କୋଲକାତାରେ ଥିବା ଭାରତର ପ୍ରଥମ ପାଣି ତଳ ମେଟ୍ରୋ ଯାତାୟତ ମାର୍ଗ ମେଟ୍ରୋ ଏସପ୍ଲାନେଡ୍ - ହାୱଡା ମଇଦାନ ରୁଟ୍‌ରେ ମେଟ୍ରୋ ଯାତ୍ରା
ଏହା ଏକ ଗୌରବର ମୁହୂର୍ତ୍ତ ଯେ, ହାୱଡ଼ା ମଇଦାନ - ଏସପ୍ଲାନେଡ୍ ମେଟ୍ରୋ ସେକ୍ସନରେ ଆମ ଦେଶର ଯେକୌଣସି ପ୍ରମୁଖ ନଦୀ ତଳେ ପ୍ରଥମ ପାଣି ତଳେ ମେଟ୍ରୋ ଯାତାୟତ ସୁଡଙ୍ଗ ରହିଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ୧୫,୪୦୦ କୋଟି ଟଙ୍କାର ଏକାଧିକ ଯୋଗାଯୋଗ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ସହରାଞ୍ଚଳ ଗତିଶୀଳତା କ୍ଷେତ୍ରକୁ ପୂରଣ କରୁଥିବା ବିକାଶ ପ୍ରକଳ୍ପଗୁଡ଼ିକ ମଧ୍ୟରେ ମେଟ୍ରୋ ରେଳ ଏବଂ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍‌) ଅନ୍ତର୍ଭୁକ୍ତ ।

 

ପ୍ରଧାନମନ୍ତ୍ରୀ ସମସ୍ତ ମେଟ୍ରୋ ପ୍ରକଳ୍ପର ସମୀକ୍ଷା କରିଥିଲେ ଏବଂ କୋଲକାତାରେ ଭାରତର ପ୍ରଥମ ପାଣି ତଳେ ରହିଥିବା ମେଟ୍ରୋ ଏସପ୍ଲାନେଡ୍ – ହାୱଡ଼ା ମଇଦାନ ମେଟ୍ରୋ ମାର୍ଗରେ ମେଟ୍ରୋ ଯାତ୍ରା କରିଥିଲେ । ମେଟ୍ରୋ ଯାତ୍ରାରେ ସେ ଶ୍ରମିକ ଏବଂ ସ୍କୁଲ ପିଲାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ଏକ୍ସରେ ଏକାଧିକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି :

ଏହି ପିଲାମାନଙ୍କ ପାଇଁ ଏବଂ ଏହି ପ୍ରକଳ୍ପରେ କାମ କରିଥିବା ଲୋକଙ୍କ ଯୋଗୁଁ ମେଟ୍ରୋ ଯାତ୍ରା ସ୍ମରଣୀୟ ହୋଇପାରିଛି । ଆମେ ହୁଗଳି ନଦୀ ତଳେ ଥିବା ସୁଡ଼ଙ୍ଗ ଦେଇ ମଧ୍ୟ ଯାତ୍ରା କରିଥିଲୁ । "

 

କୋଲକାତାବାସୀଙ୍କ ପାଇଁ ଏହା ଏକ ସ୍ୱତନ୍ତ୍ର ଦିନ, କାରଣ ସହରର ମେଟ୍ରୋ ନେଟୱାର୍କ ଯଥେଷ୍ଟ ବୃଦ୍ଧି ପାଇଛି । ଏହା ଫଳରେ ଯୋଗାଯୋଗକୁ ପ୍ରୋତ୍ସାହନ ମିଳିବ ଏବଂ ଟ୍ରାଫିକ୍ ଭିଡ଼ କମିବ । ଏହା ଏକ ଗର୍ବର ମୁହୂର୍ତ୍ତ ଯେ ହାୱଡ଼ା ମଇଦାନ - ଏସପ୍ଲାନେଡ୍ ମେଟ୍ରୋ ସେକ୍ସନରେ ଆମ ଦେଶର ଯେକୌଣସି ପ୍ରମୁଖ ନଦୀ ତଳେ ପ୍ରଥମ ପାଣି ତଳେ ମେଟ୍ରୋ ଯାତାୟତ ସୁଡଙ୍ଗ ରହିଛି ।

 

“କୋଲକାତା ମେଟ୍ରୋର ସ୍ମରଣୀୟ ମୁହୂର୍ତ୍ତ । ମୁଁ ଜନଶକ୍ତିକୁ ପ୍ରଣାମ କରୁଛି ଏବଂ ନୂତନ ଉତ୍ସାହ ସହିତ ସେମାନଙ୍କ ସେବା ଜାରି ରଖିବି ।”

 

 

 

 

 

 

ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ଶ୍ରୀ ସି ଭି ଆନନ୍ଦ ବୋଷ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସହରାଂଚଳ ଗମନାଗମନକୁ ସହଜ କରିବା ପାଇଁ ସୁଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କୋଲକାତା ମେଟ୍ରୋର ହାୱଡ଼ା ମଇଦାନ - ଏସପ୍ଲାନେଡ୍ ମେଟ୍ରୋ ସେକ୍ସନ, କବି ସୁଭାଷ - ହେମନ୍ତ ମୁଖୋପାଧ୍ୟାୟ ମେଟ୍ରୋ ସେକ୍ସନ, ତାରାତାଲା - ମାଜେରହାଟ ମେଟ୍ରୋ ସେକ୍ସନ (ଜୋକା - ଏସପ୍ଲାନେଡ୍ ଲାଇନର ଅଂଶ); ରୁବି ହଲ୍ କ୍ଲିନିକ୍‌ରୁ ରାମୱାଡି ରାସ୍ତା ପର୍ଯ୍ୟନ୍ତ ପୁନେ ମେଟ୍ରୋ; ଏସ୍‌ଏନ୍ ଜଙ୍କସନ ମେଟ୍ରୋ ଷ୍ଟେସନରୁ ତ୍ରିପୁନିଥୁରା ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ କୋଚି ମେଟ୍ରୋ ରେଳ ପ୍ରଥମ ପର୍ଯ୍ୟାୟ ସଂପ୍ରସାରଣ ପ୍ରକଳ୍ପ (ଫେଜ୍ ଆଇବି); ଆଗ୍ରା ମେଟ୍ରୋର ତାଜ ଇଷ୍ଟ ଗେଟ୍ ଠାରୁ ମାନକମେଶ୍ୱର ପର୍ଯ୍ୟନ୍ତ ରାସ୍ତା; ଏବଂ ଦିଲ୍ଲୀ - ମିରଟ ଆରଆରଟିଏସ୍ କରିଡରର ଦୁହାଇ - ମୋଦୀନଗର (ଉତ୍ତର) ବିଭାଗକୁ ଉଦ୍‌ଘାଟନ କରିଥିଲେ । ସେ ଏହି ସବୁ ସେକ୍ସନରେ ଟ୍ରେନ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ପୁନେ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ପିମ୍ପିରି ଚିଞ୍ଚୱାଡ ମେଟ୍ରୋ - ନିଗଡି ମଧ୍ୟରେ ସମ୍ପ୍ରସାରଣ କରିବା ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

ଏହି ବିଭାଗଗୁଡିକ ସଡ଼କ ପଥରେ ଯାତାୟାତରେ ଭିଡ଼ ହ୍ରାସ କରିବାରେ ସହାୟକ ହେବ ଏବଂ ନିରବଚ୍ଛିନ୍ନ, ସହଜ ଏବଂ ଆରାମଦାୟକ ସଂଯୋଗ ପ୍ରଦାନ କରିବ । କୋଲକାତା ମେଟ୍ରୋର ହାୱଡା ମଇଦାନ - ଏସପ୍ଲାନେଡ୍ ମେଟ୍ରୋ ସେକ୍ସନରେ ଭାରତର ପ୍ରଥମ ପାଣି ତଳ ମେଟ୍ରୋ ଯାତାୟତ ସୁଡଙ୍ଗ ରହିଛି । ହାୱଡ଼ା ମେଟ୍ରୋ ଷ୍ଟେସନ ହେଉଛି ଭାରତର ସବୁଠାରୁ ଗଭୀର ମେଟ୍ରୋ ଷ୍ଟେସନ । ସେହିପରି ଆଜି ଉଦଘାଟିତ ହୋଇଥିବା ତାରାତାଲା- ମାଜେରହାଟ ମେଟ୍ରୋ ସେକ୍ସନରେ ଥିବା ମାଜେରହାଟ ମେଟ୍ରୋ ଷ୍ଟେସନ ରେଳ ଲାଇନ, ପ୍ଲାଟଫର୍ମ ଏବଂ କେନାଲରେ ଥିବା ଏକ ଅନନ୍ୟ ଏଲିଭେଟେଡ୍ ମେଟ୍ରୋ ଷ୍ଟେସନ । ଆଜି ଉଦ୍‌ଘାଟିତ ହୋଇଥିବା ଆଗ୍ରା ମେଟ୍ରୋ ସେକ୍ସନ ଐତିହାସିକ ପର୍ଯ୍ୟଟନସ୍ଥଳୀ ସହ ଯୋଗାଯୋଗ ବୃଦ୍ଧି କରିବ । ଆରଆରଟିଏସ୍ ବିଭାଗ ଏନସିଆରରେ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
iPhone exports hit record ₹2 trillion in final year of smartphone PLI

Media Coverage

iPhone exports hit record ₹2 trillion in final year of smartphone PLI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting how enthusiasm and positive energy lead to success
April 30, 2026

Prime Minister Shri Narendra Modi today shared a Sanskrit Subhashitam highlighting that enthusiasm and positive energy inspire a person to remain consistently active in their actions.

The Prime Minister noted that this unwavering enthusiasm leads all those efforts to success which a person resolves to accomplish.

The Prime Minister posted on X:

"कर्मशील और ऊर्जावान देशवासी ही राष्ट्र की सबसे बड़ी शक्ति हैं, जिनके परिश्रम से विकास की नई राहें तय होती हैं। इनके प्रयासों से देश समृद्धि, आत्मनिर्भरता और उन्नति के शिखर को छूता है।

अनिर्वेदो हि सततं सर्वार्थेषु प्रवर्तकः।

करोति सफलं जन्तोः कर्म यच्च करोति सः॥"
Enthusiasm and positive energy inspire a person to remain consistently active in their actions. This unwavering enthusiasm leads all those efforts to success which a person resolves to accomplish.