"ଦେଶରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତ ଆଗ୍ରହୀ ଅଟେ। 2036 ମସିହାରେ ଅଲିମ୍ପିକ୍ସର ସଫଳ ଆୟୋଜନ ପାଇଁ ଭାରତ ସମସ୍ତ ପ୍ରକାର ଚେଷ୍ଟା କରିବ। ଏହା ହେଉଛି 140 କୋଟି ଭାରତୀୟଙ୍କ ସ୍ୱପ୍ନ।"
2029 ମସିହାରେ ହେବାକୁ ଥିବା ଯୁବ ଅଲିମ୍ପିକ୍ସ ଆୟୋଜନ କରିବାକୁ ମଧ୍ୟ ଭାରତ ଆଗ୍ରହୀ
ଭାରତୀୟମାନେ କେବଳ କ୍ରୀଡାପ୍ରେମୀ ନୁହଁନ୍ତି, ବରଂ ଏହା ସହିତ କ୍ରୀଡ଼ାର ଭାବନା ମଧ୍ୟ ରଖିଥାନ୍ତି
“ଭାରତର କ୍ରୀଡ଼ା ପରମ୍ପରା ସମଗ୍ର ବିଶ୍ୱର ଅଟେ”
“କ୍ରୀଡ଼ାରେ କେହି ହାରି ନଥାନ୍ତି, କେବଳ ବିଜେତା ଏବଂ ଶିକ୍ଷାର୍ଥୀ ହୋଇଥାନ୍ତି”
“ଆମେ ଭାରତରେ କ୍ରୀଡ଼ାର ଅନ୍ତର୍ଭୂକ୍ତତା ଏବଂ ବିବିଧତା ଉପରେ ଧ୍ୟାନ ଦେଉଛୁ”
ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ୍ କରିବାକୁ ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ସୁପାରିଶ କରିଛି ଏବଂ ଆମେ ଶୀଘ୍ର ସକାରାତ୍ମକ ଖବର ଶୁଣିବାକୁ ଆଶା କରୁଛୁ ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ 141 ତମ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧିବେଶନର ଉଦଘାଟନ କରିଛନ୍ତି। କ୍ରୀଡା ସହ ଜଡିତ ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ପାରସ୍ପରିକ କ୍ରିୟା ଏବଂ ଜ୍ଞାନ ବଣ୍ଟନ ପାଇଁ ଅଧିବେଶନ ଏକ ସୁଯୋଗ ପ୍ରଦାନ କରେ |

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ 40 ବର୍ଷ ପରେ ଭାରତରେ ଅନୁଷ୍ଠିତ ଅଧିବେଶନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଅହମ୍ମଦାବାଦର ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ କ୍ରିକେଟ୍ ବିଶ୍ୱକପ୍ ରେ ଭାରତର ବିଜୟ ବିଷୟରେ ସେ ଦର୍ଶକଙ୍କୁ ଅବଗତ କରାଇଥିଲେ। ସେ କହିଛନ୍ତି, “ମୁଁ ଭାରତୀୟ ଟିମ୍ ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ଏହି ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି।

 

ଭାରତର ସଂସ୍କୃତି ଏବଂ ଜୀବନଶୈଳୀରେ କ୍ରୀଡା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଯେତେବେଳେ ଆପଣ ଭାରତର ଗ୍ରାମକୁ ଯାଆନ୍ତି, ପ୍ରଧାନମନ୍ତ୍ରୀ କହିଛନ୍ତି, ଜଣେ ଜାଣିପାରିବେ ଯେ କ୍ରୀଡା ବିନା କୌଣସି ପର୍ବ ଅସମ୍ପୂର୍ଣ୍ଣ ରହିଥାଏ । ଶ୍ରୀ ମୋଦୀ କହିଛନ୍ତି, “ଭାରତୀୟମାନେ କେବଳ କ୍ରୀଡ଼ାପ୍ରେମୀ ନୁହନ୍ତି, ଆମେ ମଧ୍ୟ ଏହାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ସାମିଲ୍ କରିଥାଉ। ସେ ଦର୍ଶାଇଛନ୍ତି ଯେ କ୍ରୀଡ଼ା ସଂସ୍କୃତି ଭାରତର ହଜାର ବର୍ଷ ପୁରୁଣା ଇତିହାସ ମାଧ୍ୟମରେ ପ୍ରତିଫଳିତ ହୋଇଛି। ସେ ସିନ୍ଧୁ ଉପତ୍ୟକା ସଭ୍ୟତା, ବୈଦିକ ଅବଧି କିମ୍ବା ଏହା ପରେ ଯୁଗ ହେଉ, ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଭାରତର କ୍ରୀଡା କ୍ଷେତ୍ରରେ ବହୁତ ସମୃଦ୍ଧ ହୋଇଛି। ସେ ସୂଚନା ଦେଇଛନ୍ତି ଯେ ହଜାର ହଜାର ବର୍ଷ ପୂର୍ବେ ଲେଖାଯାଇଥିବା ଶାସ୍ତ୍ରଗୁଡ଼ିକରେ ଘୋଡା ଚଢ଼ିବା, ପହଁରିବା, ତୀରନ୍ଦାଜୀ କୁସ୍ତି ଇତ୍ୟାଦି ସହିତ 64 ଟି ବିଦ୍ୟା ଉପରେ ପାରଦର୍ଶୀ ଥିବା ଉଲ୍ଲେଖ କରାଯାଇଥିଲା ଏବଂ ସେଥିରେ ଉତ୍କର୍ଷତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେ ପ୍ରକାଶ କରିଛନ୍ତି ଯେ ଧନୁର୍ବିଦ୍ୟା ଶିଖିବା ପାଇଁ ଏକ ‘ଧନୁର ବେଦ ସଂହିତା’ ଅର୍ଥାତ୍ ତୀରନ୍ଦାଜୀ ପାଇଁ ଏକ ସଂହିତା ପ୍ରକାଶିତ କରାଯାଇଥିଲା, ଯେଉଁଥିରେ ଧନୁଷବାଣ, ଚକ୍ର, ଭାଲା, ତଲୱାରଚାଳନା, ଖଞ୍ଜର, ଗଦା ଓ କୁସ୍ତି ପରି 7 ଟି ବାଧ୍ୟତାମୂଳକ କୌଶଳ ର ଉଲ୍ଲେଖ କରାଯାଇଛି।

ପ୍ରଧାନମନ୍ତ୍ରୀ ଭାରତର ଏହି ପ୍ରାଚୀନ କ୍ରୀଡା ଐତିହ୍ୟର ବୈଜ୍ଞାନିକ ପ୍ରମାଣ ଉପସ୍ଥାପନ କରିଥିଲେ। ସେ ଧୋଲାଭିରା ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏହି 5000 ବର୍ଷ ପୁରୁଣା ସହରର ସହରୀ ଯୋଜନାରେ କ୍ରୀଡା ଭିତ୍ତିଭୂମି ବିଷୟରେ କହିଥିଲେ। ଖନନ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁଇଟି ଷ୍ଟାଡିୟମ ମିଳିଥିଲା, ସେଥିମଧ୍ୟରୁ ଗୋଟିଏ ହେଉଛି ବିଶ୍ୱର ସର୍ବ ପୁରାତନ ଏବଂ ସବୁଠାରୁ ବଡ ଷ୍ଟାଡିୟମ। ସେହିଭଳି ରାଖୀଗଢ଼ିରେ କ୍ରୀଡା ସମ୍ବନ୍ଧୀୟ ସଂରଚନା ଦେଖିବାକୁ ମିଳିଛି। ଭାରତର ଏହି କ୍ରୀଡା ଐତିହ୍ୟ ସମଗ୍ର ବିଶ୍ୱର ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “କ୍ରୀଡ଼ାରେ କେହି ହାରି ନଥାନ୍ତି, କେବଳ ବିଜେତା ଏବଂ ଶିକ୍ଷାର୍ଥୀ ରହିଥାନ୍ତି। କ୍ରୀଡ଼ାର ଭାଷା ଏବଂ ଭାବନା ସାର୍ବଭୌମିକ ଅଟେ। କ୍ରୀଡା କେବଳ ପ୍ରତିଯୋଗିତା ନୁହେଁ । କ୍ରୀଡା ମାନବିକତାକୁ ବିସ୍ତାର କରିବାର ସୁଯୋଗ ଦେଇଥାଏ।’’  “ସେଥିପାଇଁ ବିଶ୍ୱ ସ୍ତରରେ ରେକର୍ଡଗୁଡିକ ପାଳନ କରାଯାଏ। କ୍ରୀଡା ମଧ୍ୟ ‘ବସୁଧୈବ କୁଟୁମ୍ବକମ୍’ - ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ର ଆତ୍ମାକୁ ଦୃଢ଼ କରିଥାଏ ବୋଲି ସେ କହିଛନ୍ତି। ଭାରତରେ କ୍ରୀଡ଼ାର ବିକାଶ ପାଇଁ ସମ୍ପ୍ରତି ପଦକ୍ଷେପଗୁଡିକ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ସେ ଖେଲୋ ଇଣ୍ଡିଆ ଗେମ୍ସ, ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ, ଖେଲୋ ଇଣ୍ଡିଆ ଶୀତକାଳୀନ ଖେଳ, ସଂସଦର ସଦସ୍ୟ କ୍ରୀଡା ପ୍ରତିଯୋଗିତା ଏବଂ ଆଗାମୀ ଖେଲୋ ଇଣ୍ଡିଆ ପାରା ଗେମ୍ସ ବିଷୟରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଆମେ ଭାରତରେ କ୍ରୀଡ଼ାର ଅନ୍ତର୍ଭୂକ୍ତିକୁ ଏବଂ ବିବିଧତା ଉପରେ ଧ୍ୟାନ ଦେଉଛୁ।

 

କ୍ରୀଡ଼ା ଜଗତରେ ଭାରତର ଉଜ୍ଜ୍ୱଳ ପ୍ରଦର୍ଶନ ପାଇଁ ସରକାରଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଶ୍ରେୟ ଦେଇଛନ୍ତି। ଅଲିମ୍ପିକ୍ସର ଶେଷ ସଂସ୍କରଣରେ ସେ ଅନେକ ଆଥଲେଟମାନଙ୍କର ଚମତ୍କାର ପ୍ରଦର୍ଶନକୁ ମନେ ପକାଇଥିଲେ ଏବଂ ନିକଟରେ ଶେଷ ହୋଇଥିବା ଏସୀୟ ଗେମ୍ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଏବଂ ବିଶ୍ୱ ବିଶ୍ୱବିଦ୍ୟାଳୟ ଗେମ୍ସରେ ଭାରତର ଯୁବ ଆଥଲେଟ ମାନଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ରେକର୍ଡକୁ ମଧ୍ୟ ଆଲୋକିତ କରିଥିଲେ। ସେ କହିଛନ୍ତି ଯେ ସକରାତ୍ମକ ପରିବର୍ତ୍ତନ ଭାରତରେ କ୍ରୀଡ଼ାର ଦ୍ରୁତ ପରିବର୍ତ୍ତନଶୀଳ ଦୃଶ୍ୟର ସଙ୍କେତ ଅଟେ।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତ ବିଶ୍ୱ କ୍ରୀଡ଼ା ଟୁର୍ନାମେଣ୍ଟ ଆୟୋଜନ କରିବାର ସାମର୍ଥ୍ୟକୁ ସଫଳତାର ସହ ପ୍ରମାଣ କରିଛି। ସେ ନିକଟରେ ଆୟୋଜିତ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଯଥା ଚେସ୍ ଅଲିମ୍ପିଆଡ୍ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଥିରେ 186 ଟି ଦେଶର ଅଂଶଗ୍ରହଣ, ଫୁଟବଲ୍ ଅଣ୍ଡର -17 ମହିଳା ବିଶ୍ୱକପ୍, ହକି ବିଶ୍ୱକପ୍, ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପ୍, ଶୁଟିଂ ବିଶ୍ୱକପ୍ ଏବଂ ଚାଲିଥିବା କ୍ରିକେଟ୍ ବିଶ୍ୱକପ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶ ପ୍ରତିବର୍ଷ ବିଶ୍ୱର ସର୍ବବୃହତ କ୍ରିକେଟ୍ ଲିଗ୍ ଆୟୋଜନ କରିଥାଏ। ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବାକୁ ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ସୁପାରିଶ କରିଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଏବଂ ଏହି ସୁପାରିଶଗୁଡିକ ଗ୍ରହଣ କରାଯିବ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

 

ବିଶ୍ବକୁ ସ୍ୱାଗତ କରିବା ପାଇଁ ଭାରତ ପାଇଁ ଏକ ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହାର ଦ୍ରୁତ ବିସ୍ତାରିତ ଅର୍ଥନୀତି ଏବଂ ସୁ-ବିକଶିତ ଭିତ୍ତିଭୂମି ଯୋଗୁଁ ଭାରତ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରାଥମିକତା ଦେଇଛି। ସେ ଜି -20 ସମ୍ମିଳନୀର ଉଦାହରଣ ଦେଇଛନ୍ତି ଯେଉଁଠାରେ ଦେଶର 60 ରୁ ଅଧିକ ସହରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଏହା ପ୍ରତ୍ୟେକ କ୍ଷେତ୍ରରେ ଭାରତର ଆୟୋଜନ କ୍ଷମତାର ପ୍ରମାଣ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ ଭାରତର 140 କୋଟି ନାଗରିକଙ୍କ ବିଶ୍ୱାସ ହିଁ ଏହାର ଆଧାର ହୋଇଛି। 

ଦେଶରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତ ଆଗ୍ରହୀ। 2036 ମସିହାରେ ଅଲିମ୍ପିକ୍ସର ସଫଳ ଆୟୋଜନ ପାଇଁ ଭାରତ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବ, ଏହା ହେଉଛି 140 କୋଟି ଭାରତୀୟଙ୍କ ସ୍ୱପ୍ନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ସମସ୍ତ ହିତାଧିକାରୀଙ୍କ ସହଯୋଗରେ ଦେଶ ଏହି ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛି। “2029 ମସିହାରେ ହେବାକୁ ଥିବା ଯୁବ ଅଲିମ୍ପିକ୍ସ ଆୟୋଜନ କରିବାକୁ ମଧ୍ୟ ଭାରତ ଆଗ୍ରହୀ” ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ଆଇଓସି ଭାରତକୁ ସମର୍ଥନ ଜାରି ରଖିବ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “କ୍ରୀଡା କେବଳ ପଦକ ଜିତିବା ପାଇଁ ନୁହେଁ ବରଂ ହୃଦୟ ଜିତିବାର ଏକ ମାଧ୍ୟମ ଅଟେ। କ୍ରୀଡା ସମସ୍ତଙ୍କ ପାଇଁ ଅଟେ। ଏହା କେବଳ ଚାମ୍ପିଅନ୍ ପ୍ରସ୍ତୁତ କରେ ନାହିଁ ବରଂ ଶାନ୍ତି, ପ୍ରଗତି ଏବଂ ସୁସ୍ଥତାକୁ ମଧ୍ୟ ପ୍ରୋତ୍ସାହିତ କରେ। ତେଣୁ କ୍ରୀଡା ଜଗତକୁ ଏକ କରିବାର ଅନ୍ୟ ଏକ ମାଧ୍ୟମ ”। ପ୍ରତିନିଧୀଙ୍କୁ ପୁଣି ଥରେ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଅଧିବେଶନର ଶୁଭାରମ୍ଭ  ଘୋଷଣା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଭାପତି ଶ୍ରୀ ଥୋମାସ୍ ବାଖ ଏବଂ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଦସ୍ୟ ଶ୍ରୀମତୀ ନୀତା ଅମ୍ବାନୀ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଆଇଓସି ଅଧିବେଶନ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ସଦସ୍ୟମାନଙ୍କର ଏକ ପ୍ରମୁଖ ବୈଠକ ଭାବରେ କାର୍ଯ୍ୟ କରେ। ଅଲିମ୍ପିକ୍ ଖେଳର ଭବିଷ୍ୟତ ବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଇଓସି ଅଧିବେଶନରେ ନିଆଯାଏ । ପ୍ରାୟ 40 ବର୍ଷର ବ୍ୟବଧାନ ପରେ ଭାରତ ଦ୍ୱିତୀୟ ଥର ପାଇଁ ଆଇଓସି ଅଧିବେଶନ ଆୟୋଜନ କରୁଛି । 1983 ରେ ନୂଆଦିଲ୍ଲୀରେ ଆଇଓସି ର 86ତମ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

 

ଭାରତରେ ଅନୁଷ୍ଠିତ 141 ତମ ଆଇଓସି ଅଧିବେଶନ ବିଶ୍ବର ସହଯୋଗକୁ ବୃଦ୍ଧି କରିବା, କ୍ରୀଡ଼ାର ଉତ୍କର୍ଷତାକୁ ପାଳନ କରିବା ଏବଂ ବନ୍ଧୁତା, ସମ୍ମାନ ଏବଂ ଉତ୍କର୍ଷତାର ଅଲିମ୍ପିକ୍ ଆଦର୍ଶକୁ ଆଗକୁ ବଢ଼ାଇବା ପାଇଁ ଦେଶର ଉତ୍ସର୍ଗକୁ ଦର୍ଶାଉଛି। ବିଭିନ୍ନ କ୍ରୀଡା ସମ୍ବନ୍ଧୀୟ ହିତାଧିକାରୀଙ୍କ ମଧ୍ୟରେ ପାରସ୍ପରିକ କ୍ରିୟା ଏବଂ ଜ୍ଞାନର ଆଦାନ ପ୍ରଦାନ ପାଇଁ ଏହା ଏକ ସୁଯୋଗ ପ୍ରଦାନ କରେ ।

ଏହି ଅଧିବେଶନରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଭାପତି ଶ୍ରୀ ଥୋମାସ୍ ବାଚ୍ ଏବଂ ଆଇଓସିର ଅନ୍ୟ ସଦସ୍ୟମାନେ, ଭାରତୀୟ କ୍ରୀଡ଼ା ବ୍ୟକ୍ତିତ୍ୱ ତଥା ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସମେତ ବିଭିନ୍ନ କ୍ରୀଡା ଫେଡେରେଶନର ପ୍ରତିନିଧୀମାନେ ମଧ୍ୟ ଯୋଗ ଦେଇଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FIIs pour over $1 billion into Indian stocks, biggest weekly buying since June 2025

Media Coverage

FIIs pour over $1 billion into Indian stocks, biggest weekly buying since June 2025
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”