Kisan Suryodaya Yojana will be a new dawn for farmers in Gujarat: PM Modi
In the last two decades, Gujarat has done unprecedented work in the field of health, says PM Modi
PM Modi inaugurates ropeway service at Girnar, says more and more devotees and tourists will now visit the destination

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଗୁଜରାଟରେ 3ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ୱାରା ଗୁଜରାଟର ଚାଷୀମାନଙ୍କ ପାଇଁ କିଷାନ ସୂର୍ଜ୍ୟୋଦୟ ଯୋଜନା ଉଦ୍ଘାଟିତ ହୋଇଛି । ଏହି ଯୋଜନାରେ ଚାଷୀମାନଙ୍କୁ 16 ଘଣ୍ଟା ପର୍ଯ୍ୟନ୍ତ ଦୈନିକ ବିଜୁଳି ଯୋଗାଇ ଦିଆଯିବ । ସେ ମଧ୍ୟ ୟୁଏନ୍‌ ମେହେତା ହୃଦ୍‌ରୋଗ ଓ ଗବେଷଣା ପ୍ରତିଷ୍ଠାନ ସହିତ ସଂଯୁକ୍ତ ଥିବା ଏକ ଶିଶୁ ହୃଦ୍‌ ଚିକିତ୍ସାଳୟକୁ ଉଦ୍ଘାଟନ କରିଛନ୍ତି । ଏହା ସହିତ ଟେଲି କାର୍ଡିଓଲଜି ସେବା ଯୋଗାଣ ପାଇଁ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଏକ ମୋବାଇଲ ଆପ୍ଳିକେସନର ଶୁଭାରମ୍ଭ କରିଛନ୍ତି । ଏହାଛଡା ଗିରନାରଠାରେ ନବନିର୍ମିତ ଏକ ରଜୁପଥ ବା ରୋପୱେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜରାଟ ସବୁବେଳେ ସାଧାରଣ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ସେବା ଯୋଗାଣ ଏବଂ ଏ ଦିଗରେ ସଂକଳ୍ପ ନେଇ କାର୍ଯ୍ୟ କରିବାରେ ଏକ ଉଦାହରଣ ଓ ଆଦର୍ଶ ହୋଇ ରହିଆସିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ସୁଜଳାମ୍‌, ସୁଫଳାମ୍‌ ଓ ସାଉନି ଯୋଜନା ପରେ କିଷାନ ସୂର୍ଜ୍ୟୋଦୟ ଯୋଜନା କାର୍ଯ୍ୟକାରୀ କରି କୃଷକମାନଙ୍କ ଆବଶ୍ୟକତା ପୂରଣ ପାଇଁ ଗୁଜରାଟ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ସେ କହିଛନ୍ତି ଯେ ଗୁଜରାଟ ସରକାର ଦୀର୍ଘଦିନ ଧରି ବିଦ୍ୟୁତ ଶକ୍ତି କ୍ଷେତ୍ରରେ ଯେଉଁ ଭଲ କାମ କରିଆସୁଥିଲେ ତାହାରି ଆଧାରରେ ଏହି ନୂଆ ଯୋଜନା କାର୍ଯ୍ୟକାରୀ ହୋଇଛି । ଶକ୍ତି ଉତ୍ପାଦନଠାରୁ ଏହାର ପରିବହନ ଓ ସଞ୍ଚାଳନ ଆଦି  ଯାବତୀୟ କାର୍ଯ୍ୟ ମିଶନ ମୋଡରେ କାର୍ଯ୍ୟକାରୀ ହୋଇ ରାଜ୍ୟର ଦକ୍ଷତା ବୃଦ୍ଧି ଘଟାଇଛି । ସେ କହିଛନ୍ତି 2010ରେ ଯେତେବେଳେ ଗୁଜରାଟର ପତନଠାରେ ସୌରଶକ୍ତି କେନ୍ଦ୍ର ପ୍ରଥମେ ଉଦ୍‌ଘାଟିତ ହୋଇଥିଲା ସେତେବେଳେ କେହି ବିଶ୍ୱାସ କରିନଥିଲେ ଯେ ଭାରତ ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ ଓ ଗୋଟିଏ ଗ୍ରୀଡ୍‌ ବ୍ୟବସ୍ଥା ଜଗତକୁ ଦେଖାଇବ । ସୌରଶକ୍ତି ଉତ୍ପାଦନ ଏବଂ ଏହାର ଦ୍ରୁତ ସଂପ୍ରସାରଣ ତଥା ବିନିଯୋଗ କ୍ଷେତ୍ରରେ ଗତ କେଇବର୍ଷ ମଧ୍ୟରେ ଉଲ୍ଲେଖନୀୟ କାର୍ଯ୍ୟକରି ଭାରତ ଏବେ ବିଶ୍ୱରେ 5ମ ସ୍ଥାନ ଅଧିକାର କରିଛି । ସୌରଶକ୍ତି ବିନିଯୋଗ କ୍ଷେତ୍ରରେ ଭାରତର ଏଭଳି ପ୍ରଗତିକୁ ସେ ପ୍ରଶଂସା କରିଛନ୍ତି ।

କିଷାନ ସୂର୍ଜ୍ୟୋଦୟ ଯୋଜନା ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ଅଧିକାଂଶ ଚାଷୀ ଜଳସେଚନ ପାଇଁ କେବଳ ରାତିରେ ବିଜୁଳି ଶକ୍ତି ପାଉଥିଲେ । ସେଥିପାଇଁ ତାଙ୍କୁ ରାତି ଅନିଦ୍ରା ହେବାକୁ ପଡୁଥିଲା । ଗିର୍‌ନାର ଏବଂ ଜୁନାଗଡରେ ଚାଷୀମାନେ ରାତିରେ ହିଂସ୍ରଜନ୍ତୁଙ୍କ ଆକ୍ରମଣ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଥିଲେ । କିଷାନ ସୂର୍ଜ୍ୟୋଦୟ ଯୋଜନା ଜରିଆରେ ଏଣିକି  ଚାଷୀ ଦିନରେ 3 ଫେଜ୍‌ ବିଶିଷ୍ଟ ବିଜୁଳି ଶକ୍ତି ପାଇବେ । ଏହା ସକାଳ 5ଟାରୁ ରାତି 9ଟା ପର୍ଯ୍ୟନ୍ତ ସେମାନଙ୍କୁ ଯୋଗାଇ ଦିଆଯିବ । ଏହି ବିଜୁଳି ଶକ୍ତି ଯୋଗାଣ ସେମାନଙ୍କ ଜୀବନରେ ନୂଆ ସୂର୍ଜ୍ୟୋଦୟ ଆଣିବ ।

ଏହି କାର୍ଯ୍ୟ ପାଇଁ ଗୁଜରାଟ ସରକାର ଏକ ପୂର୍ଣ୍ଣାଙ୍ଗ ନୂତନ ବିଜୁଳି ସଂଚାଳନ, ଦକ୍ଷତା ନିର୍ମାଣ କରିଥିବାରୁ ସେ ତାହାକୁ ପ୍ରଶଂସା କରିଥିଲେ । ଏହା ଫଳରେ ଚାଷୀ ଦିନବେଳା ବିଜୁଳି ପାଇବା ସହିତ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଶକ୍ତି ଯୋଗାଣର କୌଣସି କୁପ୍ରଭାବ ପଡିବ ନାହିଁ । ଏହି ଯୋଜନାରେ ପ୍ରାୟ 35 ହଜାର ସର୍କିଟ କିଲୋମିଟର ଟ୍ରାନ୍ସମିଶନ ଲାଇନ ଆଗାମୀ 2-3 ବର୍ଷରେ ବିଛାଯିବ ଓ ଆଗାମୀ  ଦିନରେ ଏହା 1 ହଜାରରୁ ଅଧିକ ଗ୍ରାମରେ କାର୍ଯ୍ୟକାରୀ ହେବ । ଯେଉଁସବୁ ଗ୍ରାମ ଏହି ଯୋଜନା ଦ୍ୱାରା ବିଶେଷ ଉପକୃତ ହେବେ ସେଗୁଡିକ ମଧ୍ୟରେ ଅଧିକାଂଶ ଆଦିବାସୀବହୁଳ ଅଞ୍ଚଳରେ ଅବସ୍ଥିତ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଉଦ୍ୟମ ଦ୍ୱାରା ଯେତେବେଳେ ସମଗ୍ର ଗୁଜରାଟ ବିଜୁଳି ଶକ୍ତି ପାଇବ ତଦ୍ଦ୍ୱାରା ଲକ୍ଷ ଲକ୍ଷ ଚାଷୀଙ୍କ ଜୀବନ ବଦଳିଯିବ ।

ପରିବର୍ତ୍ତିତ ସମୟର ଆବଶ୍ୟକତା ପୂରଣ ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିବାକୁ ସେ ଆହ୍ୱାନ ଜଣାଇଛନ୍ତି । ବିଶେଷକରି ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା, କୃଷି କ୍ଷେତ୍ରରେ ଚାଷୀ ଖର୍ଚ୍ଚ କରୁଥିବା ଅର୍ଥକୁ କମ୍‌ କରିବା ଏବଂ ସେମାନଙ୍କ ସମସ୍ୟାବଳୀ ସମାଧାନ ଦିଗରେ କାର୍ଯ୍ୟକରି ସେମାନଙ୍କ ସ୍ଥିତିରେ ଉନ୍ନତି ଆଣିବାକୁ ସେ ପରାମର୍ଶ ଦେଇଛନ୍ତି । ଚାଷୀମାନଙ୍କର ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଦେଶରେ ହଜାର ହଜାର ସଂଖ୍ୟକ ଏଫ୍‌ପିଓ ଗଠନ, ୟୁରିଆ ସାରରେ ନିମକୋଟିଂ, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଆଦି ସଂପର୍କରେ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ କୁସୁମ ଯୋଜନାରେ ଏଫ୍‌ପିଓ, ପଞ୍ଚାୟତ ଓ ଅନ୍ୟ କେତେକ ପ୍ରତିଷ୍ଠାନ ଏବେ ପଡିଆ ଜମିରେ ସୌରଶକ୍ତି କେନ୍ଦ୍ର ସ୍ଥାପନ ପାଇଁ ସହାୟତା ଯୋଗାଉଛନ୍ତି । ଚାଷୀଙ୍କ ପାଣିପମ୍ପ ଏହିସବୁ ସୌରଶକ୍ତି କେନ୍ଦ୍ର ସହିତ ସଂଯୁକ୍ତ ହେବ । ସେ କହିଛନ୍ତି ଯେ ଏହିସବୁ କେନ୍ଦ୍ରରୁ ଉତ୍ପାଦିତ ବିଦ୍ୟୁତ ଶକ୍ତିକୁ ଚାଷୀମାନେ ସେମାନଙ୍କ ଜଳସେଚନ କାର୍ଯ୍ୟରେ ବିନିଯୋଗ କରିବା ସହିତ ବଳକା ଶକ୍ତିକୁ ସରକାରଙ୍କୁ ବିକ୍ରି କରିବେ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ବିଦ୍ୟୁତ ଶକ୍ତି ସହିତ ଗୁଜରାଟ ଜଳସେଚନ ଏବଂ ପାନୀୟଜଳ ଯୋଗାଣ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଛି । ଗୋଟିଏ ସମୟ ଥିଲା ପାଣି ମୁନ୍ଦିଏ ପାଇବା ପାଇଁ ଲୋକଙ୍କୁ ନାହିଁ ନ ଥିବା କଷ୍ଟ ସ୍ୱୀକାର କରିବାକୁ ପଡୁଥିଲା । ଏବେ ରାଜ୍ୟର ସବୁ ଜିଲାକୁ ପାଣି ପହଞ୍ଚି ପାରିଛି । ଯେଉଁଠି ପିଇବା ପାଣିର ସୁବିଧା କରିବା କଳ୍ପନାତୀତ ଥିଲା ଏବେ ସେଠାରେ ପାଣି, ବିଜୁଲି ପହଞ୍ଚିଛି । ସର୍ଦାର ସରୋବର ପ୍ରକଳ୍ପ ଏବଂ ଅନ୍ୟାନ୍ୟ ୱାଟର ଗ୍ରୀଡ୍‌, ଯାହା ରାଜ୍ୟର ମରୁଡିପ୍ରବଣ ଅଞ୍ଚଳରେ ଜଳ ପହଞ୍ଚାଇବାରେ ସହାୟକ ହୋଇଛି ସେଗୁଡିକ ଗର୍ବ ଓ ଗୌରବର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରାଜ୍ୟର 80 ଶତାଂଶ ପରିବାର ଏବେ ପାଇପ ଯୋଗେ ନିଜ ଘରକୁ ପିଇବା ପାଣି ନେବାର ସୁଯୋଗ ପାଇଛନ୍ତି । ଖୁବ୍‌ଶୀଘ୍ର ରାଜ୍ୟରେ ପାଇପ ଯୋଗେ ସବୁ ଘରକୁ ପାନୀୟଜଳ ସଂଯୋଗ ବ୍ୟବସ୍ଥା କରିବାରେ ଗୁଜରାଟ ଦେଶର ପ୍ରଥମ ରାଜ୍ୟ ହେବ ବୋଲି ସେ କହିଛନ୍ତି । ସେ ଚାଷୀମାନଙ୍କୁ ପ୍ରତିବୁନ୍ଦା ପାଣି ବିନିଯୋଗ କରି ଅଧିକ ଶସ୍ୟ ଉତ୍ପାଦନ କରିବା ମନ୍ତ୍ର ସଂପର୍କରେ ସ୍ମରଣ କରାଇ ଦେଇ କହିଛନ୍ତି ଯେ କିଷାନ ସୂର୍ଜ୍ୟୋଦୟ ଯୋଜନା ଏହି କ୍ଷେତ୍ରରେ ନୂଆ ସୁଯୋଗ ଆଣିଛି । ଚାଷୀମାନେ ପ୍ରତିବୁନ୍ଦା ପାଣିର ସଦ୍‌ବିନିଯୋଗ କରି ଅଧିକରୁ ଅଧିକ ଉତ୍ପାଦନ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ ଦିନ ସମୟରେ ଶକ୍ତି ଯୋଗାଣ ଚାଷୀଙ୍କୁ କ୍ଷୁଦ୍ର ଜଳସେଚନ ସୁବିଧା ସୃଷ୍ଟି କରିବାକୁ ସୁଯୋଗ ଦେବ । କିଷାନ ସୂର୍ଜ୍ୟୋଦୟ ଯୋଜନା ରାଜ୍ୟରେ ଏଭଳି ଜଳସେଚନ ବ୍ୟବସ୍ଥାର ସଂପ୍ରସାରଣରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଆଜି ସେ ଉଦ୍‌ଘାଟନ କରିଥିବା ଶିଶୁ ହୃଦ୍‌ରୋଗ କେନ୍ଦ୍ର ସଂପର୍କରେ ସୂଚନା ଦେବାକୁ ଯାଇ କହିଥିଲେ ଯେ ଏହା ୟୁଏନ୍‌ ମେହେତା ହୃଦ୍‌ରୋଗ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ ସହ ସଂଯୁକ୍ତ ହୋଇଛି । ୟୁଏନ୍‌ ମେହେତା ହୃଦ୍‌ରୋଗ ପ୍ରତିଷ୍ଠାନ ଦେଶର ଅଳ୍ପ କେତେକ ହୃଦ୍‌ ଚିକିତ୍ସା କେନ୍ଦ୍ର ମଧ୍ୟରେ ଅନ୍ୟତମ; ଯେଉଁଠି ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ଆଧୁନିକ ସ୍ୱାସ୍ଥ୍ୟସେବା ସୁବିଧା ରହିଛି । ଏହା ଭାରତର ସର୍ବବୃହତ୍‌ ହୃଦ୍‌ରୋଗ ପ୍ରତିଷ୍ଠାନରେ ପରିଣତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜରାଟ ସରକାର ଆଧୁନିକ ହସ୍ପିଟାଲ, ମେଡିକାଲ କଲେଜ ସହିତ ପ୍ରତ୍ୟେକ ଗ୍ରାମକୁ ସଂଯୋଗ କରି ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଯେଉଁ ନେଟୱାର୍କ କରିଛନ୍ତି ତାହା ପ୍ରଶଂସନୀୟ । ଆୟୁଷ୍ମାନ ଭାରତ ଯୋଜନାରେ ଗୁଜରାଟର 21 ଲକ୍ଷ ଲୋକ ମୁକ୍ତ ଚିକିତ୍ସା ସେବା ପାଇଥିବା ସେ କହିଛନ୍ତି । ରାଜ୍ୟରେ 525ରୁ ଅଧିକ ଜନଔଷଧୀ କେନ୍ଦ୍ର ଦ୍ୱାରା ଲୋକଙ୍କୁ ସ୍ୱଳ୍ପମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି । ଏହା ଫଳରେ ସାଧାରଣ ଲୋକ ପ୍ରାୟ 100 କୋଟି ଟଙ୍କା ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଗିର୍‌ନାର ପର୍ବତ ମା’ ଅମ୍ବେଙ୍କ ନିବାସ ସ୍ଥଳ । ଏଥିରେ ଗୋରଖନାଥ ଶୃଙ୍ଗ, ଗୁରୁ ଦତ୍ତାତ୍ରେୟ ଶୃଙ୍ଗ ଓ ଏକ ଜୈନ ମନ୍ଦିର ରହିଛି । ଏହି ପର୍ବତରେ ବିଶ୍ୱସ୍ତରୀୟ ରଜ୍ଜୁପଥ (ରୋପୱେ) ଉଦ୍‌ଘାଟିତ ହେବା ପରେ ଅଧିକରୁ ଅଧିକ ଭକ୍ତ ଓ ପର୍ଯ୍ୟଟକ ଏଠାକୁ ଆସିବେ । ସେ କହିଛନ୍ତି ଯେ ବନସ୍‌କଣ୍ଟା, ପାବାଗଡ଼ ଓ ସାତପୁରା ପରେ ଏହା ରାଜ୍ୟର ଚତୁର୍ଥ ରୋପୱେ । ଏହି ରଜ୍ଜୁପଥ ଏବେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ରୋଜଗାର ସୁଯୋଗ ଯୋଗାଇବ । ଲୋକଙ୍କୁ ବିଶେଷ ସୁବିଧା ସୁଯୋଗ ଯୋଗାଉଥିବା ଏଭଳି ବ୍ୟବସ୍ଥା ଯେତେବେଳେ ଦୀର୍ଘ ସମୟ ଧରି ଅଟକି ରହେ ସେତେବେଳେ ଲୋକେ କି ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେ ସଂପର୍କରେ ଉଲ୍ଲେଖ କରିଥିଲେ । ପର୍ଯ୍ୟଟନ ସ୍ଥଳୀଗୁଡିକର ବିକାଶ ଦ୍ୱାରା ଲୋକେ କିପରି ଆର୍ଥିକ ଲାଭ ପାଇଥାନ୍ତି ତାହା ସେ କହିଥିଲେ । ନିକଟରେ ବ୍ଲୁ ଫ୍ଲାଗ ମାନ୍ୟତା ପାଇଥିବା ଶିବରାଜପୁର ବେଳାଭୂମି ଓ ଷ୍ଟାଚ୍ୟୁ ଅଫ୍‌ ୟୁନିଟ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା ସେହି ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ପାଇଁ ବେଶ୍‌ ଭଲ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ଅବସରରେ ସେ ଅହମ୍ମଦାବାଦର କଙ୍କଡିଆ ହ୍ରଦର ଉଦାହରଣ ଦେଇଥିଲେ । ସେ କହିଥିଲେ ଗୋଟିଏ ସମୟ ଥିଲା ଏହି ହ୍ରଦ ଆଡକୁ କେହି ଚାହୁଁ ନ ଥିଲେ । ଏହି ହ୍ରଦର ପୁନରୁଦ୍ଧାର ପରେ ଏବେ ବାର୍ଷିକ ପ୍ରାୟ 75 ଲକ୍ଷ ଲୋକ ସେଠାକୁ ଯାଉଛନ୍ତି । ଫଳରେ ଏହା ଏକ ରାଜସ୍ୱ ଉତ୍ସରେ ପରିଣତ ହେବା ସହିତ ଅନେକ ଲୋକଙ୍କୁ ରୋଜଗାର ପନ୍ଥା ଯୋଗାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ପର୍ଯ୍ୟଟନ ଏଭଳି ଏକ କ୍ଷେତ୍ର ଯେଉଁଠି କମ୍‌ ଅର୍ଥ ବିନିଯୋଗରେ ଅଧିକ ନିଯୁକ୍ତି ସୃଷ୍ଟି ହୁଏ । ଗୁଜରାଟ ଏବଂ ବିଦେଶରେ ଥିବା ଗୁଜରାଟୀମାନେ ପର୍ଯ୍ୟଟନ ଦୂତଭାବେ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁରୁତ୍ୱ ସଂପର୍କରେ ଅଧିକ ପ୍ରଚାର ପ୍ରସାର କରି ଏହି କ୍ଷେତ୍ରରେ ବିକାଶରେ ସହାୟକ ହେବାକୁ ସେ ନିବେଦନ କରିଛନ୍ତି ।

ପୃଷ୍ଠଭୂମି: କିଷାନ ସୂର୍ଜ୍ୟୋଦୟ ଯୋଜନା

ଏହି କାର୍ଯ୍ୟକ୍ରମଟି ଗୁଜରାଟର ଚାଷୀମାନଙ୍କୁ ଦିନ ସମୟରେ ଜଳସେଚନ ପାଇଁ ଶକ୍ତି ଯୋଗାଇବ । ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ନିକଟ ଅତୀତରେ ଏହି ଯୋଜନା ସଂପର୍କରେ ଘୋଷଣା କରିଥିଲେ । ଏହି ଯୋଜନାରେ ଚାଷୀମାନେ ସକାଳ 5ଟାରୁ ରାତି 9ଟା ପର୍ଯ୍ୟନ୍ତ ବିଜୁଳି ଶକ୍ତି ପାଇବେ । କୃଷି କ୍ଷେତ୍ରକୁ 3 ଫେଜ୍‌ ବିଶିଷ୍ଟ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ । ଏହି ଯୋଜନାରେ ଟ୍ରାନ୍ସମିଶନ ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟ ସରକାର ବଜେଟରେ 3500 କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । 2023 ସୁଦ୍ଧା  ଯୋଜନାର କାର୍ଯ୍ୟ ସଂପୂର୍ଣ୍ଣ ହେବ । ଏଥିରେ 234ଟି 66 କିଲୋୱାଟ ଟ୍ରାନ୍ସମିଶନ ଲାଇନ ନିର୍ମାଣ କରାଯିବ ଏବଂ ଏହାର ମୋଟ ଦୈର୍ଘ୍ୟ ହେବ 3490 ସର୍କିଟ କିଲୋମିଟର । ଏହାଛଡା ଏହି ଯୋଜନାରେ 220 କେଭି ସବ୍‌ଷ୍ଟେସନ ମଧ୍ୟ ପ୍ରତିଷ୍ଠା କରାଯିବ । ଦାହୋଡ, ପତନ, ମହୀସାଗର, ପଞ୍ଚମହଲ୍‌, ଛୋଟାଉଦୟପୁର, ଖେଡା, ତାପି, ବାଲ୍‌ସାଦ, ଆନନ୍ଦ ଏବଂ ଗିର-ସୋମନାଥ ଆଦି ଜିଲାକୁ ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷ ପାଇଁ ସଂପୃକ୍ତ କରାଯାଇଛି । ରାଜ୍ୟର ଅନ୍ୟାନ୍ୟ ଜିଲାଗୁଡିକୁ ପର୍ଯ୍ୟାୟକ୍ରମେ 2022-23 ଆର୍ଥିକ ବର୍ଷ ସୁଦ୍ଧା କିଷାନ ସୂର୍ଜ୍ୟୋଦୟ ଯୋଜନାର ଅନ୍ତର୍ଭୁକ୍ତ କରାଯିବ ।

ଶିଶୁ ହୃଦ୍‌ରୋଗ ହସ୍ପିଟାଲ

ଆଜି ପ୍ରଧାନମନ୍ତ୍ରୀ ୟୁଏନ୍‌ ମେହେତା ହୃଦ୍‌ରୋଗ ଚିକିତ୍ସା ଓ ଗବେଷଣା କେନ୍ଦ୍ରର ଶିଶୁ ହୃଦ୍‌ରୋଗ ହସ୍ପିଟାଲ ତଥା ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଏକ ମୋବାଇଲ ଆପ୍ଲିକେସନ ବ୍ୟବସ୍ଥା ଉଦ୍ଘାଟନ କରିଛନ୍ତି । ଏହି ମୋବାଇଲ ଆପ୍‌ ମାଧ୍ୟମରେ ଅହମ୍ମଦାବାଦ ସିଭିଲ ହସ୍ପିଟାଲରୁ ଟେଲି କାର୍ଡିଓଲୋଜି ସୁବିଧା ଉପଲବ୍ଧ ହେବ ।

ୟୁଏନ ମେହେତା ପ୍ରତିଷ୍ଠାନ ଏବେ ଭାରତର ସର୍ବବୃହତ୍‌ ହୃଦ୍‌ରୋଗ ଚିକିତ୍ସା ପ୍ରତିଷ୍ଠାନ ହେବାକୁ ଯାଉଛି । ଏହାଛଡା ଏହା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ହସ୍ପିଟାଲ; ଯେଉଁଠି ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଓ ଭିତ୍ତିଭୂମି ରହିଛି । ଏହି ହସପିଟାଲର ସଂପ୍ରସାରଣ କାର୍ଯ୍ୟ 470 କୋଟି ଟଙ୍କା ବ୍ୟୟରେ କରାଯାଉଛି । ଏବେ ଏଠାରେ 450 ଶଯ୍ୟା ରହିଛି । ସଂପ୍ରସାରଣ ପରେ ତାହା 1251କୁ ବୃଦ୍ଧି ପାଇବ । ଏହି ଚିକିତ୍ସା ଅନୁଷ୍ଠାନ ମଧ୍ୟ ବିଶ୍ୱର ସର୍ବବୃହତ୍‌ ଏକକ ସୁପର ସ୍ପେଶାଲିଟି ହୃଦ୍‌ରୋଗ ଚିକିତ୍ସା ପ୍ରତିଷ୍ଠାନରେ ପରିଣତ ହେବ ଏବଂ ବିଶ୍ୱସ୍ତରରେ ମଧ୍ୟ ଅନ୍ୟତମ ଶ୍ରେଷ୍ଠ ସୁପର ସ୍ପେଶାଲିଟି ହୃଦ୍‌ରୋଗ ଚିକିତ୍ସା ପ୍ରତିଷ୍ଠାନର ମାନ୍ୟତା ପାଇବ ।

ଏହି ହସ୍ପିଟାଲ ପାଇଁ ଯେଉଁ ଭବନ ନିର୍ମାଣ ହୋଇଛି, ସେଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଏହାଛଡା ଭୂମିକମ୍ପ ନିରୋଧୀ ବ୍ୟବସ୍ଥା ଏଥିରେ ଅଛି । ଅଗ୍ନି ନିର୍ବାପନ ପାଇଁ ଏଥିରେ ହାଇଡ୍ରାଣ୍ଟ ଓ ମିଷ୍ଟ ବ୍ୟବସ୍ଥା ମଧ୍ୟ ରହିଛି । ଅନୁଷ୍ଠାନର ଗବେଷଣା କେନ୍ଦ୍ରରେ ଦେଶର ପ୍ରଥମ ଅତ୍ୟାଧୁନିକ ହୃଦ୍‌ରୋଗ ଆଇସିୟୁ ଅନ୍‌ ହ୍ୱିଲ୍‌ ଓ ଓଟି ବ୍ୟବସ୍ଥା ଉପଲବ୍ଧ ହେବ । ସେଠାରେ ଭେଣ୍ଟିଲେଟର୍ସ, ଆଇଏବିପି, ହେମୋଡାଆଲିସିସ ଏବଂ ଇସିଏମ୍‌ଓ ଆଦିର ସୁବିଧା ମିଳିବ । ଏହାଛଡା ଏହି ପ୍ରତିଷ୍ଠାନରେ 14ଟି ଅସ୍ତ୍ରୋପଚାର କେନ୍ଦ୍ର ଓ 7ଟି କାର୍ଡିଆକ୍‌ କାଥେଟରରାଇଜେସନ ଲ୍ୟାବ ରହିବ ।

ଗିର୍‌ନାର ରୋପୱେ

ଅକ୍‌ଟୋବର 24ରେ ଗିର୍‌ନାରରେ ଉଦ୍ଘାଟିତ ହୋଇଥିବା ରୋପୱେ ଫଳରେ ଗୁଜରାଟ ପୁଣି ଥରେ ଆନ୍ତର୍ଜାତିକ ପର୍ଯ୍ୟଟନ ମାନଚିତ୍ରରେ ଗୁରୁତ୍ୱ ଲାଭ କରିଛି । ପ୍ରାରମ୍ଭିକଭାବେ ଏହି ରୋପୱେରେ 25ରୁ 30ଟି କ୍ୟାବିନ ସୁବିଧା ରହିବ । ଗୋଟିଏ କ୍ୟାବିନରେ ସର୍ବାଧିକ 8ଜଣ ଲୋକ ଯାତ୍ରା କରିପାରିବେ । ଏହି ରୋପୱେ ଦ୍ୱାରା 2.3 କିମି ଦୂରତ୍ୱକୁ ମାତ୍ର 7.5 ମିନିଟରେ ଅତିକ୍ରମ କରିହେବ । ଏହାସହିତ ରୋପୱେ ଗିର୍‌ନାର ପର୍ବତର ଘଞ୍ଚ ସବୁଜ ବନାନି ଏବଂ ଆଖପାଖ ଅଞ୍ଚଳର ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୁବିଧା ପର୍ଯ୍ୟଟକଙ୍କୁ ଯୋଗାଇବ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence exports skyrocket to record Rs 38,424cr in 2025-26, 62.7 per cent rise over previous fiscal

Media Coverage

Defence exports skyrocket to record Rs 38,424cr in 2025-26, 62.7 per cent rise over previous fiscal
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights values of harmony and compassion on Good Friday
April 03, 2026

The Prime Minister, Shri Narendra Modi, said that Good Friday reminds us of the sacrifice of Jesus Christ.

Shri Modi expressed hope that the day deepens the values of harmony, compassion and forgiveness.

He said that brotherhood and hope should guide everyone.

In a X post, Shri Modi said;

“Good Friday reminds us of Jesus Christ’s sacrifice. May this day further deepen the values of harmony, compassion and forgiveness. May brotherhood and hope guide us all.”