୨୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
ପ୍ରାୟ ୧୯୫୦ କୋଟି ଟଙ୍କା ମୂଲ୍ୟର ପିଏମ୍‌ଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ) ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଉଦ୍‌ଘାଟନ କରିଛନ୍ତି
ପ୍ରାୟ ୧୯,୦୦୦ ଟି ଘରର ଗୃହ ପ୍ରବେଶରେ ଭାଗୀଦାର ହୋଇଛନ୍ତି ଏବଂ ହିତାଧିକାରୀ ମାନଙ୍କୁ ଘର ଚାବି ହସ୍ତାନ୍ତର କରିଛନ୍ତି
“ପିଏମ - ଆବାସ ଯୋଜନା ଗୃହ କ୍ଷେତ୍ରରେ ପରିବର୍ତ୍ତନ ଆଣିଛି । ଏହା ବିଶେଷ କରି ଗରିବ ଏବଂ ମଧ୍ୟବିତ୍ତଶ୍ରେଣୀର ଲୋକ ମାନଙ୍କୁ ଉପକୃତ କରିଛି ”
ଗୁଜରାଟର ଦୁଇ ଇଞ୍ଜିନ୍ ବିଶିଷ୍ଟ ସରକାର ଦୁଇ ଗୁଣା ଦ୍ରୁତ ଗତିର ସହିତ କାମ କରୁଛି ”
“ଆମ ପାଇଁ ଦେଶର ବିକାଶ ଏକ ବିଶ୍ୱାସ ଏବଂ ପ୍ରତିବଦ୍ଧତା”
“ଧର୍ମନିରପେକ୍ଷତାର ପ୍ରକୃତ ଅର୍ଥ ହେଉଛି ଯେତେବେଳେ କୌଣସି ସମସ୍ତଙ୍କ ମଧ୍ୟରେ କୌଣସି ଭେଦଭାବ ରହିବ ନାହିଁ ”
ଦାରିଦ୍ର‌୍ୟ ବିରୋଧରେ ମୁକାବିଲା ପାଇଁ ଆମେ ଗୃହକୁ ଏକ ଶକ୍ତିଶାଳୀ ଭିତ୍ତଭୂମିରେ ପରିଣତ କରିଛୁ, ଗରିବଙ୍କ ସଶକ୍ତିକରଣ ଏବଂ ସମ୍ମାନର ସାଧନ ଭାବେ ପ୍ରସ୍ତୁତ କରିଛୁ”
“ପିଏମ୍‌ଏୱାଇ ଘରଗୁଡ଼ିକ ଅନେକ ଯୋଜନାର ପ୍ୟାକେଜ୍‌”
“ଆଜି ଆମେ ସହରୀ ଯୋଜନାରେ ଜୀବନର ସହଜତା ଏବଂ ଜୀବନର ଗୁଣବତ୍ତା ଉପରେ ସମାନ ଗୁରୁତ୍ୱ ଦେଉଛୁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧିନଗର ଠାରେ ୪୪୦୦ କୋଟି ଟଙ୍କାର ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ତାହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଯେଉଁ ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଏବଂ ଉଦ୍‌ଘାଟନ ହୋଇଛି ସେଗୁଡିକ ମଧ୍ୟରେ ନଗର ଉନ୍ନୟନ ବିଭାଗ, ଜଳ ଯୋଗାଣ ବିଭାଗ, ସଡ଼କ ଏବଂ ପରିବହନ ବିଭାଗ ଏବଂ ଖଣି ଏବଂ ଖଣିଜ ବିଭାଗର ୨୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ପ୍ରାୟ ୧୯୫୦ କୋଟି ଟଙ୍କା ମୂଲ୍ୟର ପିଏମ୍‌ଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ) ପ୍ରକଳ୍ପର ଉଦ୍‌ଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ସମୟରେ ଏହି ଯୋଜନାରେ ହିତାଧିକାରୀ ମାନଙ୍କୁ ଚାବି ହସ୍ତାନ୍ତର କରି ପ୍ରାୟ ୧୯,୦୦୦ ଟି ଘରର ଗୃହ ପ୍ରବେଶରେ ଭାଗୀଦାର ହୋଇଥିଲେ । ଭିଡିଓ ଲିଙ୍କ୍ ମାଧ୍ୟମରେ ସେ ହିତାଧିକାରୀ ମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ । 

 

ସମାବେଶକୁ ସମ୍ବୋଧିତ କରି ହିତାଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ପାଇଁ ରାଷ୍ଟ୍ର ନିର୍ମାଣ ଏକ ଚାଲୁଥିବା ‘ମହା ଯଜ୍ଞ’ । ନିକଟରେ ନିର୍ବାଚନ ପରେ ଗଠିତ ସରକାରଙ୍କ ଅଧୀନରେ ଗୁଜରାଟରେ ବିକାଶର ଗତିରେ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ନିକଟରେ ୩ ଲକ୍ଷ କୋଟି ଗରିବ ସମର୍ଥକ ଗୁଜରାଟ ବଜେଟ ବିଷୟରେ ସେ ଉଲ୍ଲେଖ କରିଛନ୍ତି । ‘ବଞ୍ଚିତ ଲୋକ ମାନଙ୍କୁ ପ୍ରାଥମିକତା’ ଭାବନାକୁ ଆଗେଇ ନେଇ ଥିବାରୁ ସେ ରାଜ୍ୟକୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ରାଜ୍ୟରେ ନିକଟରେ ହୋଇଥିବା କିଛି ପଦକ୍ଷେପ , ଯେମିତିକି ୨୫ ଲକ୍ଷ ଆୟୁଷ୍ମାନ କାର୍ଡ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ୨ ଲକ୍ଷ ମାଆଙ୍କୁ ସହାୟତା, ୪ ଟି ନୂତନ ମେଡିକାଲ୍ କଲେଜ ଏବଂ ଆଧୁନିକ ଭିତ୍ତିଭୂମି ପାଇଁ ହଜାର ହଜାର କୋଟି ଟଙ୍କାର କାମ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜରାଟର ଦୁଇ ଇଞ୍ଜିନ୍ ବିଶିଷ୍ଟ ସରକାର ଦୁଇ ଗୁଣା ଦ୍ରୁତ ଗତି ସହିତ କାମ କରୁଛନ୍ତି ବୋଲି ଏହା ଦର୍ଶାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଲୋକମାନେ ଅଦୃଶ୍ୟ ବିକାଶର ସମ୍ମୁଖୀନ ହେଉଛନ୍ତି । ସେ ଏକ ସମୟକୁ ମନେ ପକାଇଲେ ଯେତେବେଳେ ନାଗରିକ ମାନଙ୍କ ପାଇଁ ମୌଳିକ ସୁବିଧା ମଧ୍ୟ ବିରଳ ଥିଲା । ସେ କହିଛନ୍ତି ଯେ ସେହି ନିରାଶାରୁ ଦେଶ ଏବେ ବାହାରକୁ ଆସୁଛି ।

ସେ କହିଛନ୍ତି ଯେ , ସରକାର ସମସ୍ତଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି ଯୋଜନା ଗୁଡିକର ଶତପ୍ରତିଶତ ପରିପୂର୍ଣ୍ଣତା ପାଇଁ ଉଦ୍ୟମ ଚାଲିଛି । “ଆମ ପାଇଁ ଦେଶର ବିକାଶ ଏକ ବିଶ୍ୱାସ ଏବଂ ପ୍ରତିବଦ୍ଧତା” ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ସମସ୍ତ ସରକାରୀ ଯୋଜନାରେ ପୂର୍ଣ୍ଣତା ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ଉଲ୍ଲେଖ କରୁଛନ୍ତି । ସରକାରଙ୍କ ଏହି ଆଭିମୁଖ୍ୟ ଦୁର୍ନୀତି ଏବଂ ଭେଦଭାବକୁ ସମାପ୍ତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । “ଧର୍ମନିରପେକ୍ଷତାର ପ୍ରକୃତ ଅର୍ଥ ହେଉଛି ଯେତେବେଳେ ସମସ୍ତଙ୍କ ମଧ୍ୟରେ କୌଣସି ଭେଦଭାବ ନଥାଏ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯେତେବେଳେ ସରକାର ସମାଜରେ ସମସ୍ତଙ୍କ ହିତ ପାଇଁ କାର୍ଯ୍ୟ କରନ୍ତି ସେତେବେଳେ ସାମାଜିକ ନ୍ୟାୟ ହୁଏ ବୋଲି ସେ ମତ ଦେଇଛନ୍ତି । ଗତ ବର୍ଷ ପ୍ରାୟ ୩୨,୦୦୦ ଘର ସମ୍ପୂର୍ଣ୍ଣ ହୋଇ ହିତାଧିକାରୀ ମାନଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇ ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି ଯେ ଗରିବ ଲୋକ ମାନଙ୍କର ଆତ୍ମବିଶ୍ୱାସରେ ଏକ ବଡ଼ ବୃଦ୍ଧି ହୋଇଥାଏ, ଯେତେବେଳେ ଜୀବନର ମୌଳିକ ଆବଶ୍ୟକତା ବିଷୟରେ କମ୍ ଚିନ୍ତା କରିଥାନ୍ତି । 

 

ପ୍ରଧାନମନ୍ତ୍ରୀ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟ ସଂସ୍କୃତି ଏବଂ ଅତୀତର ସରକାରଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ଆଲୋକପାତ କରି କହିଛନ୍ତି ଯେ, “ବିଫଳ ନୀତି ପଥରେ ଆଗକୁ ବଢ଼ି ଦେଶ ଏହାର ଭାଗ୍ୟକୁ ପରିବର୍ତ୍ତନ କରି ପାରିବ ନାହିଁ ଏବଂ ବିକଶିତ ରାଷ୍ଟ୍ର ହୋଇ ପାରିବ ନାହିଁ । ଗତ ଦଶନ୍ଧିର ପରିସଂଖ୍ୟାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗ୍ରାମାଞ୍ଚଳର ପ୍ରାୟ ୭୫% ଘରେ ଶୌଚାଳୟର ସୁବିଧା ନାହିଁ ଯଦିଓ ପୂର୍ବରୁ ଏହାକୁ ନେଇ ନୀତି ପ୍ରଣୟନ ହୋଇ ସାରିଛି । 

ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଜାରି ରଖି କହିଥିଲେ, ୨୦୧୪ ପରେ ସରକାର କେବଳ ଗରିବଙ୍କ ପାଇଁ ଛାତ ଯୋଗାଇବାରେ ସୀମିତ ନଥିଲେ ବରଂ ଘର ଗୁଡ଼ିକୁ ଦାରିଦ୍ର‌୍ୟର ମୁକାବିଲା ପାଇଁ ତଥା ତାହାର ସମ୍ମାନ ବୃଦ୍ଧି କରିବା ପାଇଁ ଏକ ମାଧ୍ୟମରେ ପରିଣତ କରିଥିଲେ । "ପିଏମ୍‌ଏୱାଇ ଅଧୀନରେ, ଘର ନିର୍ମାଣରେ ହିତାଧିକାରୀ ମାନଙ୍କ ମତ ହେଉଛି, ଏଥିରେ ସରକାର ଆର୍ଥିକ ସହାୟତାକୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରନ୍ତି" ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାସହିତ ସେ ଏପରି ଘର ଗୁଡିକର ଜିଓଟ୍ୟାଗିଂ ଉପରେ ଆଲୋଚନା କରିଥିଲେ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପିଏମ୍‌ଏୱାଇ ଅଧୀନରେ ନିର୍ମାଣ ହେଉଥିବା ଗୃହଗୁଡିକ ଅନେକ ଯୋଜନାର ପ୍ୟାକେଜ୍ । ଏହି ଘର ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଶୌଚାଳୟ, ସୌଭାଗ୍ୟ ଯୋଜନା ଅଧୀନରେ ବିଦ୍ୟୁତ୍ ସଂଯୋଗ, ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣା ଏଲପିଜି ସଂଯୋଗ, ଜେଜେଏମ୍ ଅଧୀନରେ ପାଇପ୍ ପାଇଥିବା ସେ କହିଛନ୍ତି । ସେ କହିଛନ୍ତି ଯେ ଏହିସବୁ ବ୍ୟତୀତ ମାଗଣା ଚିକିତ୍ସା ଏବଂ ମାଗଣା ରାସନ ମଧ୍ୟ ଗରିବ ଲୋକ ମାନଙ୍କ ପାଇଁ ସୁରକ୍ଷା ଢାଲ ଭାବରେ କାର୍ଯ୍ୟ କରୁଛି ।

ପିଏମ୍‌ଏୱାଇ ଅଧୀନରେ ମହିଳା ସଶକ୍ତିକରଣ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ପ୍ରାୟ ୪ କୋଟି ଘର ଗରିବ ପରିବାରକୁ ହସ୍ତାନ୍ତର କରାଯାଇଛି । ଯେଉଁ ଗୁଡିକ ମଧ୍ୟରୁ ୭୦ ପ୍ରତିଶତ ମହିଳାଙ୍କ ନାମରେ ପଞ୍ଜିକୃତ ହୋଇଛି । ପିଏମ୍‌ଏୱାଇ ଅଧୀନରେ ଗୃହ ନିର୍ମାଣର ମୂଲ୍ୟ ଅନେକ ଲକ୍ଷ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଟି କୋଟି ମହିଳା ହିତାଧିକାରୀ ବର୍ତ୍ତମାନ କୋଟିପତି ହୋଇଛନ୍ତି । ଏହି କୋଟି କୋଟି ମହିଳା ପ୍ରଥମ ଥର ପାଇଁ କୌଣସି ସମ୍ପତ୍ତିର ମାଲିକ ହୋଇଛନ୍ତି । ସେ ‘ଲକ୍ଷପତି ଦିଦି’ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଭବିଷ୍ୟତର ଆହ୍ୱାନ ଏବଂ ଦେଶରେ ବୃଦ୍ଧି ପାଉଥିବା ସହରୀକରଣକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ରାଜକୋଟରେ ଏକ ହଜାରରୁ ଅଧିକ ଘର ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ନିର୍ମାଣ କରାଯାଇଛି ଯାହା ଦ୍ୱାରା କମ୍ ସମୟ ଏବଂ ଅର୍ଥ ଖର୍ଚ୍ଚ ହୋଇଛି ଏବଂ ସମାନ ଭାବରେ ସୁରକ୍ଷିତ ଅଛି । ସେ ସୂଚନା ଦେଇଛନ୍ତି ଯେ ଲାଇଟ୍ ହାଉସ୍ ପ୍ରକଳ୍ପ ଅଧୀନରେ ଏହି ପରୀକ୍ଷଣ ଦେଶର ୬ ଟି ସହରରେ କରାଯାଇଛି ଯେଉଁଠାରେ ଶସ୍ତା ଏବଂ ଆଧୁନିକ ଘର ନିର୍ମାଣରେ ଟେକ୍ନୋଲୋଜି ସାହାଯ୍ୟ କରିଛି । ସେ ଆହୁରି ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ଦିନରେ ଏଭଳି ଘର ଗରିବ ଲୋକଙ୍କ ପାଇଁ ଉପଲବ୍ଧ ହେବ ।

ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ଖରାପ ପ୍ରଥା ଗୁଡିକୁ ଏବଂ ଠକାମି ଗରିବ ଏବଂ ମଧ୍ୟବିତ୍ତ ପରିବାର ନିମନ୍ତେ ଅନେକ ଅସୁବିଧା ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ ମଧ୍ୟ ବର୍ଣ୍ଣନା କରିଛନ୍ତି । ଘର କିଣିବା ସମୟରେ ପ୍ରତିଜ୍ଞା କରାଯାଇଥିବା ସୁବିଧା ପାଇବା ପାଇଁ ରେରା ଅଧିନିୟମ ମଧ୍ୟବିତ୍ତ ପରିବାର ମାନଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିଛି । ମଧ୍ୟବିତ୍ତ ପରିବାରଙ୍କ ଦ୍ୱାରା ଗୃହ ଋଣ ପାଇଁ ଅଦୃଶ୍ୟ ବଜେଟ୍ ରିହାତି ବିଷୟରେ ସେ ସୂଚନା ଦେଇଛନ୍ତି । ଗୁଜରାଟରେ ୫ ଲକ୍ଷ ପରିବାର ୧୧ ହଜାର କୋଟି ମୂଲ୍ୟର ସହାୟତା ପାଇଲେ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତ କାଳର ୨୫ ବର୍ଷରେ ସ୍ୱତନ୍ତ୍ର ପର୍ଯ୍ୟାୟ -୨ ଏବଂ ପର୍ଯ୍ୟାୟ - ୩ ଅର୍ଥନୀତିକୁ ଗତି କରିବ । ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ଗୁଜରାଟର ଅନେକ ସହରରେ ସିଷ୍ଟମକୁ ନବୀକରଣ କରାଯାଉଥିବା ସେ ସୂଚନା ଦେଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଅମୃତ ମିଶନ ଅଧୀନରେ ୫୦୦ ସହରରେ ମୌଳିକ ସୁବିଧା ଉପଲବ୍ଧ ହେଉଛି ଏବଂ ୧୦୦ ଟି ସହରରେ ସ୍ମାର୍ଟ ସୁବିଧା ମିଳୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଜି ଆମେ ସହରୀ ଯୋଜନାରେ ଜୀବନରେ ସହଜତା ଏବଂ ଗୁଣବତ୍ତା ଉପରେ ସମାନ ଗୁରୁତ୍ୱ ଦେଉଛୁ । ସେ କହିଛନ୍ତି ଯେ ଦେଶରେ ମେଟ୍ରୋ ନେଟୱାର୍କର ସମ୍ପ୍ରସାରଣ ଏଥିପାଇଁ କରାଯାଉଛି ଯେ ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବାକୁ ଅଧିକ ସମୟ ଦେବାକୁ ପଡିବ ନାହିଁ । ଦେଶର ୨୦ ଟି ସହରରେ ଏହି ମେଟ୍ରୋ ଚାଲୁଥିବା ସୂଚନା ଦେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୪ ପୂର୍ବରୁ ଦେଶରେ ମେଟ୍ରୋ ନେଟୱାର୍କ ୨୫୦ କିଲୋମିଟର ଥିବା ବେଳେ ଏବେ ତାହା ୬୦୦ କିଲୋମିଟରକୁ ବୃଦ୍ଧି ପାଇଛି । ଆଜି ଅହମ୍ମଦାବାଦ - ଗାନ୍ଧିନଗର ଭଳି ଦୁଇ ସହର ବନ୍ଦେ ଭାରତ ଏକ୍ସପ୍ରେସ ପରି ଟ୍ରେନ୍ ଦ୍ୱାରା ସଂଯୋଗ ହୋଇଛି ଏବଂ ଗୁଜରାଟର ଅନେକ ସହରରେ ବୈଦ୍ୟୁତିକ ବସ୍ ଚଳାଚଳ ମଧ୍ୟ ବୃଦ୍ଧି ପାଉଛି ।

 

ଦେଶରେ ଉତ୍ପାଦିତ ଟନ୍ ଟନ୍ ମ୍ୟୁନିସିପାଲିଟି ବର୍ଜ୍ୟ ବସ୍ତୁ ପାଇଁ ଗମ୍ଭୀରତାର ଅଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଦେଶରେ ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ ୨୦୧୪ ରେ ୧୪ - ୧୫ ପ୍ରତିଶତ ଥିବାବେଳେ ତାହା ଆଜି ୭୫ ପ୍ରତିଶତକୁ ବୃଦ୍ଧି ପାଇଛି । "ଯଦି ଏହା ପୂର୍ବରୁ ହୋଇଥାନ୍ତା, ତେବେ ଆଜି ଆମ ସହରରେ ଆବର୍ଜନା ପର୍ବତ ଛିଡା ହୋଇ ନଥାନ୍ତା" ବୋଲି ଶ୍ରୀ ମୋଦୀ କହିଛନ୍ତି ଏବଂ ଆମ ସହରରେ ଆବର୍ଜନା ରାଶି ହଟାଇବା ପାଇଁ ସରକାର ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି ବୋଲି ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଆମ ସହର ଗୁଡିକରେ ଜୀବନଶୈଳୀ ସେତେବେଳେ ସମ୍ଭବ, କେବଳ ଯେତେବେଳେ ନିର୍ମଳ ପରିବେଶ ଏବଂ ଶୁଦ୍ଧ ବାୟୁ ଆମେ ପାଇବା ।

ଗୁଜରାଟର ଜଳ ପରିଚାଳନା ଏବଂ ଜଳ ଯୋଗାଣ ମଡେଲକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ ୩ ହଜାର କିଲୋମିଟର ଲମ୍ବା ଜଳ ମୁଖ୍ୟ ଲାଇନ ଏବଂ ୧.୨୫ ଲକ୍ଷ କିଲୋମିଟର ଜଳ ବିତରଣ ଲାଇନ୍‌, ଯାହା ୧୫ ହଜାର ଗ୍ରାମ ଏବଂ ୨୫୦ ସହରାଞ୍ଚଳକୁ ଜଳ ଯୋଗାଉଥିବା ବିଷୟରେ ଉଲ୍ଲେଖ କରିଛନ୍ତି । ଗୁଜରାଟରେ ଅମୃତ ସରୋବର ପାଇଁ ସେ ଉତ୍ସାହର ସହିତ ପ୍ରଶଂସା କରିଥିଲେ ।

ବକ୍ତବ୍ୟକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ଏହି ବିକାଶର ଗତି ବଜାୟ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ, ଅମୃତ କାଳ “ଆମର ସଂକଳ୍ପ ସମସ୍ତଙ୍କ ପ୍ରୟାସ” ସହିତ ପୂରଣ ହେବ ।

ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ସାଂସଦ ଶ୍ରୀ ସି ଆର ପାଟିଲ ଏବଂ ଗୁଜରାଟ ସରକାରଙ୍କ ମନ୍ତ୍ରୀ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଉଦ୍‌ଘାଟିତ ଏହି ପ୍ରକଳ୍ପ ଗୁଡ଼ିକରେ ବନସକଣ୍ଠା ଜିଲ୍ଲାର ବହୁ ଗ୍ରାମ ପାନୀୟ ଜଳ ଯୋଗାଣ ଯୋଜନା, ଅହମ୍ମଦାବାଦର ଏକ ନଦୀ ଓଭରବ୍ରିଜ୍‌, ନରୋଡା ଜିଆଇଇଡିସିରେ ଏକ ଡ୍ରେନେଜ୍ ସଂଗ୍ରହ ନେଟୱାର୍କ, ମେହସାନା ଏବଂ ଅହମ୍ମଦାବାଦରେ ସ୍ୱେରେଜ୍ ଉପଚାର ପ୍ଲାଣ୍ଟ ଏବଂ ଅନ୍ୟମାନଙ୍କ ମଧ୍ୟରେ ଦହେଗାମର ଏକ ଅଡିଟୋରିୟମ୍ ଅନ୍ତର୍ଭୁକ୍ତ । ଯେଉଁ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ସେଥିରେ ଜୁନାଗଡ ଜିଲ୍ଲାର ବହୁ ପାଇପ୍‌ଲାଇନ ପ୍ରକଳ୍ପ, ଗାନ୍ଧିନଗର ଜିଲ୍ଲାର ଜଳ ଯୋଗାଣ ଯୋଜନାର ବିସ୍ତାର, ଫ୍ଲାଏ ଓଭର ବ୍ରିଜ ନିର୍ମାଣ, ନୂତନ ଜଳ ବିକରଣ କେନ୍ଦ୍ର ଏବଂ ବିଭିନ୍ନ ସହର ଯୋଜନା ରାସ୍ତା ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ମଧ୍ୟ ପିଏମ୍‌ଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ) ପ୍ରକଳ୍ପର ମୂଳଦୁଆ ପକାଇଥିଲେ ଏବଂ ଉଦ୍‌ଘାଟନ କରିଥିଲେ ଏବଂ ଏହି ଯୋଜନା ଅଧୀନରେ ନିର୍ମିତ ପ୍ରାୟ ୧୯,୦୦୦ ଘରର ଗୃହ ପ୍ରବେଶରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ସେ ଏହି ଯୋଜନାର ହିତାଧିକାରୀ ମାନଙ୍କୁ ଚାବି ମଧ୍ୟ ଦେଇଥିଲେ । ଏହି ପ୍ରକଳ୍ପ ଗୁଡିକର ମୋଟ ଖର୍ଚ୍ଚ ପ୍ରାୟ ୧୯୫୦ କୋଟି ଟଙ୍କା।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How Your 10% Effort Can Help India Save Billions In Foreign Exchange Every Year

Media Coverage

How Your 10% Effort Can Help India Save Billions In Foreign Exchange Every Year
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising that knowledge can be gained only through devoted service to the Guru
May 12, 2026

The Prime Minister, Shri Narendra Modi, shared a Sanskrit Subhashitam emphasising that knowledge can be gained only through devoted service to the Guru.

The Prime Minister shared a Sanskrit Subhashitam-

"यथा खात्वा खनित्रेण भूतले वारि विन्दति।

तथा गुरुगतां विद्यां शुश्रूषुरधिगच्छति॥"

The Subhashitam conveys, that just as one must dig deep into the earth with hard work and patience to obtain water, in the same way, knowledge can be gained only through devoted service to the Guru, with faith, dedication, discipline, and sincerity.

The Prime Minister posted on X:

"यथा खात्वा खनित्रेण भूतले वारि विन्दति।

तथा गुरुगतां विद्यां शुश्रूषुरधिगच्छति॥"