“ବନ୍ଦେ ଭାରତ ଏକ୍ସପ୍ରେସ୍ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସମନ୍ୱିତ ସଂସ୍କୃତି ଏବଂ ଐତିହ୍ୟକୁ ଯୋଡ଼ିବ”
ବନ୍ଦେ ଭାରତ ଏକ୍ସପ୍ରେସ ଏହା ସୂଚିତ କରେ ଯେ ଭାରତ ସବୁ କ୍ଷେତ୍ରରେ ସର୍ବୋତ୍ତମ ଚାହୁଁଛି”
“ବନ୍ଦେ ଭାରତ ଟ୍ରେନ୍ ହେଉଛି ନୂତନ ଭାରତର ସାମର୍ଥ୍ୟ ଏବଂ ସଂକଳ୍ପର ପ୍ରତୀକ”
“ସଂଯୋଗ ସହିତ ଜଡ଼ିତ ଭିତ୍ତିଭୂମି କେବଳ ଦୁଇଟି ସ୍ଥାନକୁ ସଂଯୋଗ କରେ ନାହିଁ, ବରଂ ସ୍ୱପ୍ନକୁ ବାସ୍ତବତା ସହିତ ଯୋଡିଥାଏ ଏବଂ ସମସ୍ତଙ୍କର ବିକାଶକୁ ସୁନିଶ୍ଚିତ କରିଥାଏ”
“ଯେଉଁଠାରେ ଗତି ଅଛି, ସେଠାରେ ପ୍ରଗତି ମଧ୍ୟ ରହିଛି, ଯେତେବେଳେ ପ୍ରଗତି ହୁଏ ସମୃଦ୍ଧି ନିଶ୍ଚିତ ରୂପରେ ଆସିଥାଏ ”
“ଗତ ୭ - ୮ ବର୍ଷ ମଧ୍ୟରେ କରାଯାଇଥିବା କାର୍ଯ୍ୟ ଆଗାମୀ ୭ - ୮ ବର୍ଷରେ ଭାରତୀୟ ରେଳବାଇ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସିକନ୍ଦରାବାଦକୁ ବିଶାଖାପାଟଣା ସହିତ ସଂଯୋଗ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଚାଲୁ କରିଛନ୍ତି । ଏହି ରେଳ ଭାରତୀୟ ରେଳ ଦ୍ୱାରା ଆରମ୍ଭ କରାଯାଇଥିବା ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ  ଅଟେ ଏବଂ ଏହା ପ୍ରାୟ ୭୦୦ କିଲୋମିଟର ଦୂରତାକୁ ଅତିକ୍ରମ କରି ଦୁଇ ତେଲୁଗୁ ଭାଷାଭାଷୀ ରାଜ୍ୟ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ପ୍ରଥମ ଟ୍ରେନ ହେବ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ରାଜମହେନ୍ଦ୍ରି ଏବଂ ବିଜୟୱାଡା ରେଳ ଷ୍ଟେସନରେ ଏବଂ ତେଲଙ୍ଗାନାର ଖମମ୍‌, ୱାରଙ୍ଗଲ୍ ଏବଂ ସିକନ୍ଦରାବାଦ ରେଳ ଷ୍ଟେସନରେ ଏହା ଅଟକିବ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଉତ୍ସବ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି ଯେ, ଏହି ଶୁଭ ପରିବେଶରେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଏକ ଭବ୍ୟ ଉପହାର ମିଳୁଛି , ଯାହା ଏକ ପ୍ରକାରର ଦେଖିବାକୁ ଗଲେ  ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟର ସହଭାଗୀ ସଂସ୍କୃତି ଏବଂ ଐତିହ୍ୟକୁ ସଂଯୋଗ କରିବ । ସେ ଏହି ଅବସରରେ ଦୁଇ ରାଜ୍ୟର ଲୋକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେନା ଦିବସରେ ସେ ସଶସ୍ତ୍ର ବାହିନୀକୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ , ଦେଶର ସୁରକ୍ଷାରେ, ଦେଶର ସୀମା ସୁରକ୍ଷା କ୍ଷେତ୍ରରେ ଭାରତୀୟ ସେନାର ଅବଦାନ ଏବଂ ସାହସିକତା ଅତୁଳନୀୟ ।

ଦେଶର ସମସ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ଏହି ଉତ୍ସବର ସନ୍ଦର୍ଭକୁ ଜାରି ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ରେଳ ଦେଶର କୋଣ ଅନୁକୋଣ ସହିତ ଯୋଡି ହୋଇଥାଏ ଏବଂ ଦେଶର ବିଭିନ୍ନ ଅଞ୍ଚଳକୁ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାର ସହିତ ବୁଝିବା, ଜାଣିବା ଏବଂ ସଂଯୋଗ କରିବାର ସୁଯୋଗ ପ୍ରଦାନ କରିଥାଏ ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ , ବନ୍ଦେ ଭାରତ ଏକ୍ସପ୍ରେସ ଉଭୟ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ବହୁତ ଲାଭଦାୟକ ହେବ ଏବଂ ସିକନ୍ଦରାବାଦ ଏବଂ ବିଶାଖାପାଟଣା ମଧ୍ୟରେ ଯାତ୍ରା ସମୟ ଆହୁରି କମ୍ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି ।

"ବନ୍ଦେ ଭାରତ ହେଉଛି ନୂଆ ଭାରତର ସାମର୍ଥ୍ୟ ଏବଂ ସଂକଳ୍ପର ପ୍ରତୀକ’  ବୋଲି ପ୍ରଧାନମନ୍ତ୍ରୀ ଜାରି ରଖି କହିଛନ୍ତି ଯେ, ଏହା ହେଉଛି ସେହି ଭାରତର ପ୍ରତୀକ, ଯାହା ଦ୍ରୁତ ପରିବର୍ତ୍ତିତ ମାର୍ଗରେ ଚାଲିଛି ।” ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ , ଏହି ଟ୍ରେନ୍ ଏମିତି ଏକ ଭାରତକୁ ପ୍ରତିଫଳିତ କରେ ଯାହା ନିଜର ସ୍ୱପ୍ନ ଏବଂ ନିଜର ଆକାଂକ୍ଷାକୁ ନେଇ ଅଧୀର । ଏହା ଏକ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଥିବା ଭାରତ, ଉତ୍କର୍ଷତା ପାଇଁ ଚେଷ୍ଟା କରୁଥିବା ଭାରତ, ନାଗରିକଙ୍କୁ ସର୍ବୋତ୍ତମ ସେବା ପ୍ରଦାନ କରିବାକୁ ଚାହୁଁଥିବା ଭାରତ ଅଟେ ।” ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ବନ୍ଦେ ଭାରତ ଏକ୍ସପ୍ରେସ୍ ଏମିତି ଏକ ଭାରତର ପ୍ରତୀକ ଅଟେ, ଯାହା ଦାସତ୍ୱ ମାନସିକତା ଭିତରୁ ବାହାରକୁ ବାହାରି  ଆତ୍ମନିର୍ଭରଶୀଳତା ଆଡକୁ ଗତି କରୁଛି ।”

ବନ୍ଦେ ଭାରତ ଟ୍ରେନ୍‌କୁ ନେଇ ଚାଲିଥିବା କାର୍ଯ୍ୟର ଗତି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସେ ଏହା କହିଛନ୍ତି ଯେ, ଚଳିତ ବର୍ଷର ୧୫ ଦିନ ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ କାର୍ଯ୍ୟକ୍ଷମ ହୋଇଛି ଏବଂ ଏହା ତୃଣମୂଳ ସ୍ତରରେ ପରିବର୍ତ୍ତନର ଗତିକୁ ସୂଚିତ କରୁଛି । ସେ ବନ୍ଦେ ଭାରତ ଟ୍ରେନର ସ୍ୱଦେଶୀ ବିଶେଷତ୍ୱ ଏବଂ ଲୋକ ମାନଙ୍କ ମନରେ ସେଗୁଡିକର ପ୍ରଭାବ ଏବଂ ତାହାକୁ ନେଇ ଗର୍ବ କରିବା ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ ସୂଚନା ଦେଇଛନ୍ତି ଯେ ୭ ଟି ବନ୍ଦେ ଭାରତ ଟ୍ରେନ୍  ସମୁଦାୟ ୨୩ ଲକ୍ଷ କିଲୋମିଟରର ଦୂରତା ଅତିକ୍ରମ କରିଛି, ଯାହା ପୃଥିବୀର ୫୮ ଥର ଘୂର୍ଣ୍ଣନ ସହିତ ସମାନ । ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନରେ ୪୦ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି ।

ସଂଯୋଗ ଏବଂ ଗତି ମଧ୍ୟରେ ରହିଥିବା ସିଧାସଳଖ ସମ୍ବନ୍ଧ ଏବଂ ‘ସବକା ବିକାଶ’ ସହିତ ଏସବୁର ସଂଯୋଗ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚିତ କରିଛନ୍ତି । “ସଂଯୋଗୀକରଣ ସହ ଜଡିତ ଭିତ୍ତିଭୂମି କେବଳ ଦୁଇଟି ସ୍ଥାନକୁ ସଂଯୋଗ କରିବ ନାହିଁ, ବରଂ ସ୍ୱପ୍ନକୁ ବାସ୍ତବତା ସହିତ ଯୋଡିବ । ଉତ୍ପାଦକୁ ବଜାର ସହିତ, ପ୍ରତିଭାକୁ ଉପଯୁକ୍ତ ପ୍ଲାଟଫର୍ମ ସହିତ ଏହା ଯୋଡିଥାଏ । ସଂଯୋଗ ବିକାଶର ସମ୍ଭାବନାକୁ ବ୍ୟାପକ କରିଥାଏ ବୋଲି ସେ କହିଛନ୍ତି ।”  “ଯେଉଁଠାରେ ଗତି ଅଛି, ସେଠାରେ ପ୍ରଗତି ମଧ୍ୟ  ଅଛି । ଯେତେବେଳେ ବି ପ୍ରଗତି ହୁଏ ସମୃଦ୍ଧତା ନିଶ୍ଚିତ ହୁଏ ” ବୋଲି ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ସେହି ସମୟକୁ ମନେ ପକାଇ ଥିଲେ, ଯେତେବେଳେ ଆଧୁନିକ ସଂଯୋଗର ଲାଭ କେବଳ ଅଳ୍ପ କେତେ ଜଣଙ୍କ ମଧ୍ୟରେ ସୀମିତ ଥିଲା ଏବଂ ଜନସାଧାରଣ ବହୁମୂଲ୍ୟ ପରିବହନ ସହିତ ବହୁ ସମୟ ମଧ୍ୟ ନଷ୍ଟ କରୁଥିଲେ । ବନ୍ଦେ ଭାରତ ଟ୍ରେନ୍ ସେହି ଚିନ୍ତାଧାରାକୁ ପଛରେ ଛାଡି ସମସ୍ତଙ୍କୁ ଗତି ଏବଂ ପ୍ରଗତି ସହିତ ଯୋଡିବା ଦୃଷ୍ଟାନ୍ତର ଉଦାହରଣ ଦେଇଥାଏ । ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ ରେଳବାଇର ବାହାନା ଏବଂ ଖରାପ ଭାବମୂର୍ତ୍ତି  ଏବଂ ନିରାଶାଜନକ ସ୍ଥିତି ନିମନ୍ତେ ସାଂଘାତିକ ଆଭିମୁଖ୍ୟ ସେତେବେଳେ ବଦଳିଗଲା , ଯେତେବେଳେ ଉତ୍ତମ ଏବଂ ସଚ୍ଚୋଟ ଉଦ୍ଦେଶ୍ୟରେ ଏହି ସମସ୍ୟାର ସମାଧାନ ହେଲା ଏବଂ ଗତ ଆଠ ବର୍ଷ ମଧ୍ୟରେ ଏହା ହେଉଛି ସେହି ମନ୍ତ୍ର ଯାହା ଭାରତୀୟ ରେଳବାଇକୁ ପରିବର୍ତ୍ତନ କରିଦେଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  ଆଜି ଭାରତୀୟ ରେଳରେ ଯାତ୍ରା କରିବା ଏକ ଆନନ୍ଦଦାୟକ ଅନୁଭୂତି ପାଲଟିଛି ଏବଂ  ଦେଶର ଅନେକ ରେଳ ଷ୍ଟେସନ ଅଛି,  ଯେଉଁ ଗୁଡିକ ଏବେ ଆଧୁନିକ ଭାରତର ଭାବମୂର୍ତ୍ତିକୁ ପ୍ରତିଫଳିତ କରୁଛନ୍ତି । ସେ କହିଛନ୍ତି, “ଗତ ୭ - ୮ ବର୍ଷରେ କରା ଯାଇଥିବା କାର୍ଯ୍ୟ ଆଗାମୀ ୭ - ୮ ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିବ ।” ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭିସ୍ତାଡୋମ୍ କୋଚ୍ ଏବଂ ହେରିଟେଜ୍ ଟ୍ରେନ୍‌, ରେଳ କୃଷିଜାତ ଦ୍ରବ୍ୟକୁ ଦୂର ସ୍ଥାନରେ ରହିଥିବା ବଜାରକୁ ପଠାଇବା ପାଇଁ କିଷାନ ଟ୍ରେନ୍ ଭଳି ପଦକ୍ଷେପ ଉପରେ ଶ୍ରୀ ମୋଦୀ ବର୍ଣ୍ଣନା କରିଛନ୍ତି, ୨ ଡଜନରୁ ଅଧିକ ସହର ମେଟ୍ରୋ ନେଟୱାର୍କ ପାଇଛନ୍ତି ଏବଂ ଏକ ଭବିଷ୍ୟତର ଦ୍ରୁତ ରେଳ ଗମନାଗମନ ବ୍ୟବସ୍ଥା ଦ୍ରୁତ ଗତିରେ ଆଗେଇ ଚାଲିଛି ।

ଗତ  ୮ ବର୍ଷ ମଧ୍ୟରେ ତେଲେଙ୍ଗାନାରେ ରେଳ ସମ୍ବନ୍ଧରେ କରାଯାଇଥିବା ଅସାଧାରଣ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ ୨୦୧୪ ପୂର୍ବରୁ , ୮ ବର୍ଷ ପୂର୍ବରୁ ତେଲେଙ୍ଗାନାରେ ରେଳ କ୍ଷେତ୍ର ପାଇଁ ୨୫୦ କୋଟି ଟଙ୍କାରୁ କମ୍ ବଜେଟ୍ ଥିଲା କିନ୍ତୁ ଆଜି ଏହା ୩୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସେ ସୂଚନା ଦେଇଛନ୍ତି ଯେ ମେଡକ ପରି ତେଲେଙ୍ଗାନାର ଅନେକ ଅଞ୍ଚଳ ବର୍ତ୍ତମାନ ପ୍ରଥମ ଥର ପାଇଁ ରେଳ ସେବା ଦ୍ୱାରା ସଂଯୁକ୍ତ ହୋଇଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୨୦୧୪ ପୂର୍ବରୁ ୮ ବର୍ଷ ମଧ୍ୟରେ ତେଲେଙ୍ଗାନାରେ ୧୨୫ କିଲୋମିଟରରୁ କମ୍ ନୂତନ ରେଳ ଲାଇନ ନିର୍ମାଣ ହୋଇଥିବା ବେଳେ ଗତ ବର୍ଷ ଗୁଡିକରେ ତେଲେଙ୍ଗାନାରେ ପ୍ରାୟ ୩୨୫ କିଲୋମିଟର ନୂତନ ରେଳ ଲାଇନ ନିର୍ମାଣ କରାଯାଇଛି ।  ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ତେଲେଙ୍ଗାନାରେ ୨୫୦ କିଲୋମିଟରରୁ ଅଧିକ ‘ଟ୍ରାକ୍ ମଲ୍ଟି - ଟ୍ରାକିଂ’ କାର୍ଯ୍ୟ ମଧ୍ୟ କରାଯାଇଛି ଏବଂ ଏହି ବିଦ୍ୟୁତିକରଣ ଅବଧି ମଧ୍ୟରେ ରାଜ୍ୟରେ ରେଳ ଟ୍ରାକ୍ ବିଦ୍ୟୁତିକରଣ ୩ ଗୁଣ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି,  “ଖୁବ ଶୀଘ୍ର ଆମେ ତେଲେଙ୍ଗାନାର ସମସ୍ତ ବ୍ରଡ ଗେଜ ମାର୍ଗରେ ବିଦ୍ୟୁତିକରଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଯାଉଛୁ ।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  “ବନ୍ଦେ ଭାରତ ମଧ୍ୟ ଆନ୍ଧ୍ରପ୍ରଦେଶ ସହିତ ସଂଯୁକ୍ତ ଏବଂ ଆନ୍ଧ୍ରପ୍ରଦେଶରେ ରେଳ ନେଟୱାର୍କକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ସହଜ ଜୀବନଯାପନ ତଥା ବ୍ୟବସାୟର ସହଜତା ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୩୫୦ କିଲୋମିଟର ନୂତନ ରେଳ ଲାଇନ ଏବଂ ପ୍ରାୟ ୮୦୦ କିଲୋମିଟର ମଲ୍ଟି ଟ୍ରାକିଂ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ୨୦୧୪ ପୂର୍ବରୁ ପୂର୍ବ ସରକାର ସମୟରେ ଆନ୍ଧ୍ରପ୍ରଦେଶରେ ବାର୍ଷିକ ମାତ୍ର ୬୦ କିଲୋମିଟର ରେଳ ଟ୍ରାକ୍ ବିଦ୍ୟୁତିକରଣ କରା ଯାଇଥିଲା ଏବଂ ବର୍ତ୍ତମାନ ଏହି ଗତି ବାର୍ଷିକ ୨୨୦ କିଲୋମିଟରରୁ ଅଧିକ ବୃଦ୍ଧି ପାଇଛି ବୋଲି ସେ ସୂଚନା ଦେଇଥିଲେ ।

ନିଜର ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,  “ଏହି ଗତି ଏବଂ ପ୍ରଗତିର ପ୍ରକ୍ରିୟା ଏହିପରି ଜାରି ରହିବ” ଏବଂ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶକୁ ଏହି ରେଳ ଯାତ୍ରା ନିମନ୍ତେ ତଥା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି” ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀମତୀ ତାମିଲିସାଇ ସୁନ୍ଦରରାଜନ୍‌, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଶ୍ରୀ ଜି କିଶନ ରେଡ୍ଡୀ, ରାଜ୍ୟର ମନ୍ତ୍ରୀଗଣ ଏବଂ ସଂସଦ ସଦସ୍ୟମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଭାରତୀୟ ରେଳବାଇ ଦ୍ୱାରା ଏହା ଆରମ୍ଭ ହୋଇଥିବା ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଦୁଇ ତେଲୁଗୁ ଭାଷାଭାଷୀ ରାଜ୍ୟ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରକୁ ସଂଯୋଗ କରୁଥିବା ପ୍ରଥମ ଟ୍ରେନ୍ ଅଟେ ଯାହା ପ୍ରାୟ ୭୦୦ କିଲୋମିଟର ଦୂରତା ଅତିକ୍ରମ କରିଥାଏ । ଏହା ଦ୍ୱାରା ସିକନ୍ଦରାବାଦରୁ ବିଶାଖାପାଟଣା ପର୍ଯ୍ୟନ୍ତ ଯାତ୍ରା ସମୟ ସାଢ଼େ ୧୨ ଘଂଟାରୁ ସାଢ଼େ ଆଠ ଘଂଟାକୁ ହ୍ରାସ ପାଇବ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ରାଜମହେନ୍ଦ୍ରି ଏବଂ ବିଜୟୱାଡା ଷ୍ଟେସନରେ ଏବଂ ତେଲେଙ୍ଗାନାର ଖମମ୍‌, ୱାରଙ୍ଗଲ୍ ଏବଂ ସିକନ୍ଦରାବାଦ ଷ୍ଟେସନରେ ଏହାର ଅଟକିବ ।

ବନ୍ଦେ ଭାରତ ଏକ୍ସପ୍ରେସର ସ୍ୱଦେଶୀ ଡିଜାଇନ୍ ହୋଇଥିବା ଟ୍ରେନ୍ ସେଟ୍ ଅତ୍ୟାଧୁନିକ ଯାତ୍ରୀ ସୁବିଧା ସହିତ ସଜ୍ଜିତ । ଏହା ରେଳ ବ୍ୟବହାରକାରୀ ମାନଙ୍କୁ ଏକ ଚମତ୍କାର, ଅଧିକ ଆରାମଦାୟକ ଏବଂ ଅଧିକ ସୁବିଧାଜନକ ଭ୍ରମଣ ଅନୁଭୂତି ପ୍ରଦାନ କରିବ ।

ଏହି ଟ୍ରେନ୍ ଆରମ୍ଭ ହେବା ଯୋଗୁଁ ଏହାଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ଏବଂ ଏକ ଆରାମଦାୟକ ଏବଂ ଦ୍ରୁତ ଗତିରେ ଯାତ୍ରା ଯୋଗାଇବ । ଏହା ଦେଶରେ ଆରମ୍ଭ ହୋଇଥିବା ଅଷ୍ଟମ ବନ୍ଦେ ଭାରତ ଟ୍ରେନ୍  ଏବଂ ପୂର୍ବ ତୁଳନାରେ ଏକ ଉନ୍ନତ ସଂସ୍କରଣ ଅଟେ, ଏହା ଅଧିକ ହାଲୁକା ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଉଚ୍ଚ ବେଗରେ ପହଞ୍ଚିବାରେ ସକ୍ଷମ ଅଟେ । ବନ୍ଦେ ଭାରତ ୨.୦ ଅଧିକ ଉନ୍ନତ ଏବଂ ବିକଶିତ ବୈଶିଷ୍ଟ୍ୟ ସହିତ ସଜ୍ଜିତ ହୋଇଛି , ଯେପରିକି ମାତ୍ର ୫୨ ସେକେଣ୍ଡରେ ଘଂଟା ପ୍ରତି ୦ ରୁ ୧୦୦ କିଲୋମିଟର ବେଗରେ ଏବଂ ସର୍ବାଧିକ ବେଗ ଘଂଟା ପ୍ରତି ୧୮୦ କିଲୋମିଟର ପର୍ଯ୍ୟନ୍ତ ଗତିରେ ଚାଲିବ । ଉନ୍ନତ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଓଜନ ପୂର୍ବ ସଂସ୍କରଣର ୪୩୦ ଟନ୍ ତୁଳନାରେ ୩୯୨ ଟନ୍ ହେବ । ଏଥିରେ ଏକ ୱାଇ - ଫାଇ କଂଟେଂଟ ଅନ୍‌- ଡିମାଣ୍ଡ ସୁବିଧା ମଧ୍ୟ ରହିବ । ପ୍ରତ୍ୟେକ କୋଚ୍‌ରେ ୩୨” ସ୍କ୍ରିନ୍ ଅଛି, ଯାହା ପୂର୍ବ ଟ୍ରେନ୍‌ରେ ୨୪” ଥିଲା, ଏହା  ଯାତ୍ରୀ ସୂଚନା ଏବଂ  ଏବଂ ଅନ୍ୟାନ୍ୟ ସୂଚନା ପ୍ରଦାନ କରିଥାଏ । ବନ୍ଦେ  ଭାରତ ଏକ୍ସପ୍ରେସ ମଧ୍ୟ ପରିବେଶ ଅନୁକୂଳ ହେବ, କାରଣ ଏସି ଗୁଡିକ ୧୫ ପ୍ରତିଶତ ବିଦ୍ୟୁତ୍ ବ୍ୟବହାର କମ୍ କରିବାକୁ ସକ୍ଷମ, ଯାହା ଅଧିକ ଶକ୍ତି ସଂରକ୍ଷଣ କରିବ । ଟ୍ରାକ୍ସନ୍ ମୋଟରର ଧୂଳିମୁକ୍ତ ସ୍ୱଚ୍ଛ ବାୟୁ ତଥା ଥଣ୍ଡା ସହିତ ଯାତ୍ରା ଅଧିକ ଆରାମଦାୟକ ହେବ । ପୂର୍ବରୁ କେବଳ ଏକ୍‌ଜିକ୍ୟୁଟିଭ୍ କ୍ଲାସ୍ ଯାତ୍ରୀ ମାନଙ୍କୁ ପ୍ରଦାନ କରାଯାଉଥିବା ଏକ ସାଇଡ୍ ରେକ୍‌ଲାଇନର ସିଟ୍ ସୁବିଧା ବର୍ତ୍ତମାନ ସମସ୍ତ ଶ୍ରେଣୀ ପାଇଁ ଉପଲବ୍ଧ ହେବ ।  ଏକ୍‌ଜିକ୍ୟୁଟିଭ୍ କୋଚ ଗୁଡିକରେ ୧୮୦ - ଡ଼ିଗ୍ରୀ ଘୂର୍ଣ୍ଣନ ସିଟ୍‌ର ଅତିରିକ୍ତ ବୈଶିଷ୍ଟ୍ୟ ରହିଛି ।

ବନ୍ଦେ ଭାରତ ଏକ୍ସପ୍ରେସର ନୂତନ ଡିଜାଇନ୍‌ରେ ବାୟୁ ବିଶୋଧନ ପାଇଁ ରୁଫ୍ –ମାଉଣ୍ଟେଡ୍ ପ୍ୟାକେଜ୍ ୟୁନିଟ୍ (ଆର୍‌ଏମ୍‌ପିୟୁ) ରେ ଏକ ଫଟୋ - କାଟାଲାଇଟିକ୍ ଅତିବାଇଗଣୀ ବାୟୁ ବିଶୋଧନ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ବୈଜ୍ଞାନିକ ଉପକରଣ ସଂଗଠନ (ସିଏମ୍‌ଆଇଓ), ଚଣ୍ଡିଗଡ଼ର ଦ୍ୱାରା କରାଯାଇଥିବା ସୁପାରିଶ ଅନୁଯାୟୀ, ଏହି ବ୍ୟବସ୍ଥା ଆର୍‌ଏମ୍‌ପିୟୁର ଉଭୟ ମୁଣ୍ଡରେ ପରିକଳ୍ପିତ ଏବଂ ସ୍ଥାପିତ ହୋଇଛି ଯାହା ଫଳରେ ନିର୍ମଳ ବାୟୁ ଏବଂ ଫେରସ୍ତ ବାୟୁ ମାଧ୍ୟମରେ ବାୟୁମଣ୍ଡଳ, ଜୀବାଣୁ, ଜୀବାଣୁ ଇତ୍ୟାଦିରୁ ମୁକ୍ତ ବାୟୁକୁ ଫିଲ୍ଟର ଏବଂ ସଫା କରା ଯାଇପାରିବ ।

ବନ୍ଦେ ଭାରତ ଏକ୍ସପ୍ରେସ ୨.୦ ବିଭିନ୍ନ ଉନ୍ନତ ଏବଂ ବିମାନ ପରି ଭ୍ରମଣ ଅଭିଜ୍ଞତା ପ୍ରଦାନ କରିଥାଏ । ଏହା ଏକ ଅତ୍ୟାଧୁନିକ ବିକଶିତ ଟ୍ରେନ୍ ଧକ୍କା ସୁରକ୍ଷିତ ବ୍ୟବସ୍ଥା  - କୱଚ୍ ସହିତ ଉନ୍ନତ ଅତ୍ୟାଧୁନିକ ସୁରକ୍ଷା ବୈଶିଷ୍ଟ୍ୟ ସହିତ ସଜ୍ଜିତ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Defence Exports Explode: ₹40,000 Crore Milestone Signals a New Manufacturing Era

Media Coverage

India’s Defence Exports Explode: ₹40,000 Crore Milestone Signals a New Manufacturing Era
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s remarks during inauguration of Swaminarayan Hindu Temple in Paris
September 06, 2026

पूज्य महंत स्वामी, फ्रांस सरकार के सम्मानित प्रतिनिधिगण, उपस्थित अतिथिगण, इंडियन कम्युनिटी के मेरे साथी, देश दुनिया से जुड़े सभी हरि भक्त, देवियों और सज्जनों, जय स्वामीनारायण!

आज फ्रांस की राजधानी पेरिस में भव्य स्वामीनारायण मंदिर का लोकार्पण हो रहा है। यह लोकार्पण भारत और फ्रांस के सांस्कृतिक संबंधों का नया युग स्तंभ है। पूज्य संत जनों और सनातन परंपरा के श्रेष्ठ जनों के आशीर्वाद के साथ आज इस लोकार्पण का मंच ‘वसुधैव कुटुम्बकम’ के भाव का मंच बन गया है। भगवान स्वामीनारायण की कृपा और हमारे संतों का स्नेह, संतों का आशीर्वाद, मेरा सौभाग्य है कि मुझे ऐसे पुण्य अवसरों से जुड़ने का अवसर हमेशा मिलता रहता है। आज भी मैं भले ही पेरिस में आप सबके बीच उपस्थित नहीं हूं, लेकिन मन से और हृदय से, मैं स्वयं को आपके बीच ही अनुभव कर रहा हूं।

साथियों,

आज इस अवसर पर मैं परम पूज्य प्रमुख स्वामी जी महाराज का भी श्रद्धापूर्वक स्मरण करता हूं। प्राचीन काल में भारत का जो सांस्कृतिक आध्यात्मिक वैभव था, उन्होंने उसके पुनर्जागरण का एक अभियान शुरू किया था। आज उसका प्रकाश यूरोप समेत पूरी दुनिया में फैल रहा है। 2024 में अबू धाबी में भव्य मंदिर का लोकार्पण हुआ था। आज वहां हजारों लोग दर्शन करने जाते हैं और अब यहां पेरिस में स्वामीनारायण मंदिर का निर्माण सृजन की यह निरंतरता, यह संतों की संकल्प शक्ति का ही प्रमाण है। मैं पुनीत कार्य के लिए पूज्य महंत स्वामी का आभार प्रकट करता हूं, मैं उनके चरणों में प्रणाम करता हूं। मैं BAPS स्वामीनारायण संस्था को और करोड़ों हरि भक्तों को इस अवसर पर हृदय की गहराई से बधाई देता हूं।

साथियों,

BAPS के माध्यम से जब अलग-अलग देश में मंदिरों की प्राण प्रतिष्ठा होती है, तो वहां भारत के प्राचीन विचार और मानवीय मूल्य भी साथ-साथ ही जाते हैं और भारत का विचार कहता है ‘समानं मनः सह चित्तमेषाम्’ अर्थात हमारे मन समान हो, हमारे हृदय साथ जुड़े। इसलिए आज जब फ्रांस में इतना भव्य मंदिर बनकर तैयार हुआ है, यह फ्रांस की विविधता को तो समृद्ध करेगा ही, इससे भारत और फ्रांस के सांस्कृतिक संबंधों को भी ऊर्जा मिलेगी।

साथियों,

बीते वर्षों में भारत और फ्रांस के संबंध नई ऊंचाइयों तक पहुंचे हैं। मेरे मित्र, प्रेसिडेंट मैक्रों के साथ मिलकर दोनों देश एक Special Global Strategic Partnership बना रहे हैं। Technology, AI और Defence से लेकर Space और Climate Action तक हम एक नई गति और नई ऊर्जा के साथ मिलकर के आगे बढ़ रहे हैं। हम 2026 को India-France Year of Innovation के रूप में भी सेलिब्रेट कर रहे हैं। भारत-फ्रांस की ये Strategic Partnership इसलिए भी खास है, क्योंकि ये हमारे पुराने सांस्कृतिक-राजनैतिक सम्बन्धों की मजबूत बुनियाद पर टिकी है। इतिहास गवाह है, फ्रांस में भारतीय सैनिकों के बलिदान का इतिहास आज भी मन-मंदिर में जीवित है। भाषा से जुड़े विषयों में रुचि रखने वाले लोग यह भी जानते हैं कि फ्रेंच स्कॉलर्स ने संस्कृत को लोकप्रिय बनाने में कितनी अहम भूमिका निभाई है। रामकृष्ण परमहंस और स्वामी विवेकानंद पर रोमाँ रोलाँ की की लेखनी हमारी सोसाइटीज़ को और करीब लाई है। पेरिस से पुडुचेरी के अरबिंदो आश्रम तक 'The mother' की spiritual journey, उसने कितने ही भारतीय और फ्रेंच साधकों को inspire किया है।

साथियों,

दशकों पहले श्रील प्रभुपाद स्वामी भी फ्रांस आए थे। इस्कॉन के जरिए भारत फ्रांस के बीच आध्यात्मिक सम्बन्धों का नया अध्याय उन्होंने शुरू किया था। आज योग भी भारत-फ्रांस के people to people कनेक्ट का एक माध्यम बन चुका है। 'इंटरनेशनल योगा डे' पर एफिल टॉवर के सामने से आने वाली तस्वीरें फ्रांस में योग की लोकप्रियता का उदाहरण बनती हैं और अब BAPS के इस भव्य मंदिर के जरिए, हमारे उन सांस्कृतिक सम्बन्धों में एक नया अध्याय जुड़ रहा है।

साथियों,

इन दिनों, भारत फ्रांस Joint Ventures की संभावनाओं पर बातें होती हैं। स्वामीनारायण मंदिर ने इस संभावना में भी एक नया आयाम जोड़ा है। यह मंदिर 'मेड इन इंडिया' है और 'बिल्ट इन फ्रांस' है। इसके काफी पत्थरों को भारत में तराशा गया है। भारत की प्राचीन प्रतिभा यहाँ फ्रांस में आधुनिक इंजीनियरिंग से आकर जुड़ चुकी है। पेरिस में इस भव्य मंदिर ने आकार लिया है। इसलिए, मैं आशा करता हूँ, यह मंदिर सदियों तक भारत और फ्रांस के बीच सहयोग और संभावनाओं का भी प्रतीक बनकर उभरेगा।

साथियों,

स्वामीनारायण मंदिर हमेशा से भक्ति के साथ-साथ सेवा का माध्यम भी रहे हैं। मुझे बताया गया है, यह मंदिर भी सेवा प्रकल्पों का वैसा ही केंद्र बनेगा। मुझे विश्वास है कि यहाँ से भारतीय संस्कृति के जो स्वर निकलेंगे, उनका लाभ पूरे यूरोप में लोगों को मिलेगा। भविष्य में मुझे जब भी समय मिलेगा, मैं इस मंदिर में दर्शन करने का प्रयास अवश्य करूंगा। इन्हीं शब्दों के साथ, एक बार फिर आज के इस लोकार्पण समारोह में सम्मिलित सभी अतिथिगणों को, सभी परिवारों को, सभी हरि भक्तों को और पूरी Indian Diaspora को मेरी ओर से इस शुभारंभ पर्व की ढेरों शुभकामनाएं!

बहुत-बहुत धन्यवाद!

मर्सी बोकू!

जय स्वामीनारायण!