ନୂତନ ଭାବେ ବିଦ୍ୟୁତକରଣ ହୋଇଥିବା ରେଳ ଟ୍ରାକ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଉତ୍ତରାଖଣ୍ଡକୁ ଶତ ପ୍ରତିଶତ ରେଳଲାଇନ ବିଦ୍ୟୁତକରଣ ହୋଇଥିବା ରାଜ୍ୟ ଭାବେ କଲେ ଘୋଷଣା
“ଦିଲ୍ଲୀ-ଡେରାଡୁନ ବଂଦେ ଭାରତ ଏକ୍ସପ୍ରେସ ଭ୍ରମଣଗତ ସୁଗମତା ସୁନିଶ୍ଚିତ କରିବା ସହ ନାଗରିକମାନଙ୍କୁ ଅଧିକ ଆରାମ ଦେବ”
“ଯେତେବେଳେ ଆର୍ଥିକ ମଜଭୁତିକରଣ ଓ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ ପ୍ରଶ୍ନ ଉଠେ ସେତେବେଳେ ବିଶ୍ୱ ନିମନ୍ତେ ଭାରତ ହିଁ ଏକ ଆଶାର କିରଣ ଭାବେ ଉଭା ହୋଇଥାଏ”
“ଏହି ଦଶନ୍ଧି ଉତ୍ତରାଖଣ୍ଡର ଦଶନ୍ଧି ହେବାକୁ ଯାଉଛି”
“ଦେବଭୂମି ବିଶ୍ୱର ଆଧ୍ୟାତ୍ମିକ ସଚେତନତାର କେନ୍ଦ୍ର ହେବ”
“ଉତ୍ତରାଖଣ୍ଡ ନିମନ୍ତେ ବିକାଶର ନବରତ୍ନ ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରୁଛନ୍ତି”
“ଡବଲ ଇଞ୍ଜିନ ସରକାର ଦ୍ୱିଗୁଣ ଶକ୍ତି ଓ ଗତିରେ କାର୍ଯ୍ୟ କରୁଛି”
“ଭିତ୍ତିଭୂମିର ସାମର୍ଥ୍ୟକୁ ପୁଞ୍ଜି କରି ଏକବିଂଶ ଶତାବ୍ଦୀର ଭାରତ ସଫଳ ବିକାଶର ଉଚ୍ଚତମ ଶିଖର ଛୁଇଁବାରେ ସମର୍ଥ ହେବ”
“ଆଗାମୀ ଦିନରେ ପର୍ବତମାଳା ପ୍ରକଳ୍ପ ରାଜ୍ୟର ଭାଗ୍ୟ ପରିବର୍ତ୍ତନ କରିବା ପାଇଁ ଯାଉଛି”
“ସଠିକ ଅଭିପ୍ରାୟ, ନୀତି ଏବଂ ଉତ୍ସର୍ଗ ଭାବ ବିକାଶକୁ ଆଗେଇ ନେଉଛି”
“ଦେଶ ଏବେ ଆଉ ଅଟକିବ ନାହିଁ, ଏବେ ଏହା ଗତି ଧରି ନେଇଛି । ସମଗ୍ର ଦେଶ ବର୍ତ୍ତମାନ ବଂଦେ ଭାରତର ଗତି ଧରି ନେଇଛି ଓ ଏହା ଆଗେଇ ଚାଲିବ”

ପ୍ରଧାନମନ୍ତ୍ରୀ ଆଜି (୨୫-୦୫-୨୦୨୩) ଡେରାଡୁନରୁ ଦିଲ୍ଲୀ ପର୍ଯ୍ୟନ୍ତ ବଂଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଛନ୍ତି । ସେ ମଧ୍ୟ ନୂତନ ଭାବେ ବିଦୁତକରଣ ହୋଇଥିବା ରେଳପଥର ଉଦଘାଟନ କରିବା ସହ ଉତ୍ତରାଖଣ୍ଡକୁ ଶତପ୍ରତିଶତ ରେଳ ବିଦୁତକରଣ ରାଜ୍ୟ ଘୋଷଣା କରିଛନ୍ତି । 

ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ସମସ୍ତଙ୍କୁ ଡେରାଡୁନ-ଦିଲ୍ଲୀ ମଧ୍ୟରେ ବଂଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଅଭିନନ୍ଦନ ଜଣାଇବା ସହ ଏହି ଟ୍ରେନ ଦେଶର ରାଜଧାନୀକୁ ଦେବଭୂମି ଉତ୍ତରାଖଣ୍ଡ ସହ ସଂଯୋଗ କରିବ ବୋଲି କହିଥିଲେ । ଦୁଇ ନଗରୀ ମଧ୍ୟରେ ଯାତ୍ରା ଅବଧି ଆହୁରି ହ୍ରାସ ପାଇବ ଓ ଟ୍ରେନରେ ଥିବା ସୁବିଧା ଯାତ୍ରୀମାନଙ୍କୁ ଏକ ଆମୋଦଦାୟକ ଅଭିଜ୍ଞତା ଦେବ ।

“ତାଙ୍କର ତିନି ଦେଶ ଜାପାନ, ପାପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଯାତ୍ରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ବିଶ୍ୱ ଭାରତ ଠାରୁ ଅନେକ ଆଶା ରଖିଛି । ଯେତେବେଳେ ଆର୍ଥିକ ମଜଭୁତି ଓ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ ପ୍ରଶ୍ନ ଉଠେ ସେତେବେଳେ ବିଶ୍ୱ ନିମନ୍ତେ ଭାରତ ହିଁ ଏକ ଆଶାର କିରଣ ଭାବେ ଉଙ୍କି ମାରିଥାଏ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ମଧ୍ୟ ଭାରତର ବୈଶ୍ୱିକ କରୋନା ଭୂତାଣୁ ମୁକାବିଲା ଏବଂ ଦେଶରେ ବିଶ୍ୱର ବୃହତମ ଟିକାକରଣ ଅଭିଯାନର ସଫଳତା ଉପରେ କହିଥିଲେ । ଯେତେବେଳେ ଭାରତ ବାହାରୁ ଅନେକ ଭାରତକୁ ଆସୁଛନ୍ତି ସେତେବେଳେ ଉତ୍ତରାଖଣ୍ଡ, ଭଳି ସୁନ୍ଦର ରାଜ୍ୟ ଏହି ପରିସ୍ଥିତିରେ ସୁଯୋଗ ନେବା ଆବଶ୍ୟକ । ବଂଦେ ଭାରତ ଏକ୍ସପ୍ରେସ ଯୋଗୁ ଉତ୍ତରାଖଣ୍ଡ ଏହି ସୁଯୋଗର ସମ୍ପୂର୍ଣ୍ଣ ସୁବିଧା ନେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ପ୍ରଧାନମନ୍ତ୍ରୀ ଯେତେବେଳେ କେଦାରନାଥ ଗସ୍ତ କରିଥିଲେ, ସେତେବେଳେ ତାଙ୍କ ମନରୁ ସ୍ୱତଃ ଗୁଞ୍ଜରି ଉଠିଥିଲା ‘ଏହି ଦଶନ୍ଧି ଉତ୍ତରାଖଣ୍ଡର ଦଶନ୍ଧି’ ତାହା ସେ ମନେ ପକାଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ମଜଭୁତ ରଖିବା ସହ ରାଜ୍ୟର ବିକାଶ ସାଧିତ ହେଉଥିବାରୁ ପ୍ରଧାନମନ୍ତ୍ରୀ ତାହାର ପ୍ରଶଂସା କରିଥିଲେ । “ବିଶ୍ୱ ଆଧ୍ୟାତ୍ମିକ ଚେତନାର ଦେବଭୂମି କେନ୍ଦ୍ର ହେବ” ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଥିଲେ । ଏହାର ସାମର୍ଥ୍ୟକୁ ବୁଝି କାର୍ଯ୍ୟ କରିବାକୁ ପଡ଼ିବ । ଚାରିଧାମ ଯାତ୍ରାରେ ତୀର୍ଥଯାତ୍ରୀ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗି ଚାଲିଛି । ସେ ମଧ୍ୟ ବାବା କେଦାର, ହରିଦ୍ୱାରର କୁମ୍ଭ, ଅର୍ଦ୍ଧକୁମ୍ଭ ଓ କନୱର ଯାତ୍ରାକୁ ଆସୁଥିବା ଭକ୍ତମାନଙ୍କ ସମ୍ପର୍କରେ କହିଥିଲେ । ଅନେକ ରାଜ୍ୟକୁ ଏତେ ସଂଖ୍ୟାରେ ଭକ୍ତ ଆସୁନାହାନ୍ତି । ସେ ଦୃଷ୍ଟିରୁ ଏହା ଏକ ଉପହାର ଓ ଚିରସ୍ମରଣୀୟ କାର୍ଯ୍ୟ । “ଡବଲ ଇଞ୍ଜିନ ସରକରା ଦ୍ୱିଗୁଣ ଅଧିକ ଶକ୍ତି ଓ ଗତିରେ କାର୍ଯ୍ୟ କରିବା ସହ ଏହି ଭଗୀରଥ କାର୍ଯ୍ୟକୁ ସହଜ କରିଛି” ବୋଲି ସେ କହିଥିଲେ ।

ସରକାର ବିକାଶର ନଅଟି ରତ୍ନ ନବରତ୍ନ ଭାବରେ ଗୁରୁତ୍ୱ ଆରୋପ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଥମ ରତ୍ନ ହେଲା ୧୩ ଶହ କୋଟି ଟଙ୍କା ବ୍ୟୟରେ କେଦାରନାଥ ବଦ୍ରୀନାଥ ଧାମର ନବଯୌବନ କାର୍ଯ୍ୟ । ଦ୍ୱିତୀୟ, ଗୌରୀକୁଣ୍ଡ-କେଦାରନାଥ ଓ ଗୋବିଂଦଘାଟ- ହେମକୁଣ୍ଡ ସାହିବରେ ୨୫୦୦ ଟଙ୍କା ବ୍ୟୟରେ ଝୁଲା ପୋଲ ପ୍ରକଳ୍ପ । ତୃତୀୟ, ମାନସଖଣ୍ଡ ମନ୍ଦିରମାଳା କାର୍ଯ୍ୟକ୍ରମରେ କୁମାୟୁଁର ପ୍ରାଚୀନ ମନ୍ଦିରଗୁଡ଼ିକର ପୁନର୍ବିନ୍ୟାସ, ଚତୁର୍ଥ ରାଜ୍ୟରେ ୪୦୦୦ ହୋମଷ୍ଟେ ବ୍ୟବସ୍ଥା ଥିବାରୁ ହୋମଷ୍ଟେକୁ ପ୍ରୋତ୍ସାହନ । ପଞ୍ଚମ, ୧୬ଟି ପରିବେଶ ପର୍ଯ୍ୟଟନସ୍ଥଳୀର ବିକାଶ। ଷଷ୍ଠ, ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ । ଉଦ୍ଦମସିଂ ନଗରରେ ଏମ୍ସ ଉପଗ୍ରହ କେନ୍ଦ୍ର ପ୍ରତିଷ୍ଠା । ସପ୍ତମ, ୨୦୦୦ କୋଟି ଟଙ୍କାର ଟେହେରୀ ହ୍ରଦ ବିକାଶ ପ୍ରକଳ୍ପ । ଅଷ୍ଟମ, ହରିଦ୍ୱାର ଓ ରିଷିକେଶ ଯୋଗ ଓ ଦୁଃସାହସିକ ପର୍ଯ୍ୟଟନର ରାଜଧାନୀ ଭାବେ ବିକଶିତ ହେବା ଏବଂ ଶେଷରେ ତନକପୁର-ବାଗେଶ୍ୱର ରେଳ ଲାଇନ ।

 

ଏହି ନବରତ୍ନଗୁଡ଼ିକ ଏକାଠି ହୋଇ ରାଜ୍ୟର ଭିତ୍ତିଭୂମି ବିକାଶକୁ ଏକ ନୂନତ ଦିଗନ୍ତ ପ୍ରଦାନ କରିଛନ୍ତି । ଚାରିଧାମ ମହାପରିଯୋଜନା ନିମନ୍ତେ ୧୨ ହଜାର କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଦିଲ୍ଲୀ ଡେରାଡୁନ ରାଜପଥ ଯାତ୍ରାକୁ ଆହୁରି ଦୃତ ଓ ସହଜ କରିବ । ସେ ମଧ୍ୟ ଉତ୍ତରାଖଣ୍ଡର ଝୁଲାପୋଲ ସଂଯୋଗୀକରଣ ଉପରେ କହିଥିଲେ । ଆଗାମୀ ଦିନରେ ପର୍ବତମାଳା ପ୍ରକଳ୍ପ ରାଜ୍ୟର ଭାଗ୍ୟ ପରିବର୍ତ୍ତନ କରିଦେବ ବୋଲି ସେ କହିଥିଲେ । ୧୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ରିଷିକେଷ-କର୍ଣ୍ଣପ୍ରୟାଗ ରେଳ ପ୍ରକଳ୍ପ ଦୁଇରୁ ତିନିବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏହି ପ୍ରକଳ୍ପ ଯୋଗୁ ଉତ୍ତରାଖଣ୍ଡର ବିଶାଳ ଭାଗ ପ୍ରବେଶକ୍ଷମ ହେବା ସହ ପୁଞ୍ଜିବିଯୋଗ, ଶିଳ୍ପ ଓ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରୀ ସହାୟତା ଯୋଗୁ ଉତ୍ତରାଖଣ୍ଡ ପର୍ଯ୍ୟଟନ, ଦୁଃସାହସିକ ପର୍ଯ୍ୟଟନ, ଚଳଚ୍ଚିତ୍ର ସୁଟିଂ ଓ ବିବାହର ସୁଟିଂ ଲକ୍ଷ୍ୟସ୍ଥଳର ପେଣ୍ଠ ପାଲଟିବାକୁ ଯାଉଛି। ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ବିଶ୍ୱବ୍ୟାପୀ ଦର୍ଶକ ଆକର୍ଷିତ ହେଉଥିବା ବେଳେ, ବଂଦେ ଭାରତ ଏକ୍ସପ୍ରେସ ସେମାନଙ୍କ ନିମନ୍ତେ ବେଶି ସୁବିଧାଜନକ ହେବ । ଯେଉଁମାନେ ପରିବାର ସହ ଭ୍ରମଣରେ ଯାଉଛନ୍ତି, ସେମାନଙ୍କ ପାଇଁ ବଂଦେ ଭାରତ ଏକ ସୁଖପ୍ରଦ ଓ ସୁବିଧାଜନକ ଯାତ୍ରାର ଆନନ୍ଦ ଦେବ ।

“ଏକବିଂଶ ଶତାବ୍ଦୀର ଭାରତ ଭିତ୍ତିଭୂମିର ସାମର୍ଥ୍ୟର ସର୍ବାଧିକ ଉପଯୋଗ କରି ବିକାଶର ଶୀର୍ଷରେ ପହଂଚି ପାରିବ। କାରଣ ଅତୀତରେ ସରକାରମାନେ ଭିତ୍ତିଭୂମିର ଗୁରୁତ୍ୱ ନ ବୁଝି କେବଳ ଦୁର୍ନୀତି ଓ ବଂଶଗତ ରାଜନୀତିରେ ବୁଡି ରହୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପୂର୍ବ ସରକାରଗଣ ଉଚ୍ଚ ଗତିସମ୍ପନ୍ନ ଟ୍ରେନ ଚଳାଇବା ନେଇ ବଡ଼ ବଡ଼ ପ୍ରତିଶ୍ରୁତି ମାନ ଦେଇଥିଲେ ମଧ୍ୟ ଜଗୁଆଳିବିହୀନ ଫାଟକରୁ ମୁକ୍ତି ପାଇପାରିଲେ ନାହିଁ ଓ ରେଳ ବିଦୁତକରଣ କାର୍ଯ୍ୟ ମଧ୍ୟ ଆହୁରି ଖରାପ ଅବସ୍ଥାରେ ଥିଲା । ୨୦୧୪ ମସିହା ସୁଦ୍ଧା ଦେଶର ମାତ୍ର ଏକ ତୃତୀୟାଂଶ ରେଳପଥ ବିଦୁତକରଣ ହୋଇଥିବାରୁ ଉଚ୍ଚ ଗତିଯୁକ୍ତ ଟ୍ରେନ ଚଳାଚଳ ପ୍ରାୟ ଅସମ୍ଭବ ଥିଲା । ରେଳବାଇ କ୍ଷେତ୍ରରେ ପ୍ରକୃତ ଅବସ୍ଥାନ୍ତର ୨୦୧୪ ମସିହାରେ ଘଟିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର ସମ୍ପୂର୍ଣ୍ଣ ଗତିଯୁକ୍ତ ଅର୍ଦ୍ଧସମ୍ପୂର୍ଣ୍ଣ ଗତିଯୁକ୍ତ ଟ୍ରେନ ଚଳାଚଳ ସ୍ୱପ୍ନକୁ ସାକାର କରିବା ନିମନ୍ତେ ଯୋଜନା ପ୍ରସ୍ତୁତ ହେଲା । ୨୦୧୪ ପୂର୍ବରୁ ମୋଟ ଛଅ ହଜାର କିଲୋମିଟର ରେଳପଥର ବିଦୁତକରଣ ହୋଇଥିବା ବେଳେ, ବର୍ତ୍ତମାନ ପ୍ରତିବର୍ଷ ଛଅ ହଜାର କିଲୋମିଟର ବିଦୁତକରଣ ହେଉଛି । “ଆଜି ଦେଶର ଶତକଡ଼ା ୯୦ ଭାଗ ରେଳ ବ୍ୟବସ୍ଥାର ବିଦୁତକରଣ ହୋଇଛି । ଉତ୍ତରାଖଣ୍ଡରେ ଶତ ପ୍ରତିଶତ ବିଦୁତକରଣ ସଫଳତାର ସହ ସମ୍ପନ୍ନ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ବିକାଶ କାର୍ଯ୍ୟର ଶ୍ରେୟ ଉତ୍ତମ ଅଭିପ୍ରାୟ, ନୀତି ଓ ଉତ୍ସର୍ଗୀକୃତ ଭାବନାକୁ ଦେଇଥିଲେ । ୨୦୧୪ ତୁଳନାରେ ରେଳ ବଜେଟରେ ବ୍ୟୟ ବରାଦ ବୃଦ୍ଧି ଉତ୍ତରାଖଣ୍ଡକୁ ସିଧାସଳଖ ଲାଭ ପହଂଚାଇଛି । ୨୦୧୪ ମସିହାର ପାଞ୍ଚବର୍ଷ ଆଗରୁ ହାରାହାରି ବଜେଟ ପରିମାଣ ୨୦୦ କୋଟି ଟଙ୍କା ଥିବାବେଳେ ଏହା ବର୍ତ୍ତମାନ ୨୫ ଗୁଣ ବୃଦ୍ଧି ପାଇ ପାଞ୍ଚ ହଜାର କୋଟି ଟଙ୍କାରେ ପହଂଚିଛି । ପ୍ରଧାନମନ୍ତ୍ରୀ ସଂଯୋଗୀକରଣର ଅସୁବିଧା ଯୋଗୁ ଗ୍ରାମାଞ୍ଚଳର ଜନସାଧାରଣ ଅନ୍ୟତ୍ର ପଳାୟନ କରୁଥିଲେ । ବର୍ତ୍ତମାନ ସରକାର ପିଢ଼ି ପରେ ପିଢ଼ି ଆଉ ଅକଥନୀୟ ଦୁର୍ଦଶା ଭୋଗୁଥିବା ଏହି ଅସୁବିଧାକୁ ଦୂର କରିବାକୁ ଚାଂହୁଛନ୍ତି । ଏହାଛଡ଼ା ଆଧୁନିକ ସଂଯୋଗୀକରଣ ବ୍ୟବସ୍ଥା ଯୋଗୁ ଆମର ସୀମାରେ ଦେଶରକ୍ଷା କରୁଥିବା ସୈନିକମାନେ ମଧ୍ୟ ସୁବିଧା ପାଇପାରିବେ ।

ଉଦବୋଧନ ପରିସମାପ୍ତି ଘଟାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଉତ୍ତରାଖଣ୍ଡର ବିକାଶ ପାଇଁ ଅଙ୍ଗୀକାରବଦ୍ଧ ଓ ଉତ୍ତରାଖଣ୍ଡର ବିକାଶରେ ହିଁ ଦେଶର ବିକାଶ ନିହିତ । “ଦେଶ ଆଉ ବର୍ତ୍ତମାନ ସ୍ଥିର ବସିବ ନାହିଁ । ଏହା ନିଜକୁ ବାଟ କଢ଼ାଇବ । ବଂଦେ ଭାରତ ଗତିରେ ସମଗ୍ର ଭାରତ ଆଗେଇ ଚାଲିଛି ଓ ଆଗେଇ ଚାଲିଥିବ ମଧ୍ୟ” କହି ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନର ପରିସମାପ୍ତି ଘଟାଇଥିଲେ ।

ପୃଷ୍ଠଭୂମି:

ଉତ୍ତରାଖଣ୍ଡରେ ଏହା ହେଉଛି ପ୍ରଥମ ବଂଦେ ଭାରତ ଏକ୍ସପ୍ରେସ ଟ୍ରେନ । ବିଶ୍ୱସ୍ତରୀୟ ସୁବିଧା ସହ ଏହା ଭ୍ରମଣ ଅଭିଜ୍ଞତାରେ ଏକ ନୂତନ ମୋଡ଼ ଦେବ । କବଚ ବୈଷୟିକ ଜ୍ଞାନ ସହ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି ଟ୍ରେନ ନିର୍ମିତ ହୋଇଛି । ଏହି ନୂତନ ବଂଦେ ଭାରତ ଏକ୍ସପ୍ରେସ ଡେରାଡୁନରୁ ଦିଲ୍ଲୀ ପହଂଚିବା ପାଇଁ ସାଢ଼େ ଚାରି ଘଣ୍ଟା ସମୟ ନେବ ।

ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ସାଧାରଣ ପରିବହନ ଉପଲବ୍ଧତା ଦୃଷ୍ଟିକୋଣରୁ ଭାରତୀୟ ରେଳବାଇ ଦେଶର ସମସ୍ତ ରେଳପଥର ବିଦୁତକରଣ କରିବା ଦିଗରେ ଆଗେଇ ଚାଲିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆଜି ଉତ୍ତରାଖଣ୍ଡର ଏହି ବିଦୁତକରଣ ଲାଇନକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିସହ ଉତ୍ତରାଖଣ୍ଡର ସମ୍ପୂର୍ଣ୍ଣ ରେଳପଥର ବିଦୁତକରଣ ସମ୍ପନ୍ନ ହୋଇଛି । ବିଦୁତ ଶକ୍ତି ଦ୍ୱାରା ଚାଳିତ ଟ୍ରେନର ଗତି ବୃଦ୍ଧି ପାଇବା ସହ ଏହାର ମାଲ୍ ପରିବହନ କ୍ଷମତା ମଧ୍ୟ ବୃଦ୍ଧି ପାଇବ ।

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win