India's scientific community have been India’s greatest assets, especially during the last few months, while fighting Covid-19: PM
Today, we are seeing a decline in the number of cases per day and the growth rate of cases. India has one of the highest recovery rates of 88%: PM
India is already working on putting a well-established vaccine delivery system in place: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରାଣ୍ଡ ଚାଲେଞ୍ଜେସ ବାର୍ଷିକ ବୈଠକ 2020ରେ ମୁଖ୍ୟ ସମ୍ଭାଷଣ ପ୍ରଦାନ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜ୍ଞାନ ଓ ନବୋନ୍ମେଷରେ ନିବେଶ କରୁଥିବା ସମାଜ ଦ୍ୱାରା ଭବିଷ୍ୟତ ନିର୍ମାଣ ହେବ । ସେ କହିଛନ୍ତି, ଏକ ଛୋଟ ଦୃଷ୍ଟିକୋଣ ଆଧାରରେ ନିବେଶ ପରିବର୍ତ୍ତେ ପୂର୍ବାପେକ୍ଷା ଏକ ଢେର ଭଲ ଢଙ୍ଗରେ ନିବେଶ କରିବା ଦ୍ୱାରା ବିଜ୍ଞାନ ଓ ନବୋନ୍ମେଷର ଫାଇଦାକୁ ଉଚିତ ସମୟରେ ହାସଲ କରାଯାଇ ପାରିବ । ତାଙ୍କ କହିବାନୁଯାୟୀ ଏହି ନବୋନ୍ମେଷଗୁଡ଼ିକର ଯାତ୍ରାକୁ ସହଯୋଗ ଏବଂ ଜନଭାଗୀଦାରି ଦ୍ୱାରା ଏକ ଉଚିତ ଆକାର ଦିଆଯାଇ ପାରିବ । ସେ କହିଛନ୍ତି, ବିଜ୍ଞାନ ଏକାକୀ କଦାପି ସମୃଦ୍ଧ ହୋଇପାରିବ ନାହିଁ ଏବଂ ଗ୍ରାଣ୍ଡ ଚାଲେଞ୍ଜେସ କାର୍ଯ୍ୟକ୍ରମ ଏହି ଲୋକାଚାରକୁ ଭଲ ଭାବେ ବୁଝିପାରିଛି । ସେ ଏହି କାର୍ଯ୍ୟକ୍ରମର ଗୁରୁତ୍ୱକୁ ପ୍ରଶଂସା କରିଛନ୍ତି ଯେଉଁଥିରେ ଅନେକ ରାଷ୍ଟ୍ର ଅନ୍ତର୍ଜାତୀୟ ସ୍ତରରେ ସାମିଲ ହୋଇଛନ୍ତି ଏବଂ ବିଭିନ୍ନ ପ୍ରସଙ୍ଗ ଯଥା ରୋଗ ପ୍ରତିରୋଧ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, କୃଷି, ପୋଷଣ, ଜଳ ପରିମଳ, ଓ ସ୍ୱଚ୍ଛତା (ୱାଶ) ଆଦି ଉପରେ ଆଲୋକପାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ମହାମାରୀ ଆମକୁ ଗୋଷ୍ଠୀଗତ ଭାବେ କାମ କରିବାର ମହତ୍ତ୍ୱ ନେଇ ଅନୁଭବ କରାଇଛି । ସେ କହିଛନ୍ତି, ରୋଗଗୁଡ଼ିକର କୌଣସି ଭୌଗୋଳିକ ସୀମା ନ ଥାଏ ଏବଂ ତାହା ବିଶ୍ୱାସ, ଜାତି, ଲିଙ୍ଗ ଅଥବା ବର୍ଣ୍ଣ ଆଧାରରେ ଭେଦଭାବ କରି ନ ଥାଏ । ସେ କହିଛନ୍ତି, ଏହି ରୋଗଗୁଡ଼ିକରେ ଅନେକ ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ସାମିଲ ରହିଛି, ଯାହା କି ଲୋକମାନଙ୍କୁ ପ୍ରଭାବିତ କରୁଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବିଶେଷକରି ବିଗତ କିଛି ମାସ ମଧ୍ୟରେ କୋଭିଡ-19 ସହ ଚାଲିଥିବା ଲଢ଼େଇରେ ସାମିଲ ହୋଇଥିବା ଭାରତର ଏକ ସୁଦୃଢ଼ ତଥା ଜୀବନ୍ତ ବୈଜ୍ଞାନିକ ସମୁଦାୟ ଏବଂ ଭଲ ବୈଜ୍ଞାନିକ ପ୍ରତିଷ୍ଠାନ ଦେଶର ସବୁଠୁ ବଡ଼ ସମ୍ପତ୍ତି ହୋଇପାରିଛି । ନିୟନ୍ତ୍ରଣଠାରୁ ଦକ୍ଷତା ନିର୍ମାଣ ପର୍ଯ୍ୟନ୍ତ ସମସ୍ତ ଆଶ୍ଚର୍ଯ୍ୟଜନକ ସଫଳତା ସେମାନେ ହାସଲ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କ ସଶକ୍ତିକରଣ ଏବଂ ଲୋକକୈନ୍ଦ୍ରିକ ରଣନୀତି ଦ୍ୱାରା ବୃହତ ଜନସଂଖ୍ୟା ସତ୍ତ୍ୱେ ଭାରତରେ କୋଭିଡ-19ର ମୃତ୍ୟୁ ହାର ବହୁତ କମ ରହିଛି । ସେ କହିଛନ୍ତି, ଆଜିକା ଦିନରେ ଦୈନିକ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି, ମାମଲା ବୃଦ୍ଧି ହାର ଖସିବାରେ ଲାଗିଛି ଏବଂ 88 ପ୍ରତିଶତର ଅନ୍ୟତମ ସର୍ବବୃହତ ଆରୋଗ୍ୟ ହାର ସମ୍ଭବ ହୋଇପାରିଛି । ସେ କହିଛନ୍ତି ଯେ ଏ ସବୁ ସମ୍ଭବ ହୋଇପାରିଛି କାରଣ ଭାରତ: ପ୍ରଥମ ରାଷ୍ଟ୍ର ଭାବେ ଏକ ଅନୁକୂଳ ଲକଡାଉନ ଆପଣାଇଥିଲା, ମାସ୍କ ବ୍ୟବହାର ନେଇ ପ୍ରଥମେ ଲୋକଙ୍କୁ ଉତ୍ସାହିତ କରିଥିଲା, ଫଳପ୍ରଦ କଣ୍ଟାକ୍ଟ ଟ୍ରେସିଙ୍ଗ ଉପରେ ସକି୍ରୟ ଭାବେ କାମ ଆରମ୍ଭ କରିଥିଲା ଏବଂ ଦ୍ରୁତ ଆଣ୍ଟିଜେନ ଟେଷ୍ଟ ଉପରେ ଗୁରୁତ୍ୱ ଦେଇଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବେ କୋଭିଡ ନିମନ୍ତେ ଟିକା ବିକାଶ କ୍ଷେତ୍ରରେ ଅଗ୍ରଣୀ ହୋଇପାରିଛି । ସେ ଘୋଷଣା କରିଛନ୍ତି ଯେ ଘରୋଇ କ୍ଷେତ୍ରରେ 30ରୁ ଅଧିକ ଟିକା ବିକାଶ କରାଯାଇଛି ଏବଂ ତନ୍ମଧ୍ୟରୁ 3ଟି ଟିକା ବିକଶିତ ପର୍ଯ୍ୟାୟରେ ପହଞ୍ଚିଛି । ଦେଶରେ ଏକ ସୁବ୍ୟବସ୍ଥିତ ଟିକା ଯୋଗାଣ ବ୍ୟବସ୍ଥା ଆପଣାଇବା ଲାଗି ଭାରତ କାର୍ଯ୍ୟ ଜାରି ରଖିଛି ଏବଂ ଆମ ନାଗରିକଙ୍କର ଟିକାକରଣକୁ ସୁନିଶ୍ଚିତ କରିବା ପାଇଁ ଏହି ଡିଜିଟାଇଜ ନେଟୱର୍କ ଏବଂ ଡିଜିଟାଲ ହେଲଥ ଆଇଡି ବ୍ୟବହାର କରାଯିବ । ସ୍ୱଳ୍ପ ଦରରେ ଗୁଣଯୁକ୍ତ ଟିକା ଉତ୍ପାଦନ କ୍ଷେତ୍ରରେ କ୍ଷମତା ରଖିଥିବା ନେଇ ଭାରତକୁ ଜଣାଯାଏ । ବିଶ୍ୱସ୍ତରରେ ଟିକାକରଣ ଲାଗି ଆବଶ୍ୟକ ହେଉଥିବା ଟିକାର 60%ରୁ ଅଧିକ ଭାରତରେ ଉତ୍ପାଦନ କରାଯାଇଥାଏ । ଭାରତର ଅଭିଜ୍ଞତା ଏବଂ ଗବେଷଣା ପେସାଦାରଙ୍କ ଦ୍ୱାରା ଭାରତ ବିଶ୍ୱ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ କେନ୍ଦ୍ରସ୍ଥଳ ପାଲଟିବ ଓ ଏହିସବୁ କ୍ଷେତ୍ରରେ ଦକ୍ଷତା ବଢ଼ାଇବା ପାଇଁ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ସହାୟକ ହେବା ଲାଗି ଭାରତ ଯଥେଷ୍ଟ ଇଚ୍ଛା ରଖିଛି ।

ଗତ 6 ବର୍ଷ ମଧ୍ୟରେ ସମ୍ପାଦିତ ଅନେକ ହସ୍ତକ୍ଷେପଗୁଡ଼ିକ ବାବଦରେ ପ୍ରଧାନମନ୍ତ୍ରୀ ଅବଗତ କରାଇଛନ୍ତି । ସେଗୁଡ଼ିକ ମଧ୍ୟରେ ଉତ୍ତମ ପରିମଳ, ଉନ୍ନତ ସ୍ୱଚ୍ଛତା, ଅଧିକ ଶୌଚାଳୟ କଭରେଜ ଆଦି ରହିଛି, ଯାହା କି ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଯୋଗଦାନ ଦେଇପାରିଛି । ଏହା ମହିଳା, ଗରିବ ଏବଂ ଅବହେଳିତ ବର୍ଗର ଲୋକମାନଙ୍କୁ ବିଶେଷ ଭାବେ ସହାୟକ ହୋଇଛି ଏବଂ ଏହାଦ୍ୱାରା ରୋଗ ହ୍ରାସ ପାଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ରୋଗ ହ୍ରାସ ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ଘରକୁ ପାଇପ ପାନୀୟ ଜଳ ଯୋଗାଣ, ଗ୍ରାମାଞ୍ଚଳରେ ମେଡିକାଲ କଲେଜ ସ୍ଥାପନ ଏବଂ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ସ୍କିମ ଆଦି ଯୋଗାଇ ଦେଇ ଗ୍ରାମଗୁଡ଼ିକରେ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରଦାନ କରାଯାଇଥିବା ସେ କହିଛନ୍ତି ।

ବ୍ୟକ୍ତିଗତ ସଶକ୍ତୀକରଣ ଏବଂ ସାମଗ୍ରିକ କଲ୍ୟାଣ ନିମନ୍ତେ ସହଯୋଗୀ ଭାବନାର ଉପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଅହ୍ୱାନ ଦେଇଛନ୍ତି । ଫଳପ୍ରଦ ତଥା ଉତ୍ପାଦକ ବିଚାରବିମର୍ଶ ନେଇ କାମନା କରିବା ସହ ଏହି ଗ୍ରାଣ୍ଡ ଚ୍ୟାଲେଞ୍ଜେସ ପ୍ଲାଟଫର୍ମରୁ ଅନେକ ରୋମାଞ୍ଚକ ତଥା ଉତ୍ସାହପ୍ରଦ ନୂଆ ସମାଧାନ ବାହାରିବା ନେଇ ସେ ବିଶ୍ୱାସ ପ୍ରକଟ କରିଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership