ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ “ଗୁରୁ ଦିବସ” ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଜଣଙ୍କ ଉଜ୍ୱଳ ଭବିଷ୍ୟତର ମୂଳଦୁଆ ପାଇଁ ଶିକ୍ଷକଙ୍କ ସମର୍ପଣ ଭାବନା ଗୁରୁତ୍ୱପୂର୍ଣ୍ଣ । ଶ୍ରୀ ମୋଦୀ କହିଛନ୍ତି, “ଆମେ ଜଣେ ପ୍ରତିଷ୍ଠିତ ବିଦ୍ୱାନ ଏବଂ ଶିକ୍ଷକ ଡା. ଏସ. ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରୁଛୁ ।”
ପ୍ରଧାନମନ୍ତ୍ରୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି;
“ପ୍ରତ୍ୟେକଙ୍କୁ, ବିଶେଷ କରି ପରିଶ୍ରମୀ ଶିକ୍ଷକମାନଙ୍କୁ #TeachersDay ର ହାର୍ଦ୍ଦିକ ଶୁଭକାମନା! ମନକୁ ସୁଦୃଢ଼ କରିବା ପାଇଁ ଏବଂ ଏକ ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ ଶିକ୍ଷକଙ୍କ ସମର୍ପଣ ଭାବନା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ପ୍ରତିବଦ୍ଧତା ଓ କରୁଣା ଅତ୍ୟନ୍ତ ଉଲ୍ଲେଖନୀୟ । ଆମେ ଜଣେ ପ୍ରତିଷ୍ଠିତ ବିଦ୍ୱାନ ଏବଂ ଶିକ୍ଷକ ଡା. ଏସ. ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ତାଙ୍କ ଜୀବନ ଓ ବିଚାରଧାରାକୁ ସ୍ମରଣ କରୁଛନ୍ତି ।”
Wishing everyone, particularly all hardworking teachers, a very happy #TeachersDay! The dedication of teachers to nurturing minds is the foundation of a stronger and brighter future. Their commitment and compassion are noteworthy. We also remember the life and thoughts of Dr. S.…
— Narendra Modi (@narendramodi) September 5, 2025


