“ମୁଁ ବେଙ୍ଗଲ୍ର ଲୋକମାନଙ୍କୁ ବୀରଭୂମ ଭଳି ହିଂସା ଘଟଣାର ଅପରାଧୀ/ ଦୋଷୀ ଏବଂ ଯେଉଁମାନେ ଏହି ଭଳି ଅପରାଧୀମାନଙ୍କୁ ପ୍ରୋତ୍ସାହିତ କରନ୍ତି ସେମାନଙ୍କୁ କ୍ଷମା ନଦେବାକୁ ଅନୁରୋଧ କରିବି ।”
“ଆଜି ଏହି ଦେଶ, ଏହାର ଇତିହାସ, ଏହାର ଅତୀତକୁ ଶକ୍ତିର ଜୀବନ୍ତ ଉତ୍ସ ଭାବରେ ଦେଖୁଛି ।”
“ନୂତନ ଭାରତ ଏବେ ଦେଶର ଐତିହ୍ୟକୁ ବିଦେଶରୁ ଫେରାଇ ଆଣୁଛି ଯେଉଁଠାରେ ପ୍ରାଚୀନ ମୂର୍ତିକୁ ଅପରାଧିକ ଭାବେ ଚୋରାଚାଲାଣ କରାଯାଉଥିଲା ।”
“ପଶ୍ଚିମବଙ୍ଗର ଐତିହ୍ୟକୁ ସଂରକ୍ଷିତ ଏବଂ ସମୃଦ୍ଧ କରିବା ନିମନ୍ତେ ସରକାରଙ୍କର ପ୍ରତିବଦ୍ଧତାର ଏକ ପ୍ରମାଣ ହେଉଛି ବିପ୍ଲୋବୀ ଭାରତ ଗ୍ୟାଲେରୀ ।”
“ଐତିହ୍ୟ ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ସାରା ଭାରତରେ ଜାତୀୟ ସ୍ତରରେ ପ୍ରଚାର କାର୍ଯ୍ୟ ଚାଲୁ ରହିଛି ।”
“ଆଜି ମଧ୍ୟ ଭାରତ ଭକ୍ତିର ଶାଶ୍ୱତ ଅନୁଭବ, ଭାରତର ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା ଆମର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ୍ ।”
“ଆତ୍ମ- ବିଶ୍ୱାସ, ଆତ୍ମ- ନିର୍ଭରଶୀଳତା, ପ୍ରାଚୀନ ପରିଚୟ ଏବଂ ଭବିଷ୍ୟତର ଉନ୍ନତି ହେଉଛି ଭାରତର ନୂତନ ଦୃଷ୍ଟିକୋଣ । ଏଥିରେ କର୍ତବ୍ୟର ଭାବନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ।”
“ବିପ୍ଲବର ଧାରା, ସତ୍ୟାଗ୍ରହ ଏବଂ ସ୍ୱାଧୀନତା ସଂଗ୍ରାମର ସୃଜନଶୀଳ ଉତ୍ସାହ ଜାତୀୟ ପତାକାର ନାରଙ୍ଗୀ, ଧଳା ଏବଂ ସବୁଜ ରଙ୍ଗ ଦ୍ୱାରା ପ୍ରତିନିଧିତ୍ୱ ହୋଇଛି ।”
“ସେ ଆହୁରି ମଧ୍ୟ କହିଥିଲେ ଯେ ମୁଁ ମଧ୍ୟ ବଙ୍ଗଳାବାସୀଙ୍କୁ ଅନୁରୋଧ କରିବି ଯେ ଏପରି ଘଟଣାର ଅପରାଧୀ ଏବଂ ଯେଉଁମାନେ ଏହି ଭଳି ଅପରାଧୀଙ୍କୁ ଉତ୍ସାହିତ କରନ୍ତି ସେମାନଙ୍କୁ କଦାପି କ୍ଷମା କରନ୍ତୁ ନାହିଁ ।”
ତେଣୁ, ଆଜି ଆମ ଦେଶ ଏହାର ଇତିହାସ, ଏହାର ଅତୀତକୁ ଶକ୍ତିର ଜୀବନ୍ତ ଉତ୍ସ ଭାବରେ ଦେଖୁଛି” ବୋଲି ସେ କହିଥିଲେ ।

ଆଜି ସହିଦ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନସିଂ ଦ୍ୱାରା କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ ହଲ୍ ଠାରେ ବିପ୍ଲୋବୀ ଭାରତ ଗ୍ୟାଲେରୀକୁ ଉଦ୍‌ଘାଟନ କରିଛନ୍ତି । ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନକର ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଷାନ ରେଡ୍ଡୀ ମଧ୍ୟ ଏହି ଅବସରରେ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ବୀରଭୂମ ଠାରେ ଘଟିଥିବା ହିଂସାତ୍ମକ ଘଟଣାର ପୀଡିତମାନଙ୍କ ପ୍ରତି ସମବେଦନା ଜ୍ଞାପନ କରି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ ଏବଂ ଏଭଳି ଘୃଣ୍ୟ ଅପରାଧ ନିମନ୍ତେ ଦୋଷୀମାନଙ୍କୁ ଦଣ୍ଡିତ କରିବାକୁ ରାଜ୍ୟ ସରକାର ସୁନିଶ୍ଚିତ କରିବେ ବୋଲି ଆଶା ପ୍ରକଟ କରିଥିଲେ ।  ସେ କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ ରହିବ ବୋଲି ନିଶ୍ଚିତ କରିଥିଲେ । “ସେ ଆହୁରି ମଧ୍ୟ କହିଥିଲେ ଯେ ମୁଁ ମଧ୍ୟ ବଙ୍ଗଳାବାସୀଙ୍କୁ ଅନୁରୋଧ କରିବି ଯେ ଏପରି ଘଟଣାର ଅପରାଧୀ ଏବଂ ଯେଉଁମାନେ ଏହି ଭଳି ଅପରାଧୀଙ୍କୁ ଉତ୍ସାହିତ କରନ୍ତି ସେମାନଙ୍କୁ କଦାପି କ୍ଷମା କରନ୍ତୁ ନାହିଁ ।”

ସହିଦ ଦିବସରେ ସହିଦ ମାନଙ୍କୁ ମନେ ପକାଇ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କ ଭଳି ସହିଦ ମାନଙ୍କର କଥା ଆମ ସମସ୍ତଙ୍କୁ ଦେଶ ପାଇଁ ଅକ୍ଲାନ୍ତ ଭାବେ ପରିଶ୍ରମ କରିବା ନିମନ୍ତେ ପ୍ରୋତ୍ସାହିତ କରିଥାଏ । “ଆମ ଅତୀତର ପରମ୍ପରା ଆମର ବର୍ତମାନକୁ ମାର୍ଗଦର୍ଶନ କରାଇଥାଏ, ଏକ ଉତମ ଭବିଷ୍ୟତ ଗଠନ କରିବା ନିମନ୍ତେ ଆମକୁ ପ୍ରୋତ୍ସାହିତ କରିଥାଏ । ତେଣୁ, ଆଜି ଆମ ଦେଶ ଏହାର ଇତିହାସ, ଏହାର ଅତୀତକୁ ଶକ୍ତିର ଜୀବନ୍ତ ଉତ୍ସ ଭାବରେ ଦେଖୁଛି” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଆଜି କହିଥିଲେ ଯେ, ନୂତନ ଭାରତ ଦେଶର ଐତିହ୍ୟକୁ ବିଦେଶରୁ ଫେରାଇ ଆଣୁଛି, ଯେଉଁଠାରେ ପୂର୍ବରୁ ପ୍ରାଚୀନ ମୂର୍ତିକୁ ଅପରାଧିକ ଭାବେ ଚୋରାଚାଲାଣ କରା ଯାଉଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୪ ମସିହା ପୂର୍ବ ଦଶକ ଗୁଡିକରେ ମାତ୍ର କିଛି ଡଜନ ମୂର୍ତି ଭାରତକୁ ଫେରାଇ ଅଣା ଯାଇ ପାରିଥିଲା । କିନ୍ତୁ ଗତ ୭ ବର୍ଷ ମଧ୍ୟରେ ଏହାର ସଂଖ୍ୟା ବୃଦ୍ଧି ପାଇ ୨୨୫ରୁ ଅଧିକ ହୋଇଛି ବୋଲି ସେ କହିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘ନିର୍ଭୀକ ସୁବାସ’ ପରେ କୋଲକାତାର ସମୃଦ୍ଧ ଐତିହ୍ୟରେ ବିପ୍ଲୋବୀ ଭାରତ ଗ୍ୟାଲେରୀ ରୂପରେ ଆଉ ଏକ ମୁକ୍ତା ଯୋଡି ହୋଇଯାଇଛି । ସେ କହିଥିଲେ ଯେ, ପଶ୍ଚିମବଙ୍ଗର ଐତିହ୍ୟକୁ ସଂରକ୍ଷିତ ଏବଂ ସମୃଦ୍ଧ କରିବା ନିମନ୍ତେ ସରକାରଙ୍କର ପ୍ରତିବଦ୍ଧତାର ଏକ ପ୍ରମାଣ ହେଉଛି ବିପ୍ଲୋବୀ ଭାରତ ଗ୍ୟାଲେରୀ । ସେ ସୂଚନା ଦେଇଥିଲେ ଯେ, ଭିକ୍ଟୋରିଆ ମେମୋରିଆଲ୍ ହଲ୍‌, ପ୍ରତିଷ୍ଠିତ ଗ୍ୟାଲେରୀ ସମୂହ, ମେଟକାଫ୍ ହାଉସ୍ ଇତ୍ୟାଦି ପ୍ରତିଷ୍ଠିତ ଲ୍ୟାଣ୍ଡମାର୍କର ନବୀକରଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇ ଯାଇଛି । ସେ କହିଥିଲେ “ଆମର ସଂସ୍କୃତି, ସଭ୍ୟତାର ଏହି ପ୍ରତୀକ ଗୁଡିକ ଭାରତର ବର୍ତମାନ ଏବଂ ଭବିଷ୍ୟତର ପିଢ଼ିକୁ ପ୍ରେରଣା ଦେବା ଜାରି ରଖନ୍ତୁ, ଏହି ଦିଗରେ ଏହା ଏକ ବଡ ପ୍ରୟାସ ହେବ” ।

ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ଐତିହ୍ୟ ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ସାରା ଭାରତରେ ଏକ ଜାତୀୟ ସ୍ତରରେ ପ୍ରଚାର କାର୍ଯ୍ୟ ଚାଲୁ ରହିଛି । ଐତିହ୍ୟ ପର୍ଯ୍ୟଟନକୁ ସ୍ୱଦେଶ ଦର୍ଶନ ଭଳି ବିଭିନ୍ନ ଯୋଜନା ସମୂହ ମାଧ୍ୟମରେ ପ୍ରୋତ୍ସାହିତ କରାଯାଉଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଦାଣ୍ଡି ମାର୍ଚ୍ଚର ସ୍ମାରକୀ, ଜାଲିଆନାୱାଲା ମେମୋରିଆଲ୍‌ର ନବୀକରଣ, ଷ୍ଟାଚ୍ୟୁ ଅଫ୍ ୟୁନିଟି, ଦୀନଦୟାଲ ସ୍ମାରକ, ବାବାସାହେବ ମେମୋରିଆଲ, ଭଗବାନ ବିର୍ସା ମୁଣ୍ଡା ମେମୋରିଆଲ, ଅଯୋଧ୍ୟା ଏବଂ କାଶୀରେ ଥିବା ଘାଟ ଗୁଡିକର ସୌନ୍ଦର୍ଯ୍ୟକରଣ କିମ୍ବା ସାରା ଭାରତ ବର୍ଷରେ ମନ୍ଦିର ଗୁଡିକର ନବୀକରଣ ଭଳି ପଦକ୍ଷେପ ମାଧ୍ୟମରେ ଐତିହ୍ୟ ପର୍ଯ୍ୟଟନ ନୂତନ ସମ୍ଭାବନାକୁ ଉନ୍ମୁକ୍ତ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶହ ଶହ ବର୍ଷର କ୍ରୀତଦାସତ୍ୱ ସମୟରେ, ତିନିଟି ସ୍ରୋତ/ ଧାରା ଏକାଠି ହୋଇ ସ୍ୱାଧୀନତାକୁ ଆଗେଇ ନେଇଥିଲେ । ଏହି ସ୍ରୋତଗୁଡିକ ଥିଲା, ଆନ୍ଦୋଳନ, ସତ୍ୟାଗ୍ରହ ଏବଂ ଜନ ଜାଗରଣ । ପ୍ରଧାନମନ୍ତ୍ରୀ ତ୍ରିରଙ୍ଗାର ପ୍ରତୀକ, ଜାତୀୟ ପତାକା ଉପରେ ବିଷଦ ଭାବରେ ବିଚାର ଆଲୋଚନା କରିଥିଲେ । ସେ କହିଥିଲେ ଯେ, ତିନୋଟି ସ୍ରୋତ / ଧାରା ତ୍ରିରଙ୍ଗାକୁ ପ୍ରତିନିଧିତ୍ୱ କରୁଛି, ଯେଉଁଥିରେ ନାରଙ୍ଗୀ ରଙ୍ଗ କ୍ରାନ୍ତିକାରୀ ଧାରାକୁ ପ୍ରତିନିଧିତ୍ୱ କରୁଛି, ଧଳା ରଙ୍ଗ ସତ୍ୟାଗ୍ରହ ଏବଂ ସବୁଜ ରଙ୍ଗ ସେଶର ସୃଜନାତ୍ମକ ସ୍ପନ୍ଦନର ପ୍ରତୀକ ଅଟେ । ସେ କହିଥିଲେ ଯେ, ତାଙ୍କ ପାଇଁ ଜାତୀୟ ପତାକାରେ ରହିଥିବା ନୀଳ ରଙ୍ଗ ଦେଶର ସାଂସ୍କୃତିକ ଚେତନାର ପ୍ରତିନିଧିତ୍ୱ କରିଥାଏ । ସେ କହିଥିଲେ ଯେ, ସେ ଆଜି ଜାତୀୟ ପତାକାର ଏହି ତିନି ରଙ୍ଗରେ ସେ ନୂତନ ଭାରତର ଭବିଷ୍ୟତକୁ ଦେଖୁଛନ୍ତି । ନାରଙ୍ଗୀ ରଙ୍ଗ ଆମକୁ କର୍ତବ୍ୟ ଏବଂ ଜାତୀୟ ସୁରକ୍ଷା ନିମନ୍ତେ ପ୍ରେରିତ କରିଥାଏ, ଧଳା ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ଏବଂ ସମସ୍ତଙ୍କର ପ୍ରୟାସର ପ୍ରତୀକ ଅଟେ; ସବୁଜ ରଙ୍ଗ ପରିବେଶର ସଂରକ୍ଷଣ ନିମନ୍ତେ ଏବଂ ନୀଳ ରଙ୍ଗର ଚକ୍ରରେ ଦେଶର ନୀଳ ଅର୍ଥନୀତିକୁ ସେ ଦେଖୁଛନ୍ତି ବୋଲି କହିଥିଲେ ।

କମ୍ ବୟସର କ୍ରାନ୍ତିକାରୀ ଭଗତ ସିଂହ, ସୁଖଦେବ, ରାଜଗୁରୁ, ଆଜାଦ୍ ଏବଂ ଖୁଦିରାମ ବୋଷଙ୍କର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଯୁବକ ମାନେ ନିଜକୁ କେବେ କମ୍ ବୋଲି ବିଚାର କରିବାଉଚିତ୍ ନୁହେଁ । “ଏମିତି କିଛି ନାହିଁ, ଯାହା ଭାରତର ଯୁବକମାନେ ହାସଲ କରିପାରିବେ ନାହିଁ” ବୋଲି ସେ କହିଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଚାଲିଥିବା ଏକତାର ସୂତ୍ରକୁ ପ୍ରଧାନମନ୍ତ୍ରୀ ସୂଚାଇ ଦେଇଥିଲେ, ଯେଉଁଠାରେ ଦେଶର ସେବା ତଥା ଦେଶପ୍ରେମ ପାଇଁ ବିଭିନ୍ନ ଅଂଚଳ, ଭାଷା, ସମ୍ବଳ ଏକତ୍ରିତ ହୋଇଥିଲେ । “ଭାରତ – ଭକ୍ତିର ଏହି ଶାଶ୍ୱତ ଅନୁଭବ, ଏକତା, ଭାରତର ଅଖଣ୍ଡତା ଆଜି ମଧ୍ୟ ଆମର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ୍ । ଆପଣଙ୍କର ରାଜନୈତିକ ଚିନ୍ତାଧାରା ଯାହା ବି ହୋଇପାରେ, ଆପଣ ଯେକୌଣସି ରାଜନୈତିକ ଦଳର ହୋଇପାରନ୍ତି, କିନ୍ତୁ ଭାରତର ଏକତା ଏବଂ ଅଖଣ୍ଡତା ସହିତ କୌଣସି ପ୍ରକାରର ଆପୋଷ ବୁଝାମଣା ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ସବୁଠାରୁ ବଡ ବିଶ୍ୱାସଘାତକତା ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣକୁ ଜାରି ରଖି କହିଥିଲେ ଯେ, “ଆମକୁ ନୂତନ ଭାରତରେ ଏକ ନୂତନ ଦୃଷ୍ଟିକୋଣକୁ ନେଇ ଆଗକୁ ବଢ଼ିବାକୁ ପଡିବ । ଭାରତର ଏହି ନୂତନ ଦର୍ଶନ ହେଉଛି ଆତ୍ମବିଶ୍ୱାସ, ଆତ୍ମନିର୍ଭରଶୀଳତା, ପ୍ରାଚୀନ ପରିଚୟ ଏବଂ ଭବିଷ୍ୟତର ଉନ୍ନତି । ଏଥିରେ, କର୍ତବ୍ୟର ଭାବନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ।”

ଆଜି ଯେଉଁ ୪୦୦ ବିଲିୟନ୍ ଡଲାର କିମ୍ବା ୩୦ ଲକ୍ଷ କୋଟି ମୂଲ୍ୟର ଉତ୍ପାଦ ରପ୍ତାନିର ମାଇଲ୍‌ଖୁଂଟ ଲକ୍ଷ୍ୟ ହାସଲ କରା ଯାଇଛି ସେହି ବିଷୟରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଥିଲେ ଯେ ଭାରତର ଦିନକୁ ଦିନ ବୃଦ୍ଧି ପାଉଥିବା ରପ୍ତାନି ଆମର ଶିଳ୍ପ, ଆମ ଏମ୍‌ଏସ୍‌ଏମ୍‌ଇ, ଆମର ଉତ୍ପାଦନର କ୍ଷମତାର ସାମର୍ଥ୍ୟ ଏବଂ ଆମ କୃଷି କ୍ଷେତ୍ରର ସୁଦୃଢ଼ତାର ପ୍ରତୀକ ଅଟେ ।”

ସ୍ୱାଧୀନତା ସଂଗ୍ରାମରେ ବିପ୍ଲବୀଙ୍କର ଅବଦାନ ଏବଂ ବ୍ରିଟିଶ ଉପନିବେଶ ଶାସନ ପ୍ରତି ସେମାନଙ୍କର ସଶସ୍ତ୍ର ପ୍ରତିରୋଧକୁ ଗ୍ୟାଲେରୀ ଦର୍ଶାଇଥାଏ । ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ଧାରାର ବର୍ଣ୍ଣନାରେ ଏହି ଦିଗକୁ ପ୍ରାୟତଃ ଏହାର ଉପଯୁକ୍ତ ସ୍ଥାନ ଦିଆ ଯାଇନାହିଁ । ଏହି ନୂତନ ଗ୍ୟାଲେରୀର ଉଦ୍ଦେଶ୍ୟ ହେଉଛି ୧୯୪୭ ପର୍ଯ୍ୟନ୍ତ ଘଟିଥିବା ଘଟଣା ଗୁଡିକର ଏକ ସାମଗ୍ରିକ ଦୃଶ୍ୟ ପ୍ରଦାନ କରିବା ଏବଂ ବିପ୍ଲବୀମାନଙ୍କ ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିବା ।

ବିପ୍ଲୋବୀ ଭାରତ ଗ୍ୟାଲେରୀରେ ରାଜନୈତିକ ଏବଂ ବୌଦ୍ଧିକ ପୃଷ୍ଠଭୂମି ଚିତ୍ରିତ ହୋଇଛି, ଯାହା ବିପ୍ଲବୀ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିଲା । ଏହା ବୈପ୍ଲବିକ ଆନ୍ଦୋଳନର ଜନ୍ମ, ବିପ୍ଳବୀ ନେତାମାନଙ୍କ ଦ୍ୱାରା ମହତ୍ୱପୂର୍ଣ୍ଣ ସଙ୍ଗଠନ ଗଢ଼ାଯିବା, ଆନ୍ଦୋଳନର ପ୍ରଚାର ଓ ପ୍ରସାର, ଭାରତୀୟ ଜାତୀୟ ସେନା ଗଠନ, ନୌସେନା ବିଦ୍ରୋହର ଅବଦାନ ଇତ୍ୟାଦିକୁ ପ୍ରଦର୍ଶିତ କରିଥାଏ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
PM expresses happiness at enthusiasm of young friends from Uzbekistan
August 29, 2026

The Prime Minister, Shri Narendra Modi expressed happiness at the enthusiasm of young friends from Uzbekistan ahead of his visit to the country. Sharing a video showcasing their enthusiasm, the Prime Minister said that it was especially heartwarming to see them express themselves so beautifully in Hindi.

Shri Modi posted on X:

As I am about to begin my Uzbekistan visit, I am very happy to see the enthusiasm of my young friends from Uzbekistan, beautifully expressed in this video.

What makes it even more special is the fact that they did it in Hindi and they did it so well!