ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ର ସହ ସଂଶ୍ଳିଷ୍ଟ ସମସ୍ତଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆୟୁଷ୍ମାନ ଭାରତ ଓ ପିଏମ ଜନଔଷଧୀ ଯୋଜନା ଆମ ନାଗରିକମାନଙ୍କ ନିମନ୍ତେ କମ ବ୍ୟୟ ସାପେକ୍ଷ ଓ ଗୁଣାତ୍ମକ  ସ୍ୱାସ୍ଥ୍ୟସେବା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଗତ ଆଠ ବର୍ଷ ମଧ୍ୟରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବିରାଟ ଅବସ୍ଥାନ୍ତର ଦେଖାଦେଇଛି । ଅନେକ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ସରକାର ସ୍ଥାନୀୟ ଭାଷାରେ ଭେଷଜତତ୍ତ୍ୱ ପଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି ଓ ଏହା ଦ୍ୱାରା ଅନେକ ଯୁବକଯୁବତୀ ସେମାନଙ୍କ ଉଚ୍ଚାଭିଳାଷ ପୂରଣ କରିପାରିବେ ।

କେତେଟ ଟୁଇଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ -

“ଆରୋଗ୍ୟଂ ପରମ ଭାଗ୍ୟଂ ସ୍ୱାସ୍ଥ୍ୟଂ ସର୍ବାର୍ଥସାଧନମ୍  । ।

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଶୁଭେଚ୍ଛା ।

ପ୍ରତ୍ୟେକ ବ୍ୟକ୍ତି ଉତ୍ତମ ସ୍ୱାସ୍ଥ୍ୟ ଓ ନିରୋଗ ଜୀବନଯାପନ କରନ୍ତୁ । ସ୍ୱାସ୍ଥ୍ୟକ୍ଷେତ୍ର ସହ ସଂଶ୍ଳିଷ୍ଟ ପ୍ରତ୍ୟେକଙ୍କୁ ଆଜି କୃତଜ୍ଞତା ଜ୍ଞାପନ କରିବାର ଦିନ । ସେମାନଙ୍କ କଠିନ ପରିଶ୍ରମ ଯୋଗୁଁ ଆଜି ଆମର ପୃଥିବୀ ସୁରକ୍ଷିତ ରହିଛି ।”

“ଭାରତ ସରକାର ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତ କରିବା ନିମନ୍ତେ ଆକ୍ଳାନ୍ତ ଉଦ୍ୟମ କରୁଛନ୍ତି । ଆମର ନାଗରିକମାନଙ୍କୁ ଉନ୍ନତମାନ ଓ କମ ବ୍ୟୟ ସାପେକ୍ଷ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଉଦ୍ୟମ କରାଯାଉଛି । ବିଶ୍ୱର ବୃହତ୍ତମ ସ୍ୱାସ୍ଥ୍ୟଯତ୍ନ ଯୋଜନା ଆୟୁଷ୍ମାନ ଭାରତ ଆମ ଦେଶରେ ଅଛି ଓ ଏଥିପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ ।”

“ପିଏମ ଜନଔଷଧୀ ଯୋଜନାର ହିତାଧିକାରୀମାନଙ୍କ ସହ ଯେତେବେଳେ ମୁଁ ଭାବର ଆଦାନପ୍ରଦାନ କରେ ତାହା ମତେ ବେଶ ଖୁସୀ ଦେଇଥାଏ । କମ ବ୍ୟୟସାପେକ୍ଷ ସ୍ୱାସ୍ଥ୍ୟ ସେବା ପାଇଁ ଆମର ଗରୀବ ଓ ମଧ୍ୟବିତ୍ତ ଶ୍ରେଣୀ ବେଶ ଉପକୃତ ହେଉଛନ୍ତି । ଏହାଛଡା ସାମଗ୍ରୀକ ସୁଧାର ନିମନ୍ତେ ଆମେ ଆମର ଆୟୁଷ ବ୍ୟବସ୍ଥାକୁ ମଧ୍ୟ ମଜଭୁତ କରୁଛୁ ।”

“ଗତ ଆଠ ବର୍ଷ ମଧ୍ୟରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଦୃତ ପରିବର୍ତ୍ତନ ଘଟିଛି । ଅନେକ ନୂତନ ମେଡିକାଲ କଲେଜ ସ୍ଥାପିତ ହୋଇଛି । ସ୍ଥାନୀୟ ଭାଷାରେ ଡାକ୍ତରୀ ଶିକ୍ଷା ପ୍ରଦାନ ପାଇଁ ଆମର ଉଦ୍ୟମ ଯୋଗୁଁ ଏହା ଅଗଣିତ ଯୁବକ ଯୁବତୀଙ୍କ ଆକାଂକ୍ଷା ପୂରଣରେ ସହାୟକ ହେବ ।”

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win