ଗୌହାଟୀରୁ ନ୍ୟୁ-ଜଳପାଇଗୁଡ଼ି ମଧ୍ୟରେ ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ପ୍ରଧାନମନ୍ତ୍ରୀ କଲେ ଯାତ୍ରାର ଶୁଭାରମ୍ଭ
ନୂତନ ବିଦ୍ୟୁତ ଚାଳିତ ସେକ୍ସନ ଓ ଡେମୁ/ମେମୁ ସେଡର ଉଦଘାଟନ
“ଉତ୍ତର-ପୂର୍ବର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ପର୍ଯ୍ୟଟନ ସହ ସଂଯୋଗୀକରଣ ବୃଦ୍ଧି କରିବ”
“ନବ ଭାରତ ଗଠନ ଦିଗରେ ଗତ ନଅ ବର୍ଷ ମଧ୍ୟରେ ଅଭୁତପୂର୍ବ ସଫଳତା ହାସଲ ହୋଇଛି”
“ଆମ ସରକାର ଗରୀବ କଲ୍ୟାଣକୁ ଅଗ୍ରାଧିକାର ଦେଇଛି”
“ଭିତ୍ତିଭୂମି ସମସ୍ତଙ୍କ ପାଇଁ ଓ ଏହା କୌଣସି ବାଛ ବିଚାର ରଖେ ନାହିଁ, ଭିତ୍ତିଭୂମି ବିକାଶ ହିଁ ପ୍ରକୃତ ସାମାଜିକ ନ୍ୟାୟ ଓ ଧର୍ମ ନିରପେକ୍ଷତା”
“ଭିତ୍ତିଭୂମି ବିକାଶର ସବୁଠାରୁ ବଡ଼ ହିତାଧିକାରୀ ହେଉଛନ୍ତି ପୂର୍ବାଞ୍ଚଳ ରାଜ୍ୟ ଏବଂ ଉତ୍ତର-ପୂର୍ବ ଭାରତ” “ଭାରତୀୟ ରେଳବାଇ ଦେଶରେ ଗତି ସହ ଲୋକମାନଙ୍କ ହୃଦୟ, ସମାଜ ଓ ସୁଯୋଗ ସହ ସଂଯୋଗର ମାଧ୍ୟମ ହୋଇ ପାରିଛି”

ନମସ୍କାର,

ଆସାମର ରାଜ୍ୟପାଳ ଶ୍ରୀମାନ ଗୁଲାବ ଚାନ୍ଦ କଟାରିୟା ଜୀ, ମୁଖ୍ୟମନ୍ତ୍ରୀ ଭାଇ ହେମନ୍ତ ବିଶ୍ୱା ଶର୍ମା ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସଦସ୍ୟ ଅଶ୍ୱିନୀ ବୈଷ୍ଣବ ଜୀ, ସର୍ବାନନ୍ଦ ସୋନୱାଲ ଜୀ, ରାମେଶ୍ୱର ତେଲି ଜୀ, ନିଶିଥ ପରମାଣିକ ଜୀ, ଜନ୍ ବାରଲା ଜୀ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସାଂସଦ ଗଣ, ବିଧାୟକ ଏବଂ ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ,

ଆଜି ଆସାମ ସହିତ ସମଗ୍ର ଉତ୍ତର ପୂର୍ବର ରେଳ ସଂଯୋଗୀକରଣ ସହିତ ଜଡ଼ିତ ତିନୋଟି କାର୍ଯ୍ୟ ଏକା ସହିତ ହେଉଛି । ପ୍ରଥମ, ଆଜି ଉତ୍ତର ପୂର୍ବକୁ ନିଜର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ବନ୍ଦେ ଭାରତ ଏକ୍ସପ୍ରେସ ମିଳୁଛି । ଏହି ପରିଚୟ ବଙ୍ଗଳାକୁ ଯୋଡ଼ିବାକୁ ଥିବା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଅଟେ । ଦ୍ୱିତୀୟରେ, ଆସାମ ଏବଂ ମେଘାଳୟର ପ୍ରାୟତଃ ସୱା ୪୦୦ କିଲୋମିଟର ଟ୍ରାକ୍ ଉପରେ ବିଦ୍ୟୁତକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତୃତୀୟ ଲାମଡିଙ୍ଗରେ ନବନିର୍ମିତ ଡେମୁ-ମେମୁ ରୋଡର ମଧ୍ୟ ଆଜି ଲୋକାର୍ପଣ ହୋଇଛି । ମୁଁ ଏହି ସମସ୍ତ ପ୍ରକଳ୍ପଗୁଡ଼ିକ ପାଇଁ ଆସାମ, ମେଘାଳୟ ସହିତ ସମଗ୍ର ଉତ୍ତର ପୂର୍ବ ଏବଂ ପଶ୍ଚିମବଙ୍ଗର ସାଥୀମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ଗୌହାଟୀ-ଜଳପାଇଗୁଡ଼ି ବନେ୍ଦ ଭାରତ ଏକ୍ସପ୍ରେସ ଟ୍ରେନ, ଆସାମ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବହୁ ପୁରାତନ ସମ୍ପର୍କକୁ ଆହୁରି ମଜବୁତ କରିବ । ଏହାଦ୍ୱାରା ଏହି ସମଗ୍ର ଅଞ୍ଚଳରେ ଯିବା-ଆସିବା ଆହୁରି ଶୀଘ୍ର ହୋଇଯିବ । ଏହାଦ୍ୱାରା କଲେଜ, ୟୁନିଭର୍ସିଟିରେ ପଢୁଥିବା ଯୁବ ସାଥୀମାନଙ୍କୁ ସୁବିଧା ହେବ । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଏହାଦ୍ୱାରା ପର୍ଯ୍ୟଟନ ଏବଂ ବାଣିଜ୍ୟରୁ ସୃଷ୍ଟି ହେଉଥିବା ରୋଜଗାର ବଢ଼ିବ ।

ଏହି ବନେ୍ଦ ଭାରତ ଏକ୍ସପ୍ରେସ ମା’ କାମାକ୍ଷା ମନ୍ଦିର, କାଜିରଙ୍ଗା, ମାନସ ଜାତୀୟ ଉଦ୍ୟାନ, ପୋବିତୋରା ୱାଇଲ୍ଡ ଲାଇଫ ସେଞ୍ଚୁରୀକୁ ସଂଯୋଗ କରିବ । ଏହା ସହିତ ମେଘାଳୟର ଶିଲଂ, ଚେରାପୁଞ୍ଜି ଓ ଅରୁଣାଚଳ ପ୍ରଦେଶର ଢବାଙ୍ଗ ଏବଂ ପାର୍ସି ଘାଟ ପର୍ଯ୍ୟନ୍ତ ମଧ୍ୟ ପର୍ଯ୍ୟଟକଙ୍କର ସୁବିଧା ବଢ଼ିଯିବ ।

ଭାଇ ଏବଂ ଭଉଣୀମାନେ,

ଚଳିତ ସପ୍ତାହ, କେନ୍ଦ୍ରରେ ଏନଡିଏ ସରକାରଙ୍କର ୯ ବର୍ଷ ପୂରଣ ହୋଇଛି । ଗତ ୯ ବର୍ଷ, ଭାରତ ପାଇଁ ଅଭୁତପୂର୍ବ ଉପଲବ୍ଧିର ରହିଥିଲା, ନୂତନ ଭାରତର ନିର୍ମାଣ କରାଯାଉଛି । କାଲି ଦେଶକୁ ସ୍ୱାଧୀନ ଭାରତର ଭବ୍ୟ-ଦିବ୍ୟ ଆଧୁନିକ ସଂସଦ ମିଳିଛି । ଏହା ଭାରତର ହଜାର ବର୍ଷ ପୁରୁଣା ଲୋକତାନ୍ତ୍ରିକ ଇତିହାସକୁ ଆମର ସମୃଦ୍ଧ ଲୋକତାନ୍ତ୍ରିକ ଭବିଷ୍ୟତ ସହିତ ଯୋଡ଼ିବାର ସଂସଦ ଅଟେ ।

ଗତ ୯ ବର୍ଷରେ ଏମିତି ଅନେକ ଉପଲବ୍ଧିମାନ ରହିଛି, ଯେଉଁଗୁଡ଼ିକ ସମ୍ପର୍କରେ ପୂର୍ବେ କଳ୍ପନା କରିବା ମଧ୍ୟ ସମସ୍ୟା ଥିଲା । ୨୦୧୪ ପୂର୍ବ ଦଶନ୍ଧିରେ ଇତିହାସର ଭ୍ରଷ୍ଟାଚାରର ସବୁ ରେକର୍ଡ ଭାଙ୍ଗି ଯାଇଥିଲା । ଏହି ଦୁର୍ନୀତି ସବୁଠାରୁ ଅଧିକ କ୍ଷତି ଦେଶର ଗରୀବଙ୍କର କରିଥିଲା, ଦେଶର ଏମିତି କ୍ଷେତ୍ରଗୁଡ଼ିକର କରିଥିଲା, ଯେଉଁମାନେ ବିକାଶର ପଛରେ ରହି ଯାଇଥିଲେ । ଆମ ସରକାର ସବୁଠାରୁ ଅଧିକ ଗରୀବ କଲ୍ୟାଣକୁ ପ୍ରାଥମିକତା ଦେଇଛି । ଗରୀବଙ୍କର ଘରଠାରୁ ନେଇ ମହିଳାମାନଙ୍କ ପାଇଁ ପାଇଖାନା ପର୍ଯ୍ୟନ୍ତ, ପାଣିର ପାଇପଲାଇନ ଠାରୁ ନେଇ ବିଜୁଳି ସଂଯୋଗ ପର୍ଯ୍ୟନ୍ତ, ଗ୍ୟାସ ପାଇପଲାଇନ ଠାରୁ ନେଇ ଏମ୍ସ ମେଡିକାଲ କଲେଜ ପର୍ଯ୍ୟନ୍ତ, ରେଳ, ସଡ଼କ, ଜଳପଥ, ବନ୍ଦର, ବିମାନବନ୍ଦର, ମୋବାଇଲ ସଂଯୋଗୀକରଣ, ଆମେ ପ୍ରତ୍ୟେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ସାମର୍ଥ୍ୟର ସହ କାର୍ଯ୍ୟ କରିଛୁ ।

ଆଜି ଭାରତରେ ହେଉଥିବା ଭିତ୍ତିଭୂମିର କାର୍ଯ୍ୟ ସମଗ୍ର ବିଶ୍ୱରେ ବହୁତ ଚର୍ଚ୍ଚା ହେଉଛି । କାରଣ ଏହି ଭିତ୍ତିଭୂମି ଜୀବନକୁ ସହଜ କରିଥାଏ । ଏହି ଭିତ୍ତିଭୂମି ରୋଜଗାର ପାଇଁ ସୁଯୋଗ ସୃଷ୍ଟି କରିଥାଏ । ଏହି ଭିତ୍ତିଭୂମି ବିକାଶର ଆଧାର ଅଟେ । ଏହି ଭିତ୍ତିଭୂମି ଗରୀବ, ଦଳିତ, ପଛୁଆ, ଆଦିବାସୀ, ଏମିତି ପ୍ରତ୍ୟେକ ବଂଚିତଙ୍କୁ ସଶକ୍ତ କରିଥାଏ । ଭିତ୍ତିଭୂମି ସମସ୍ତଙ୍କ ପାଇଁ, ସମାନ ଭାବରେ ରହିଥାଏ, ଭେଦଭାବ ବିନା ହୋଇଥାଏ, ଏବଂ ଏଥିପାଇଁ ଏହି ଭିତ୍ତିଭୂମି ନିର୍ମାଣ ଏକ ପ୍ରକାରରେ ପ୍ରକୃତ ସାମାଜିକ ନ୍ୟାୟ ଅଟେ, ପ୍ରକୃତ ଧର୍ମନିରପେକ୍ଷତା ଅଟେ ।

ଭାଇ ଏବଂ ଭଉଣୀମାନେ,

ଭିତ୍ତିଭୂମି ନିର୍ମାଣର ଏହି କାର୍ଯ୍ୟର ସବୁଠାରୁ ଅଧିକ ଲାଭ ଯଦି କାହାକୁ ହୋଇଛି ତେବେ ତାହା ପୂର୍ବ ଏବଂ ଉତ୍ତର ପୂର୍ବ ଭାରତକୁ ହୋଇଛି । ଆପଣ ଅତୀତରେ ହୋଇଥିବା ନାକାମି ପୂର୍ବେ ମଧ୍ୟ ଉତ୍ତର-ପୂର୍ବରେ ବହୁତ କାମ ହୋଇଥିଲା । ଏମିତି ଲୋକମାନଙ୍କର ସତ୍ୟତା, ଉତ୍ତର-ପୂର୍ବ ଲୋକମାନଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି । ଏହି ଲୋକମାନେ ଉତ୍ତର-ପୂର୍ବର ଲୋକମାନଙ୍କୁ ମୂଳ ସୁବିଧାଗୁଡ଼ିକ ପାଇଁ ମଧ୍ୟ ଦଶନ୍ଧି ପର୍ଯ୍ୟନ୍ତ ଅପେକ୍ଷା କରାଇ ଥିଲେ । ଏହି ଅକ୍ଷମ ଅପରାଧର ବହୁତ ବଡ଼ କ୍ଷତି ଉତ୍ତର-ପୂର୍ବ ଉଠାଇଛି, ଯାହା ହଜାର ହଜାର ଗାଁ, କୋଟି କୋଟି ପରିବାର ୯ ବର୍ଷ ପୂର୍ବ ପର୍ଯ୍ୟନ୍ତ ବିଜୁଳିରୁ ବଂଚିତ ଥିଲେ, ତାଙ୍କ ମଧ୍ୟରୁ ବହୁତ ବଡ଼ ସଂଖ୍ୟା ଉତ୍ତର-ପୂର୍ବ ପରିବାରର ଥିଲା । ଟେଲିଫୋନ-ମୋବାଇଲ ସଂଯୋଗୀକରଣରୁ ବଂଚିତ ହୋଇଥିବା ବହୁତ ବଡ଼ ଆବାଦୀ ଉତ୍ତର-ପୂର୍ବର ଥିଲା । ଉତ୍ତମ ରେଳପଥ, ସଡ଼କ, ବିମାନ ବନ୍ଦରର ସଂଯୋଗୀକରଣର ଅଭାବ ମଧ୍ୟ ସବୁଠାରୁ ଅଧିକ ଉତ୍ତର-ପୂର୍ବରେ ଥିଲା ।

ଭାଇ ଏବଂ ଭଉଣୀମାନେ,

ଯେତେବେଳେ ସେବା ଭାବର ସହିତ କାମ ହୋଇଥାଏ ସେତେବେଳେ କେମିତି ପରିବର୍ତ୍ତନ ଆସିଥାଏ । ଏହାର ସାକ୍ଷୀ ଉତ୍ତର-ପୂର୍ବର ରେଳ ସଂଯୋଗୀକରଣ ଅଟେ । ଯେଉଁ ବେଗ, ସ୍କେଲ ଏବଂ ନିୟମର କଥା କହୁଛ, ଏହା ତାହାର ମଧ୍ୟ ପ୍ରମାଣ ଅଟେ । ଆପଣ କଳ୍ପନା କରନ୍ତୁ, ଦେଶର ଦେଢ଼ଶହ ବର୍ଷରୁ ମଧ୍ୟ ପୂର୍ବରୁ ପ୍ରଥମ ରେଳ ମୁମ୍ବାଇ ମହାନଗରରୁ ଚାଲିଥିଲା

ସ୍ୱାଧୀନତାର ଏହି ଅବଧିରେ ମଧ୍ୟ ଆସାମ ହେଉ, ପଶ୍ଚିମବଙ୍ଗ ହେଉ, ପ୍ରତ୍ୟେକ ଅଞ୍ଚଳକୁ ରେଳ ସହିତ ଯୋଡ଼ା ଯାଇଥିଲା । ସେତେବେଳେ ଯେଉଁ ଚିନ୍ତାଧାରା ଥିଲା, ତାହା ଜନହିତ ପାଇଁ ନ ଥିଲା । ସେହି ସମୟ ଇଂରେଜମାନଙ୍କର ମାନସିକତା କ’ଣ ଥିଲା, ଏହି ସମଗ୍ର ଭୂଭାଗରେ ସଂସାଧନକୁ ଲୁଟିବା, ଏଠିକାର ପ୍ରାକୃତିକ ସମ୍ପଦକୁ ଲୁଟିବା, ସ୍ୱାଧୀନତା ପରେ ଉତ୍ତର ପୂର୍ବରେ ସ୍ଥିତି ପରିବର୍ତ୍ତନ ହେବା କଥା, ରେଲୱେର ବିସ୍ତାର ହେବା ଆବଶ୍ୟକ ଥିଲା । କିନ୍ତୁ ଉତ୍ତରପୂର୍ବର ଅଧିକରୁ ଅଧିକ ରାଜ୍ୟଗୁଡ଼ିକୁ ରେଳ ସହିତ ଯୋଡ଼ିବାର କାର୍ଯ୍ୟ ୨୦୧୪ ପରେ ଆମକୁ କରିବାକୁ ପଡ଼ିଲା ।

ଭାଇ ଏବଂ ଭଉଣୀମାନେ,

ଆପଣଙ୍କର ଏହି ସେବକ ଉତ୍ତର ପୂର୍ବର ଜନ-ଜୀବନର ସମ୍ବେଦନା ଏବଂ ସୁବିଧାଗୁଡ଼ିକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି । ଦେଶରେ ଆସିଥିବା ଏହି ପରିବର୍ତ୍ତନ ଗତ ୯ ବର୍ଷରେ ସବୁଠାରୁ ବଡ଼ ଏବଂ ସବୁଠାରୁ ପ୍ରଖର ଅଛି । ଯାହାକୁ ଉତ୍ତର-ପୂର୍ବ ବିଶେଷ ଭାବରେ ଅନୁଭବ କରିଛି । ଗତ ୯ ବର୍ଷରେ ପୂର୍ବ ତୁଳନାରେ ଉତ୍ତର ପୂର୍ବରେ ରେଲୱେର ବିକାଶ ଯୋଗୁ ବଜେଟ ମଧ୍ୟ ଅନେକ ଗୁଣା ବଢ଼ାଯାଇଛି । ୨୦୧୪ ପୂର୍ବରୁ ଉତ୍ତର ପୂର୍ବ ପାଇଁ ରେଲୱେର ବଜେଟ ହାରାହାରି ବଜେଟ ପାଖାପାଖି ଅଢ଼େଇ ହଜାର କୋଟି ଟଙ୍କାର ହେଉଥିଲା । ଚଳିତ ଥର ଉତ୍ତର ପୂର୍ବର ରେଳପଥ ୧୦ ହଜାର କେଟି ଟଙ୍କାରୁ ଅଧିକ ଅଟେ । ଅର୍ଥାତ୍ ପ୍ରାୟତଃ ୪ ଗୁଣ ବୃଦ୍ଧି କରାଯାଇଛି । ଏହି ସମୟରେ ମଣିପୁର, ମିଜୋରାମ, ନାଗାଲାଣ୍ଡ, ମେଘାଳୟ ଏବଂ ସିକ୍କିମର ରାଜଧାନୀଗୁଡ଼ିକ ବାକି ଅନ୍ୟ ଦେଶଗୁଡ଼ିକ ସହ ଯୋଡ଼ିବାର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁଛି । ଖୁବ ଶୀଘ୍ର ଉତ୍ତର ପୂର୍ବର ସମସ୍ତ ରାଜଧାନୀଗୁଡ଼ିକ ବ୍ରଜଗେଜ ନେଟୱର୍କ ସହିତ ଯୋଡ଼ିବାକୁ ଯାଉଛି । ଏହି ପ୍ରକଳ୍ପ ଉପରେ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହା ଦର୍ଶାଉଛି ଯେ ଉତ୍ତର ପୂର୍ବ ସଂଯୋଗୀକରଣ ପାଇଁ ବିଜେପିର ସରକାର ବହୁତ ପ୍ରତିବଦ୍ଧ ଅଟେ ।

ଭାଇ ଏବଂ ଭଉଣୀମାନେ,

ଆଜି ଯେଉଁ ସ୍କେଲ୍ ସହିତ, ଯେଉଁ ଗତିର ସହିତ ଆମେ କାର୍ଯ୍ୟ କରୁଛୁ, ତାହା ଅଭୁତପୂର୍ବ ଅଟେ । ବର୍ତ୍ତମାନ ଉତ୍ତର ପୂର୍ବ ଅଞ୍ଚଳରେ ପୂର୍ବ ତୁଳନାରେ, ତିନି ଗୁଣା ଦ୍ରୁତ ଗତିରେ ନୂତନ ରେଳ ଲାଇନଗୁଡ଼ିକ ବିଛାଯାଉଛି । ବର୍ତ୍ତମାନ ଉତ୍ତର ପୂର୍ବରେ ପୂର୍ବ ତୁଳନାରେ ୯ ଗୁଣା ଦ୍ରୁତ ଗତିରେ ରେଳ ଲାଇନର ଦୋହରୀକରଣ କରାଯାଉଛି । ଗତ ୯ ବର୍ଷ ମଧ୍ୟରେ ଉତ୍ତର ପୂର୍ବର ରେଳ ନେଟୱର୍କର ବିଦ୍ୟୁତକରଣ ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ ଶତ ପ୍ରତିଶତ ଲକ୍ଷ୍ୟ ଆଡ଼କୁ ଦ୍ରୁତ ଗତିରେ ବଢୁଛି ।

ସାଥୀମାନେ,

ଏମିତି ଭାବରେ ବେଗ ଏବଂ ସ୍କେଲ୍ କାରଣରୁ, ଆଜି ଉତ୍ତର-ପୂର୍ବର ଅନେକ ଅଞ୍ଚଳ ପ୍ରଥମ ଥର ରେଳ ସେବା ସହିତ ଯୋଡ଼ି ହେଉଛନ୍ତି । ନାଗାଲାଣ୍ଡକୁ ବର୍ତ୍ତମାନ ୧୦୦ ବର୍ଷ ପରେ ନିଜର ଦ୍ୱିତୀୟ ରେଳ ଷ୍ଟେସନ ମିଳୁଛି । ଗୋଟିଏ ସମୟ ଥିଲା ଯେତେବେଳେ ସେଠାରେ ଅତି ସଂକୀର୍ଣ୍ଣ ଭାବରେ ଅତି ଧୀର ଟ୍ରେନ ଚାଲୁଥିଲା କିନ୍ତୁ ବର୍ତ୍ତମାନ ବନ୍ଦେ ଭାରତ ଏବଂ ତେଜ୍ ଏକ୍ସପ୍ରେସ ଭଳି ସମସ୍ତ ଦ୍ରୁତଗାମୀ ଟ୍ରେନ ସେହି କ୍ଷେତ୍ରରେ ଚାଲିବା ଆରମ୍ଭ କରିଛି । ଆଜି ରେଲୱେର ୱିଷ୍ଟା ଡୋମ କୋଚ ମଧ୍ୟ ଉତ୍ତର ପୂର୍ବରେ ପର୍ଯ୍ୟଟକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ଆକର୍ଷଣ ପାଲଟିଛି ।

ଭାଇ ଏବଂ ଭଉଣୀମାନେ,

ଗତି ସହିତ ଭାରତୀୟ ରେଳ ଆଜି ଦିଲ୍ଲୀକୁ ଯୋଡ଼ିବାରେ, ସମାଜକୁ ଯୋଡ଼ିବାରେ ଏବଂ ଲୋକମାନଙ୍କ ପାଇଁ ସୁଯୋଗ ସହିତ ଯୋଡ଼ିବାରେ ମଧ୍ୟ ହୋଇପାରିଛି । ଆପଣ ଦେଖନ୍ତୁ, ଗୌହାଟୀ ରେଳ ଷ୍ଟେସନରେ ଭାରତର ପ୍ରଥମ କିନ୍ନରମାନଙ୍କର ଚା’ଦୋକାନ ଖୋଲାଯାଇଛି । ଏହା ସେହି ସାଥୀମାନଙ୍କୁ ସମ୍ମାନର ଜୀବନ ଦେବାକୁ ପ୍ରୟାସ କରାଯାଇଛି, ଯେଉଁମାନଙ୍କୁ ସମାଜରୁ ଉତ୍ତମ ବ୍ୟବହାର ପାଇଁ ଅପେକ୍ଷା ରହିଛି । ଏହି ପ୍ରକାରରେ ‘ୱାନ ଷ୍ଟେସନ, ୱାନ ପ୍ରଡକ୍ଟ’ ଏହି ଯୋଜନା ଅଧିନରେ ଉତ୍ତର ପୂର୍ବର ରେଳ ଷ୍ଟେସନଗୁଡ଼ିକରେ ଷ୍ଟଲ ନିର୍ମାଣ କରାଯାଇଛି । ତାହା ଭୋକାଲ ଫର ଲୋକାଲକୁ ସଶକ୍ତ କରୁଛି । ଏହାଦ୍ୱାରା ଆମର ସ୍ଥାନୀୟ କାରିଗର, କଳାକାର, ଶିଳ୍ପିକାର, ଏମିତି ସାଥୀମାନଙ୍କୁ ନୂତନ ବଜାର ମିଳୁଛି । ଉତ୍ତର ପୂର୍ବର ଶହ ଶହ ଷ୍ଟେସନମାନଙ୍କରେ ୱାଇଫାଇର ସୁବିଧା ଦିଆଯାଇଛି । ସମ୍ବେଦନଶୀଳତା ଏବଂ ଗତିର ଏହି ସଙ୍ଗମ ଦ୍ୱାରା ହିଁ ପ୍ରଗତି ପଥରେ ଉତ୍ତର ପୂର୍ବ ଆଗକୁ ବଢ଼ିବ । ବିକଶିତ ଭାରତର ନିର୍ମାଣର ପଥ ସଶକ୍ତ ହେବ ।

ପୁଣିଥରେ, ଆପଣ ସମସ୍ତଙ୍କୁ ବନ୍ଦେ ଭାରତ ଏବଂ ଅନ୍ୟ ସମସ୍ତ ପ୍ରକଳ୍ପ ପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ବହୁତ  ବହୁତ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw

Media Coverage

Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the strength of courage and resilience
July 08, 2026

The Prime Minister, Shri Narendra Modi said that courage is the greatest strength of a nation. He noted that it inspires the country to remain united even in the face of difficult challenges and to move steadily towards progress, prosperity and self-reliance.

The Prime Minister shared a Sanskrit Subhashitam-

“चलन्ति गिरयः कामं युगान्तपवनाहताः।

कृच्छ्रेऽपि न चलत्येव धीराणां निश्चलं मनः।। ”

The Subhashitam conveys that even mountains, lashed by tempestuous winds, are shaken and set in motion at the time of dissolution; yet amid the gravest trials, the mind of the steadfast remains unwavering and undisturbed.

The Prime Minister wrote on X;

“धैर्य किसी राष्ट्र की सबसे बड़ी शक्ति है। इससे कठिन चुनौतियों के बीच भी देश को एकजुट रहने के साथ ही प्रगति, समृद्धि और आत्मनिर्भरता की दिशा में निरंतर आगे बढ़ने की प्रेरणा मिलती है।

चलन्ति गिरयः कामं युगान्तपवनाहताः।

कृच्छ्रेऽपि न चलत्येव धीराणां निश्चलं मनः।।”