ଆସାମର ଗତିଶୀଳ ଶ୍ରମଶକ୍ତି ଏବଂ ଦ୍ରୁତ ଅଭିବୃଦ୍ଧି ଏହାକୁ ଏକ ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳରେ ପରିଣତ କରୁଛି: ପ୍ରଧାନମନ୍ତ୍ରୀ
ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ମଧ୍ୟ ଗୋଟିଏ କଥା ନିଶ୍ଚିତ-ଭାରତର ଦ୍ରୁତ ଅଭିବୃଦ୍ଧି : ପ୍ରଧାନମନ୍ତ୍ରୀ
ଶିଳ୍ପ, ନବସୃଜନ ପରିଚାଳିତ ସଂସ୍କୃତି ଏବଂ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ୍ ନିର୍ମାଣ କରିଛୁ : ପ୍ରଧାନମନ୍ତ୍ରୀ
ଭାରତ ଏହାର ଉତ୍ପାଦନ କ୍ଷେତ୍ରକୁ ମିଶନ ମୋଡରେ ପରିଚାଳିତ କରୁଛି, ଆମେ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ସ୍ୱଳ୍ପ ମୂଲ୍ୟର ଉତ୍ପାଦନକୁ ପ୍ରୋତ୍ସାହିତ କରୁଛୁ : ପ୍ରଧାନମନ୍ତ୍ରୀ
ବିଶ୍ୱର ପ୍ରଗତି ଡିଜିଟାଲ ବିପ୍ଳବ, ନବସୃଜନ ଏବଂ ବୈଷୟିକ ପ୍ରଗତି ଉପରେ ନିର୍ଭରଶୀଳ : ପ୍ରଧାନମନ୍ତ୍ରୀ
ଆସାମ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହେଉଛି : ପ୍ରଧାନମନ୍ତ୍ରୀ
ବିଶ୍ୱ ଆମର ଅକ୍ଷୟ ଶକ୍ତି ଅଭିଯାନକୁ ଏକ ଆଦର୍ଶ ଭାବେ ଦେଖୁଛି ଏବଂ ଏହାକୁ ଅନୁସରଣ କରୁଛି; ବିଗତ ୧୦ ବର୍ଷ ମଧ୍ୟରେ ଭାରତ ନିଜର ପରିବେଶଗତ ଦାୟିତ୍ୱକୁ ବୁଝି ନୀତିଗତ ନିଷ୍ପତ୍ତି ନେଇଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୌହାଟୀଠାରେ 'ଆଡଭାଣ୍ଟେଜ୍ ଆସାମ ୨.୦ ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀ ୨୦୨୫କୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଛନ୍ତି, "ପୂର୍ବ ଭାରତ ଏବଂ ଉତ୍ତର-ପୂର୍ବ ଭାରତ ଆଜି ଭବିଷ୍ୟତର ଏକ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି ଏବଂ ଆସାମର ଅବିଶ୍ୱସନୀୟ ସମ୍ଭାବନା ଓ ପ୍ରଗତିକୁ ବିଶ୍ୱ ସହିତ ଯୋଡ଼ିବା ପାଇଁ ଆଡଭାଣ୍ଟେଜ୍ ଆସାମ ଏକ ବୃହତ ପଦକ୍ଷେପ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ସମୃଦ୍ଧିରେ ପୂର୍ବ ଭାରତର ପ୍ରମୁଖ ଭୂମିକା ଇତିହାସର ସାକ୍ଷୀ ଅଟେ। ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରି କହିଥିଲେ, "ଆଜି ଯେତେବେଳେ ଆମେ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଛୁସେତେବେଳେ ପୂର୍ବ ଭାରତ ଏବଂ ଉତ୍ତର-ପୂର୍ବ କ୍ଷେତ୍ର ନିଜର ପ୍ରକୃତ ସାମର୍ଥ୍ୟ ପ୍ରଦର୍ଶନ କରିବେ।" ସେ କହିଥିଲେ ଯେ ଆଡଭାଣ୍ଟେଜ୍ ଆସାମ ସେହି ଭାବନାର ପ୍ରତିନିଧିତ୍ୱ କରୁଛି ଏବଂ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଆସାମ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ୨୦୧୩ ମସିହାର ତାଙ୍କ ବକ୍ତବ୍ୟଗୁଡ଼ିକୁ ମନେ ପକାଇଥିଲେଯେତେବେଳେ ସେ କହିଥିଲେ ଯେ 'ଏ ଫର୍ ଆସାମ’ ଯେବେ ପ୍ରଚଳିତ ହେବ ତାହା ବେଶୀ ଦୂର ନୁହେଁ।

"ବୈଶ୍ୱିକ ଅନିଶ୍ଚିତତା ସତ୍ତ୍ୱେବିଶେଷଜ୍ଞମାନେ ସର୍ବସମ୍ମତିକ୍ରମେ ଗୋଟିଏ ନିଶ୍ଚିତତା ଉପରେ ସହମତ ହୋଇଛନ୍ତି: ଭାରତର ଦ୍ରୁତ ଅଭିବୃଦ୍ଧି"ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜିର ଭାରତ ଏହି ଶତାବ୍ଦୀର ଆଗାମୀ ୨୫ ବର୍ଷ ପାଇଁ ଏକ ଦୀର୍ଘକାଳୀନ ଦୂରଦୃଷ୍ଟି ସହିତ କାର୍ଯ୍ୟ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଭାରତର ଯୁବ ଜନସଂଖ୍ୟା ଉପରେ ବିଶ୍ୱର ଅପାର ବିଶ୍ୱାସ ରହିଛିଯାହା ଦ୍ରୁତ ଗତିରେ କୁଶଳୀ ଏବଂ ଅଭିନବ ହେବାରେ ଲାଗିଛି। ସେ ମଧ୍ୟ ଭାରତର ନବ-ମଧ୍ୟବିତ୍ତ ବର୍ଗଙ୍କ ପ୍ରତି ବୃଦ୍ଧି ପାଉଥିବା ଆତ୍ମବିଶ୍ୱାସ ବିଷୟରେ ଉଲ୍ଲେଖ କରିଥିଲେଯେଉଁମାନେ ନୂତନ ଆକାଂକ୍ଷା ସହିତ ଦାରିଦ୍ର୍ୟରୁ ବାହାରିଛନ୍ତି। ରାଜନୈତିକ ସ୍ଥିରତା ଏବଂ ନୀତିଗତ ନିରନ୍ତରତାକୁ ସମର୍ଥନ କରୁଥିବା ଭାରତର ୧୪୦ କୋଟି ଲୋକଙ୍କ ଉପରେ ବିଶ୍ୱର ବିଶ୍ୱାସକୁ ରେଖାଙ୍କିତ କରି ଶ୍ରୀ ମୋଦୀ ଭାରତର ଶାସନ ଉପରେ ଆଲୋକପାତ କରିଥିଲେ ଯାହା ସଂସ୍କାର କାର୍ଯ୍ୟକାରୀ କରିବା ଜାରି ରଖିଛି। ଅଧିକନ୍ତୁସେ ଦର୍ଶାଇଛନ୍ତି ଯେ ଭାରତ ଏହାର ସ୍ଥାନୀୟ ଯୋଗାଣ ଶୃଙ୍ଖଳକୁ ମଜବୁତ କରୁଛି ଏବଂ ବିଭିନ୍ନ ବିଶ୍ୱସ୍ତରୀୟ ଅଞ୍ଚଳ ସହିତ ମୁକ୍ତ ବାଣିଜ୍ୟ ରାଜିନାମା କରୁଛି। ସେ ପୂର୍ବ ଏସିଆ ସହିତ ସୁଦୃଢ଼ ସଂଯୋଗ ଏବଂ ନୂତନ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେଯାହା ନୂତନ ସୁଯୋଗ ଆଣିଦେଇଛି।

 

ଭାରତ ପ୍ରତି ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ବିଶ୍ୱାସ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ, "ଭାରତର ବିକାଶରେ ଆସାମର ଯୋଗଦାନ କ୍ରମାଗତ ଭାବେ ବୃଦ୍ଧି ପାଉଛି।" ସେ ଉଲ୍ଲେଖ କରିଥିଲେ ଯେ ଆଡଭାଣ୍ଟେଜ୍ ଆସାମ ସମ୍ମିଳନୀର ପ୍ରଥମ ସଂସ୍କରଣ ୨୦୧୮ରେ ଅନୁଷ୍ଠିତ ହୋଇଥିଲାଯେଉଁ ସମୟରେ ଆସାମର ଅର୍ଥବ୍ୟବସ୍ଥାର ମୂଲ୍ୟ  ଲକ୍ଷ ୭୫ ହଜାର କୋଟି ଟଙ୍କା ଥିଲା। ଆଜି ଆସାମ ପାଖାପାଖି  ଲକ୍ଷ କୋଟି ଟଙ୍କାର ଅର୍ଥବ୍ୟବସ୍ଥା ଥିବା ରାଜ୍ୟରେ ପରିଣତ ହୋଇଛି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ସେମାନଙ୍କ ସରକାର ଅଧୀନରେ ଆସାମର ଅର୍ଥବ୍ୟବସ୍ଥା ମାତ୍ର  ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି। ଆହୁରି ମଧ୍ୟସେ କହିଥିଲେ ଯେ ଏହା କେନ୍ଦ୍ର ଏବଂ ରାଜ୍ୟରେ ସେମାନଙ୍କ ସରକାରଙ୍କ ଦ୍ୱିଗୁଣିତ ପ୍ରଭାବ। ଆସାମରେ ବିପୁଳ ପରିମାଣର ପୁଞ୍ଜି ନିବେଶ ଏହାକୁ ଅସୀମିତ ସମ୍ଭାବନାର ରାଜ୍ୟରେ ପରିଣତ କରିଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଆସାମ ସରକାର ଶିକ୍ଷାଦକ୍ଷତା ବିକାଶ ଏବଂ ଏକ ଉନ୍ନତ ନିବେଶ ପରିବେଶ ସୃଷ୍ଟି ଉପରେ ଧ୍ୟାନ ଦେଉଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ବିଗତ ବର୍ଷଗୁଡ଼ିକରେ ସେମାନଙ୍କ ସରକାର ଯୋଗାଯୋଗ ସମ୍ବନ୍ଧୀୟ ଭିତ୍ତିଭୂମି ଉପରେ ବ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି। ସେ ଏକ ଉଦାହରଣ ଦେଇ କହିଥିଲେ ଯେ ୨୦୧୪ ପୂର୍ବରୁ ବ୍ରହ୍ମପୁତ୍ର ନଦୀ ଉପରେ କେବଳ ତିନୋଟି ସେତୁ ଥିଲାଯାହା ୭୦ ବର୍ଷ ମଧ୍ୟରେ ନିର୍ମିତ ହୋଇଥିଲା। ତେବେ ଗତ ୧୦ ବର୍ଷ ମଧ୍ୟରେ ଚାରୋଟି ନୂଆ ସେତୁ ନିର୍ମାଣ କରାଯାଇଛି। ଏହି ସେତୁଗୁଡ଼ିକ ମଧ୍ୟରୁ ଗୋଟିଏ ଭାରତ ରତ୍ନ ଭୁପେନ୍ ହଜାରିକାଙ୍କ ନାମରେ ନାମିତ ହୋଇଛି। ଶ୍ରୀ ମୋଦୀ କହିଥିଲେ ଯେ ୨୦୦୯ରୁ ୨୦୧୪ ମଧ୍ୟରେ ଆସାମକୁ ହାରାହାରି ୨୧୦୦ କୋଟି ଟଙ୍କାର ରେଳ ବଜେଟ୍ ମିଳିଥିଲାକିନ୍ତୁ ସେମାନଙ୍କ ସରକାର ଆସାମର ରେଳ ବଜେଟକୁ ଚାରିଗୁଣରୁ ଅଧିକ ବୃଦ୍ଧି କରି ୧୦,୦୦୦ କୋଟି ଟଙ୍କା କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସାମର ୬୦ ରୁ ଅଧିକ ରେଳ ଷ୍ଟେସନର ଆଧୁନିକୀକରଣ କରାଯାଉଛି ଏବଂ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଉତ୍ତର-ପୂର୍ବରେ ପ୍ରଥମ ସେମି ହାଇ-ସ୍ପିଡ୍ ଟ୍ରେନ୍ ବର୍ତ୍ତମାନ ଗୌହାଟୀ ଏବଂ ନ୍ୟୁ ଜଲପାଇଗୁଡ଼ି ମଧ୍ୟରେ ଚଳାଚଳ କରୁଛି।

ଆସାମରେ ବିମାନ ସଂଯୋଗର ଦ୍ରୁତ ସମ୍ପ୍ରସାରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହା ପର୍ଯ୍ୟନ୍ତ କେବଳ ସାତଟି ମାର୍ଗରେ ବିମାନ ଚଳାଚଳ କରୁଥିଲାକିନ୍ତୁ ଏବେ ପାଖାପାଖି ୩୦ଟି ମାର୍ଗରେ ବିମାନ ଚଳାଚଳ କରୁଛି। ଏହି ସମ୍ପ୍ରସାରଣ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିଛି ଏବଂ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପରିବର୍ତ୍ତନ କେବଳ ଭିତ୍ତିଭୂମି କ୍ଷେତ୍ରରେ ସୀମିତ ନୁହେଁବରଂ ଆଇନ ଶୃଙ୍ଖଳାରେ ଅଭୂତପୂର୍ବ ଉନ୍ନତି ଘଟିଛିଯେଉଁଥିରେ ଗତ ଦଶନ୍ଧିରେ ଅନେକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି ଏବଂ ଦୀର୍ଘ ଦିନ ଧରି ପଡ଼ି ରହିଥିବା ସୀମା ସମସ୍ୟାର ସମାଧାନ ହୋଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଆସାମର ପ୍ରତ୍ୟେକ ଅଞ୍ଚଳପ୍ରତ୍ୟେକ ନାଗରିକ ଏବଂ ପ୍ରତ୍ୟେକ ଯୁବକ ରାଜ୍ୟର ବିକାଶ ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି।

 

"ଭାରତ ଅର୍ଥବ୍ୟବସ୍ଥାର ସମସ୍ତ କ୍ଷେତ୍ର ଏବଂ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଦେଇ ଗତି କରୁଛି ଏବଂ ବ୍ୟବସାୟିକ ସୁଗମତାକୁ ବୃଦ୍ଧି କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛିଏବଂ ଶିଳ୍ପ ଏବଂ ନବସୃଜନ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବ୍ୟାପକ ଇକୋସିଷ୍ଟମ୍ ପ୍ରତିଷ୍ଠା କରାଯାଇଛି" ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଷ୍ଟାର୍ଟଅପ୍ପିଏଲଆଇ ଯୋଜନା ମାଧ୍ୟମରେ ଉତ୍ପାଦନ ଏବଂ ନୂତନ ଉତ୍ପାଦନକାରୀ କମ୍ପାନୀ ତଥା ଏମଏସଏମଇ ପାଇଁ ଟିକସ ଛାଡ଼ ପାଇଁ ଉତ୍କୃଷ୍ଟ ନୀତି ପ୍ରସ୍ତୁତ କରାଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ। ଦେଶର ଭିତ୍ତିଭୂମି କ୍ଷେତ୍ରରେ ସରକାର ଯେଉଁ ବ୍ୟାପକ ନିବେଶ କରୁଛନ୍ତିସେ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସଂସ୍ଥାଗତ ସଂସ୍କାରଶିଳ୍ପଭିତ୍ତିଭୂମି ଏବଂ ନବସୃଜନର ମିଶ୍ରଣ ଭାରତର ପ୍ରଗତିର ମୂଳଦୁଆ ଗଠନ କରିଥାଏ। ସେ କହିଥିଲେ ଯେ ଡବଲ ଇଞ୍ଜିନ ବେଗରେ ଆଗକୁ ବଢ଼ୁଥିବା ଆସାମରେ ମଧ୍ୟ ଏହି ପ୍ରଗତି ଦେଖିବାକୁ ମିଳୁଛି। ସେ ଦର୍ଶାଇଛନ୍ତି ଯେ ଆସାମ ୨୦୩୦ ସୁଦ୍ଧା ୧୫୦ ବିଲିୟନ ଡଲାର ଅର୍ଥବ୍ୟବସ୍ଥା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଆସାମ ଏହି ଲକ୍ଷ୍ୟ ହାସଲ କରିପାରିବଏହାର ଶ୍ରେୟ ଆସାମର ସକ୍ଷମ ଏବଂ ପ୍ରତିଭାବାନ ଲୋକଙ୍କୁ ଏବଂ ସେମାନଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ଦେଇଛି। ଆସାମ ଦକ୍ଷିଣ ପୂର୍ବ ଏସିଆ ଏବଂ ଭାରତ ମଧ୍ୟରେ ଏକ ପ୍ରବେଶ ଦ୍ୱାର ଭାବରେ ଉଭା ହେଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତିଏହି ସମ୍ଭାବନାକୁ ଆଗକୁ ବଢାଇବା ପାଇଁ ସରକାର ଉତ୍ତର ପୂର୍ବ ପରିବର୍ତ୍ତନଶୀଳ ଶିଳ୍ପାୟନ ଯୋଜନା 'ଉନ୍ନତିଆରମ୍ଭ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ 'ଉନ୍ନତି "ଯୋଜନା ଆସାମ ସମେତ ସମଗ୍ର ଉତ୍ତର-ପୂର୍ବ କ୍ଷେତ୍ରରେ ଶିଳ୍ପନିବେଶ ଏବଂ ପର୍ଯ୍ୟଟନକୁ ତ୍ୱରାନ୍ୱିତ କରିବ। ଏହି ଯୋଜନା ଏବଂ ଆସାମର ଅସୀମ ସମ୍ଭାବନାର ସମ୍ପୂର୍ଣ୍ଣ ଲାଭ ଉଠାଇବା ପାଇଁ ସେ ଶିଳ୍ପ ଅଂଶୀଦାରମାନଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଆସାମର ପ୍ରାକୃତିକ ସମ୍ବଳ ଏବଂ ରଣନୈତିକ ସ୍ଥିତି ଏହାକୁ ନିବେଶ ପାଇଁ ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳରେ ପରିଣତ କରିଛି। ସେ ଆସାମର ଚା 'କୁ ଆସାମର ସମ୍ଭାବନାର ଏକ ଉଦାହରଣ ବୋଲି ଦର୍ଶାଇ କହିଥିଲେ ଯେ ଗତ ୨୦୦ ବର୍ଷ ମଧ୍ୟରେ ଏହା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ ହୋଇଛିଯାହା ଅନ୍ୟ କ୍ଷେତ୍ରରେ ମଧ୍ୟ ପ୍ରଗତି ପାଇଁ ପ୍ରେରଣା ଯୋଗାଇଛି

ବିଶ୍ୱ ଅର୍ଥବ୍ୟବସ୍ଥାରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଉପରେ ଆଲୋକପାତ କରିବିଶ୍ୱବ୍ୟାପୀ ସହନଶୀଳ ଯୋଗାଣ ଶୃଙ୍ଖଳାର ବର୍ଦ୍ଧିତ ଚାହିଦା ସହିତପ୍ରଧାନମନ୍ତ୍ରୀ କହିଥିଲେ, "ଭାରତ ଏହାର ଉତ୍ପାଦନ କ୍ଷେତ୍ରକୁ ଆଗକୁ ବଢାଇବା ପାଇଁ ମିଶନ ମୋଡ ପ୍ରୟାସ ଆରମ୍ଭ କରିଛି"। ସେ ଗୁରୁତ୍ୱାରୋପ କରିଥିଲେ ଯେ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଫାର୍ମାସ୍ୟୁଟିକାଲ୍ସଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ ଭଳି କ୍ଷେତ୍ରରେ ସ୍ୱଳ୍ପ ମୂଲ୍ୟର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଇଛି। ସେ ଉଲ୍ଲେଖ କରିଥିଲେ ଯେ ଭାରତର ଶିଳ୍ପ କେବଳ ଘରୋଇ ଚାହିଦା ପୂରଣ କରୁନାହିଁବରଂ ଆନ୍ତର୍ଜାତୀୟ ବଜାରରେ ଉତ୍ପାଦନ ଉତ୍କର୍ଷତା ପାଇଁ ନୂତନ ମାନଦଣ୍ଡ ମଧ୍ୟ ସ୍ଥାପନ କରୁଛି। ଏହି ଉତ୍ପାଦନ ବିପ୍ଳବରେ ଆସାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ।

 

ବିଶ୍ୱ ବାଣିଜ୍ୟରେ ଆସାମର ସର୍ବଦା ଏକ ଅଂଶ ରହିଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ଭାରତର ଉପକୂଳ ପ୍ରାକୃତିକ ଗ୍ୟାସ ଉତ୍ପାଦନର ୫୦ ପ୍ରତିଶତରୁ ଅଧିକ ଆସାମରୁ ଆସିଥାଏ ଏବଂ ନିକଟ ଅତୀତରେ ଆସାମର ବିଶୋଧନାଗାରଗୁଡ଼ିକର କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ସେ ଏହା ମଧ୍ୟ ଦର୍ଶାଇଥିଲେ ଯେ ଇଲେକ୍ଟ୍ରୋନିକ୍ସସେମିକଣ୍ଡକ୍ଟର ଏବଂ ସବୁଜ ଶକ୍ତି ଭଳି କ୍ଷେତ୍ରରେ ଆସାମ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ସରକାରୀ ନୀତି କାରଣରୁ ଆସାମ ଉଚ୍ଚ-ବୈଷୟିକ ଶିଳ୍ପ ତଥା ଷ୍ଟାର୍ଟଅପ୍ ପାଇଁ ଏକ ହବ୍ ରେ ପରିଣତ ହେଉଛି।

ନିକଟରେ ଆଗତ ବଜେଟରେ କେନ୍ଦ୍ର ସରକାର ନାମରୂପ- ପ୍ଲାଣ୍ଟକୁ ମଞ୍ଜୁରି ଦେଇଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ୟୁରିଆ ଉତ୍ପାଦନ ପ୍ଲାଣ୍ଟ ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବ ଏବଂ ଦେଶର ଚାହିଦା ପୂରଣ କରିବ। ସେ କହିଥିଲେ, "ସେହି ଦିନ ଆଉ ଦୂର ନୁହେଁ ଯେତେବେଳେ ଆସାମ ପୂର୍ବ ଭାରତର ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବ।" ଏହି ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ସରକାର ଆସାମ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରଗତି ଡିଜିଟାଲ ବିପ୍ଳବନବସୃଜନ ଏବଂ ବୈଷୟିକ ପ୍ରଗତି ଉପରେ ନିର୍ଭରଶୀଳ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ, "ଆମେ ଯେତେ ଭଲ ଭାବେ ପ୍ରସ୍ତୁତ ହେବୁବିଶ୍ୱସ୍ତରରେ ଆମେ ସେତେ ଶକ୍ତିଶାଳୀ ହେବୁ।" ସେ ଆହୁରି ମଧ୍ୟ କହିଥିଲେ ଯେ ସରକାର ଏକବିଂଶ ଶତାବ୍ଦୀର ନୀତି ଏବଂ ରଣନୀତି ସହିତ ଆଗକୁ ବଢ଼ୁଛନ୍ତି। ସେ ଗତ ଦଶନ୍ଧି ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ଉତ୍ପାଦନରେ ଭାରତର ଗୁରୁତ୍ୱପୂର୍ଣ୍ଣ ଲମ୍ଫ ଉପରେ ଆଲୋକପାତ କରିଥିଲେ ଏବଂ ସେମିକଣ୍ଡକ୍ଟର ଉତ୍ପାଦନରେ ଏହି ସଫଳତା କାହାଣୀକୁ ଦୋହରାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଗର୍ବର ସହ ଉଲ୍ଲେଖ କରିଛନ୍ତି ଯେ ଆସାମ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ବିକଶିତ ହେଉଛି ଏବଂ ନିକଟରେ ଆସାମର ଜାଗୀରୋଡରେ ଟାଟା ସେମିକଣ୍ଡକ୍ଟର ଆସେମ୍ବ୍ଲି ଏବଂ ଟେଷ୍ଟ ସୁବିଧାର ଉଦଘାଟନ ବିଷୟରେ ଉଲ୍ଲେଖ କରିଛନ୍ତିଯାହା ଉତ୍ତର-ପୂର୍ବରେ ବୈଷୟିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। ସେମିକଣ୍ଡକ୍ଟର କ୍ଷେତ୍ରରେ ନବସୃଜନ ଏବଂ ଦେଶରେ ଏକ ସେମିକଣ୍ଡକ୍ଟର ଗବେଷଣା କେନ୍ଦ୍ର ଉପରେ ଚାଲିଥିବା କାର୍ଯ୍ୟ ପାଇଁ ସେ ଆଇଆଇଟି ସହିତ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଆକଳନ କରିଛନ୍ତି ଯେ ଏହି ଦଶନ୍ଧି ଶେଷ ସୁଦ୍ଧା ଇଲେକ୍ଟ୍ରୋନିକ୍ କ୍ଷେତ୍ରର ମୂଲ୍ୟ ୫୦୦ ବିଲିୟନ ଡଲାରରେ ପହଞ୍ଚିବ। ସେ ଆତ୍ମବିଶ୍ୱାସର ସହ କହିଥିଲେ, "ଭାରତର ଗତି ଏବଂ ପରିମାଣ ସହିତଦେଶ ସେମିକଣ୍ଡକ୍ଟର ଉତ୍ପାଦନରେ ଏକ ପ୍ରମୁଖ ଶକ୍ତି ଭାବରେ ଉଭା ହେବଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ଏବଂ ଆସାମର ଅର୍ଥବ୍ୟବସ୍ଥାକୁ ଉପକୃତ କରିବ।"

 

ପ୍ରଧାନମନ୍ତ୍ରୀ କହିଥିଲେ, "ଭାରତ ନିଜର ପରିବେଶଗତ ଦାୟିତ୍ୱକୁ ବୁଝି ଗତ ଦଶନ୍ଧି ମଧ୍ୟରେ ନୀତିଗତ ନିଷ୍ପତ୍ତି ନେଇଛି ଏବଂ ବିଶ୍ୱ ଭାରତର ଅକ୍ଷୟ ଶକ୍ତି ଅଭିଯାନକୁ ଏକ ଆଦର୍ଶ ଅଭ୍ୟାସ ଭାବେ ବିବେଚନା କରୁଛି। ସେ ଉଲ୍ଲେଖ କରିଥିଲେ ଯେ ଗତ ଦଶ ବର୍ଷ ମଧ୍ୟରେ ଭାରତ ସୌରପବନ ଏବଂ ସ୍ଥାୟୀ ଶକ୍ତି ସମ୍ବଳ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିବେଶ କରିଛି। ଏହା କେବଳ ପରିବେଶ ସମ୍ବନ୍ଧୀୟ ପ୍ରତିବଦ୍ଧତାକୁ ପୂରଣ କରିନାହିଁବରଂ ଦେଶର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତାକୁ ଅନେକ ଥର ସମ୍ପ୍ରସାରିତ କରିଛି ବୋଲି ସେ କହିଥିଲେ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଦେଶ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ଯୋଡ଼ିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। "ସରକାର ୨୦୩୦ ସୁଦ୍ଧା ବାର୍ଷିକ  ନିୟୁତ ମେଟ୍ରିକ୍ ଟନ୍ ଗ୍ରିନ୍‍ ହାଇଡ୍ରୋଜେନ୍ ଉତ୍ପାଦନ ହାସଲ କରିବା ପାଇଁ ଏକ ମିଶନ ଉପରେ କାର୍ଯ୍ୟ କରୁଛନ୍ତି"ବୋଲି ସେ କହିଛନ୍ତି। ଦେଶରେ ବୃଦ୍ଧି ପାଉଥିବା ଗ୍ୟାସ ଭିତ୍ତିଭୂମି କାରଣରୁ ଚାହିଦା ବୃଦ୍ଧି ପାଇଛି ଏବଂ ସମଗ୍ର ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା କ୍ଷେତ୍ର ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ଯାତ୍ରାରେ ଆସାମ ଏକ ଗୁରୁତ୍ୱପୂର୍ଣ୍ଣ ଲାଭ ରହିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ସରକାର ପିଏଲଆଇ ଯୋଜନା ଏବଂ ସବୁଜ ପଦକ୍ଷେପ ପାଇଁ ନୀତି ସମେତ ଶିଳ୍ପ ପାଇଁ ଅନେକ ମାର୍ଗ ସୃଷ୍ଟି କରିଛନ୍ତି। ଅକ୍ଷୟ ଶକ୍ତି କ୍ଷେତ୍ରରେ ଆସାମ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବା ଲାଗି ସେ ତାଙ୍କର ଇଚ୍ଛା ବ୍ୟକ୍ତ କରିଥିଲେ ଏବଂ ଆସାମର ସାମର୍ଥ୍ୟକୁ ସର୍ବାଧିକ କରିବା ଲାଗି ଶିଳ୍ପପତିମାନଙ୍କୁ ଅନୁରୋଧ କରିଥିଲେ।

୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ପୂର୍ବ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, "ଆଜି ଉତ୍ତର-ପୂର୍ବ ଏବଂ ପୂର୍ବ ଭାରତ ଭିତ୍ତିଭୂମିଲଜିଷ୍ଟିକ୍ସକୃଷିପର୍ଯ୍ୟଟନ ଏବଂ ଶିଳ୍ପ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।" ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ସେହି ଦିନ ଆଉ ଦୂରରେ ନାହିଁ ଯେତେବେଳେ ବିଶ୍ୱ ଏହି ଅଞ୍ଚଳକୁ ଭାରତର ବିକାଶ ଯାତ୍ରାର ନେତୃତ୍ୱ ନେଉଥିବା ଦେଖିବ। ସେ ସମସ୍ତଙ୍କୁ ଆସାମ ସହିତ ଏହି ଯାତ୍ରାରେ ଅଂଶୀଦାର ଏବଂ ସହଯୋଗୀ ହେବାକୁ ନିମନ୍ତ୍ରଣ କରିଥିଲେ ଏବଂ ଆସାମକୁ ଏପରି ଏକ ରାଜ୍ୟରେ ପରିଣତ କରିବା ପାଇଁ ସାମୂହିକ ପ୍ରୟାସ ପାଇଁ ଆହ୍ୱାନ କରି ବକ୍ତବ୍ୟ ଶେଷ କରିଥିଲେ ଯାହା ଦକ୍ଷିଣ ବିଶ୍ୱରେ ଭାରତର ସାମର୍ଥ୍ୟକୁ ନୂତନ ଉଚ୍ଚତାକୁ ଉନ୍ନୀତ କରିବ। ପ୍ରଧାନମନ୍ତ୍ରୀ ନିବେଶକ ଏବଂ ଶିଳ୍ପ ନେତୃବର୍ଗଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରି କହିଥିଲେ ଯେ ସେ ସେମାନଙ୍କ ଯୋଗଦାନକୁ ସମ୍ପୂର୍ଣ୍ଣ ସମର୍ଥନ କରି ବିକାଶ ଭାରତର ଯାତ୍ରାରେ ସେମାନଙ୍କ ସହିତ ଠିଆ ହୋଇଛନ୍ତି।

 

ଆସାମର ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମାକେନ୍ଦ୍ର ମନ୍ତ୍ରୀ ଡ. ଏସ୍. ଜୟଶଙ୍କରଶ୍ରୀ ସର୍ବାନନ୍ଦ ସୋନୋୱାଲଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆତ୍ରିପୁରାର ମୁଖ୍ୟମନ୍ତ୍ରୀ ଡ. ମାଣିକ ସାହାକେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିତା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଗୌହାଟୀରେ 'ଆଡଭାଣ୍ଟେଜ୍ ଆସାମ ୨.୦ ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀ ୨୦୨୫ଫେବୃଆରୀ ୨୫ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏଥିରେ ଏକ ଉଦଘାଟନୀ ଅଧିବେଶନସାତଟି ମନ୍ତ୍ରୀସ୍ତରୀୟ ଅଧିବେଶନ ଏବଂ ୧୪ଟି ବିଷୟବସ୍ତୁ ଭିତ୍ତିକ ଅଧିବେଶନ ରହିଛି। ଏଥିରେ ରାଜ୍ୟର ଆର୍ଥିକ ପରିଦୃଶ୍ୟକୁ ଚିତ୍ରଣ କରୁଥିବା ଏକ ବ୍ୟାପକ ପ୍ରଦର୍ଶନୀ ମଧ୍ୟ ଅନ୍ତର୍ଭୁକ୍ତଯେଉଁଥିରେ ଏହାର ଶିଳ୍ପ ବିବର୍ତ୍ତନବିଶ୍ୱ ବାଣିଜ୍ୟ ଭାଗିଦାରୀଉଦୀୟମାନ ଶିଳ୍ପ ଏବଂ ଜୀବନ୍ତ ଏମ୍ଏସ୍ଏମ୍ଇ କ୍ଷେତ୍ର ଉପରେ ଧ୍ୟାନ ଦିଆଯାଇଛିଯେଉଁଥିରେ ୨୪୦ ରୁ ଅଧିକ ପ୍ରଦର୍ଶନକାରୀ ରହିଛନ୍ତି।

ବିଭିନ୍ନ ଅନ୍ତର୍ଜାତୀୟ ସଙ୍ଗଠନବିଶ୍ୱସ୍ତରୀୟ ମୁଖ୍ୟ ଏବଂ ନିବେଶକନୀତି ନିର୍ଦ୍ଧାରକଶିଳ୍ପ ବିଶେଷଜ୍ଞଷ୍ଟାର୍ଟଅପ୍ ଏବଂ ଛାତ୍ରଛାତ୍ରୀମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modiji, Aap Ka Aura Hi Alag Hai’: Gen Z ‘Friends’ Click With PM At Vadodara Event

Media Coverage

‘Modiji, Aap Ka Aura Hi Alag Hai’: Gen Z ‘Friends’ Click With PM At Vadodara Event
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value and transformative power of knowledge
September 09, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that wisdom teaches the art of living in harmony with society. He said that knowledge imparts wisdom and prosperity, fills the heart with joy and enhances one’s dignity.

The Prime Minister shared a Sanskrit Subhashitam-

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”

The Subhashitam conveys that wisdom teaches the art of living in harmony with society. It grants knowledge and prosperity, fills the heart with joy, and raises one's dignity. Thus, wisdom is as precious as service to righteous governance, beloved by the heart, and a force that uplifts life.

The Prime Minister wrote on X;

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”