତ ବଡ଼ ନେତୃତ୍ୱ ମିଳୁଛି । ଏବଂ ଆଜି ସେମାନେ ଯେତେଗୁଡ଼ିକ ବିଷୟ କହିଛନ୍ତି ଏବଂ ଏଠାରେ ମୋର ଅନୁମାନ ଯେ ସମସ୍ତ ଲୋକମାନଙ୍କୁ ଏବଂ ବିଶେଷ କରି ସ୍ୱାମୀ ନାରାୟଣ ସମ୍ପ୍ରଦାୟର ଭାଇମାନଙ୍କୁ ମୁଁ ଆଗ୍ରହ ପ୍ରକାଶ କରୁଛି ଯେ ଯେଉଁଠାରେ ମଧ୍ୟ ଆମର ହରି ଭକ୍ତ ଅଛନ୍ତି ସେଠାରେ ପ୍ରାକୃତିକ ଚାଷ କରିବା ପାଇଁ ଆଗକୁ ବଢ଼ିବା ଉଚିତ । ଏହି ଧରିତ୍ରୀ ମା’କୁ ବଞ୍ଚାଇବା ପାଇଁ ଆମକୁ ଯଥା ସମ୍ଭବ ଚେଷ୍ଟା କରିବାକୁ ପଡ଼ିବ । ଆପଣ ଦେଖିବେ ୩/୪ ବର୍ଷ ମଧ୍ୟରେ ଏହାର ଫଳ ଏପରି ଦେଖାଯିବା ଆରମ୍ଭ କରିବ, ମାତାର ଶକ୍ତି ଏତେ ହେବ ଯେ ଆମେ ସମସ୍ତେ ଖୁସିରେ ରହିବା ଏବଂ ଏଥିପାଇଁ ଆମେ ସମସ୍ତେ କାର୍ଯ୍ୟ କରିବା ଜରୁରି ଅଟେ ।

ଗୁଜରାଟ ଦେଶର ବିକାଶ ପାଇଁ ଏବଂ ମୋର ମନେ ଅଛି ଯେତେବେଳେ ମୁଁ କାମ କରୁଥିଲି, ସେତେବେଳେ ଆମର ଏକ ମନ୍ତ୍ର ଥିଲା ଯେ ଭାରତର ବିକାଶ ପାଇଁ ଗୁଜରାଟର ବିକାଶ ଜୁରରି ଏବଂ ଗୁଜରାଟର ବିକାଶ ପାଇଁ ଏଭଳି ସବୁ ମାପଦଣ୍ଡ ସ୍ଥାପନା କରିବା ଯାହା ଗୁଜରାଟର ସମୃଦ୍ଧ ପରମ୍ପରା ଅଟେ, ସେହି ସମୃଦ୍ଧ ପରମ୍ପରାକୁ ଭୂପେନ୍ଦ୍ର ଭାଇଙ୍କ ନେତୃତ୍ୱରେ ଆମେ ସମସ୍ତେ ମିଳିମିଶି ଆଗକୁ ବଢ଼ାଇବା । ମୋତେ ଖୁସି ଲାଗୁଛି ଯେ ଦୁଇ ଚାରିଦିନ ପୂର୍ବେ ମୋତେ କେହିଜଣେ ଏକେ ଭିଡିଓ ପଠାଇଥିଲେ, ଯେଉଁଥିରେ ଭୂପେନ୍ଦ୍ର ଭାଇ ମାତା ଅମ୍ବାଜୀଙ୍କର ଏଭଳି ଭାବରେ କାୟାକଳ୍ପ ଦେଉଛନ୍ତି, କାରଣ ମୋର ଅମ୍ବାଜୀଙ୍କ ସହ ଏକ ବିଶେଷ ସମ୍ପର୍କ ଅଛି । ସେଥିପାଇଁ ମୁଁ ଅଧିକ ଖୁସି ଅନୁଭବ କଲି ଏବଂ ଯେଉଁଭଳି ଭାବରେ ସେ ଗାବରର ନୂଆ ରୂପକୁ ଗ୍ରହଣ କରିଛନ୍ତି, ଭୂପେନ୍ଦ୍ର ଭାଇ ତାଙ୍କ ଦର୍ଶନକୁ ଯେଭଳି ଭାବରେ ନବକଳେବରରେ ବାସ୍ତବରେ ପରିଣତ କରିଛନ୍ତି ଏବଂ ଯେଭଳି ଭାବରେ ଭାତା ଅମ୍ବାଙ୍କର ସ୍ଥାନର ବିକାଶ ହେଉଛି ଏବଂ ଯେଭଳି ଭାବରେ ଷ୍ଟାଚୁ୍ୟ ଅଫ୍ ୟୁନିଟି ମାଧ୍ୟମରେ ସର୍ଦ୍ଦାର ସାହେବଙ୍କୁ ଗୁଜରାଟ ଏତେବଡ଼ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ସର୍ଦ୍ଦାର ସାହେବଙ୍କ ନାମ ଆଜି ସମଗ୍ର ବିଶ୍ୱରେ ଶୀର୍ଷରେ ଅଛି ଏବଂ ଏତେ ବର୍ଷର ସ୍ୱାଧୀନତା ସତ୍ତ୍ୱେ ଏହା ଘଟିଛି । ଏବଂ ମୋତେ ଏହିଭଳି ଭାବରେ ବିଶ୍ୱାସ ଥିଲା ଯେ ଯେତେବେଳେ ମୁଁ ଅମ୍ବାଜୀରେ ଥିଲି ସେତେବେଳେ ମୁଁ ୫୧ ଶକ୍ତିପୀଠର କଳ୍ପନା କରିଥିଲି । ଯଦି କୌଣସି ବ୍ୟକ୍ତି ଅମ୍ବାଜୀଙ୍କୁ ଆସନ୍ତି ଏହାର ମୂଳସ୍ୱରୂପ ୫୧ ଶକ୍ତିପୀଠ ପରିଦର୍ଶନ କରିବାର ସୁଯୋଗ ପାଇପାରିବେ । ଆଜି ସେହି କାର୍ଯ୍ୟକୁ ଭୂପେନ୍ଦ୍ର ଭାଇ ହାତକୁ ନେଇଛନ୍ତି । ପୂର୍ଣ୍ଣ ଗର୍ବ ଏବଂ ଗୌରବ ସହିତ ଲୋକମାନଙ୍କୁ ସମର୍ପିତ କରିଛନ୍ତି ଏବଂ ସେହିଭଳି ଭାବରେ ଗବ୍ୱର, ଯେଉଁଠାରେ ବହୁତ କମ ଲୋକ ଗବ୍ୱର ଦେଇ ଯାଉଥିଲେ । ଆଜି ଗବ୍ୱରଙ୍କୁ ମଧ୍ୟ ମାତା ଅମ୍ବାଙ୍କ ସ୍ଥାନ ପରି ଗୁରୁତ୍ୱ ଦେବା ଏବଂ ନିଜେ ସେଠାକୁ ଯିବା ଏବଂ ଯେପରି ଭାବରେ ସେଠାରେ ମା’ ଗାବରଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି, ସେହି କାରଣରୁ ଉତ୍ତର ଗୁଜରାଟରେ ପର୍ଯ୍ୟଟନ କ୍ଷେତ୍ର ବୃଦ୍ଧି ପାଇଛି । ବର୍ତ୍ତମାନ ମୁଁ ଦେଖିଛି ନଡ଼ା ବେଟରେ ଯେଭଳି ଭାବରେ ଭାରତର ଶେଷ ଗାଁର ବ୍ୟବହୃତ କରାଯାଇଛି ।

ଭୂପେନ୍ଦ୍ର ଭାଇଙ୍କ ନେତୃତ୍ୱରେ ସମଗ୍ର ଉତ୍ତର ଗୁଜରାଟରେ ପର୍ଯ୍ୟଟନର ସମ୍ଭାବନା ବହୁଗୁଣିତ ହୋଇଛି ଏବଂ ଏହା ଆମ ସମସ୍ତଙ୍କର ଦାୟିତ୍ୱ ଅଟେ ଯେ ଯେତେବେଳେ ଏହିପରି ସମସ୍ତ ସ୍ଥାନର ବିକାଶ ହେଉଛି ସେତେବେଳେ ଆମେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଉଚିତ ଏବଂ ଆରୋଗ୍ୟର କାମ ହାତରେ ନେବା ଉଚିତ । ସେତେବେଳେ ସ୍ୱଚ୍ଛତା ଏହାର ମୂଳରେ ରହିଥାଏ । ଏହାର ମୂଳରେ ପୋଷଣ ରହିଛି ଏବଂ ଯେଉଁଠାରେ ମାତା ଅନ୍ନପୂର୍ଣ୍ଣା ବିରାଜମାନ କରିଛନ୍ତି ସେଠାରେ ଆମର ଗୁଜରାଟରେ ପୁଷ୍ଟିହୀନତା କିପରି ହୋଇପାରିବ ଏବଂ କୁପୋଷଣର ଅଭାବ ଠାରୁ ଅଧିକ ପୋଷଣର ଅଜ୍ଞତା ଏହାର କାରଣ ହୋଇଥାଏ । ଏହି ଅଜ୍ଞାନତା କାରଣରୁ ଜଣାପଡ଼େ ନାହିଁ ଯେ ଶରୀରକୁ କେଉଁ ଜିନିଷର ଆବଶ୍ୟକତା ଅଛି, କ’ଣ ଖାଦ୍ୟ ଖାଇବା ଉଚିତ? ଆପଣ କେଉଁ ବୟସରେ ଖାଇବା ଉଚିତ? ପିଲାମାନେ ମା’ କ୍ଷୀରରୁ ଯେଉଁ ଶକ୍ତି ପାଇଥାନ୍ତି ଏବଂ ଯଦି ଆମେ ଅଜ୍ଞାନତା ହେତୁ ଏଥିରୁ ଦୂରେଇ ଯାଆନ୍ତି ତେବେ ଆମେ ସେହି ପିଲାମାନଙ୍କୁ କେବେ ମଧ୍ୟ ଶକ୍ତିଶାଳୀ କରିପାରିବା ନାହିଁ, ତେଣୁ ଯେତେବେଳେ ଆମେ ମୌଳିକତା ସହ ମାତା ଅନ୍ନପୂର୍ଣ୍ଣାଙ୍କ ସାନିଧ୍ୟରେ ବସିଥାଉ, ସେତେବେଳେ ଆମେ ସେମାନଙ୍କୁ ମନେ ପକାଇବା ଏବଂ ମୁଁ ନିଶ୍ଚିତ ଯେ ଏହି ଟାଇମିଂ ହଲ ୬ଠଠ ଲୋକଙ୍କୁ ଖାଦ୍ୟ ଦେବ । ଏବଂ ସେହି ସମୟରେ ମୁଁ ନରହରି ଜୀଙ୍କୁ ଆଉ ଏକ ନୂତନ କାର୍ଯ୍ୟ ଦାୟିତ୍ୱ ଦେଉଛି କି ସେଠାରେ ଏକ ଭିଡିଓ ରଖନ୍ତୁ । ଯେଉଁଠାରେ ଆମ ଡାଇନିଂ ହଲରେ ଆମେ ଖାଇବା ସେ ସମୟରେ ସମସ୍ତେ ପରଦାରେ ଭିଡିଓ ଦେଖନ୍ତୁ । ଯେଉଁ ଭିଡିଓରେ କେବଳ ତାହା ହିଁ ଦେଖାଦେବ କ’ଣ ଖାଇବା ଏବଂ କ’ଣ ଖାଇବା ଦରକାର ନାହିଁ । କ’ଣ ଖାଇବା ଦ୍ୱାରା ଶରୀର ପାଇଁ ଲାଭଦାୟକ ହେବ । ଶରୀରକୁ କେଉଁ ତତ୍ତ୍ୱର ଆବଶ୍ୟକତା ରହିଛି ତାହାର ସୂଚନା ଭିଡିଓରେ ଦିଆଯାଉଥିବ । ଯାହାକୁ ଖାଇବା ବେଳେ ସେମାନଙ୍କ ମନେ ପଡ଼ିବ ଯେ ମାତାଙ୍କ ପ୍ରସାଦ ସହିତ ଏହି ଜ୍ଞାନ ନେଇ ଆମେ ଘରକୁ ଯାଇ ତାହାକୁ ପାଳନ କରିବାକୁ ପଡ଼ିବ । ଆଜିକାଲି ଏହିପରି ଲୋକଙ୍କୁ ଜାଣିବା ବହୁ ସଂଖ୍ୟାରେ ଦେଖାଯାଇଥାଏ ।

ଆପଣଙ୍କର ଏକ ନୂତନ ପ୍ରକାରର ଡାଇନିଂ ହଲ୍ ପ୍ରସିଦ୍ଧ ହୋଇଯିବ ଏବଂ ଗଣମାଧ୍ୟମ ଲୋକମାନେ ଯେତେବେଳେ ଆପଣଙ୍କର ଏହି ଡାଇନିଂ ହଲର ଭିଡ଼ିଓ ଆସିବ ସେତେବେଳେ ଆପଣ ଡାଇନିଂ ହଲ ଦେଖିବାକୁ ଆସବେ । ଏବଂ ମୋତେ ବିଶ୍ୱାସ ଅଛି ଯେ ମୁଁ ଆଜି ପର୍ଯ୍ୟନ୍ତ ନରହରି ଭାଇଙ୍କୁ ଯେତିକି ପରାମର୍ଶ ଦେଇଛି ସେ ଆଜି ପର୍ଯ୍ୟନ୍ତ କୌଣସି ପରାମର୍ଶକୁ ଅସମ୍ମାନ କରିନାହାନ୍ତି । ସେଥିପାଇଁ ମଧ୍ୟ ସେ ନିଶ୍ଚିତ ଭାବରେ ଏହାକୁ ଧ୍ୟାନରେ ରଖିବେ ଏବଂ ଏଠାରେ ଆମେ ଶାସ୍ତ୍ରରେ ଏକ ଭଲ କାର୍ଯ୍ୟ କରିଛୁ ଏବଂ ଆମର ଏଠାରେ ଶାସ୍ତ୍ରାରେ ଗୋଟିଏ ଭଲ କଥା କୁହାଯାଇଛି ଏବଂ ଦେଖନ୍ତୁ ଆମର ପୂର୍ବ ପୁରୁଷମାନେ କେତେ ଭଲ କରିଯାଇଛନ୍ତି । ସେ କହିଛନ୍ତି-

ଦେୟଂ ବେଶଜମ୍ ଆର୍ତ୍ତସ୍ୟପରିଶ୍ରୀତସ୍ୟ  ଆସନମ୍  କୃଷି ତଶ୍ୟାଶ୍ଚ ପାନି ୟହସୁଦ୍ଧି ତଶ୍ୟାଶ୍ଚ ଭୋଜନମ 

ଏହାର ଅର୍ଥ ହେଲା ଯେ ପୀଡ଼ିତାଙ୍କୁ ଔଷଧ, କ୍ଲାନ୍ତ ବ୍ୟକ୍ତିଙ୍କୁ ଆସନ, ଶୋଷିଲା ବ୍ୟକ୍ତିଙ୍କୁ ପାଣି ଏବଂ ଭୋକିଲା ଲୋକଙ୍କୁ ଖାଦ୍ୟ ଦିଆଯିବା ଉଚିତ । ଏହା ଆମର ଶାସ୍ତ୍ରରେ କୁହାଯାଇଛି । ଏହି କାର୍ଯ୍ୟକୁ ମାତା ଅନ୍ନପୂର୍ଣ୍ଣାଙ୍କ ସାନିଧ୍ୟରେ ଯେଉଁ ପରାମର୍ଶ ଦିଆଯାଇଥିଲା, ଏହି କାର୍ଯ୍ୟ ଆରମ୍ଭ ହେଉଛି ଏବଂ ଏହା ମୋ ପାଇଁ ଗର୍ବର ବିଷୟ ଅଟେ । ଆପଣ ଏବଂ ସମସ୍ତ ସହକର୍ମୀମାନେ ମୋ କଥାକୁ ମୁଣ୍ଡରେ ରଖି ପୂରଣ କରିଛନ୍ତି । ତେଣୁ ମୋର ଉତ୍ସାହ ଆହୁରି ବଢ଼ିଯାଇଛି ଏବଂ ସେହି ଦୁଇଟି ନୂତନ କାର୍ଯ୍ୟ ବିଷୟରେ ମୋର କହିବାର ଇଚ୍ଛା ହେଉଛି । ଖାଦ୍ୟ, ସ୍ୱାସ୍ଥ୍ୟ ପାଇଁ ପ୍ରଥମ ପଦକ୍ଷେପ । ଏବଂ ସେଥିପାଇଁ ଆମେ ପୋଷଣ ଅଭିଯାନ ପୂରା ଦେଶରେ ଚଳାଇବାକୁ ଆରମ୍ଭ କରିଛୁ । ମୁଁ ଆଜି ବି କହୁଛି ଯେ ଖାଦ୍ୟ ଅଭାବରୁ ପୁଷ୍ଟିହୀନତା ଆସେ, ତାହା ନୁହେଁ । ଖାଦ୍ୟ ବିଷୟରେ ଅଜ୍ଞତା ଯୋଗୁ ପୁଷ୍ଟିହୀନତା ଆସିବାର ସମ୍ଭାବନା ବଢ଼ି ଯାଇଥାଏ ।

ଆଜି ଆପଣ ଜାଣନ୍ତି ଯେ ଗତ ତିନି ବର୍ଷ, ଦୁଇ ଅଢ଼େଇ ବର୍ଷ ଧରି ଯେତେବେଳେ ଏହି କରୋନା ଆସିଲା ସେତେବେଳେ ଗୁଜରାଟର ଗରିବ ଲୋକମାନେ କିପରି ଭୋକ ପେଟରେ ରହିବେ ନାହିଁ । ଗରିବଙ୍କ ଘରେ ସନ୍ଧ୍ୟାରେ ଚୁଲି ଜଳିବ ଏପରି ନାହିଁ, ଏପରି ପରସ୍ଥିତି ଆମର ହେବ ନାହିଁ । ଏବଂ କିପରି ଦୁଇ ଅଢ଼େଇ ବର୍ଷ ଧରି ୮ଠଠ ନିୟୁତ ଲୋକ ମାଗଣା ଖାଦ୍ୟଶସ୍ୟ ପାଇପାରିବେ ଏହାକୁ ନେଇ ସମଗ୍ର ବିଶ୍ୱ ପ୍ରଶ୍ନ କରିଛି, ଏହା ବିଶ୍ୱ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସମଗ୍ର ବିଶ୍ୱରେ ଅଶାନ୍ତିର ପରିସ୍ଥିତି ସୃଷ୍ଟି ହୋଇଛି । କାହାକୁ କୌଣସି ଜିନିଷ ମିଳି ପାରୁନାହିଁ, ଯେଉଁଠାରୁ ଆମକୁ ପେଟ୍ରୋଲ ମିଳୁଛି, ତେଲ ମିଳୁଛି, ସାର ପାଇପାରୁଛୁ ସେଠାରେ ସବୁ କବାଟ ବନ୍ଦ ହୋଇଯାଇଛି ।

ଯୁଦ୍ଧର ଏପରି ପରିବେଶ ସୃଷ୍ଟି ହୋଇଛି ଯେ ସମସ୍ତେ ନିଜେ ନିଜକୁ ସମ୍ଭାଳିଛନ୍ତି । ଏଭଳି ପରିସ୍ଥିତିରେ ଦୁନିଆରେ ଏକ ନୂଆ ସମସ୍ୟା ଆସିଛି ଯେ ଖାଦ୍ୟର ଭଣ୍ଡାର ହ୍ରାସ ପାଇବାରେ ଲାଗିଛି । ଗତକାଲି ଯେତେବେଳେ ମୁଁ ଆମେରିକାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରୁଥିଲି, ସେତେବେଳେ ତାଙ୍କୁ ମଧ୍ୟ କହିଥିଲି ଯେ ଆମର ଏଠାରେ ଯଦି ଡବ୍ଲୁ୍ୟଟିଓ ଆମକୁ ଅନୁମତି ଦିଏ ତେବେ ଆମକୁ କିଛି କୋହଳ କରିଦେବେ ଯେ ଭାରତରେ ଯେଉଁ ଭଣ୍ଡାର ଅଛି ତାହାକୁ ଯଦି ଆମେ ବାହାରକୁ ପଠାଇ ପାରିବା ତା’ହେଲେ ଆମେ ତାହାକୁ ଆସନ୍ତାକାଲି ସେମାନଙ୍କୁ ପଠାଇବାକୁ ପ୍ରସ୍ତୁତ ଅଛୁ । ଆମେ ଭାରତକୁ ଖାଇବାକୁ ଦେଉଛୁ କିନ୍ତୁ ଆମର ଅନ୍ନପୂର୍ଣ୍ଣା ମା’ଙ୍କ ଆଶୀର୍ବାଦରୁ । ଆମର ଦେଶର କୃଷକମାନେ ଯେପରି ପୂର୍ବରୁ ହିଁ ପ୍ରସ୍ତୁତି ଚଳାଇଛନ୍ତି, ଯେପରି ସେମାନଙ୍କୁ ଦୁନିଆର ଚିନ୍ତା ପୂର୍ବରୁ ଅଛି । ସେହିଭଳି ସେମାନେ ପ୍ରସ୍ତୁତି କରିଛନ୍ତି । କିନ୍ତୁ ବର୍ତ୍ତମାନ ଦୁନିଆ ନୀତି ନିୟମରେ ରହିବା ଆବଶ୍ୟକ । ତେଣୁ ଜଣା ନାହିଁ କେବେ ଡବ୍ଲୁ୍ୟଟିଓ ଏଥିରେ ସୁଧାର ଆଣିବ ।

ଆପଣ ଦେଖନ୍ତୁ ଗୁଜରାଟର ଶକ୍ତି, ଭାରତୀୟ କ୍ଷେତ୍ରରେ କେତେ ଅଛି । ସମଗ୍ର ବିଶ୍ୱରେ ମୁଁ ଯେଉଁ ଶୀଘ୍ରତାର ସହ ଟିକାକରଣ ପାଇଁ କରୋନା ସମ୍ମୁଖରେ ଆମେ ଯେଉଁ ଅଭିଯାନ କରିଛୁ, ଏବଂ ମୁଁ ଭୂପେନ୍ଦ୍ର ଭାଇଙ୍କୁ ଗୁଜରାଟରେ ଟିକାକରଣ କାର୍ଯ୍ୟ ଶୀଘ୍ର କରିଥିବାରୁ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଉଛି । ବହୁତ ଭଲ ଭାବେ କାମ କରିଛନ୍ତି ଏବଂ ଏହି କାରଣରୁ ଗୁଜରାଟକୁ ସେ ବଞ୍ଚାଇ ପାରିଲେ । ଭୂପେନ୍ଦ୍ର ଭାଇ ଏବଂ ତାଙ୍କ ପୁରା ସରକାର ଏତେବଡ଼ କାମ କରିଥିବାରୁ ସେ ଅନେକ ଅଭିନନ୍ଦନ ପାଇବାକୁ ଯୋଗ୍ୟ ଅଟନ୍ତି । ଏବଂ ବର୍ତ୍ତମାନ ପିଲାମାନଙ୍କ ପାଇଁ ମଧ୍ୟ ଆମେ ଟିକାକରଣ ରିହାତି ଦେଇଛୁ ଏବଂ ଆମର ପାଟିଦାର ଭାଇମାନଙ୍କୁ ଦୀର୍ଘ ସମୟ ପାଇଁ ବିଦେଶ ଯିବାକୁ ପଡୁଛି, ହୀରା ବେପାରିମାନଙ୍କୁ ବାହାରକୁ ଯିବାକୁ ପଡ଼ିଥାଏ । ଗୁଜରାଟର ଲୋକମାନଙ୍କୁ ବ୍ୟବସାୟ ପାଇଁ ବାହାରକୁ ଯିବାକୁ ପଡ଼ିଥାଏ । ଏପରି ପରିସ୍ଥିତିରେ ଯଦି କେହି ବାହାରକୁ ଯାଆନ୍ତି, ସେମାନଙ୍କୁ କେହି ପଚାରନ୍ତି ଯେ ଆପଣ ପ୍ରିକସନ୍ ଡୋଜ୍ ନେଇଛନ୍ତି କି ନାହିଁ, ତେବେ ଆମର ଏବେ ଏପରି ସୁବିଧା ଅଛି ଯେ ବର୍ତ୍ତମାନ ଆପଣ ଯେକୌଣସି ଡାକ୍ତରଖାନାକୁ ଯାଇ ଏହାର ମାତ୍ର ନେଇପାରିବେ ଏବଂ ଚାଲିଯାଇ ପାରିବେ । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ତେଣୁ ଯାହା ବି ଆବଶ୍ୟକତା ହେଉ ସେଗୁଡ଼ିକ ପୂରଣ କରିବା ପାଇଁ ଆମେ ପ୍ରାୟ ସମସ୍ତ ପ୍ରକାରର ଚେଷ୍ଟା କରୁଛୁ ଏବଂ ବର୍ତ୍ତମାନ ସମୟ ଆସିଛି ଏହି କ୍ଷେତ୍ରରେ ମୁଁ ସମାଜର ଲୋକଙ୍କୁ ଅନୁରୋଧ କରୁଛି ଯେ ଦକ୍ଷତା ବିକାଶ ପାଇଁ ଆମେ ଆମ ପିଲାମାନଙ୍କୁ କେତେ ପ୍ରାଧାନ୍ୟ ଦେଉଛୁ । ଏବଂ ଦକ୍ଷତା ବିକାଶ ମଧ୍ୟ ସେହି ପୁରୁଣାକାଳିଆ ନୁହେଁ, ବର୍ତ୍ତମାନ ସମୟରେ କୌଣସି ସାଇକେଲ ମରାମତି ଦ୍ୱାରା ଦକ୍ଷତା ବିକାଶ ହେଉ ନାହିଁ ।

ବର୍ତ୍ତମାନ ଦୁନିଆ ବଦଳି ଯାଇଛି, ଯେତେବେଳେ ଇଣ୍ଡଷ୍ଟ୍ରି ୪.ଠ ଘଟୁଛି ସେତେବେଳେ ଶିଳ୍ପ ବିକାଶ ୪.ଠ ଅନୁଯାୟୀ ଦକ୍ଷତା ବିକାଶ ମଧ୍ୟ ହେବା ଆବଶ୍ୟକ । ବର୍ତ୍ତମାନ ଗୁଜରାଟର ଶିଳ୍ପ ୪.ଠର ଦକ୍ଷତା ବିକାଶ କ୍ଷେତ୍ରରେ ନିଜକୁ ଲମ୍ଫ ଦେବାକୁ ପଡ଼ିବ ଏବଂ ଗୁଜରାଟକୁ ଏହି କାର୍ଯ୍ୟରେ ଭାରତର ନେତୃତ୍ୱ ନେବାକୁ ପଡ଼ିବ । ଗୁଜରାଟ ଉଦ୍ୟୋଗ ଜଗତରେ ଅଗ୍ରଣୀ ଅଛି । ଯେଉଁମାନେ ବୃତ୍ତିଗତଧାରୀ ଅଛନ୍ତି, ଯିଏ ଏଣ୍ଟରପ୍ରାଇଜେସର ଲୋକ ସେମାନଙ୍କର ସହଜ ପ୍ରଭାବରେ ଗୁଜରାଟ ସେଠାରେ ଅଛି ଯାହାକୁ ସେ ଅତୀତରେ କରିସାରିଛି । ମୁଁ ଆପଣଙ୍କୁ ଏକ ଉଦାହରଣ ଦେଉଛି, ଆମର ପୂର୍ବ ପୁରୁଷମାନେ ଗୁଜରାଟରେ ଏକ ଫାର୍ମାସୀ କଲେଜ ଆରମ୍ଭ କରିଥିଲେ । ସେ ବର୍ତ୍ତମାନ ୫ଠ-୬ଠ ବର୍ଷ ପୂରଣ କରିସାରିଛି । ସେହି ସମୟରେ ନଗର ସେଠ୍ ଏବଂ ମହାଜନର ଲୋକମାନେ ଭାରତରେ ପ୍ରଥମ ଫାର୍ମାସୀ କଲେଜ ଆରମ୍ଭ କରିଥିଲେ, କିନ୍ତୁ ସେମାନେ ହିଁ ଏହି କଲେଜ ଆରମ୍ଭ କରିଥିଲେ । କିନ୍ତୁ ଫଳାଫଳ ଆସିଲା ଯେ ଆଜି ଫାର୍ମାସୀ କ୍ଷେତ୍ରରେ ଗୁଜରାଟର ନାଁ ବିଶ୍ୱରେ ପରିଚିତ ହୋଇଛି ଏବଂ ଗୁଜରାଟର ଔଷଧ ତିଆରି କରୁଥିବା ଫାର୍ମାସିଟିକାଲ କମ୍ପାନିଗୁଡ଼ିକର ନାମ ସମଗ୍ର ବିଶ୍ୱରେ ଗୁଞ୍ଜରିତ ହେଉଛି ଏବଂ ଆମ ଗରିବ ଲୋକଙ୍କୁ କିଭଳି ଶସ୍ତାରେ ଔଷଧ ମିଳିବ ସେ ବିଷୟରେ ମଧ୍ୟ ସେମାନେ ଚିନ୍ତା କରିବା ଆରମ୍ଭ କରିଛନ୍ତି । ୫ଠ-୬ଠ ବର୍ଷ ପୂର୍ବେ ଏକ ଫାର୍ମାସୀ କଲେଜ ଗଠନ କରାଯାଇଥିଲା ଏବଂ ସେହି କାରଣରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ପରିବେଶ ଏବଂ ଇକୋ-ସିଷ୍ଟମ ସୃଷ୍ଟି ହୋଇଥିଲା । ସେଥିପାଇଁ ଆଜି ଫାର୍ମାସୀ ଉଦ୍ୟୋଗ ଗୁଜରାଟକୁ ଆଲୋକିତ କରିଦେଇଛି ।

ସେହିଭଳି ଭାବରେ ଯଦି ଆମର ଯୁବକମାନେ ଇଣ୍ଡଷ୍ଟ୍ରି ୪.ଠ ଟେକ୍ନୋଲୋଜି ସହିତ ଆଧୁନିକ ଏବଂ କୃତ୍ରିମ ବୁଦ୍ଧିଜୀବୀ ଦକ୍ଷତା ବିକାଶ କ୍ଷେତ୍ରରେ ପ୍ରସ୍ତୁତ ହେବେ ତେବେ ମୁଁ ନିଶ୍ଚିତ ଯେ ଆମେ ମଧ୍ୟ ଏହାର ନେତୃତ୍ୱ ନେଇପାରିବା ଏବଂ ଗୁଜରାଟର ସାମର୍ଥ୍ୟ ଅଛି ଯେ ଏହି ସମସ୍ତ କାର୍ଯ୍ୟ କରିବାକୁ ସକ୍ଷମ ହେବା । ଏହି ଦିଗରେ ଆମେ ଯେତେ ଆଗକୁ ବଢ଼ିବା ସେତେ ଅଧିକ ଲାଭ ହେବ । ଆଜି ଯେତେବେଳେ ମୁଁ ଆସିଲି ମୋର ଏକ ବଡ଼ ସମସ୍ୟା ଥିଲା । କିଡନୀ ରୋଗୀମାନଙ୍କ ସଂଖ୍ୟା ବଢୁଥିଲା, ଡାଇଲେସିସ ବଢୁଥିଲା ଏବଂ ଲୋକମାନେ ସକାଳୁ ୨ଠଠ-୨୫ଠ ଟଙ୍କା ଖର୍ଚ୍ଚ କରି ଘରୁ ବାହାରକୁ ଯାଉଥିଲେ । ବଡ଼ ଡାକ୍ତରଖାନାକୁ ଯାଉଥିଲେ । ଯେଉଁମାନଙ୍କୁ ଏକ ସପ୍ତାହରେ ଡାଇଲେସିସ କରିବାକୁ ପଡୁଥିଲା ସେମାନଙ୍କୁ ଦୁଇ ମାସ ମଧ୍ୟରେ ଗୋଟିଏ ସୁଯୋଗ ମିଳୁଥିଲା । ଏହିସବୁ ଅବସ୍ଥା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିଲା ଏବଂ ଆମର ପର୍ଯ୍ୟାପ୍ତ ସମ୍ବଳ ମଧ୍ୟରେ ମଧ୍ୟ ଆମେ ଏକ ଅଭିଯାନ ଆରମ୍ଭ କରିଥିଲୁ । ଭାରତରେ ଡାଇଲେସିସ ସୁବିଧା ଉପଲବ୍ଧ ହେବା ଉଚିତ ଏବଂ ଏହା ବିନା ମୂଲ୍ୟରେ । ଯାହାଦ୍ୱାରା ଯେଉଁମାନେ ଡାଇଲେସିସ ଆବଶ୍ୟକ କରନ୍ତି ସେମାନେ ଡାଇଲେସିସି ସେବା ପାଇବା ଉଚିତ ଏବଂ ଆଜି ଆମେ ସଫଳତାର ସହ ଆଗକୁ ବଢୁଛୁ ଏବଂ ଏହିପରି ରୋଗୀମାନେ ଏହାର ସାହାଯ୍ୟ ନେଉଛନ୍ତି । ଆମେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛୁ, ଏହା କ୍ୱଚିତ ଆଲୋଚନା କରାଯାଇଥାଏ ।

ଖବର ବାବଦରେ ଅଧିକ କିଛି ଦେଖିନାହିଁ, କାରଣ ସେମାନେ ସମସ୍ତେ ଅନ୍ୟ ସମସ୍ତ କାର୍ଯ୍ୟରୁ ଖାଲି ସମୟ ପାଇବେ, କିନ୍ତୁ ଆମେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛୁ, ଆମେ ଏହି ଦେଶର ମଧ୍ୟବିତ୍ତ ଏବଂ ଗରିବ ବର୍ଗକୁ ସର୍ବାଧିକ ଲାଭ ଦେଇଛୁ । ଏକ ଜନଔଷଧୀ କେନ୍ଦ୍ର ଅଛି, ଯଦି ଘରର ଜଣେ ବୟସ୍କ ବ୍ୟକ୍ତି ମଧୁମେହରେ ପୀଡ଼ିତ, ତେବେ ସେହି ପରିବାରକୁ ମାସରେ ଏକ ହଜାରରୁ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଯଦି ମଧ୍ୟମ ବର୍ଗର ବ୍ୟକ୍ତି ଔଷଧ ଖର୍ଚ୍ଚରେ ଭାରପ୍ରାପ୍ତ ସେମାନେ ଏସବୁ କିପରି କରିପାରିବେ, କିନ୍ତୁ ବର୍ତ୍ତମାନ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆମେ ଜନଔଷଧୀ, ଜନଔଷଧୀର ଔଷଧ ଉପରେ ଆମେ କୌଣସି ବୁଝାମଣା କରିବୁ ନାହିଁ । ତଥାପି ସେହି ସମାନ ଔଷଧ ଯାହା ୧ଠଠ ଟଙ୍କାରେ ଜନଔଷଧୀ କେନ୍ଦ୍ରରେ ୧ଠରୁ ୧୨ କିମ୍ବା ୧୫ ଟଙ୍କାରେ ଉପଲବ୍ଧ । ଜନଔଷଧୀ କେନ୍ଦ୍ରକୁ ଔଷଧ କିଣିବାକୁ ଗଲେ ବହୁତ ପଇସା ସଂଚୟ ହେବ । ଗରିବ ଲୋକ ସାହାଯ୍ୟ ପାଇବେ । ଅନେକ ଥର ଏହା ମଧ୍ୟ ଘଟେ ଯେ ଗରିବ ଲୋକମାନେ ଔଷଧ ସେବନ କରନ୍ତି ନାହିଁ, ସେଥିପାଇଁ ମଧ୍ୟ ସେମାନଙ୍କ ଠାରେ ସମସ୍ୟା ଦେଖା ଦେଇଥାଏ । ସେମାନେ ବିଲ୍ ପୈଠ କରିପାରିବେ ନାହିଁ । ଜନଔଷଧୀ ଯୋଗୁ ସାଧାରଣ ଲୋକ ମଧ୍ୟ ସେଠାରୁ ଔଷଧ କିଣିପାରିବେ । ତାଙ୍କର ଚିକିତ୍ସା ପାଇପାରିବେ । ଏଭଳି ଚିନ୍ତା ଆମେ କରୁଛୁ ।

ସ୍ୱଚ୍ଛତାର ଅଭିଯାନ ହେଉ, ଡାଇଲେସିସିର କାର୍ଯ୍ୟ ହେଉ, ପୁଷ୍ଟିକର କାର୍ଯ୍ୟ ହେଉ କିମ୍ବା ଜନଔଷଧୀ ମାଧ୍ୟମରେ ଶସ୍ତା ଔଷଧର ବିଷୟ ହେଉ, ଆମେ ସର୍ବଦା ଚିନ୍ତା କରିଥାଉ । ବର୍ତ୍ତମାନ ଯଦି ଆପଣଙ୍କର ହୃଦଘାତ ଅଛି ଷ୍ଟେଣ୍ଟ ପାଇଁ ଟଙ୍କା ହ୍ରାସ କରିବାକୁ ଆମେ ଏକ ଅଭିଯାନ ଆରମ୍ଭ କରିଛୁ । ଆଣ୍ଠୁର ଅପରେସନ ପାଇଁ ଟଙ୍କା ହ୍ରାସ କରିବା ପାଇଁ ଅଭିଯାନ ଆରମ୍ଭ କରିଛୁ । ଏପରି ଅନେକ କାର୍ଯ୍ୟ ଅଛି ଯାହାଦ୍ୱାରା ସାଧାର ଲୋକ ଯେପରି ଯନ୍ତ୍ରଣା ଭୋଗିବେ ନାହିଁ । ଆଉ ସବୁଠାରୁ ବଡ଼ କାମ ହେଉଛି ଆୟୁଷ୍ମାନ ଭାରତ ଯୋଜନା । ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ସରକାର ପ୍ରତିବର୍ଷ ଭାରତର ସାଧାରଣ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଗର ଚିକିତ୍ସା ଖର୍ଚ୍ଚ ଦେଉଛନ୍ତି ଏବଂ ମୁଁ ଦେଖିଛି ଯେ ଅନେକେ, ବିଶେଷ କରି ଆମର ମାତା, ଯଦି ସେମାନଙ୍କର ଗୁରୁତର ରୋଗ ହୁଏ ତେବେ ପ୍ରଥମେ ସେ ପିଲାମାନଙ୍କୁ ନାଁ କହୁଥିଲେ, କାରଣ ସେ ଭାବୁଥିଲେ ଯେ ଏହାଦ୍ୱାରା ପିଲାମାନେ ଆଘାତ ପାଇବେ, ତେଣୁ ସେ ଯନ୍ତ୍ରଣା ବହନ କରୁଥିଲେ ।

ଯେତେବେଳେ ମାମଲାଟି ଅଧିକ ଖରାପ ହେଲା ଏବଂ ଏହା ଅପରେସନକୁ ଆସିଲା ସେତେବେଳେ ମା’ କହୁଥିଲେ ମୁଁ ତୁମକୁ କରଜରେ ରଖିବାକୁ ଚାହେଁନାହିଁ, ମୋତେ ଆଉ ବା କ’ଣ ଅଧିକ ଦିନ ରହିବାକୁ ପଡ଼ିବ ଏବଂ ଜୀବନରେ ଯନ୍ତ୍ରଣା ସହିବାକୁ ପଡୁଥିଲା । ତେବେ ମା’ ବିଷୟରେ କିଏ ଚିନ୍ତା କରେ? ଯେଉଁଠାରେ ମାତା ଅମ୍ବାଙ୍କ ଧାମ, ମାତା କାଳୀଙ୍କ ଧାମ, ମା’ ଖୋଦିଆ ଯେଉଁଠାରେ ଅଛନ୍ତି, ମା’ ଓମିୟା, ଯେଉଁଠାରେ ମା’ ଅନ୍ନପୂର୍ଣ୍ଣ ଅଛନ୍ତି ସେଠାରେ ତାଙ୍କ ମା’ଙ୍କର ଯତ୍ନ କିଏ କରିବେ ଏବଂ ଆମେ ସ୍ଥିର କଲୁ ଯେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ମାଧ୍ୟରେ ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ଦାୟିତ୍ୱ ସରକାର ବହନ କରିବେ । ସର୍ବୋତ୍ତମ ଡାକ୍ତରଖାନାରେ ଏହି ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାର ଖର୍ଚ୍ଚ କରିବେ । ତାଙ୍କୁ ଅପରେସନ କରିବାକୁ ପଡ଼ିବ କି ନାହିଁ, ତାଙ୍କର କିଡନୀ ରୋଗ ଯଦି ଅଛି ତେବେ ସମସ୍ତ ଖର୍ଚ୍ଚ ବହନ କରିବେ । କେବଳ ଏତିକି ନୁହେଁ, ଯଦି ସେ ଅହମ୍ମଦାବାଦରେ ଅଛନ୍ତି ଏବଂ ମୁମ୍ବାଇରେ ଅସୁସ୍ଥ ହୋଇପଡ଼ିଛନ୍ତି ତା’ହେଲେ ସରକାର ତାଙ୍କ ଚିକିତ୍ସାର ଦାୟିତ୍ୱ ଗ୍ରହଣ କରିବେ । ସେମାନଙ୍କୁ ଅପରେସନ କରିବାକୁ ପଡ଼ିବ। ଜରୁରିକାଳୀନ ଚିକିତ୍ସା କରାଯିବା ଉଚିତ । କେବଳ ଏତିକି ନୁହେଁ, ଯଦି ଅହମ୍ମଦାବାଦର ଏହି ବ୍ୟକ୍ତି ମୁମ୍ବାଇ ଯାଇଛନ୍ତି ତେବେ ସେ ସେଠାରେ ତାଙ୍କର ଲାଭ ପାଇପାରିବେ । ଯଦି ସେ ହାଇଦ୍ରାବାଦ ଯାଇଛନ୍ତି ତେବେ ସେ ସେଠାରେ ପାଇବେ । ଗୋଟିଏ ଉପାୟରେ, ଆମେ ସ୍ୱାସ୍ଥ୍ୟ ପାଇଁ ଯଥା ସମ୍ଭବ ସୁରକ୍ଷା ଦେବାକୁ ଚେଷ୍ଟା କରୁଛୁ ଏବଂ ଗୁଜରାଟର ବିଶେଷତ୍ୱ ହେଉଛି ଯେ ଗୁଜରାଟ ଏକ ରାଜ୍ୟ ଯାହା ସବୁବେଳେ ସମସ୍ତଙ୍କ ସହ ଚାଲିଥାଏ ।

ଯେତେବେଳେ ବି ଆମର ଏଠାରେ ଆପତ୍ତି ଆସିଥାଏ ଏବଂ ଖାଦ୍ୟ ପ୍ୟାକେଟ ବିତରଣ କରିବାକୁ ପଡ଼ିଥାଏ ସେତେବେଳେ ସରକାରଙ୍କ ଉଦ୍ୟମକୁ ହ୍ରାସ କରିବାକୁ ପଡ଼ିବ । ଆମର ଏଠାରେ ସ୍ୱାମୀ ନାରାୟଣ ଅନୁଷ୍ଠାନକୁ ଫୋନ କଲ୍ କରିବେ, ସନ୍ତରାମ ଅନୁଷ୍ଠାନକୁ କଲ୍ କରିବେ, ତେବେ ଖାଦ୍ୟ ପ୍ୟାକେଟ ତୁରନ୍ତ ଗୁଜରାଟରେ ପହଞ୍ଚôବ । କେହି ଭୋକିଲା ରହନ୍ତି ନାହିଁ । ମାତା ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦରେ ଏହା ସବୁ ହୋଇଥାଏ । ଏହି ଆବଶ୍ୟକତା ଗୁଜରାଟର ଏବଂ ଏହା ଆଧାରରେ ଆମେ ଗୁଜରାଟକୁ ପ୍ରଗତି ପଥରେ ଆଗକୁ ନେଉଛୁ । ଶିକ୍ଷା ପାଇଁ, ସ୍ୱାସ୍ଥ୍ୟ ପାଇଁ, ଆମେ ଅନେକ ଭଲ ବ୍ୟବସ୍ଥା କରୁଛୁ ଏବଂ ଆମେ ଆଧ୍ୟାତ୍ମିକତା କ୍ଷେତ୍ରରେ ମଧ୍ୟ ଚିନ୍ତା କରୁଛୁ । ତ୍ରିବେଣୀ ମିଶିଛି, ତେବେ ମୁଁ ଆପଣମାନଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IRCTC disables 3cr user IDs, flags 6cr; scales up AI-based kitchen monitoring

Media Coverage

IRCTC disables 3cr user IDs, flags 6cr; scales up AI-based kitchen monitoring
NM on the go

Nm on the go

Always be the first to hear from the PM. Get the App Now!
...
PM shares a Sanskrit Subhashitam emphasizing nature's conservation on World Environment Day
June 05, 2026

Prime Minister Shri Narendra Modi today extended his best wishes to everyone on World Environment Day, applauding all those passionate about environmental conservation.

The Prime Minister remarked that this day serves to reaffirm the commitment to protecting the environment and furthering sustainable growth, highlighting the numerous government initiatives over the last decade that have expanded green cover and increased the population of several animal species.

Shri Modi noted that the people of India have demonstrated how collective efforts, robust policies, belief in science, and innovation can significantly improve the environment.

The Prime Minister observed that India takes immense pride in its biological diversity, which supports countless species and livelihoods through diverse ecosystems.

Highlighting noteworthy strides in special species recovery, Shri Modi pointed out that conservation efforts for the Great Indian Bustard, snow leopards, sloth bears, and Cheetahs offer a glimpse of how sustained commitment can help restore wildlife and ecosystems.

The Prime Minister added that initiatives like ‘Ek Ped Maa Ke Naam’ have made significant contributions towards adding nearly 1.1 lakh hectares of forest every year.

Shri Modi affirmed that guided by the principle of ‘One Earth, One Family and One Future’, India will continue working towards a cleaner, greener, and more sustainable planet through the spirit of Mission LiFE.

The Prime Minister emphasized that this deep cultural ethos is beautifully reflected in traditional Indian wisdom, sharing a sacred Sanskrit Subhashitam to reinforce the message of environmental stewardship.

In a series of posts on X, the Prime Minister shared:

"Best wishes to everyone on World Environment Day. I would like to applaud all those passionate about environmental conservation. This is a day to reaffirm our commitment to protecting our environment and furthering growth that is sustainable. Numerous efforts by our Government over the last decade highlight our work in this direction. Some of India’s key successes include expanding green cover and a rise in the population of several animals. The people of India have shown how collective efforts, policies, belief in science and innovation can improve our environment.” 

“We in India are very proud of our biological diversity. Our diverse ecosystems support countless species and livelihoods. Our efforts in special recovery have also been noteworthy. Conservation efforts for the Great Indian Bustard, snow leopards, sloth bears and Cheetahs have given a glimpse of how sustained commitment can help restore wildlife and ecosystems. Initiatives such as ‘Ek Ped Maa Ke Naam’ have made significant contributions towards adding nearly 1.19 lakh hectares of forest every year.” 

“Guided by the principle of ‘One Earth, One Family and One Future’, we will continue working towards a cleaner, greener and more sustainable planet through the spirit of Mission LiFE.” 

“प्रकृति का संरक्षण केवल एक दायित्व नहीं, बल्कि हमारी संस्कृति और संस्कारों का भी अभिन्न हिस्सा है।

मधु वाता ऋतायते मधु क्षरन्ति सिन्धवः।
माध्वीर्नः सन्त्वोषधीः॥"

May the air flow pleasantly and beneficially around us, may the rivers provide life-giving and nourishing water, and may herbs and plants bring health and well-being to all living beings.