ନୂତନ ଭାବେ ବିଦ୍ୟୁତକରଣ ହୋଇଥିବା ରେଳ ଟ୍ରାକ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଉତ୍ତରାଖଣ୍ଡକୁ ଶତ ପ୍ରତିଶତ ରେଳଲାଇନ ବିଦ୍ୟୁତକରଣ ହୋଇଥିବା ରାଜ୍ୟ ଭାବେ କଲେ ଘୋଷଣା
“ଦିଲ୍ଲୀ-ଡେରାଡୁନ ବଂଦେ ଭାରତ ଏକ୍ସପ୍ରେସ ଭ୍ରମଣଗତ ସୁଗମତା ସୁନିଶ୍ଚିତ କରିବା ସହ ନାଗରିକମାନଙ୍କୁ ଅଧିକ ଆରାମ ଦେବ”
“ଯେତେବେଳେ ଆର୍ଥିକ ମଜଭୁତିକରଣ ଓ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ ପ୍ରଶ୍ନ ଉଠେ ସେତେବେଳେ ବିଶ୍ୱ ନିମନ୍ତେ ଭାରତ ହିଁ ଏକ ଆଶାର କିରଣ ଭାବେ ଉଭା ହୋଇଥାଏ”
“ଏହି ଦଶନ୍ଧି ଉତ୍ତରାଖଣ୍ଡର ଦଶନ୍ଧି ହେବାକୁ ଯାଉଛି”
“ଦେବଭୂମି ବିଶ୍ୱର ଆଧ୍ୟାତ୍ମିକ ସଚେତନତାର କେନ୍ଦ୍ର ହେବ”
“ଉତ୍ତରାଖଣ୍ଡ ନିମନ୍ତେ ବିକାଶର ନବରତ୍ନ ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରୁଛନ୍ତି”
“ଡବଲ ଇଞ୍ଜିନ ସରକାର ଦ୍ୱିଗୁଣ ଶକ୍ତି ଓ ଗତିରେ କାର୍ଯ୍ୟ କରୁଛି”
“ଭିତ୍ତିଭୂମିର ସାମର୍ଥ୍ୟକୁ ପୁଞ୍ଜି କରି ଏକବିଂଶ ଶତାବ୍ଦୀର ଭାରତ ସଫଳ ବିକାଶର ଉଚ୍ଚତମ ଶିଖର ଛୁଇଁବାରେ ସମର୍ଥ ହେବ”
“ଆଗାମୀ ଦିନରେ ପର୍ବତମାଳା ପ୍ରକଳ୍ପ ରାଜ୍ୟର ଭାଗ୍ୟ ପରିବର୍ତ୍ତନ କରିବା ପାଇଁ ଯାଉଛି”
“ସଠିକ ଅଭିପ୍ରାୟ, ନୀତି ଏବଂ ଉତ୍ସର୍ଗ ଭାବ ବିକାଶକୁ ଆଗେଇ ନେଉଛି”
“ଦେଶ ଏବେ ଆଉ ଅଟକିବ ନାହିଁ, ଏବେ ଏହା ଗତି ଧରି ନେଇଛି । ସମଗ୍ର ଦେଶ ବର୍ତ୍ତମାନ ବଂଦେ ଭାରତର ଗତି ଧରି ନେଇଛି ଓ ଏହା ଆଗେଇ ଚାଲିବ”

ନମସ୍କାର ଜୀ!

ଉତ୍ତରାଖଣ୍ଡର ରାଜ୍ୟପାଳ ଶ୍ରୀ ଗୁରମିତ ସିଂହ ଜୀ, ଉତ୍ତରାଖଣ୍ଡର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମି, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଉତ୍ତରାଖଣ୍ଡ ସରକାରଙ୍କ ମନ୍ତ୍ରୀ, ବିଭିନ୍ନ ସାଂସଦ, ବିଧାୟକ, ମହାପୋର, ଜିଲ୍ଲା ପରିଷଦ ସଦସ୍ୟ, ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି, ଏବଂ ଉତ୍ତରାଖଣ୍ଡର ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ! ବଂଦେ ଭାରତ ଏକ୍ସପ୍ରେସ ଟ୍ରେନ ପାଇଁ ଆପଣ ସମସ୍ତ ଉତ୍ତରାଖଣ୍ଡବାସୀଙ୍କୁ ବହୁତ ବହୁତ ଶୁଭେଚ୍ଛା ।

ଦିଲ୍ଲୀରୁ ଡେରାଡୁନ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ ଦ୍ରୁତ ଗତିରେ ଦେଶର ରାଜଧାନୀକୁ ଦେବଭୂମି ସହିତ ଯୋଡ଼ିବ, ବର୍ତ୍ତମାନ ଏହି ବଂଦେ ଭାରତ ଟ୍ରେନ ଦ୍ୱାରା ଦିଲ୍ଲୀ-ଡେରାଡୁନ ମଧ୍ୟରେ ଯାତ୍ରାର ସମୟ ମଧ୍ୟ କମ୍ ହୋଇଯିବ। ଏହି ଟ୍ରେନର ବେଗ ତା’ନିଜ ସ୍ଥାନରେ ରହିଛି, କିନ୍ତୁ ସୁବିଧାଗୁଡ଼ିକ ମଧ୍ୟ ଯାତ୍ରା ସମୟରେ ସୁଖଦ ଆଣିଦେବ ।

 

ସାଥୀମାନେ,

ମୁଁ ବର୍ତ୍ତମାନ କିଛି ଘଣ୍ଟା ପୂର୍ବରୁ ତିନି ଦେଶର ଯାତ୍ରାରୁ ଫେରିଲି । ଆଜି ପୂରା ବିଶ୍ୱ ଭାରତ ଆଡ଼କୁ ବଡ଼ ଆଶାର ସହିତ ଦେଖୁଛି । ଭାରତୀୟମାନେ ଯେଉଁଭଳି ଭାବରେ ଆମର ଅର୍ଥନୀତିକୁ ମଜବୁତ କରିଛନ୍ତି, ଯେଉଁଭଳି ଭାବରେ ଦାରିଦ୍ର୍ୟତା ସହିତ ଲଢୁଛନ୍ତି, ତାହାଦ୍ୱାରା ସମଗ୍ର ବିଶ୍ୱର ଭରସା ଆମ ଉପରେ ବଢ଼ିଯାଇଛି । ଆମେ ସମସ୍ତେ ମିଳିମିଶି କରୋନାର ଆହ୍ୱାନ ସହିତ ମୁକାବିଲା କରିବାରେସଫଳ ହେଉ, ଯେତେବେଳେ ଅନେକ ବଡ଼ ବଡ଼ ଦେଶ ତାହା ସହିତ ଯୁଦ୍ଧ କରୁଥିଲା । ଆମେ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ କଲୁ । ଆଜି ସମଗ୍ର ବିଶ୍ୱରେ ଭାରତର ଚର୍ଚ୍ଚା ହେଉଛି । ସମଗ୍ର ବିଶ୍ୱରୁ ଲୋକମାନେ ଭାରତକୁ ଦେଖିବା ପାଇଁ ଏବଂ ବୁଝିବା ପାଇଁ ଭାରତ ଆସିବାକୁ ପସନ୍ଦ କରୁଛନ୍ତି । ଏମିତି ମୁଁ ଉତ୍ତରାଖଣ୍ଡ ଭଳି ସୁନ୍ଦର ରାଜ୍ୟ ପାଇଁ ଏହା ଏକ ଉତ୍ତମ ସୁଯୋଗ ଅଟେ । ଏହି ବଂଦେ ଭାରତ ଏକ୍ସପ୍ରେସ ଉତ୍ତରାଖଣ୍ଡକୁ ମଧ୍ୟ ଏହି ଅବସରରେ ଭରପୂର ଲାଭ ଉଠାଇବାରେ ସାହାଯ୍ୟ କରିବ ।

ସାଥୀମାନେ,

ଉତ୍ତରାଖଣ୍ଡ ଦେବଭୂମି ଅଟେ । ମୋର ମନେ ଅଛି ଯେତେବେଳେ ମୁଁ ବାବା କେଦାରଙ୍କ ଦର୍ଶନ କରିବାକୁ ଯାଇଥିଲି ସେତେବେଳେ ଅତି ସହଜରେ ମନରେ କିଛି ଉତ୍ପନ୍ନ ହୋଇଥିଲା ଏହା ବାବା କେଦାରଙ୍କ ଆଶୀର୍ବାଦ ରୂପରେ ଥିଲେ ଏବଂ ମୁଁ ସେତେବେଳେ କହିଥିଲି ଯେ ଏହି ଦଶନ୍ଧି ଉତ୍ତରାଖଣ୍ଡର ଦଶନ୍ଧି ହେବ । ଉତ୍ତରାଖଣ୍ଡ ଯେଉଁଭଳି ଭାବରେ ଆଇନ ବ୍ୟବସ୍ଥାକୁ ସର୍ବାଗ୍ରେ ରଖି ବିକାଶର ଅଭିଯାନକୁ ଆଗକୁ ବଢ଼ାଉଛି, ତାହା ଅଭିନନ୍ଦନୀୟ ଅଟେ । ଏହି ଦେବଭୂମିର ପରିଚୟକୁ ବଞ୍ଚାଇ ରଖିବା ମଧ୍ୟ ଜରୁରୀ ଅଟେ ଏବଂ ମୋର ବିଶ୍ୱାସ ଅଛି ଯେ ନିକଟ ଭବିଷ୍ୟତରେ ଏହି ଦେବଭୂମି ସମଗ୍ର ବିଶ୍ୱରେ ଆଧ୍ୟାତ୍ମିକ ଚେତନାର ଆକର୍ଷଣର କେନ୍ଦ୍ର ହେବ । ଏହି କ୍ଷମତାର ଅନୁରୂପ ହିଁ ଆମକୁ ଉତ୍ତରାଖଣ୍ଡର ବିକାଶ କରିବାକୁ ହେବ ।

ପ୍ରତ୍ୟେକ ବର୍ଷ ଚାରିଧାମ ଯାତ୍ରାରେ ଆସୁଥିବା ତୀର୍ଥ ଯାତ୍ରୀମାନଙ୍କର ସଂଖ୍ୟା ଗତ ସମସ୍ତ ରେକର୍ଡକୁ ଭାଙ୍ଗିଛି ଏବଂ ନୂତନ ରେକର୍ଡ ସ୍ଥାପିତ କରିଛି । ବର୍ତ୍ତମାନ ସମୟରେ ବାବା କେଦାରଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କର ଭିଡ଼ ବଢ଼ିବାରେ ଲାଗିଛି । ହରିଦ୍ୱାରରେ ଆୟୋଜିତ ହେବାକୁ ଥିବା କୁମ୍ଭ ଏବଂ ଅର୍ଦ୍ଧ କୁମ୍ଭରେ ସମଗ୍ର ବିଶ୍ୱରୁ କୋଟି କୋଟି ଶ୍ରଦ୍ଧାଳୁ ଆସିଥାନ୍ତି । ପ୍ରତ୍ୟେକ ବର୍ଷ ହେବାକୁ ଥିବା କାମ୍ବଡ଼ ଯାତ୍ରା ସମୟରେ ଲକ୍ଷ ଲକ୍ଷ ଲୋକମାନେ ଉତ୍ତରାଖଣ୍ଡରେ ପହଂଚିଥାନ୍ତି । ଦେଶରେ ବହୁତ କମ୍ ରାଜ୍ୟ ଅଛି ଯେଉଁଠି ଏତେ ବଡ଼ ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଥାଏ। ଭକ୍ତମାନଙ୍କର ଏହି ସଂଖ୍ୟା ମଧ୍ୟ ଏକ ଉପହାର ଅଟେ ଏବଂ ଏତେ ବଡ଼ ସଂଖ୍ୟାକୁ ସମ୍ଭାଳିବା ମଧ୍ୟ ଏକ ଅତ୍ୟନ୍ତ କଠିନ କାର୍ଯ୍ୟ ଅଟେ । ଏହି କଠିନ କାର୍ଯ୍ୟକୁ ସହଜ କରିବା ପାଇଁ ଡବଲ ଇଞ୍ଜିନ ସରକାର ଦ୍ୱିଗୁଣ ଗତି ଏବଂ ଦ୍ୱିଗୁଣ ଶକ୍ତିର କାର୍ଯ୍ୟ କରିଥାଏ ।

ଭାଜପା ସରକାର ବିକାଶର ନବରତ୍ନଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ପ୍ରଥମ ୧୩୦୦ କୋଟି ଟଙ୍କାର ଅନୁମତି ଦେବା ଦ୍ୱାରା କେଦାରନାଥ-ବଦ୍ରିନାଥ ଧାମର ପୁନର୍ନିମାଣ । ଦ୍ୱିତୀୟ, ଗୋବିନ୍ଦଘାଟ-ହେମକୁଣ୍ଡ ସାହିବଙ୍କର ରୋପ୍ ୱେ କାର୍ଯ୍ୟ, ତୃତୀୟ ମାନସଖଣ୍ଡ ମନ୍ଦିରମାଳା ମିଶନ, କୁମାୟୁଁର ପ୍ରାଚୀନ ମନ୍ଦିରଗୁଡ଼ିକୁ ସୁନ୍ଦର କରିବା ପାଇଁ ଚତୁର୍ଥରେ ପୂରା ପ୍ରଦେଶରେ ହୋମ୍ ଷ୍ଟେକୁ ଅଗ୍ରାଧିକାର ଦେବା । ମୋତେ କୁହାଯାଇଛି ଯେ ପ୍ରଦେଶରେ ୪୦୦୦ରୁ ଅଧିକ ହୋମ୍ ଷ୍ଟେ’ର ରେଜିଷ୍ଟ୍ରେସନ ହୋଇସାରିଛି । ପଞ୍ଚମରେ ୧୬ଟି ପରିବେଶ ପର୍ଯଟନସ୍ଥଳୀର ବିକାଶ, ଷଷ୍ଠରେ ଉତ୍ତରାଖଣ୍ଡରେ ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ । ଉଦ୍ଦମସିଂ ନଗରରେ ଏମ୍ସର ଉପଗ୍ରହ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଉଛି । ସପ୍ତମରେ ପ୍ରାୟ ୨୦୦୦ କୋଟି ଟଙ୍କାରେ ଲାଗିବାକୁ ଥିବା ଟେହେରୀ ହ୍ରଦର ବିକାଶ ପରିଯୋଜନା । ଅଷ୍ଟମରେ ରିଷିକେଷ-ହରିଦ୍ୱାରକୁ ସାହସିକ ପର୍ଯ୍ୟଟନ ଏବଂ ଯୋଗର ରାଜଧାନୀ ଭାବରେ ବିକଶିତ କରିବା ଏବଂ ନବମରେ ତନକପୁର-ବାଗେଶ୍ୱର ରେଳ ଲାଇନ । ଏହି ରେଳ ଲାଇନର କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବ । ଆପଣମାନେ ଗୋଟିଏ କଥା ଶୁଣିଥିବେ- ଆଇସିଙ୍ଗ୍ ଅନ୍ କେକ୍ । ଏଥିପାଇଁ ଧାମି ଜୀଙ୍କ ସରକାର ଏହି ନବରତ୍ନର ମାଳା ବିଚ୍ଛୁରିତ କରିବା ପାଇଁ ଏଠିକାର ଭିତ୍ତିଭୂମି ପ୍ରକଳ୍ପକୁ ନୂତନ ଗତି ଦେଇଛନ୍ତି । ୧୨ ହଜାର କୋଟି ଟଙ୍କାର ଚାରିଧାମ ମେଗା ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଛି । ଦିଲ୍ଲୀ-ଡେରାଡୁନ ଏବଂ ଦିଲ୍ଲୀ ମଧ୍ୟରେ ଯାତ୍ରା ସହଜ ହୋଇଯିବ । ଉତ୍ତରାଖଣ୍ଡରେ ସଡ଼କ ଯୋଗାଯୋଗ ସହିତ ରୋପ୍ ୱେ ସଂଯୋଗର ମଧ୍ୟ ବଡ଼ ଆକାରରେ ବିକାଶ କରାଯାଉଛି । ପର୍ବତମାଳା ଯୋଜନା ନିକଟ ଭବିଷ୍ୟତରେ ଉତ୍ତରାଖଣ୍ଡର ଭାଗ୍ୟ ବଦଳିବାକୁ ଯାଉଛି । ଏଥିପାଇଁ ଯେଉଁ ସଂଯୋଗୀକରଣକୁ ଉତ୍ତରାଖଣ୍ଡର ଲୋକମାନେ ବହୁବର୍ଷ ଧରି ଅପେକ୍ଷା କରିଥିଲେ, ସେହି ଅପେକ୍ଷା ମଧ୍ୟ ଆମ ସରକାର ସମାପ୍ତ କରୁଛନ୍ତି ।

 

ରିଷିକେଷ - କର୍ଣ୍ଣପ୍ରୟାଗ ରେଳ ପ୍ରକଳ୍ପ ଦୁଇ ତିନି ବର୍ଷରେ ପୂରଣ ହେବ । ଏହି ପ୍ରକଳ୍ପ ଉପରେ ୧୬,୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଉଛି । ରିଷିକେଷ - କର୍ଣ୍ଣପ୍ରୟାଗ ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଉତ୍ତରାଖଣ୍ଡର ଏକ ବଡ଼ ଅଂଶ ରାଜ୍ୟର ଲୋକମାନଙ୍କୁ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ସୁଲଭ ହୋଇଯିବ । ଏହାର ପରିଣାମସ୍ୱରୂପ ଏଠାରେ ନିବେଶ, ଉଦ୍ୟୋଗର ବିକାଶ ଏବଂ ରୋଜଗାରର ନୂତନ ଅବସର ସୃଷ୍ଟି ହେବ ଏବଂ ଦେବଭୂମିର ବିକାଶର ଏହି ମହା ଅଭିଯାନ ମଧ୍ୟରେ ବଂଦେ ଭାରତ ଟ୍ରେନ୍ ଉତ୍ତରାଖଣ୍ଡର ଜନତାଙ୍କ ପାଇଁ ଏକ ଭବ୍ୟ ଉପହାର ଭାବେ ପ୍ରମାଣିତ ହେବ ।

ସାଥୀମାନେ,

ଆଜି ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏକ ପର୍ଯ୍ୟଟନ ହବ, ଆଡଭେଞ୍ଚର ପର୍ଯ୍ୟଟନ ହବ, ଚଳଚ୍ଚିତ୍ର ସୁଟିଂ ଗନ୍ତବ୍ୟସ୍ଥଳ ଏବଂ ବିବାହ ସ୍ଥଳ ଭାବରେ ଦ୍ରୁତ ଗତିରେ ଉଭା ହେଉଛି । ଆଜି ଉତ୍ତରାଖଣ୍ଡର ନୂତନ ସ୍ଥାନ ଏବଂ ପର୍ଯ୍ୟଟନ କେନ୍ଦ୍ର ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ବଂଦେ ଭାରତ ଟ୍ରେନରୁ ମଧ୍ୟ ସେମାନଙ୍କୁ ବହୁତ ସାହାଯ୍ୟ ମିଳିବ । ବର୍ତ୍ତମାନ ବଂଦେ ଭାରତ ଟ୍ରେନ ଦେଶର କୋଣ ଅନୁକୋଣରେ ଚାଲିବା ଆରମ୍ଭ କରିଛି । ପରିବାର ସହିତ ଦୀର୍ଘ ଦୂରତା ଯାତ୍ରା କରିବାକୁ ଇଚ୍ଛା କରୁଥିବା ଲୋକମାନଙ୍କର ଏହା ପ୍ରଥମ ପସନ୍ଦ ହୋଇଛି । ଏମିତି ଭାବରେ ବଂଦେ ଭାରତ ବର୍ତ୍ତମାନ ଭାରତର ସାଧାରଣ ପରିବାରର ପ୍ରଥମ ପସନ୍ଦ ପାଲଟିଛି ।

 

ଭାଇ ଏବଂ ଭଉଣୀମାନେ,

ଏକବିଂଶ ଶତାବ୍ଦୀର ଭାରତ, ଏହାର ଭିତ୍ତିଭୂମିର ଆଧୁନିକୀକରଣ ଦ୍ୱାରା ଆହୁରି ଅଧିକ ଦ୍ରୁତ ଗତିରେ ବିକାଶ କରିପାରିବ । ପୂର୍ବରୁ ଦୀର୍ଘଦିନ ଧରି କ୍ଷମତାରେ ଥିବା ଦଳମାନେ କେବେ ହେଲେ ଦେଶର ଏହି ଆବଶ୍ୟକତାକୁ ବୁଝିପାରି ନ ଥିଲେ । ସେହି ଦଳଗୁଡ଼ିକର ଧ୍ୟାନ କେବଳ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଉପରେ ଥିଲା, ସେମାନେ ଭାଇ-ବନ୍ଧୁବାନ୍ଧବଙ୍କ ପର୍ଯ୍ୟନ୍ତ ସୀମତ ରହିଥିଲେ । ସେମାନଙ୍କ ମଧ୍ୟରେ ଏହି ଆତ୍ମୀୟତା ମଧ୍ୟରୁ ବାହାରିବା ପାଇଁ ଶକ୍ତି ନ ଥିଲା । ପୂର୍ବ ସରକାରମାନେ ମଧ୍ୟ ଭାରତରେ ହାଇସ୍ପିଡ୍ ଟ୍ରେନକୁ ନେଇ ବଡ଼ ବଡ଼ ଦାବି କରିଥିଲେ । ସେମାନେ ଏହି ଦାବି କରିବା ଅନେକ ବର୍ଷ ବିତିଯାଇଛି । ହାଇସ୍ପିଡ୍ ଟ୍ରେନଗୁଡ଼ିକୁ ଛାଡ଼ିଦିଅ; ସେମାନେ ରେଳ ନେଟୱର୍କରୁ ମାନବବିହୀନ ଫାଟକକୁ ମଧ୍ୟ ଅପସାରଣ କରିପାରିଲେ ନାହିଁ । ରେଲୱେ ବିଦୁତକରଣର ଅବସ୍ଥା ମଧ୍ୟ ଆହୁରି ଖରାପ ଥିଲା । ୨୦୧୪ ସୁଦ୍ଧା, ଦେଶର ରେଳ ନେଟୱର୍କର ଏକ ତୃତୀୟାଂଶ ବିଦୁତକରଣ କରାଯାଇଥିଲା । ଏଭଳି ଭାବରେ ଦ୍ରୁତଗାମୀ ଟ୍ରେନ୍ ଚଳାଇବା ସମ୍ପର୍କରେ ଚିନ୍ତା କରିବା ମଧ୍ୟ ସମ୍ଭବ ନ ଥିଲା । ଆମେ ୨୦୧୪ ପରେ ରେଳବାଇକୁ ରୂପାନ୍ତର କରିବା ପାଇଁ ଚାରି ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲୁ । ଗୋଟିଏ ପଟେ ଆମ ଦେଶର ପ୍ରଥମ ହାଇସ୍ପିଡ୍ ଟ୍ରେନର ସ୍ୱପ୍ନକୁ ସାକାର କରିବା ଆରମ୍ଭ କରିଥିଲୁ, ଅନ୍ୟପଟେ ଆମେ ପୂରା ଦେଶକୁ ସେମି ହାଇସ୍ପିଡ୍ ଟ୍ରେନ୍ ପାଇଁ ପ୍ରସ୍ତୁତ କରିବା ଆରମ୍ଭ କରିଥିଲୁ । ୨୦୧୪ ମସିହା ପୂର୍ବରୁ ଯେତେବେଳେ ପ୍ରତ୍ୟେକ ବର୍ଷ ହାରାହାରି ୬୦୦ କିଲୋମିଟର ରେଳ ଲାଇନର ବିଦୁତକରଣ ହେଉଥିଲା, ବର୍ତ୍ତମାନ ପ୍ରତ୍ୟେଖ ବର୍ଷ ୬୦୦୦ କିଲୋମିଟର ରେଳ ଲାଇନର ବିଦୁତକରଣ କରାଯାଉଛି । ୬୦୦ କିଲୋମିଟର ଏବଂ ୬୦୦୦ କିଲୋମିଟର ମଧ୍ୟରେ ପାର୍ଥକ୍ୟ ଦେଖନ୍ତୁ। ଫଳସ୍ୱରୂପ, ଦେଶର ୯୦ ପ୍ରତିଶତରୁ ଅଧିକ ରେଳ ନେଟୱର୍କର ବିଦୁତକରଣ କରାଯାଇଛି । ଉତ୍ତରାଖଣ୍ଡରେ ସମସ୍ତ ରେଳ ନେଟୱର୍କର ଶତ ପ୍ରତିଶତ ବିଦୁତକରଣ କରାଯାଇଛି ।

ଭାଇ ଏବଂ ଭଉଣୀମାନେ,

ଏହା ଏଥିପାଇଁ ସମ୍ଭବ ହୋଇପାରିଛି, କାରଣ ଆଜି ବିକାଶ, ନୀତି ଏବଂ ବିଶ୍ୱାସ ସଠିକ ଭାବରେ ପ୍ରତିପାଦିତ ହୋଇଛି। ୨୦୧୪ ତୁଳନାରେ ରେଳ ବଜେଟରେ ଯେଉଁ ବୃଦ୍ଧିପାଇଛି, ତା’ର ସିଧାସଳଖ ଲାଭ ଉତ୍ତରାଖଣ୍ଡକୁ ହୋଇଛି । ୨୦୧୪ ପୂର୍ବରୁ ୫ ବର୍ଷ ମଧ୍ୟରେ ଉତ୍ତରାଖଣ୍ଡ ପାଇଁ ହାରାହାରି ୨୦୦ କୋଟିରୁ କମ୍ ଟଙ୍କା ଆବଣ୍ଟନ କରାଯାଇଥିଲା । ଏବଂ ବର୍ତ୍ତମାନ ଅଶ୍ୱିନୀ ଜୀ ଏହା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ଏତେ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ପାଇଁ ୨୦୦ କୋଟି ଟଙ୍କାରୁ ମଧ୍ୟ କମ୍ ଏବଂ ରେଳର ଅଭାବ! ଚଳିତ ବର୍ଷ ଉତ୍ତରାଖଣ୍ଡର ରେଳ ବଜେଟ୍ ୫ ହଜାର କୋଟି ଟଙ୍କା ଅଟେ । ଏହା ୨୫ ଗୁଣ ବୃଦ୍ଧି ପାଇଛି । ଏହି କାରଣରୁ ଆଜି ରେଳବାଇର ଉତ୍ତରାଖଣ୍ଡର ନୂତନ ଅଞ୍ଚଳକୁ ବିସ୍ତାର କରୁଛି । ଉତ୍ତରାଖଣ୍ଡରେ କେବଳ ରେଳ ନୁହେଁ, ଆଧୁନିକ ରାଜପଥ ମଧ୍ୟ ଅଭୁତପୂର୍ବ ଭାବେ ବିସ୍ତାର ହେଉଛି । ମୁଁ ବୁଝିପାରୁଛି ଯେ ଉତ୍ତରାଖଣ୍ଡ ଭଳି ପାହାଡ଼ି ରାଜ୍ୟ ପାଇଁ ଏହି ସଂଯୋଗୀକରଣ କେତେ ମହତ୍ୱପୂର୍ଣ୍ଣ ଅଟେ, ଅତୀତରେ ସଂଯୋଗୀକରଣର ଅଭାବରେ ଗ୍ରାମଗୁଡ଼ିକ କିପରି ପରିତ୍ୟକ୍ତ ହୋଇଥିବାର ଯନ୍ତ୍ରଣା ଆମେ ବୁଝିପାରୁଛୁ । ଆମେ ଆଗାମୀ ପିଢ଼ିକୁ ସେହି ପୀଡ଼ାରୁ ରକ୍ଷା କରିବାକୁ ଚାହୁଁଛି। ପର୍ଯ୍ୟଟନ, କୃଷି ଏବଂ ଶିଳ୍ପ ମାଧ୍ୟମରେ ଉତ୍ତରାଖଣ୍ଡରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ, ଏଥିପାଇଁ ଆମେ ଆଜି କଠିନ ପରିଶ୍ରମ କରୁଛୁ । ଏହି ଆଧୁନିକ ସଂଯୋଗୀକରଣ ମଧ୍ୟ ଆମର ସୀମା ପର୍ଯ୍ୟନ୍ତ ପ୍ରବେଶ କରିବାରେ ସହଜ ହେବ ଏବଂ ଦେଶର ପ୍ରତିରକ୍ଷା କାର୍ଯ୍ୟରେ ନିୟୋଜିତ ଆମର ସୈନିକମାନଙ୍କ ସୁବିଧା ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ।

ଭାଇ ଏବଂ ଭଉଣୀମାନେ,

ଆମର ଡବଲ ଇଞ୍ଜିନ୍ ସରକାର ଉତ୍ତରାଖଣ୍ଡର ବିକାଶ ପାଇଁ ପ୍ରତିବଦ୍ଧ ଅଟନ୍ତି । ଉତ୍ତରାଖଣ୍ଡର ଦ୍ରୁତ ବିକାଶ ଭାରତର ଦ୍ରୁତ ବିକାଶରେ ମଧ୍ୟ ସହାୟକ ହେବ । ଏବଂ ଦେଶ ବର୍ତ୍ତମାନ ଅଟକିବ ନାହିଁ, କାରଣ ବର୍ତ୍ତମାନ ସେ ନିଜର ଗତି ଧରି ରଖିଛି । ସମଗ୍ର ଦେଶ ବଂଦେ ଭାରତର ଗତି ସହିତ ଆଗକୁ ବଢୁଛି ଏବଂ ଆଗକୁ ବଢୁଥିବ । ପୁଣିଥରେ ଆପଣ ସମସ୍ତଙ୍କୁ ଉତ୍ତରାଖଣ୍ଡର ପ୍ରଥମ ବଂଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ପାଇଁ ବହୁତ ବହୁତ ଅଭିନନ୍ଦନ ଏବଂ ଶୁଭକାମନା । ଏବଂ ଆଜିକାଲି ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ବାବା କେଦାର, ବଦ୍ରିବିଶାଳ, ୟମୁନୋତ୍ରୀ ଏବଂ ଗଂଗୋତ୍ରୀର ଦର୍ଶନ କରୁଛନ୍ତି । ଏକା ସାଙ୍ଗରେ ବଂଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ମଧ୍ୟ ସେମାନଙ୍କ ପାଇଁ ଅତ୍ୟନ୍ତ ସୁଖଦ ଅନୁଭୂତି ହେବ । ମୁଁ ପୁଣିଥରେ ବାବା କେଦାରଙ୍କ ଚରଣରେ ପ୍ରଣାମ କରୁଛି ଏବଂ ଦେବଭୂମିକୁ ପ୍ରଣାମ କରୁଛି ଏବଂ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Leads International Yoga Day Event In Kolkata, Says It Has Become 'World's Biggest Festival'

Media Coverage

PM Modi Leads International Yoga Day Event In Kolkata, Says It Has Become 'World's Biggest Festival'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in mishap in Tiruvallur district of Tamil Nadu
June 21, 2026

The Prime Minister, Shri Narendra Modi has expressed deep grief over the loss of lives due to a mishap in Tiruvallur district of Tamil Nadu.

The Prime Minister conveyed his condolences to those who have lost their loved ones.

Shri Modi also prayed for the speedy recovery of the injured.

The Prime Minister’s Office posted on X;

“Deeply pained to hear about the loss of lives due to a mishap in Tiruvallur district of Tamil Nadu. My condolences to those who have lost their loved ones. Praying for the speedy recovery of the injured: PM @narendramodi”