ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ନ୍ୟାୟ କ୍ଷେତ୍ରର ଅଗ୍ରଣୀ ଶ୍ରୀ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ନିଷ୍ପତ୍ତି ଉପରେ ଖୁସି ବ୍ୟକ୍ତ କରିଛନ୍ତି ।

କର୍ପୁରୀ ଠାକୁରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏହି ନିଷ୍ପତ୍ତି ଦେଶବାସୀଙ୍କୁ ଗର୍ବିତ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ପଛୁଆ ଓ ବଞ୍ଚିତ ଲୋକମାନଙ୍କ ଉନ୍ନତି ପାଇଁ ତାଙ୍କର ଅତୁଟ ପ୍ରତିବଦ୍ଧତା ଏବଂ ଦୂରଦର୍ଶୀ ନେତୃତ୍ୱ ଭାରତର ସାମାଜିକ - ରାଜନୈତିକ ଦୃଶ୍ୟପଟ୍ଟରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

ମୁଁ ଆନନ୍ଦିତ ଯେ ଭାରତ ସରକାର ସାମାଜିକ ନ୍ୟାୟର ପ୍ରତୀକ, ମହାନ ଜନନାୟକ କର୍ପୁରୀ ଠାକୁର ଜୀ’ ଙ୍କୁ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଉଥିବା ସମୟରେ ଭାରତ ରତ୍ନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସମ୍ମାନଜନକ ସ୍ୱୀକୃତି ହେଉଛି ଅବହେଳିତ ବବର୍ଗର ଲୋକମାନଙ୍କ ପାଇଁ ଏକ ଚାମ୍ପିଅନ୍ ଭାବରେ ତାଙ୍କର ନିରନ୍ତର ପ୍ରୟାସ ତଥା ସମାନତା ଏବଂ ସଶକ୍ତିକରଣର ପ୍ରମୁଖ ଭାବେ କାର୍ଯ୍ୟ କରିବାର ଏକ ପ୍ରମାଣ ।

ଅବହେଳିତ ମାନଙ୍କର ଉନ୍ନତି ପାଇଁ ତାଙ୍କର ଅତୁଟ ପ୍ରତିବଦ୍ଧତା ଏବଂ ତାଙ୍କ ଦୂରଦର୍ଶୀ ନେତୃତ୍ୱ ଭାରତର ସାମାଜିକ - ରାଜନୈତିକ ଢାଞ୍ଚାରେ ଏକ ଅବିସ୍ମରଣୀୟ ଛାପ ଛାଡିଛି । ଏହି ପୁରସ୍କାର କେବଳ ତାଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରେ ନାହିଁ ବରଂ ଏକ ଅଧିକ ନ୍ୟାୟପୂର୍ଣ୍ଣ ଏବଂ ସମନ୍ୱୟପୂର୍ଣ୍ଣ ସମାଜ ଗଠନ ନିମନ୍ତେ ତାଙ୍କର ଲକ୍ଷ୍ୟକୁ ଜାରି ରଖିବାକୁ ଆମକୁ ପ୍ରେରଣା ଦେଇଥାଏ ।

“मुझे इस बात की बहुत प्रसन्नता हो रही है कि भारत सरकार ने समाजिक न्याय के पुरोधा महान जननायक कर्पूरी ठाकुर जी को भारत रत्न से सम्मानित करने का निर्णय लिया है। उनकी जन्म-शताब्दी के अवसर पर यह निर्णय देशवासियों को गौरवान्वित करने वाला है। पिछड़ों और वंचितों के उत्थान के लिए कर्पूरी जी की अटूट प्रतिबद्धता और दूरदर्शी नेतृत्व ने भारत के सामाजिक-राजनीतिक परिदृश्य पर अमिट छाप छोड़ी है। यह भारत रत्न न केवल उनके अतुलनीय योगदान का विनम्र सम्मान है, बल्कि इससे समाज में समरसता को और बढ़ावा मिलेगा।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance