ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ହ୍ୱାଇଟ ହାଉସକୁ ସ୍ୱାଗତ କରିଥିଲେ । ଉଭୟ ନେତାଙ୍କ ଏହି ପ୍ରଥମ ମୁହାଁମୁହିଁ ସାକ୍ଷାତକାଳରେ ସେମାନେ ବିଶ୍ୱର ଦୁଇ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ଅଂଶୀଦାରିତା ଓ ସମ୍ପର୍କ ଦୋହରାଇଥିଲେ । 

ନେତାଦ୍ୱୟ ଭାରତ-ଆମେରିକା ସମ୍ପର୍କରେ ସଫଳତା ଉପରେ ଦୃଢୋକ୍ତି ପ୍ରକାଶ କରିବା ସହ ଏସିଆନ ଓ କ୍ୱାଡ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଭାଗିଦାରୀ ରଣନୀତି, ଭାରତ -ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମସ୍ତଙ୍କ ସୁରକ୍ଷା, ଉଭୟ ଦେଶରେ ବାଣିଜ୍ୟିକ କାରବାର ଓ ପୁଞ୍ଜିିନିବେଶରେ ଉଭୟ ଦେଶ ଜନସାଧାରଣଙ୍କ ସମୃଦ୍ଧି, କୋଭିଡ୍‌-୧୯ ବୈଶ୍ୱିକ ମହାମାରୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ଜଟିଳତାର ପରିସମାପ୍ତି, ଜଳବାୟୁ ନେଇ ବୈଶ୍ୱିକ ଉଦ୍ୟମରେ ତତ୍ପରତା ଇତ୍ୟାଦି ଉପରେ ସହମତ ହୋଇଥିଲେ । 

ରାଷ୍ଟ୍ରପତି ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ -୧୯ ବୈଶ୍ୱିକ ମହାମାରୀର ମୁକାବିଲା କରିବାରେ ଉଭୟ ଦେଶର ସହଯୋଗର ପ୍ରଶଂସା କହିଥିଲେ । ସରକାରୀ, ବେସାମରିକ ସମାଜ, ବ୍ୟାବସାୟିକ ଗୋଷ୍ଠୀ ଉଭୟ ଦେଶର ଆବଶ୍ୟକତା ଅନୁସାରେ ସାମଗ୍ରୀ ଆଦାନପ୍ରଦାନ କରିଥିଲେ । କୋଟି କୋଟି ଟୀକା ନିଜ ଦେଶ ତଥା ବାହାରେ ଥିବା ନାଗରିଙ୍କୁା ପ୍ରଦାନ କରି ବୈଶ୍ୱିକ ମହାମାରୀରୁ ମୁକାବିଲା ନିମନ୍ତେ ସେମାନେ ନିଜର ଅଙ୍ଗୀକାରବଦ୍ଧତାକୁ ପ୍ରମାଣିତ କରିଛନ୍ତି । ଭାରତ କୋଭାକ୍ସ ସମେତ କୋଭିଡ-୧୯ ଟୀକାର ରପ୍ତାନୀ ନିଷ୍ପତ୍ତିକୁ ସେ ସ୍ୱାଗତ କରିଛନ୍ତି । ଉଭୟ ନେତା ଭବିଷ୍ୟତରେ ବୈଶ୍ୱିକ ମହାମାରୀ ସମ୍ଭାବନା ହ୍ରାସ କରିବା ପାଇଁ ବାୟୋମେଡିକାଲ ଗବେଷଣା ଓ ଏ ସଂକ୍ରାନ୍ତରେ ଚୂଡାନ୍ତ ହୋଇଥିବା ବୁଝାମଣାପତ୍ର ନେଇ ଖୁସିବ୍ୟକ୍ତ କରିଥିଲେ । 

ବୈଶ୍ୱିକ କୋଭିଡ-୧୯ ଶିଖର ସମ୍ମିଳନୀ ଡାକିବା ସହ ମହାମାରୀକୁ ସବୁଦିନ ପାଇଁ ଦୂରେଇ ଦେବା ତଥା ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ନେଇ ବିଚାରବିମର୍ଶ କରିବା ପାଇଁ ରାଷ୍ଟ୍ରପତି ବାଇଡେନଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ଜଳବାୟୁ ପରିବର୍ତ୍ତର୍ନ ନେଇ ବିଶେଷକରି ପ୍ୟାରିସ ରାଜିନାମା ସହ ସାମିଲ ହେବା ନେଇ ୟୁଏସ ନେତୃତ୍ୱରେ ପ୍ରଶଂସା କରିଥିଲେ ।୨୦୩୦ ସୁଦ୍ଧା ୪୫୦ ଗିଗାବାଇଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଭିପ୍ରାୟର ଶ୍ରୀ ବାଇଡେନ ସମର୍ଥନ କରିବା ସହ ଅକ୍ଷୟ ଶକ୍ତି, ଭଣ୍ଡାରଣ ଓ ଗ୍ରୀଡ୍ ଭିତ୍ତିଭୂମି ସୃଷ୍ଟି ଓ ଭାରତର ଘରେ ଘରେ ବିଶ୍ୱସନୀୟ ଶକ୍ତି ଯୋଗାଣ ପଦକ୍ଷେପକୁ ସ୍ୱୀକୃତି ପ୍ରଦାନ କରିଥିଲେ ।ସ୍ୱଚ୍ଛ ଇନ୍ଧନ ଭାଗିଦାରୀ ରଣନୀତି(ଏସସିଇପି) ଏବଂ ଜଳବାୟୁ ସଂକ୍ରାନ୍ତ ପଦକ୍ଷେପ ଓ ଅର୍ଥ ଆହରଣ କଥାବାର୍ତ୍ତା(ସିଏଏଫଏମ୍‌ଡି) ଅଧୀନରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ସ୍ୱଚ୍ଛ ଇନ୍ଧନ ବିକାଶ ଓ ବୈଷୟିକ ଜ୍ଞାନର ଉପଯୋଗ ଉପରେ ସହମତ ହୋଇଛନ୍ତି । ଭାରତ ଯୁକ୍ତରାଷ୍ଟ୍ର ଆମେରିକାର Leadership Group for Industry Transition (LeadIT)ରେ ଯୋଗଦାନର ପ୍ରଶଂସା କରିଛନ୍ତି ।

 ରାଷ୍ଟ୍ରପତି ବାଇଡେନ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କର ଦୃଢତାକୁ ଦୋହରାଇବା ସହ ଭାରତ ନିଃସନ୍ଦେହରେ ଆମେରିକାର ମୁଖ୍ୟ ପ୍ରତିରକ୍ଷା ଅଂଶୀଦାର ବୋଲି କହିଥିଲେ । ବିଭିନ୍ନ ପ୍ରତିରକ୍ଷା ସମ୍ପର୍କୀତ ସୂଚନା ଆଦାନପ୍ରଦାନ, ସାମରିକ ରଣନୀତି ସମ୍ପର୍କୀତ ଜ୍ଞାତବ୍ୟ ତଥ୍ୟ ବିନିମୟ, ସାମରିକ ବୈଷୟିକ ଜ୍ଞାନ ସହଯୋଗ ଉଭୟ ଦେଶ ପ୍ରତିରକ୍ଷା ସହଯୋଗର ବୈଶିଷ୍ଟ୍ୟ । ଏହି ପରିପ୍ରେକ୍ଷୀରେ ସେମାନେ ମାନବବିହୀନ ବାୟୁ ଯାନ (ୟୁଏଭି) ପ୍ରତିରକ୍ଷା ବୈଷୟିକ ସହଯୋଗ ଅଧୀନରେ କରିବା ଉପରେ ସହମତି ପ୍ରକାଶ କରିଥିଲେ । ସେମାନେ ଘରୋଇ ପୁଞ୍ଜି ନିବେଶକଙ୍କୁ ପ୍ରତିରକ୍ଷା ଉଦ୍ୟୋଗରେ ମନୋନିବେଶ କରିବା ସହ ପାରସ୍ପାରିକ ପ୍ରତିରକ୍ଷା ବାଣିଜ୍ୟରେ ସାମିଲ ହେବାକୁ ନିବେଦନ କରିଥିଲେ । ଅଧିକ ପ୍ରତିରକ୍ଷା ଶିଳ୍ପ ସହଯୋଗ ନେଇ ଉଭୟେ ଶିଳ୍ପ ନିରାପତ୍ତା ସହମତି ଶିଖର ବୈଠକର ଉଦ୍‌ଘାଟନୀ ବୈଠକ ଉପରେ ନଜର ରଖିଥିବା ମତବ୍ୟକ୍ତ କରିଥିଲେ । 

ନେତା ଦ୍ୱୟ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ବୈଶ୍ୱିକ ଆତଙ୍କବାଦ ନେଇ ମିଳିତ ସଂଗ୍ରାମ ପାଇଁ ଦୃଢୋକ୍ତି ପ୍ରକାଶ କରିବା ସହ ସମସ୍ତ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ମିଳିତ ମୁକାବିଲା ପାଇଁ ନିଜସ୍ୱ ମତପ୍ରକାଶ କରିଥିଲେ । ସୀମାପାର ଆତଙ୍କବାଦକୁ ଭର୍ତ୍ସନା କରିବା ସହ ସେମାନେ ୨୬/୧୧ ମୁମ୍ବାଇ ଆକ୍ରମଣକାରୀଙ୍କୁ ପ୍ରୋତ୍ସାହିତ କରିଥିବା ବ୍ୟକ୍ତିଙ୍କୁ ଆଇନ ପରିଧିକୁ ଆଣିବା ନେଇ ମତ ରଖିଥିଲେ । 

ସେମାନେ ଯେକୌଣସି ପ୍ରକାର ଆତଙ୍କବାଦକୁ ପ୍ରତ୍ୟାଖ୍ୟାନ କରିବା ସହ କୌଣସି ପ୍ରକାର ସାମରିକ ବା ଆର୍ଥିକ ସହଯୋଗ ପାଇ ଯେପରି ଆତଙ୍କବାଦ ଆକ୍ରମଣ ନ କରିପାରିବେ ତାହା ଉପରେ ଉଭୟେ ମତପ୍ରକଶ କରିଥିଲେ । ଆଗକୁ ଗଠିତ ହେବାକୁ ଥିବା ଯୁଗ୍ମ ଆତଙ୍କବାଦ ନିରୋଧୀ ଗ୍ରୁପ, ୟୁଏସ୍‌-ଭାରତ ହୋମଲ୍ୟାଣ୍ଡ ସୁରକ୍ଷା କଥାବାର୍ତ୍ତା, ଗୁପ୍ତତଥ୍ୟ ଆଦାନପ୍ରଦାନ ଯୋଗୁଁ ଉଭୟ ଦେଶ ଆତଙ୍କବାଦର ଦୃଢ ମୁକାବିଲା କରିପାରିବେ । ଉଭୟେ ଆତଙ୍କବାଦ ନିରୋଧୀ ବୈଷୟିକ ଜ୍ଞାନର ବିକାଶକୁ ମଧ୍ୟ ସ୍ୱାଗତ କରିଥିଲେ । ନିଶାଦ୍ରବ୍ୟ ନିରୋଧ, ବେଆଇନ ନିଶା ସାମଗ୍ରୀ ଉତ୍ପାଦନ ଓ ରାସାୟନିକ ପଦାର୍ଥ ଯୋଗାଣ ଇତ୍ୟାଦି ଉପରେ ଉଭୟେ କଡା ପଦକ୍ଷେପ ନେବାକୁ ନିଜ ନିଜ ଅଙ୍ଗୀକାରବଦ୍ଧତାକୁ ଦୋହରାଇଥିଲେ । 

ଦୁଇନେତାଙ୍କ ମତରେ ତାଲିବାନ ନିଶ୍ଚିତଭାବେ ଜାତିସଂଘ ସଂକଳ୍ପ ୨୫୯୩ (୨୦୨୧)ଙ୍କୁ ମାନିବାକୁ ବାଧ୍ୟ । ସଂକଳ୍ପ ଅନୁସାରେ ଆଫଗାନିସ୍ତାନର ଭୂଖଣ୍ଡ କୌଣସି ଦେଶକୁ ଆତଙ୍କବାଦର ଧମକ ଦେଇ ପାରିବ ନାହିଁ କି କୌଣସି ଆତଙ୍କବାଦୀଙ୍କୁ ତାଲିମ ଓ ଆଶ୍ରୟ ଦେବ ନାହିଁ । ତାଲିବାନ ସଂକଳ୍ପଗୁଡିକୁ ମାନିବା ସହ ଆଫଗାନ ଓ ଅନ୍ୟାନ୍ୟ ସମସ୍ତ ବିଦେଶୀଙ୍କୁ ଆଫଗାନିସ୍ତାନରୁ ନିରାପଦରେ ଅନ୍ୟତ୍ର ଯିବାକୁ ଅନୁମତି ଦେବା, ମହିଳା, ଶିଶୁ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ସମସ୍ତ ମାନବିକ ଅଧିକାରକୁ ସମ୍ମାନ ଦେବାକୁ ନେତାଗଣ ଆହ୍ୱାନ ଦେଇଥିଲେ । ମାନବିକ ସହାୟତା ଆବଶ୍ୟକତା ସମ୍ପର୍କରେ ମତଦେବା ସହ ଏଥିସହ ସଂଶ୍ଳିଷ୍ଟ ଜାତିସଂଘ ସଂସ୍ଥାର କର୍ମଚାରୀମାନଙ୍କୁ ବିନା ପ୍ରତିବନ୍ଧକରେ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ତାଲିବାନମାନଙ୍କୁ ଆହ୍ୱାନ କରିଥିଲେ। ଆଫଗାନିସ୍ଥାନରୁ ସାମଗ୍ରୀକ ବିକାଶ ପାଇଁ ସମସ୍ତ ସହଯୋଗ ଓ ଏକ ସକାରାତ୍ମକ ଭବିଷ୍ୟତ ଗଠନ ଦିଗରେ ନେତାଗଣ ମତବ୍ୟକ୍ତ କରିଥିଲେ । 

ନେତାଗଣ ମିଆଁମାରରେ ସବୁପ୍ରକାର ହିଂସା ପ୍ରୟୋଗ ରୋକିବା ସହ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବା ତଥା ତୁରନ୍ତ ସେଠାରେ ଗଣତନ୍ତ୍ର ଫେରାଇ ଆଣିବା ଓ ଖୁବ୍ ଶୀଘ୍ର ଆସି ପଞ୍ଚସୂତ୍ରୀ ସହମତି ପତ୍ର ଲାଗୁ ଉପରେ ଗୁରୁତ୍ୱ ଦେଇଥିଲେ । ନେତାଗଣ କ୍ୱାଡ୍‌ରେ ଅଧିକ ସହଯୋଗ ମୁକ୍ତ ଅବାଧ ଭାରତପ୍ରଶାନ୍ତ ମହାସାଗରିୟ ଅଞ୍ଚଳର ସର୍ବଭୌମତ୍ୱ ଓ ଭୂଖଣ୍ଡ ଐକ୍ୟ, ଆନ୍ତର୍ଜାତୀୟ ଆଇନ ପାଳନ ଉପରେ ଗୁରୁତ୍ୱଆରୋପ କରିବା ସହ ରାଷ୍ଟ୍ରପତି ବାଇଡେନ ଜାତିସଂଘ ନିରାପତ୍ତା ପରିଷଦରେ ଅଗଷ୍ଟ ୨୦୨୧ରେ ଭାରତର ସଭାପତିତ୍ୱର ପ୍ରଶଂସା କରିଥିଲେ । ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ମଧ୍ୟ ଶ୍ରୀବାଇଡେନ ସମର୍ଥନ କରିଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିବେଶ କ୍ଷେତ୍ରରେ ଗାନ୍ଧୀ-କିଙ୍କ୍ ବିକାଶ ପ୍ରତିଷ୍ଠାନ ଉପରେ ମଧ୍ୟ ଉଭୟେ ଗୁରୁତ୍ୱ ଆରୋପ କରିଥିଲେ । 

୨୦୨୧ ମସିହା ଶେଷ ଆଗରୁ ଭାରତ-ୟୁଏସ୍ ବାଣିଜ୍ୟ ମଞ୍ଚର ଆବାହନ ପାଇଁ ଉଭୟେ ସହମତ ହେବା ସହ ୨୦୨୨ରେ ୟୁଏସ-ଭାରତ ସିଇଓ ମଞ୍ଚ ଓ ବାଣିଜ୍ୟିକ କଥାବାର୍ତ୍ତା ନେଇ ମଧ୍ୟ ଆଲୋଚନା ହୋଇଥିଲା । ନେତାଗଣ ଆଥ୍‌ôର୍କ ଓ ବୈଷୟିକ ଭାଗିଦାରିତା ଦୃଷ୍ଟିରୁ ଖୁବ୍ କୁଶଳୀ ବୃତ୍ତିଧାରୀ, ଛାତ୍ରଛାତୀ, ପୁଞ୍ଜିନିବେଶକ ଓ ବ୍ୟବସାୟିକ ଯାତ୍ରୀଙ୍କ ଯିବାଆସିବା ଉପରେ ମଧ୍ୟ ଆଲୋଚନା କରିଥିଲେ । ଫର୍ମାସ୍ୟୁଟିକାଲ, ଜୈବ ପ୍ରଯୁକ୍ତିବିଦ୍ୟା, ସେମି କଣ୍ଡକ୍ଟର, ସୂଚନା ଓ ପ୍ରଯୁକ୍ତି ନେଇ ଘରୋଇ କ୍ଷେତ୍ରରେ ଅଂଶଗ୍ରହଣକୁ ଉଭୟେ ସ୍ୱାଗତ କରିଥିଲେ ।

ନୂତନ କ୍ଷେତ୍ର ଯେପରିକି ମହାକାଶ ବିଜ୍ଞାନ,ସାଇବର, ସ୍ୱାସ୍ଥ୍ୟ ସୁରକ୍ଷା, କୃତିମ ମେଧା, ୫ଜି, ୬ଜି ଓ ଭାବି ବଂଶଧରଙ୍କ ନିମନ୍ତେ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ବ୍ଲକଚେନ ଉପରେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ନିଶ୍ଚିତ ସହଯୋଗ ଅଭ୍ୟାୟତ ରଖିବା ଉପରେ ଉଭୟ ନିଷ୍ପତ୍ତି ନେଇଥିଲେ ଶିକ୍ଷା, ବିଜ୍ଞାନ ଏବଂପ୍ରଯୁକ୍ତିବିଦ୍ୟା ସହଯୋଗ ସହ ଉଭୟ ନେତା ଚଳିତବର୍ଷ ହେବାକୁ ଥିବା ବୈଦେଶିକ ଓ ପ୍ରତିରକ୍ଷା କ୍ଷେତ୍ରରେ୨+୨ମନ୍ତ୍ରିସ୍ତରୀୟ ବିଚାରବିମର୍ଶକୁ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତକୁ ଯୁକ୍ତରାଷ୍ଟ୍ରରୁ ଐତିହ୍ୟ କୀର୍ତ୍ତିରାଜି ପ୍ରଦାନ ନେଇ ଗଭୀର ସନ୍ତୋଷ ବ୍ୟକ୍ତ କରିଥିଲେ । ସାଂସ୍କୃତିକ ବସ୍ତୁର ଚୋରାଚାଲାଣ ଉପରେ ଅଙ୍କୁଶ ଲଗାଇବା ଉଭୟେ ପ୍ରତିବଦ୍ଧତା ଦୋହରାଇଥିଲେ । ରାଷ୍ଟ୍ରପତି ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦୀ ୟୁଏସ୍‌-ଭାରତ ବିସ୍ତୁତ ବୈଶ୍ୱିକ ଭାଗିଦାରିତା ବଜାୟ ରଖିବା ଉପରେ ଅଙ୍ଗୀକାରବଦ୍ଧ ହୋଇଥିଲେ ।

ସେମାନେ ଯେକୌଣସି ପ୍ରକାର ଆତଙ୍କବାଦକୁ ପ୍ରତ୍ୟାଖ୍ୟାନ କରିବା ସହ କୌଣସି ପ୍ରକାର ସାମରିକ ବା ଆର୍ଥିକ ସହଯୋଗ ପାଇ ଯେପରି ଆତଙ୍କବାଦ ଆକ୍ରମଣ ନ କରିପାରିବେ ତାହା ଉପରେ ଉଭୟେ ମତପ୍ରକଶ କରିଥିଲେ । ଆଗକୁ ଗଠିତ ହେବାକୁ ଥିବା ଯୁଗ୍ମ ଆତଙ୍କବାଦ ନିରୋଧୀ ଗ୍ରୁପ, ୟୁଏସ୍‌-ଭାରତ ହୋମଲ୍ୟାଣ୍ଡ ସୁରକ୍ଷା କଥାବାର୍ତ୍ତା, ଗୁପ୍ତତଥ୍ୟ ଆଦାନପ୍ରଦାନ ଯୋଗୁଁ ଉଭୟ ଦେଶ ଆତଙ୍କବାଦର ଦୃଢ ମୁକାବିଲା କରିପାରିବେ । ଉଭୟେ ଆତଙ୍କବାଦ ନିରୋଧୀ ବୈଷୟିକ ଜ୍ଞାନର ବିକାଶକୁ ମଧ୍ୟ ସ୍ୱାଗତ କରିଥିଲେ । ନିଶାଦ୍ରବ୍ୟ ନିରୋଧ, ବେଆଇନ ନିଶା ସାମଗ୍ରୀ ଉତ୍ପାଦନ ଓ ରାସାୟନିକ ପଦାର୍ଥ ଯୋଗାଣ ଇତ୍ୟାଦି ଉପରେ ଉଭୟେ କଡା ପଦକ୍ଷେପ ନେବାକୁ ନିଜ ନିଜ ଅଙ୍ଗୀକାରବଦ୍ଧତାକୁ ଦୋହରାଇଥିଲେ । 

ଦୁଇନେତାଙ୍କ ମତରେ ତାଲିବାନ ନିଶ୍ଚିତଭାବେ ଜାତିସଂଘ ସଂକଳ୍ପ ୨୫୯୩ (୨୦୨୧)ଙ୍କୁ ମାନିବାକୁ ବାଧ୍ୟ । ସଂକଳ୍ପ ଅନୁସାରେ ଆଫଗାନିସ୍ତାନର ଭୂଖଣ୍ଡ କୌଣସି ଦେଶକୁ ଆତଙ୍କବାଦର ଧମକ ଦେଇ ପାରିବ ନାହିଁ କି କୌଣସି ଆତଙ୍କବାଦୀଙ୍କୁ ତାଲିମ ଓ ଆଶ୍ରୟ ଦେବ ନାହିଁ । ତାଲିବାନ ସଂକଳ୍ପଗୁଡିକୁ ମାନିବା ସହ ଆଫଗାନ ଓ ଅନ୍ୟାନ୍ୟ ସମସ୍ତ ବିଦେଶୀଙ୍କୁ ଆଫଗାନିସ୍ତାନରୁ ନିରାପଦରେ ଅନ୍ୟତ୍ର ଯିବାକୁ ଅନୁମତି ଦେବା, ମହିଳା, ଶିଶୁ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ସମସ୍ତ ମାନବିକ ଅଧିକାରକୁ ସମ୍ମାନ ଦେବାକୁ ନେତାଗଣ ଆହ୍ୱାନ ଦେଇଥିଲେ । ମାନବିକ ସହାୟତା ଆବଶ୍ୟକତା ସମ୍ପର୍କରେ ମତଦେବା ସହ ଏଥିସହ ସଂଶ୍ଳିଷ୍ଟ ଜାତିସଂଘ ସଂସ୍ଥାର କର୍ମଚାରୀମାନଙ୍କୁ ବିନା ପ୍ରତିବନ୍ଧକରେ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ତାଲିବାନମାନଙ୍କୁ ଆହ୍ୱାନ କରିଥିଲେ। ଆଫଗାନିସ୍ଥାନରୁ ସାମଗ୍ରୀକ ବିକାଶ ପାଇଁ ସମସ୍ତ ସହଯୋଗ ଓ ଏକ ସକାରାତ୍ମକ ଭବିଷ୍ୟତ ଗଠନ ଦିଗରେ ନେତାଗଣ ମତବ୍ୟକ୍ତ କରିଥିଲେ । 

ନେତାଗଣ ମିଆଁମାରରେ ସବୁପ୍ରକାର ହିଂସା ପ୍ରୟୋଗ ରୋକିବା ସହ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବା ତଥା ତୁରନ୍ତ ସେଠାରେ ଗଣତନ୍ତ୍ର ଫେରାଇ ଆଣିବା ଓ ଖୁବ୍ ଶୀଘ୍ର ଆସି ପଞ୍ଚସୂତ୍ରୀ ସହମତି ପତ୍ର ଲାଗୁ ଉପରେ ଗୁରୁତ୍ୱ ଦେଇଥିଲେ । ନେତାଗଣ କ୍ୱାଡ୍‌ରେ ଅଧିକ ସହଯୋଗ ମୁକ୍ତ ଅବାଧ ଭାରତପ୍ରଶାନ୍ତ ମହାସାଗରିୟ ଅଞ୍ଚଳର ସର୍ବଭୌମତ୍ୱ ଓ ଭୂଖଣ୍ଡ ଐକ୍ୟ, ଆନ୍ତର୍ଜାତୀୟ ଆଇନ ପାଳନ ଉପରେ ଗୁରୁତ୍ୱଆରୋପ କରିବା ସହ ରାଷ୍ଟ୍ରପତି ବାଇଡେନ ଜାତିସଂଘ ନିରାପତ୍ତା ପରିଷଦରେ ଅଗଷ୍ଟ ୨୦୨୧ରେ ଭାରତର ସଭାପତିତ୍ୱର ପ୍ରଶଂସା କରିଥିଲେ । ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ମଧ୍ୟ ଶ୍ରୀବାଇଡେନ ସମର୍ଥନ କରିଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିବେଶ କ୍ଷେତ୍ରରେ ଗାନ୍ଧୀ-କିଙ୍କ୍ ବିକାଶ ପ୍ରତିଷ୍ଠାନ ଉପରେ ମଧ୍ୟ ଉଭୟେ ଗୁରୁତ୍ୱ ଆରୋପ କରିଥିଲେ । 

୨୦୨୧ ମସିହା ଶେଷ ଆଗରୁ ଭାରତ-ୟୁଏସ୍ ବାଣିଜ୍ୟ ମଞ୍ଚର ଆବାହନ ପାଇଁ ଉଭୟେ ସହମତ ହେବା ସହ ୨୦୨୨ରେ ୟୁଏସ-ଭାରତ ସିଇଓ ମଞ୍ଚ ଓ ବାଣିଜ୍ୟିକ କଥାବାର୍ତ୍ତା ନେଇ ମଧ୍ୟ ଆଲୋଚନା ହୋଇଥିଲା । ନେତାଗଣ ଆଥ୍‌ôର୍କ ଓ ବୈଷୟିକ ଭାଗିଦାରିତା ଦୃଷ୍ଟିରୁ ଖୁବ୍ କୁଶଳୀ ବୃତ୍ତିଧାରୀ, ଛାତ୍ରଛାତୀ, ପୁଞ୍ଜିନିବେଶକ ଓ ବ୍ୟବସାୟିକ ଯାତ୍ରୀଙ୍କ ଯିବାଆସିବା ଉପରେ ମଧ୍ୟ ଆଲୋଚନା କରିଥିଲେ । ଫର୍ମାସ୍ୟୁଟିକାଲ, ଜୈବ ପ୍ରଯୁକ୍ତିବିଦ୍ୟା, ସେମି କଣ୍ଡକ୍ଟର, ସୂଚନା ଓ ପ୍ରଯୁକ୍ତି ନେଇ ଘରୋଇ କ୍ଷେତ୍ରରେ ଅଂଶଗ୍ରହଣକୁ ଉଭୟେ ସ୍ୱାଗତ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Budget Driving AI, Semiconductors and IT Growth

Media Coverage

India’s Budget Driving AI, Semiconductors and IT Growth
NM on the go

Nm on the go

Always be the first to hear from the PM. Get the App Now!
...
The Prime Minister speaks with the Prime Minister of Israel
March 02, 2026

Prime Minister Shri Narendra Modi held a telephone conversation with the Prime Minister of Israel, Benjamin Netanyahu, to discuss the current regional situation.

​During the call, the Prime Minister conveyed India's concerns regarding recent developments and emphasised the safety of civilians as a priority.

​The Prime Minister Modi further reiterated India's position on the need for an early cessation of hostilities.