Awaas Yojana does not just provide homes to the rural poor but also gives them confidence: PM Modi
Now the houses under the PM Awaas Yojana have water, LPG and electricity connections when they are handed over to the beneficiaries: PM
We need to strengthen the poor to end poverty: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ମଧ୍ୟପ୍ରଦେଶରେ ଅନୁଷ୍ଠିତ ‘ଗୃହ ପ୍ରବେଶମ୍‌’ କାର୍ଯ୍ୟକ୍ରମରେ  ଉଦ୍‌ବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା (ପିଏମ୍‌ୱାଇଜି)ରେ 1.75 ଲକ୍ଷ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି । ଏହି ଅବସରରେ ଶ୍ରୀ ମୋଦୀ ସଂପୃକ୍ତ ହିତାଧିକାରୀଙ୍କ ସହ ମଧ୍ୟ ମତ ବିନିମୟ କରିଛନ୍ତି ।

ତାଙ୍କ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ 1.75 ଲକ୍ଷ ପରିବାର ଆଜି ସେମାନଙ୍କର ନୂଆ ଘରକୁ ପ୍ରବେଶ କରିଛନ୍ତି ସେମାନଙ୍କୁ ସ୍ୱପ୍ନର ଘର ମିଳିଛି । ଏହା ସେମାନଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ମଧ୍ୟ ଏକ ବିଶ୍ୱାସ ସୃଷ୍ଟି କରିଛି । ସେ କହିଛନ୍ତି ଯେ ଯେଉଁ ହିତାଧିକାରୀମାନେ ଆଜି ଘର ପାଇଛନ୍ତି ସେମାନେ 2.25 କୋଟି ପରିବାର ସହ ସାମିଲ ହୋଇଛନ୍ତି । ଗତ 6 ବର୍ଷ ମଧ୍ୟରେ ଏହିସବୁ ପରିବାରଙ୍କୁ ପକ୍କା ଘର ସରକାର ଯୋଗାଇ ଦେଇଛନ୍ତି । ସେମାନେ ଏବେ ନିଜ ଘରେ ରହୁଛନ୍ତି । ଆଉ ତାଙ୍କୁ ବସ୍ତିର କଚ୍ଚା ଘର କିମ୍ବା ଭଡାଘରେ ରହିବାର ଆବଶ୍ୟକତା ନାହିଁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସଂପୃକ୍ତ ହିତାଧିକାରୀଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇବା ସହ କହିଛନ୍ତି କରୋନା ମହାମାରୀ କଟକଣା ନ ଥିଲେ ସେ ବ୍ୟକ୍ତିଗତଭାବେ ସେମାନଙ୍କ ଘରକୁ ଯାଇ ହିତାଧିକାରୀଙ୍କ ଖୁସିରେ ଭାଗିଦାର ହୋଇଥାନ୍ତେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଯେଉଁ 1.75 ଲକ୍ଷ ଗରିବ ପରିବାର ନିଜର ଘର ପାଇଛନ୍ତି ସେମାନଙ୍କ ଜୀବନରେ ଏହା କେବଳ ଏକ ସ୍ମରଣୀୟ କ୍ଷଣ ନୁହେଁ, ବରଂ ଦେଶର ସବୁ ବାସହୀନ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ସେ ଦିଗରେ ଏକ ବଡ଼ ପଦକ୍ଷେପ । ଏହା ବାସହୀନଙ୍କ ଆଶାକୁ ଦୃଢୀଭୂତ କରିବା ସହ ସରକାରୀ ଯୋଜନା କିପରି ଉଚିତ ରଣକୌଶଳର ସହ କାର୍ଯ୍ୟକାରୀ ହୋଇଛି ଏବଂ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି ତାହାକୁ ପ୍ରମାଣିତ କରୁଛି । ସେ କହିଛନ୍ତି ଯେ କରୋନା ମହାମାରୀ କଟକଣା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜାନ ଜରିଆରେ ସମଗ୍ର ଦେଶରେ 18 ଲକ୍ଷ ଗୃହ ନିର୍ମାଣ କରାଯାଇଛି । ସେଥିମଧ୍ୟରୁ ଏକା ମଧ୍ୟପ୍ରଦେଶରେ 1.75 ଲକ୍ଷ ଘର ତିଆରି ହୋଇଛି । ପିଏମ୍‌ୱାଇ-ଜି ଯୋଜନାରେ ଗୋଟିଏ ଘର ତିଆରି କରିବାକୁ ହାରାହାରି 125 ଦିନ ସମୟ ଲାଗିଥାଏ । ତେବେ କରୋନା ସତ୍ତ୍ୱେ ମଧ୍ୟ ଏସବୁ ଘର ମାତ୍ର 45ରୁ 60 ଦିନ ମଧ୍ୟରେ ଶେଷ ହୋଇଛି; ଯାହା ଏକ ରେକର୍ଡ । ବାହାରେ କାମ କରୁଥିବା ଶ୍ରମିକମାନେ ଗାଁକୁ ଫେରିଆସିବା ଫଳରେ ସେମାନେ ଏସବୁ କାମରେ ହାତ ଦେଇଥିଲେ । ଯାହାଫଳରେ ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଶେଷ ହୋଇଥିଲା । ଏକ ଆହ୍ୱାନକୁ ସୁଯୋଗରେ ପରିଣତ କରିବାର ଏହା ଏକ ବଡ଼ ଉଦାହରଣ । ଏହି ଗୃହ ଫେରନ୍ତା ପ୍ରବାସୀ ଶ୍ରମିକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନର ସୁଯୋଗ ନେଇ ଗାଁରେ ଉପାର୍ଜନର ସୁବିଧା ପାଇବା ସହ ନିଜ ପରିବାରର ଯତ୍ନ ମଧ୍ୟ ନେଇପାରୁଛନ୍ତି ।  ସେମାନେ ସେମାନଙ୍କ ଗରିବ ଭାଇଭଉଣୀଙ୍କ ଏହି ଆବାସ ନିର୍ମାଣ ପ୍ରକ୍ରିୟାକୁ ଶୀଘ୍ର ସାରିବାରେ ସଫଳ ହୋଇଛନ୍ତି ।

ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ଏହି ଆବାସ ନିର୍ମାଣ କାର୍ଯ୍ୟର ସଫଳତା ଘେନି ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅଭିଯାନରେ ଏସବୁ ରାଜ୍ୟ 23 ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ଏହି ଯୋଜନାରେ ଗ୍ରାମାଞ୍ଚଳରେ ଗରିବଙ୍କ ପାଇଁ ଘର ତିଆରି ହେଉଛି । ପ୍ରତ୍ୟେକ ପରିବାରକୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଚାଲିଛି । ପଞ୍ଚାୟତ ଓ ଅଙ୍ଗନବାଡି ପାଇଁ ଭବନ ନିର୍ମାଣ କାର୍ଯ୍ୟ ଅବ୍ୟାହତ ରହିଛି । ଗାଁ ଗାଁରେ ଗୁହାଳ ତିଆରି ହୋଇଛି, ପୋଖରୀ ଏବଂ କୂଅ ଆଦି ଖୋଳା ଯାଉଛି । ସେ କହିଛନ୍ତି ଯେ ଏହାଦ୍ୱାରା ଦୁଇଟି ଲାଭ ହେଉଛି । ପ୍ରଥମରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଯେଉଁମାନେ ସହରରୁ ଗାଁକୁ ଫେରି ଯାଇଛନ୍ତି ସେମାନେ ଘର ପାଖରେ କାମ ପାଉଛନ୍ତି ଏବଂ ଦ୍ୱିତୀୟରେ ଇଟା, ସିମେଣ୍ଟ, ବାଲି ଆଦି ନିର୍ମାଣ ସାମଗ୍ରୀର ବିକ୍ରିବଟା ବଢିଛି । ବର୍ତ୍ତମାନର ଏହି କଠୋର ସମୟରେ ପ୍ରଧାନମନ୍ତ୍ରୀ ଗରିବ ରୋଜଗାର କଲ୍ୟାଣ ଅଭିଯାନ ଯୋଜନା ଗ୍ରାମ୍ୟ ଅର୍ଥନୀତି ପାଇଁ ବିଶେଷ ସହାୟକ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଗରିବଙ୍କ ପାଇଁ ଘର ତିଆରି କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଦଶନ୍ଧି ଦଶନ୍ଧି ଧରି ଚାଲିଥିଲା । ଏହା ସତ୍ତ୍ୱେ କୋଟି କୋଟି ଗରିବ ଲୋକଙ୍କୁ ନିଜର ଖଣ୍ଡିଏ ଖଣ୍ଡିଏ ଘର ଯୋଗାଇ ସେମାନଙ୍କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଯୋଗାଇ ଦେବାର ଲକ୍ଷ୍ୟ ପୂରଣ ହୋଇ ନ ଥିଲା । ସରକାରଙ୍କ ମାତ୍ରାଧିକ ହସ୍ତକ୍ଷେପ, ସ୍ୱଚ୍ଛତାର ଅଭାବ ତଥା ହିତାଧିକାରୀଙ୍କ ସହ କୌଣସି ପରାମର୍ଶ ନ କରି ଏସବୁ କାର୍ଯ୍ୟ ଚାଲୁଥିବାରୁ ଏହି ଲକ୍ଷ୍ୟ ପୂରଣ ହୋଇପାରୁ ନ ଥିଲା । ପୂର୍ବରୁ କେତେକ ଯୋଜନାରେ ଯେଉଁସବୁ ଘର ତିଆରି ହୋଇଥିଲା ସେଥିରେ ସ୍ୱଚ୍ଛତା ଓ ସାଧୁତା ଅବଲମ୍ବନ କରାଯାଇ ନ ଥିବାରୁ ତାହା ନିମ୍ନମାନର ହୋଇଥିଲା ।

ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ 2014ରେ ସରକାର ପୂର୍ବ ଅଭିଜ୍ଞତାକୁ ଅନୁଶୀଳନ କରି ଯୋଜନାକୁ ବଦଳାଇଥିଲେ ଏବଂ ନୂଆ ରଣନୀତି ସହ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାମରେ କାର୍ଯ୍ୟ ଆରମ୍ଭ କରିଥିଲେ । ହିତାଧିକାରୀ ମନୋନୟନଠାରୁ ଆରମ୍ଭ କରି ଘର ହସ୍ତାନ୍ତର କରିବା ଯାଏଁ ସମଗ୍ର ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରାଯାଇଥିଲା । ଆଗରୁ ଘର ଖଣ୍ଡିଏ ପାଇଁ ଗରିବ ଲୋକେ ସରକାରଙ୍କ ପଛରେ ଦୌଡୁଥିଲେ । ଏବେ ସରକାର ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ମନୋନୟନଠାରୁ ନିର୍ମାଣ ପର୍ଯ୍ୟନ୍ତ ସବୁଠି ବିଜ୍ଞାନଭିତ୍ତିକ ଓ ସ୍ୱଚ୍ଛ ନୀତି ଅବଲମ୍ବନ କରାଯାଉଛି । କେବଳ ଏତିକି ନୁହେଁ, ଗୃହ ନିର୍ମାଣ କ୍ଷେତ୍ରରେ ସ୍ଥାନୀୟଭାବେ ମିଳୁଥିବା ସାମଗ୍ରୀକୁ ବ୍ୟବହାର କରାଯାଉଛି । ସ୍ଥାନୀୟ ଆବଶ୍ୟକତା ଓ ଶୈଳୀ ଅନୁସାରେ ଘରର ଡିଜାଇନ ତିଆରି କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୃହ ନିର୍ମାଣର ପ୍ରତ୍ୟେକ ପର୍ଯ୍ୟାୟକୁ ପୂର୍ଣ୍ଣାଙ୍ଗଭାବେ ତଦାରଖ କରାଯାଉଛି । ଗୋଟିଏ ଗୋଟିଏ ପର୍ଯ୍ୟାୟର କାମ ସଂପୂର୍ଣ୍ଣ ହେବାପରେ କିସ୍ତିୱାରୀ ଅର୍ଥ ପ୍ରଦାନର ବ୍ୟବସ୍ଥା କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଗରିବ ଲୋକମାନେ କେବଳ ଘର ପାଉନାହାନ୍ତି ସେମାନଙ୍କୁ ଶୌଚାଳୟ, ଉଜ୍ଜ୍ୱଳା ଗ୍ୟାସ୍‌ ସଂଯୋଗ, ସୌଭାଗ୍ୟ ଯୋଜନା, ବିଜୁଳି ସଂଯୋଗ, ଏଲ୍‌ଇଡି ବଲ୍‌ବ ଏବଂ ଜଳ ସଂଯୋଗ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି କାର୍ଯ୍ୟକ୍ରମରେ ସ୍ୱଚ୍ଛଭାରତ ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏହା ଆମର ଗ୍ରାମାଞ୍ଚଳର ଭଉଣୀମାନଙ୍କ ଅଭ୍ୟାସ ପରିବର୍ତ୍ତନରେ ସହାୟକ ହେଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପ୍ରାୟ 27ଟି କଲ୍ୟାଣକାରୀ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ସଂଯୁକ୍ତ ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରଗୁଡିକ ମୁଖ୍ୟତଃ ହିତାଧିକାରୀ ପରିବାରର ମହିଳାମାନଙ୍କ ନାମରେ ପଞ୍ଜୀକୃତ ହୋଇଛି । କେତେକ ସ୍ଥାନରେ ପଞ୍ଜୀକରଣରେ ପୁରୁଷଙ୍କ ସହ ମିଳିତଭାବେ ମହିଳାଙ୍କ ନାମ ରହିଛି । ଆହୁରି ମଧ୍ୟ ଲୋକଙ୍କୁ ରୋଜଗାର ଯୋଗାଇ ଦେବାପାଇଁ ନୂଆ ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି । ଗୃହ ନିର୍ମାଣ କାର୍ଯ୍ୟରେ ବହୁ ସଂଖ୍ୟାରେ ମହିଳା ରାଜମିସ୍ତ୍ରିଙ୍କୁ ନିଯୁକ୍ତ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେବଳ ମଧ୍ୟପ୍ରଦେଶରେ 50 ହଜାରରୁ ଅଧିକ ରାଜମିସ୍ତ୍ରିଙ୍କୁ ତାଲିମ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ମହିଳା ରାଜମିସ୍ତ୍ରିଙ୍କ ସଂଖ୍ୟା 9 ହଜାର । ଯେତେବେଳେ ଗରିବ ଲୋକଙ୍କ ଆୟ ବଢେ, ସେମାନଙ୍କର ବିଶ୍ୱାସ ବୃଦ୍ଧି ପାଏ; ଅତଏବ ଏହା ଆତ୍ମନିର୍ଭର ଭାରତ ନିର୍ମାଣର ସଂକଳ୍ପକୁ ମଜଭୁତ କରିଥାଏ । ଏହି ବିଶ୍ୱାସକୁ ଦୃଢୀଭୂତ କରିବା ପାଇଁ ଆଧୁନିକ ଭିତ୍ତିଭୂମିମାନ ବିକଶିତ ହେଉଛି ଏବଂ 2014ରୁ ପ୍ରତି ଗ୍ରାମରେ ଏହି ପ୍ରକ୍ରିୟା ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଦିଲ୍ଲୀର ଲାଲକିଲ୍ଲାର ପ୍ରାଚୀର ଉପରୁ 2020 ଅଗଷ୍ଟ 15ରେ ସେ ଯେଉଁ ପ୍ରତିଜ୍ଞା କରିଥିଲେ ତଦନୁସାରେ ଆଗାମୀ 1000 ଦିନ ମଧ୍ୟରେ ପ୍ରାୟ 6 ହଜାର ଗ୍ରାମକୁ ଅପ୍‌ଟିକାଲ ଫାଇବର କେବୁଲ ସଂଯୋଗ ଯୋଗାଇ ଦିଆଯିବ । ଏହି କରୋନା ମହାମାରୀ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅଭିଯାନ ଯୋଜନା କାର୍ଯ୍ୟକ୍ରମରେ ଏହି କେବୁଲ ବିଛା କାମ ଦ୍ରୁତଗତିରେ ଚାଲିଛି ; ମାତ୍ର କେଇ ସପ୍ତାହ ମଧ୍ୟରେ 5 ହଜାର କିମିରୁ ଅଧିକ ଅପ୍‌ଟିକାଲ ଫାଇବର ଦେଶର 116ଟି ଜିଲାରେ ବିଛା ସରିଲାଣି । ସେ କହିଛନ୍ତି ଯେ 1250ରୁ ଅଧିକ ଗ୍ରାମପଞ୍ଚାୟତକୁ ଇତିମଧ୍ୟରେ 19 ହଜାର ଅପ୍‌ଟିକାଲ ଫାଇବର ସଂଯୋଗ କରାଯାଇଛି ଏବଂ 15 ହଜାର ୱାଇଫାଇ ହଟ୍‌ସ୍ପଟ ଯୋଗାଇ ଦିଆଯାଇଛି । ଯେତେବେଳେ ଗାଁଗୁଡିକୁ ଉତ୍ତମ ଓ ତ୍ୱରିତ ଇଣ୍ଟରନେଟ ସେବା ଯୋଗାଣ ସମ୍ଭବ ହେବ ସେହି ଗାଁର ପିଲାଏ ଉତ୍ତମ ଶିକ୍ଷାର ସୁଯୋଗ ପାଇବେ ତଥା ଯୁବକମାନଙ୍କୁ ଭଲ ବ୍ୟବସାୟ ସୁଯୋଗ ମିଳିବ । ସେ କହିଛନ୍ତି ଏବେ ସରକାରଙ୍କ ପ୍ରତ୍ୟେକ ସେବା ଅନ୍‌ଲାଇନ ଭିତ୍ତିକ ହୋଇଛି ଏବଂ ଏହାର ସୁଫଳ ମଧ୍ୟ ଶୀଘ୍ର ମିଳୁଛି । ଏହାଦ୍ୱାରା ଦୁର୍ନୀତିର ଅବକାଶ ନାହିଁ ଏବଂ ଗାଁଲୋକେ ଛୋଟମୋଟ କଥାରେ ସହରକୁ ଦୌଡିବାର ଆବଶ୍ୟକତା ପଡୁନି । ପ୍ରଧାନମନ୍ତ୍ରୀ କହିଛନ୍ତି ଗାଁ ଏବଂ ଗରିବମାନଙ୍କୁ ସଶକ୍ତ କରିବା ପାଇଁ ଏହି ଅଭିଯାନ ଏବେ ଆହୁରି ଦ୍ରୁତତର ହେବ ଏବଂ ଏ ନେଇ ସମାନ ଆସ୍ଥା ଓ ବିଶ୍ୱାସ ବଳବତ୍ତର ରହିବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Paltano Dorkar!’ PM Modi Predicts TMC Rout In Bengal, Says ‘Goons Won’t Find Space To Hide After May 4’

Media Coverage

‘Paltano Dorkar!’ PM Modi Predicts TMC Rout In Bengal, Says ‘Goons Won’t Find Space To Hide After May 4’
NM on the go

Nm on the go

Always be the first to hear from the PM. Get the App Now!
...
Members of the Governing Body of Shri Ram College of Commerce meets the Prime Minister
April 25, 2026

A delegation comprising members of the Governing Body of Shri Ram College of Commerce, met the Prime Minister, Shri Narendra Modi, today. Shri Modi noted that this year marks the centenary of the institution, a significant milestone in its illustrious journey of academic excellence and nation-building. He lauded the college’s long-standing contribution to higher education and its role in nurturing generations of leaders across diverse fields.

On the occasion, a commemorative stamp marking the centenary year of Shri Ram College of Commerce was also released.

The Prime Minister posted on X:

"Met a delegation consisting of the Governing Body of the Shri Ram College of Commerce, one of India’s most reputed educational institutions. This year, we are marking the centenary of this institution. A commemorative stamp was released too. My best wishes to this institution."