ଗୌହାଟୀରୁ ନ୍ୟୁ-ଜଳପାଇଗୁଡ଼ି ମଧ୍ୟରେ ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ପ୍ରଧାନମନ୍ତ୍ରୀ କଲେ ଯାତ୍ରାର ଶୁଭାରମ୍ଭ
ନୂତନ ବିଦ୍ୟୁତ ଚାଳିତ ସେକ୍ସନ ଓ ଡେମୁ/ମେମୁ ସେଡର ଉଦଘାଟନ
“ଉତ୍ତର-ପୂର୍ବର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ପର୍ଯ୍ୟଟନ ସହ ସଂଯୋଗୀକରଣ ବୃଦ୍ଧି କରିବ”
“ନବ ଭାରତ ଗଠନ ଦିଗରେ ଗତ ନଅ ବର୍ଷ ମଧ୍ୟରେ ଅଭୁତପୂର୍ବ ସଫଳତା ହାସଲ ହୋଇଛି”
“ଆମ ସରକାର ଗରୀବ କଲ୍ୟାଣକୁ ଅଗ୍ରାଧିକାର ଦେଇଛି”
“ଭିତ୍ତିଭୂମି ସମସ୍ତଙ୍କ ପାଇଁ ଓ ଏହା କୌଣସି ବାଛ ବିଚାର ରଖେ ନାହିଁ, ଭିତ୍ତିଭୂମି ବିକାଶ ହିଁ ପ୍ରକୃତ ସାମାଜିକ ନ୍ୟାୟ ଓ ଧର୍ମ ନିରପେକ୍ଷତା”
“ଭିତ୍ତିଭୂମି ବିକାଶର ସବୁଠାରୁ ବଡ଼ ହିତାଧିକାରୀ ହେଉଛନ୍ତି ପୂର୍ବାଞ୍ଚଳ ରାଜ୍ୟ ଏବଂ ଉତ୍ତର-ପୂର୍ବ ଭାରତ” “ଭାରତୀୟ ରେଳବାଇ ଦେଶରେ ଗତି ସହ ଲୋକମାନଙ୍କ ହୃଦୟ, ସମାଜ ଓ ସୁଯୋଗ ସହ ସଂଯୋଗର ମାଧ୍ୟମ ହୋଇ ପାରିଛି”

ପ୍ରଧାନମନ୍ତ୍ରୀ ଆଜି (୨୯-୦୫-୨୦୨୩) ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାରମ୍ଭ କରିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଗୌହାଟୀ ସହ ନ୍ୟୁ ଜଳପାଇଗୁଡ଼ିକୁ ଯୋଡ଼ିବ ଓ ଏହାର ଯାତ୍ରା ଅବଧି ସାଢ଼େ ପାଞ୍ଚ ଘଣ୍ଟା ରହିବ । ପ୍ରଧାନମନ୍ତ୍ରୀ ମଧ୍ୟ ୧୮୨ କିଲୋମିଟର ଦୀର୍ଘ ବିଦ୍ୟୁତକରଣ ହୋଇଥିବା ରେଳପଥ ସେକ୍ସନ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ସହ ଆସାମର ଲାମଡିଙ୍ଗ ଠାରେ ନବନିର୍ମିତ ଡେମୁ/ମେମୁର ମଧ୍ୟ ଉଦଘାଟନ କରିଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଆଜି ଉତ୍ତର ପୂର୍ବାଞ୍ଚଳର ସଂଯୋଗୀକରଣ ଦୃଷ୍ଟିରୁ ଏକ ବିରାଟ ଦିନ । କାରଣ ଆଜି ଏକାଠି ତିନିଟି ବିକାଶ ମୂଳକ କାର୍ଯ୍ୟକ୍ରମ ସମାପିତ ହୋଇଛି । ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି କହିଥିଲେ ଯେ ପ୍ରଥମଟି ହେଉଛି ଉତ୍ତର ପୂର୍ବାଞ୍ଚଳ ଏହାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ପାଇଛି ଓ ପଶ୍ଚିମବଙ୍ଗକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ସଂଯୋଗ କରୁଛି । ଦ୍ୱିତୀୟତଃ ଆସାମ ଓ ମେଘାଳୟରେ ପ୍ରାୟ ୪୨୫ କିଲୋମିଟର ଦୀର୍ଘ ରେଳପଥର ବିଦ୍ୟୁତକରଣ ସମ୍ପନ୍ନ ହୋଇଛି । ଏବଂ ତୃତୀୟରେ ଆସାମର ଲାମିଡିଙ୍ଗରେ ନୂତନ ଡେମୁ/ମେମୁ ସେଡ୍ ଉଦଘାଟିତ ହୋଇଛି । ଆସାମ, ମେଘାଳୟ ଓ ପଶ୍ଚିମବଙ୍ଗ ସମେତ ସମଗ୍ର ଉତ୍ତର ପୂର୍ବାଞ୍ଚଳବାସୀଙ୍କୁ ପ୍ରଧାନମନ୍ତ୍ରୀ ଏହି ଅପୂର୍ବ କ୍ଷଣ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୌହାଟୀ- ନ୍ୟୁ-ଜଳପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସ ଆସାମ ଓ ପଶ୍ଚିମବଙ୍ଗ ମଧ୍ୟରେ ଥିବା ଶହ ଶହ ବର୍ଷର ସମ୍ପର୍କକୁ ଆହୁରି ମଜବୁତ କରିବ । ଏହା ଯାତ୍ରାକାଳୀନ ସୁଗମତା ସହ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୁବିଧାଜନକ ହେବ ଓ ପର୍ଯ୍ୟଟନ ଓ ବ୍ୟବସାୟ ଯୋଗୁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ବନେ୍ଦ ଭାରତ ଏକ୍ସପ୍ରେସ ମା’ କାମାକ୍ଷା ମନ୍ଦିର, କାଜିରଙ୍ଗା ଓ ମାନସ ଜାତୀୟ ଉଦ୍ୟାନ ଓ ପବିତ୍ର ବନ୍ୟପ୍ରାଣୀ ଅଭୟାରଣ୍ୟ ସହ ସଂଯୋଗ ବୃଦ୍ଧି କରିବ । ଏହାଛଡ଼ା ମେଘାଳୟର ଶିଲଂ, ଚେରାପୁଞ୍ଜି, ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଓ ପାସିଘାଟରେ ପର୍ଯ୍ୟଟନର ଅଭିବୃଦ୍ଧି ଘଟାଇବ ।

ନଅ ବର୍ଷର ଏନଡିଏ ସରକାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସମୟ ମଧ୍ୟରେ ନବ ଭାରତ ଗଠନ ଦିଗରେ ଅଭୁତପୂର୍ବ ପରିବର୍ତ୍ତନ ହୋଇଛି । ସେ ସ୍ୱାଧୀନ ଭାରତର ଭବ୍ୟ ସଂସଦ ଭବନର ନୂତନ ଭାବେ ଉଦଘାଟନ ଉପରେ ଆଲୋକପାତ କରିବା ସହ ଏହା ହଜାର ବର୍ଷର ଗଣତାନ୍ତ୍ରିକ ଭାରତୀୟ ଇତିହାସ ସହ ଭବିଷ୍ୟତରେ ସମୃଦ୍ଧଶାଳୀ ଗଣତନ୍ତ୍ରକୁ ସଂଯୋଗ କରିବ ବୋଲି କହିଥିଲେ । ପୂର୍ବ ସରକାରଙ୍କ କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ନିକ୍ଷେପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୦୪ ପୂର୍ବରୁ ହେରାଫେରି ସବୁ ରେକର୍ଡ ଭାଙ୍ଗି ଦେଇଥିଲା ଓ ଏହା ଦ୍ୱାରା ଗରିବ ଓ ଅନଗ୍ରସର ହୋଇ ରହି ଯାଇଥିବା ରାଜ୍ୟଗୁଡ଼ିକ ବିକାଶ ଦୃଷ୍ଟିରୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ।

“ଆମ ସରକାର ଗରୀବ କଲ୍ୟାଣକୁ ପ୍ରାଥମିକତା ଦେଉଛି” ବୋଲି କହି ପ୍ରଧାନମନ୍ତ୍ରୀ ଘର, ଶୌଚାଳୟ, ଟ୍ୟାପ ଯୋଗେ ପାଣି, ବିଦ୍ୟୁତ, ଗ୍ୟାସ ପାଇପ ଲାଇନ, ଏମ୍ସର ବିକାଶ, ସଡ଼କ, ରେଳପଥ, ବିମାନପଥ, ଜଳପଥ, ବନ୍ଦର ଓ ମୋବାଇଲ ସଂଯୋଗ ଇତ୍ୟାଦିର ଉଦାହରଣ ଦେଇଥିଲେ । ଏହି ସବୁ ଲକ୍ଷ୍ୟ ହାସଲ ପାଇଁ ସରକାର ପୂରା ଦମରେ କାର୍ଯ୍ୟ କରିଛନ୍ତି । ଭିତ୍ତିଭୂମିର ବିକାଶ ଯୋଗୁ ଜନସାଧାରଣଙ୍କ ଜୀବନଧାରଣ ସହଜ ହେବା ସହ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରି ବିକାଶର ମୂଳଦୁଆ ସ୍ଥାପନ କରିଛି । ଭାରତର ଭିତ୍ତିଭୂମି ବିକାଶର ଗତି ଆଜି ବୈଶ୍ୱିକ ଚର୍ଚ୍ଚାର ବିଷୟ ପାଲଟିଛି ବୋଲି ଶ୍ରୀ ମୋଦୀ କହିଥିଲେ । ଏହି ଭିତ୍ତିଭୂମି ବିକାଶ ଗରୀବ ଓ ଅନଗ୍ରସରଙ୍କୁ ସଶକ୍ତ କରିବା ସହ ଦଳିତ, ଆଦିବାସୀ ଓ ସମାଜର ଅନ୍ୟାନ୍ୟ ବଂଚିତ ଜନସାଧାରଣଙ୍କୁ ମଧ୍ୟ ସଶକ୍ତ କରିଛି । “ଭିତ୍ତିଭୂମି ସମସ୍ତଙ୍କ ପାଇଁ, ଏଥିରେ କୌଣସି ବାଛ ବିଚାର ନାହିଁ” ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଏହା ହିଁ ପ୍ରକୃତ ସାମାଜିକ ନ୍ୟାୟ ଓ ଧର୍ମନିରପେକ୍ଷତା ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଭିତ୍ତିଭୂମି ବିକାଶର ସବୁଠାରୁ ଅଧିକ ସୁବିଧା ପାଇଛନ୍ତି ଭରାତ ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳର ଜନସାଧାରଣ । ଉତ୍ତର ପୂର୍ବାଞ୍ଚଳର ଜନସାଧାରଣ ଦଶନ୍ଧି ଦଶନ୍ଧି ଧରି ଏପରିକି ମୌଳିକ ଆବଶ୍ୟକତାରୁ ମଧ୍ୟ ବଞ୍ଚôତ ଥିଲେ । ଅନେକ ଗ୍ରାମ ଓ ପରିବାର ନିକଟରେ ବିଦ୍ୟୁତ, ଟେଲିଫୋନ ଓ ସଡ଼କ ଓ ବିମାନ ଯୋଗାଯୋଗ ନଅ ବର୍ଷ ଆଗରୁ ନ ଥିଲା ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ସେ ଅଞ୍ଚଳରେ ରେଳ ସଂଯୋଗ ଏକ ସେବା ମନୋଭାବର ଉଦାହରଣ ସୃଷ୍ଟି କରାଇଲେ । ଉତ୍ତର ପୂର୍ବାଞ୍ଚଳରେ ରେଳ ସଂଯୋଗୀକରଣ ସରକାରଙ୍କ ଦ୍ରୁତ ଗତି, ଅଭିପ୍ରାୟର ଏକ ପ୍ରମାଣ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରିକି ଉପନିବେଶ କାଳରେ ମଧ୍ୟ ଆସାମ, ତ୍ରିପୁରା ଓ ବଙ୍ଗଳାକୁ ରେଳ ସଂଯୋଗ ପ୍ରାକୃତିକ ସମ୍ପଦ ଲୁଟ୍ ପାଇଁ ଥିଲା । ମାତ୍ର ସ୍ୱାଧୀନତା ପରେ ଏ ଅଞ୍ଚଳରେ ରେଳ ସମ୍ପ୍ରସାରଣକୁ ଉପେକ୍ଷା କରାଗଲା ଓ ୨୦୧୪ ପରେ ଏ ସରକାରଙ୍କ ଉପରେ ଏହା ନ୍ୟସ୍ତ ହେଲା । ଶ୍ରୀ ମୋଦୀ କହିଥିଲେ ଯେ ସେ ଉତ୍ତର ପୂର୍ବାଞ୍ଚଳ ଜନସାଧାରଣଙ୍କ ସମ୍ବେଦନଶୀଳତା ଓ ସୁବିଧାକୁ ସବୁବେଳେ ଅଗ୍ରାଧିକାର ଦେଇଥାନ୍ତି । ଏହି ପରିବର୍ତ୍ତନ ସବୁଆଡ଼େ ଅନୁଭୂତ ହୋଇଛି । ସେ କହିଥିଲେ ଯେ ୨୦୧୪ ପୂର୍ବରୁ ଉତ୍ତର ପୂର୍ବାଞ୍ଚଳ ନିମନ୍ତେ ହାରାହାରି ରେଳ ବଜେଟ ପରିମାଣ ୨୫୦୦ କୋଟି ଥିବାବେଳେ ଚଳିତ ବର୍ଷ ଏହା ଦଶ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବର୍ତ୍ତମାନ ମଣିପୁର, ମିଜୋରାମ, ନାଗାଲାଣ୍ଡ ଓ ସିକିମ ଅବଶିଷ୍ଟ ଭାରତ ସହ ସଂଯୋଗ ହୋଇ ପାରିଛି । “ଖୁବଶୀଘ୍ର ଉତ୍ତର-ପୂର୍ବାଞ୍ଚଳର ଅନ୍ୟାନ୍ୟ ରାଜଧାନୀଗୁଡ଼ିକ ଓସାରିଆ ରେଳପଥ ଦ୍ୱାରା ସଂଯୁକ୍ତ ହେବ” ବୋଲି ସେ କହିଥିଲେ । “ଏହିସବୁ ପ୍ରକଳ୍ପ ନିମନ୍ତେ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି ।”

“ସରକାରଙ୍କ ବିକାଶମୂଳକ କାର୍ଯ୍ୟର ଆକାର ଓ ଗତି ବୃଦ୍ଧି ଅସ୍ୱାଭାବିକ”ହୋଇଥିବା ବେଳେ ଆଗ ଅପେକ୍ଷା ଉତ୍ତର ପୂର୍ବାଞ୍ଚଳରେ ନୂତନ ରେଳପଥ ବିସ୍ତାର ତିନିଗୁଣ ଅଧିକ ହୋଇଛି । ଓସାରିଆ ରେଳପଥ ବିସ୍ତାର ନଅଗୁଣ ବୃଦ୍ଧି ପାଇଛି । ଗତ ନଅ ବର୍ଷ ମଧ୍ୟରେ ରେଳପଥ ଦୋହରୀକରଣ ଗତି ଆରମ୍ଭ ହୋଇଥିବା ବେଳେ ସରକାର ଦ୍ରୁତ ଗତିରେ ଏହା ସମ୍ପୂର୍ଣ୍ଣ କରିବାକୁ ଲାକ୍ଷ୍ୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଉତ୍ତର ପୂର୍ବାଞ୍ଚଳର ଅନେକ ଦୂରଦୂରାନ୍ତ ଅଞ୍ଚଳରେ ସଂଯୋଗ ଦ୍ରୁତ ଗତିରେ ରେଳ ବିକାଶ ଯୋଗୁ ସମ୍ଭବ ହୋଇଛି । ପ୍ରାୟ ଶହେ ବର୍ଷ ପରେ ନାଗାଲାଣ୍ଡ ଏହାର ଦ୍ୱିତୀୟ ରେଳପଥ ପାଇଛି । ବର୍ତ୍ତମାନ ବନେ୍ଦ ଭାରତ ସେମି ହାଇସ୍ପିଡ୍ ଟ୍ରେନ ଓ ତେଜସ ଏକ୍ସପ୍ରେସ ସେ ରାସ୍ତାରେ ଗତି କରୁଛି ଯେଉଁଠି ଆଗରୁ କେବଳ କମ୍ ଗତିରେ ଯାତ୍ରା କରିପାରୁଥିବା ଅଣଓସାର ରେଳପଥ ଥିଲା । ପର୍ଯ୍ୟଟକମାନଙ୍କ ନିମନ୍ତେ ରେଳବାଇର ଭିଷ୍ଟା ଡୋମ କୋଚ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ଶ୍ରୀ ମୋଦୀ କହିଥିଲେ ।

“ଭାରତୀୟ ରେଳବାଇ ବର୍ତ୍ତମାନ ଗତି ସହ ଜନମାନସର ହୃଦୟ, ସମାଜ ଓ ସୁଯୋଗକୁ ସଂଯୋଗ କରିବାର ମାଧ୍ୟମ ପାଲଟିଛି । ଗୌହାଟୀ ରେଳ ଷ୍ଟେସନରେ ପ୍ରଥମ ଉଭୟଲିଙ୍ଗ ଚା’ଷ୍ଟଲ ଆରମ୍ଭ ହୋଇଥିବା ସେ କହିଥିଲେ। ଯେଉଁମାନେ ସମାଜରୁ ସମ୍ମାନ ଓ ଭଲ ବ୍ୟବହାର ଆଶା କରିଥାନ୍ତି ସେମାନଙ୍କୁ ଏହି ସମ୍ମାନ ଦେବାକୁ ଚେଷ୍ଟା କରାଯାଉଛି” ବୋଲି ସେ କହିଥିଲେ । ‘ୱାନ ଷ୍ଟେସନ, ୱାନ ପ୍ରଡକ୍ଟ’ ଯୋଜନାରେ ଉତ୍ତର ପୂର୍ବାଞ୍ଚଳ ରେଳ ଷ୍ଟେସନରେ ଷ୍ଟଲମାନ ସ୍ଥାପନ କରାଯିବା ଯୋଗୁ ସ୍ଥାନୀୟ ଜନସାଧାରଣ ସ୍ଥାନୀୟ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଉଛନ୍ତି । “କେବଳ ଗତି ଓ ସମ୍ବେଦନଶୀଳତା ଜରିଆରେ ଉତ୍ତର ପୂର୍ବାଞ୍ଚଳ ପ୍ରଗତି ପଥରେ ଅଗ୍ରସର ହୋଇ ଏକ ବିକଶିତ ଭାରତର ରାସ୍ତା କାଢ଼ିପାରିବ” ବୋଲି ସେ କହିଥିଲେ ।

ପୃଷ୍ଠଭୂମି:-

ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ସେ ଅଞ୍ଚଳର ଜନସାଧାରଣଙ୍କୁ ଦ୍ରୁତ ଓ ଆରାମଦାୟକ ସୁବିଧା ଦେଇପାରିବ । ଏହା ମଧ୍ୟ ଆଞ୍ଚଳିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ । ଗୌହାଟୀରୁ ନ୍ୟୁ-ଜଳପାଇଗୁଡ଼ି ସଂଯୋଗ ଫଳରେ ଯାତ୍ରା ଅବଧି ଏକ ଘଣ୍ଟା ହ୍ରାସ ପାଇବ । ବର୍ତ୍ତମାନ ଦ୍ରୁତଗାମୀ ଟ୍ରେନରେ ଏହା ସାଢ଼େ ଛଅ ଘଣ୍ଟା ଲାଗୁଥିବା ବେଳେ, ବନ୍ଦେ ଭାରତ ଏକ୍ସପ୍ରେସରେ ସାଢ଼େ ପାଞ୍ଚ ଘଣ୍ଟା ଲାଗିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ୧୮୨ କିଲୋମିଟର ଦୀର୍ଘ ନୂତନ ବିଦ୍ୟୁତକରଣ ରେଳପଥକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହା ଦ୍ୱାରା ଟ୍ରେନ ଦ୍ରୁତ ଗତିରେ ଯାତ୍ରା କରିବା ସହ ପ୍ରଦୂଷଣମୁକ୍ତ ରହିବ ଓ ଯାତ୍ରାର ଅବଧି ହ୍ରାସ ପାଇବ । ଏହା ଫଳରେ ଟ୍ରେନ ମେଘାଳୟକୁ ଯାତ୍ରା କରିବା ସୁଗମ ହେବ ।

ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ସଡ଼କ ନିର୍ମିତ ଡେମୁ/ମେମୁ ସେତକୁ ଆସାମର ଲାମଡିଙ୍ଗ ଠାରେ ଉଦଘାଟନ କରିଛନ୍ତି । ଏହି ନୂତନ ସୁବିଧା ଡେମୁ ରେଳ ରକ୍ଷଣାବେକ୍ଷଣ ଦିଗରେ ସହାୟକ ହେବ । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hold talks with Myanmar President U Min Aung Hlaing
June 01, 2026

The Prime Minister, Shri Narendra Modi, today held productive talks with the President of Myanmar, U Min Aung Hlaing.

The Prime Minister noted that India is honoured that President U Min Aung Hlaing chose India for his first foreign visit as President. He also expressed happiness that the President began his programme in India from Bodh Gaya with the blessings of Lord Buddha.

During the talks, the two leaders reviewed the full range of India-Myanmar relations and discussed ways to further strengthen bilateral cooperation.

The discussions covered avenues to deepen cooperation in trade, rare earths, healthcare, connectivity, heritage restoration and capacity building. The two sides also agreed to work closely in areas such as maritime security, cyber security and other sectors of mutual interest.

The Prime Minister underlined that Myanmar is vital to India’s ‘Neighbourhood First’, ‘Act East’ and Indo-Pacific policies, reaffirming the importance India attaches to its relations with Myanmar.

The Prime Minister wrote on X;

“Had a productive meeting with President U Min Aung Hlaing of Myanmar. We in India are honoured that he has chosen India for his first foreign visit as President. Equally gladdening is the fact that he began the visit from Bodh Gaya, with the blessings of Lord Buddha. We reviewed the full range of India-Myanmar relations. Myanmar is vital to India’s policies of ‘Neighbourhood First’, ‘Act East’ and Indo-Pacific.”

“Our talks covered ways to deepen cooperation in trade, rare earths, healthcare, connectivity, heritage restoration and capacity building. We also agreed to work closely in areas such as maritime security, cyber security and more.”