ରାଜସ୍ଥାନର ଚାରିଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
ଭାରତ ବୈଶ୍ୱିକ ମହାମାରୀ କାଳରେ ଏହାର ଶକ୍ତି, ଆତ୍ମନିର୍ଭରଶୀଳତା ବୃଦ୍ଧି କରିବାକୁ ନେଇଛି ସଂକଳ୍ପ
“ଦେଶର ସ୍ୱାସ୍ଥ୍ୟକ୍ଷେତ୍ର ପରିବର୍ତ୍ତନ କରିବାରେ ଆମେ ଜାତୀୟ ସ୍ୱାସ୍ଥ୍ୟନୀତି ଏବଂ ଜାତୀୟସ୍ତରରେ କରୁଛୁ ଉଦ୍ୟମ”
“ଗତ ଛଅ-ସାତବର୍ଷ ମଧ୍ୟରେ ୧୭୦ଟି ଅଧିକ ନୂତନ ମେଡିକାଲ କଲେଜ ସ୍ଥାପିତ ହୋଇଥିବା ବେଳେ, ଆଉ ଶହେଟିର ଅଧିକ ପାଇଁ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି”
“୨୦୧୪ରେ ଦେଶରେ ମେଡିକାଲ ସ୍ନାତ୍ତକ ଓ ସ୍ନାତକୋତ୍ତର ସଂଖ୍ୟା ପ୍ରାୟ ୮୨ହଜାର ଥିବାବେଳେ ଆଜି ଏହା ୧, ୪୦, ୦୦୦କୁ ବୃଦ୍ଧି ପାଇଛି ।
“ରାଜସ୍ଥାନର ବିକାଶ ହେଲେ ଭାରତର ବିକାଶ ହେବ ତ୍ୱରାନ୍ୱିତ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପେଟ୍ରୋରସାୟନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ -ସିପେଟ ଜୟପୁରଠାରେ ଉଦ୍‌ଘାଟନ କରିଛନ୍ତି । ସେ ମଧ୍ୟ ରାଜସ୍ଥାନର ବାଂସୱାଡା, ସିରୋହୀ, ହନୁମାନଗଡ ଓ ଦଉସା ଜିଲ୍ଲାରେ ଚାରୋଟି ନୂତନ ମେଡିକାଲ କଲେଜର ଶିଳାନ୍ୟାସ ମଧ୍ୟ କରିଛନ୍ତି । ସିପେଟ ପ୍ରତିଷ୍ଠାନ ଓ  ଚାରିଟି ନୂତନ ମେଡିକାଲ କଲେଜ ନିମନ୍ତେ ସେ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ୨୦୧୪ ମସିହା ପରେ କେନ୍ଦ୍ର ସରକାର ରାଜସ୍ଥାନ ପାଇଁ ୨୩ଟି ମେଡିକାଲ କଲେଜ ଅନୁମୋଦନ କରିଥିଲେ ଓ ସେଥିରୁ  ସାତଟିର କାର୍ଯ୍ୟ ଶେଷ ହୋଇଛି ବୋଲି ସେ କହିଛଛନ୍ତି ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ବିଗତ ଶହେ ବର୍ଷ ମଧ୍ୟରେ ସବୁଠାରୁ ବଡ ବୈଶ୍ୱିକ ମହାମାରୀ ବିଶ୍ୱର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଏକ ବଡ ଶିକ୍ଷା ଦେଇଛି । ପ୍ରତ୍ୟେକ ଦେଶ ନିଜ ନିଜ ଉପାୟରେ ଏହାର ମୁକାବିଲା କରୁଛନ୍ତି । ଏଭଳି ବିପର୍ଯ୍ୟୟ କାଳରେ ଭାରତ ଏହାର ଶକ୍ତି ଓ ଆତ୍ମ ନିର୍ଭରଶୀଳତା ବୃଦ୍ଧି ପାଇଁ ସଂକଳ୍ପ ନେଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷି ଏକ ରାଜ୍ୟ ତାଲିକାଭୁକ୍ତ ବିଷୟ ହୋଇଥିବାବେଳେ, ସେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ଭୂଲଭଟକା ସେ ଭଲଭାବେ ବୁଝିବା ସହ ପ୍ରଧାନମନ୍ତ୍ରୀ ହେବା ପରେ ତାହା ଦୂର କରିବାକୁ ସେ ନିରବଚ୍ଛିନ୍ନ ପ୍ରୟାସ କରିଥିଲେ । ସେ କହିଥିଲେ ଯେ “ ଆମେ ଜାତୀୟ ଆଭିମୁଖ୍ୟ ନେଇ ଜାତୀୟ ସ୍ୱାସ୍ଥ୍ୟ ନୀତି ଗ୍ରହଣ କରି ଦେଶର ସ୍ୱାସ୍ଥ୍ୟକ୍ଷେତ୍ରକୁ ବଦଳାଇବାକୁ ଚେଷ୍ଟା କଲୁ । ସ୍ୱଚ୍ଛ ଭାରତ ଅଭିଯାନ ଠାରୁ ଆରମ୍ଭ କରି ଆୟୁଷ୍ମାନ ଭାରତ ଓ ବର୍ତ୍ତମାନ ଆୟୁଷ୍ମାନ ଭାରତ ମିଶନ ଅନେକ ଏହି ଜାତୀୟ ଆଭିମୁଖ୍ୟରେ ଅଂଶବିଶେଷ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଜସ୍ଥାନର ସାଢେ ତିନିଲକ୍ଷ ଜନସାଧାରଣ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଚିକିତ୍ସା ସୁବିଧା ଲାଭ କରିଛନ୍ତି ଓ ରାଜ୍ୟର ଅଢେଇ ହଜାର ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ରରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମେଡିକାଲ କଲେଜ ଅତ୍ୟନ୍ତ ବିଶେଷତା ଥିବା ସୁପର ସ୍ପେଶିଆଲିଟି ହସ୍‌ପିଟାଲ ଆଜି ଦେଶର କୋଣ ଅନୁକୋଣରେ ପ୍ରତିଷ୍ଠିତ ହେବାର ବିଶେଷ ଆବଶ୍ୟକତା ରହିଛି । “ଆଜି ଆମେ ସନ୍ତୋଷର ସହ କହିପାରିବା ଯେ ଦେଶର ଛଅଟି  ଏମ୍ସରୁ ବର୍ତ୍ତମାନ ଏହା ୧୨୨କୁ ବୃଦ୍ଧି ପାଇଛି” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୬-୭ବର୍ଷ ମଧ୍ୟରେ ୧୭୦ଟି ମେଡିକାଲ କଲେଜ ସ୍ଥାପିତ ହୋଇଛି ଓ ଆହୁରି ଶହେରୁ ଅଧିକ ମେଡିକାଲ କଲେଜ ପାଇଁ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ୨୦୧୪ମସିହାରେ ମେଡିକାଲ କଲେଜଗୁଡିକରେ ସ୍ନାତ୍ତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ନିମନ୍ତେ ୮୨ହଜାର ସ୍ଥାନ ଥିଲା । ଆଜି ଏହି ସଂଖ୍ୟା ୧, ୪୦, ୦୦୦କୁ ବୃଦ୍ଧି ପାଇଛି । ନିୟନ୍ତ୍ରଣ ଓ ପ୍ରଶାସନ କ୍ଷେତ୍ରରେ ମଧ୍ୟ ଜାତୀୟ ମେଡିକାଲ ଆୟୋଗ ପ୍ରତିଷ୍ଠା ଯୋଗୁଁ ଆଗରୁ ଥିବା ସମସ୍ୟାଗୁଡିକର ସମାଧାନ ହୋଇଯାଇଛି ।

ଶ୍ରୀ ମୋଦୀ କହିଥିଲେ ଯେ ଦକ୍ଷ ସ୍ୱାସ୍ଥ୍ୟସେବା ନିମନ୍ତେ ଏଥିସହ ସଂଶ୍ଳିଷ୍ଟ କୁଶଳୀ ମାନବସମ୍ବଳର ପ୍ରତ୍ୟକ୍ଷ ପ୍ରଭାବ ରହିଛି । କରୋନା କାଳରେ ଏହା ବେଶ୍ ଅନୁଭୂତ ହୋଇଛି । କେନ୍ଦ୍ର ସରକାରଙ୍କ “ମାଗଣା ଓ ସମସ୍ତଙ୍କ ପାଇଁ ଟୀକା” ଅଭିଯାନରେ ଏହା ବେଶ୍ ପ୍ରତିଫଳିତ ହୋଇଛି । ଆଜି ଭାରତରେ ୮୮କୋଟିରୁ ଅଧିକ ଜନସାଧାରଣଙ୍କୁ କରୋନା ଟିକା ଲଗାଯାଇସାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜାଦୀ କା ଅମ୍ରିତ ମହୋତ୍ସବ କାଳରେ ଉଚ୍ଚସ୍ତରୀୟ କୌଶଳ ଭାରତକୁ ଶକ୍ତିଶାଳୀ କରିବା ସହ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନକୁ ସାକାର କରିବାର ସଂକଳ୍ପକୁ ମଧ୍ୟ ବାସ୍ତବରେ ପରିଣତ କରିବ । ପେଟ୍ରୋରସାୟନ ଶିଳ୍ପ ନିମନ୍ତେ କୁଶଳୀ ମାନବ ସମ୍ବଳ ନିତ୍ୟାନ୍ତ ଆବଶ୍ୟକ । ନୂତନ ପେଟ୍ରୋ ରସାୟନ ପ୍ରଯୁକ୍ତି ପ୍ରତିଷ୍ଠାନ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ଏଥିସହ ଯୋଡିବ । ତାଙ୍କ ମୁଖ୍ୟ ମନ୍ତ୍ରିତ୍ୱ କାଳରେ ରାଜ୍ୟରେ ପ୍ରତିଷ୍ଠିତ ପଣ୍ଡିତ ଦୀନଦୟାଲ ପେଟ୍ରୋଲିୟମ ବିଶ୍ୱବିଦ୍ୟାଳୟ (ବର୍ତ୍ତମାନ ଶକ୍ତି ବିଶ୍ୱବିଦ୍ୟାଳୟ)ର ସେ ସ୍ମୃତିଚାରଣ କରିଥିଲେ । ଏ ପ୍ରକାର ବିଶ୍ୱବିଦ୍ୟାଳୟ ସ୍ୱଚ୍ଛ ଶକ୍ତି ଉଦଭାବନ ଦିଗରେ ଯୁବ ସମାଜକୁ ପ୍ରେରଣା ଦେବ ବୋଲି ସେ କହିଥିଲେ ।

୭୦ହଜାର କୋଟିରୁ ଅଧିକ ବ୍ୟୟରେ ରାଜସ୍ଥାନର ବାରମେରରେ ପ୍ରତିଷ୍ଠିତ ବିଶୋଧନାଗାର ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୨୦୧୪ମସିହା ସୁଦ୍ଧା ରାଜ୍ୟରେ ଗୋଟିଏ ମାତ୍ର ନଗରୀକୁ ଗ୍ୟାସ ପରିବଣ୍ଟନ ଅନୁମତି ଥିବାବେଳେ ଏବେ ରାଜ୍ୟର ୧୭ଟି ଜିଲ୍ଲା ନଗର ଗ୍ୟାସ ପରିବଣ୍ଟନ ବ୍ୟବସ୍ଥାରେ ସାମିଲ ହୋଇସାରିଛନ୍ତି । ଆଗାମୀ ବର୍ଷରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଇପ ଯୋଗେ ଗ୍ୟାସ ଯୋଗାଣ ବ୍ୟବସ୍ଥା ହେବ । ଶୌଚାଳୟ, ବିଦ୍ୟୁତ, ଗ୍ୟାସସଂଯୋଗ ଫଳରେ ଜୀବନଧାରଣ ପ୍ରଣାଳୀ ମଧ୍ୟ ସୁଗମ ହୋଇଛି । ରାଜ୍ୟରେ ଜଳଜୀବନ ମିଶନ ଜରିଆରେ ୨୧ଲକ୍ଷ ପରିବାର ପାଇପ ପାଣି ପାଉଛନ୍ତି । “ରାଜସ୍ଥାନର ବିକାଶ ଭାରତର ବିକାଶକୁ ତ୍ୱରାନ୍ୱିତ କରିବ’ ବୋଲି ଘୋଷଣା କରିବା ସହ ଶ୍ରୀ ମୋଦୀ ରାଜସ୍ଥାନରେ ଗରିବ ପରିବାରଙ୍କ ନିମନ୍ତେ ୧୩ଲକ୍ଷ ପକ୍‌କା ଘର ନିର୍ମିତ ହୋଇଛି ବୋଲି କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi