ନାଗରନାର ଠାରେ ଏନ୍‌ଏମ୍‌ଡିସି ଷ୍ଟିଲ ଲିମିଟେଡ୍‌ର ଇସ୍ପାତ କାରଖାନାର ଲୋକାର୍ପଣ କରିଛନ୍ତି
ଜଗଦଲପୁର ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଛନ୍ତି
ଛତିଶଗଡ଼ରେ ଏକାଧିକ ରେଳ ଓ ସଡ଼କ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି
ତାରୋକି - ରାୟପୁର ଡେମୁ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି
ଦେଶର ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ଜିଲ୍ଲା ଓ ପ୍ରତ୍ୟେକ ଗ୍ରାମର ବିକାଶ ହେଲେ ହିଁ ଏକ ବିକଶିତ ଭାରତର ସ୍ୱପ୍ନ ସାକାର ହେବ
"ବିକଶିତ ଭାରତ ପାଇଁ ଭୌତିକ, ସାମାଜିକ ଏବଂ ଡିଜିଟାଲ ଭିତ୍ତିଭୂମି ସଂରଚନା ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ହେବା ଉଚିତ"
"ଛତିଶଗଡ଼ ଏକ ବୃହତ୍ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ହେବାର ଲାଭ ଉଠାଉଛି"
ବସ୍ତରରେ ନିର୍ମିତ ଇସ୍ପାତ ଆମ ସେନାକୁ ସୁଦୃଢ଼ କରିବ ଏବଂ ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମଧ୍ୟ ଭାରତର ଦୃଢ଼ ଉପସ୍ଥିତି ରହିବ
ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଛତିଶଗଡ଼ର ୩୦ରୁ ଅଧିକ ଷ୍ଟେସନର ଉନ୍ନତିକରଣ କରାଯାଉଛି
ଛତିଶଗଡ଼ର ଲୋକମାନଙ୍କ ଜୀବନକୁ ସହଜ କରିବା ପାଇଁ ସରକାର ସବୁ ପ୍ରକାର ପ୍ରୟାସ କରୁଛନ୍ତି
ଛତିଶଗଡ଼ର ବିକାଶ ଯାତ୍ରାକୁ ସରକାର ସମର୍ଥନ ଜାରି ରଖିବେ ଏବଂ ଦେଶର ଭାଗ୍ୟ ବଦଳାଇବାରେ ରାଜ୍ୟ ନିଜର ଭୂମିକା ନିର୍ବାହ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡର ବସ୍ତରର ଜଗଦଲପୁର ଠାରେ ପାଖାପାଖି ୨୭,୦୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବସ୍ତର ଜିଲ୍ଲାର ନାଗରନାର ଠାରେ ଏନ୍‌ଏମ୍‌ଡିସି ଷ୍ଟିଲ ଲିମିଟେଡ୍‌ର ୨୩,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଇସ୍ପାତ କାରଖାନାର ଲୋକାର୍ପଣ ସହ ଏକାଧିକ ରେଳ ଓ ସଡ଼କ କ୍ଷେତ୍ର ପ୍ରକଳ୍ପ ଗୁଡିକୁ ଲୋକାର୍ପଣ କରିବା ଇତ୍ୟାଦି ରହିଛି । ସେ ତାରୋକି - ରାୟପୁର ଡେମୁ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

 

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ଜିଲ୍ଲା ଏବଂ ପ୍ରତ୍ୟେକ ଗ୍ରାମର ବିକାଶ ହେଲେ ହିଁ ଏକ ବିକଶିତ ଭାରତର ସ୍ୱପ୍ନ ସାକାର ହେବ । ଏହି ସଂକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଜି ପ୍ରାୟ ୨୭,୦୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ଏବଂ ବିକାଶ ମୂଳକ ପ୍ରକଳ୍ପ ପାଇଁ ଛତିଶଗଡ଼ବାସୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ ଭାରତ ପାଇଁ ଭୌତିକ, ସାମାଜିକ ଏବଂ ଡିଜିଟାଲ ଭିତ୍ତିଭୂମି ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ହେବା ଉଚିତ । ଚଳିତ ବର୍ଷ ଭିତ୍ତିଭୂମି ପାଇଁ ବ୍ୟୟବରାଦ ୧୦ ଲକ୍ଷ କୋଟି ଟଙ୍କା ରହିଛି, ଯାହା କି ୬ ଗୁଣା ବୃଦ୍ଧି ପାଇଛି ବୋଲି ସେ ସୂଚନା ଦେଇଛନ୍ତି । 

ରେଳ, ସଡ଼କ, ବିମାନ ବନ୍ଦର, ବିଦ୍ୟୁତ ପ୍ରକଳ୍ପ, ପରିବହନ, ଗରିବଙ୍କ ପାଇଁ ଘର ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଗୁଡିକରେ ଇସ୍ପାତର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୯ ବର୍ଷ ମଧ୍ୟରେ ଇସ୍ପାତ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । "ଛତିଶଗଡ଼ ଏକ ବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ହେବାର ଲାଭ ଉଠାଉଛି", ବୋଲି ପ୍ରଧାନମନ୍ତ୍ରୀ ଆଜି ନାଗରନାର ଠାରେ ଅନ୍ୟତମ ଅତ୍ୟାଧୁନିକ ଇସ୍ପାତ କାରଖାନାର ଉଦ୍‌ଘାଟନ ଉପରେ ଗୁରୁତ୍ୱାରୋପ କରି କହିଥିଲେ ।  

 

ଏହି କାରଖାନାରେ ଉତ୍ପାଦିତ ଇସ୍ପାତ ଦେଶର ଅଟୋମୋବାଇଲ, ଇଞ୍ଜିନିୟରିଂ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି ସେ କହିଥିଲେ । ବସ୍ତରରେ ଉତ୍ପାଦିତ ଇସ୍ପାତ ସଶସ୍ତ୍ର ବାହିନୀକୁ ସୁଦୃଢ଼ କରିବା ସହ ପ୍ରତିରକ୍ଷା ରପ୍ତାନୀକୁ ବୃଦ୍ଧି କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ଏହି ଇସ୍ପାତ କାରଖାନା ବସ୍ତର ଓ ଆଖପାଖ ଅଞ୍ଚଳର ପାଖାପାଖି ୫୦ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ମଧ୍ୟ ସେ କହିଛନ୍ତି । ଏହି ନୂତନ ଇସ୍ପାତ କାରଖାନା କେନ୍ଦ୍ର ସରକାରଙ୍କ ଦ୍ୱାରା ବସ୍ତର ଭଳି ଆକାଂକ୍ଷୀ ଜିଲ୍ଲା ଗୁଡ଼ିକର ବିକାଶକୁ ପ୍ରାଥମିକତା ଦେବା ପାଇଁ ନୂତନ ଗତି ପ୍ରଦାନ କରିବ ବୋଲି ସେ କହିଛନ୍ତି ।

ଯୋଗାଯୋଗ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଅର୍ଥନୈତିକ କରିଡର ଏବଂ ଆଧୁନିକ ରାଜପଥ ବିଷୟରେ ଉଲ୍ଲେଖ କରିଥିଲେ । ୨୦୧୪ ମସିହା ତୁଳନାରେ ଛତିଶଗଡ଼ର ରେଳ ବଜେଟ୍ ପ୍ରାୟ ୨୦ ଗୁଣା ବୃଦ୍ଧି କରାଯାଇଛି । ସ୍ୱାଧୀନତାର ଏତେ ବର୍ଷ ପରେ ତାରୋକିକୁ ଏକ ନୂଆ ରେଳ ଲାଇନର ଉପହାର ମିଳୁଛି ବୋଲି ସେ ସେ ଉଲ୍ଲେଖ କରିଛନ୍ତି । ନୂଆ ଡେମୁ ଟ୍ରେନ୍ ତାରୋକିକୁ ଦେଶର ରେଳ ମାନଚିତ୍ରରେ ସଂଯୋଗ କରିଛି ଯାହା ରାଜଧାନୀ ରାୟପୁରକୁ ଯାତ୍ରା କରିବା ସହଜ କରିବ । ଜଗଦଲପୁର ଏବଂ ଦାନ୍ତେୱାଡା ମଧ୍ୟରେ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବ ଏବଂ ଯାତ୍ରାକୁ ସହଜ କରିବ । 

 

ଛତିଶଗଡ ରେଳ ଧାରଣାର ଶତ ପ୍ରତିଶତ ବିଦ୍ୟୁତୀକରଣ କାର୍ଯ୍ୟ ଶେଷ କରି ଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ରାଜ୍ୟରେ ବନ୍ଦେ ଭାରତ ଟ୍ରେନ୍ ମଧ୍ୟ ଚଳାଚଳ କରୁଛି । ଅମୃତ ଭାରତ ଷ୍ଟେସନ ଯୋଜନାରେ ଛତିଶଗଡ଼ର ୩୦ରୁ ଅଧିକ ଷ୍ଟେସନର ଉନ୍ନତିକରଣ କରାଯାଉଛି । ସେଥି ମଧ୍ୟରୁ ୭ଟି ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ ହୋଇସାରିଛି । ବିଳାସପୁର, ରାୟପୁର ଏବଂ ଦୁର୍ଗ ଷ୍ଟେସନ ସହିତ ଆଜି ଜଗଦଲପୁର ଷ୍ଟେସନକୁ ଏହି ତାଲିକାରେ ସାମିଲ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଗାମୀ ଦିନରେ , ଜଗଦଲପୁର ଷ୍ଟେସନ ସହରର ମୁଖ୍ୟ କେନ୍ଦ୍ରରେ ପରିଣତ ହେବ ଏବଂ ଏଠାରେ ଯାତ୍ରୀ ସୁବିଧାର ଉନ୍ନତିକରଣ କରାଯିବ । ଗତ ୯ ବର୍ଷ ମଧ୍ୟରେ ରାଜ୍ୟର ୧୨୦ରୁ ଅଧିକ ଷ୍ଟେସନରେ ମାଗଣା ୱାଇ - ଫାଇ ସୁବିଧା ଯୋଗାଇ ଦିଆଯାଇଛି ବୋଲି ସେ କହିଥିଲେ ।

"ଛତିଶଗଡ଼ର ଲୋକମାନଙ୍କ ଜୀବନକୁ ସହଜ କରିବା ପାଇଁ ସରକାର ସମସ୍ତ ସମ୍ଭାବ୍ୟ ପ୍ରୟାସ କରୁଛନ୍ତି", ବୋଲି ଶ୍ରୀ ମୋଦୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଆଜିର ପ୍ରକଳ୍ପ ଗୁଡିକ ବିକାଶର ଗତିକୁ ଆଗକୁ ବଢ଼ାଇବ, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ରାଜ୍ୟରେ ନୂତନ ଶିଳ୍ପକୁ ପ୍ରୋତ୍ସାହିତ କରିବ । ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ ଛତିଶଗଡ଼ର ବିକାଶ ଯାତ୍ରାରେ ସରକାର ନିଜର ସମର୍ଥନ ଜାରି ରଖିବେ ଏବଂ ଦେଶର ଭାଗ୍ୟ ବଦଳାଇବାରେ ରାଜ୍ୟ ନିଜର ଭୂମିକା ନିର୍ବାହ କରିବ । ଏହି ଅବସରରେ ଛତିଶଗଡର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ସହ ରାଜ୍ୟର ବିକାଶ ପାଇଁ ଚିନ୍ତିତ ଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ସାଂସଦ ଶ୍ରୀ ମୋହନ ମାଣ୍ଡବୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ଏକ ପ୍ରମୁଖ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ବସ୍ତର ଜିଲ୍ଲାର ନାଗରନାର ଠାରେ ଥିବା ଏନ୍‌ଏମ୍‌ଡିସି ଷ୍ଟିଲ ଲିମିଟେଡ୍‌ର ଇସ୍ପାତ କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ୨୩,୮୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ଇସ୍ପାତ କାରଖାନା ହେଉଛି, ଏକ ଗ୍ରୀନଫିଲ୍ଡ ପ୍ରକଳ୍ପ ଯାହା ଉଚ୍ଚମାନର ଇସ୍ପାତ ଉତ୍ପାଦନ କରିବ । ନାଗରନାର ଠାରେ ଥିବା ଏନ୍‌ଏମ୍‌ଡିସି ଷ୍ଟିଲ ଲିମିଟେଡ୍‌ର ଇସ୍ପାତ କାରଖାନା ସହିତ ଆନୁଷଙ୍ଗିକ ଏବଂ ଡାଉନଷ୍ଟ୍ରିମ ଶିଳ୍ପରେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଏହା ବସ୍ତରକୁ ବିଶ୍ୱର ଇସ୍ପାତ ମାନଚିତ୍ରରେ ସ୍ଥାନିତ କରିବ ଏବଂ ଏହି ଅଞ୍ଚଳର ସାମାଜିକ - ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ।

 

ସମଗ୍ର ଦେଶରେ ରେଳ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ଅନୁସରଣ କରି ଏହି କାର୍ଯ୍ୟକ୍ରମରେ ଏକାଧିକ ରେଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା । ଅନ୍ତଗଡ଼ ଏବଂ ତାରୋକି ମଧ୍ୟରେ ଏକ ନୂତନ ରେଳ ଲାଇନ ଏବଂ ଜଗଦଲପୁର ଏବଂ ଦାନ୍ତେୱାଡା ମଧ୍ୟରେ ଏକ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ବୋରିଦାଣ୍ଡ - ସୁରଜପୁର ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଏବଂ ଜଗଦଲପୁର ଷ୍ଟେସନର ପୁନଃନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ତାରୋକି - ରାୟପୁର ଡେମୁ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରେଳ ପ୍ରକଳ୍ପ ଗୁଡ଼ିକ ରାଜ୍ୟର ଆଦିବାସୀ କ୍ଷେତ୍ର ଗୁଡିକରେ ଯୋଗାଯୋଗରେ ଉନ୍ନତି ଆଣିବ । ଉନ୍ନତ ରେଳ ଭିତ୍ତିଭୂମି ଏବଂ ନୂତନ ଟ୍ରେନ୍ ସେବା ସ୍ଥାନୀୟ ଲୋକଙ୍କୁ ଉପକୃତ କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶରେ ସହାୟକ ହେବ ।

୪୩ ନମ୍ବର ଜାତୀୟ ରାଜପଥର 'କୁନକୁରିରୁ ଛତିଶଗଡ଼ - ଝାଡ଼ଖଣ୍ଡ ସୀମା ସେକ୍ସନ୍‌' ପର୍ଯ୍ୟନ୍ତ ଏକ ସଡ଼କ ଉନ୍ନତିକରଣ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ନୂତନ ରାସ୍ତା ସଡ଼କ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ଏହି ଅଞ୍ଚଳର ଲୋକମାନେ ଉପକୃତ ହେବେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation

Media Coverage

Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to brave participants of the Quit India Movement
August 09, 2026

Prime Minister Shri Narendra Modi has remembered all those who participated in the historic Quit India Movement and paid tribute to their courage and determination in India’s freedom struggle. Shri Modi said that inspired by the leadership of Mahatma Gandhi, the clarion call of the Quit India Movement infused new energy into the freedom struggle and reflected the unwavering resolve of the people of India to break free from colonial rule.

The Prime Minister posted on X:

Remembering all those who participated in the historic Quit India Movement. Their courage will always remain an inspiration for every Indian. Inspired by the leadership of Mahatma Gandhi Ji, the clarion call of Quit India infused new energy into our freedom struggle and reflected the unwavering determination of our people to break free from colonial rule.