ଏମ୍ସ, ସାରକାରଖାନା ଓ ଆଇସିଏମ୍‌ଆର କେନ୍ଦ୍ର ଉଦ୍‌ଘାଟିତ
ଦ୍ୱୈତ ଇଞ୍ଜିନ ସରକାର ବିକାଶମୂଳକ କାର୍ଯ୍ୟର ଗତିକୁ ଦ୍ୱିଗୁଣିତ କରେ-ପ୍ରଧାନମନ୍ତ୍ରୀ
“ଯେଉଁ ସରକାର ବଞ୍ଚିତ ଓ ଶୋଷିତଙ୍କ କଥା ଚିନ୍ତା କରେ ଓ କଠିନ ପରିଶ୍ରମ କରେ ସେ ତାର ସୁଫଳ ପାଇବ”
“ଆଜିର ଘଟଣା ହେଉଛି ନବଭାରତ ସଂକଳ୍ପର ପ୍ରାମାଣିକ ତଥ୍ୟ ଯାହା ପାଇଁ କିଛି ବି ଅସମ୍ଭବ ନୁହେଁ”
“ଆଖୁ ଚାଷୀଙ୍କ ସୁବିଧା ପାଇଁ ଉତ୍ତରପ୍ରଦେଶ ସରକାର ଧନ୍ୟବାଦର ପାତ୍ର”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୭.୧୨.୨୦୨୧) ଉତ୍ତରପ୍ରଦେଶର ଗୋରଖପୁରଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଗୋରଖପୁରଠାରେ ଏମ୍ସ ଏବଂ ସାରକାରଖାନା ସହିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆଇସିଏମ୍‌ଆର)ନୂତନ ଭବନ ପାଇଁ ଉତରପ୍ରଦେଶ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ପାଞ୍ଚ ବର୍ଷ ପୂର୍ବରୁ ଏମ୍ସ ଓ ସାରକାରଖାନା ଉଭୟର ଶିଳାନ୍ୟାସ କରିଥିବା ସ୍ମୃତିଚାରଣ କରି ଆଜି ତାହାର ଉଦ୍‌ଘାଟନ,  ସରକାର ହାତକୁ ନେଉଥିବା କାର୍ଯ୍ୟ ଶେଷ କରିବା ଏକ କର୍ମ ସଂସ୍କୃତି ହୋଇଛି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଏକ ଦ୍ୱୈତ ଇଞ୍ଜିନ ସରକାର କାର୍ଯ୍ୟ କରେ , ସେତେବେଳେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଗତି ମଧ୍ୟ ଦୁଇଗୁଣ ହୋଇଥାଏ । ଯେତେବେଳେ ଭଲ ଅଭିପ୍ରାୟ ରଖି କାର୍ଯ୍ୟ କରାଯାଇଥାଏ, ସେତେବେଳେ ବିପର୍ଯ୍ୟୟ ମଧ୍ୟ କୌଣସି ବିଘ୍ନ ଘଟାଇ ପାରେ ନାହିଁ । ଯେତେବେଳେ ଗୋଟିଏ ସରକାର ଗରିବ, ଅବହେଳିତ ଓ ବଞ୍ଚିତ ଲୋକମାନଙ୍କ କଥା ବୁଝେ, ଏହା କଠିନ ପରିଶ୍ରମ କରିଥାଏ ସେମାନଙ୍କ ହିତ ମଧ୍ୟ ସାଧନ କରିଥାଏ । ଯେତେବେଳେ ନବଭାରତ ସଂକଳ୍ପବଦ୍ଧ, ସେତେବେଳେ କିଛି ମଧ୍ୟ ଅସମ୍ଭବ ଯେ ନୁହଁ, ଆଜିର ଘଟଣା ତା’ର ପ୍ରମାଣ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ  ଏକ ତ୍ରିମୁଖୀ ପଦକ୍ଷେପ ସ୍ୱରୂପ ସରକାର ଶତପ୍ରତିଶତ ନିମ ପ୍ରଲୋପଯୁକ୍ତ ୟୁରିଆ ପ୍ରବର୍ତ୍ତନ କରି ଏହାର  ଅପବ୍ୟବହାର ବନ୍ଦ  କରିଛନ୍ତି । କୋଟି କୋଟି ଚାଷୀଙ୍କୁ ମୃତିକା ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦିଆଯାଇଛି, ଯାହା ଫଳରେ ସେମାନେ ନିଜର ଜମି ପାଇଁ ଆବଶ୍ୟକ ମୁତାବକ ସାର ସ୍ଥିର କରିପାରିବେ  । ସରକାର ୟୁରିଆ ଉତ୍ପାଦନ ବୃଦ୍ଧି ନିମନ୍ତେ ଗୁରୁତ୍ୱ ଦେଉଛନ୍ତି । ବାଦ୍‌ପଡିଥିବା ସାର କାରଖାନାଗୁଡିକୁ ଜୋର ଜବରଦସ୍ତ ଅଧିକ ସାର ଉତ୍ପାଦନ ନିମନ୍ତେ ପୁଣି ଖୋଲାଯାଉଛି । ଦେଶରେ ଆଉ ପାଞ୍ଚଟି ସାର କାରଖାନା ବିଭିନ୍ନ ସ୍ଥାନରେ ନିର୍ମିତ ହେଲା ପରେ ଦେଶ ପାଇଁ ୬୦ଲକ୍ଷ ଟନ୍ ୟୁରିଆ ଉପଲବ୍ଧ ହେବ ବୋଲି ଶ୍ରୀ ମୋଦୀ କହିଥିଲେ ।

ନିକଟରେ ଆଖୁ ଚାଷୀମାନଙ୍କ ନିମନ୍ତେ ଅଭୂତପୂର୍ବ କାର୍ଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଥିଲେ । ଆଖୁଚାଷୀଙ୍କୁ ସହାୟକ ମୂଲ୍ୟ ଏକାଥରକେ ତିନିହଜାର ଟଙ୍କା ଅଧିକ ପ୍ରଦାନ କରାଯାଉଛି ଯାହାକୁ ବିଗତ ଦଶବର୍ଷ ମଧ୍ୟରେ ହୋଇ ନ ଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ଚଳିତ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ ଦେଶରେ ଗୋଟିଏ ବୋଲି ଏମ୍ସ ଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଆଉ ଛଅଟି ଏମ୍ସକୁ ଅନୁମୋଦନ କରିଥିଲେ । ଗତ ସାତବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ସାତଟି ଏମ୍ସ ନିର୍ମାଣ କାର୍ଯ୍ୟ ଚାଲିଛି । ଦେଶର ପ୍ରତ୍ୟେକ ଜିଲ୍ଲାରେ ଅନୂନ୍ୟ ଗୋଟିଏ ଲେଖାଏଁ ମେଡିକାଲ କଲେଜ ରଖିବା ତାଙ୍କ ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋରଖପୁର ଅଞ୍ଚଳରେ ସାର କାରଖାନାର ଗୁରୁତ୍ୱ ଉଭୟ ଚାଷୀ ଓ କର୍ମନିଯୁକ୍ତି ନିମନ୍ତେ କେତେ ଗୁରୁତ୍ୱପୂର୍ଣ୍ଣ ସମସ୍ତେ ଜାଣନ୍ତି । ଏହାର ଗୁରୁତ୍ୱ ଉପଲବ୍ଧି କରି ମଧ୍ୟ ପୂର୍ବ ସରକାରମାନେ ଏସବୁ ଖୋଲିବାକୁ ପ୍ରୟାସ କରି ନ ଥିଲେ । ସମସ୍ତେ ଜାଣନ୍ତି ଯେ ଗୋରଖପୁରରେ ଏମ୍ସ ଖୋଲିବା ପାଇଁ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଥିଲା । ମାତ୍ର ୨୦୧୭ ପୂର୍ବରୁ ଯେଉଁମାନେ ରାଜ୍ୟରେ ଶାସନ କରୁଥିଲେ ସେମାନେ ଗୋରଖପୁରରେ ଏମ୍ସ ସ୍ଥାପନ ପାଇଁ ଜମି ଯୋଗାଇବାକୁ ଅନେକ ବାହାନା କରି ଏଡାଇ ଚାଲିଲେ । ପ୍ରଧାନମନ୍ତ୍ରୀ ସେ ଅଞ୍ଚଳରେ ଜାପାନୀ ମସ୍ତିସ୍କଜ୍ୱର ହ୍ରାସ ସହ ଡାକ୍ତରୀ ଭିତ୍ତିଭୂମି ବୃଦ୍ଧି କଥା କହିଥିଲେ । ଏମ୍ସ ଓ ଆଇସିଏମଆର କେନ୍ଦ୍ର ଖୋଲିବା ସହ ଜାପାନୀ ମସ୍ତିଷ୍କ ଜ୍ୱର ଉପଚାର ଆହୁରି ଭଲଭାବେ ହୋଇପାରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଶକ୍ତି ରାଜନୀତି, ସ୍ୱେଚ୍ଛାଚାରିତା, ଦୁର୍ନୀତି ଓ ବାହୁବଳୀ ପ୍ରଭାବ ରାଜ୍ୟକୁ ଅତୀତରେ ଲୋକଙ୍କୁ ଦୁର୍ଦ୍ଦଶାଗ୍ରସ୍ତ କରିଥିବାରୁ ତାହାର ସମାଲୋଚନା କରିଥିôଲେ । ଏପ୍ରକାର ଶକ୍ତିଙ୍କ ବିରୁଦ୍ଧରେ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆମ ସରକାର ସରକାରୀ ଗୋଦାମ ଖୋଲି ଦେଇଛନ୍ତି  ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଘରକୁ ଯେପରି ଖାଦ୍ୟଶସ୍ୟ ପହଞ୍ଛିବ ସେଥିରେ ଲାଗପଡିଛନ୍ତି । ପ୍ରାୟ ୧୫କୋଟି ଉତ୍ତରପ୍ରଦେଶ ବାସୀ  ଏହାର ସୁବିଧା ପାଉଛନ୍ତି ବୋଲି ସେ କହିଥିଲେ ।  ନିକଟରେ ଗରିବ କଲ୍ୟାଣ ଅନ୍ନ ଯୋଜନା ହୋଲି ପରକୁ ମଧ୍ୟ ସମ୍ପ୍ରସାରିତ ହୋଇଛି । ପୂର୍ବ ସରକାରଗଣ ଅପରାଧୀମାନଙ୍କୁ ସୁରକ୍ଷା ଦେଇ ଉତ୍ତରପ୍ରଦେଶର ନାମକୁ କଳଙ୍କିତ କରିଥିଲେ । ଆଜି ମାଫିଆମାନେ କାରଗାରରେ ସଜ୍ଜା କାଟୁଥିବାବେଳେ, ପୁଞ୍ଜି ବିନିଯୋଗକାରୀ ଉତ୍ତରପ୍ରଦେଶରେ ବିନିଯୋଗ ଅବାଧରେ କରୁଛନ୍ତି । ତାହା ହିଁ ଡବଲ ଇଞ୍ଜିନ ର ଦିଗୁଣା ବିକାଶ । ସେଥିପାଇଁ  ଉତ୍ତରପ୍ରଦେଶର ଡବଲ ଇଞ୍ଜିନ ସରକାର ଉପରେ ବିଶ୍ୱାସ ରହିଛି ବୋଲି ସେ କହିଥିଲେ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"