It is a matter of great joy to have handed over appointment letters for government jobs to 51 thousand youth in the Rozgar Mela
It is our commitment that the youth of the country should get maximum employment: PM
Today India is moving towards becoming the third largest economy in the world: PM
We promoted Make in India in every new technology,We worked on self-reliant India: PM
Under the Prime Minister's Internship Scheme, provision has been made for paid internships in the top 500 companies of India: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ସରକାରୀ ବିଭାଗ ଏବଂ ସଂଗଠନ ମାନଙ୍କରେ ନବନିଯୁକ୍ତ ଯୁବକ ଯୁବତୀମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଧନତେରାସର ପବିତ୍ର ଅବସରକୁ ଉଲ୍ଲେଖ କରିବା ସହ ଶୁଭେଚ୍ଛା ଜଣାଇ ଥିଲେ। ଚଳିତ ବର୍ଷର ଦୀପାବଳି ଏକ ସ୍ୱତନ୍ତ୍ର ଦୀପାବଳି ହେବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫୦୦ ବର୍ଷ ପରେ ଭଗବାନ ଶ୍ରୀରାମ ଅଯୋଧ୍ୟାରେ ତାଙ୍କ ଭବ୍ୟ ମନ୍ଦିରରେ ସ୍ଥାପିତ ହେବା ପରେ ଏହା ହେଉଛି ପ୍ରଥମ ଦୀପାବଳି। ସେ କହିଛନ୍ତି ଯେ ଏହି ଦୀପାବଳି ପାଇଁ ଅନେକ ପିଢ଼ି ଅପେକ୍ଷା କରିଥିବା ବେଳେ ଅନେକ ଏଥିପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି କିମ୍ବା ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନର ପିଢ଼ି ଏଭଳି ଉତ୍ସବର ସାକ୍ଷୀ ହେବା ଏବଂ ଅଂଶୀଦାର ହେବା ଅତ୍ୟନ୍ତ ଭାଗ୍ୟର କଥା ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଉତ୍ସବର ବାତାବରଣ ଭିତରେ ୫୧ ହଜାର ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ନୂତନ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି।

 

ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ସ୍ଥାୟୀ ସରକାରୀ ଚାକିରି ଦେବା, ଯାହା କ୍ରମାଗତ ଭାବରେ ଚାଲିଛି, ତାହା ଏକ ଗୌରବାବହ କଥା ବୋଲି ପ୍ରଧାନମନ୍ତ୍ରୀ ଏହା ଉପରେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଏବଂ ଏନଡିଏ ସହଯୋଗୀମାନଙ୍କ ଦ୍ୱାରା ପରିଚାଳିତ ରାଜ୍ୟରେ ମଧ୍ୟ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ହରିୟାଣାରେ ନବଗଠିତ ସରକାର ୨୬,୦୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ସହିତ ହରିୟାଣାରେ ଉତ୍ସବର ବାତାବରଣ ରହିଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ହରିୟାଣା ସରକାର ବିନା କୌଣସି ଖର୍ଚ୍ଚ ଏବଂ ବିନା କୌଣସି ସୁପାରିସରେ ଚାକିରି ଦେବା ନେଇ ଏକ ସ୍ୱତନ୍ତ୍ର ପରିଚୟ ରଖିଛନ୍ତି। ଆଜିର ରୋଜଗାର ମେଳାରେ ୫୧ ହଜାର ଚାକିରିଆଙ୍କୁ ନିଯୁକ୍ତି ପତ୍ର ଦେବା ବ୍ୟତୀତ ଆଜି ନିଯୁକ୍ତି ପତ୍ର ପ୍ରଦାନ କରାଯିବାକୁ ଥିବା ହରିୟାଣାର ୨୬ ହଜାର ଯୁବକଯୁବତୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି।

ଦେଶର ଯୁବବର୍ଗଙ୍କୁ ଅଧିକରୁ ଅଧିକ ନିଯୁକ୍ତି ମିଳିବା ଉଚିତ ବୋଲି ସରକାର ଦେଇଥିବା ପ୍ରତିଶ୍ରୁତିକୁ ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ। ନିଯୁକ୍ତି ସୃଷ୍ଟି ଉପରେ ସରକାରଙ୍କ ନୀତି ଓ ନିଷ୍ପତ୍ତିର ସିଧାସଳଖ ପ୍ରଭାବ ରହିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏକ୍ସପ୍ରେସ ୱେ, ରାଜପଥ, ସଡ଼କ, ରେଳ, ବନ୍ଦର, ବିମାନ ବନ୍ଦର, ଫାଇବର କେବୁଲ ବିଛାଇବା, ମୋବାଇଲ ଟାୱାର ସ୍ଥାପନ ଏବଂ ଦେଶର ସମସ୍ତ ସ୍ଥାନରେ ନୂତନ ଶିଳ୍ପର ସମ୍ପ୍ରସାରଣ ଉପରେ ଆଲୋକପାତ କରିଥିଲେ। ଜଳ ଓ ଗ୍ୟାସ ପାଇପ ଲାଇନ ବିଛାଇବା, ନୂତନ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏବଂ ଭିତ୍ତିଭୂମିରେ ଖର୍ଚ୍ଚ କରି ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା କେବଳ ନାଗରିକଙ୍କ ପାଇଁ ଲାଭଦାୟକ ନୁହେଁ, ବରଂ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରୁଛି।

ଗତ କାଲି ଗୁଜରାଟର ଭଦୋଦରା ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବିମାନ ଉତ୍ପାଦନ କାରଖାନାର ଉଦଘାଟନ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ହଜାର ହଜାର ନାଗରିକ ଏଥିରେ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ ଏବଂ ଏମଏସଏମଇ ଶିଳ୍ପ ଗୁଡ଼ିକ ସ୍ପେୟାର ପାର୍ଟସ ଏବଂ ଅନ୍ୟାନ୍ୟ ଉପକରଣ ଉତ୍ପାଦନ ଦ୍ୱାରା ବହୁତ ଲାଭବାନ ହେବେ, ଯାହା ଯୋଗାଣ ଶୃଙ୍ଖଳାର ଏକ ବିଶାଳ ନେଟୱର୍କ ସୃଷ୍ଟି କରିବ। ଗୋଟିଏ ବିମାନରେ ୧୫,୦୦୦ ରୁ ୨୫,୦୦୦ ପାର୍ଟସ ରହିଥାଏ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ହଜାର ହଜାର କ୍ଷୁଦ୍ର କାରଖାନା ଏକ ବୃହତ୍ କାରଖାନାର ଚାହିଦା ପୂରଣ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବେ, ଯାହା ଦ୍ୱାରା ଭାରତର ଏମଏସଏମଇ ଗୁଡ଼ିକ ଉପକୃତ ହେବେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ବି କୌଣସି ଯୋଜନାର ଶୁଭାରମ୍ଭ କରାଯାଏ, ସେତେବେଳେ କେବଳ ନାଗରିକଙ୍କୁ ମିଳୁଥିବା ଲାଭ ଉପରେ ଧ୍ୟାନ ଦିଆଯାଏ ନାହିଁ, ବରଂ ଏହାକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରି ନିଯୁକ୍ତି ସୃଷ୍ଟିର ଏକ ସମଗ୍ର ପାରିବେଶିକ ବ୍ୟବସ୍ଥାକୁ ବ୍ୟାପକ ପରିସରରେ ଚିନ୍ତା କରି ବିକଶିତ କରାଯାଏ। ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାର ଉଦାହରଣ ଦେଇ ସେ କହିଛନ୍ତି ଯେ ଗତ ୬ ମାସ ମଧ୍ୟରେ ପ୍ରାୟ ୨ କୋଟି ଗ୍ରାହକ ଏହି ଯୋଜନା ପାଇଁ ପଞ୍ଜୀକରଣ କରିଛନ୍ତି, ୯,୦୦୦ ରୁ ଅଧିକ ବିକ୍ରେତା ଏହି ଯୋଜନା ସହିତ ଜଡ଼ିତ ଅଛନ୍ତି, ୫ ଲକ୍ଷରୁ ଅଧିକ ଘରେ ସୌର ପ୍ୟାନେଲ ଲଗା ଯାଇଛି ଏବଂ ନିକଟ ଭବିଷ୍ୟତରେ ଏହି ଯୋଜନା ଅଧୀନରେ ୮୦୦ ସୌର ଗ୍ରାମ ସୃଷ୍ଟି କରିବାକୁ ଯୋଜନା ହୋଇଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ପାଇଁ ମଧ୍ୟ ୩୦,୦୦୦ ଲୋକଙ୍କୁ ତାଲିମ ଦିଆଯାଇଛି। ତେଣୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ବିଜୁଳି ଯୋଜନା ଭଳି ଏହି ଗୋଟିଏ ଯୋଜନା ସାରା ଦେଶରେ ଉତ୍ପାଦନକାରୀ, ଭେଣ୍ଡର, ଆସେମ୍ବଲର ଏବଂ ମରାମତିକାରୀଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।

ବିଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ନୀତି ଦ୍ୱାରା ଭାରତର ଖଦି ଶିଳ୍ପରେ ପରିବର୍ତ୍ତନ ଆସିଛି ଏବଂ ଗ୍ରାମର ଲୋକମାନେ ପ୍ରଭାବିତ ହୋଇଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଖଦି ଗ୍ରାମ ଉଦ୍ୟୋଗର ବ୍ୟବସାୟ ଆଜି ୧.୫ ଲକ୍ଷ କୋଟି ଅତିକ୍ରମ କରିଛି। ୧୦ ବର୍ଷ ପୂର୍ବର ସମୟ ସହିତ ଯଦି ତୁଳନା କରାଯାଏ, ତେବେ ଖଦି ବିକ୍ରି ୪୦୦ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାଦ୍ୱାରା କଳାକାର, ବୁଣାକାର ଏବଂ ବ୍ୟବସାୟୀମାନେ ଉପକୃତ ହେବା ସହ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଲକ୍ଷପତି ଦିଦି ଯୋଜନାରେ ଗ୍ରାମୀଣ ମହିଳାଙ୍କୁ ନୂଆ ରୋଜଗାର ଓ ସ୍ୱରୋଜଗାର ସୁଯୋଗ ଯୋଗାଇ ଦିଆ ଯାଉଥିବା ନେଇ ମଧ୍ୟ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। "ଗତ ଦଶନ୍ଧି ମଧ୍ୟରେ ୧୦ କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇଛନ୍ତି’, ସେ ଆହୁରି ମଧ୍ୟ କହିଥିଲେ ଯେ ୧୦ କୋଟି ମହିଳା ବର୍ତ୍ତମାନ ଅର୍ଥନୈତିକ କାର୍ଯ୍ୟକଳାପରେ ନିୟୋଜିତ ଅଛନ୍ତି। ପ୍ରତ୍ୟେକ ପଦକ୍ଷେପରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ସହାୟତାକୁ ସେ ଶ୍ରେୟ ଦେବା ସହ ୩ କୋଟି ଲକ୍ଷପତି ସୃଷ୍ଟି ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଦୋହରାଇ ଥିଲେ। ବର୍ତ୍ତମାନ ସୁଦ୍ଧା ୧.୨୫ କୋଟିରୁ ଅଧିକ ମହିଳା ଲକ୍ଷପତି ଦିଦି ହୋଇ ସାରିଲେଣି ଏବଂ ସେମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ ଅଧିକ ରହିଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ଅଗ୍ରସର ହେଉଛି। ଦେଶର ପ୍ରଗତି ବିଷୟରେ ଆଲୋକପାତ କରି ସେ ଭାରତର ଯୁବ ବର୍ଗଙ୍କ ଅନୁସନ୍ଧାନକୁ ଉଲ୍ଲେଖ କରିଥିଲେ, ଯେଉଁମାନେ ପ୍ରାୟତଃ ପଚାରନ୍ତି ଯେ ଦେଶ ପୂର୍ବରୁ କାହିଁକି ଏହି ଗତି ହାସଲ କରି ପାରିଲା ନାହିଁ। ଏହାର ଉତ୍ତର ଆକାରରେ ପୂର୍ବ ସରକାର ମାନଙ୍କର ସ୍ପଷ୍ଟ ନୀତି ଏବଂ ଉଦ୍ଦେଶ୍ୟର ଅଭାବ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ ଯେ ଭାରତ ଅନେକ କ୍ଷେତ୍ର, ବିଶେଷ କରି ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପଛରେ ରହିଛି। ସେ ସ୍ମରଣ କରିଥିଲେ ଯେ ଭାରତ ସାରା ବିଶ୍ୱରୁ ନୂତନ ଜ୍ଞାନ କୌଶଳକୁ ଅପେକ୍ଷା କରୁଥିଲା ଏବଂ ପାଶ୍ଚାତ୍ୟରେ ଯାହା ପୁରୁଣା ବୋଲି ବିବେଚନା କରା ଯାଉଥିଲା, ତାହା ଶେଷରେ ଆମ ଦେଶ ପାଖରେ ପହଞ୍ଚୁ ଥିଲା। ଭାରତରେ ଆଧୁନିକ ଜ୍ଞାନ କୌଶଳର ବିକାଶ ହୋଇ ପାରିବ ନାହିଁ ବୋଲି ଦୀର୍ଘ ଦିନର ବିଶ୍ୱାସ କେବଳ ଭାରତକୁ ଅଭିବୃଦ୍ଧି ଦୃଷ୍ଟିରୁ ପଛକୁ ଠେଲି ଦେଇନାହିଁ, ବରଂ ଦେଶକୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗରୁ ମଧ୍ୟ ବଂଚିତ କରିଛି ବୋଲି ସେ ଦର୍ଶାଇ ଥିଲେ।

 

ଦେଶକୁ ଏହି ପୁରୁଣା ଚିନ୍ତାଧାରାରୁ ମୁକ୍ତ କରିବା ପାଇଁ ନିଆ ଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେଇ ମହାକାଶ, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକ୍ ଯାନ ଭଳି କ୍ଷେତ୍ରରେ ଏହି ପୁରୁଣା ମାନସିକତାରୁ ମୁକ୍ତି ପାଇବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ବୈଷୟିକ ଉନ୍ନତି ଏବଂ ପୁଞ୍ଜିନିବେଶର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତକୁ ନୂତନ ଜ୍ଞାନ କୌଶଳ ଏବଂ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଆଣିବା ପାଇଁ ପିଏଲଆଇ ଯୋଜନା ଆରମ୍ଭ କରାଯାଇଛି, ଯାହା ମେକ୍ ଇନ୍ ଇଣ୍ଡିଆ ପଦ​‌କ୍ଷେପ ସହିତ ନିଯୁକ୍ତି ସୃଷ୍ଟି କରୁଛି। ସେ ଉଲ୍ଲେଖ କରିଥିଲେ ଯେ ପ୍ରତ୍ୟେକ କ୍ଷେତ୍ର ଏବେ ଯୁବକମାନଙ୍କୁ ସୁଯୋଗ ପ୍ରଦାନ କରିବାକୁ ପ୍ରୋତ୍ସାହନ ପାଉଛି । "ଆଜି ଭାରତରେ ବିପୁଳ ପୁଞ୍ଜିନିବେଶ ହେଉଛି ଏବଂ ରେକର୍ଡ ସୁଯୋଗ ସୃଷ୍ଟି ହେଉଛି", ସେ କହିଥିଲେ ଯେ ଗତ ଆଠ ବର୍ଷ ମଧ୍ୟରେ ୧.୫ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ଆରମ୍ଭ କରାଯାଇଛି, ଯାହା ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କ୍ଷେତ୍ରଗୁଡ଼ିକ ଆମର ଯୁବବର୍ଗଙ୍କୁ ଅଭିବୃଦ୍ଧି ଏବଂ ରୋଜଗାର ହାସଲ କରିବାର ସୁଯୋଗ ଦେଉଛି ।

ଭାରତର ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ପାଇଁ ସରକାର ଆଜି ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ତେଣୁ ସରକାର ସ୍କିଲ୍ ଇଣ୍ଡିଆ ଭଳି ମିଶନ ଆରମ୍ଭ କରିଛନ୍ତି ଏବଂ ଅନେକ ଦକ୍ଷତା ବିକାଶ କେନ୍ଦ୍ରରେ ଯୁବକମାନଙ୍କୁ ତାଲିମ ଦିଆଯାଉଛି ବୋଲି ସେ କହିଛନ୍ତି। ଭାରତର ଯୁବପିଢ଼ିଙ୍କୁ ଯେପରି ଅଭିଜ୍ଞତା ଓ ସୁଯୋଗ ପାଇଁ ଭ୍ରମଣ କରିବାକୁ ପଡ଼ିବ ନାହିଁ ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାର ଉଦାହରଣ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତର ଶ୍ରେଷ୍ଠ ୫୦୦ କମ୍ପାନୀରେ ପେଡ୍ ଇଣ୍ଟର୍ଣ୍ଣସିପ୍ ପାଇଁ ବ୍ୟବସ୍ଥା କରାଯାଇଛି, ଯେଉଁଠାରେ ପ୍ରତ୍ୟେକ ଇଣ୍ଟର୍ଣ୍ଣଙ୍କୁ ଏକ ବର୍ଷ ପାଇଁ ମାସିକ ୫,୦୦୦ ଟଙ୍କା ହିସାବରେ ଦିଆଯିବ। ଆଗାମୀ ୫ ବର୍ଷ ମଧ୍ୟରେ ୧ କୋଟି ଯୁବକଯୁବତୀଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ ଦେବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। ଏହା ଦ୍ୱାରା ଯୁବପିଢ଼ି ବିଭିନ୍ନ କ୍ଷେତ୍ରରେ ବାସ୍ତବ ଜୀବନର ବ୍ୟବସାୟିକ ବାତାବରଣ ସହ ଯୋଡ଼ି ହେବାର ସୁଯୋଗ ପାଇବେ ଏବଂ ସେମାନଙ୍କ କ୍ୟାରିୟରରେ ଏକ ଲାଭଦାୟକ ଅନୁଭୂତି ଯୋଡ଼ିପାରିବେ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଯୁବକମାନଙ୍କୁ ବିଦେଶରେ ଚାକିରି ମିଳିବା ସହଜ କରିବା ପାଇଁ ଭାରତ ସରକାର ନୂତନ ସୁଯୋଗ ସୃଷ୍ଟି କରୁଛନ୍ତି । ନିକଟରେ ପ୍ରକାଶିତ ଜର୍ମାନୀର ଭାରତ କୁଶଳୀ ଶ୍ରମ ରଣନୀତିକୁ ଉଦାହରଣ ଦେଇ ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଜର୍ମାନୀ ପ୍ରତିବର୍ଷ କୁଶଳୀ ଭାରତୀୟ ଯୁବକମାନଙ୍କୁ ଦିଆଯାଉଥିବା ଭିସା ସଂଖ୍ୟା ୨୦ ହଜାରରୁ ୯୦ ହଜାରକୁ ବୃଦ୍ଧି କରିଛି। ଏହାଦ୍ୱାରା ଭାରତର ଯୁବବର୍ଗ ବହୁତ ଉପକୃତ ହେବେ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତ ଉପସାଗରୀୟ ଦେଶ ବ୍ୟତୀତ ଜାପାନ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, ମରିସସ୍, ଇସ୍ରାଏଲ, ବ୍ରିଟେନ୍ ଏବଂ ଇଟାଲୀ ଭଳି ଦେଶ ସମେତ ୨୧ଟି ଦେଶ ସହିତ ପ୍ରବାସ ଏବଂ ନିଯୁକ୍ତି ସମ୍ବନ୍ଧୀୟ ଚୁକ୍ତି ସ୍ୱାକ୍ଷର କରିଛି। ପ୍ରତି ବର୍ଷ ୩ ହଜାର ଭାରତୀୟ ବ୍ରିଟେନରେ କାମ କରିବା ଲାଗି ଓ ଅଧ୍ୟୟନ କରିବା ପାଇଁ ୨ ବର୍ଷର ଭିସା ପାଇପାରିବେ ଏବଂ ୩ ହଜାର ଭାରତୀୟ ଛାତ୍ରଛାତ୍ରୀ ଅଷ୍ଟ୍ରେଲିଆରେ ଅଧ୍ୟୟନ କରିବାର ସୁଯୋଗ ପାଇବେ। "ଭାରତର ପ୍ରତିଭା କେବଳ ଭାରତର ପ୍ରଗତିକୁ ନୁହେଁ ବରଂ ବିଶ୍ୱର ପ୍ରଗତିକୁ ମଧ୍ୟ ଦିଗ ଦେବ", ବୋଲି ଶ୍ରୀ ମୋଦୀ କହିଥିଲେ । ଭାରତ ସେହି ଦିଗରେ ଆଗେଇ ଚାଲିଛି ବୋଲି ସେ କହିଛନ୍ତି।

 

ଆଜିର ସରକାରଙ୍କ ଭୂମିକା ହେଉଛି ଏକ ଆଧୁନିକ ବ୍ୟବସ୍ଥା ସୃଷ୍ଟି କରିବା, ଯେଉଁଠାରେ ପ୍ରତ୍ୟେକ ଯୁବକଯୁବତୀଙ୍କୁ ସୁଯୋଗ ମିଳିବ ଏବଂ ସେମାନେ ସେମାନଙ୍କ ଆକାଂକ୍ଷା ପୂରଣ କରିପାରିବେ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ତେଣୁ ବିଭିନ୍ନ ପଦବୀରେ ନବନିଯୁକ୍ତ ଯୁବକ ଓ ଯୁବତୀଙ୍କୁ ଭାରତର ଯୁବକ ଓ ନାଗରିକଙ୍କୁ ଅଧିକରୁ ଅଧିକ ସୁବିଧା ଯୋଗାଇ ଦେବା ସେମାନଙ୍କର ଲକ୍ଷ୍ୟ ହେବା ଦରକାର ବୋଲି ସେ ଅନୁରୋଧ କରିଛନ୍ତି।

ସରକାରୀ ଚାକିରି ସୁରକ୍ଷିତ କରିବାରେ ଟିକସଦାତା ଏବଂ ନାଗରିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ସରକାର ନାଗରିକମାନଙ୍କ ପାଇଁ ଅଛନ୍ତି ଏବଂ ସେମାନଙ୍କ ସେବା କରିବା ପାଇଁ ନିଯୁକ୍ତ ହୋଇଛନ୍ତି । ପୋଷ୍ଟମ୍ୟାନ୍ ହୁଅନ୍ତୁ ବା ପ୍ରଫେସର ପଦରେ ରହି ଦେଶର ସେବା କରିବା ପ୍ରାଥମିକ କର୍ତ୍ତବ୍ୟ ବୋଲି ସେ ଦୋହରାଇଥିଲେ। ଦେଶର ବିକାଶ ପାଇଁ ସଂକଳ୍ପ ନେଇଥିବା ବେଳେ ନୂଆ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ସରକାରରେ ଯୋଗ ଦେଇଛନ୍ତି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ତେଣୁ ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତ ହେବା ସହ ସମ୍ପୂର୍ଣ୍ଣ ଯୋଗଦାନ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ନୂତନ ନିଯୁକ୍ତି ପାଇଥିବା ଖେଳାଳିମାନଙ୍କୁ କେବଳ ଭଲ ପ୍ରଦର୍ଶନ କରିବାକୁ ନୁହେଁ ବରଂ ଉତ୍କର୍ଷତା ପାଇଁ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ। "ଆମ ଦେଶର ସରକାରୀ କର୍ମଚାରୀମାନେ ବିଶ୍ୱବ୍ୟାପୀ ସ୍ୱୀକୃତିପ୍ରାପ୍ତ ଏକ ଉଦାହରଣ ସୃଷ୍ଟି କରିବା ଉଚିତ", ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ସେମାନଙ୍କ ଠାରୁ ଦେଶର ଅଧିକ ଆଶା ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଏହି ଆଶା ପୂରଣ ହେବା ଜରୁରୀ ବୋଲି କହିଥିଲେ ।

ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନେ ସେମାନଙ୍କ ପଦବୀ ନେଇ ଯେଉଁ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ ସେମାନଙ୍କୁ ସର୍ବଦା ନମ୍ର ରହିବାକୁ ଏବଂ ସେମାନଙ୍କ ଯାତ୍ରା ସମୟରେ ଶିଖିବାର ଅଭ୍ୟାସ ବଜାୟ ରଖିବାକୁ ଅନୁରୋଧ କରିଥିଲେ । ସେ ଆଇଜିଓଟି କର୍ମଯୋଗୀ ପ୍ଲାଟଫର୍ମରେ ସରକାରୀ କର୍ମଚାରୀଙ୍କ ପାଇଁ ବିଭିନ୍ନ ପାଠ୍ୟକ୍ରମର ଉପଲବ୍ଧତା ଉପରେ ଆଲୋକପାତ କରିବା ସହ ଏହି ଡିଜିଟାଲ ପ୍ରଶିକ୍ଷଣ ମଡ୍ୟୁଲକୁ ନିଜ ସୁବିଧା ଅନୁସାରେ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ । ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ, "ଆଜି ପୁଣି ଥରେ ନିଯୁକ୍ତି ପତ୍ର ପାଇଥିବା ପ୍ରାର୍ଥୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।

ପୃଷ୍ଠଭୂମି

ଦେଶର ୪୦ଟି ସ୍ଥାନରେ ରୋଜଗାର ମେଳା ଆୟୋଜନ କରାଯାଉଛି, ଯେଉଁଥିରେ ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଗୃହ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭଳି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନୂତନ ନିଯୁକ୍ତ କର୍ମଚାରୀ କେନ୍ଦ୍ର ସରକାରରେ ଯୋଗ ଦେଉଛନ୍ତି।

ନବନିଯୁକ୍ତ କର୍ମଚାରୀମାନେ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଉପଲବ୍ଧ ଅନଲାଇନ୍ ମଡ୍ୟୁଲ୍ 'କର୍ମଯୋଗୀ ପ୍ରାରମ୍ଭ' ମାଧ୍ୟମରେ ମୌଳିକ ପ୍ରଶିକ୍ଷଣ ନେବାର ସୁଯୋଗ ପାଇବେ। ୧୪୦୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ ଅଛି ଯାହା ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ସେମାନଙ୍କ ଭୂମିକାରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବା ଏବଂ ଏକ ବିକଶିତ ଭାରତ ନିର୍ମାଣ ଦିଗରେ କାର୍ଯ୍ୟ କରିବା ପାଇଁ ଅତ୍ୟାବଶ୍ୟକ ଦକ୍ଷତା ପ୍ରଦାନ କରିବ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"