ବାରଣାସୀ ଛାଉଣୀ ଷ୍ଟେସନରୁ ଗୋଡ଼ୱାଲିଆ ପର୍ଯ୍ୟନ୍ତ ଯାତ୍ରୀ ରୋପ ୱେ’ର ଶିଳାନ୍ୟାସ
ଜଳ ଜୀବନ ମିଶନ ଅଧିନରେ ୧୯ଟି ପାନୀୟଜଳ ଯୋଜନାର ଲୋକାର୍ପଣ
“ଜନସାଧାରଣଙ୍କ ସଂଦେହକୁ ମିଥ୍ୟା ପ୍ରମାଣିତ କରି କାଶୀ ନଗରୀର ଅବସ୍ଥାନ୍ତର ଆଣିବାରେ ସଫଳ ହୋଇଛି”
“ଗତ ନଅ ବର୍ଷ ମଧ୍ୟରେ ଗଙ୍ଗା ଘାଟଗୁଡ଼ିକର ଦୃଶ୍ୟପଟ ପରିବର୍ତ୍ତନର ସମସ୍ତେ ସାକ୍ଷୀ ଅଛନ୍ତି”
“ଗତ ତିନିବର୍ଷ ମଧ୍ୟରେ ଦେଶର ଆଠ କୋଟି ପରିବାର ପାଇପ ପାଣି ପାଇପାରିଛନ୍ତି”
“ସରକାର ଚାହାନ୍ତି ପ୍ରତ୍ୟେକ ନାଗରିକଙ୍କର ଅବଦାନ ରହୁ ଓ ଅମୃତ କାଳରେ ଭାରତର ବିକାଶ ଯାତ୍ରାରେ କେହି ବି ପଛରେ ପଡ଼ନ୍ତୁ ନାହିଁ”
“ରାଜ୍ୟର ପ୍ରତ୍ୟେକ କ୍ଷେତ୍ରରେ ବିକାଶରେ ଉତ୍ତର ପ୍ରଦେଶ ନୂତନ ଗତି ଦେଉଛି”
“ହତାଶାର ଛାଇରୁ ମୁକ୍ତିପାଇ ଉତ୍ତର ପ୍ରଦେଶ ବର୍ତ୍ତମାନ ଆଶା ଓ ଆକାଂକ୍ଷାର ନୂତନ ପଥରେ ଅଗ୍ରସର ହେଉଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪-୦୩-୨୦୨୩) ବାରଣାସୀ ଠାରେ ୧୭୮ଠ କୋଟି ଟଙ୍କାରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ବାରଣାସୀ ଛାଉଣୀ ଷ୍ଟେସନରୁ ଗୋଡ଼ୱାଲିଆ ପର୍ଯ୍ୟନ୍ତ ରୋପ ୱେ’ର ଶିଳାନ୍ୟାସ, ନମାମି ଗଙ୍ଗା ଯୋଜନା ଅଧିନରେ ଗୋଟିଏ ୫୫ ଏମଏଲଡି ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ, ସିଗ୍ରା ଷ୍ଟାଡିୟମର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପୁନର୍ବିକାଶ କାର୍ଯ୍ୟ, ଇଶରୱାର ଗ୍ରାମରେ ଏକ ଏଲପିଜି ବଟଲିଂ ପ୍ଲାଣ୍ଟ, ସେବା ପୁରୀ ଠାରେ ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଗମ ଲିମିଟେଡ ଦ୍ୱାରା ଏହା ନିର୍ମିତ ହେବ । ବରଥରା ଗ୍ରାମରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଲୁଗା ବଦଳିବା ପ୍ରକୋଷ୍ଠ ସହ ଭାସମାନ ଜେଟି ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ମଧ୍ୟ ଜଳ ଜୀବନ ମିଶନ ଅଧୀନରେ ୧୯ଟି ପାନୀୟଜଳ ଯୋଜନା ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ୬୩ଟି ଗ୍ରାମପଞ୍ଚାୟତରେ ତିନି ଲକ୍ଷରୁ ଊଦ୍ଧ୍ୱର୍ ଜନସାଧାରଣ ଉପକୃତ ହେବ । ଏହି ଅଭିଯାନ ଅଧୀନରେ ସେ ମଧ୍ୟ ୫୯ଟି ପାନୀୟ ଜଳ ଯୋଜନା ପାଇଁ ଶିଳାନ୍ୟାସ କରିଛନ୍ତି । ସେ ମଧ୍ୟ କାରଖିୟାଁ ଠାରେ ଗ୍ରେଡିଂ ପାଇଁ ସମନ୍ୱିତ ପ୍ୟାକ ହାଉସର ଲୋକାର୍ପଣ କରୁଛନ୍ତି । ଏହା ଫଳ ଓ ପନିପରିବା ବାଛିବା ଓ ପ୍ରକ୍ରିୟାକରଣ କରିବ । ସେ ମଧ୍ୟ ବାରଣାସୀ ସ୍ମାର୍ଟସିଟି ଅଧୀନରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ହେଉଛି ନବରାତ୍ରର ଏକ ଶୁଭଦିନ ଓ ଏହି ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜାର୍ଚ୍ଚନା କରାଯାଏ । ଏପରି ସ୍ୱତନ୍ତ୍ର ସମୟରେ ନାଗରିକମାନଙ୍କ ସହ ଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିବା ସହ ବାରଣାସୀର ସମୃଦ୍ଧିର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଲା ବୋଲି କହିଛନ୍ତି । ଯାତ୍ରୀ ରୋପ ୱେ’ର ଶିଳାନ୍ୟାସ ସହ ଶହ ଶହ କୋଟି ଟଙ୍କାର ଅନ୍ୟାନ୍ୟ ପ୍ରକଳ୍ପ ନେଇ ମଧ୍ୟ ପଦକ୍ଷେପ ନିଆଯାଇଛି, ଯାହା ବାରଣାସୀର ବିକାଶରେ ସହାୟକ ହେବ । ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପାନୀୟଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଗଙ୍ଗା ସଫେଇ, ବନ୍ୟା ନିୟନ୍ତ୍ରଣ, ପୁଲିସ ଓ କ୍ରୀଡ଼ା ସେବା ଇତ୍ୟାଦି ରହିଛି ବୋଲି ସେ କହିଥିଲେ । ବିଏଚୟୁରେ ମେସିନ ଯନ୍ତ୍ରାଂଶ ପରିପାଟୀର ଏକ ଉକ୍ରର୍ଷ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି ଓ ଏହି ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଅନେକ ଉପାଦେୟ ହେବ । ଆଜିର ବିକାଶ ପ୍ରକଳ୍ପଗୁଡ଼ିକ ନିମନ୍ତେ ପ୍ରଧାନମନ୍ତ୍ରୀ ବାରଣାସୀ ଓ ପୂର୍ବାଞ୍ଚଳର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀର ବିକାଶ ନେଇ ସବୁଆଡୁ ଚର୍ଚ୍ଚା ହେଉଛି ଓ ପ୍ରତ୍ୟେକ ପରିଦର୍ଶକ ନୂତନ ଶକ୍ତି ନେଇ ଏଠାରୁ ଫେରୁଛନ୍ତି । ଜନସାଧାରଣଙ୍କ ସଂଦେହକୁ ମିଥ୍ୟା ପ୍ରମାଣିତ କରି କାଶୀ ନଗରୀର ଅବସ୍ଥାନ୍ତର ଆଣିବାରେ ସମର୍ଥ ହୋଇଛି । ପ୍ରଧାନମନ୍ତ୍ରୀ ଏକାଠି ପୁରୁଣା ଓ ନୂତନ କାଶୀର ଦର୍ଶନ ସମ୍ପର୍କରେ ଅବତାରଣା କରିଥିଲେ । କାଶୀ ବିଶ୍ୱନାଥ ଧାମ, ଗଙ୍ଗା ଘାଟ କାର୍ଯ୍ୟ ଓ ଦୀର୍ଘତମ ନୌଯାତ୍ରା ନେଇ ବିଶ୍ୱରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ମାତ୍ର ବର୍ଷକ ମଧ୍ୟରେ ସାତ କୋଟିରୁ ଅଧିକ ପର୍ଯ୍ୟଟକ କାଶୀ ଦର୍ଶନ କରିଛନ୍ତି । ଏହି ପର୍ଯ୍ୟଟକମାନେ ନୂତନ ଆର୍ଥିକ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ।

ନଗରୀର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନ ନେଇ ନୂତନ ବିକାଶ ପ୍ରକଳ୍ପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। “ସେ ସଡ଼କ ହେଉ ବା ସେତୁ, ରେଳବାଇ ବା ବିମାନବନ୍ଦର ସଂଯୋଗୀକରଣ ବାରଣାସୀକୁ ସୁଗମ ହୋଇଛି” କହି ପ୍ରଧାନମନ୍ତ୍ରୀ ରୋପ ୱେ’ ପ୍ରକଳ୍ପ ନଗରୀର ସଂଯୋଗୀକରଣ ସ୍ତରକୁ ଖୁବ ଉଚ୍ଚକୁ ନେଇଯିବ ବୋଲି କହିଥିଲେ । ଏହା ନଗରୀକୁ ଆସିବା ସୁବିଧା ସହ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ମଧ୍ୟ ପାଲଟିବ । ରୋପ ୱେ’ କାର୍ଯ୍ୟ ଶେଷ ହେଲେ ବନାରସ ଛାଉଣୀ ରେଳ ଷ୍ଟେସନ ଓ କାଶୀ ବିଶ୍ୱନାଥ କରିଡର କେଇ ମିନିଟ ମଧ୍ୟରେ ଆସି ହେବା ସହ ଛାଉଣୀ ଷ୍ଟେସନ ଓ ଗୋଡ଼ୱାଲିଆ ମଧ୍ୟରେ ଭିଡ଼ ମଧ୍ୟ ହ୍ରାସ ପାଇବ । ବାହାର ରାଜ୍ୟ ଓ ନଗରୀରୁ ଆସୁଥିବା ପର୍ଯ୍ୟଟକମାନେ ଖୁବ କମ ସମୟ ମଧ୍ୟରେ ନଗର ପରିକ୍ରମା କରିପାରିବେ । ରୋପ ୱେ’ ପାଇଁ ଆଧୁନିକ ସୁବିଧା ମଧ୍ୟ ଆର୍ଥିକ କାର୍ଯ୍ୟକଳାପର ନୂତନ କେନ୍ଦ୍ର ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ ବାବାତିପୁର ବିମାନବନ୍ଦରରେ ନୂତନ ଏଟିସି ଟାୱାର ସମ୍ପର୍କରେ ମଧ୍ୟ କହିଥିଲେ, ଯାହା କାଶୀକୁ ବିମାନ ସଂଯୋଗୀକରଣ ପଥ ସୁଗମ କରିବ । ସେ ମଧ୍ୟ ଭାସମାନ ଜେଟିର ବିକାଶ ସମ୍ପର୍କରେ କହିବା ସହ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁବିଧା ହେଉଛି ମୁଖ୍ୟ ବୋଲି କହିଥିଲେ । ନମାମି ଗଙ୍ଗେ ଅଭିଯାନ ଅଧୀନରେ ଗଙ୍ଗା କୂଳରେ ଥିବା ସମସ୍ତ ନଗରୀଗୁଡ଼ିକରେ ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ କରାଯାଇ ଗତ ନଅ ବର୍ଷ ମଧ୍ୟ ଗଙ୍ଗା ଘାଟଗୁଡ଼ିକର ଦୃଶ୍ୟପଟ ପରିବର୍ତ୍ତନ ସମସ୍ତେ ଦେଖିଛନ୍ତି ବୋଲି କହି ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀର ଉଭୟ ପାଶ୍ୱର୍ରେ ଏକ ନୂତନ ପରିବେଶଭିତ୍ତିକ ଅଭିଯାନ କରାଯାଇ ସରକାର କୂଳର ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ପ୍ରାକୃତିକ କୃଷି ପାଇଁ ପ୍ରୋତ୍ସାହନ ଦେଉଛନ୍ତି ବୋଲି କହିଥିଲେ । ଏଥିପାଇଁ ଚଳିତ ବର୍ଷ ବଜେଟରେ ସ୍ୱତନ୍ତ୍ର ବ୍ୟୟ ବରାଦ ହୋଇଛି । ନୂତନ କେନ୍ଦ୍ରମାନଙ୍କ ବିକଶିତ ହେଉଛି ଯାହା ଫଳରେ ଚାଷୀମାନଙ୍କୁ ପ୍ରାକୃତିକ କୃଷି ନିମନ୍ତେ ସହାୟତା ପ୍ରଦାନ କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ଖୁସୀ ପ୍ରକଟ କରି କହିଥିଲେ ଯେ ବାରଣାସୀ ସହ ସମଗ୍ର ପୂର୍ବ ଉତ୍ତର ପ୍ରଦେଶ କୃଷି ଓ କୃଷିଜାତ ସାମଗ୍ରୀ ରପ୍ତାନୀର ଏକ ପେଣ୍ଠସ୍ଥଳ ହେବାକୁ ଯାଉଛି । ପ୍ରକ୍ରିୟାକରଣ, ପରିବହନ ଓ ଭଣ୍ଡାରଣ ସୁବିଧା ବାରଣାସୀରେ ଲେଙ୍ଗଡା ଆମ୍ବ, ଗାଜିପୁରର ଭେଣ୍ଡି ଓ କଞ୍ଚାଲଙ୍କା, ଜୁଆନପୁରର ମୂଳା ଓ ଖରଭୂଜକୁ ଆନ୍ତର୍ଜାତିକ ବଜାରରେ ପହଞ୍ଚାଇବାରେ ସହାୟକ ହୋଇଛି ।

ସ୍ୱଚ୍ଛ ପାନୀୟ ଜଳ ସମସ୍ୟା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ଦ୍ୱାରା ବଛା ଯାଇଥିବା ବିକାଶରେ ଉଭୟ ସେବା ଓ ଅନୁକମ୍ପା ଭାବ ରହିଛି । ସ୍ୱଚ୍ଛ ପାନୀୟ ଜଳକୁ ନେଇ ଅନେକ ପ୍ରକଳ୍ପ ଆଜି ଲୋକାର୍ପିତ ହୋଇଥିବା ବେଳେ, ଅନେକର ଶିଳାନ୍ୟାସ ହୋଇଛି । ସେ ‘ନଲ ନଲ ସେ ଜଲ’ ଅଭିଯାନ ଉପରେ ଆଲୋକପାତ କରି ଗତ ତିନିବର୍ଷ ମଧ୍ୟରେ ଆଠ କୋଟି ଘରକୁ ପାଇପ ପାଣି ଯୋଗାଇ ଦିଆଯାଇଥିବା ପ୍ରକାଶ କରିଥିଲେ । ସେ ମଧ୍ୟ ଉଜ୍ଜଳା ଯୋଜନାର ଅବତାରଣା କରି ସେବାପୁରୀର ବଟଲିଂ ପ୍ଲାଣ୍ଟ କେବଳ ହିତାଧିକାରୀଙ୍କୁ ସୁବିଧା ଦେବ ନାହିଁ ବରଂ ପୂର୍ବ ଉତ୍ତର ପ୍ରଦେଶ ଓ ପଶ୍ଚିମ ବିହାର ଗ୍ୟାସ ଚାହିଦା ପୂରଣ କରିବ ବୋଲି କହିଥିଲେ ।

କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାର ଗରୀବଙ୍କ ସେବା ବିଶ୍ୱାସ କରୁଥିବାରୁ ଲୋକମାନେ ତାଙ୍କୁ ପ୍ରଧାନମନ୍ତ୍ରୀ କହିପାରନ୍ତି, ମାତ୍ର ସେ କେବଳ ଲୋକମାନଙ୍କ ସେବା ପାଇଁ ଏଠାକୁ ଆସିଛନ୍ତି ବୋଲି କହିଥିଲେ । ପୂର୍ବରୁ ଆଜି ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହିତ ମତ ବିନିମୟର ସ୍ମୃତିଚାରଣ କରି ସେ କହିଥିଲେ ଯେ ସରକାରୀ ଯୋଜନାରେ ହଜାର ହଜାର ବାରଣାସୀବାସୀ ଉପକୃତ ହୋଇଥିବା ତାଙ୍କୁ କହିଛନ୍ତି । ୨୦୧୪ ପୂର୍ବରୁ ଗୋଟିଏ ବ୍ୟାଙ୍କ ଖାତା ଖୋଲିବା ଏକ କଷ୍ଟକର କଥା ହୋଇଥିବା ବେଳେ ଆଜି ଦେଶର ଦରିଦ୍ରତମ ବ୍ୟକ୍ତି ମଧ୍ୟ ଜନଧନ ବ୍ୟାଙ୍କ ଖାତା ଜରିଆରେ ଖାତା ଖୋଲିପାରୁଛ ଓ ସରକାରୀ ସହାୟତା ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାରେ ପହଞ୍ଚୁଛି ବୋଲି କହିଥିଲେ । ଆଜି ଗୋରୁଗାଈ ଓ ମାଛ ଚାଷୀମାନେ କିଶାନ କ୍ରେଡିଟ କାର୍ଡ ପାଇଛନ୍ତି, ରାସ୍ତାକଡ଼ ଦୋକାନୀମାନେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଋଣ ପାଇପାରିଛନ୍ତି, ଦେଶର ବିଶ୍ୱକର୍ମମାନଙ୍କ ନିମନ୍ତେ ପିଏମ ବିଶ୍ୱକର୍ମା ଯୋଜନା ପ୍ରବର୍ତ୍ତିତ ହୋଇଛି । “ସରକାର ଦେଖୁଛନ୍ତି ଯେପରି ପ୍ରତ୍ୟେକ ନାଗରିକର ଅବଦାନ ରହିଛି ଓ ଅମୃତ କାଳର ଯାତ୍ରାରେ ପ୍ରତ୍ୟେକ ଯେପରି ପଛରେ ନ ରହନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବନାରସ ଖେଲୋ ପ୍ରତିଯୋଗିତାରେ କିପରି ଏକ ଲକ୍ଷ ପ୍ରତିଯୋଗୀ ଭାଗ ନେଇଥିଲେ ସେ ତାହାର ବିଜେତାମାନଙ୍କ ସହ ମତ ବିନିମୟ କାଳରେ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଉଭୟ ଅଂଶଗ୍ରହଣକାରୀ ଓ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ବନାରସର ଯୁବଗୋଷ୍ଠୀ ନିମନ୍ତେ ନୂତନ କ୍ରୀଡ଼ା ସୁବିଧା ସମ୍ପର୍କରେ କହିଥିଲେ । ଆଜି ସିଗ୍ରା ଷ୍ଟାଡିୟମର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ ହୋଇଛି । ବାରଣାସୀରେ ଏକ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମ ମଧ୍ୟ ନିର୍ମିତ ହେବାକୁ ଯାଉଛି ବୋଲି ସେ କହିଥିଲେ ।

“ଆଜି ଉତ୍ତର ପ୍ରଦେଶ ବିକାଶର ସମସ୍ତ କ୍ଷେତ୍ରକୁ ନୂତନ ଗତି ଦେଇଛି” । ଆସନ୍ତାକାଲିର ମାର୍ଚ୍ଚ ୨୫ ତାରିଖରେ ଉତ୍ତର ପ୍ରଦେଶର ଯୋଗୀ ସରକାର ତାଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ଣ୍ଣ କରୁଛି । ସବୁଠାରୁ ଦୀର୍ଘକାଳ ଶ୍ରୀ ଯୋଗୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ସୃଷ୍ଟି କରିଛନ୍ତି । “ଉତ୍ତର ପ୍ରଦେଶ ହତାଶାର ଛାୟାରୁ ବାହାରି ଆଜି ଆଶା ଓ ଆକାଂକ୍ଷାର ପଥରେ ଅଗ୍ରସର ହେଉଛି” । ଉତ୍ତର ପ୍ରଦେଶ ବର୍ଦ୍ଧିତ ସୁରକ୍ଷା ଓ ସେବା ଯୋଗୁ ସମୃଦ୍ଧିକୁ ସୁନିଶ୍ଚିତ କରିଥିବା ଉଦାହରଣ ସୃଷ୍ଟି କରିଛି । ଆଜିର ବିକାଶ ପ୍ରକଳ୍ପ ସମୃଦ୍ଧିର ପଥକୁ ମଜବୁତ କରିବ ଓ ସେ ସମସ୍ତଙ୍କୁ ପୁଣିଥରେ ଅଭିନନ୍ଦନ ଜଣାଇଥିଲେ ।

ଉତ୍ତର ପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତର ପ୍ରଦେଶ ସରକାର କର୍ମୀମାନେ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି-

ଗତ ନଅ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ବାରଣାସୀର ଦୃଶ୍ୟପଟ ପରିବର୍ତ୍ତନ ସହ ମହାନଗରୀ ଓ ତା’ର ଆଖାପାଖ ଅଞ୍ଚଳର ଜନସାଧାରଣଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ଉପରେ ଆଲୋକପାତ କରି ଆସୁଛନ୍ତି । ଏ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଆଜି ୧୭୮ଠ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହା ସେ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତି ଓ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ବାରଣାସୀ ଛାଉଣୀ ଷ୍ଟେସନରୁ ଗୋଡ଼ୱାଲିଆ ମଧ୍ୟରେ ଏକ ଯାତ୍ରୀ ପରିବହନ ରୋପ ୱେ’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏ ବାବଦ ପ୍ରାୟ ୬୪୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ୩.୭୫ କିମି. ଦୀର୍ଘ ଓ ଏଥିରେ ପାଞ୍ଚଟି ଷ୍ଟେସନ ରହିବ । ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ବାରଣାସୀ ନିବାସୀଙ୍କ ନିମନ୍ତେ ଏହା ଦ୍ୱାରା ଯାତ୍ରା ସୁଗମ ହେବ ।

ନମାମି ଗଙ୍ଗେ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଭଗବାନପୁର ଠାରେ ପ୍ରାୟ ୩୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ୫୫ ଏମଏଲଡି ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟର ମଧ୍ୟ ଶିଳାନ୍ୟାସ କରିଥିବା ବେଳେ ଖେଲୋ ଇଣ୍ଡିଆ ଯୋଜନାରେ ସିପ୍ରା ଷ୍ଟାଡିୟମର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣର ଶିଳାନ୍ୟାସ କରିଛନ୍ତି ।

ସେବାପୁରୀର ଇଶରୱାର ଗ୍ରାମରେ ପ୍ରଧାନମନ୍ତ୍ରୀ ଏକ ଏଲପିଜି ଏକ ଏଲପିଜି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି । ଏହାଛଡ଼ା ଭରଥରା ଗ୍ରାମରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଭାସମାନ ଜେଟିର ମଧ୍ୟ ଲୋକାର୍ପଣ କରିଛନ୍ତି । ଜଳ ଜୀବନ ମିଶନ ଅଧୀନରେ ସେ ୧୯ଟି ପାନୀୟ ଜଳ ଯୋଜନାର ଲୋକାର୍ପଣ କରିଛନ୍ତି । ଏହାଦ୍ୱାରା ୬୩ଟି ଗ୍ରାମ ପଞ୍ଚାୟତରେ ୩ ଲକ୍ଷ ଲୋକ ଉପକୃତ ହେବେ । ଏହାଛଡ଼ା ସେ ୫୯ ପାନୀୟ ଜଳ ଯୋଜନାର ଶିଳାନ୍ୟାସ ମଧ୍ୟ କରିଛନ୍ତି ।

କାରଖିୟାଁ ଠାରେ ସେ ଏକ ଫଳ ଓ ପନିପରିବା ପ୍ରକ୍ରିୟାକରଣ କାରଖାନା ଜାତି ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହା ବାରଣାସୀରେ କୃଷିଜାତ ପଦାର୍ଥର ରପ୍ତାନୀରେ ସହାୟକ ହେବ । ଏହା ଦ୍ୱାରା ବାରଣାସୀ ଓ ଏହାର ଆଖପାଖ ଅଞ୍ଚଳର ଚାଷୀ, ରପ୍ତାନୀକାରୀ ଓ ବ୍ୟବସାୟୀ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ବାରଣାସୀ ସ୍ମାର୍ଟସିଟି ଅଭିଯାନ ଅଧିନରେ ମଧ୍ୟ ଅନେକ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ଏଥିମଧ୍ୟରେ ରାଜଘାଟ ଓ ମହାମୁରଗଞ୍ଜ ସରକାରୀ ବିଦ୍ୟାଳୟଗୁଡ଼ିକର ପୁନର୍ବିକାଶ, ନଗରୀ ଭିତର ସଡ଼କଗୁଡ଼ିକର ସୌନ୍ଦର୍ଯ୍ୟକରଣ, ନଗରୀରେ ଛଅଟି ଉଦ୍ୟାନ ଓ ଜଳାଶୟର ପୁନର୍ବିନ୍ୟାସ ଅନ୍ୟ କାର୍ଯ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ । ସେ ମଧ୍ୟ ଅନ୍ୟ କେତେକ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ସେଥି ମଧ୍ୟରେ ଲାଲ ବାହାଦୂର ଶାସ୍ତ୍ରୀ ଆନ୍ତର୍ଜାତିକ ବିମାନବନ୍ଦରର ଏଟିସି ଟାୱାର, ୱାଟର ୱାକ୍ସ ଭେଲୁକିଉ ପରିସରରେ ଦୁଇ ମେଗାୱାଟ ସୌରଶକ୍ତି ପ୍ଲାଣ୍ଟ, ସାରନାଥ ଠାରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଚାନ୍ଦପୁର ଶିଳ୍ପାଞ୍ଚଳର ଭିତ୍ତିଭୂମି ବିକାଶ, କେଦାରେଶ୍ୱର, ବିଶ୍ୱେଶ୍ୱର ଓ ଓଁକାରେଶ୍ୱର ଖଣ୍ଡ ପରିକ୍ରମା ଓ ମନ୍ଦିରର ନବୀକରଣ କାର୍ଯ୍ୟ ଅନ୍ତର୍ଭୁକ୍ତ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi pays tributes to Freedom Fighter, Shri Pingali Venkayya on his 150th birth anniversary
August 02, 2026

The Prime Minister, Shri Narendra Modi, paid tributes to freedom fighter, Shri Pingali Venkayya on his 150th birth anniversary.

The Prime Minister remembered Pingali Venkayya for his invaluable role in giving the nation the Tricolour and said that his efforts continue to inspire people to serve the country with dedication and patriotic fervour.

Shri Modi said that the Tiranga fills every Indian heart with immense pride and inspires the nation to work towards nation-building.

The Prime Minister wrote on X;

“Tributes to Pingali Venkayya Ji on his 150th birth anniversary. He is remembered for his invaluable role in giving our nation the Tricolour. May his efforts always inspire people to serve our country with dedication and patriotic fervour.

The Tiranga fills every Indian heart with immense pride and inspires us to work towards nation building.”