ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ-ତିବ୍ୱତୀୟ ସୀମା ପୋଲିସ (ଆଇଟିବିପି)ର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ହିମବୀର ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଦେଶ ପ୍ରତି ଆଇଟିବିପିର ଅନୁକରଣୀୟ ସେବାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ସେମାନଙ୍କର ସାହସ, ଶୃଙ୍ଖଳା ଏବଂ କର୍ତ୍ତବ୍ୟ ପ୍ରତି ଅଟଳ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି । ସେ ବିପର୍ଯ୍ୟୟ ରିଲିଫ ଏବଂ ଉଦ୍ଧାର ଅଭିଯାନ ସମୟରେ ଆଇଟିବିପି ଜବାନମାନଙ୍କର କରୁଣା ଏବଂ ତତ୍ପରତାକୁ ମଧ୍ୟ ପ୍ରଶଂସା କରିଛନ୍ତି, ଯାହା ସେମାନଙ୍କର ସେବା ତଥା ମାନବତାର ସର୍ବୋତ୍ତମ ପରମ୍ପରାକୁ ଦର୍ଶାଇ ଥାଏ ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଆଇଟିବିପିର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ହିମବୀର ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଏହି ବାହିନୀ ଅତୁଳନୀୟ ସାହସ, ଶୃଙ୍ଖଳା ଏବଂ କର୍ତ୍ତବ୍ୟନିଷ୍ଠାର ପ୍ରତୀକ । କଠିନତମ ଜଳବାୟୁ ଏବଂ ସବୁଠାରୁ ଦୁର୍ଗମ ଭୂମି ମଧ୍ୟରେ ସେବା କରି, ସେମାନେ ଦୃଢ଼ ସଂକଳ୍ପ ସହିତ ଦେଶକୁ ସୁରକ୍ଷା ଦିଅନ୍ତି । ବିପର୍ଯ୍ୟୟ ରିଲିଫ ଏବଂ ଉଦ୍ଧାର ଅଭିଯାନ ସମୟରେ ସେମାନଙ୍କର କରୁଣା ଏବଂ ତତ୍ପରତା ସେବା ତଥା ମାନବତାର ସର୍ବୋତ୍ତମ ପରମ୍ପରାକୁ ଦର୍ଶାଇ ଥାଏ ।
@ITBP_official”
Warm greetings to all ITBP Himveers and their families on their Raising Day. The Force embodies unmatched courage, discipline and devotion to duty. Serving amid the harshest climates and most difficult terrains, they safeguard the nation with unwavering resolve. Their compassion… pic.twitter.com/qiyL6gqcb8
— Narendra Modi (@narendramodi) October 24, 2025


