Decades of deceit make farmers apprehensive but now there is no deceit, work is being done with intentions as pure as Gangajal: PM
New agricultural reforms have given farmers new options and new legal protection and at the same time the old system also continues if someone chooses to stay with it: PM
Both MSP and Mandis have been strengthened by the government: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀରେ 19 ନମ୍ବର ଜାତୀୟ ରାଜପଥର ବାରାଣସୀ-ପ୍ରୟାଗରାଜ ସେକ୍ସନର 6 ଲେନ ବିଶିଷ୍ଟ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଆମେ କାଶୀକୁ ଯୋଗାଯୋଗ ବ୍ୟବସ୍ଥା ଏବଂ ଏଠାକାର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥାର ଫଳାଫଳ ଦେଖିବାକୁ ପାଉଛୁ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ କାଶୀ ଚାରିପାଖରେ ନୂତନ ରାଜପଥ, ପୁଲ-ଫ୍ଲାଏ ଓଭର, ଟ୍ରାଫିକ ଜାମ ହ୍ରାସ କରିବା ଲାଗି ରାସ୍ତା ପ୍ରଶସ୍ତିକରଣ କ୍ଷେତ୍ରରେ ଅଭୂତପୂର୍ବ କାର୍ଯ୍ୟ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କ୍ଷେତ୍ରରେ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ସମ୍ପ୍ରସାରିତ ହେଲେ ଆମର କୃଷକମାନେ ଲାଭାନ୍ୱିତ ହୋଇପାରିବେ। ସେ କହିଥିଲେ ଯେ ଏଇ କିଛି ବର୍ଷ ଧରି, ଶୀତଳ ଭଣ୍ଡାର ସହିତ ଗ୍ରାମାଞ୍ଚଳରେ ଆଧୁନିକ ସଡ଼କ ଭଳି ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରୟାସ କରାଯାଉଛି । ଏଥିପାଇଁ 1 ଲକ୍ଷ କୋଟି ଟଙ୍କାର ପାଣ୍ଠି ସୃଷ୍ଟି କରାଯାଇଛି ।

ସରକାରଙ୍କ ପ୍ରୟାସ ଓ ଆଧୁନିକ ଭିତ୍ତିଭୂମି ଦ୍ୱାରା ଚାଷୀମାନେ କିଭଳି ଭାବେ ଉପକୃତ ହୋଇପାରୁଛନ୍ତି ତା’ର ଉଦାହରଣ ଦେଇଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ, ଦୁଇ ବର୍ଷ ପୂର୍ବେ ଚାଷୀଙ୍କ ଆୟ ବୃଦ୍ଧି ସକାଶେ ଚାନ୍ଦୌଲିରେ  କଳା ଧାନ ଚାଷ ଆରମ୍ଭ ହୋଇଥିଲା । ଗତବର୍ଷ, କୃଷକ ସମିତି ଗଠନ କରାଯାଇଥିଲା ଏବଂ ଖରିଫ ଋତୁରେ ପାଖାପାଖି 400 କୃଷକଙ୍କୁ ଏହି ଧାନ ଚାଷ ପାଇଁ ଦିଆଯାଇଥିଲା। ସାଧାରଣ ଧାନ କିଲୋପ୍ରତି 35ରୁ 40 ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହି କଳା ଧାନ କିଲୋ ପ୍ରତି 300 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥିଲା । ଏହି ଧାନ ଅଷ୍ଟ୍ରେଲିଆକୁ ରପ୍ତାନି କରାଯାଇଥିଲା, ତାହା ପୁଣି କିଲୋପ୍ରତି ପାଖାପାଖି 800 ଟଙ୍କାରେ।

ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର କୃଷି ଉତ୍ପାଦ ସାରା ବିଶ୍ୱରେ ପ୍ରସିଦ୍ଧ । ଚାଷୀମାନେ କାହିଁକି ବଡ଼ ବଜାର ଓ ଅଧିକ ମୂଲ୍ୟର ସୁବିଧା ପାଇବେ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ସେ କହିଥିଲେ, ନୂଆ କୃଷି ସଂସ୍କାର ଚାଷୀମାନଙ୍କୁ ନୂଆ ବିକଳ୍ପ ପ୍ରଦାନ କରିଛି । ସେମାନେ ନୂଆ ଆଇନଗତ ସୁରକ୍ଷା ପାଇବା ସହିତ ଚାହିଁଲେ ପୁରୁଣା ବ୍ୟବସ୍ଥା ସହ ଆଗକୁ ବଢ଼ିପାରିବେ । ସେ କହିଥିଲେ, ପୂର୍ବରୁ ମଣ୍ଡି ବାହାରେ କିଣାବିକା ବେଆଇନ ଥିଲା କିନ୍ତୁ ବର୍ତ୍ତମାନ କ୍ଷୁଦ୍ର ଚାଷୀମାନେ ମଣ୍ଡି ବାହାରେ ମଧ୍ୟ ଆଇନଗତ ଭାବେ କାରବାର କରିପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ, ସରକାର ନୀତିନିୟମ ଓ ଆଇନ ପ୍ରଣୟନ କରିଥାନ୍ତି। ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରି ସେ କହିଥିଲେ, ପୂର୍ବରୁ ସରକାରଙ୍କୁ ବିରୋଧ କରାଯାଉଥିଲା କିନ୍ତୁ ଏବେ ସାମାନ୍ୟ ଆଶଙ୍କାକୁ କେନ୍ଦ୍ର କରି ସମାଲୋଚନା କରାଯାଉଛି। ଯାହା ବର୍ତ୍ତମାନ ସୁଦ୍ଧା ଘଟିନାହିଁ, ଯାହା କେବେ ବି ଘଟିବ ନାହିଁ, ତା’କୁ ନେଇ ସମାଜରେ ଦ୍ୱନ୍ଦ୍ୱ ସୃଷ୍ଟି କରାଯାଉଛି । ସେ କହିଥିଲେ, ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ବହୁଦଶନ୍ଧି ଧରି ଚାଷୀଙ୍କ ସହିତ ଛଳନା କରି ଆସୁଥିଲେ ।

ଅତୀତରେ ଚାଷୀଙ୍କ ସହ ହୋଇଥିବା ପ୍ରତାରଣା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ପୂର୍ବରୁ ଏମଏସପି ଘୋଷଣା କରାଯାଉଥିଲା, କିନ୍ତୁ ଖୁବ ସ୍ୱଳ୍ପ ଏମଏସପି ଚାଷୀଙ୍କୁ ମିଳୁଥିଲା । ବହୁଦିନ ଧରି ଏପରି ବିଶ୍ୱାସଘାତକତା ଜାରି ରହିଥିଲା । ଚାଷୀଙ୍କ ନାମରେ ବଡ଼ ଋଣ ଛାଡ଼ ପ୍ୟାକେଜ ଘୋଷଣା କରାଯାଉଥିଲା, କିନ୍ତୁ ତାହା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ନିକଟରେ ପହଞ୍ଚି ପାରୁନଥିଲା। ସେ ଆହୁରି କହିଥିଲେ ଯେ ପୂର୍ବରୁ ଚାଷୀଙ୍କ ନାମରେ ବଡ଼ ଯୋଜନାର ଘୋଷଣା କରାଯାଇଥିଲା, କିନ୍ତୁ ପୂର୍ବର ସରକାରଙ୍କ ବିଶ୍ୱାସ ଥିଲା 1ଟଙ୍କାରୁ ମାତ୍ର 15 ପଇସା ଚାଷୀଙ୍କ ନିକଟରେ ପହଞ୍ଚିବ, ଯାହାକି ଯୋଜନାରେ ନାମରେ ବିଶ୍ୱାସଘାତକତା ଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଇତିହାସ ବିଶ୍ୱାସଘାତକତାପୂର୍ଣ୍ଣ ହୋଇଥିବାରୁ ଏବେ ଦୁଇଟି ଘଟଣା ସ୍ୱଭାବିକ ଭାବେ ଦେଖାଦେଇଛି। ପ୍ରଥମତଃ ବହୁ ଦଶନ୍ଧି ଧରି ସରକାରଙ୍କ ପ୍ରତିଶ୍ରୁତିକୁ ନେଇ ଚାଷୀମାନେ ଶଙ୍କାଗ୍ରସ୍ତ ହୋଇ ରହିଆସିଛନ୍ତି। ଦ୍ୱିତୀୟତଃ ପ୍ରତିଶ୍ରୁତି ପୂରଣ କରୁନଥିବା ଲୋକମାନେ ମିଥ୍ୟା ଅପପ୍ରଚାର ଚଳାଇଛନ୍ତି ଯେ ପୂର୍ବ ପରି ପ୍ରତିଶ୍ରୁତି ପୂରଣ ହେବ ନାହିଁ ଏବଂ ଯାହା ଘଟୁଥିଲା ତାହାହିଁ ଘଟିବ। ସେ କହିଥିଲେ, ଆପଣ ଏ ସରକାରଙ୍କ ଟ୍ରାକ ରେକର୍ଡ ଦେଖିଲେ ଆପେ ଆପେ ସତ୍ୟ କ’ଣ ଜାଣିନେବେ। ସେ କହିଥିଲେ ସରକାର ୟୁରିଆ କଳାବଜାର ରୋକିବାକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ଏବଂ ଚାଷୀଙ୍କୁ ଯଥେଷ୍ଟ ପରିମାଣର ୟୁରିଆ ଯୋଗାଇ ଦେଇଛନ୍ତି । ସେ କହିଥିଲେ, ସ୍ୱାମୀନାଥନ ଆୟୋଗଙ୍କ ସୁପାରିସ ଅନୁଯାୟୀ, ଖର୍ଚ୍ଚର ଦେଢ଼ଗୁଣା ଏମଏସପି ନିର୍ଦ୍ଧାରଣ କରିବା ଲାଗି ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ଏହି ପ୍ରତିଶ୍ରୁତି କେବଳ କାଗଜକଲମରେ ସୀମିତ ନରହି ବରଂ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିପାରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ 2014ର ପାଞ୍ଚ ବର୍ଷ ପୂର୍ବରୁ, ଚାଷୀଙ୍କ ଠାରୁ ପାଖାପାଖି 6.5 କୋଟି ଟଙ୍କାର ଡାଲି କିଣା ଯାଉଥିଲା । କିନ୍ତୁ ଏହାର ପରବର୍ତ୍ତୀ ପାଞ୍ଚ ବର୍ଷରେ 49,000 କୋଟି ଟଙ୍କାର ଡାଲି ଚାଷୀଙ୍କ ଠାରୁ କିଣାଯାଇଛି ଯାହାକି 75 ଗୁଣା ଅଭିବୃଦ୍ଧିକୁ ଦର୍ଶାଉଛି । 2014 ପୂର୍ବ ପାଞ୍ଚ ବର୍ଷରେ 2 ଲକ୍ଷ କୋଟି ଟଙ୍କାର ଧାନ କ୍ରୟ କରାଯାଇଥିଲା । କିନ୍ତୁ ଏହାର ପରବର୍ତ୍ତୀ 5 ବର୍ଷରେ ଚାଷୀଙ୍କ ଠାରୁ ଏମଏସପି ଦରରେ 5 ଲକ୍ଷ କୋଟି ଟଙ୍କାର ଧାନ କିଣାଯାଇଛି । ଏହାର ଅର୍ଥ ପୂର୍ବାପେକ୍ଷା ପାଖାପାଖି ଅଢ଼େଇ ଗୁଣ ଅଧିକ ଅର୍ଥ ଚାଷୀଙ୍କ ନିକଟରେ ପହଞ୍ଚି ପାରିଛି । ସେହିପରି 2014 ପୂର୍ବ 5 ବର୍ଷରେ ଚାଷୀ ଗହମ ବିକ୍ରି ବାବଦକୁ 1.5 ଲକ୍ଷ କୋଟି ଟଙ୍କା ପାଇଥିଲେ । ଏହାର ପରବର୍ତ୍ତୀ 5 ବର୍ଷ ଚାଷୀମାନେ ଏହାଠାରୁ ଦୁଇ ଗୁଣ ଅଧିକ 3 ଲକ୍ଷ କୋଟି ଟଙ୍କାର ଗହମ ବିକ୍ରି କରିଛନ୍ତି । ଯଦି ମଣ୍ଡି ଓ ଏମଏସପି ଉଚ୍ଛେଦ କରାଯିବାକୁ ଅଛି ତା’ହେଲେ ସରକାର କାହିଁକି ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ମଣ୍ଡିଗୁଡ଼ିକର ଆଧୁନିକୀକରଣ କରିବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସେ ଗୁରୁତ୍ୱାରୋପ କରିଥିଲେ ।

ବିରୋଧୀଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଲୋକମାନେ ପିଏମ କିଷାନ ସମ୍ମାନ ନିଧି ଉପରେ ପ୍ରଶ୍ନ ଉଠାଉଥିଲେ। ନିର୍ବାଚନକୁ ଆଖି ଆଗରେ ରଖି ଏହି ଟଙ୍କା ଦିଆଯାଉଛି ଏବଂ ନିର୍ବାଚନ ପରେ ସୁଧ ସମେତ ଫେରାଇ ନିଆଯିବ ବୋଲି ସେମାନେ ଗୁଜବ ଖେଳାଉଥିଲେ। ସେ ଆହୁରି କହିଥିଲେ ଯେ ବିରୋଧୀ ଦଳ ଶାସନରେ ଥିବା ରାଜ୍ୟରେ ନିଜର ରାଜନୈତିକ ସ୍ୱାର୍ଥ ହାସଲ ଲାଗି ସରକାର ଚାଷୀଙ୍କୁ ଏହି ଯୋଜନାର ଲାଭ ଦେଉନାହାନ୍ତି । ସେ କହିଥିଲେ, ଦେଶର 10 କୋଟିରୁ ଅଧିକ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ପଠାଯାଇଛି । ଏବେ ସୁଦ୍ଧା, ପାଖାପାଖି 1 ଲକ୍ଷ କୋଟି ଟଙ୍କା ଚାଷୀଙ୍କ ନିକଟରେ ପହଞ୍ଚି ସାରିଲାଣି ।

ପ୍ରଧାନମନ୍ତ୍ରୀ କହିଥିଲେ, ବହୁ ଦଶନ୍ଧିର ଛଳନା ଚାଷୀଙ୍କୁ ଶଙ୍କାଗ୍ରସ୍ତ କରି ଦେଇଛି। କିନ୍ତୁ ଏବେ କୌଣସି ଛଳନା ନାହିଁ, ବର୍ତ୍ତମାନ ଗଙ୍ଗାଜଳ ଭଳି ପବିତ୍ର ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରାଯାଉଛି । ସେ ମତବ୍ୟକ୍ତ କରିଥିଲେ ଯେ କେବଳ ସାଧାରଣ ଆଶଙ୍କାକୁ କେନ୍ଦ୍ର କରି ଯେଉଁମାନେ ଭ୍ରମ ସୃଷ୍ଟି କରୁଛନ୍ତି ଲଗାତାର ଦେଶବାସୀଙ୍କ ଆଗରେ ସେମାନଙ୍କ ଅସଲମୁଖା ଖୋଲିଯାଉଛି। ଚାଷୀମାନେ ସେମାନଙ୍କର ମିଛ ବୁଝିପାରିଲେ, ସେମାନେ ଆଉ ଏକ ବିଷୟକୁ ନେଇ ମିଛ ପ୍ରଚାର କରିଥାନ୍ତି। ସେ ଆହୁରି ଉଲ୍ଲେଖ କରିଥିଲେ, ସରକାର ଲଗାତାର ଭାବେ ସେହିସବୁ ଚାଷୀ ପରିବାରକୁ ଉତ୍ତର ଦେଇ ଆସୁଛନ୍ତି ଯେଉଁମାନଙ୍କ ମନରେ ଏବେ ସୁଦ୍ଧା କିଛି ଆଶଙ୍କା ରହିଛି। ସେ ବିଶ୍ୱାସର ସହ କହିଥିଲେ ଯେ ଯେଉଁ ଚାଷୀଙ୍କ ମନରେ ଆଜିର କୃଷି ସଂସ୍କାର ବିଷୟରେ କିଛି ସନ୍ଦେହ ରହିଛି ସେମାନେ ମଧ୍ୟ ଭବିଷ୍ୟତରେ ଏହାର ସୁବିଧା ପାଇବେ ଏବଂ ସେମାନଙ୍କର ଆୟ ବୃଦ୍ଧି କରିପାରିବେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘High Fives, Smiles And More’: PM Modi Celebrates Raksha Bandhan, Shares Glimpses From Festivities

Media Coverage

‘High Fives, Smiles And More’: PM Modi Celebrates Raksha Bandhan, Shares Glimpses From Festivities
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi