ସୁଭାଷ ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ବିଜେତାଙ୍କୁ ସମ୍ମାନୀତ କଲେ
“ତୁର୍କୀ ଓ ସିରିଆର ଭୂମିକମ୍ପ ପରେ ବିପର୍ଯ୍ୟୟ ପରିଚାଳନା ଉଦ୍ୟମରେ ଭାରତର ଭୂମିକାକୁ ସମଗ୍ର ବିଶ୍ୱ ସ୍ୱୀକୃତି ପ୍ରଦାନ କରିବା ସହିତ ପ୍ରଶଂସା କରିଛି”
“ଭାରତ ଯେଉଁ ଭଳି ଭାବେ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତ ଟେକ୍ନୋଲୋଜି ଓ ମାନବ ସମ୍ବଳର ସମ୍ପ୍ରସାରଣ କରିଛି ତାହା ଦେଶକୁ ଉତ୍ତମ ସେବା ଯୋଗାଇବାରେ ସଫଳ ହୋଇଛି”
“ ଆମକୁ ସ୍ଥାନୀୟ ଭାବେ ଆବାସ ଓ ଟାଉନ ପ୍ଲାନିଂର ଢାଞ୍ଚା ବିକଶିତ କରିବାକୁ ପଡିବ: ଏ କ୍ଷେତ୍ରରେ ବିକଶିତ ଟେକ୍‌ନୋଲୋଜିର ବ୍ୟବହାରକୁ ଆମକୁ ପ୍ରୋତ୍ସାହିତ କରିବାକୁ ହେବ”
“ବିପର୍ଯ୍ୟୟ ପରିଚାଳନା ସୁଦୃଢ କରିବାର ଦୁଇଟି ପ୍ରମୁଖ ଅଙ୍ଗ ହେଲା ବିପତ୍ତିକୁ ଚିହ୍ନବା ଓ ପ୍ରତିକାର ବ୍ୟବସ୍ଥାରେ ସଂସ୍କାର ଆଣିବା”
“ସ୍ଥାନୀୟ ସମ୍ପୃକ୍ତି ଦ୍ୱାରା ସ୍ଥାନୀୟ ସ୍ଥିତିସ୍ଥାପକତା ରକ୍ଷା ମନ୍ତ୍ର ଅନୁସାରେ କାମ କଲେ ଆମକୁ ସଫଳତା ମିଳିବ”
“ଘରର ବୟସ, ନାଳନର୍ଦ୍ଦମା, ବିଜୁଳି ଓ ଜଳଯୋଗାଣ ବ୍ୟବସ୍ଥାର ଦୃଢତା ଆଦି ସମ୍ପର୍କୀତ ଜ୍ଞାନ ଦ୍ୱାରା ଆମେ ବିପଦର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେଇପାରିବା”
“ଆମ୍ବୁଲାନ୍ସ ନେଟୱାର୍କକୁ ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ପ୍ରସ୍ତୁତ କରିବାକୁ ହେଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ୫ଜି ଓ ଇଣ୍ଟରନେଟ ଅଫ ଥିଙ୍ଗସ୍ ଭଳି ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରିବାକୁ ହେବ”
ଏହି ମଂଚରେ ତୃତୀୟ ଅଧିବେଶନର ମୁଖ୍ୟ ବିଷୟବସ୍ତୁ ଥିଲା “ଜଳବାୟୁ ପରିବର୍ତ୍ତନରେ ସ୍ଥାନୀୟ ମୁକାବିଲା ପ୍ରସ୍ତୁତି ।”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ବିପର୍ଯ୍ୟୟ ହ୍ରାସ ମଂଚ (ନ୍ୟାସନାଲ ପ୍ଲାଟଫର୍ମପର ଡିଜାଷ୍ଟର ରିକ୍ସ ରିଡକ୍ସନ ବା ଏନ୍‌ଡିପିଆର୍‌ଆର)ର ତୃତୀୟ ଅଧିବେଶନକୁ ଉଦ୍‌ଘାଟନ କରିଛନ୍ତି । ଏହି ମଂଚରେ ତୃତୀୟ ଅଧିବେଶନର ମୁଖ୍ୟ ବିଷୟବସ୍ତୁ ଥିଲା “ଜଳବାୟୁ ପରିବର୍ତ୍ତନରେ ସ୍ଥାନୀୟ ମୁକାବିଲା ପ୍ରସ୍ତୁତି ।”

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାରପ୍ରାପ୍ତ ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ୨୦୨୩ ବର୍ଷ ପାଇଁ ଓଡିଶା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଓସ୍‌ଡମା ଏବଂ ମିଜୋରାମର ଲୁଙ୍ଗଲେଇ ଥାନା ଏହି ପୁରସ୍କାର ପାଇଛନ୍ତି । ବିପର୍ଯ୍ୟୟ ହ୍ରାସ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାର ଉପକରଣ, ଅଭିନବ ପରିକଳ୍ପନା ଓ ଟେକ୍‌ନୋଲୋଜିର ଏକ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦ୍‌ଘାଟନ କରିଥିଲେ । ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା, ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମର ଉପସ୍ଥିତ ଥିଲେ । 

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତୁର୍କୀ ଓ ସିରିଆ ଭୂମିକମ୍ପ ପରେ ସମଗ୍ର ବିଶ୍ୱ ବିପର୍ଯ୍ୟୟ ପରିଚାଳନା ପ୍ରୟାସରେ ଭାରତର ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବା ସହିତ ପ୍ରଶଂସା କରିଛି । ସେହି ଦୁଇ କ୍ଷତିଗ୍ରସ୍ତ ଦେଶରେ ଭାରତୀୟ ଯବାନମାନେ ଯେଉଁ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ କଲେ ତାହ ସମଗ୍ର ଦେଶକୁ ଗର୍ବିତ କରିଛି । ଭାରତ ଯେଉଁଭଳି ଭାବେ ବିପର୍ଯ୍ୟୟ ପରିଚାଳନା ଟେକ୍‌ନୋଲୋଜି ଓ ମାନବ ସମ୍ବଳର ସମ୍ପ୍ରସାରଣ କରିଛି, ତାହା ଦ୍ୱାରା ଦେଶ ବିଶେଷ ଉପକୃତ ହୋଇଛି । ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ପ୍ରୋତ୍ସାହିତ ଏବଂ ସୁଦୃଢ କରିବାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏଭଳି କାମରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହିତ ବିଜେତାମାନଙ୍କୁ ପ୍ରଶଂସା କରିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ହେଲା “ଜଳବାୟୁ ପରିବର୍ତ୍ତନରେ ସ୍ଥାନୀୟ ମୁକାବିଲା ପ୍ରସ୍ତୁତି କରିବା ।” ଏହି ବିଷୟବସ୍ତୁ ସହିତ ସବୁ ଭାରତୀୟ ପରିଚିତ । ନିରାପଦ ରହିବା ପାଇଁ କିଭଳି ଭିତ୍ତିଭୂମି ଓ ନିର୍ମାଣର ଆବଶ୍ୟକତା ରହିଛି ତାହା ଆମ ସ୍ଥାପତ୍ୟ, ପୁରୁଣା ସହର ଓ ପରମ୍ପରାରେ ସ୍ପଷ୍ଟଭାବେ ରହିଛି । ଭାରତରେ ସର୍ବଦା ସ୍ଥାନୀୟଭାବେ ପାରିପାଶ୍ୱିର୍କ ସ୍ଥିତିକୁ ନେଇ ବିପର୍ଯ୍ୟୟ ପ୍ରସ୍ତୁତ ହୋଇଥାଏ । କଚ୍ଛର ଭୂମିକମ୍ପ ପ୍ରବଣ ଅଞ୍ଚଳର ‘ଭୁଙ୍ଗା’ ଘରର ଉଦାହରଣ ଦେଇଥିଲେ । ନୂଆ ଟେକ୍‌ନୋଲୋଜି ସହାୟତାରେ ସ୍ଥାନୀୟ ମଡେଲର ଘର ଓ ସହର ପ୍ଳାନିଂ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେ କହିଥିଲେଯେ ସ୍ଥାନୀୟ ଉପକରଣ ଓ ଟେକ୍‌ନୋଲୋଜିକୁ ସମୃଦ୍ଧ କରିବା ସହିତ ନୂଆ ଟେକ୍‌ନୋଲୋଜି ସହିତ ମିଶାଇବା ଏବେ ସମୟର ଆହ୍ୱାନ ଆମେ ସ୍ଥାନୀୟ ବିପର୍ଯ୍ୟୟ ପ୍ରସ୍ତୁତିକୁ ଯେତେବେଳେ ଭବିଷ୍ୟତର ଟେକ୍‌ନୋଲୋଜି ସହିତ ସଂଯୁକ୍ତ କରୁ ସେତେବେଳେ ଯାଇ ବିପଦର ମୁକାବିଲାରେ ଭଲ ସଫଳତା ମିଳେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

ସେ ଆହୁରି କହିଛନ୍ତି ଯେ ଆଗରୁ ମଣିଷର ଜୀବନଶୈଳୀ ଅତ୍ୟନ୍ତ ସରଳ ଓ ପରିବେଶ ଅନୁକୂଳ ଥିଲା । ସେମାନେ ପ୍ରବଳ ବର୍ଷା, ବନ୍ୟା, ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପତ୍ତିର ସଫଳ କରିବାର ଉପାୟ ଜାଣିଥିଲେ । ଫଳରେ କ୍ଷୟକ୍ଷତି କମ୍ ହେଉଥିଲା । ସେଥିପାଇଁ ପୂର୍ବ ସରକାର ବିପର୍ଯ୍ୟୟ ରିଲିଫକୁ କୃଷି ବିଭାଗ ସହିତ ରଖିଥିଲେ । ଭୂମିକମ୍ପ ଭଳି ପ୍ରାକୃତିକ ବିପତ୍ତି ଯେତେବେଳେ ଆସିଲା ଭାରତରେ ତାହାକୁ ସ୍ଥାନୀୟ ଭାବେ ସ୍ଥାନୀୟ ସମ୍ବଳ ମାଧ୍ୟମରେ ମୁକାବିଲା କରାଗଲା । ତେବେ ଆମେ ଆମ ଅନୁଭୂତିରୁ ଓ ଅନ୍ୟମାନଙ୍କଠାର ଅନେକ କଥା ଶିଖୁ ଏବଂ ଏହା ଏକ ଧାରାରେ ପରିଣତ ହୋଇଛି । ଏବେ ପ୍ରାକୃତିକ ବିପର୍ଯ୍ୟୟର ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଏହାର ମୁକାବିଲା ପାଇଁ ସ୍ଥାୟୀ ବହୁମୁଖୀ ବ୍ୟବସ୍ଥାର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପଡିଛି ।

ସେ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ କରିବାର ଦୁଇଟି ପ୍ରମୁଖ ଅଙ୍ଗ ହେଲା ବିପତ୍ତିକୁ ଚିହ୍ନବା ଓ ପ୍ରତିକାର ବ୍ୟବସ୍ଥାରେ ସଂସ୍କାର । କି ପ୍ରକାର ବିପତ୍ତି ଆସୁଛି, ଏହାର କ୍ଷୟକ୍ଷତିର ପରିମାଣ କ’ଣ ହେବ ଏହାକୁ ଆଗୁଆ ଚିହ୍ନି ପାରିବା ବା ଆକଳନ କରିବା ଏବଂ ପ୍ରତିକାର ବ୍ୟବସ୍ଥାରେ ନିରନ୍ତର ସଂସ୍କାର ଆଣିବା ଦ୍ୱାରା କ୍ଷୟକ୍ଷତି ହ୍ରାସ ପାଏ । ବିପତ୍ତିର ପରିଚାଳନାରେ ସଫଳତା ମିଳେ । ଆହୁରି ମଧ୍ୟ ବିପତ୍ତିର ସାମୟିକ ପ୍ରତିକାର ଅପେକ୍ଷା ଦୀର୍ଘ ମିଆଦି ପ୍ରତିକାର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ପଶ୍ଚିମବଙ୍ଗ ଓ ଓଡିଶା ବାତ୍ୟାରେ ଶହ ଶହ ଲୋକଙ୍କ ମୃତ୍ୟୁ କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ରଣନୀତି ବଦଳାଇ ଆଗୁଆ ପଦକ୍ଷେପ ନେବା ଫଳରେ ଏହି ଧନଜୀବନ ହାନି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ଏବେ ଆମେ ସଫଳତାର ସହିତ ବାତ୍ୟାର ମୁକାବିଲା କରିପାରୁଛୁ ଏବଂ ଏଥିରେ ମୃତ୍ୟୁ ଓ କ୍ଷୟକ୍ଷତି ଯଥେଷ୍ଟ କମିଛି । ଆମେ ପ୍ରାକୃତିକ ବିପର୍ଯ୍ୟୟକୁ ବନ୍ଦ କରିପାରିବା ନାହିଁ ; କିନ୍ତୁ ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା କରି କ୍ଷୟକ୍ଷତିକୁ ଯଥେଷ୍ଟ ହ୍ରାସ କରିପାରିବା ବୋଲି ସେ କହିଛନ୍ତି ।

 ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ସ୍ଥାନୀୟ ସମ୍ପୃକ୍ତି ଦ୍ୱାରା ସ୍ଥାନୀୟ ସ୍ଥିତି ସ୍ଥାପକତା ରକ୍ଷା ମନ୍ତ୍ର ଅନୁସାରେ ଆମକୁ ସଫଳତା ମିଳିବ । ଏଥିପାଇଁ ଆମକୁ କିଛି ସର୍ବନିମ୍ନ ବିଷୟବସ୍ତୁ ଉପରେ ଧ୍ୟାନ ଦେବାକୁ ପଡିବ । ଘରର ବୟସ, ନାଳନର୍ଦ୍ଦମା, ବିଜୁଳି ଓ ଜଳଯୋଗାଣ ବ୍ୟବସ୍ଥା କେତେ ଦୃଢ ଏବଂ ଏହା ପ୍ରାକୃତିକ ବିପତ୍ତିକୁ ସମ୍ଭାଳିବାକୁ ସକ୍ଷମ କି ନୁହେଁ ସେ ବିଷୟରେ ଆମର ଜ୍ଞାନ ରହିବା ଆବଶ୍ୟକ । ଆମେ ଏ ବିଷୟରେ ସଚେତନ ରହିଲେ ବିପଦର ସଫଳ ମୁକାବିଲା କରି କ୍ଷୟକ୍ଷତି କମାଇ ପାରିବା । ସେଥିପାଇଁ ଆଗୁଆ ପଦକ୍ଷେପ ଜରୁରୀ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିପଦବେଳେ ଆହତଙ୍କୁ ଡାକ୍ତରଖାନା ନେବାର ଜରୁରୀ ଆବଶ୍ୟକତା ଥାଏ । ତେଣୁ ଆମ୍ବୁଲାନ୍ସ ନେଟୱାର୍କକୁ ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ପ୍ରସ୍ତୁତ କରିବାକୁ ହେଲେ ନୂଆ ଯୁଗର ଟେକ୍‌ନୋଲୋଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ୫ଜି ଓ ଇଣ୍ଟରନେଟ୍ ଅଫ ଥିଙ୍ଗ୍‌ସ ଆଦି ଉପଯୋଗ କରିବାକୁ ହେବ । ସେ ଆହୁରି କହିଛନ୍ତି ଯେ ‘ଆମ ପରମ୍ପରା ଓ ଟେକ୍‌ନୋଲୋଜି ଆମର ବଳ । ଏହି ଶକ୍ତି ଦ୍ୱାରା ବିପର୍ଯ୍ୟୟର ସଫଳ ମୁକାବିଲା କରି ଆମେ ପୁନର୍ବାର ମୁଣ୍ଡ ଟେକିବାର ଶ୍ରେଷ୍ଠ ମଡେଲ ଭାରତ ଏବଂ ସମଗ୍ର ବିଶ୍ୱ ପାଇଁ ପ୍ରସ୍ତୁତ କରିପାରିବା । 

ନିଜର ଉଦ୍‌ବୋଧନର ଅନ୍ତିମ ପର୍ବରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର ଯେକୌଣସି ସ୍ଥାନରେ ବିପତ୍ତି ପଡିଲେ ଭାରତ ତତ୍କାଳ ପ୍ରତିକ୍ରିୟା ପ୍ରକାଶ କରି ସାହାଯ୍ୟ ସହଯୋଗ ନିମନ୍ତେ ତତ୍ପରତା ଦେଖାଇଥାଏ । ସମଗ୍ର ବିଶ୍ୱ ମଧ୍ୟ ଅନୁରୂପ ମନୋଭାବ ପ୍ରଦର୍ଶନ କରିବା ଉଚିତ । ପ୍ରାକୃତିକ ବିପଦର ସ୍ଥାୟୀ ମୁକାବିଲା ପାଇଁ ଦୃଢ ଭିତ୍ତିଭୂମି ଓ ଢାଞ୍ଚାର ଆବଶ୍ୟକତା ରହିଛି । ଭାରତର ନେତୃତ୍ୱରେ ଗଠିତ ହୋଇଥିବା ଡିଜାଷ୍ଟର ରେଜିଲିଏଣ୍ଟ ଇନ୍‌ଫ୍ରାଷ୍ଟ୍ରକଚରେ ମେଟରେ ୧୦୦ରୁ ଅଧିକ ଦେଶ ଯୋଗ ଦେଇଛନ୍ତି । ଏସବୁ ଦେଶ ବିପତ୍ତି ପରିଚାଳନା ଓ ମୁକାବିଲାରେ ପରସ୍ପରକୁ ସାହାଯ୍ୟ ସହଯୋଗ କରିବେ ବୋଲି ସେ କହିଛନ୍ତି । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India to add 100 merchant ships to its fleet in 5 years: Sarbananda Sonowal

Media Coverage

India to add 100 merchant ships to its fleet in 5 years: Sarbananda Sonowal
NM on the go

Nm on the go

Always be the first to hear from the PM. Get the App Now!
...
PM to Address Youth at Khelo India Dialogue on 27th August
August 26, 2026
Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform
Yuva Samvaad under Khelo India Dialogue to Focus on Five Key Themes: Sports, Olympic Aspirations, Youth Leadership, Viksit Bharat and Nasha Mukt Yuva

Prime Minister Shri Narendra Modi will address Khelo India Dialogue on 27th August at 11 AM via video conferencing. The programme aims to help the youth engage with India's sporting journey, share their aspirations, and contribute ideas for a stronger youth-led Viksit Bharat.

Organised by Mera Yuva Bharat (MY Bharat), as part of the National Sports Day 2026 celebrations, the programme will be conducted across the country with participation of youth at two colleges in every district across States and Union Territories. The programme is being held in line with the Prime Minister's vision of building a fit, disciplined and sporting nation while placing the aspirations of youth at the centre of the national development agenda.

The nationwide Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform. It will provide a direct channel for young people to engage with the country's sporting ambitions, while ensuring that their ideas and perspectives become part of the continuing conversation on India's youth and sports ecosystem.

The national programme will be followed by local interactions involving young participants, MY Bharat volunteers, local sportspersons and public representatives. A major feature of the initiative will be direct interaction between youth having interest in sports and leading Indian athletes and medal winners. A central feature of the programme will be Yuva Samvaad where Young participants will be invited to articulate their own ideas, perspectives and aspirations. The dialogue will be structured around five themes:

  • improving India's sports ecosystem through better facilities, coaching, sports science and inclusive participation;
  • nurturing talent for the 2036 Olympics via scientific talent identification, transparent selection and long-term athlete development;
  • creating youth leaders through governance platforms and MY Bharat-led volunteering;
  • empowering youth for Viksit Bharat by building civic mindedness, future-ready skills and structured volunteering;
  • promoting a Nasha Mukt Yuva movement that leverages sport and peer networks to fight substance abuse, reinforced by weekly Jan Bhagidari activities under PM's 100-week nationwide campaign launched on 2 August 2026.