ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଅବସରରେ ୨୩ ସେପ୍ଟେମ୍ବର ୨୦୨୧ରେ ୱାଶିଂଟନ ଡିସି ଠାରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ମହାମହିମ କମଳା ହ୍ୟାରିସଙ୍କୁ ସାକ୍ଷାତ କରିଛନ୍ତି।

ପ୍ରଥମ ଥର ପାଇଁ ବ୍ୟକ୍ତିଗତ ସାକ୍ଷତ ହୋଇଥିବାରୁ ସେମାନେ ଖୁସି ବ୍ୟକ୍ତ କରିଥିଲେ। ଏଥିପୂର୍ବରୁ ଜୁନ ୨୦୨୧ରେ ଉଭୟଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ ବାର୍ତ୍ତାଳାପକୁ ସେମାନେ ସହୃଦୟତାର ସହିତ ସ୍ମରଣ କରିଥିଲେ। ଆଫଗାନିସ୍ତାନ ପ୍ରସଙ୍ଗ ସମେତ ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ। ଏଥିସହିତ ଏକ ମୁକ୍ତ, ଅବାଧ ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଦୁଇ ନେତା ନିଜ ନିଜ ଦେଶରେ କୋଭିଡ-୧୯ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଟିକାକରଣ ପ୍ରୟାସକୁ ଗତିଶୀଳ କରିବା ଏବଂ ଜରୁରି ଔଷଧ, ଚିକିତ୍ସାବିଧାନ ଏବଂ ସ୍ୱାସ୍ଥ୍ୟ ସେବା ଉପକରଣ ଯୋଗାଣ ସୁନିଶ୍ଚିତ କରିବା ଜରିଆରେ ମହାମାରୀକୁ ପ୍ରତିହତ କରିବା ନେଇ ସେମାନେ ଆଲୋଚନା କରିଥିଲେ।

ଜଳବାୟୁ ପରିବର୍ତ୍ତନ ଉପରେ ସହଭାଗୀ କାର୍ଯ୍ୟାନୁଷ୍ଠାନର ଗୁରୁତ୍ୱକୁ ଉଭୟ ପକ୍ଷ ସ୍ୱୀକାର କରିଥିଲେ। ଅକ୍ଷୟ ଶକ୍ତି ଉପଯୋଗ ବୃଦ୍ଧି ଲାଗି ଭାରତର ପ୍ରୟାସ ଏବଂ ନିକଟରେ ଆରମ୍ଭ କରାଯାଇଥିବା ହାଇଡ୍ରୋଜେନ ମିଶନ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଦୀର୍ଘସ୍ଥାୟୀ ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହନ ଲାଗି ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଉପରେ ସେ ଜୋର ଦେଇଥିଲେ।

ମହାକାଶ ସହଯୋଗ, ସୂଚନା ପ୍ରଯୁକ୍ତି, ବିଶେଷ କରି ଉଦୀୟମାନ ଏବଂ ଜଟିଳ ପ୍ରଯୁକ୍ତି ସମେତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗ ନିମନ୍ତେ ଭବିଷ୍ୟତର ସହଭାଗିତା କ୍ଷେତ୍ରରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ଦୁଇ ଦେଶର ନାଗରିକମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଥିବା ଉଭୟ ନେତା ସ୍ୱୀକାର କରିଥିଲେ। ଆପୋସ ଲାଭଜନକ ଶିକ୍ଷାଗତ ସମ୍ପର୍କ ଏବଂ ଜ୍ଞାନ, ନବୋନ୍ମେଷ ଏବଂ ପ୍ରତିଭାର ବିନିମୟ ମାଧ୍ୟମରେ ଏହି ସମ୍ପର୍କର ଆଧାର ମଜବୁତ ହୋଇଛି।

ଯଥାଶୀଘ୍ର ଭାରତ ଆସିବା ଲାଗି ଉପରାଷ୍ଟ୍ରପତି କମଳା ହ୍ୟାରିସ ଏବଂ ଦ୍ୱିତୀୟ ନାଗରିକ ଡଗ୍ଲାସ ଏମୋଫଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିମନ୍ତ୍ରଣ କରିଥିଲେ।

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour