ଇଞ୍ଜିନିୟର୍ସ ଦିବସ ଅବସରରେ ପରିଶ୍ରମୀ ଇଞ୍ଜିନିୟର୍ସମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଜୟନ୍ତୀ ଅବସରରେ ଶ୍ରୀ ଏମ. ବିଶ୍ୱେଶ୍ୱରାୟାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଉପଲବ୍ଧିଗୁଡିକୁ ସ୍ମରଣ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସମସ୍ତ ପରିଶ୍ରମୀ ଇଞ୍ଜିନିୟର୍ସମାନଙ୍କୁ #ଇଞ୍ଜିନିୟର୍ସଦିବସର ଶୁଭେଚ୍ଛା । ଆମ ପୃଥିବୀକୁ ଉତ୍ତମ ଓ ପ୍ରଯୁକ୍ତିଗତ ଭାବେ ଆଗେଇ ନେବାରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିବା ପାଇଁ କୌଣସି ଶବ୍ଦ ଯଥେଷ୍ଟ ନୁହେଁ । ଅସାଧାରଣ ବ୍ୟକ୍ତିତ୍ୱ ଶ୍ରୀ ଏମ. ବିଶ୍ୱେଶ୍ୱରାୟାଙ୍କୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଉପଲବ୍ଧିଗୁଡିକୁ ସ୍ମରଣ କରୁଛି ।”
Greetings on #EngineersDay to all hardworking engineers. No words are enough to thank them for their pivotal role in making our planet better and technologically advanced. I pay homage to the remarkable Shri M. Visvesvaraya on his birth anniversary and recall his accomplishments.
— Narendra Modi (@narendramodi) September 15, 2021


