‘‘ଭାରତରେ ଆମେ ଏଆଇ ନବୋନ୍ମେଷ ଭାବନା ଦେଖୁଛୁ’’
‘‘‘ସମସ୍ତଙ୍କ ପାଇଁ ଏଆଇ’ ଉଦ୍ଦେଶ୍ୟ ଦ୍ୱାରା ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମ ପରିଚାଳିତ’’
‘‘ଏଆଇର ଦାୟିତ୍ୱପୂର୍ଣ୍ଣ ଏବଂ ନୈତିକ ବ୍ୟବହାର ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ’’
‘‘ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏଆଇ ପରିବର୍ତ୍ତନଶୀଳ କିନ୍ତୁ ଏହାକୁ ଅଧିକରୁ ଅଧିକ ସ୍ୱଚ୍ଛ କରିବା ଆମ ଉପରେ ନିର୍ଭର କରେ’’
‘‘ଏଆଇ ଉପରେ ବିଶ୍ୱାସ ସେତେବେଳେ ବଢିବ ଯେତେବେଳେ ସମ୍ପୃକ୍ତ ନୈତିକ, ଆର୍ଥିକ ଏବଂ ସାମାଜିକ ଦିଗଗୁଡ଼ିକର ସମାଧାନ ହେବ’’
‘‘ଏଆଇ ଅଭିବୃଦ୍ଧି ଧାରାରେ ଅପ୍‌ସ୍କିଲିଂ ଏବଂ ରିସ୍କିଲିଂକୁ ଅଂଶବିଶେଷ କରାଯାଉ’’
‘‘ଏଆଇର ନୈତିକ ବ୍ୟବହାର ପାଇଁ ଏକ ବିଶ୍ୱସ୍ତରୀୟ ଢାଞ୍ଚା ପ୍ରସ୍ତୁତ କରିବା ପାଇଁ ଆମକୁ ଏକାଠି କାମ କରିବାକୁ ପଡିବ’’
"ଏଆଇ ଦ୍ୱାରା ସୃଷ୍ଟ ବୋଲି ଦର୍ଶାଇ କୌଣସି ସୂଚନା କିମ୍ବା ଉତ୍ପାଦକୁ ଚିହ୍ନିତ କରିବାକୁ ଏକ ସଫ୍ଟୱେୟାର୍ ୱାଟରମାର୍କ ପ୍ରଚଳନ କରାଯାଇପାରିବ କି’’
‘‘ଏକ ଅଡିଟ୍ ବ୍ୟବସ୍ଥା ଖୋଜନ୍ତୁ ଯାହା ଏଆଇ ଉପକରଣଗୁଡିକୁ ସେମାନଙ୍କ କ୍ଷମତା ଅନୁଯାୟୀ ଲାଲ, ହଳଦିଆ କିମ୍ବା ସବୁଜରେ ଶ୍ରେଣୀଭୁକ୍ତ କରିପାରିବ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବୈଶ୍ୱିକ ସହଭାଗିତା (ଜିପିଏଆଇ) ଶିଖର ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରୀୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଛନ୍ତି । ଜିପିଏଆଇ ହେଉଛି ଏକ ବହୁ-ଅଂଶୀଦାର ଆଧାରିତ ପ୍ରୟାସ ଯେଉଁଥିରେ ୨୯ ଟି ସଦସ୍ୟ ଦେଶ ଏଆଇ ସମ୍ବନ୍ଧୀୟ ପ୍ରାଥମିକତା ଉପରେ ଅତ୍ୟାଧୁନିକ ଗବେଷଣା ଏବଂ ପ୍ରୟୋଗ କାର୍ଯ୍ୟକଳାପକୁ ସମର୍ଥନ କରି ଏଆଇ କ୍ଷେତ୍ରରେ ବିଷୟବସ୍ତୁ ଏବଂ ଅଭ୍ୟାସ ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୨୪ରେ ଭାରତ ଜିପିଏଆଇର ମୁଖ୍ୟ ଅଧ୍ୟକ୍ଷତା ଦାୟିତ୍ୱ ନିର୍ବାହ କରୁଛି।

ସମଗ୍ର ବିଶ୍ୱ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ବିତର୍କ କରୁଥିବା ବେଳେ ଆସନ୍ତା ବର୍ଷ ଜିପିଏଆଇ ଶିଖର ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରୁଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ । ଏହି କ୍ଷେତ୍ରରେ ସାମ୍ନାକୁ ଆସୁଥିବା ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଦିଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଷ୍ଟ୍ରକୁ ଦିଆଯାଇଥିବା ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ଏଆଇର ବିଭିନ୍ନ ଶିଳ୍ପ ନେତାଙ୍କ ସହ କଥାବାର୍ତ୍ତା କରିବା ଏବଂ ଜିପିଏଆଇ ଶିଖର ସମ୍ମିଳନୀ ବିଷୟରେ ଆଲୋଚନା କରିବା ପ୍ରସଙ୍ଗ ମନେ ପକାଇଥିଲେ । ଛୋଟ ହେଉ କି ବଡ଼ ସବୁ ଦେଶ ଉପରେ ଏଆଇର ପ୍ରଭାବ ପଡ଼ିଛି ବୋଲି ସେ କହିଛନ୍ତି ଏବଂ ଏ ଦିଗରେ ସତର୍କତାର ସହ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଛନ୍ତି। ଜିପିଏଆଇ ଶିଖର ସମ୍ମିଳନୀରେ ହୋଇଥିବା ଆଲୋଚନା ମାନବିକତାର ମୂଳଦୁଆକୁ ଦିଗଦର୍ଶନ ଦେବ ଏବଂ ସୁରକ୍ଷିତ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଏଆଇ ପ୍ରତିଭା ଏବଂ ଏଆଇ ସମ୍ବନ୍ଧୀୟ ଚିନ୍ତାଧାରା କ୍ଷେତ୍ରରେ ଭାରତ ପ୍ରମୁଖ ରାଷ୍ଟ୍ର । ଭାରତୀୟ ଯୁବକମାନେ ଏଆଇ ଟେକ୍ନୋଲୋଜିର ପରୀକ୍ଷଣ ଓ ସୀମାକୁ ଆଗକୁ ବଢ଼ାଉଥିବାରୁ ଭାରତରେ ଏକ ଜୀବନ୍ତ ଏଆଇ ଭାବନା ଦୃଶ୍ୟମାନ ହେଉଛି ବୋଲି ସେ କହିଛନ୍ତି। ଶିଖର ସମ୍ମିଳନୀରେ ଏଆଇ ପ୍ରଦର୍ଶନୀରେ ପ୍ରଦର୍ଶିତ ବିଭିନ୍ନ ପ୍ରଯୁକ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୁବକମାନେ ଟେକ୍ନୋଲୋଜି ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି । ପ୍ରଧାନମନ୍ତ୍ରୀ ନିକଟରେ ଆରମ୍ଭ ହୋଇଥିବା ଏଆଇ କୃଷି ଚାଟ୍‌ବୋଟ୍‌ ବିଷୟରେ ସୂଚନା ଦେଇଥିଲେ ଯାହା କୃଷକମାନଙ୍କୁ କୃଷିର ବିଭିନ୍ନ ଦିଗରେ ସାହାଯ୍ୟ କରିବ । ସ୍ୱାସ୍ଥ୍ୟ ସେବା ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ କ୍ଷେତ୍ରରେ ଏଆଇର ବ୍ୟବହାର ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

‘‘ଭାରତର ବିକାଶ ମନ୍ତ୍ର ହେଉଛି 'ସବ୍ କା ସାଥ ସବକା ବିକାଶ'" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ସରକାର ସମସ୍ତଙ୍କ ପାଇଁ ଏଆଇ ଭାବନା ସହିତ ନିଜର ନୀତି ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ । ସାମାଜିକ ବିକାଶ ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଏଆଇର ସାମର୍ଥ୍ୟର ସର୍ବାଧିକ ଫାଇଦା ଉଠାଇବାକୁ ସରକାର ପ୍ରୟାସ କରୁଥିବା ବେଳେ ଏହାର ଦାୟିତ୍ୱପୂର୍ଣ୍ଣ ଏବଂ ନୈତିକ ବ୍ୟବହାର ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରିବା ଏବଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଥିବା ଏଆଇ ମିଶନ ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯାହାର ଲକ୍ଷ୍ୟ ଏଆଇର କମ୍ପ୍ୟୁଟିଂ କ୍ଷମତା ପ୍ରତିଷ୍ଠା କରିବା । ଏହା ଦ୍ୱାରା ଭାରତରେ ଷ୍ଟାର୍ଟଅପ୍ ଏବଂ ଉଦ୍ଭାବକମାନଙ୍କୁ ଉନ୍ନତ ସେବା ମିଳିବ ଏବଂ କୃଷି, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା କ୍ଷେତ୍ରରେ ଏଆଇ ଆପ୍ଲିକେସନକୁ ପ୍ରୋତ୍ସାହନ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶିକ୍ଷାପ୍ରଶିକ୍ଷଣ ଅନୁଷ୍ଠାନ ମାଧ୍ୟମରେ ଟାୟର ୨ ଏବଂ ୩ ସହରରେ ଏଆଇ ସମ୍ବନ୍ଧୀୟ ଦକ୍ଷତା ପହଞ୍ଚାଇବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏଆଇ ପଦକ୍ଷେପକୁ ପ୍ରୋତ୍ସାହିତ କରୁଥିବା ଭାରତର ଜାତୀୟ ଏଆଇ ପୋର୍ଟାଲ ବିଷୟରେ ପ୍ରଧାନମନ୍ତ୍ରୀ ଏଆଇଆରଏଡବ୍ଲ୍ୟୁଏଟି ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ । ସେ ସୂଚନା ଦେଇଥିଲେ ଯେ ପ୍ରତ୍ୟେକ ଗବେଷଣା ପରୀକ୍ଷାଗାର, ଶିଳ୍ପ ଏବଂ ଷ୍ଟାର୍ଟଅପ୍ ପାଇଁ ଖୁବ୍ ଶୀଘ୍ର ଏକ ସାଧାରଣ ପ୍ଲାଟଫର୍ମ ଖୋଲାଯିବ ।

 

ଏଆଇର ଗୁରୁତ୍ୱ ଉପରେ ଜୋର୍‌ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭବିଷ୍ୟତ ଗଠନ ପାଇଁ ଏଆଇ ସବୁଠାରୁ ବଡ ଆଧାର ପାଲଟିଛି । ଏଆଇ ଯେହେତୁ ଲୋକଙ୍କୁ ସଂଯୋଗ କରିପାରିବ, ଏହା କେବଳ ଆର୍ଥିକ ବିକାଶକୁ ସୁନିଶ୍ଚିତ କରିବ ନାହିଁ ବରଂ ଏହା ସମାନତା ଓ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବ। ସେ ଏଆଇକୁ ଅଧିକ ସମାବେଶୀ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଏଆଇର ବିକାଶ ଯାତ୍ରା ଯେତେ ଅଧିକ ସମାବେଶୀ ହେବ, ଫଳାଫଳ ସେତେ ଅଧିକ ସମାବେଶୀ ହେବ। ଗତ ଶତାବ୍ଦୀରେ ବୈଷୟିକ ଜ୍ଞାନକୌଶଳର ଅସମାନ ଉପଲବ୍ଧତା ସମାଜରେ ଅସମାନତାକୁ ଆହୁରି ବଢ଼ାଇଛି ବୋଲି ସେ ଉଲ୍ଲେଖ କରିଥିଲେ। ଏହାକୁ ଏଡ଼ାଇବା ପାଇଁ ବୈଷୟିକ ଜ୍ଞାନକୌଶଳରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅବହେଳା କରାଯିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଆଇ ବିକାଶର ଦିଗ ସମ୍ପୂର୍ଣ୍ଣ ଭାବେ ମାନବିକ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ନିର୍ଭର କରିବ। ଦକ୍ଷତା ସହିତ ଭାବପ୍ରବଣତା, ପ୍ରଭାବ ସହିତ ନୈତିକତାକୁ ସ୍ଥାନ ଦେବା ଆମ ଉପରେ ନିର୍ଭର କରିଥାଏ ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଯେକୌଣସି ବ୍ୟବସ୍ଥାକୁ ସ୍ଥାୟୀ କରିବା ପାଇଁ ଏହାକୁ ପରିବର୍ତ୍ତନଶୀଳ, ସ୍ୱଚ୍ଛ ଏବଂ ବିଶ୍ୱସନୀୟ କରିବା ଜରୁରୀ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏଆଇ ପରିବର୍ତ୍ତନଶୀଳ କିନ୍ତୁ ଏହାକୁ ଅଧିକରୁ ଅଧିକ ସ୍ୱଚ୍ଛ କରିବା ଆମ ଉପରେ ନିର୍ଭର କରେ। ବ୍ୟବହାର କରାଯାଉଥିବା ତଥ୍ୟକୁ ସ୍ୱଚ୍ଛ ଏବଂ ପକ୍ଷପାତମୁକ୍ତ ରଖିବା ଏକ ଭଲ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏଆଇର ବିକାଶ ଯାତ୍ରାରେ କେହି ପଛରେ ପଡ଼ିବେ ନାହିଁ ବୋଲି ସବୁ ଦେଶମାନଙ୍କୁ ଆଶ୍ୱାସନା ଦେବା ଜରୁରୀ ବୋଲି ସେ କହିଛନ୍ତି। ଏଆଇ ଉପରେ ବିଶ୍ୱାସ ସେତେବେଳେ ବୃଦ୍ଧି ପାଇବ ଯେତେବେଳେ ସମ୍ପୃକ୍ତ ନୈତିକ, ଆର୍ଥିକ ଏବଂ ସାମାଜିକ ଦିଗପ୍ରତି ଧ୍ୟାନ ଦିଆଯିବ । ଏହାର ଏକ ଉପାୟ ହେଉଛି ଦକ୍ଷତା ଏବଂ ପୁନରୁଦ୍ଧାରକୁ ଏଆଇ ଅଭିବୃଦ୍ଧି ଧାରାର ଏକ ଅଂଶ କରିବା ବୋଲି ସେ କହିଛନ୍ତି। ଡାଟା ସୁରକ୍ଷା ଏବଂ ଦକ୍ଷିଣ ବିଶ୍ୱ ବା ଗ୍ଲୋବାଲ୍‌ ସାଉଥ୍‌କୁ ଆଶ୍ୱାସନା ମଧ୍ୟ ଅନେକ ଚିନ୍ତା ଦୂର କରିବ ।

ଏଆଇର ନକାରାତ୍ମକ ଦିଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ଏହା ଏକବିଂଶ ଶତାବ୍ଦୀରେ ବିକାଶର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହେବାର ସାମର୍ଥ୍ୟ ରଖିଛି, ତଥାପି ଏହାର ନକାରାତ୍ମକ ଦିଗ ବିନାଶରେ ମାରାତ୍ମକ ଭୂମିକା ଗ୍ରହଣ କରିପାରିବ । ଡିପ୍ ଫେକ୍, ସାଇବର ସିକ୍ୟୁରିଟି, ଡାଟା ଚୋରି ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକ ଏଆଇ ଉପକରଣର ଦୁରୂପଯୋଗ କରିବା ଭଳି ଆହ୍ୱାନ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଏହାର ମୁକାବିଲା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଦାୟିତ୍ୱବାନ ମାନବ-କେନ୍ଦ୍ରୀତ ଏଆଇ ପ୍ରଶାସନ ପାଇଁ ଏକ ଢାଞ୍ଚା ସୃଷ୍ଟି କରିବାକୁ ଭାରତର ପ୍ରସ୍ତାବ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଜି-୨୦ ନୂଆଦିଲ୍ଲୀ ଘୋଷଣାନାମା 'ଏଆଇ ନୀତି' ପ୍ରତି ସମସ୍ତ ସଦସ୍ୟ ରାଷ୍ଟ୍ରର ପ୍ରତିବଦ୍ଧତାକୁ ଦୋହରାଇଛି। ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗରେ ବୁଝାମଣା, ପ୍ରୋଟୋକଲ ଭଳି ଏକାଠି କାମ କରିବା, ଉଚ୍ଚ ବିପଦପୂର୍ଣ୍ଣ କିମ୍ବା ଛାମୁଆଁ ଏଆଇ ଉପକରଣର ପରୀକ୍ଷଣ ଏବଂ ବିକାଶ ସମେତ ଏଆଇର ନୈତିକ ବ୍ୟବହାର ପାଇଁ ଏକ ଢାଞ୍ଚା ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଦୃଢ଼ ବିଶ୍ୱାସ, ପ୍ରତିବଦ୍ଧତା, ସମନ୍ୱୟ ଏବଂ ସହଯୋଗର ଆବଶ୍ୟକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱକୁ ଏହି ଦିଗରେ ଗୋଟିଏ ମୁହୂର୍ତ୍ତ ବି ନଷ୍ଟ ନ କରିବାକୁ ଆହ୍ୱାନ ଦେଇଥିଲେ । ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆମକୁ ବୈଶ୍ୱିକ ଢାଞ୍ଚା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ମାନବିକତାର ସୁରକ୍ଷା ପାଇଁ ଏହା କରିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି।

 

ଏଆଇକୁ ଏକ ବିଶ୍ୱବ୍ୟାପୀ ଅଭିଯାନ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଆଇର ବିଶ୍ୱସନୀୟତା ବଢ଼ାଇବା ପାଇଁ କିଛି ପ୍ରଶ୍ନ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଯେପରିକି ଏଆଇ ଉପକରଣଗୁଡିକର ପରୀକ୍ଷଣ ଏବଂ ପ୍ରଶିକ୍ଷଣ ପାଇଁ ଡାଟା ସେଟ୍, କୌଣସି ଉତ୍ପାଦକୁ ବଜାରକୁ ଛାଡିବା ପୂର୍ବରୁ ପରୀକ୍ଷଣର ଅବଧି ଏବଂ ସମୟ । କୌଣସି ସୂଚନା କିମ୍ବା ଉତ୍ପାଦକୁ ଏଆଇ ଦ୍ୱାରା ସୃଷ୍ଟ ବୋଲି ଦର୍ଶାଇ ଚିହ୍ନିତ କରିବା ପାଇଁ ଏକ ସଫ୍ଟୱେର ୱାଟରମାର୍କ ପ୍ରଚଳନ କରାଯାଇପାରିବ କି ବୋଲି ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ।

ସରକାରଙ୍କ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରମାଣ ଭିତ୍ତିକ ନିଷ୍ପତ୍ତି ନେବା ପାଇଁ ବିଭିନ୍ନ ଯୋଜନାର ତଥ୍ୟ ଅନୁସନ୍ଧାନ କରିବା ପରାମର୍ଶ ଦେଇଥିଲେ। ଏଥିସହିତ ଏଆଇ ଉପକରଣଗୁଡ଼ିକୁ ପ୍ରଶିକ୍ଷଣ ଦେବା ପାଇଁ ଏହି ଡାଟା ବ୍ୟବହାର କରାଯାଇପାରିବ କି ନାହିଁ ତାହା ଦେଖିବାକୁ କହିଥିଲେ । ସେ ପ୍ରଶ୍ନ କରିଥିଲେ ଯେ ଏପରି ଏକ ଅଡିଟ୍ ବ୍ୟବସ୍ଥା ହୋଇପାରିବ କି ଯାହା ଏଆଇ ଉପକରଣଗୁଡିକୁ ସେମାନଙ୍କ କ୍ଷମତା ଅନୁଯାୟୀ ଲାଲ, ହଳଦିଆ କିମ୍ବା ସବୁଜ ବର୍ଗରେ ବର୍ଗୀକୃତ କରିପାରିବ। "ଆମେ ଏକ ସଂସ୍ଥାଗତ ବ୍ୟବସ୍ଥା ସ୍ଥାପନ କରିପାରିବା କି ଯାହା ସହାୟକ ନିଯୁକ୍ତି ସୁନିଶ୍ଚିତ କରିବ? ଆମେ ମାନକ ବୈଶ୍ୱିକ ଏଆଇ ଶିକ୍ଷା ପାଠ୍ୟକ୍ରମ ଆଣିପାରିବା କି? ଏଆଇ ଭିତ୍ତିକ ଭବିଷ୍ୟତ ପାଇଁ ଲୋକଙ୍କୁ ପ୍ରସ୍ତୁତ କରିବା ପାଇଁ ଆମେ ମାନଦଣ୍ଡ ସ୍ଥିର କରିପାରିବା କି?", ପ୍ରଧାନମନ୍ତ୍ରୀ ନିଜର ଅନୁସନ୍ଧିତ୍ସା ବ୍ୟକ୍ତ କରି କହିଥିଲେ।

ଭାରତରେ ଶତାଧିକ ଭାଷା ଏବଂ ହଜାର ହଜାର ଉପଭାଷାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଡିଜିଟାଲ ସମାବେଶୀତା ବୃଦ୍ଧି ପାଇଁ ସ୍ଥାନୀୟ ଭାଷାରେ ଡିଜିଟାଲ ସେବା ଉପଲବ୍ଧ କରାଇବା ପାଇଁ ଏଆଇ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଲୁପ୍ତ ହୋଇଯାଉଥିବା କଥିତ ଭାଷାଗୁଡ଼ିକୁ ପୁନରୁଦ୍ଧାର କରିବା, ସଂସ୍କୃତ ଭାଷାର ସମୃଦ୍ଧ ଜ୍ଞାନ ଭିତ୍ତିଭୂମି ଏବଂ ସାହିତ୍ୟକୁ ଆଗେଇ ନେବା ଏବଂ ବୈଦିକ ଗଣିତର ହଜିଯାଇଥିବା ଅଧ୍ୟାୟଗୁଡ଼ିକୁ ପୁନର୍ବାର ସଂଗ୍ରହ କରିବା ପାଇଁ ସେ ଏଆଇ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଜିପିଏଆଇ ଶିଖର ସମ୍ମିଳନୀ ବିଚାର ବିନିମୟ ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ଏବଂ ପ୍ରତ୍ୟେକ ପ୍ରତିନିଧିଙ୍କ ପାଇଁ ଏକ ଶ୍ରେଷ୍ଠ ଶିଖିବାର ଅନୁଭୂତି ସାବ୍ୟସ୍ତ ହେବ । ଆସନ୍ତା ଦୁଇ ଦିନ ମଧ୍ୟରେ ଆପଣ ଏଆଇର ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିବେ। ମୁଁ ଆଶା କରୁଛି ଯେ ସମ୍ମିଳନୀର ଫଳାଫଳ କାର୍ଯ୍ୟକାରୀ ହେଲେ ନିଶ୍ଚିତ ଭାବରେ ଏକ ଦାୟିତ୍ୱବାନ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ମାର୍ଗ ପ୍ରଶସ୍ତ ହେବ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଜିପିଏଆଇର ବିଦାୟୀ ଅଧ୍ୟକ୍ଷ ଏବଂ ଜାପାନ ସରକାରଙ୍କ ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଯୋଗାଯୋଗ ମନ୍ତ୍ରଣାଳୟର ନୀତି ସମନ୍ୱୟ ଉପମନ୍ତ୍ରୀ ହିରୋସି ୟୋଶିଦା ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ କ୍ରିଷ୍ଣନ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

ଜିପିଏଆଇ ହେଉଛି ୨୯ଟି ସଦସ୍ୟ ଦେଶ ସହିତ ଏକ ବହୁ-ଅଂଶୀଦାର ଆଧାରିତ ପଦକ୍ଷେପ, ଯାହାର ଲକ୍ଷ୍ୟ ହେଉଛି ଏଆଇ ସମ୍ବନ୍ଧୀୟ ପ୍ରାଥମିକତା ଉପରେ ଅତ୍ୟାଧୁନିକ ଗବେଷଣା ଏବଂ ପ୍ରୟୋଗ କାର୍ଯ୍ୟକଳାପକୁ ସମର୍ଥନ କରି ଏଆଇ ଉପରେ ବିଷୟବସ୍ତୁ ଏବଂ ଅଭ୍ୟାସ ମଧ୍ୟରେ ରହିଥିବା ବ୍ୟବଧାନକୁ ପୂରଣ କରିବା। ୨୦୨୪ରେ ଭାରତ ଜିପିଏଆଇର ମୁଖ୍ୟ ଅଧ୍ୟକ୍ଷ ରହିଛି। ୨୦୨୦ରେ ଜିପିଏଆଇର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ, ଜିପିଏଆଇର ବର୍ତ୍ତମାନର ଆଗାମୀ ସହଅଧ୍ୟକ୍ଷ ଏବଂ ୨୦୨୪ରେ ଜିପିଏଆଇର ମୁଖ୍ୟ ଅଧ୍ୟକ୍ଷ ଭାବରେ, ଭାରତ ଡିସେମ୍ବର ୧୨-୧୪, ୨୦୨୩ ପର୍ଯ୍ୟନ୍ତ ବାର୍ଷିକ ଜିପିଏଆଇ ଶିଖର ସମ୍ମିଳନୀ ଆୟୋଜନ କରୁଛି ।

 

ସମ୍ମିଳନୀରେ ଏଆଇ ଏବଂ ବିଶ୍ୱ ସ୍ୱାସ୍ଥ୍ୟ, ଶିକ୍ଷା ଓ ଦକ୍ଷତା, ଏଆଇ ଓ ଡାଟା ଗଭର୍ଣ୍ଣାନ୍ସ ଏବଂ ଏମଏଲ କର୍ମଶାଳା ଭଳି ବିଭିନ୍ନ ବିଷୟ ଉପରେ ଏକାଧିକ ଅଧିବେଶନ ଆୟୋଜନ କରାଯିବ। ଶିଖର ସମ୍ମିଳନୀର ଅନ୍ୟ ଆକର୍ଷଣ ଗୁଡିକ ମଧ୍ୟରେ ଗବେଷଣା ସିମ୍ପୋଜିୟମ, ଏଆଇ ଗେମଚେଞ୍ଜର୍ସ ଆୱାର୍ଡ ଏବଂ ଇଣ୍ଡିଆ ଏଆଇ ଏକ୍ସପୋ ଅନ୍ତର୍ଭୁକ୍ତ।

ଏହି ସମ୍ମିଳନୀରେ ବିଭିନ୍ନ ଦେଶରୁ ୫୦ରୁ ଅଧିକ ଜିପିଏଆଇ ବିଶେଷଜ୍ଞ ଏବଂ ୧୫୦ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ। ଏହାବ୍ୟତୀତ ଇଣ୍ଟେଲ, ରିଲାଏନ୍ସ ଜିଓ, ଗୁଗୁଲ, ମେଟା, ଏଡବ୍ଲୁଏସ, ୟୋଟା, ନେଟୱେବ, ପେଟିଏମ, ମାଇକ୍ରୋସଫ୍ଟ, ମାଷ୍ଟରକାର୍ଡ, ଏନଆଇସି, ଏସଟିପିଆଇ, ଇମର୍ସ, ଜିଓ ହାପ୍ଟିକ, ଭଶିନି ଇତ୍ୟାଦି ବିଶ୍ୱର ପ୍ରମୁଖ ଏଆଇ ସଂସ୍ଥାର ପ୍ରତିନିଧିମାନେ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାବ୍ୟତୀତ ଯୁବ ଏଆଇ ଏବଂ ଷ୍ଟାର୍ଟଅପ୍ ଅଧୀନରେ ବିଜେତା ହୋଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କର ଏଆଇ ମଡେଲ୍ ଏବଂ ସମାଧାନ ମଧ୍ୟ ପ୍ରଦର୍ଶନ କରିବେ।

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Madras incubates 112 startups, files 431 patents in FY26 milestone year

Media Coverage

IIT Madras incubates 112 startups, files 431 patents in FY26 milestone year
NM on the go

Nm on the go

Always be the first to hear from the PM. Get the App Now!
...
Prime Minister praises Sikkim’s extraordinary biodiversity during visit to Gangtok Orchidarium
April 28, 2026

Prime Minister Shri Narendra Modi visited the Orchidarium in Gangtok, Sikkim today and expressed his profound admiration for its beauty and the state's extraordinary biodiversity.

The Prime Minister described his visit to the Orchidarium as a mesmerizing experience. Shri Modi observed that such dedicated conservation efforts perfectly reflect our deep-rooted harmony with the natural world. He further noted that these initiatives serve as a vital inspiration for citizens to embrace conservation and sustainable living.

The Prime Minister wrote on X:

"Visited the Orchidarium in Gangtok and was mesmerised by its beauty. Sikkim’s rich biodiversity is truly extraordinary. Such efforts reflect our deep harmony with nature. They also inspire us towards conservation and sustainable living."