୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା କଥା ମନେ ପକାଇଲେ ପ୍ରଧାନମନ୍ତ୍ରୀ
ସର୍ବଦା ଗରିବଙ୍କ ପାଇଁ କାମ କରିବା ଏବଂ କେବେବି ଲାଞ୍ଚ ନ ନେବା ପାଇଁ ମା’ଙ୍କ ପରାମର୍ଶ
ଗୁଜରାଟକୁ ମରୁଡିପ୍ରବଣ ରାଜ୍ୟରୁ ସୁଶାସନର ଏକ ଶକ୍ତିଶାଳୀ କେନ୍ଦ୍ରରେ ପରିବର୍ତ୍ତନକୁ ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ
ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାର ପ୍ରତିବଦ୍ଧତାକୁ ଦୋହରାଇଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ମୁଖ୍ୟ ଭାବେ, ତାଙ୍କ ୨୫ତମ ସେବା ବର୍ଷରେ ପଦାର୍ପଣ କରିବା ଅବସରରେ ଭାରତର ଜନସାଧାରଣଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ୨୦୦୧ ମସିହା ଆଜିର ଦିନରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରଠାରୁ ତାଙ୍କ ଯାତ୍ରାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କ ଜୀବନକୁ ଉନ୍ନତ କରିବା ଏବଂ ଦେଶର ପ୍ରଗତିରେ ଯୋଗଦାନ ଦେବା ତାଙ୍କର ନିରନ୍ତର ପ୍ରୟାସ।

ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କୁ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା । ସେହି ବର୍ଷ ରାଜ୍ୟ ଏକ ବିନାଶକାରୀ ଭୂମିକମ୍ପ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲା ଏବଂ ପୂର୍ବ ବର୍ଷଗୁଡିକରେ ଏକ ମହାବାତ୍ୟା, କ୍ରମାଗତ ମରୁଡି ଏବଂ ରାଜନୈତିକ ଅସ୍ଥିରତାର ମଧ୍ୟ ସମ୍ମୁଖୀନ ହୋଇଥିଲା । ସେ କହିଛନ୍ତି ଯେ ଏହି ଆହ୍ଵାନଗୁଡିକ ନୂତନ ଉତ୍ସାହ ଓ ଆଶା ସହିତ ଲୋକଙ୍କ ସେବା ଏବଂ ଗୁଜରାଟକୁ ପୁନଃନିର୍ମାଣ କରିବାର ସଂକଳ୍ପକୁ ଆହୁରି ମଜବୁତ କରିଥିଲା ।

ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ସମୟରେ ଶ୍ରୀ ମୋଦୀ ତାଙ୍କ ମା’ଙ୍କ କଥା ମନେ ପକାଇଥିଲେ । ତାଙ୍କ ମା’ ତାଙ୍କୁ କହିଥିଲେ ଯେ, ସର୍ବଦା ଗରିବଙ୍କ ପାଇଁ କାମ କରିବା ଉଚିତ ଏବଂ କେବେବି ଲାଞ୍ଚ ନେବା ଉଚିତ ନୁହେଁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଲୋକମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ସେ ଯାହା କରିବେ ତାହା ଭଲ ଉଦ୍ଦେଶ୍ୟ ସହିତ ହେବ ଏବଂ ଧାଡିର ଶେଷ ବ୍ୟକ୍ତିଙ୍କୁ ସେବା କରିବାର ମନୋଭାବ ଦ୍ୱାରା ଅନୁପ୍ରାଣିତ ହେବ ।

ଗୁଜରାଟରେ ତାଙ୍କ କାର୍ଯ୍ୟକାଳ ବିଷୟରେ ଚର୍ଚ୍ଚା କରି ସେ କହିଥିଲେ ଯେ, ସେତେବେଳେ ଲୋକମାନେ ବିଶ୍ୱାସ କରୁଥିଲେ, ରାଜ୍ୟ ଆଉ କେବେ ଉନ୍ନତି କରିପାରିବ ନାହିଁ । ଚାଷୀମାନେ ବିଦ୍ୟୁତ ଏବଂ ପାଣି ଅଭାବର ଅଭିଯୋଗ କରୁଥିଲେ, କୃଷି ମାନ୍ଦା ଅବସ୍ଥାରେ ଥିଲା ଏବଂ ଶିଳ୍ପ ଅଭିବୃଦ୍ଧି ଠପ ହୋଇଯାଇଥିଲା । ସେ କହିଥିଲେ ଯେ, ସାମୂହିକ ପ୍ରୟାସ ଜରିଆରେ ଗୁଜରାଟ ସୁଶାସନର ଏକ ଶକ୍ତି କେନ୍ଦ୍ରରେ ପରିଣତ ହୋଇଥିଲା । ଏକଦା ମରୁଡିପ୍ରବଣ ଥିବା ରାଜ୍ୟ କୃଷି କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ହୋଇ ଉଠିଥିଲା, ବାଣିଜ୍ୟ ଉତ୍ପାଦନ ଏବଂ ଶିଳ୍ପ କ୍ଷମତାରେ ସମ୍ପ୍ରସାରଣ ହୋଇଥିଲା ଏବଂ ସାମାଜିକ ଏବଂ ଭୌତିକ ଭିତ୍ତିଭୂମିକୁ ପ୍ରୋତ୍ସାହନ ମିଳିଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ, ୨୦୧୩ରେ ଯେତେବେଳେ ଦେଶ ବିଶ୍ୱାସ ଓ ଶାସନର ସଂକଟ ଦେଇ ଗତି କରୁଥିଲା, ସେତେବେଳେ ତାଙ୍କୁ ୨୦୧୪ ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ଦାୟିତ୍ୱ ଦିଆଯାଇଥିଲା । ସେ କହିଥିଲେ ଯେ, ଭାରତର ଲୋକମାନେ ତାଙ୍କ ମେଣ୍ଟକୁ ଏକ ବିପୁଳ ବହୁମତ ଏବଂ ତାଙ୍କ ଦଳକୁ ପୂର୍ଣ୍ଣ ବହୁମତ ଦେଇଥିଲେ, ଯାହା ନୂତନ ଆତ୍ମବିଶ୍ୱାସ ଏବଂ ଉଦ୍ଦେଶ୍ୟର ଯୁବ ଆରମ୍ଭ କରିଥିଲା ।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଗତ ୧୧ ବର୍ଷ ମଧ୍ୟରେ ଭାରତ ଅନେକ ମହତ୍ୱପୂର୍ଣର୍ ପରିବର୍ତ୍ତନର ସାକ୍ଷୀ ପାଲଟିଛି । ୨୫ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି ଏବଂ ଦେଶ ପ୍ରମୁଖ ବିଶ୍ୱସ୍ତରୀୟ ଅର୍ଥନୀତି ମଧ୍ୟରେ ଏକ ପ୍ରମୁଖ ସ୍ଥାନ ଭାବରେ ଉଭା ହୋଇଛି । ସେ କହିଥିଲେ ଯେ, ସମଗ୍ର ଭାରତରେ ଲୋକମାନେ ବିଶେଷକରି ନାରୀ ଶକ୍ତି, ଯୁବ ଶକ୍ତି ଏବଂ ପରିଶ୍ରମୀ ଅନ୍ନଦାତାମାନେ, ଯୁଗାନ୍ତକାରୀ ପ୍ରୟାସ ଏବଂ ସଂସ୍କାର ମାଧ୍ୟମରେ ସଶକ୍ତ ହୋଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଆଜିର ଲୋକପ୍ରିୟ ଭାବନା ହେଉଛି ଭାରତକୁ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର କରିବା, ଯାହା ‘ଗର୍ବ ସେ କହୋ, ୟେ ସ୍ୱଦେଶୀ ହୈ’ ଆହ୍ୱାନରେ ପ୍ରତିଫଳିତ ହୋଇଛି ।

ଭାରତୀୟ ଲୋକଙ୍କ ନିରନ୍ତର ବିଶ୍ୱାସ ଏବଂ ସ୍ନେହ ପାଇଁ କୃତଜ୍ଞତା ଜଣାଇବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜାତିର ସେବା କରିବା ହେଉଛି ସର୍ବୋଚ୍ଚ ସମ୍ମାନ । ସମ୍ବିଧାନର ମୂଲ୍ୟବୋଧ ଦ୍ୱାରା ପରିଚାଳିତ ହୋଇ, ସେ ଏକ ବିକଶିତ ଭାରତର ସାମୂହିକ ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାର ତାଙ୍କର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଛନ୍ତି ।

ଏକ୍ସରେ ଏକ ସିରିଜ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“୨୦୦୧ ମସିହାରେ ଏହି ଦିନ, ମୁଁ ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲି । ଦେଶବାସୀଙ୍କ ନିରନ୍ତର ଆଶୀର୍ବାଦ ଯୋଗୁଁ ମୁଁ ସରକାରଙ୍କ ମୁଖ୍ୟ ଭାବରେ ମୋର ୨୫ତମ ବର୍ଷରେ ପ୍ରବେଶ କରୁଛି । ଭାରତର ଜନସାଧାରଣଙ୍କ ପ୍ରତି ମୋର କୃତଜ୍ଞତା । ଏହି ସମସ୍ତ ବର୍ଷରେ ଲୋକଙ୍କ ଜୀବନକୁ ଉନ୍ନତ କରିବା ଏବଂ ଏହି ମହାନ ରାଷ୍ଟ୍ରର ପ୍ରଗତିରେ ଯୋଗଦାନ ଦେବା ପାଇଁ ମୋର ନିରନ୍ତର ପ୍ରୟାସ ରହିଛି, ଯାହା ଆମ ସମସ୍ତଙ୍କର ଭରଣ ପୋଷଣ କରିଛି ।”

“ମୋ ଦଳ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସମୟରେ ମୋତେ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦେଇଥିଲା । ସେହି ବର୍ଷ ରାଜ୍ୟ ଏକ ବଡ ଭୂମିକମ୍ପଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲା । ପୂର୍ବ ବର୍ଷଗୁଡିକରେ ଏକ ମହାବାତ୍ୟା, କ୍ରମାଗତ ମରୁଡି ଏବଂ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା । ସେହି ଆହ୍ୱାନଗୁଡିକ ନୂତନ ଶକ୍ତି ଏବଂ ଆଶା ସହିତ ଲୋକଙ୍କ ସେବା ଏବଂ ଗୁଜରାଟକୁ ପୁନଃନିର୍ମାଣ କରିବାର ସଂକଳ୍ପକୁ ଦୃଢ଼ କରିଥିଲା ।”

“ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲି, ମୋର ମନେ ଅଛି, ମୋ ମାଆ ମୋତେ କହିଥିଲେ – ମୁଁ ତୁମର କାମ ବିଷୟରେ ବେଶୀ ଜାଣି ନାହିଁ, କିନ୍ତୁ ମୁଁ କେବଳ ଦୁଇଟି ଜିନିଷ ଚାହୁଁଛି । ପ୍ରଥମତଃ, ତୁମେ ସର୍ବଦା ଗରିବଙ୍କ ପାଇଁ କାମ କରିବ ଏବଂ ଦ୍ୱିତୀୟତଃ, ତୁମେ କେବେବି ଲାଞ୍ଚ ନେବ ନାହିଁ । ମୁଁ ଲୋକମାନଙ୍କୁ ଏହା ମଧ୍ୟ କହିଥିଲି ଯେ, ମୁଁ ଯାହା ବି କରିବି ତାହା ସର୍ବଦା ଭଲ ଉଦ୍ଦେଶ୍ୟରେ କରିବି ଏବଂ ଧାଡିର ଶେଷ ବ୍ୟକ୍ତିଙ୍କ ସେବା କରିବା ପାଇଁ ଏକ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ହେବି ।”

 

“ଏହି ୨୫ ବର୍ଷ ଅନେକ ଅଭିଜ୍ଞତାରେ ପରିପୂର୍ଣ୍ଣ ହୋଇଛି । ଏକତ୍ର ଆମେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛୁ । ମୁଁ ଏବେ ବି ମନେ ରଖିଛି, ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କଲି, ସେତେବେଳେ ବିଶ୍ୱାସ କରାଯାଉଥିଲା ଯେ ଗୁଜରାଟ ଆଉ କେବେବି ଉନ୍ନତି କରିପାରିବ ନାହିଁ । କୃଷକମାନଙ୍କ ସମେତ ସାଧାରଣ ନାଗରିକ ବିଦ୍ୟୁତ ଏବଂ ପାଣି ଅଭାବ ବିଷୟରେ ଅଭିଯୋଗ କରୁଥିଲେ । କୃଷି ମନ୍ଥର ଅବସ୍ଥାରେ ଥିଲା ଏବଂ ଶିଳ୍ପ ଅଭିବୃଦ୍ଧି ସ୍ଥିର ହୋଇଯାଇଥିଲା । ସେହି ସମୟରୁ, ଆମେ ସମସ୍ତେ ମିଳିତ ଭାବରେ ଗୁଜରାଟକୁ ସୁଶାସନର ଏକ ଶକ୍ତିଶାଳୀ କେନ୍ଦ୍ରରେ ପରିଣତ କରିବା ପାଇଁ କାମ କରିଥିଲୁ ।”

“ମରୁଡି ପ୍ରବଣ ରାଜ୍ୟ ଗୁଜରାଟ, କୃଷି କ୍ଷେତ୍ରରେ ଏକ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟରେ ପରିଣତ ହେଲା । ବାଣିଜ୍ୟ, ସଂସ୍କୃତି, ସୁଦୃଢ଼ ଶିଳ୍ପ ଏବଂ ଉତ୍ପାଦନ କ୍ଷମତାରେ ବିସ୍ତାରତ ହେଲା । ନିୟମିତ କର୍ଫ୍ୟୁ ଅତୀତର କଥା ହୋଇଗଲା । ସାମାଜିକ ଏବଂ ଭୌତିକ ଭିତ୍ତିଭୂମିକୁ ପ୍ରୋତ୍ସାହନ ମିଳିଲା । ଏହି ଫଳାଫଳ ହାସଲ କରିବା ପାଇଁ ଲୋକଙ୍କ ସହିତ କାମ କରିବା ବହୁତ ସନ୍ତୋଷଜନକ ଥିଲା ।”

“୨୦୧୩ ମସିହାରେ, ମୋତେ ୨୦୧୪ ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ଦାୟିତ୍ୱ ଦିଆଯାଇଥିଲା । ସେହି ସମୟରେ, ଦେଶ ବିଶ୍ୱାସ ଏବଂ ଶାସନର ସଂକଟ ଦେଖୁଥିଲା । ତତ୍‌କାଳୀନ ୟୁପିଏ ସରକାର ଦୁର୍ନୀତି, ପରିବାରବାଦ ଏବଂ ନୀତିଗତ ପକ୍ଷାଘାତର ସମର୍ଥକ ଥିଲା । ଭାରତକୁ ବିଶ୍ୱ ବ୍ୟବସ୍ଥା କ୍ରମରେ ଏକ ଦୁର୍ବଳ ରାଷ୍ଟ୍ର ଭାବରେ ଦେଖାଯାଉଥିଲା କିନ୍ତୁ, ଭାରତର ଲୋକମାନେ ଆମ ମେଣ୍ଟକୁ ବହୁମତ ଦେଇଥିଲେ ଏବଂ ଏହା ମଧ୍ୟ ସୁନିଶ୍ଚିତ କରିଥିଲେ ଯେ, ଆମର ଦଳ ୩ ଦଶନ୍ଧି ପରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ପାଇଛି ।”

“ଗତ ୧୧ ବର୍ଷ ମଧ୍ୟରେ, ଆମେ ଭାରତର ଲୋକମାନେ ଏକତ୍ର କାମ କରି ଅନେକ ପରିବର୍ତ୍ତନ ହାସଲ କରିଛୁ । ଆମର ପଥପ୍ରଦର୍ଶକ ପ୍ରୟାସ ସମଗ୍ର ଭାରତକୁ ବିଶେଷକରି ଆମର ନାରୀ ଶକ୍ତି, ଯୁବ ଶକ୍ତି ଏବଂ ପରିଶ୍ରମୀ ଅନ୍ନଦାତାମାନଙ୍କୁ ସଶକ୍ତ କରିଛି । ୨୫ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ କବଳରୁ ବାହାର କରାଯାଇଛି । ଏବେ ଭାରତକୁ ପ୍ରମୁଖ ବିଶ୍ୱ ଅର୍ଥନୀତି ମଧ୍ୟରେ ଏକ ପ୍ରମୁଖ ସ୍ଥାନ ଭାବରେ ଦେଖାଯାଉଛି । ଆମେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଏବଂ ସାମାଜିକ ସୁରକ୍ଷା ଯୋଜନା ମଧ୍ୟରୁ ଅନ୍ୟତମ । ଆମ କୃଷକମାନେ ନବାଚାର କରୁଛନ୍ତି ଏବଂ ଆମର ଦେଶ କିପରି ସ୍ୱାବଲମ୍ବୀ ହେବ ତାହା ସୁନିଶ୍ଚିତ କରୁଛନ୍ତି । ଆମେ ବ୍ୟାପକ ସଂସ୍କାର ଆଣିଛୁ ଏବଂ ଲୋକପ୍ରିୟ ଭାବନା ହେଉଛି ଭାରତକୁ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର କରିବା, ଯାହା ‘ଗର୍ବ ସେ କହୋ, ୟେ ସ୍ୱଦେଶୀ ହୈ’ର ଆହ୍ୱାନରେ ପ୍ରତିଫଳିତ ହେଉଛି ।”

“ମୁଁ ପୁଣିଥରେ ଭାରତର ଲୋକମାନଙ୍କୁ ସେମାନଙ୍କର ନିରନ୍ତର ବିଶ୍ୱାସ ଏବଂ ସ୍ନେହ ପାଇଁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଜାତିର ସେବା କରିବା ହେଉଛି ସର୍ବୋଚ୍ଚ ସମ୍ମାନ, ଏକ କର୍ତ୍ତବ୍ୟ ଯାହା ମୋତେ କୃତଜ୍ଞତା ଏବଂ ଉଦ୍ଦେଶ୍ୟରେ ପରିପୂର୍ଣ୍ଣ କରେ। ଆମର ସମ୍ବିଧାନର ମୂଲ୍ୟବୋଧକୁ ମୋର ନିରନ୍ତର ମାର୍ଗଦର୍ଶକ ଭାବରେ ଗ୍ରହଣ କରି, ଆଗାମୀ ବର୍ଷଗୁଡ଼ିକରେ ଏକ ବିକଶିତ ଭାରତର ଆମର ସାମୂହିକ ସ୍ୱପ୍ନକୁ ସାକାର କରିବା ପାଇଁ ମୁଁ ଆହୁରି କଠିନ ପରିଶ୍ରମ କରିବି।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Defence Exports Explode: ₹40,000 Crore Milestone Signals a New Manufacturing Era

Media Coverage

India’s Defence Exports Explode: ₹40,000 Crore Milestone Signals a New Manufacturing Era
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in building collapse at Satya Niketan in Delhi
September 06, 2026

Prime Minister Shri Narendra Modi today expressed deep distress over the collapse of a building at Satya Niketan in Delhi.

The Prime Minister extended his condolences to the families of those who lost their loved ones and prayed for the speedy recovery of the injured. He further noted that authorities are actively working at the site and providing assistance to all those affected by the incident.

In a post on X, the Prime Minister's Office shared:

"The collapse of a building at Satya Niketan, Delhi is distressing. Condolences to those who lost their loved ones. Praying for the speedy recovery of the injured. Authorities are working at the site and assisting those affected in the mishap: PM @narendramodi"