“ବିଗତ ସାତବର୍ଷରେ ସରକାର ଦିଲ୍ଲୀର ବନ୍ଦ କୋଠରୀରୁ କିପରି ଦେଶର କୋଣ ଅନୁକୋଣରେ ପହଞ୍ଚିପାରିଛି ମହୋବା ତାହାର ପ୍ରତ୍ୟକ୍ଷଦର୍ଶୀ”
“ଚାଷୀଙ୍କୁ ସମସ୍ୟା ଭିତରେ ଛନ୍ଦି ରଖିବା କେତେକ ରାଜନୈତିକ ଦଳଙ୍କ ଚିରାଚରିତ କୌଶଳ ପାଲଟିଛି । ସେମାନେ ସମସ୍ୟାର ରାଜନୀତି କରନ୍ତି:ଆମେ ସମାଧାନର ଜାତୀୟ ନୀତି ଅନୁସରଣ କରୁ”
“ପ୍ରଥମ ଥର ପାଇଁ ବୁନ୍ଦେଲଖଣ୍ଡବାସୀ ଦେଖୁଛନ୍ତି ଏକ ସରକାର ସେମାନଙ୍କ ପାଇଁ କାମ କରୁଛି ।ପୂର୍ବ ସରକାରମାନେ ଉତ୍ତରପ୍ରଦେଶକୁ ଲୁଟି ଲୁଟି ମଧ୍ୟ ଥକି ଯାଇ ନ ଥିଲେ; ଆମେ କିନ୍ତୁ କାମ କରି ମଧ୍ୟ କ୍ଲାନ୍ତ ହେଉନାହୁଁ”
“ବଂଶବାଦୀ ଶାସନ କୃଷକଙ୍କୁ କେବଳ ବଂଚନା ମଧ୍ୟରେ ରଖି ଆସିଛି । ସେମାନେ କୃଷକଙ୍କ ନାମରେ ନାନାଦି ଘୋଷଣା କରିଥିଲେ ମଧ୍ୟ ଚାଷୀଙ୍କ ପାଖରେ ପଇସାଟିଏ ପହଞ୍ଚିନାହିଁ”
“କର୍ମଯୋଗୀଙ୍କ ଡବଲ ଇଞ୍ଜିନ ସରକାର ବୁନ୍ଦେଲଖଣ୍ଡର ପ୍ରଗତି ପାଇଁ ଅକ୍ଳାନ୍ତ ଉଦ୍ୟମ ଚଳାଇଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମହୋବାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଉଦ୍‌ଘାଟନ କରିଛନ୍ତି । ଏହିସବୁ ପ୍ରକଳ୍ପ ଦ୍ୱାରା ଏହି ଅଞ୍ଚଳରେ ଜଳାଭାବ ସମସ୍ୟା  ଦୂର ହେବ ଏବଂ ଚାଷୀମାନେ ବିଶେଷ ଉପକୃତ ହେବେ । ଏହି ପ୍ରକଳ୍ପ ମଧ୍ୟରେ ରହିଛି ଅର୍ଜୁନ ସହାୟକ ଯୋଜନା, ରତାଉଲି ୱେର ପ୍ରକଳ୍ପ, ଭାନୋଇ ଡ୍ୟାମ ପ୍ରକଳ୍ପ ଏବଂ ମାଝଗାଁ -ଚିଲ୍ଲି୍ ସ୍ପିଙ୍କଲର ପ୍ରକଳ୍ପ । ଏସବୁ  ପ୍ରକଳ୍ପରେ ମୋଟ ୩୨୫୦କୋଟି ଟଙ୍କା ବ୍ୟୟ କରାଯାଇଛି । ଏହାଦ୍ୱାରା ମହୋବା, ହମିରପୁର, ବାନ୍ଦା ଓ ଲଳିତପୁର ଜିଲ୍ଲାର ୬୫ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ ଓ ଲକ୍ଷାଧିକ କୃଷକ ଉପକୃତ ହେବେ । ଏହାଛଡା ଏହିସବୁ ପ୍ରକଳ୍ପରୁ ସମ୍ପୃକ୍ତ ଅଞ୍ଚଳର ଲୋକେ ପ୍ରାନୀୟଜଳ ପାଇପାରିବେ ।

            ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ରାଜ୍ୟର ଅନେକ ମନ୍ତ୍ରୀ ଉପସ୍ଥିତ ଥିଲେ ।

            ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନତକାଙ୍କୁ ଗୁରୁନାନକ ଦେବଙ୍କ ପ୍ରକାଶ ପର୍ବର ଅଭିନନ୍ଦନ ଜଣାଇ କହିଥିଲେ ଯେ ଏହି ମହାପୁରୁଷ ଦାସତ୍ୱର କାଳରେ ଭାରତରେ ନବଚେତନା ସୃଷ୍ଟି କରିଥିଲେ । ଆଜି ମଧ୍ୟ ବୁନ୍ଦେଲଖଣ୍ଡର ଗର୍ବ ଓ ଗୌରବ ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ଅବସରରେ ସେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ ।

The Prime Minister pondered how this area became a hotbed of water challenges and migration over time. He recalled the historical times when the region was known for its water management. Gradually, under the earlier governments, the region suffered massive neglect and corrupt governance. “Situation came to a point where people started shying away from marrying their daughters in this area, and daughters here started wishing for marriage in the area with surplus water. People of Mahoba, people of Bundelkhand know the answers to these questions”, the Prime Minister said.

            ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ସାତବର୍ଷ ମଧ୍ୟରେ ମହୋବା  ଦେଖି ଆସୁଛି ସରକାର କିପରି ଦିଲ୍ଲୀର ଆବଦ୍ଧ ପ୍ରକୋଷ୍ଠ ଭିତରୁ ବାହାରକୁ ଆସି ଦେଶର କୋଣ ଅନୁକୋଣରେ ପହଂଚି ଲୋକଙ୍କ ପାଇଁ କାମ କରୁଛି । “ ଏହି ଭୂମି ବିଭିନ୍ନ ଯୋଜନା ଓ ନିଷ୍ପତ୍ତିର ସାକ୍ଷୀ, ଯାହା ଦେଶର ଗରିବ ମାଆ, ଭଉଣୀ ଓ କନ୍ୟାମାନଙ୍କ ଜୀବନରେ ଅର୍ଥପୂର୍ଣ୍ଣ ଏବଂ ବଡ ପରିବର୍ତ୍ତନ ଆଣିଛି ।” ମୁସଲମାନ ମହିଳାମାନଙ୍କୁ ତିନି ତଲାକର ଅଭିଶାପରୁ ମୁକ୍ତ କରିବାକୁ ଏହି ମହୋବା ମାଟିରେ ସେ ପ୍ରଥମ ଘୋଷଣା କରିଥିଲେ ଏବଂ ତାହାକୁ ପୂରଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଠାରେ ମଧ୍ୟ ଉଜ୍ଜଳା ୨.୦ ଆରମ୍ଭ କରାଯାଇଥିବା କଥା ସେ ମନେ ପକାଇ ଦେଇଥିଲେ ।

            ଏହି ଅଞ୍ଚଳଟି କିପରି ଜଳସଙ୍କଟ ଓ ଜନ ପଳାୟନ (ମାଇଗ୍ରେସନ) ର କେନ୍ଦ୍ରସ୍ଥଳୀ ପାଲଟିଲା ସେ ନେଇ ପ୍ରଧାନମନ୍ତ୍ରୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏକଦା ଏହି ଅଞ୍ଚଳ ଉତ୍ତମ କ ଜଳ ପରିଚାଳନା ପାଇଁ ପ୍ରସିଦ୍ଧ ଥିବାବେଳେ କ୍ରମାଗତ ସରକାରୀ ଅବହେଳା, କୁଶାସନ ଓ ଦୁର୍ନୀତି ଯୋଗୁଁ ଏଠାକାର ଅବସ୍ଥା ଆଜି ଏପରି ହୋଇଛି । “ପରିସ୍ଥିତି ଏପରି ହୋଇଥିଲା ଯେ ଏହି ଅଞ୍ଚରେ କେହି ଝିଅ ବିଭା ଦେବାକୁ ରାଜି ହେଉ ନ ଥିଲେ । ଯେଉଁ ଅଞ୍ଚଳରେ ବଳକା ପାଣି ଥିବ ସେଠାରେ ବାହା ହେବାକୁ ଏଠାକାର ଝିଅମାନେ ଇଚ୍ଛା କରୁଥିଲେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ, “ମହୋବା ଓ ବୁନ୍ଦେଲଖଣ୍ଡର ଲୋକେ ଏସବୁ ପ୍ରଶ୍ନର ଉତ୍ତର ଭଲଭାବେ ଜାଣିଛନ୍ତି ।”

            ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବର ସରକାରମାନେ ବୁନ୍ଦେଲଖଣ୍ଡକୁ ଲୁଟ୍ କରି ନିଜର ପରିବାର ପାଇଁ ବେଶ୍ କିଛି ରୋଜଗାର କରିଛନ୍ତି । “ସେମାନେ କେବେ ଏହି ଅଞ୍ଚଳର ଜଳ ସମସ୍ୟାର ସମାଧାନ ପାଇଁ ଚିନ୍ତିତ ନ ଥିଲେ ।”

            ସେ କହିଛନ୍ତି ଯେ ପ୍ରଥମ ଥର ପାଇଁ ବୁନ୍ଦେଲଖଣ୍ଡବାସୀ ଦେଖୁଛନ୍ତି ଯେ ଏକ ସରକାର ଏହି ଅଞ୍ଚଳ ପାଇଁ କାମ କରୁଛି ।  “ପୂର୍ବତନ ସରକାରମାନେ ଉତ୍ତର ପ୍ରଦେଶକୁ ଲୁଟିବାରେ କେବେ ଥକି ଯାଇ ନ ଥିଲେ । ଆମେ କିନ୍ତୁ କାମ କରିବାରେ କେବେ କ୍ଲାନ୍ତି ଅନୁଭବ କରୁନାହୁଁ ।” ସେ ଆହୁରି କହିଛନ୍ତି ଯେ ରାଜ୍ୟର ମାଫିଆମାନେ ଯେତେବେଳେ ବୁଲଡୋଜରର ସମ୍ମୁଖୀନ ହେଉଛନ୍ତି, ସେତେବେଳେ ଅନେକ ଲୋକ କାନ୍ଦୁଛନ୍ତି । ତେବେ ଏସବୁ ଆଲୋଡନ ଓ ଚିତ୍କାର ରାଜ୍ୟର ବିକାଶ ପ୍ରକ୍ରିୟାକୁ ବନ୍ଦ କରିପାରିବ ନାହିଁ । 

            ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ କୃଷକମାନଙ୍କୁ ସମସ୍ୟା ମଧ୍ୟରେ ଜର୍ଜରିତ କରି ରଖିବା କେତେକ ରାଜନୈତିକ ଦଳର ଅଭ୍ୟାସରେ ପରିଣତ ହୋଇଛି । ସେମାନେ ସମସ୍ୟାର ରାଜନୀତି କରୁଛନ୍ତି; ଆମେ ସମାଧାନର ଜାତୀୟ ନୀତିକୁ କାର୍ଯ୍ୟକାରୀ କରୁଛୁ । କେନ-ବେଟୱା ନଦୀ ସଂଯୋଗ  ସମସ୍ୟାର ସମାଧାନ ଆମ ସରକାର ଦ୍ୱାରା କରାଯାଇଛି । ଏଥିପାଇଁ ସବୁ ସମ୍ପୃକ୍ତପକ୍ଷଙ୍କ ସହ ଆଲୋଚନା ପରେ ସମାଧାନର ସୂତ୍ର ବାହାରିଛି ।

            ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବଂଶବାଦୀ ଶାସନ କୃଷକମାନଙ୍କୁ କେବଳ ବଂଚନା ମଧ୍ୟରେ ରଖିଆସିଛି । “ସେମାନେ ଚାଷୀଙ୍କ ନାମରେ ଘୋଷଣାମାନ କରିଆସୁଥିଲେ ମଧ୍ୟ ପଇସାଟିଏ କୃଷକଙ୍କ ପାଖରେ ପହଞ୍ଚି ନାହିଁ। ଅପରପକ୍ଷରେ କିଷାନ ସମ୍ମାନନିଧି ଯୋଜନାରେ ଆମେ ଏପର୍ଯ୍ୟନ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ମୋଟ ୧, ୬୨, ୦୦୦ କୋଟି ଟଙ୍କା ସିଧାସଳଖ ପଠାଇ ସାରିଲୁଣି ।”

            ସେ କହିଛନ୍ତି ଯେ ଏହି ଅଞ୍ଚଳକୁ ନିଯୁକ୍ତିରେ ଆତ୍ମନିର୍ଭର କରିବାକୁ ସରକାର ଅଙ୍ଗୀକାରବଦ୍ଧ । ଏହାଦ୍ୱାରା ଲୋକେ ରୋଜଗାର ପାଇଁ ଭିଟାମାଟି ଛାଡି ଅନ୍ୟସ୍ଥାନକୁ ଯିବେ ନାହିଁ । ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ସଡକ ଓ ଉତ୍ତରପ୍ରଦେଶ ପ୍ରତିରକ୍ଷା କରିଡର ଏହାର ବଡ ପ୍ରମାଣ ।

            ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅଞ୍ଚଳର ମହାନ୍ ସଂସ୍କୃତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି । କର୍ମଯୋଗୀଙ୍କର ଡବଲ-ଇଞ୍ଜିନ ସରକାର ଅଧୀନରେ ଏହି ଅଂଚଳର ସର୍ବାଙ୍ଗୀନ ବିକାଶ ଘଟିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi