ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି-୨ ସମ୍ମିଳନୀ ଅବସରରେ ୨୦୨୩ ସେପ୍ଟେମ୍ବର ୧୦ରେ ନୂଆଦିଲ୍ଲୀରେ କୋମୋରସ୍ ରାଷ୍ଟ୍ରପତି ଶ୍ରୀ ଆଜେଲ ଆସୋମାନିଙ୍କ ସହ ବୈଠକ କରିଛନ୍ତି ।

 

ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀ ସଦସ୍ୟ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ଉଦ୍ୟମ ଲାଗି ଆସୋମାନି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଭାରତର ଭୂମିକା ଏବଂ ଆଫ୍ରିକା ସହ ସମ୍ପର୍କ ଉପରେ ବିଚାର କରି ଭାରତର ଜି-୨୦ ଅଧ୍ୟକ୍ଷତା ବେଳେ ଏହା ହୋଇପାରିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ।  ଏହା ଭାରତ ଏବଂ କୋରୋମସ୍ ମଧ୍ୟରେ ସମ୍ପର୍କକୁ ବୃଦ୍ଧି କରିବ ବୋଲି ଅନୁଭବ କରିଛନ୍ତି । ଭାରତର ସଫଳ ଜି-୨୦ ଅଧ୍ୟକ୍ଷତା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ଜି-୨୦ରେ ସାମିଲ ହେବା ପରେ ପ୍ରଧାନମନ୍ତ୍ରୀ ଆଫ୍ରିକୀୟ ସଂଘ ଏବଂ କୋମୋରସକୁ ଅଭିନନ୍ଦନ ଜଣାଇବା ସହ ଭଏସ୍ ଅଫ୍ ଗ୍ଲୋବାଲ ସାଉଥକୁ ସ୍ପଷ୍ଟ କରିବା ପାଇଁ ଭାରତର ଉଦ୍ୟମ ଉପରେ ଆଲୋକପାତ କରିଥିଲେ ଏବଂ ୨୦୨୩ ଜାନୁଆରୀରେ ଭାରତ ଦ୍ୱାରା ଆୟୋଜିତ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀକୁ ମନେ

ପକାଇଥିଲେ ।

 

ଦୁଇ ନେତା ଦ୍ୱିପାକ୍ଷିକ ସହଭାଗିତା ଉପରେ ଆଲୋଚନା କରିଥିଲେ । ଏଥିସହ କାର୍ଯ୍ୟାଧୀନ ଥିବା ଅନେକ ପଦକ୍ଷେପ ଉପରେ ଉଭୟେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ସାମୁଦ୍ରିକ ସୁରକ୍ଷା, ଦକ୍ଷତା ବିକାଶ, ବିକାଶ ସହଭାଗିତା ଭଳି କ୍ଷେତ୍ରରେ ସହଯୋଗ ପାଇଁ ସୁଯୋଗ ଉପରେ ଆଲୋକପାତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation

Media Coverage

Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 09, 2026
August 09, 2026

Vikas Bhi, Virasat Bhi: PM Modi’s Blueprint for a Rooted Yet Future-Ready Bharat