ନୂତନ ନିଯୁକ୍ତିଧାରୀଙ୍କ ସହ ମତ ବିନିମୟ କରିଛନ୍ତି
“ନିୟମିତ ରୋଜଗାର ମେଳା ଏହି ସରକାରଙ୍କ ନୀତି ପାଲଟିଛି”
“କେନ୍ଦ୍ରୀୟ ଚାକିରିରେ ନିଯୁକ୍ତି ପ୍ରକ୍ରିୟା ଅଧିକ ସୁବ୍ୟବସ୍ଥିତ ଓ ସମୟବଦ୍ଧ ହୋଇଛି”
“ସ୍ୱଚ୍ଛ ନିଯୁକ୍ତି ଓ ପଦୋନ୍ନତି ଯୁବଗୋଷ୍ଠୀଙ୍କ ମଧ୍ୟରେ ବିଶ୍ୱାସ ଆଣିଥାଏ”
“ନାଗରିକ ସର୍ବଦା ଠିକ୍ ହୋଇଥାନ୍ତି’’ ଏହିପରି ସେବା ମନୋଭାବ ରଖି କାର୍ଯ୍ୟ କରନ୍ତୁ”
“ପ୍ରଯୁକ୍ତି ମାଧ୍ୟମରେ ଆତ୍ମ-ଶିକ୍ଷଣ ଆଜିର ପିଢ଼ି ପାଇଁ ଏକ ସୁଯୋଗ”
“ଆତ୍ମନିଯୁକ୍ତି ସୁଯୋଗର ବ୍ୟାପକ ସମ୍ପ୍ରସାରଣ ଯୋଗୁ ଭାରତରେ ଦ୍ରୁତ ଅଭିବୃଦ୍ଧି ଘଟିଛି”
“ଆପଣ ନିଜେ ଶିଖି ଦକ୍ଷ ହେବା ସହିତ ଦେଶକୁ ଆଗେଇ ନେବାକୁ ନିଜକୁ ସମର୍ଥ କରିବାକୁ ପଡ଼ିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ବିଭିନ୍ନ ସେବା ଓ ସଂଗଠନର ୭୧ ହଜାର ନବନିଯୁକ୍ତଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। କର୍ମସଂସ୍ଥାନ ସୃଷ୍ଟିକୁ ସର୍ବାଧିକ ପ୍ରାଥମିକତା ଦେବା ସହ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ସାକାର କରିବା ପାଇଁ ରୋଜଗାର ମେଳା ଏକ ପଦକ୍ଷେପ । ଭବିଷ୍ୟତରେ କର୍ମ ସଂସ୍ଥାନ ବୃଦ୍ଧି ତଥା ଯୁବଗୋଷ୍ଠୀଙ୍କୁ ଅର୍ଥପୂର୍ଣ୍ଣ ସୁଯୋଗ ଓ ଦେଶ ଗଠନରେ କ୍ରମେ ଏହା ପାଇଁ ସଶକ୍ତ କରିବାକୁ ରୋଜଗାର ମେଳା ସ୍ୱୟଂ ଏକ ଉତପ୍ରେରକ କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରଧାନମନ୍ତ୍ରୀ ସ୍ୱୟଂ ନବନିଯୁକ୍ତଙ୍କ ସହ ଏହି ଅବସରରେ ଭାବ ବିନିମୟ କରିଥିଲେ ।

ପଞ୍ଜାବ ନାସନାଲ ବ୍ୟାଙ୍କରେ ନିଯୁକ୍ତି ପାଇଥିବା ପଶ୍ଚିମବଙ୍ଗର ସୁପ୍ରଭା ବିଶ୍ୱାସ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ନିଯୁକ୍ତି ନିମନ୍ତେ ସମସ୍ତ ଔପଚାରିକତା ଶୀଘ୍ର ଶେଷ କରି ସେବା ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କର ପାଠପଢ଼ା ନେଇ ପଚାରି ବୁଝିଥିଲେ । ସେ ଆଇଜିଓଟି ମୋଡୁଲ ସହ ସଂଶ୍ଳିଷ୍ଟ ଥିବା ତଥା ସେ ମୋଡୁଲର ସୁବିଧା ନେଇ ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଚାକିରିରେ ଡିଜିଟାଲ ଟ୍ରାନ୍‌ଜାକ୍‌ସନ ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରତ୍ୟେକ କ୍ଷେତ୍ରରେ ନୂତନ ପଦକ୍ଷେପ ଝିଅଟି ନେଇଥିବାରୁ ପ୍ରଧାନମନ୍ତ୍ରୀ ଏଥିରେ ସନ୍ତୋଷ ପ୍ରକାଟ କରିଥିଲେ ।

ଶ୍ରୀନଗର ଏନଆଇଟିରେ କନିଷ୍ଠ ସହାୟକ ଭାବେ ନିଯୁକ୍ତି ପାଇଥିବା ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ଶ୍ରୀ ଫାଏସଲ ସୌକତ ଶାହା ସରକାରୀ ଚାକିରି କରିବାରେ ସେ ତାଙ୍କ ପରିବାରରେ ପ୍ରଥମ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ତାଙ୍କ ନିଯୁକ୍ତି ବନ୍ଧୁ, ପରିବାରର ପ୍ରଭାବ ସମ୍ପର୍କରେ ପଚାରିଥିଲେ । ତାଙ୍କ ବନ୍ଧୁମାନେ ସରକାରୀ ଚାକିରିରେ ଯୋଗଦେବା ପାଇଁ ଉତ୍ସାହିତ ବୋଲି ଫାଏସଲ କରିଥିଲେ । ସେ ମଧ୍ୟ ଆଇଜିଓଟି ମୋଡୁଲର ସୁବିଧା ଉପରେ କହିଥିଲେ । ଫାଏସଲଙ୍କ ଭଳି ଯୁବ ପ୍ରତିଭାଙ୍କ ଯୋଗୁ ଜମ୍ମୁ ଓ କାଶ୍ମୀର ନୂତନ ଶିଖରରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ କହିଥବଲେ । ଯୁବ ନିଯୁକ୍ତମାନେ ଶିଖିବା ଅବ୍ୟାହତ ରଖିବାକୁ ସେ କହିଥିଲେ ।

କୁମାରୀ ଭାନେଇ ଚୋଙ୍ଗ ଏମ୍ସ ଗୌହାଟୀରେ ସେବିକା ଅଧିକାରୀ ଭାବେ ନିଯୁକ୍ତିପତ୍ର ପାଇଛନ୍ତି । ଉତ୍ତର ପୂର୍ବାଞ୍ଚଳର ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିବା ତାଙ୍କର ସ୍ୱପ୍ନ ଥିଲା ବୋଲି ସେ କହିଥିଲେ । ସେ ମଧ୍ୟ ତାଙ୍କ ପରିବାରରୁ ପ୍ରଥମ ନିଯୁକ୍ତି ପାଇଥିବା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଚୟନ ପ୍ରକ୍ରିୟାରେ କୌଣସି ବାଧାବିଘ୍ନର ସମ୍ମୁଖୀନ ହୋଇଛନ୍ତି କି ନାହିଁ ଓ ତାଙ୍କର ଅଭିଜ୍ଞତା ବିଷୟରେ ଜଣାଇବାକୁ କହିଥିଲେ । ସେ ମଧ୍ୟ ନିରବଚ୍ଛିନ୍ନ ଶିକ୍ଷା ଉପରେ ତାଙ୍କ ଇଚ୍ଛା ନେଇ କହିଥିଲେ । ସେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ବିଷୟ ନେଇ ସମ୍ବେଦନଶୀଳ ହେବା ସହ ନିଜର ଅଭିବ୍ୟକ୍ତି ରଖିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଉତ୍ତର ପୂର୍ବାଞ୍ଚଳରେ ନିଯୁକ୍ତି ପାଇଥିବାରୁ ଅଭିନନ୍ଦନ ଜଣାଇବା ସହ ସରକାର ସେ ଅଞ୍ଚଳର ବିକାଶ ପାଇଁ ଅଙ୍ଗୀକାରବଦ୍ଧ ବୋଲି କହିଥିଲେ ।

ବିହାରର ଜଣେ ଦିବ୍ୟାଙ୍ଗ ଶ୍ରୀ ରାଜକୁମାର ଭାରତୀୟ ପୂର୍ବ ରେଳବାଇରେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି । ଦିବ୍ୟାଙ୍ଗ ରାଜୁ ତାଙ୍କ ଯାତ୍ରା ବିଷୟ ବର୍ଣ୍ଣନା କରିବା ସହ ସେ ଆହୁରି ଆଗକୁ ଯିବାକୁ ଇଚ୍ଛା ରଖିଥିବା କହିଥିଲେ । ସେ ତାଙ୍କ ସହକର୍ମୀ ଓ ପରିବାର ପାଖରୁ ପାଇଥିବା ସମର୍ଥନ ବିଷୟରେ କହିଥିଲେ । ରାଜୁ କର୍ମଯୋଗୀ ପ୍ରାରମ୍ଭ ପାଠ୍ୟକ୍ରମ ଉପରେ ଆଠଟି କୋର୍ସ କରିଛନ୍ତି ଓ ତାହା ତାଙ୍କୁ ଚାପ ପରିଚାଳନା ଓ ଆଚାର ସଂହିତା ନେଇ ଅନେକ ଶିକ୍ଷା ଦେଇଛି । ସେ ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ନିମନ୍ତେ ଚେଷ୍ଟା କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଯାତ୍ରାର ସଫଳତା କାମନା କରିଥିଲେ ।

କାନନମାଳା ବାମସୀ କ୍ରିଷ୍ଣା କୋଲ ଇଣ୍ଡିଆ ଲିମିଟେଡରେ ମ୍ୟାନେଜମେଣ୍ଟ ଟ୍ରେନି ଭାବେ ତାଙ୍କ ନିଯୁକ୍ତିପତ୍ର ପାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ପିତାମାତାଙ୍କ ଦୁଃଖକଷ୍ଟ ବିଷୟରେ ଜାଣିବା ପରେ ନୂତନ ନିଯୁକ୍ତି ପାଇଥିବା କ୍ରିଷ୍ଣା ମଧ୍ୟ ତାଙ୍କ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ମେଳା ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ମୋବାଇଲରେ ଉପଲବ୍ଧ ମୋଡୁଲ ଖୁବ ଉପଯୋଗୀ ବୋଲି କାନନମାଳା ବାମସୀ କ୍ରିଷ୍ଣା କହିଥିଲେ । ଶ୍ରୀ ମୋଦୀ ତାଙ୍କର ଶୁଭକାମନା କରିବା ସହ ସେ ତାଙ୍କ ବୃତ୍ତିରେ ଅନେକ ଶିକ୍ଷାଲାଭ କରିବାକୁ ପରାମର୍ଶ ଦେଇଥିଲେ ।

ଏଥିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ରୋଜଗାର ମେଳା ମୂଲ୍ୟବାନ ନିଯୁକ୍ତିପତ୍ର ପ୍ରଦାନ କରି ୭୧ ହଜାର ପରିବାରଙ୍କୁ ସରକାରୀ ବ୍ୟବସ୍ଥା ମଧ୍ୟକୁ ଆଣିଛି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ନବନିଯୁକ୍ତମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି କର୍ମନିଯୁକ୍ତି କେବଳ ନବନିଯୁକ୍ତଙ୍କ ମଧ୍ୟରେ ଆଶାର ସଞ୍ଚାର ନ କରି ଏହା କୋଟି କୋଟି ପରିବାର ମଧ୍ୟରେ ଆନନ୍ଦ ଆଣିଦେବ ବୋଲି କହିଥିଲେ ।

ଏନଡିଏ ଶାସିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିୟମିତ ରୋଜଗାର ମେଳା ମାନ ଆୟୋଜିତ ହୋଇଥିବାରୁ ଲକ୍ଷ ଲକ୍ଷ ନୂତନ ପରିବାର ଆଗାମୀ ଦିନରେ ସରକାରୀ ଚାକିରି ପାଇବେ ବୋଲି ସେ କହିଥିଲେ । ଆସାମ ସରକାର ସରକାର ଗତକାଲି ରୋଜଗାର ମେଳା ଆୟୋଜନ କରିଥିବା ବେଳେ ଖୁବଶୀଘ୍ର ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ଉତ୍ତରାଖଣ୍ଡ ସରକାର ଏହା କରିବାକୁ ଯାଉଛନ୍ତି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ “ନିୟମିତ ରୋଜଗାର ମେଳା ସରକାରଙ୍କ ଏକ ପ୍ରକ୍ରିୟା ପାଲଟିଛି । ଏଥିରୁ ଜଣାପଡ଼େ ଯେ ସରକାର ଯାହା ସଂକଳ୍ପ ନିଅନ୍ତି ତାଙ୍କୁ କାର୍ଯ୍ୟରେ ପରିଣତ ମଧ୍ୟ କରନ୍ତି ।”

ପ୍ରଧାନମନ୍ତ୍ରୀ କହିଥିଲେ ସେ ଅନେକ ନବନିଯୁକ୍ତଙ୍କ ମୁହଁରେ ଖୁସି ଓ ସନ୍ତୋଷର ଚିହ୍ନ ବାରି ପାରୁଛନ୍ତି ଓ ଅନେକ ନବନିଯୁକ୍ତ ଅତି ସାଧାରଣ ପାଇବାର ମଧ୍ୟରୁ ଆସିଥିବା ବେଳେ କେତେକଙ୍କ କ୍ଷେତ୍ରରେ ପାଞ୍ଚ ପିଢ଼ିରେ ଜଣେ ସରକାରୀ ଚାକିରି ପାଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ଯେ ସରକାରୀ ଚାକିରି ପାଇଛନ୍ତି ତାହା ନୁହଁ, ପ୍ରାର୍ଥୀମାନେ ଏକ ସ୍ୱଚ୍ଛ ନିଯୁକ୍ତି ପଦ୍ଧତି ଜରିଆରେ ଚାକିରି ପାଇଛନ୍ତି ଓ ସେମାନଙ୍କ ମେଧାକୁ ସ୍ୱୀକୃତି ମିଳିଛି । “ଆପଣମାନେ ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ବିରାଟ ପରିବର୍ତ୍ତନ ଲକ୍ଷ୍ୟ କରିଥିବେ । କେନ୍ଦ୍ର ସରକାରୀ ଚାକିରି ପ୍ରକ୍ରିୟା ଅଧିକ ବ୍ୟବସ୍ଥିତ ଓ ସମୟଭିତ୍ତିକ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନିଯୁକ୍ତିର ସ୍ୱଚ୍ଛତା ଓ ଗତି ହେଉଛି ଆଜିର ସରକାରଙ୍କ ଚରିତ୍ର, ଯାହା ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଫଳିତ ହୋଇଛି ଆଗରୁ ସ୍ୱାଭାବିକ ପଦୋନ୍ନତି ମଧ୍ୟ ବିଳମ୍ବ ଓ ବିବାଦ ଘେରରେ ରହିଥିବା ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି କହିଥିଲେ । ବର୍ତ୍ତମାନ ସରକାର ସେସବୁ ସମସ୍ୟାଗୁଡ଼ିକର ସମାଧାନ କରି ଏକ ସ୍ୱଚ୍ଛ ପ୍ରକ୍ରିୟା ଆପଣାଇଛନ୍ତି । ‘ସ୍ୱଚ୍ଛ, ନିଯୁକ୍ତି ଓ ପଦୋନ୍ନତି ଯୁବଗୋଷ୍ଠୀର ଆସ୍ଥାଭାଜନ ହୋଇଥାଏ” ବୋଲି ସେ କହିଥିଲେ।

ଆଜି ନିଯୁକ୍ତିପତ୍ର ପାଇଥିବା ପ୍ରାର୍ଥୀମାନଙ୍କର ଏହି ଯାତ୍ରାକୁ ନୂତନ ଭାବେ ଅଭିହିତ କରି ସେମାନଙ୍କ ସରକାରୀ କଳକୁ ଅବଦାନ ଓ ସହଯୋଗ ଦେଶର ବିକାଶ ଯାତ୍ରାର ଅଂଶବିଶେଷ ହେବ ବୋଲି ସେ କହିଥିଲେ । ଖାଉଟି ସବୁବେଳେ ଠିକ ବୋଲି ବିଶ୍ୱ ବ୍ୟବସାୟ ଓ ଶିଳ୍ପର ଏକ ପ୍ରବାଦର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ “ନାଗରିକ ସବୁବେଳେ ଠିକ, ପ୍ରଶାସନରେ ତ୍ୱରାନ୍ୱିତ ହେବା ଉଚିତ ବୋଲି କହିଥିଲେ ।” ଏହା ସେବା ମନୋବୃତ୍ତିର ଭାବନା ଉଦ୍ରେକ କରିବା ସହ ଏହାକୁ ମଜବୁତ ମଧ୍ୟ କରେ ବୋଲି କହି ଯେଉଁ ବ୍ୟକ୍ତି ସରକାରୀ ନିଯୁକ୍ତି ପାଏ ତାହା ସରକାରୀ ସେବା କୁହାଯାଏ । ସରକାରୀ ଚାକିରିରେ ନୁହଁ ବୋଲି ଦେ କହିଥିଲେ । ସେ ସେହି ଆନନ୍ଦ ଉପରେ ଆଲୋକପାତ କରିଥିଲେ, ଯାହା ୧୪ଠ କୋଟି ଭାରତୀୟଙ୍କ ସେବା ପାଇଁ ଉଦ୍ଦିଷ୍ଟ ଓ ଏହା ଜନସାଧାରଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ।

ଆଇଜିଓଟି କର୍ମଯୋଗୀ ପ୍ଲାଟଫର୍ମ ଉପରେ ଅନେକ ସରକାରୀ ସେବକ ଅନଲାଇନ ପାଠ୍ୟକ୍ରମ କରୁଥିବା ଉପରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରୀ ତାଲିମ ଛଡ଼ା ଏହି ପ୍ଲାଟଫର୍ମର ବ୍ୟକ୍ତିଗତ ବିକାଶ ପାଇଁ ଅନେକ ପାଠ୍ୟକ୍ରମ ମଧ୍ୟ ରଖିଛି । ଆଜିର ବଂଶଧରମାନଙ୍କ ନିମନ୍ତେ ପ୍ରଯୁକ୍ତି ଜରିଆରେ ଆତ୍ମଶିକ୍ଷା ଏକ ସୁଯୋଗ ପାଲଟିଛି । ତାଙ୍କ ନିଜ ଭିତରେ ଥିବା ଛାତ୍ରକୁ କେବେ ମରିବାକୁ ଦେଇ ନ ଥିଲେ ବୋଲି ସେ ନିଜ ଉଦାହରଣ ଦେଇ କହିଥିଲେ । “ଆତ୍ମଶିକ୍ଷାର ମନୋବୃତ୍ତି ଶିକ୍ଷାର୍ଥୀ ଓ ଦେଶର ସାମର୍ଥ୍ୟ ବୃଦ୍ଧି କରିବ” ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ଯେ “ଦ୍ରୁତ ପରିବର୍ତ୍ତନଶୀଳ ଭାରତରେ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସୁଯୋଗ ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଉଛି । ଦ୍ରୁତ ଅଭିବୃଦ୍ଧି ଯୋଗୁ ଆତ୍ମନିଯୁକ୍ତି ବୃହତ୍ତର ସମ୍ପ୍ରସାରଣ ଘଟିଥାଏ ଓ ଆଜିର ଭାରତ ଏହାର ସାକ୍ଷୀ ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସାମଗ୍ରିକ ଭିତ୍ତିଭୂମି ବିକାଶ ଯୋଗୁ ଗତ ଆଠ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ କର୍ମସଂସ୍ଥାନ ସୁଯୋଗ ସୃଷ୍ଟି ହୋଇଛି । ସେ ଭିତ୍ତିଭୂମି ବିକାଶରେ ଏକ ଲକ୍ଷ କୋଟି ଟଙ୍କା ନିବେଶ ହୋଇ ନୂତନ ସଡ଼କ ପଥ ନିର୍ମାଣ ଯୋଗୁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ଉଦାହରଣ ଦେଇଥିଲେ । ସଡ଼କ ପଥ ଓ ରେଳ ଲାଇନ ଆଖପାଖରେ ନୂଆ ନୂଆ ବଜାର ଖୋଲିବା ସହ ବିଲବାଡ଼ିରୁ ଖାଦ୍ୟଶସ୍ୟ ସେ ପର୍ଯ୍ୟନ୍ତ ପରିବହନ କରିବାରେ ଖୁବ ସୁବିଧା ହେବା ସହ ଏହା ପର୍ଯ୍ୟଟନକୁ ମଧ୍ୟ ସମୃଦ୍ଧ କରିଥାଏ । “ଏ ସମସ୍ତ ସମ୍ଭାବନା ନିଯୁକ୍ତି ସୁଯୋଗ ବୃଦ୍ଧି କରିଥାଏ” ବୋଲି ସେ କହିଥିଲେ ।

ପ୍ରତି ଗ୍ରାମକୁ ଭାରତ-ନେଟ ପ୍ରକଳ୍ପ ଜରିଆରେ ସଂଯୋଗୀକରଣ ଯୋଗୁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ । ଯେଉଁମାନେ ପ୍ରଯୁକ୍ତିବିଦ୍ୟାରେ ଏତେ ନିପୂଣ ନୁହଁନ୍ତି ସେମାନେ ମଧ୍ୟ ଏହାର ସୁବିଧା ନେଇ ଅବଗତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗ୍ରାମବାସୀଙ୍କୁ ଅନଲାଇନ ସେବା ପ୍ରଦାନ ଔଦ୍ୟୋଗିକତାର ଏକ ନୂତନ ଦିଗ ମଧ୍ୟ ଉନ୍ମୋଚନ କରିଛି । ଟୁ ଓ ଥ୍ରୀଟାୟାର ନଗରୀ ଗୁଡ଼ିକରେ ଷ୍ଟାର୍ଟଅପ ଦୃଶ୍ୟପଟ ଅଧିକ ହେବା ଫଳରେ ଏହାର ସଫଳତା ମଧ୍ୟ ଯୁବଗୋଷ୍ଠୀକୁ ବିଶ୍ୱରେ ଏକ ନୂତନ ପରିଚୟ ପ୍ରଦାନ କରିଛି ।

“ପ୍ରଧାନମନ୍ତ୍ରୀ ନବନିଯୁକ୍ତମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ ଦେଶ ସେବା ପାଇଁ ଯେଉଁ ସୁଯୋଗ ପାଇଛନ୍ତି ତାହାକୁ ମନେରଖି ସବୁବେଳେ ଶିଖିବା ଓ ସେବା କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପରାମର୍ଶ ଦେଇଥିଲେ । ଆପଣମାନେ ଶିଖି ଦେଶକୁ ଆଗକୁ ନେବାରେ ନିଜକୁ ସମର୍ଥ କରିବେ” ବୋଲି କହି ପ୍ରଧାନମନ୍ତ୍ରୀ ବକ୍ତବ୍ୟ ସମାପନ କରିଥିଲେ ।

ପୃଷ୍ଠଭୂମି:

ନିଯୁକ୍ତି ସୁଯୋଗକୁ ସର୍ବାଧିକ ପ୍ରଧାନ୍ୟ ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତାର ଦୃଷ୍ଟାନ୍ତ ଭାବେ ରୋଜଗାର ମେଳା ଏକ ପଦକ୍ଷେପ ବୋଲି କୁହାଯାଇପାରେ । ଯୁବଗୋଷ୍ଠୀଙ୍କୁ ଅର୍ଥପୂର୍ଣ୍ଣ ସୁଯୋଗ ସହ ନିଯୁକ୍ତି ସୁଯୋଗ ପାଇଁ ରୋଜଗାର ମେଳା ଏକ ଉତପ୍ରେରକ ଭାବେ କାର୍ଯ୍ୟ କରିବ ବୋଲି ଆଶା କରାଯାଏ ।

ଦେଶବ୍ୟାପୀ ନବନିଯୁକ୍ତମାନେ ଭାରତ ସରକାରଙ୍କ ବିଭିନ୍ନ ପଦବୀ ଯଥା କନିଷ୍ଠ ଯନ୍ତ୍ରୀ, ଲୋକ ପାଇଲଟ, ଟେକ୍ନିସିଆନ, ନିରୀକ୍ଷକ, ଉପ-ନିରୀକ୍ଷକ, କନେଷ୍ଟବଲ, ଷ୍ଟେନୋଗ୍ରାଫର, କନିଷ୍ଠ ଲେଖାକାର, ଗ୍ରାମ ଡାକ ସେବକ, ଆୟକର ନିରୀକ୍ଷକ, ଶିକ୍ଷକ, ଚିକିତ୍ସକ, ସେବିକା, ସମାଜ ସୁରକ୍ଷା ଅଧିକାରୀ, ପିଏ ଓ ଏମଟିଏସ ଭାବେ ନିଯୁକ୍ତି ପାଇଛନ୍ତି ।

କର୍ମଯୋଗୀ ପ୍ରାରମ୍ଭ ମୋଡୁଲରୁ ଶିକ୍ଷା କରିଥିବା ନବନିଯୁକ୍ତଙ୍କ ଅଭିଜ୍ଞତା ମଧ୍ୟ ରୋଜଗାର କାର୍ଯ୍ୟକ୍ରମରେ ଉପଯୋଗ ହେବ । ବିଭିନ୍ନ ସରକାରୀ ବିଭାଗରେ କର୍ମଯୋଗୀ ପ୍ରାରମ୍ଭ ମୋତୁଲ ହେଉଛି ଏକ ଅନଲାଇନ ନୂତନ ପରିସ୍ଥିତିରେ ନିଜକୁ ଖାପଖୁଆଇବା ପାଠ୍ୟକ୍ରମ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi