ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ରାଷ୍ଟ୍ର ମଧ୍ୟରେ ସ୍ଥାୟୀ ବନ୍ଧୁତାକୁ ପୁନଃ ଦୋହରାଇବା ସହ ହୃଦୟସ୍ପର୍ଶୀ ଦୀପାବଳି ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ କହିଛନ୍ତି;
“ମୋର ପ୍ରିୟ ବନ୍ଧୁ, ଆପଣଙ୍କ ଦୀପାବଳି ଶୁଭେଚ୍ଛା ପାଇଁ ଧନ୍ୟବାଦ । ଆପଣଙ୍କ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଫଳତା କାମନା କରୁଛି । ଆଗାମୀ ବର୍ଷଗୁଡିକରେ ଭାରତ-ଇସ୍ରାଏଲ ରଣନୈତିକ ସହଭାଗିତା ନିରନ୍ତର ସମ୍ପ୍ରସାରିତ ହେଉ, ଏହା ହିଁ ମୋର କାମନା ।
@netanyahu”
Thank you, my dear friend, for your warm Diwali greetings. I also extend my heartiest wishes on your birthday. Wishing you good health and success. May India-Israel Strategic Partnership continue to flourish in the years to come.@netanyahu https://t.co/RxMJtdJWTs
— Narendra Modi (@narendramodi) October 21, 2025


