ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଗତକାଲି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିମାନରେ ପ୍ୟାରିସରୁ ମାର୍ସେଲିକୁ ଏକାଠି ଉଡାଣ ଭରିଥିଲେ, ଯାହା ଦୁଇ ନେତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ପ୍ରତିଫଳିତ କରିଥିଲା । ସେମାନେ ଦ୍ୱିପାକ୍ଷିକ ସମ୍ପର୍କର ସମ୍ପୂର୍ଣ୍ଣ ଦିଗ ଏବଂ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହାପରେ ମାର୍ସେଲିରେ ପହଞ୍ଚିବା ପରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଥିଲା। ଗତ ୨୫ ବର୍ଷ ମଧ୍ୟରେ କ୍ରମାଗତ ଭାବରେ ଏକ ବହୁମୁଖୀ ସମ୍ପର୍କରେ ବିକଶିତ ହୋଇଥିବା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୈତିକ ଭାଗିଦାରୀ ପ୍ରତି ଉଭୟ ନେତା ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀର ସମସ୍ତ ଦିଗ ଉପରେ ଆଲୋଚନା ହୋଇଥିଲା। ଉଭୟ ନେତା ପ୍ରତିରକ୍ଷା, ବେସାମରିକ ପରମାଣୁ ଶକ୍ତି ଏବଂ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ସହଯୋଗର ସମୀକ୍ଷା କରିଥିଲେ। ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ । ନିକଟରେ ଶେଷ ହୋଇଥିବା ଏଆଇ ଆକ୍ସନ ଶିଖର ସମ୍ମିଳନୀ ଏବଂ ୨୦୨୬ରେ ଭାରତ-ଫ୍ରାନ୍ସ ଇନୋଭେସନ ବର୍ଷ ପରିପ୍ରେକ୍ଷୀରେ ଭାଗିଦାରୀର ଏହି କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ । ଉଭୟ ନେତା ବାଣିଜ୍ୟ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେବା ସହ ଏ ସଂକ୍ରାନ୍ତରେ ୧୪ତମ ଭାରତ-ଫ୍ରାନ୍ସ ସିଇଓ ଫୋରମର ରିପୋର୍ଟକୁ ସ୍ୱାଗତ କରିଛନ୍ତି।

ସ୍ୱାସ୍ଥ୍ୟ, ସଂସ୍କୃତି, ପର୍ଯ୍ୟଟନ, ଶିକ୍ଷା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ଚାଲିଥିବା ସହଯୋଗ କୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଭାରତ-ପ୍ରଶାନ୍ତ ମହାସାଗରୀୟ ଏବଂ ବିଶ୍ୱସ୍ତରୀୟ କ୍ଷେତ୍ରରେ ସମ୍ପର୍କକୁ ଗଭୀର କରିବାକୁ ସେମାନେ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଆଲୋଚନା ପରେ ଭାରତ-ଫ୍ରାନ୍ସ ସମ୍ପର୍କ ଆଗକୁ ବଢ଼ିବା ନେଇ ଏକ ମିଳିତ ବିବୃତିକୁ ଗ୍ରହଣ କରାଯାଇଥିଲା। ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନ, ବେସାମରିକ ଆଣବିକ ଶକ୍ତି, ଦ୍ୱିପାକ୍ଷିକ ସହଯୋଗ, ପରିବେଶ, ସଂସ୍କୃତି ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ୧୦ଟି ଫଳାଫଳ ଚୂଡ଼ାନ୍ତ (ତାଲିକା ସହ ସଂଯୁକ୍ତ) ହୋଇଥିଲା। ରାଷ୍ଟ୍ରପତି ମାକ୍ରୋନ୍ ମାର୍ସେଲି ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସିସରେ ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ଏକ ରାତ୍ରୀ ଭୋଜନର ଆୟୋଜନ କରିଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ ।

ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ (ଫେବୃଆରୀ ୧୦-୧୨, ୨୦୨୫)

S. No.

MoUs/ Agreements/ Amendments

Areas

1.

India France Declaration on Artificial Intelligence (AI)

Technology & Innovation, S&T

2.

Launch of the Logo for the India-France Year of Innovation 2026

Technology & Innovation, S&T

3.

Letter of Intent between Department of Science and Technology (DST), Government of India and Institut National de Recherche en Informatique et en Automatique (INRIA) France to establish the Indo-French Center for the Digital Sciences

Technology & Innovation, S&T

4.

Agreement for hosting 10 Indian Startups at the French Start-up incubator Station F

Technology & Innovation, S&T

5.

Declaration of Intent on establishment of partnership on Advanced Modular Reactors and Small Modular Reactors

Civil Nuclear Energy

6.

Renewal of MoU between Department of Atomic Energy (DAE), India and Commissariat à l'Energie Atomique et aux Energies Alternatives of France (CAE), France concerning cooperation with Global Center for Nuclear Energy Partnership (GCNEP)

Civil Nuclear Energy

7.

Implementing Agreement between DAE of India and CEA of France concerning cooperation between GCNEP India and Institute for Nuclear Science and Technology (INSTN) France

Civil Nuclear Energy

8.

Join Declaration of Intent on Triangular Development Cooperation

Indo-Pacific/ Sustainable Development

9.

Joint Inauguration of India’s Consulate in Marseille

Culture/ People-to-People

10.

Declaration of Intent between The Ministry for the Ecological Transition, Biodiversity, Forests, Marine Affairs and Fisheries and The Ministry of Environment, Forest and Climate Change in the Field of Environment.

Environment

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian scientists break a century-old limit on turning heat into electricity

Media Coverage

Indian scientists break a century-old limit on turning heat into electricity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"