ହିନ୍ଦୁସ୍ତାନ ଉର୍ବରକ ଆଣ୍ଡ ରସାୟନ ଲିମିଟେଡ୍ (ଏଚ୍‌ୟୁଆର୍‌ଏଲ୍‌) ସିନ୍ଦ୍ରି ସାର କାରଖାନା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
ଝାଡ଼ଖଣ୍ଡରେ ୧୭,୬୦୦ କୋଟିରୁ ଅଧିକ ଟଙ୍କାର ଅନେକ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ
ଦେଓଘର - ଦିବ୍ରୁଗଡ଼ ଟ୍ରେନ୍ ସେବା, ଟାଟାନଗର ରୁ ବାଦାମପାହାଡ଼ ମଧ୍ୟରେ ଦୈନିକ ମେମୁ ଟ୍ରେନ୍ ସେବା ଏବଂ ଶିବପୁର ଷ୍ଟେସନରୁ ଦୀର୍ଘ ଦୂରଗାମୀ ମାଲବାହୀ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି
ଉତ୍ତର କରନପୁରା ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ (ଏସ୍‌ଟିପିପି), ଛତ୍ରାର ୟୁନିଟ ୧ (୬୬୦ ମେଗାୱାଟ) ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
ଝାଡ଼ଖଣ୍ଡରେ କୋଇଲା କ୍ଷେତ୍ର ସହ ଜଡ଼ିତ ପ୍ରକଳ୍ପ ଗୁଡ଼ିକୁ ଲୋକାର୍ପଣ
" ସିନ୍ଦ୍ରି ପ୍ଲାଣ୍ଟ ମୋଦୀଙ୍କର ଗ୍ୟାରେଣ୍ଟି ଥିଲା ଏବଂ ଆଜି ଏହି ଗ୍ୟାରେଣ୍ଟି ପୂରଣ ହୋଇଛି"
ପୁନରୁଦ୍ଧାର ହୋଇଥିବା ଓ ପୁନରୁଦ୍ଧାର ହେବାକୁ ଥିବା ୫ଟି ପ୍ଲାଣ୍ଟ ଦ୍ରୁତ ଗତିରେ ୬୦ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ କରି ଭାରତକୁ ଏହି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଆତ୍ମନିର୍ଭର କରିବା ଦିଗରେ ଆଗେଇ ନେବ
ଗତ ୧୦ ବର୍ଷ ମଧ୍ୟରେ ଆଦିବାସୀ ସମ୍ପ୍ରଦାୟ, ଗରିବ, ଯୁବକ ଓ ମହିଳା ମାନଙ୍କର ବିକାଶକୁ ପ୍ରାଥମିକତା ଦେଇ ସରକାର ଝାଡ଼ଖଣ୍ଡ ପାଇଁ କାମ କରିଛନ୍ତି
"ଭଗବାନ ବିର୍ସା ମୁଣ୍ଡାଙ୍କ ଭୂମି ବିକଶିତ ଭାରତର ସଂକଳ୍ପ ପାଇଁ ଶକ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ସିନ୍ଦ୍ରି, ଧାନବାଦ ଠାରେ ୩୫,୭୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଆଜିର ବିକାଶ ମୂଳକ ପ୍ରକଳ୍ପଗୁଡିକ ସାର, ରେଳ, ଶକ୍ତି ଏବଂ କୋଇଲା କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରେ । ଶ୍ରୀ ମୋଦୀ ଏଚ୍‌ୟୁଆର୍‌ଏଲ୍ ମଡେଲ୍ ପରିଦର୍ଶନ କରିବା ସହ ସିନ୍ଦ୍ରି ପ୍ଲାଣ୍ଟ କଣ୍ଟ୍ରୋଲ ରୁମ୍‌କୁ ମଧ୍ୟ ଯାଇଥିଲେ । 

ସଭାକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଝାଡ଼ଖଣ୍ଡରେ ୩୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ମୂଳକ ପ୍ରକଳ୍ପ ଆରମ୍ଭ ହୋଇଛି ଏବଂ ସେ ମଧ୍ୟ ରାଜ୍ୟର କୃଷକ, ଆଦିବାସୀ ଏବଂ ନାଗରିକ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

ପ୍ରଧାନମନ୍ତ୍ରୀ ସିନ୍ଦ୍ରି ସାର କାରଖାନା ଆରମ୍ଭ କରିବାକୁ ତାଙ୍କର ସଂକଳ୍ପକୁ ମନେ ପକାଇ କହିଥିଲେ ଯେ, "ଏହା ମୋଦୀଙ୍କର ଗ୍ୟାରେଣ୍ଟି ଥିଲା ଏବଂ ଆଜି ଏହି ଗ୍ୟାରେଣ୍ଟି ପୂରଣ ହୋଇଛି" । ୨୦୧୮ରେ ପ୍ରଧାନମନ୍ତ୍ରୀ ସାର କାରଖାନାର ଶିଳାନ୍ୟାସ କରିଥିଲେ । ଏହି କାରଖାନା ଆରମ୍ଭ ହେବା ପରେ ସ୍ଥାନୀୟ ଯୁବକଯୁବତୀଙ୍କ ରୋଜଗାର ପାଇଁ ନୂଆ ବାଟ ଫିଟିଛି ବୋଲି ସେ କହିଛନ୍ତି । ଆତ୍ମନିର୍ଭର ଭାରତର ଯାତ୍ରାରେ ଆଜିର ପଦକ୍ଷେପର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ପ୍ରତି ବର୍ଷ ଭାରତକୁ ୩୬୦ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଦରକାର ହେଉଥିବା ବେଳେ ୨୦୧୪ ରେ ଭାରତ ମାତ୍ର ୨୨୫ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ କରୁଥିଲା । 

ବିପୁଳ ବ୍ୟବଧାନ ଯୋଗୁଁ ବିପୁଳ ଆମଦାନୀର ଆବଶ୍ୟକତା ପଡ଼ିଥିଲା । ଆମ ସରକାରଙ୍କ ପ୍ରୟାସ ଯୋଗୁଁ , ଗତ ୧୦ ବର୍ଷ ମଧ୍ୟରେ ୟୁରିଆ ଉତ୍ପାଦନ ୩୧୦ ଲକ୍ଷ ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଛି ବୋଲି ସେ ସୂଚନା ଦେଇଥିଲେ । ରାମାଗୁଣ୍ଡମ, ଗୋରଖପୁର ଏବଂ ବରାଉଣି ସାର କାରଖାନାର ପୁନରୁଦ୍ଧାର ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ତାଲିକାରେ ସିନ୍ଦ୍ରିକୁ ସାମିଲ କରାଯାଇଛି ବୋଲି ସେ କହିଥିଲେ । ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ତାଳଚେର ସାର କାରଖାନା ମଧ୍ୟ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଛନ୍ତି । ସେହି କାରଖାନାକୁ ସେ ଦେଶ ଉଦ୍ଦେଶ୍ୟରେ ମଧ୍ୟ ସମର୍ପିତ କରିବେ ବୋଲି ବିଶ୍ୱାସ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏହି ୫ଟି ପ୍ଲାଣ୍ଟ ଦ୍ରୁତ ଗତିରେ ୬୦ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ କରିବ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରତା ଆଡକୁ ନେଇଯିବ । 

 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜିର ଅବସରରେ ଝାଡ଼ଖଣ୍ଡ ଠାରେ ନୂତନ ରେଳ ଲାଇନର ଶୁଭାରମ୍ଭ, ବର୍ତ୍ତମାନର ରେଳ ଲାଇନର ଦୋହରୀକରଣ ଏବଂ ଅନ୍ୟାନ୍ୟ ରେଳ ପ୍ରକଳ୍ପର ଶୁଭାରମ୍ଭ ସହିତ ରେଳ ବିପ୍ଳବ ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଧାନବାଦ - ଚନ୍ଦ୍ରପୁରା ରେଳ ଲାଇନ ଏହି ଅଞ୍ଚଳକୁ ନୂଆ ରୂପ ଦେଉଥିବା ବେଳେ ବାବା ବୈଦ୍ୟନାଥ ମନ୍ଦିର ଓ ମା' କାମାକ୍ଷା ଶକ୍ତି ପୀଠକୁ ସଂଯୋଗ କରୁଥିବା ଦେଓଘର - ଦିବ୍ରୁଗଡ଼ ଟ୍ରେନ୍ ସେବା ବିଷୟରେ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀରେ ବାରଣାସୀ – କୋଲକାତା -ରାଞ୍ଚି ଏକ୍ସପ୍ରେସୱେର ଶିଳାନ୍ୟାସକୁ ମନେ ପକାଇ କହିଥିଲେ ଯେ ଏହା ଛତ୍ରା, ହଜାରୀବାଗ, ରାମଗଡ଼ ଏବଂ ବୋକାରୋ ପରି ସଂଯୋଗ ସ୍ଥଳକୁ ପ୍ରୋତ୍ସାହିତ କରିବ ଏବଂ ସମଗ୍ର ଝାଡ଼ଖଣ୍ଡକୁ ଯାତ୍ରା ସମୟ ହ୍ରାସ କରିବ ଏବଂ ସମଗ୍ର ପୂର୍ବ ଭାରତକୁ ମାଲ ପରିବହନ ଯୋଗାଯୋଗକୁ ମଧ୍ୟ ବୃଦ୍ଧି କରିବ । ସେ କହିଥିଲେ ଯେ ଏହି ପ୍ରକଳ୍ପଗୁଡିକ ଝାଡ଼ଖଣ୍ଡ ସହିତ ଆଞ୍ଚଳିକ ଯୋଗାଯୋଗକୁ ପ୍ରୋତ୍ସାହିତ କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ ।

"ଗତ ୧୦ ବର୍ଷ ମଧ୍ୟରେ ଆଦିବାସୀ ସମ୍ପ୍ରଦାୟ, ଗରିବ, ଯୁବକ ଏବଂ ମହିଳା ମାନଙ୍କର ବିକାଶକୁ ପ୍ରାଥମିକତା ଦେଇ ସରକାର ଝାଡ଼ଖଣ୍ଡ ପାଇଁ କାମ କରିଛନ୍ତି" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଭାରତ ଆଜି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ମଧ୍ୟରୁ ଅନ୍ୟତମ ଏବଂ ଗତକାଲି ସାମନାକୁ ଆସିଥିବା ସଦ୍ୟତମ ତ୍ରୈମାସିକର ଅର୍ଥନୈତିକ ପରିସଂଖ୍ୟାନ ଉପରେ ସେ ଆଲୋକପାତ କରିଥିଲେ । ୨୦୨୩ ଅକ୍ଟୋବର ରୁ ଡିସେମ୍ବର ପର୍ଯ୍ୟନ୍ତ ଆର୍ଥିକ ତ୍ରୟମାସରେ ରେକର୍ଡ ହୋଇଥିବା ୮.୪ ପ୍ରତିଶତ ଅଭିବୃଦ୍ଧି ହାର ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ଦିଗରେ ଭାରତର ବୃଦ୍ଧି ପାଉଥିବା ସମ୍ଭାବନା ଏବଂ ଦ୍ରୁତ ଗତିରେ ବିକାଶକୁ ଦର୍ଶାଉଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । 

 

ବିକଶିତ ଭାରତ ଗଠନ ପାଇଁ ବିକଶିତ ଝାଡ଼ଖଣ୍ଡକୁ ଗଢ଼ିତୋଳିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ବିକଶିତ ହେବାର ପ୍ରୟାସରେ ରାଜ୍ୟକୁ ସରକାରଙ୍କ ସର୍ବାଙ୍ଗୀନ ସମର୍ଥନ ଉପରେ ଆଲୋକପାତ କରିଥିଲେ । ଭଗବାନ ବିର୍ସା ମୁଣ୍ଡାଙ୍କ ଭୂମି ବିକଶିତ ଭାରତର ସଂକଳ୍ପ ପାଇଁ ଶକ୍ତିର ଉତ୍ସ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ । 

ଧାନବାଦ ଯିବାକୁ ଥିବାରୁ ପ୍ରଧାନମନ୍ତ୍ରୀ ସଂକ୍ଷିପ୍ତରେ ତାଙ୍କ ଭାଷଣ ସମାପ୍ତ କରିଥିଲେ । ବକ୍ତବ୍ୟ ଶେଷରେ ସେ ଝାଡ଼ଖଣ୍ଡବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ସ୍ୱପ୍ନ ଏବଂ ସଂକଳ୍ପ ଆହୁରି ସୁଦୃଢ଼ ହେବ ବୋଲି କହିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟପାଳ ଶ୍ରୀ ସି ପି ରାଧାକ୍ରିଷ୍ଣନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ଚମ୍ପାଇ ସୋରେନ୍ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । 

 

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ହିନ୍ଦୁସ୍ତାନ ଉର୍ବରକ ଆଣ୍ଡ ରସାୟନ ଲିମିଟେଡ୍ (ଏଚ୍‌ୟୁଆର୍‌ଏଲ୍‌) ସିନ୍ଦ୍ରି ସାର କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ୮୯୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ସାର କାରଖାନା ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଏକ ପଦକ୍ଷେପ । ଏହା ଦ୍ୱାରା ଦେଶରେ ବାର୍ଷିକ ପ୍ରାୟ ୧୨.୭ ଏଲ୍‌ଏମ୍‌ଟି ସ୍ୱଦେଶୀ ୟୁରିଆ ଉତ୍ପାଦନ ହେବ ଏବଂ ଦେଶର କୃଷକମାନେ ଉପକୃତ ହେବେ । ଏହା ହେଉଛି ଦେଶରେ ପୁନରୁଦ୍ଧାର ହୋଇଥିବା ତୃତୀୟ ସାର କାରଖାନା, ଏହା ପୂର୍ବରୁ ଗୋରଖପୁର ଏବଂ ରାମାଗୁଣ୍ଡମରେ ସାର କାରଖାନାର ପୁନରୁଦ୍ଧାର ହୋଇଥିଲା, ଯାହାକୁ ଯଥାକ୍ରମେ ଡିସେମ୍ବର ୨୦୨୧ ଏବଂ ନଭେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡରେ ୧୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ରେଳ ପ୍ରକଳ୍ପକୁ ଲୋକାର୍ପଣ ଏବଂ ଶିଳାନ୍ୟାସ କରିଥିଲେ । ସୋନ ନଗର - ଆଣ୍ଡାଲକୁ ସଂଯୋଗ କରୁଥିବା ତୃତୀୟ ଓ ଚତୁର୍ଥ ଲାଇନ୍ ; ତୋରି - ଶିବପୁର ପ୍ରଥମ ଓ ଦ୍ୱିତୀୟ ଲାଇନ୍ ଏବଂ ବିରାତୋଲି - ଶିବପୁର ତୃତୀୟ ରେଳଲାଇନ୍ (ତୋରି - ଶିବପୁର ପ୍ରକଳ୍ପର ଅଂଶ); ମୋହନପୁର - ହଂସଡିହା ନୂଆ ରେଳଲାଇନ; ଧାନବାଦ - ଚନ୍ଦ୍ରପୁରା ରେଳଲାଇନ୍ ଆଦି ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି । ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ରେଳ ସେବାକୁ ସମ୍ପ୍ରସାରଣ କରିବା ସହ ଏହି ଅଞ୍ଚଳର ସାମାଜିକ - ଅର୍ଥନୈତିକ ବିକାଶ କରିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩ଟି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଦେଓଘର - ଦିବ୍ରୁଗଡ଼ ଟ୍ରେନ୍ ସେବା, ଟାଟାନଗର ରୁ ବାଦାମପାହାଡ଼ ମଧ୍ୟରେ ଦୈନିକ ମେମୁ ଟ୍ରେନ୍ ସେବା ଏବଂ ଶିବପୁର ଷ୍ଟେସନରୁ ଲମ୍ବା ମାଲବାହୀ ଟ୍ରେନ୍ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଛତ୍ରା ସ୍ଥିତ ଉତ୍ତର କରନପୁରା ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ (ଏସଟିପିପି), ୟୁନିଟ ୧ (୬୬୦ ମେଗାୱାଟ) ସମେତ ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ୭୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ଏହି ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣରେ ଉନ୍ନତି ଆସିବ । ଏହା ଦ୍ୱାରା ନିଯୁକ୍ତି ସୃଷ୍ଟି ହେବା ସହ ଏହା ରାଜ୍ୟରେ ସାମାଜିକ - ଅର୍ଥନୈତିକ ବିକାଶରେ ସହାୟକ ହେବ । ଝାଡ଼ଖଣ୍ଡରେ କୋଇଲା କ୍ଷେତ୍ର ସହ ଜଡ଼ିତ ପ୍ରକଳ୍ପ ଗୁଡ଼ିକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How India brought the lion back from the brink: In Union minister Bhupender Yadav's words

Media Coverage

How India brought the lion back from the brink: In Union minister Bhupender Yadav's words
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 09, 2026
August 09, 2026

Vikas Bhi, Virasat Bhi: PM Modi’s Blueprint for a Rooted Yet Future-Ready Bharat