ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍‌ଆର୍‌ଟିଏସ୍ କରିଡରର ପ୍ରମୁଖ ବିଭାଗ ଉଦ୍‌ଘାଟନ
ସାହିବାବାଦରୁ ଦୁହାଇ ଡିପୋକୁ ସଂଯୋଗ କରୁଥିବା ନମୋ ଭାରତ ରାପିଡ୍ ଏକ୍ସ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ
​ବେଙ୍ଗାଲୁରୁ ମେଟ୍ରୋର ପୂର୍ବ - ପଶ୍ଚିମ କରିଡରର ଦୁଇଟି ଅଂଶକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ
​"ଦିଲ୍ଲୀ - ମିରଟ ଆର୍‌ଆର୍‌ଟିଏସ୍ କରିଡର ଆଞ୍ଚଳିକ ଯୋଗାଯୋଗରେ ଯଥେଷ୍ଟ ପରିବର୍ତ୍ତନ ଆଣିବ"
​"ଆଜି ଠାରୁ ଆରମ୍ଭ ହୋଇଛି ଭାରତର ପ୍ରଥମ ରାପିଡ୍ ରେଳ ସେବା ନମୋ ଭାରତ ଟ୍ରେନ୍"
"ନମୋ ଭାରତ ଟ୍ରେନ୍ ନୂତନ ଭାରତର ନୂତନ ଯାତ୍ରା ଏବଂ ଏହାର ନୂତନ ସଂକଳ୍ପକୁ ନିର୍ଦ୍ଧାରଣ କରୁଛି"
​"ନୂତନ ମେଟ୍ରୋ ସୁବିଧା ପାଇଁ ମୁଁ ବେଙ୍ଗାଲୁରୁବାସୀଙ୍କୁ ଅଭିନନ୍ଦନ ଜଣାଉଛି"
​"ନମୋ ଭାରତ ଟ୍ରେନ୍ ହେଉଛି ଭାରତର ଆଶାଜନକ ଭବିଷ୍ୟତର ଝଲକ"
​"ଅମୃତ ଭାରତ, ବନ୍ଦେ ଭାରତ ଓ ନମୋ ଭାରତ ଏହି ଦଶନ୍ଧି ଶେଷ ସୁଦ୍ଧା ଆଧୁନିକ ରେଳପଥର ପ୍ରତୀକ ପାଲଟିବ"
​"ଦିଲ୍ଲୀ, ଉତ୍ତର ପ୍ରଦେଶ ହେଉ କି କର୍ଣ୍ଣାଟକ, ପ୍ରତ୍ୟେକ ସହରରେ ଆଧୁନିକ ଓ ସବୁଜ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି"
​"ଆପଣମାନେ ମୋର ପରିବାର, ତେଣୁ ଆପଣମାନେ ମୋର ପ୍ରାଥମିକତା । ଏହି କାମ ଆପଣଙ୍କ ପାଇଁ କରାଯାଉଛି । ଯଦି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗାଜିଆବାଦର ସାହିବାବାଦ ରାପିଡ୍ ଏକ୍ସ ଷ୍ଟେସନରେ ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍‌ଆର୍‌ଟିଏସ୍ କରିଡରର ପ୍ରମୁଖ ବିଭାଗକୁ ଉଦଘାଟନ କରିଛନ୍ତି । ଭାରତରେ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆର୍‌ଆର୍‌ଟିଏସ୍‌) ର ଶୁଭାରମ୍ଭ ଅବସରରେ ସାହିବାବାଦରୁ ଦୁହାଇ ଡିପୋକୁ ସଂଯୋଗ କରୁଥିବା ନମୋ ଭାରତ ରାପିଡ୍ ଏକ୍ସ ଟ୍ରେନ୍‌କୁ ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶ୍ରୀ ମୋଦୀ ବେଙ୍ଗାଲୁରୁ ମେଟ୍ରୋର ପୂର୍ବ - ପଶ୍ଚିମ କରିଡରର ଦୁଇଟି ଅଂଶକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । 

 

ପ୍ରଧାନମନ୍ତ୍ରୀ ଆଞ୍ଚଳିକ ରାପିଡ୍ ଟ୍ରେନ୍ ନମୋ ଭାରତରେ ଯାତ୍ରା ମଧ୍ୟ କରିଥିଲେ । 

 

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଭାରତର ପ୍ରଥମ ରାପିଡ୍ ରେଳ ସେବା ନମୋ ଭାରତ ଟ୍ରେନ୍‌କୁ ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଉଥିବାରୁ ଆଜି ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଶ୍ରୀ ମୋଦୀ ୪ ବର୍ଷ ପୂର୍ବେ ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍‌ଆର୍‌ଟିଏସ୍ କରିଡରର ଶିଳାନ୍ୟାସ କରିବା କଥା ମନେ ପକାଇଥିଲେ ଏବଂ ଆଜି ସାହିବାବାଦରୁ ଦୁହାଇ ଡିପୋ ପର୍ଯ୍ୟନ୍ତ ଏହି ଅତ୍ୟାଧୁନିକ ରେଳସେବା ବ୍ୟବସ୍ଥାକୁ ପ୍ରଂଶସା କରିଥିଲେ । ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ହୋଇଛି ତାହାର ଉଦ୍‌ଘାଟନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇ ଥିଲେ ଓ ଦେଢ଼ ବର୍ଷ ପରେ ଆର୍‌ଆର୍‌ଟିଏସ୍  ମିରଟ ଅଂଶର ଉଦ୍‌ଘାଟନ ପାଇଁ ସେ ଉପସ୍ଥିତ ରହିବେ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ ଆଜି ସକାଳେ ନମୋ ଭାରତରେ ଯାତ୍ରା କରିବାର ଅନୁଭୂତି ବଂଟନ କରିଥିଲେ ଏବଂ ଦେଶରେ ରେଳବାଇର ପରିବର୍ତ୍ତନରେ ଆନନ୍ଦ ପ୍ରକାଶ କରିଥିଲେ । ନବରାତ୍ରି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନମୋ ଭାରତ ମାତା କାତ୍ୟାୟନୀଙ୍କ ଆଶୀର୍ବାଦ ପାଇଛି । ନବନିର୍ମିତ ନମୋ ଭାରତ ଟ୍ରେନ୍‌ର ସମ୍ପୂର୍ଣ୍ଣ ସପୋର୍ଟ ଷ୍ଟାଫ୍ ଏବଂ ଲୋକୋମୋଟିଭ୍ ପାଇଲଟ୍ ହେଉଛନ୍ତି ମହିଳାମାନେ ବୋଲି ସେ ସୂଚନା ଦେଇଥିଲେ। ନମୋ ଭାରତ ଦେଶରେ ନାରୀ ଶକ୍ତିକୁ ସୁଦୃଢ଼ କରିବାର ପ୍ରତୀକ ବୋଲି ଶ୍ରୀ ମୋଦୀ କହିଛନ୍ତି । ନବରାତ୍ରିର ପବିତ୍ର ଅବସରରେ ଆଜିର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଏନ୍‌ସିଆର ଏବଂ ପଶ୍ଚିମ ଉତ୍ତରପ୍ରଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନମୋ ଭାରତ ଟ୍ରେନ୍‌ର ଅତ୍ୟାଧୁନିକ ଡିଜାଇନ ଏବଂ ଏହାର ତୀବ୍ର ଗତିକୁ ପ୍ରଂଶସା କରିଥିଲେ । ନମୋ ଭାରତ ଟ୍ରେନ୍ ନୂତନ ଭାରତର ନୂତନ ଯାତ୍ରା ଏବଂ ଏହାର ନୂତନ ସଂକଳ୍ପକୁ ବ୍ୟାଖ୍ୟା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ରାଜ୍ୟ ମାନଙ୍କର ବିକାଶରେ ହିଁ ଭାରତର ବିକାଶ ରହିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ବିଶ୍ୱାସକୁ ଦୋହରାଇ ଥିଲେ । ସେ କହିଛନ୍ତି ଯେ ମେଟ୍ରୋର ଦୁଇଟି ଅଂଶ ବେଙ୍ଗାଲୁରୁର ଆଇଟି ହବ୍‌ରେ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବ । ପ୍ରତିଦିନ ପ୍ରାୟ ୮ ଲକ୍ଷ ଯାତ୍ରୀ ମେଟ୍ରୋରେ ଯାତ୍ରା କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । 

 

ପ୍ରଧାନମନ୍ତ୍ରୀ କହିଥିଲେ, ଏକବିଂଶ ଶତାବ୍ଦୀର ଭାରତ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି ଓ ବିକାଶର ନିଜସ୍ୱ ଗାଥା ଲେଖୁଛି । ସେ ଚନ୍ଦ୍ରଯାନ - ୩ର ସାମ୍ପ୍ରତିକ ସଫଳତା ବିଷୟରେ ଉଲ୍ଲେଖ କରିବା ସହ ଜି - ୨୦ର ସଫଳ ଆୟୋଜନ ବିଷୟରେ ମଧ୍ୟ କହିଥିଲେ ଯାହା ଭାରତକୁ ସମଗ୍ର ବିଶ୍ୱରେ ଆକର୍ଷଣର କେନ୍ଦ୍ର ବିନ୍ଦୁରେ ପରିଣତ କରିଛି । ଏସୀୟ କ୍ରୀଡ଼ାରେ ଶହେରୁ ଅଧିକ ପଦକ ଜିତିବାର ରେକର୍ଡ ଭାଙ୍ଗିଥିବା ପ୍ରଦର୍ଶନ, ଭାରତରେ ୫-ଜିର ଶୁଭାରମ୍ଭ, ସମ୍ପ୍ରସାରଣ ଏବଂ ରେକର୍ଡ ସଂଖ୍ୟକ ଡିଜିଟାଲ କାରବାର ହୋଇଥିବା ସେ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ ଭାରତରେ ପ୍ରସ୍ତୁତ ଟୀକା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ବିଶ୍ୱର କୋଟି କୋଟି ଲୋକଙ୍କ ପାଇଁ ଜୀବନ ରକ୍ଷାକାରୀ ସାବ୍ୟସ୍ତ ହୋଇଥିଲା । ଉତ୍ପାଦନ କ୍ଷେତ୍ରରେ ଭାରତର ଉନ୍ନତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋବାଇଲ ଫୋନ୍‌, ଟିଭି, ଲାପଟପ୍ ଏବଂ କମ୍ପ୍ୟୁଟର ପାଇଁ ଭାରତରେ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବା ନିମନ୍ତେ ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡିକର ଆଗ୍ରହ ବିଷୟରେ ଉଲ୍ଲେଖ କରିଥିଲେ । ଲଢ଼ୁଆ ବିମାନ ଏବଂ ବିମାନବାହୀ ଜାହାଜ ଆଇଏନଏସ୍ ବିକ୍ରାନ୍ତ ସମେତ ପ୍ରତିରକ୍ଷା ଉତ୍ପାଦନ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ନମୋ ଭାରତ ଟ୍ରେନ୍ ଏବଂ ପ୍ଲାଟଫର୍ମରେ ଲଗାଯାଇଥିବା ସ୍କ୍ରିନ୍ କବାଟ ମଧ୍ୟ ଭାରତରେ ନିର୍ମିତ l ଏହି ଟ୍ରେନ୍‌ରେ ଶବ୍ଦ ସ୍ତର ହେଲିକପ୍ଟର ଏବଂ ବିମାନ ତୁଳନାରେ କମ୍ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଥିଲେ l

ନମୋ ଭାରତ ଭବିଷ୍ୟତର ଭାରତର ଝଲକ ଏବଂ ବୃଦ୍ଧି ପାଉଥିବା ଅର୍ଥନୈତିକ ଶକ୍ତି ସହିତ ରାଷ୍ଟ୍ରର ପରିବର୍ତ୍ତନର ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି କହିଥିଲେ ଯେ ଏହି ୮୦ କିଲୋମିଟର ଦିଲ୍ଲୀରୁ ମିରଟ ପର୍ଯ୍ୟନ୍ତ ରେଳସେବା କେବଳ ଆରମ୍ଭ l ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନର ଅନେକ ଅଞ୍ଚଳକୁ ନମୋ ଭାରତ ଟ୍ରେନ୍ ସହିତ ଯୋଡ଼ାଯିବ । ଆଗାମୀ ଦିନରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ନିଯୁକ୍ତିର ନୂତନ ମାର୍ଗ ସୃଷ୍ଟି କରିବା ପାଇଁ ଦେଶର ଅନ୍ୟାନ୍ୟ ସ୍ଥାନରେ ସମାନ ବ୍ୟବସ୍ଥା ସୃଷ୍ଟି କରାଯିବ l ବର୍ତ୍ତମାନ ଶତାବ୍ଦୀର ଏହି ତୃତୀୟ ଦଶନ୍ଧି ହେଉଛି ଭାରତୀୟ ରେଳବାଇର ପରିବର୍ତ୍ତନର ଦଶନ୍ଧି । ମୋର ଛୋଟ ଛୋଟ ସ୍ୱପ୍ନ ଏବଂ ଧୀରେ ଧୀରେ ଚାଲିବା ଅଭ୍ୟାସ ନାହିଁ । ମୁଁ ଆଜିର ଯୁବପିଢ଼ିଙ୍କୁ ଏକ ଗ୍ୟାରେଣ୍ଟି ଦେବାକୁ ଚାହୁଁଛି ଯେ ଏହି ଦଶନ୍ଧି ଶେଷ ସୁଦ୍ଧା ଆପଣ ଭାରତୀୟ ଟ୍ରେନ୍ ଦୁନିଆରେ କାହାଠାରୁ ପଛରେ ରହିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସୁରକ୍ଷା, ସ୍ୱଚ୍ଛତା, ସୁବିଧା, ସମନ୍ୱୟ, ସମ୍ବେଦନଶୀଳତା ଏବଂ ଦକ୍ଷତା କ୍ଷେତ୍ରରେ ଭାରତୀୟ ରେଳବାଇ ବିଶ୍ୱରେ ଏକ ନୂତନ ପରିଚୟ ହାସଲ କରିବ ବୋଲି ସେ ଉଲ୍ଲେଖ କରିଥିଲେ । ଶତ ପ୍ରତିଶତ ବିଦ୍ୟୁତୀକରଣ ଲକ୍ଷ୍ୟ ଠାରୁ ଭାରତୀୟ ରେଳପଥ ବେଶୀ ଦୂରରେ ନାହିଁ । ନମୋ ଭାରତ ଓ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ୍ ଏବଂ ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ରେଳ ଷ୍ଟେସନର ଉନ୍ନତିକରଣ ଭଳି ପଦକ୍ଷେପ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଅମୃତ ଭାରତ, ବନ୍ଦେ ଭାରତ ଏବଂ ନମୋ ଭାରତ ଏହି ଦଶନ୍ଧି ଶେଷ ସୁଦ୍ଧା ଆଧୁନିକ ରେଳପଥର ପ୍ରତୀକରେ ପରିଣତ ହେବ ବୋଲି ସେ କହିଛନ୍ତି । 

ମଲ୍ଟି - ମୋଡାଲ ସଂଯୋଗର ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀର ସରାଇ କାଲେ ଖାନ, ଆନନ୍ଦ ବିହାର, ଗାଜିଆବାଦ ଏବଂ ମୀରଟ ବସ୍ ଷ୍ଟେସନ, ମେଟ୍ରୋ ଷ୍ଟେସନ ଏବଂ ରେଳ ଷ୍ଟେସନକୁ ନମୋ ଭାରତ ବ୍ୟବସ୍ଥା ଦ୍ୱାରା ସଂଯୋଗ କରାଯାଉଛି । 

ସମସ୍ତ ନାଗରିକ ମାନଙ୍କର ଜୀବନଧାରଣମାନରେ ଉନ୍ନତି ଆଣିବା, ଉନ୍ନତ ବାୟୁଗୁଣବତ୍ତା ପ୍ରଦାନ, ଅଳିଆ ଗଦାରୁ ମୁକ୍ତି, ଉନ୍ନତ ଶିକ୍ଷା ସୁବିଧା ଏବଂ ସାଧାରଣ ପରିବହନ ସେବାରେ ଉନ୍ନତି ଆଣିବା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି । ଦେଶରେ ସାର୍ବଜନୀନ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାର ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଏବଂ ସ୍ଥଳ, ଆକାଶ ଓ ସମୁଦ୍ରରେ ସର୍ବାଙ୍ଗୀନ ବିକାଶ ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ । ଜଳ ପରିବହନ ବ୍ୟବସ୍ଥାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭାରତର ନଦୀ ଗୁଡ଼ିକରେ ଶହେରୁ ଅଧିକ ଜଳପଥ ବିକଶିତ ହେଉଛି ଯେଉଁଠାରେ ବାରଣାସୀରୁ ହଳଦିଆ ପର୍ଯ୍ୟନ୍ତ ଗଙ୍ଗା କୂଳରେ ସବୁଠାରୁ ବଡ଼ ଜଳପଥ ବିକଶିତ ହେଉଛି । ସେ କହିଛନ୍ତି ଯେ କୃଷକମାନେ ବର୍ତ୍ତମାନ ଆଭ୍ୟନ୍ତରୀଣ ଜଳପଥ ସାହାଯ୍ୟରେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଏହି ଅଞ୍ଚଳ ବାହାରକୁ ପଠାଇ ପାରିବେ । ପ୍ରଧାନମନ୍ତ୍ରୀ ନିକଟରେ ସମାପ୍ତ ହୋଇଥିବା ଗଙ୍ଗାବିଳାସ ନଦୀ କୢଜ୍ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ୩୨୦୦ କିଲୋମିଟରରୁ ଅଧିକ ଯାତ୍ରା ଶେଷ କରିଥିଲା ଏବଂ ବିଶ୍ୱର ସବୁଠାରୁ ଲମ୍ବା ନଦୀ କୢଜ୍ ହେବାର ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା । ଦେଶରେ ବନ୍ଦର ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ବିଷୟରେ ସେ କହିଥିଲେ ଯାହାର ସୁଫଳ କର୍ଣ୍ଣାଟକ ଭଳି ରାଜ୍ୟ ମଧ୍ୟ ପାଉଛନ୍ତି । ଲ୍ୟାଣ୍ଡ ନେଟୱାର୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଆଧୁନିକ ଏକ୍ସପ୍ରେସୱେର ସମ୍ପ୍ରସାରଣ ପାଇଁ ୪ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ନମୋ ଭାରତ କିମ୍ବା ମେଟ୍ରୋ ଟ୍ରେନଭଳି ଆଧୁନିକ ଟ୍ରେନ୍ ସେବା ପାଇଁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଦିଲ୍ଲୀରେ ମେଟ୍ରୋ  ନେଟୱାର୍କର ସମ୍ପ୍ରସାରଣ ସହିତ ସମାନତା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରପ୍ରଦେଶର ନୋଏଡା, ଗାଜିଆବାଦ, ଲକ୍ଷ୍ନୌ, ମିରଟ, ଆଗ୍ରା ଏବଂ କାନପୁର ଭଳି ସହର ସମାନ ମାର୍ଗ ଅନୁସରଣ କରୁଛନ୍ତି । ଏପରିକି କର୍ଣ୍ଣାଟକରେ ମଧ୍ୟ ବେଙ୍ଗାଲୁରୁ ଓ ମହୀଶୂରରେ ମେଟ୍ରୋର ସମ୍ପ୍ରସାରଣ କରାଯାଉଛି । ବର୍ଦ୍ଧିତ ବିମାନ ସଂଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଗତ ୯ ବର୍ଷ ମଧ୍ୟରେ ବିମାନ ବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି ଏବଂ ଭାରତର ଏୟାରଲାଇନ୍ସ ଗୁଡ଼ିକ ୧୦ରୁ ଅଧିକ ନୂତନ ବିମାନ ପାଇଁ ଅର୍ଡର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଭାରତର ଦ୍ରୁତ ଅଗ୍ରଗତି ବିଷୟରେ ମଧ୍ୟ କହିଥିଲେ ଏବଂ ଚନ୍ଦ୍ରରେ ପାଦ ରଖିଥିବା ଚନ୍ଦ୍ରଯାନ ବିଷୟରେ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ସରକାର ୨୦୪୦ ପର୍ଯ୍ୟନ୍ତ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ମାନବ ମହାକାଶ ଯାତ୍ରା ଏବଂ ଭାରତର ମହାକାଶ ଷ୍ଟେସନ ସ୍ଥାପନ ପାଇଁ ଗଗନାୟନ ଅନ୍ତର୍ଭୁକ୍ତ ।  "ସେହି ଦିନ ଦୂର ନୁହେଁ , ଯେତେବେଳେ ଆମେ ଆମ ମହାକାଶଯାନରେ ପ୍ରଥମ ଭାରତୀୟଙ୍କୁ ଚନ୍ଦ୍ରରେ ଅବତରଣ କରାଇବୁ’ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଦେଶର ଯୁବବର୍ଗମାନଙ୍କ ପାଇଁ ଏହି ବିକାଶ କରାଯାଉଛି ଏବଂ ସେମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି ହେଉଛି ବୋଲି ସେ ଦୋହରାଇ ଥିଲେ ।

 

ସହରାଞ୍ଚଳ ପ୍ରଦୂଷଣ ହ୍ରାସ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଦେଶରେ ଇଲେକ୍ଟ୍ରିକ୍ ବସ୍‌ର ନେଟୱାର୍କ ବୃଦ୍ଧି କରାଯାଉଛି । କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ୧୦ ହଜାର ଇଲେକ୍ଟ୍ରିକ୍ ବସ୍ ଯୋଗାଇଦେବା ପାଇଁ ଯୋଜନା କରିଛନ୍ତି । ଭାରତ ସରକାର ୬୦୦ କୋଟି ଟଙ୍କା ବ୍ୟୟରେ ଦିଲ୍ଲୀରେ ୧୩୦୦ ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ଦିଲ୍ଲୀରେ ୮୫୦ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଳାଚଳ ଆରମ୍ଭ କରିସାରିଛି । ସେହିଭଳି ବାଙ୍ଗାଲୋର ଠାରେ ମଧ୍ୟ ଭାରତ ସରକାର ୧୨୦୦ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଳାଇବା ପାଇଁ ୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି । ଦିଲ୍ଲୀ, ଉତ୍ତର ପ୍ରଦେଶ କିମ୍ବା କର୍ଣ୍ଣାଟକ ପ୍ରତ୍ୟେକ ସହରରେ ଆଧୁନିକ ଏବଂ ସବୁଜ ସାଧାରଣ ପରିବହନକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଦେଶରେ ବିକଶିତ ହେଉଥିବା ଭିତ୍ତିଭୂମିରେ ନାଗରିକ ସହଜତାକୁ ପ୍ରାଥମିକତା ଦିଆଯାଉଛି । ମେଟ୍ରୋ କିମ୍ବା ନମୋ ଭାରତ ଭଳି ଟ୍ରେନ୍ ଯାତ୍ରୀଙ୍କ ଜୀବନରେ ସହଜତା ଆଣିବ ଏବଂ ଗୁଣାତ୍ମକ ଭିତ୍ତିଭୂମି ଦେଶର ଯୁବକ, ବ୍ୟବସାୟୀ ଏବଂ କର୍ମଜୀବୀ ମହିଳା ମାନଙ୍କ ପାଇଁ କିପରି ନୂତନ ସୁଯୋଗ ଆଣିବ ସେ ବିଷୟରେ ସେ ଆଲୋକପାତ କରିଥିଲେ । ହସ୍ପିଟାଲ ଭଳି ସାମାଜିକ ଭିତ୍ତିଭୂମିର ଉନ୍ନତି ଦ୍ୱାରା ରୋଗୀ, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ଉପକୃତ ହେବେ । ଡିଜିଟାଲ ଭିତ୍ତିଭୂମିର ଉନ୍ନଟି ଦ୍ୱାରା ସୁରୁଖୁରୁରେ ଅର୍ଥ କାରବାରକୁ ସୁନିଶ୍ଚିତ କରାଯାଇପାରିବ । 

ବର୍ତ୍ତମାନ ଚାଲିଥିବା ପାର୍ବଣ ଋତୁ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କୃଷକ, କର୍ମଚାରୀ ଏବଂ ପେନସନଭୋଗୀ  ମାନଙ୍କ ସୁବିଧା ପାଇଁ କେନ୍ଦ୍ର କ୍ୟାବିନେଟ ଦ୍ୱାରା ନିଆଯାଇଥିବା ସଦ୍ୟ ନିଷ୍ପତ୍ତି ଉପରେ ଆଲୋକପାତ କରିଥିଲେ । 

ସରକାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ରେ ବ୍ୟାପକ ବୃଦ୍ଧି କରିଛନ୍ତି ଯେଉଁଠାରେ ଡାଲିର ଏମଏସପି କୁଇଣ୍ଟାଲ ପିଛା ୪୨୫ ଟଙ୍କା, ସୋରିଷ ୨୦୦ ଟଙ୍କା ଏବଂ ଗହମର ଏମଏସପି କୁଇଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି କରାଯାଇଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୨୦୧୪ରେ ଗହମର ଏମଏସପି  କ୍ୱିଣ୍ଟାଲ ପିଛା ୧୪୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ୨୦୦୦ ଟଙ୍କା ଅତିକ୍ରମ କରିଛି, ଗତ ୯ ବର୍ଷ ମଧ୍ୟରେ ଡାଲିର ଏମ୍‌ଏସ୍‌ପି ଦ୍ୱିଗୁଣିତ ହୋଇଛି ଏବଂ ଏହି ସମୟ ମଧ୍ୟରେ ସୋରିଷର ଏମ୍‌ଏସ୍‌ପି କ୍ୱିଣ୍ଟାଲ ପିଛା ୨୬୦୦ ଟଙ୍କା ବୃଦ୍ଧି ପାଇଛି । ଏହା କୃଷକ ମାନଙ୍କୁ ଖର୍ଚ୍ଚର ଦେଢ଼ ଗୁଣରୁ ଅଧିକ ସହାୟକ ମୂଲ୍ୟ ପ୍ରଦାନ କରିବାକୁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି । 

 

ସୁଲଭ ମୂଲ୍ୟରେ ୟୁରିଆର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଅନ୍ତର୍ଜାତୀୟ ବଜାରରେ ୩୦୦୦ ଟଙ୍କା ମୂଲ୍ୟର ୟୁରିଆ ବ୍ୟାଗ୍ ଭାରତୀୟ ଚାଷୀଙ୍କୁ ୩୦୦ ଟଙ୍କାରୁ କମ୍ ମୂଲ୍ୟରେ ଉପଲବ୍ଧ ହେଉଛି । ଏଥିପାଇଁ ସରକାର ପ୍ରତି ବର୍ଷ ଅଢ଼େଇ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । 

ଧାନ ନଡ଼ା ହେଉ କି ଅବଶେଷ, ଅମଳ ପରେ ବଳକା ଅବଶିଷ୍ଟ ଅଂଶକୁ ବ୍ୟବହାର କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଦେଶବ୍ୟାପୀ ପ୍ରତିଷ୍ଠା କରାଯାଉଥିବା ଜୈବ ଇନ୍ଧନ ଓ ଇଥାନଲ ୟୁନିଟ୍ ଗୁଡ଼ିକ ବିଗତ ୯ ବର୍ଷ ତୁଳନାରେ ୧୦ ଗୁଣ ଅଧିକ ଇଥାନଲ ଉତ୍ପାଦନ କରୁଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ବର୍ତ୍ତମାନ ସୁଦ୍ଧା ଇଥାନଲ ଉତ୍ପାଦନରୁ କୃଷକମାନେ ପାଖାପାଖି ୬୫ ହଜାର କୋଟି ଟଙ୍କା ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । କେବଳ ଗତ ୧୦ ମାସ ମଧ୍ୟରେ ଦେଶର କୃଷକ ମାନଙ୍କୁ ସମୁଦାୟ ୧୮ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ମିରଟ -ଗାଜିଆବାଦ ଅଞ୍ଚଳର କୃଷକ ମାନଙ୍କ ବିଷୟରେ ସେ ସୂଚନା ଦେଇ କହିଥିଲେ ଯେ, ୨୦୨୩ର ମାତ୍ର ୧୦ ମାସ ମଧ୍ୟରେ ଇଥାନଲ ପାଇଁ ୩୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । 

 

ଉଜ୍ଜ୍ୱଳା ହିତାଧିକାରୀ ମାନଙ୍କ ପାଇଁ ଗ୍ୟାସ ସିଲିଣ୍ଡର ମୂଲ୍ୟ ୫୦୦ ଟଙ୍କା ହ୍ରାସ କରିବା, ୮୦ କୋଟିରୁ ଅଧିକ ନାଗରିକ ମାନଙ୍କୁ ମାଗଣା ରାସନ ପ୍ରଦାନ, କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ମାନଙ୍କୁ ୪ ପ୍ରତିଶତ ଡିଏ ଏବଂ ଡିଆର୍ ଏବଂ ଲକ୍ଷ ଲକ୍ଷ ଗ୍ରୁପ ବି ଏବଂ ସି ଅଣଗେଜେଟେଡ୍ ରେଳ କର୍ମଚାରୀ ମାନଙ୍କ ପାଇଁ ଦୀପାବଳି ବୋନସ୍ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହା ଦ୍ୱାରା ସମଗ୍ର ଅର୍ଥନୀତି ଲାଭବାନ ହେବ ଏବଂ ଏହା ବଜାରରେ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି । 

ବକ୍ତବ୍ୟ ଶେଷରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଏଭଳି ସମ୍ବେଦନଶୀଳ ନିଷ୍ପତ୍ତି ନିଆଗଲେ ପ୍ରତ୍ୟେକ ପରିବାରରେ ଉତ୍ସବର ଆନନ୍ଦ ବୃଦ୍ଧି ପାଇଥାଏ  ଏବଂ ଦେଶର ପ୍ରତ୍ୟେକ ପରିବାରର ଖୁସି ଉତ୍ସବର ପରିବେଶକୁ ପୂରଣ କରିଥାଏ ।  "ଆପଣମାନେ  ମୋର ପରିବାର, ତେଣୁ ତୁମେ ମୋର ପ୍ରାଥମିକତା । ଏହି କାମ ଆପଣଙ୍କ ପାଇଁ କରାଯାଉଛି । ଯଦି ତୁମେ ଖୁସି ଅଛ, ମୁଁ ଖୁସି ହେବି । ଯଦି ଆପଣ ସକ୍ଷମ ହୁଅନ୍ତି, ତେବେ ଦେଶ ସକ୍ଷମ ହେବ ବୋଲି ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଉପସ୍ଥିତ ଥିବା ବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ସିଦ୍ଧରମୈୟା ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । 

ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍‌ଆର୍‌ଟିଏସ୍ କରିଡର

ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍‌ଆର୍‌ଟିଏସ୍  କରିଡରର ୧୭ କିଲୋମିଟର ପ୍ରାଥମିକତା ସେକ୍ସନ ସାହିବାବାଦରୁ ଦୁହାଇ ଡିପୋକୁ ବାଟରେ ଗାଜିଆବାଦ, ଗୁଲଧର ଏବଂ ଦୁହାଇରେ ଥିବା ଷ୍ଟେସନ ସହିତ ସଂଯୋଗ କରିବ । ୨୦୧୯  ମାର୍ଚ୍ଚ  ୮ ତାରିଖରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ - ଗାଜିଆବାଦ - ମିରଟ କରିଡରର ଶିଳାନ୍ୟାସ କରିଥିଲେ ।

 

ନୂତନ ବିଶ୍ୱସ୍ତରୀୟ ପରିବହନ ଭିତ୍ତିଭୂମି ନିର୍ମାଣ ମାଧ୍ୟମରେ ଦେଶରେ ଆଞ୍ଚଳିକ ଯୋଗାଯୋଗରେ ପରିବର୍ତ୍ତନ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍‌) ପ୍ରକଳ୍ପର ବିକାଶ କରାଯାଉଛି । ଆରଆରଟିଏସ୍ ହେଉଛି ଏକ ନୂତନ ରେଳ ଭିତ୍ତିକ, ସେମି - ହାଇସ୍ପିଡ୍‌, ହାଇ - ଫ୍ରିକ୍ୱେନ୍ସି କମ୍ୟୁଟର ଟ୍ରାନଜିଟ୍ ସିଷ୍ଟମ୍ । ଘଣ୍ଟା ପ୍ରତି ୧୮୦ କିଲୋମିଟର ଡିଜାଇନ୍ ସ୍ପିଡ୍ ସହିତ ଆର୍‌ଆର୍‌ଟିଏସ୍ ହେଉଛି ଏକ ପରିବର୍ତ୍ତନଶୀଳ, ଆଞ୍ଚଳିକ ବିକାଶ ପଦକ୍ଷେପ, ଯାହା ପ୍ରତି ୧୫ ମିନିଟ୍‌ରେ ଆନ୍ତଃସହର ଯାତାୟାତ ପାଇଁ ଦ୍ରୁତଗତି ସମ୍ପନ୍ନ ଟ୍ରେନ୍ ଚଳାଚଳ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଆବଶ୍ୟକତା ଅନୁଯାୟୀ ପ୍ରତି ୫ ମିନିଟ୍‌ରେ ଥରେ ଯାଇପାରିବ ।

ଏନ୍‌ସିଆରରେ ବିକଶିତ ହେବା ପାଇଁ ମୋଟ ୮ଟି ଆର୍‌ଆର୍‌ଟିଏସ୍ କରିଡର ଚିହ୍ନଟ କରାଯାଇଛି, ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ତିନୋଟି କରିଡର, ଯଥା ; ଦିଲ୍ଲୀ - ଗାଜିଆବାଦ - ମିରଟ କରିଡର , ଦିଲ୍ଲୀ - ଗୁରୁଗ୍ରାମ - ଏସ୍‌ଏନ୍‌ବି - ଅଲୱାର କରିଡର ; ଏବଂ ଦିଲ୍ଲୀ - ପାନିପତ କରିଡର କାର୍ଯ୍ୟକାରୀ କରିବାକୁ ପ୍ରାଥମିକତା ଦିଆଯାଇଛି । ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍‌ଆର୍‌ଟିଏସ୍ ୩୦,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହେଉଛି ଏବଂ ଗାଜିଆବାଦ, ମୁରାଦନଗର ଏବଂ ମୋଦୀନଗରର ସହରାଞ୍ଚଳକୁ ଯିବା ପାଇଁ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦିଲ୍ଲୀରୁ ମିରଟକୁ ସଂଯୋଗ କରିବ ।

 

ଦେଶରେ ବିକଶିତ ହେଉଥିବା ଆରଆରଟିଏସ୍ ହେଉଛି ଏକ ଅତ୍ୟାଧୁନିକ ଆଞ୍ଚଳିକ ଗତିଶୀଳତା ସମାଧାନ ଏବଂ ଏହା ବିଶ୍ୱର ଶ୍ରେଷ୍ଠ ସହିତ ତୁଳନୀୟ । ଏହା ଦ୍ୱାରା ଦେଶରେ ସୁରକ୍ଷିତ, ବିଶ୍ୱସନୀୟ ଏବଂ ଅତ୍ୟାଧୁନିକ ଆନ୍ତଃସହର ପରିବହନ ସମାଧାନ ଉପଲବ୍ଧ ହେବ । ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁଯାୟୀ, ଆର୍‌ଆର୍‌ଟିଏସ୍ ନେଟୱାର୍କରେ ରେଳ ଷ୍ଟେସନ, ମେଟ୍ରୋ ଷ୍ଟେସନ, ବସ ସେବା ଇତ୍ୟାଦି ସହିତ ବ୍ୟାପକ ମଲ୍ଟି - ମୋଡାଲ୍ ସେବା ଏକୀକୃତ ହେବ । ଏଭଳି ପରିବର୍ତ୍ତନଶୀଳ ଆଞ୍ଚଳିକ ଗତିଶୀଳତା ସମାଧାନ ଏହି ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ; ରୋଜଗାର, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ସୁଯୋଗରେ ଉନ୍ନତ ପ୍ରବେଶ ପ୍ରଦାନ କରିବାରେ ; ଏବଂ ଯାନବାହନ ଭିଡ଼ ଏବଂ ବାୟୁ ପ୍ରଦୂଷଣକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବାରେ ସାହାଯ୍ୟ କରେ ।

ବେଙ୍ଗାଲୁରୁ ମେଟ୍ରୋ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ଏହି ଦୁଇଟି ମେଟ୍ରୋ ରାସ୍ତାକୁ ବୈୟପ୍ପାନହଲ୍ଲୀରୁ କୃଷ୍ଣରାଜପୁରା ଏବଂ କେଙ୍ଗେରୀରୁ ଚଲାଘାଟକୁ ସଂଯୋଗ କରାଯାଇଛି । ଆନୁଷ୍ଠାନିକ ଉଦ୍‌ଘାଟନକୁ ଅପେକ୍ଷା ନକରି ଏହି କରିଡରରେ ଯାତାୟାତ କରୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ୨୦୨୩ ଅକ୍ଟୋବର ୯ ତାରିଖରୁ ଏହି ଦୁଇଟି ମେଟ୍ରୋ ଅଂଶକୁ ଜନସେବା ପାଇଁ ଉନ୍ମୁକ୍ତ କରାଯାଇଥିଲା ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘High Fives, Smiles And More’: PM Modi Celebrates Raksha Bandhan, Shares Glimpses From Festivities

Media Coverage

‘High Fives, Smiles And More’: PM Modi Celebrates Raksha Bandhan, Shares Glimpses From Festivities
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”