ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ପ୍ରଣାଳୀର ଉଦଘାଟନ
‘‘ପରମ ରୁଦ୍ର ସୁପର କମ୍ପ୍ୟୁଟର ଏବଂ ଏଚପିସି ପ୍ରଣାଳୀ ସହିତ ଭାରତ କମ୍ପ୍ୟୁଟିଂରେ ଆତ୍ମନିର୍ଭରଶୀଳତା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ନୂତନ ଉଦ୍ଭାବନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି
ପଦାର୍ଥ ବିଜ୍ଞାନଠାରୁ ଆରମ୍ଭ କରି ଭୂବିଜ୍ଞାନ ଓ ବ୍ରହ୍ମାଣ୍ଡବିଜ୍ଞାନ ପର୍ଯ୍ୟନ୍ତ ଉନ୍ନତ ଗବେଷଣାରେ ୩ଟି ସୁପର କମ୍ପ୍ୟୁଟର ସହାୟକ ହେବ
ଆଜି ଡିଜିଟାଲ ବିପ୍ଳବର ଏହି ଯୁଗରେ କମ୍ପ୍ୟୁଟିଂ କ୍ଷମତା ଜାତୀୟ ସାମର୍ଥ୍ୟର ପରିଚୟ ପାଲଟିଛି
‘‘ଗବେଷଣା ମାଧ୍ୟମରେ ଆତ୍ମନିର୍ଭରଶୀଳତା, ଆତ୍ମନିର୍ଭରଶୀଳତା ପାଇଁ ବିଜ୍ଞାନ ଆମର ମନ୍ତ୍ର ପାଲଟିଛି’’
‘‘ବିଜ୍ଞାନର ମହତ୍ତ୍ୱ କେବଳ ଆବିଷ୍କାର ଓ ବିକାଶରେ ନୁହେଁ, ବରଂ ଶେଷ ମଣିଷର ଆକାଂକ୍ଷା ପୂରଣ କରିବାରେ ମଧ୍ୟ ରହିଛି’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୧୩୦ କୋଟି ଟଙ୍କା ମୂଲ୍ୟର ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଜାତୀୟ ସୁପରକମ୍ପ୍ୟୁଟିଂ ମିଶନ (ଏନଏସଏମ) ଅଧୀନରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସୁପର କମ୍ପ୍ୟୁଟରକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ସ୍ଥାପିତ କରାଯାଇ ବୈଜ୍ଞାନିକ ଗବେଷଣାର ସୁବିଧା ପାଇଁ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ଏକ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ପ୍ରଣାଳୀର ଉଦଘାଟନ କରିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ମହାନ ସଫଳତା ହାସଲ କରିଛି । ଏହା ଗବେଷଣା ଓ ବିକାଶକୁ ପ୍ରାଥମିକତା ଦେଇ ଦେଶ କିଭଳି ପ୍ରଗତି ହାସଲ କରୁଛି ତାହାର ପ୍ରତିଫଳନ । ‘‘ଆଜିର ଭାରତ ସମ୍ଭାବନାର ଅସୀମ ଦିଗନ୍ତରେ ନୂତନ ସୁଯୋଗ ସୃଷ୍ଟି କରୁଛି’’, ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଭାରତର ବୈଜ୍ଞାନିକମାନଙ୍କ ଦ୍ୱାରା ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟର ବିକାଶ ଏବଂ ଦିଲ୍ଲୀ, ପୁଣେ ଏବଂ କୋଲକାତାରେ ଏହାର ପ୍ରତିଷ୍ଠା ବିଷୟରେ ଉଲ୍ଲେଖ କରିବା ସହ ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ଏକ ହାଇ-ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ପ୍ରଣାଳୀ ‘ଅର୍କ’ ଏବଂ ‘ଅରୁଣିକା’ର ଉଦଘାଟନ ବିଷୟରେ ମଧ୍ୟ କହିଥିଲେ । ଏଥିପାଇଁ ସମଗ୍ର ବୈଜ୍ଞାନିକ ସମୁଦାୟ, ଇଞ୍ଜିନିୟର ଏବଂ ସମସ୍ତ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

ତୃତୀୟ ପାଳି ଆରମ୍ଭ ହେବାର ୧୦୦ ଦିନ ବ୍ୟତୀତ ଅତିରିକ୍ତ ୨୫ ଦିନ ଯୁବବର୍ଗଙ୍କୁ ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଥିସହିତ ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ଦେଶର ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଦେଶର ଯୁବ ବୈଜ୍ଞାନିକମାନଙ୍କ ପାଇଁ ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ କରାଇବା ଦିଗରେ ଏହି ସୁପର କମ୍ପ୍ୟୁଟରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଗୁରୁତ୍ୱାରୋପ କରିବା ସହ ପଦାର୍ଥ ବିଜ୍ଞାନ, ଭୂ-ବିଜ୍ଞାନ ଓ ବ୍ରହ୍ମାଣ୍ଡ ବିଜ୍ଞାନ କ୍ଷେତ୍ରରେ ଉନ୍ନତ ଗବେଷଣାରେ ଏହାର ବ୍ୟବହାର ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି କ୍ଷେତ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଭବିଷ୍ୟତ ପାଇଁ ପରିକଳ୍ପନା କରିଥାଏ ।

 

‘‘ଡିଜିଟାଲ ବିପ୍ଳବ ଯୁଗରେ କମ୍ପ୍ୟୁଟିଂ କ୍ଷମତା ଜାତୀୟ ସାମର୍ଥ୍ୟର ପରିଚାୟକ ପାଲଟିଛି’’, ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗବେଷଣା, ଆର୍ଥିକ ଅଭିବୃଦ୍ଧି, ରାଷ୍ଟ୍ରର ସାମୂହିକ ସାମର୍ଥ୍ୟ, ବିପର୍ଯ୍ୟୟ ପରିଚାଳନା, ସହଜ ଜୀବନଯାପନ, ବ୍ୟବସାୟିକ ସୁଗମତା ଇତ୍ୟାଦି କ୍ଷେତ୍ରରେ ସୁଯୋଗ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ କମ୍ପ୍ୟୁଟିଂ କ୍ଷମତା ଉପରେ ପ୍ରତ୍ୟକ୍ଷ ନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ଶିଳ୍ପ ୪.୦ରେ ଏଭଳି ଶିଳ୍ପ ଭାରତର ବିକାଶ ପାଇଁ ଆଧାର ହେଉଛି । ଶ୍ରୀ ମୋଦୀ ଜୋର୍ ଦେଇ କହିଥିଲେ ଯେ ଭାରତର ଅଂଶ ବିଟ୍ ଏବଂ ବାଇଟ୍ ରେ ସୀମିତ ନ ରହି ଟେରାବାଇଟ୍ ଏବଂ ପେଟାବାଇଟ୍ ରେ ବିସ୍ତାର ହେବା ଉଚିତ୍ । ତେଣୁ ଭାରତ ସଠିକ ଦିଗରେ ଆଗକୁ ବଢ଼ୁଥିବାର ଆଜିର ଘଟଣା ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଭାରତ କେବଳ ବାକି ବିଶ୍ୱର ସାମର୍ଥ୍ୟ ସହିତ ମେଳ ଖାଇ ସନ୍ତୁଷ୍ଟ ରହିପାରିବ ନାହିଁ । ବୈଜ୍ଞାନିକ ଗବେଷଣା ମାଧ୍ୟମରେ ମାନବିକତାର ସେବା କରିବା ନିଜର ଦାୟିତ୍ୱ ବୋଲି ଭାରତ ବିବେଚନା କରେ । ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଐତିହାସିକ ଅଭିଯାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ମନ୍ତ୍ରଣ ହେଉଛି ଗବେଷଣା ମାଧ୍ୟମରେ ଆତ୍ମନିର୍ଭରଶୀଳତା ଏବଂ ଆତ୍ମନିର୍ଭରଶୀଳତା ପାଇଁ ବିଜ୍ଞାନ। ଭାରତର ଭବିଷ୍ୟତ ପିଢ଼ି ମଧ୍ୟରେ ବୈଜ୍ଞାନିକ ମନୋଭାବକୁ ସୁଦୃଢ଼ କରିବା ପାଇଁ ବିଦ୍ୟାଳୟରେ ୧୦,୦୦୦ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ୍ ସୃଷ୍ଟି, ଷ୍ଟେମ୍ ବିଷୟରେ ଶିକ୍ଷା ପାଇଁ ବୃତ୍ତି ବୃଦ୍ଧି ଏବଂ ଚଳିତ ବର୍ଷ ବଜେଟରେ ୧ ଲକ୍ଷ କୋଟି ଟଙ୍କାର ଗବେଷଣା ପାଣ୍ଠି ସୃଷ୍ଟି କରିବା ବିଷୟରେ ସେ ଉଲ୍ଲେଖ କରିଥିଲେ। ଏକବିଂଶ ଶତାବ୍ଦୀର ବିଶ୍ୱକୁ ସଶକ୍ତ କରିବା ପାଇଁ ସେ ଏହାର ଉଦ୍ଭାବନ ଦ୍ୱାରା ଭାରତକୁ ସଶକ୍ତ କରିବା ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ।

ମହାକାଶ ଏବଂ ସେମିକଣ୍ଡକ୍ଟର ଶିଳ୍ପ ଉପରେ ବିଶେଷ ଧ୍ୟାନ ଦେଇ ବିଭିନ୍ନ କ୍ଷେତ୍ରରେ ଭାରତର ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଠାରେ ଭାରତ ସାହସିକ ନିଷ୍ପତ୍ତି ନେଉନାହିଁ କିମ୍ବା ନୂତନ ନୀତି ପ୍ରଣୟନ କରୁନାହିଁ । ଭାରତ ମହାକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ରେ ପରିଣତ ହୋଇଛି । ଭାରତର ବୈଜ୍ଞାନିକମାନେ ସୀମିତ ସମ୍ବଳ ସହିତ ସମାନ ସଫଳତା ହାସଲ କରିଛନ୍ତି ଯେଉଁଠାରେ ଅନ୍ୟ ରାଷ୍ଟ୍ରମାନେ ସେମାନଙ୍କ ସଫଳତା ପାଇଁ କୋଟି କୋଟି ଡଲାର ଖର୍ଚ୍ଚ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବାରେ ଭାରତର ପ୍ରଥମ ଦେଶ ହେବାର ସଫଳତା ଉପରେ ଶ୍ରୀ ମୋଦୀ ଗର୍ବର ସହ ଆଲୋକପାତ କରିଥିଲେ । ଏହି ସଫଳତା ମହାକାଶ ଗବେଷଣା କ୍ଷେତ୍ରରେ ଦେଶର ନିଷ୍ଠା ଓ ଆଧୁନିକ ଉଦ୍ଭାବନର ପ୍ରମାଣ ବୋଲି ସେ କହିଥିଲେ। ମହାକାଶରେ ଭାରତର ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ଶ୍ରୀ ମୋଦୀ କହିଥିଲେ, ଭାରତର ଗଗନଯାନ ଅଭିଯାନ କେବଳ ମହାକାଶରେ ପହଞ୍ଚିବା ପାଇଁ ନୁହେଁ; ଏହା ଆମ ବୈଜ୍ଞାନିକଙ୍କ ସ୍ୱପ୍ନର ଅସୀମ ଉଚ୍ଚତାରେ ପହଞ୍ଚିବା ଉପରେ ଆଧାରିତ । ୨୦୩୫ ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ ପ୍ରତିଷ୍ଠାର ପ୍ରଥମ ପର୍ଯ୍ୟାୟ ପାଇଁ ନିକଟରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ, ଯାହା ମହାକାଶ ଅନୁସନ୍ଧାନରେ ଭାରତର ଉପସ୍ଥିତିକୁ ବଢ଼ାଇବ ।

 

ସାମ୍ପ୍ରତିକ ବିଶ୍ୱରେ ସେମିକଣ୍ଡକ୍ଟରର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ସେମିକଣ୍ଡକ୍ଟର ବିକାଶ ପାଇଁ ଏକ ଅତ୍ୟାବଶ୍ୟକ ଉପାଦାନ ପାଲଟିଛି । ଏହି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ‘ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ’ର ଶୁଭାରମ୍ଭ କରାଯାଇଛି । ଅଳ୍ପ ସମୟ ମଧ୍ୟରେ ଦେଖାଯାଇଥିବା ସକାରାତ୍ମକ ଫଳାଫଳ ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏହାର ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣ କରୁଛି, ଯାହା ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀ ତିନୋଟି ନୂତନ ‘‘ପରମ ରୁଦ୍ର’’ ସୁପର କମ୍ପ୍ୟୁଟର ପ୍ରଚଳନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ଭାରତର ବହୁମୁଖୀ ବୈଜ୍ଞାନିକ ବିକାଶକୁ ଆହୁରି ସମର୍ଥନ କରିବ ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ସୁପର କମ୍ପ୍ୟୁଟରରୁ କ୍ୱାଣ୍ଟମ କମ୍ପ୍ୟୁଟିଂ ପର୍ଯ୍ୟନ୍ତ ଭାରତର ଯାତ୍ରା ଦେଶର ମହାନ ଦୃଷ୍ଟିକୋଣର ପରିଣାମ । ସେ ଦର୍ଶାଇଥିଲେ ଯେ ସୁପର କମ୍ପ୍ୟୁଟର ପୂର୍ବରୁ କେବଳ କିଛି ରାଷ୍ଟ୍ରର ଅଧୀନରେ ଥିଲା, କିନ୍ତୁ ୨୦୧୫ରେ ନ୍ୟାସନାଲ ସୁପର କମ୍ପ୍ୟୁଟର ମିଶନର ଶୁଭାରମ୍ଭ ସହିତ ଭାରତ ବର୍ତ୍ତମାନ ବିଶ୍ୱସ୍ତରୀୟ ସୁପର କମ୍ପ୍ୟୁଟର ନିର୍ମାତା ଦେଶମାନଙ୍କ ସାମର୍ଥ୍ୟ ସହିତ ତୁଳନୀୟ ହୋଇପାରିଛି । ସେ କହିଛନ୍ତି ଯେ କ୍ୱାଣ୍ଟମ କମ୍ପ୍ୟୁଟିଂ କ୍ଷେତ୍ରରେ ଦେଶ ନେତୃତ୍ୱ ନେଉଛି, ଯେଉଁଠାରେ ଜାତୀୟ କ୍ୱାଣ୍ଟମ ମିଶନ ଏହି ଅତ୍ୟାଧୁନିକ ଜ୍ଞାନକୌଶଳରେ ଭାରତର ସ୍ଥିତିକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହି ଉଦୀୟମାନ ଜ୍ଞାନକୌଶଳ ବିଶ୍ୱରେ ପରିବର୍ତ୍ତନ ଆଣିବ, ଆଇଟି କ୍ଷେତ୍ର, ଉତ୍ପାଦନ, ଏମଏସଏମଇ ଏବଂ ଷ୍ଟାର୍ଟଅପ୍ ରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବ, ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଭାରତକୁ ବିଶ୍ୱସ୍ତରରେ ନେତୃତ୍ୱ ନେବା ପାଇଁ ଉପଯୁକ୍ତ ରୂପେ ସ୍ଥାନିତ କରିବ ବୋଲି ସେ ଜୋର୍‌ ଦେଇ କହିଥିଲେ।

 

ବିଜ୍ଞାନର ପ୍ରକୃତ ଉଦ୍ଦେଶ୍ୟ କେବଳ ଉଦ୍ଭାବନ ଓ ବିକାଶ ନୁହେଁ ବରଂ ସାଧାରଣ ଲୋକଙ୍କ ଆକାଂକ୍ଷା ପୂରଣ କରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଡିଜିଟାଲ ଅର୍ଥବ୍ୟବସ୍ଥା ଏବଂ ୟୁପିଆଇର ଉଦାହରଣ ଦେଇ ଶ୍ରୀ ମୋଦୀ କହିଥିଲେ ଯେ ଭାରତ ହାଇଟେକ୍ କ୍ଷେତ୍ରରେ ଅଗ୍ରଗତି କରୁଥିବା ବେଳେ ଏହି ଜ୍ଞାନକୌଶଳ ଗରିବମାନଙ୍କୁ ସଶକ୍ତ କରିବାରେ ଲାଗିଛି । ଦେଶକୁ ପାଣିପାଗ ପାଇଁ ପ୍ରସ୍ତୁତ ଏବଂ ଜଳବାୟୁ ସ୍ମାର୍ଟ କରିବା ଉଦ୍ଦେଶ୍ୟରେ ନିକଟରେ ଆରମ୍ଭ ହୋଇଥିବା ‘ମିଶନ ମୌସମ’ ବିଷୟରେ ମଧ୍ୟ ସେ କହିଥିଲେ। ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ସିଷ୍ଟମ ଏବଂ ସୁପର କମ୍ପ୍ୟୁଟରର ଆବିର୍ଭାବ ସହିତ ହାଇପର-ଲୋକାଲ ଏବଂ ଅଧିକ ସଠିକ ପୂର୍ବାନୁମାନ ପାଇଁ ଭାରତର ପାଣିପାଗ ପୂର୍ବାନୁମାନ କ୍ଷମତା ବୃଦ୍ଧି ପାଇବ ବୋଲି ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ବର୍ଣ୍ଣନା କରିଥିଲେ ଯେ ସୁପର କମ୍ପ୍ୟୁଟର ଏଭଳି ଏକ ବୈଜ୍ଞାନିକ ଉପଲବ୍ଧି ଯାହାଦ୍ୱାରା ଦୁର୍ଗମ ଗ୍ରାମଗୁଡ଼ିକରେ କେବଳ ପାଣିପାଗ ଏବଂ ମୃତ୍ତିକା ବିଶ୍ଳେଷଣ ନୁହେଁ ବରଂ ହଜାର ହଜାର ଜୀବନ ପାଇଁ ଏକ ରୂପାନ୍ତରଣକାରୀ ପରିବର୍ତ୍ତନ ଆସିପାରିବ। ଛୋଟରୁ ଛୋଟ କୃଷକ ମଧ୍ୟ ଯେପରି ବିଶ୍ୱର ସର୍ବୋତ୍ତମ ଜ୍ଞାନ ପାଇପାରିବେ ତାହା ସୁପର କମ୍ପ୍ୟୁଟର ଦ୍ୱାରା ସୁନିଶ୍ଚିତ ହେବା । ଏହା ସେମାନଙ୍କୁ ସେମାନଙ୍କ ଫସଲ ବିଷୟରେ ସଚେତନ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ । ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀମାନେ ମଧ୍ୟ ଉପକୃତ ହେବେ କାରଣ ଏହି ଜ୍ଞାନକୌଶଳ ବିପଦକୁ ହ୍ରାସ କରିବ ଏବଂ ବୀମା ଯୋଜନା ବିଷୟରେ ସୂଚନା ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତ ବର୍ତ୍ତମାନ ଏଆଇ ଏବଂ ମେସିନ୍ ଲର୍ଣ୍ଣିଂ ସହ ଜଡ଼ିତ ମଡେଲ୍ ତିଆରି କରିବାରେ ସକ୍ଷମ ହେବ, ଯାହାଦ୍ୱାରା ସମସ୍ତ ଅଂଶୀଦାର ଉପକୃତ ହେବେ ।

ସୁପର କମ୍ପ୍ୟୁଟର ନିର୍ମାଣ କରିବାରେ ଭାରତର ଦକ୍ଷତା ଏକ ଜାତୀୟ ଗୌରବର ବିଷୟ ଏବଂ ଏହାର ସୁଫଳ ସାଧାରଣ ନାଗରିକଙ୍କ ଦୈନନ୍ଦିନ ଜୀବନରେ ପହଞ୍ଚିବ । ଏହା ଭବିଷ୍ୟତରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏଆଇ ଏବଂ ମେସିନ ଲର୍ଣ୍ଣିଂର ଏହି ଯୁଗରେ ସୁପର କମ୍ପ୍ୟୁଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଏହାକୁ ୫ଜି ଜ୍ଞାନକୌଶଳ ଏବଂ ମୋବାଇଲ ଫୋନ୍ ଉତ୍ପାଦନ କ୍ଷେତ୍ରରେ ଭାରତର ସଫଳତା ସହ ତୁଳନା କରିଥିଲେ ଯାହା ଦେଶରେ ଡିଜିଟାଲ ବିପ୍ଳବକୁ ପ୍ରୋତ୍ସାହିତ କରିଛି ଏବଂ ଟେକ୍ନୋଲୋଜିକୁ ପ୍ରତ୍ୟେକ ନାଗରିକଙ୍କ ପାଇଁ ଉପଲବ୍ଧ କରିଛି । ଭାରତର ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ସାଧାରଣ ନାଗରିକମାନଙ୍କୁ ଭବିଷ୍ୟତର ବୈଷୟିକ ଉନ୍ନତି ପାଇଁ ପ୍ରସ୍ତୁତ କରିବ, ଯେଉଁଠାରେ ସୁପର କମ୍ପ୍ୟୁଟରଗୁଡ଼ିକ ନୂତନ ଗବେଷଣା କୁ ପ୍ରୋତ୍ସାହିତ କରିବ ଏବଂ ବିଶ୍ୱସ୍ତରରେ ଭାରତର ପ୍ରତିଦ୍ୱନ୍ଦ୍ୱିତା ସୁନିଶ୍ଚିତ କରିବା ପାଇଁ ନୂତନ ସମ୍ଭାବନା ଖୋଲିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଆଶ୍ୱାସନା ଦେଇଥିଲେ ଯେ ଏହି ଜ୍ଞାନକୌଶଳ ସାଧାରଣ ଲୋକଙ୍କ ଜୀବନରେ ପ୍ରକୃତ ଲାଭ ଆଣିବ ଏବଂ ସେମାନେ ବାକି ବିଶ୍ୱ ସହିତ ତାଳମେଳ ରକ୍ଷା କରିବାରେ ସକ୍ଷମ ହେବେ ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଏହି ସଫଳତା ପାଇଁ ନାଗରିକ ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜ୍ଞାନ କ୍ଷେତ୍ରରେ ନୂତନ କ୍ଷେତ୍ର ଖୋଲିଥିବା ଏହି ଉନ୍ନତ ସୁବିଧାଗୁଡ଼ିକୁ ଅଧିକରୁ ଅଧିକ ଉପଯୋଗ କରିବାକୁ ଯୁବ ଗବେଷକମାନଙ୍କୁ ଉତ୍ସାହିତ କରିଥିଲେ ।

 

ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭର୍ଚୁଆଲ ଭାବେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ସୁପର କମ୍ପ୍ୟୁଟିଂ ଜ୍ଞାନକୌଶଳ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନିଜର ସଂକଳ୍ପ ଅନୁରୂପ ପ୍ରଧାନମନ୍ତ୍ରୀ ଜାତୀୟ ସୁପରକମ୍ପ୍ୟୁଟିଂ ମିଶନ (ଏନଏସଏମ) ଅଧୀନରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ପ୍ରାୟ ୧୩୦ କୋଟି ଟଙ୍କା ମୂଲ୍ୟର ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଅଗ୍ରଣୀ ବୈଜ୍ଞାନିକ ଗବେଷଣାକୁ ସୁଗମ କରିବା ପାଇଁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ଏହି ସୁପର କମ୍ପ୍ୟୁଟର ସ୍ଥାପନ କରାଯାଇଛି। ଦ୍ରୁତ ରେଡିଓ ବ୍ରଷ୍ଟସ୍ (ଏଫ୍ଆରବି) ଏବଂ ଅନ୍ୟାନ୍ୟ ଜ୍ୟୋତିର୍ବିଜ୍ଞାନ ଭିତ୍ତିକ ଘଟଣାର ଅନ୍ୱେଷଣ ପାଇଁ ସୁପର କମ୍ପ୍ୟୁଟରକୁ ପୁଣେର ଜାଏଣ୍ଟ ମିଟର ରେଡିଓ ଟେଲିସ୍କୋପ୍ (ଜିଏମ୍ ଆର୍ ଟି) ଉପଯୋଗ କରିବ। ଦିଲ୍ଲୀର ଇଣ୍ଟର ୟୁନିଭର୍ସିଟି ଆକ୍ସେଲେରେଟର ସେଣ୍ଟର (ଆଇୟୁଏସି) ପଦାର୍ଥ ବିଜ୍ଞାନ ଓ ପରମାଣୁ ପଦାର୍ଥ ବିଜ୍ଞାନ ଭଳି କ୍ଷେତ୍ରରେ ଗବେଷଣାକୁ ବଢ଼ାଇବ। କୋଲକାତାସ୍ଥିତ ଏସ୍ ଏନ୍ ବୋଷ ପଦାର୍ଥ ବିଜ୍ଞାନ କେନ୍ଦ୍ର, ମହାକାଶ ବିଜ୍ଞାନ ଓ ଭୂବିଜ୍ଞାନ କ୍ଷେତ୍ରରେ ଉନ୍ନତ ଗବେଷଣା କରିବ।

ପ୍ରଧାନମନ୍ତ୍ରୀ ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ଏକ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ପ୍ରଣାଳୀର ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ ୮୫୦ କୋଟି ଟଙ୍କାର ପୁଞ୍ଜିନିବେଶକୁ ପ୍ରତିନିଧିତ୍ୱ କରୁଛି, ଯାହା ପାଣିପାଗ ବିଜ୍ଞାନ ପ୍ରୟୋଗ ପାଇଁ ଭାରତର ଗଣନା କ୍ଷମତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି କୁ ଦର୍ଶାଉଛି। ପୁଣେସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିରୋଲୋଜି (ଆଇଆଇଟିଏମ୍) ଏବଂ ନୋଏଡାର ନ୍ୟାସନାଲ ସେଣ୍ଟର ଫର ମିଡିୟମ୍ ରେଞ୍ଜ ପାଣିପାଗ ପୂର୍ବାନୁମାନ (ଏନସିଏମଆରଡବ୍ଲ୍ୟୁଏଫ) ଦୁଇଟି ପ୍ରମୁଖ ସ୍ଥାନରେ ଅବସ୍ଥାପିତ ଏହି ଏଚପିସି ପ୍ରଣାଳୀରେ ଅସାଧାରଣ କମ୍ପ୍ୟୁଟିଂ ଶକ୍ତି ରହିଛି। ନୂତନ ଏଚପିସି ପ୍ରଣାଳୀର ନାମ ‘ଅର୍କ’ ଏବଂ ‘ଅରୁଣିକା’ ରଖାଯାଇଛି, ଯାହା ସୂର୍ଯ୍ୟ ସହିତ ସେମାନଙ୍କର ସମ୍ପର୍କକୁ ପ୍ରତିଫଳିତ କରେ। ଏହି ହାଇ-ରିଜୋଲ୍ୟୁସନ ମଡେଲଗୁଡିକ ଟ୍ରପିକାଲ ସାଇକ୍ଲୋନ, ପ୍ରବଳ ବୃଷ୍ଟିପାତ, ବଜ୍ରପାତ, କୁଆପଥର ମାଡ଼, ଗ୍ରୀଷ୍ମ ପ୍ରବାହ, ମରୁଡ଼ି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପାଣିପାଗ ଘଟଣା ସମ୍ବନ୍ଧୀୟ ପୂର୍ବାନୁମାନର ସଠିକତା ଏବଂ ସମୟକୁ ଯଥେଷ୍ଟ ବୃଦ୍ଧି କରିବ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"