ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମହାମହିମ ଯୋଶେଫ ଆର ବାଇଡେନଙ୍କ ସହିତ ଆଜି ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।

ଦୁଇ ନେତା ନିଜ ନିଜ ରାଷ୍ଟ୍ରରେ କୋଭିଡ-19 ପରିସ୍ଥିତିର ସମୀକ୍ଷା କରିବା ସହିତ ଭାତରେ କୋଭିଡ-19ର ଦ୍ୱିତୀୟ ଲହରୀକୁ ପ୍ରତିହତ କରିବା ଲାଗି ବ୍ୟାପକ ଟିକାକରଣ, ଜରୁରି ଔଷଧ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ଉପକରଣ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।

ରାଷ୍ଟ୍ରପତି ବାଇଡେନ ଭାରତ ପ୍ରତି ସମର୍ଥନ ଜଣାଇବା ସହିତ ତୁରନ୍ତ ଚିକିତ୍ସା ଉପକରଣ, ଭେଣ୍ଟିଲେଟର ଭଳି ସମ୍ବଳ ଏବଂ କୋଭିଶିଲ୍ଡ ଟିକା ଯୋଗାଣ ନିମନ୍ତେ କଞ୍ଚାମାଲ୍ ଯୋଗାଣ ସକାଶେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିବଦ୍ଧ ବୋଲି କହିଥିଲେ ।

ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ତରଫରୁ ମିଳିଥିବା ସହାୟତା ଓ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରିଥିଲେ । ସେ ଟିକା ମୈତ୍ରୀ ଜରିଆରେ ବିଶ୍ୱ ସ୍ତରରେ କୋଭିଡ-19 ନିୟନ୍ତ୍ରଣ ଏବଂ କୋଭାକ୍ସ ଓ କ୍ୱାଡ୍ ଟିକା ପ୍ରୟାସ ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ଭାକ୍ସିନ ନିର୍ମାଣ ଲାଗି ଜରୁରି କଞ୍ଚାମାଲ ଓ କୋଭିଡ-19 ସମ୍ବନ୍ଧୀୟ ଔଷଧର ସୁଗମ ଓ ଖୋଲା ଯୋଗାଣ ଶୃଙ୍ଖଳକୁ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ ।

ଉଭୟ ନେତା କୋଭିଡ-19 ମହାମାରୀର ମୁକାବିଲା କରିବା ଲାଗି ଟିକା ବିକାଶ ଓ ଭାରତ-ଆମେରିକା ଭାଗିଦାରୀର କ୍ଷମତାକୁ ରେଖାଙ୍କିତ କରିଥିଲେ । ଏଥିସହିତ ଏହି କ୍ଷେତ୍ରରେ ଉଭୟ ପକ୍ଷର ପ୍ରୟାସରେ ନିବିଡ଼ ସମନ୍ୱୟ ଓ ସହଯୋଗ ବଜାୟ ରଖିବା ଲାଗି ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ ଡବ୍ଲୁଟିଓରେ ଭାରତର ପ୍ରୟାସ ବିଷୟରେ ସୂଚନା ଦେଇଥିଲେ, ଯାହାଫଳରେ ଟିଆରଆଇପିଏସ (ବ୍ୟବସାୟ ସମ୍ବନ୍ଧୀୟ ମାମଲାରେ ବୌଦ୍ଧିକ ସମ୍ପତ୍ତି ଅଧିକାର) ସହ ଜଡ଼ିତ ନିୟମକୁ କୋହଳ କରି ବିକାଶଶୀଳ ଦେଶଗୁଡ଼ିକୁ ଟିକା ଓ ଔଷଧ ଉଚିତ୍ ମୂଲ୍ୟରେ ତତ୍କାଳ ଯୋଗାଣ କରାଯାଇପାରିବ ।

ଦୁଇ ନେତା ଲଗାତାର ଯୋଗାଯୋଗରେ ରହିବା ନିମନ୍ତେ ସହମତ ହୋଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India