ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ଜନ୍ମ ଦିନ ଶୁଭେଚ୍ଛା ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି।
ରାଷ୍ଟ୍ରପତିଙ୍କୁ ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:
“ମାନନୀୟ....ଜୀ ଆପଣଙ୍କ ଶୁଭକାମନା ପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ମାର୍ଗଦର୍ଶନ ଆତ୍ମନିର୍ଭର ଓ ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ବହୁତ ଉତ୍ସାହିତ କରୁଛି। ଦେଶ ଓ ଦେଶବାସୀଙ୍କ ପ୍ରତି ମୋର ଦାୟିତ୍ୱ ସମ୍ପୂର୍ଣ୍ଣ କରିବାରେ କୌଣସି ଉଦ୍ୟମ ଛାଡ଼ିବି ନାହିଁ।” 
ଉପରାଷ୍ଟ୍ରପତିଙ୍କୁ ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:
 

“ଆପଣଙ୍କ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଉଛି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଜୀ। ବିଭିନ୍ନ ପ୍ରସଙ୍ଗରେ ଆପଣଙ୍କ ଦିଗଦର୍ଶନ ଓ ଦୃଷ୍ଟିକୋଣକୁ ମୁଁ ଗ୍ରହଣ କରୁଛି।”
ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ମୋତେ ଜନ୍ମ ଦିନ ଶୁଭେଚ୍ଛା ଜଣାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଉଛି। ଜନସାଧାରଣଙ୍କ ପାଇଁ ଦୃଢ଼ତାର ସହ ସେବା କରିବାକୁ ଏହି ଶ୍ରଦ୍ଧା ମୋତେ ପ୍ରୋତ୍ସାହିତ କରୁଛି।

 

“ଲୋକଙ୍କ ଶୁଭେଚ୍ଛାରେ ବିନମ୍ର ଓ ସମ୍ମାନିତ ଅନୁଭବ କରୁଛି।
ମୋତେ ଜନ୍ମ ଦିନ ଶୁଭେଚ୍ଛା ଜଣାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଲୋକଙ୍କ ପାଇଁ ଦୃଢ଼ତାର ସହ ସେବା କରିବାକୁ ଏହି ଶ୍ରଦ୍ଧା ମୋତେ ପ୍ରୋତ୍ସାହିତ କରୁଛି। 
ଆଜି ମଧ୍ୟ ଆମର ତୃତୀୟ ପାଳିର ସରକାର ଶହେ ଦିନ ପୂରଣ କରୁଛି। ମୁଁ ଖୁସି ଯେ ବିଗତ ଶହେ ଦିନରେ ଅନେକ ଗୁଡ଼ିଏ ଜନକଲ୍ୟାଣମୂଳକ ଏବଂ ବିକାଶଭିତ୍ତିକ ନିଷ୍ପତ୍ତି ନିଆଯାଇଛି, ଯାହାକି ବିକଶିତ ଭାରତ ପଦକ୍ଷେପକୁ ବଳ ଯୋଗାଉଛି।
ଆଜି ଅନେକ ଲୋକ ସମାଜକଲ୍ୟାଣ କାମରେ ନିଜକୁ ନିୟୋଜିତ କରିଛନ୍ତି। ସେମାନଙ୍କ ଉଦ୍ୟମକୁ ସମ୍ମାନ ଜଣାଉଛି ଏବଂ ମୋର ଶୁଭେଚ୍ଛା ସେମାନଙ୍କୁ ଜଣାଉଛି।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains among best-performing major economies: S&P Global

Media Coverage

India remains among best-performing major economies: S&P Global
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 19, 2026
April 19, 2026

Building a Stronger Bharat: Infrastructure Revolution, Economic Resilience & Inclusive Welfare Under PM Modi