ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ-ତିବ୍ୱତୀୟ ସୀମା ପୋଲିସ (ଆଇଟିବିପି)ର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ହିମବୀର ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଦେଶ ପ୍ରତି ଆଇଟିବିପିର ଅନୁକରଣୀୟ ସେବାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ସେମାନଙ୍କର ସାହସ, ଶୃଙ୍ଖଳା ଏବଂ କର୍ତ୍ତବ୍ୟ ପ୍ରତି ଅଟଳ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି । ସେ ବିପର୍ଯ୍ୟୟ ରିଲିଫ ଏବଂ ଉଦ୍ଧାର ଅଭିଯାନ ସମୟରେ ଆଇଟିବିପି ଜବାନମାନଙ୍କର କରୁଣା ଏବଂ ତତ୍ପରତାକୁ ମଧ୍ୟ ପ୍ରଶଂସା କରିଛନ୍ତି, ଯାହା ସେମାନଙ୍କର ସେବା ତଥା ମାନବତାର ସର୍ବୋତ୍ତମ ପରମ୍ପରାକୁ ଦର୍ଶାଇ ଥାଏ ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଆଇଟିବିପିର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ହିମବୀର ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଏହି ବାହିନୀ ଅତୁଳନୀୟ ସାହସ, ଶୃଙ୍ଖଳା ଏବଂ କର୍ତ୍ତବ୍ୟନିଷ୍ଠାର ପ୍ରତୀକ । କଠିନତମ ଜଳବାୟୁ ଏବଂ ସବୁଠାରୁ ଦୁର୍ଗମ ଭୂମି ମଧ୍ୟରେ ସେବା କରି, ସେମାନେ ଦୃଢ଼ ସଂକଳ୍ପ ସହିତ ଦେଶକୁ ସୁରକ୍ଷା ଦିଅନ୍ତି । ବିପର୍ଯ୍ୟୟ ରିଲିଫ ଏବଂ ଉଦ୍ଧାର ଅଭିଯାନ ସମୟରେ ସେମାନଙ୍କର କରୁଣା ଏବଂ ତତ୍ପରତା ସେବା ତଥା ମାନବତାର ସର୍ବୋତ୍ତମ ପରମ୍ପରାକୁ ଦର୍ଶାଇ ଥାଏ ।

@ITBP_official”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi