Processing Industry related to value addition to agri products is our priority: PM
Private Investment in Agriculture will help farmers: PM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 100ତମ କିଷାନ ରେଳକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରେଳ ମହାରାଷ୍ଟ୍ରର ସଙ୍ଗୋଲା ଠାରୁ ପଶ୍ଚିମ ବଙ୍ଗର ସାଲିମାର ମଧ୍ୟରେ ଯାତାୟାତ କରିବ । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ରେଳମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଉପସ୍ଥିତ ଥିଲେ ।

କିଷାନ ରେଳ ଶୁଭାରମ୍ଭ ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ରେଳ ସେବାକୁ ଦେଶର କୃଷକମାନଙ୍କ ଉପାର୍ଜନ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି । କିଷାନ ରେଳ ସେବା ପ୍ରସଙ୍ଗରେ ସନ୍ତୋଷ ବ୍ୟକ୍ତ କରି ସେ କହିଛନ୍ତି ଯେ କରୋନା ମହାମାରୀ କାଳରେ ମାତ୍ର 4 ମାସ ଭିତରେ ଦେଶରେ 100ତମ କିଷାନ ରେଳର ଶୁଭାରମ୍ଭ ହେବା ଅତ୍ୟନ୍ତ ଆନନ୍ଦର କଥା । ଏହି ସେବା ଦେଶର କୃଷି ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବ ଏବଂ ଦେଶର କୋଲ୍ଡ ସପ୍ଲାଏ ଚେନକୁ ସୁଦୃଢ଼ କରିବ । ସେ କହିଲେ ଯେ କିଷାନ ରେଳରେ ସର୍ବନିମ୍ନ କେତେ ସାମଗ୍ରୀ ପଠାଯାଇପାରିବ ସେଥିପାଇଁ କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ । ତେଣୁ ଏପରିକି ସ୍ୱଳ୍ପ ପରିମାଣର କୃଷି ଉତ୍ପାଦନକୁ ମଧ୍ୟ ଏହି ରେଳ ଜରିଆରେ ଦେଶର ବଡ଼ ବଡ଼ ବଜାରରେ ପହଞ୍ଚାଯାଇପାରିବ ଏବଂ ଏଥିପାଇଁ ମାତ୍ର ସ୍ୱଳ୍ପ ମୂଲ୍ୟ ଦେବାକୁ ପଡ଼ିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ କିଷାନ ରେଳ ପ୍ରକଳ୍ପ କୃଷକମାନଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ କେବଳ ଦର୍ଶାଉନାହିଁ ଅପରନ୍ତୁ ଏଭଳି ନୂତନ ସମ୍ଭାବନାକୁ ଆମର କୃଷକମାନେ କେତେ ଶୀଘ୍ର ଗ୍ରହଣ କରୁଛନ୍ତି ତାହା ମଧ୍ୟ ପ୍ରମାଣିତ କରୁଛି । ସେ କହିଲେ ଯେ କୃଷକମାନେ ସେମାନଙ୍କର ଉତ୍ପାଦକୁ ଏବେ ଅନ୍ୟ ରାଜ୍ୟରେ ମଧ୍ୟ ବିକ୍ରି କରିପାରିବେ । ଏଥିରେ କିଷାନ ରେଳ ଏବଂ କୃଷି ଉଡାନର ବିରାଟ ଭୂମିକା ରହିଛି । ସେ କହିଲେ ଯେ କିଷାନ ରେଳ ହେଉଛି ଏକ ଚଳମାନ ଶୀତଳ ଭଣ୍ଡାର ଯାହାକି ପଚନଯୋଗ୍ୟ ସାମଗ୍ରୀ ଯଥା, ଫଳ, ପନିପରିବା, କ୍ଷୀର, ମାଛ ଇତ୍ୟାଦିକୁ ସଂପୂର୍ଣ୍ଣ ନିରାପଦ ଭାବେ ପରିବହନ କରିନେବ । “ଭାରତର ସଦାବେଳେ ଏକ ବିଶାଳ ରେଳ ନେଟୱାର୍କ ରହିଆସିଛି । ଏପରିକି ସ୍ୱାଧୀନତା ପୂର୍ବରୁ ମଧ୍ୟ ଏହି ନେଟୱାର୍କ ବ୍ୟାପକ ଥିଲା । କୋଲ୍ଡ ଷ୍ଟୋରୋଜ୍‍ ପ୍ରଯୁକ୍ତି ଏବେ ସେଥି ସହ ଯୋଡ଼ାଯାଇ କୃଷକମାନଙ୍କ ପାଇଁ ଉପଲବ୍ଧ କରାଯାଇଛି । କିଷାନ ରେଳ ମାଧ୍ୟମରେ ଏହାର ସଂପୂର୍ଣ୍ଣ ସାମର୍ଥ୍ୟକୁ ଏବେ ଉପଯୋଗ କରାଯାଇପାରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ କିଷାନ ରେଳ ଭଳି ସୁବିଧା ପଶ୍ଚିମ ବଙ୍ଗର ନିୟୁତ ନିୟୁତ କ୍ଷୁଦ୍ର ଚାଷୀମାନଙ୍କୁ ବ୍ୟାପକ ସୁବିଧା ସୁଯୋଗ ଯୋଗାଇଛି । ଏହି ସୁବିଧା ଅନ୍ୟ କୃଷକ ଓ ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ମଧ୍ୟ ପ୍ରାପ୍ତ ହୋଇପାରିବ । ପ୍ରଧାନମନ୍ତ୍ରୀ କହିଲେ ଯେ କୃଷି କ୍ଷେତ୍ରର ବିଶେଷଜ୍ଞଗଣଙ୍କ ପରାମର୍ଶ ଏବଂ ଅନ୍ୟ ଦେଶର ଅନୁଭୂତି ଆଧାରରେ ଏଭଳି ନୂତନ ପ୍ରଯୁକ୍ତି ଏବଂ ସୁବିଧା ଭାରତୀୟ କୃଷି କ୍ଷେତ୍ରରେ ସାମିଲ କରାଯାଇଛି ।

ଏବେ ରେଳ ଷ୍ଟେସନ ଆଖପାଖ ଇଲାକାରେ ପଚନୀୟ ରେଳ କାର୍ଗୋ କେନ୍ଦ୍ରମାନ ନିର୍ମାଣ କରାଯାଉଛି ଯେଉଁଠାରେ କୃଷକମାନେ ସେମାନଙ୍କର ଉତ୍ପାଦର ଭଣ୍ଡାରଣ କରିପାରିବେ । ଏହା ଦ୍ୱାରା ପର୍ଯ୍ୟାପ୍ତ ପରିମାଣର ତଟକା ଫଳ ଓ ପନିପରିବା ଲୋକମାନଙ୍କ ପରିବାର ନିକଟରେ ପହଞ୍ଚାଯିବାର ଲକ୍ଷ୍ୟ ରଖାଯାଇଛି । ଉଦବୃତ୍ତ ଉତ୍ପାଦକୁ ଉଦ୍ଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚାଯିବ ଯେଉଁମାନେ ସେଥିରୁ ଜୁସ୍‍, ଆଚାର, ସସ୍‍, ଚିପ୍ସ ଇତ୍ୟାଦି ପ୍ରସ୍ତୁତ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସରକାରଙ୍କ ଅଗ୍ରାଧିକାର ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭଣ୍ଡାରଣ-ସଂଯୋଗୀ ଭିତ୍ତିଭୂମି ଏବଂ ପ୍ରକ୍ରିୟାକରଣ ଶିଳ୍ପ ଯାହାକି କୃଷି ଉତ୍ପାଦରେ ମୂଲ୍ୟ ସଂଯୋଗ କରିବାରେ ସହାୟକ ହେଉଥିବ ତାହା ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଉଛି । ସେ କହିଲେ ଯେ ଏଭଳି 6500ଟି ପ୍ରକଳ୍ପକୁ ମେଗା ଫୁଡ଼ ପାର୍କ, କୋଲ୍ଡ ଚେନ୍‍ ଭିତ୍ତିଭୂମି ଏବଂ ଆଗ୍ରୋ ପ୍ରୋସେସିଂ କ୍ଲଷ୍ଟର ଯାହାକି ପିଏମ କିଷାନ ସମ୍ପଦା ଯୋଜନା ଅଧୀନରେ ରହିଛି ସେସବୁକୁ ସରକାର ମଂଜୁରୀ ପ୍ରଦାନ କରିଛନ୍ତି । ସେହିଭଳି ଆତ୍ମନିର୍ଭର ଅଭିଯାନ ପ୍ୟାକେଜ୍‍ ଅଧୀନରେ ମାଇକ୍ରୋ ଫୁଡ଼୍‍ ପ୍ରୋସେସିଂ ଶିଳ୍ପସଂସ୍ଥାମାନଙ୍କ ସକାଶେ ସରକାର 10,000 କୋଟି ଟଙ୍କା ମଂଜୁର କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ ।

ଶ୍ରୀ ମୋଦୀ କହିଲେ ଯେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ, କୃଷକ ଏବଂ ଯୁବଗୋଷ୍ଠୀଙ୍କ ଅଂଶଗ୍ରହଣ ଯୋଗୁ ହିଁ ସରକାରଙ୍କ ଏଭଳି ପ୍ରୟାସ ସଫଳ ହୋଇପାରିଛି । କୃଷି ଉତ୍ପାଦନକାରୀ ସଂଗଠନ (ଏଫପିଓ) ଏବଂ ସମବାୟ ଗୋଷ୍ଠୀ ଯଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୃଷି ବ୍ୟବସାୟ ଏବଂ କୃଷି ଭିତ୍ତିଭୂମି କାର୍ଯ୍ୟକ୍ରମରେ ସର୍ବାଧିକ ଗୁରୁତ୍ୱ ଲାଭ କରିଛି । ନିକଟରେ ସରକାର ଆଣିଥିବା କୃଷି ସଂସ୍କାର ଦ୍ୱାରା କୃଷି ବ୍ୟବସାୟ ଅଧିକ ସମ୍ପ୍ରସାରିତ ହେବ ଏବଂ ସେହିସବୁ ଗୋଷ୍ଠୀ ଏଥିରୁ ସର୍ବାଧିକ ଫାଇଦା ପାଇପାରିବେ । କୃଷି କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶ ଦ୍ୱାରା ସରକାରଙ୍କ ଏଭଳି ପ୍ରୟାସକୁ ସହାୟତା ମିଳିବ ଏବଂ ଏହାର ସୁଫଳ କୃଷକମାନଙ୍କ ନିକଟକୁ ହିଁ ଯିବ । “ଆମେ ଭାରତୀୟ କୃଷି ଓ କୃଷକମାନଙ୍କୁ ସୁଦୃଢ଼ କରିବା ଦିଗରେ ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ଆଗକୁ ଅଗ୍ରସର ହେବୁ” ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ମତ ପୋଷଣ କରିଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 51 lakh households benefit under PM Surya Ghar, 28.4 lakh farm pumps solarised: Govt

Media Coverage

Over 51 lakh households benefit under PM Surya Ghar, 28.4 lakh farm pumps solarised: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting determination, perseverance, and continuous effort in overcoming life's challenges
August 13, 2026

Prime Minister Shri Narendra Modi shared a Sanskrit Subhashitam today, highlighting the power of determination, perseverance, and courage in overcoming life's challenges and turning adverse circumstances into favorable ones.

The Prime Minister wrote on X;

"दैवं पुरुषकारेण यः समर्थः प्रबाधितुम्।

न दैवेन विपन्नार्थः पुरुषः सोऽवसीदति॥"

A person who possesses the determination, perseverance and courage to turn adverse circumstances into favorable ones is never defeated by the challenges of life. Instead, through continuous effort and unwavering resolve, he moves forward and ultimately achieves success.