ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଡିସିଜିଆଇ ଦ୍ୱାରା ଭାରତୀୟ ସେରମ ପ୍ରତିଷ୍ଠାନ ଏବଂ ଭାରତ ବାୟୋଟେକ୍‍ କଂପାନୀ ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ଅନୁମୋଦନ ମିଳିବା ଏକ ନିର୍ଣ୍ଣାୟକ ଘଟଣା । ଏହା କରୋନା ବିରୋଧୀ ଉତ୍ସାହଜନକ ଲଢେଇକୁ ଅଧିକ ବଳ ଦେଇ ଏକ ନୂଆ ମୋଡରେ ପହଞ୍ଚାଇଛି ।

ଏ ସଂପର୍କରେ ଏକାଧିକ ଟ୍ୱିଟ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ‘ଉତ୍ସାହଜନକ ଲଢେଇକୁ ଆହୁରି ଦୃଢୀଭୂତ କରିବା ନିମନ୍ତେ ଏହା ଏକ ନିର୍ଣ୍ଣାୟକ ପଦକ୍ଷେପ । ସେରମ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ଇଣ୍ଡିଆ ଓ ଭାରତ ବାୟୋଟେକ୍‍ ଦ୍ୱାରା ନିର୍ମିତ ଟିକାକୁ ଡିସିଜିଆଇ ଅନୁମୋଦନ କରିବା ଫଳରେ ଅଧିକ ସୁସ୍ଥ ଏବଂ କୋଭିଡ୍‍ ମୁକ୍ତ ଭାରତ ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଏଥିପାଇଁ ଭାରତକୁ ଅଭିନନ୍ଦନ, କଠିନ ପରିଶ୍ରମ କରୁଥିବା ଆମର ବୈଜ୍ଞାନିକ ଏବଂ ଉଦ୍ଭାବନକାରୀଙ୍କୁ ମଧ୍ୟ ଅଭିନନ୍ଦନ ।’

ସେ ଆହୁରି କହିଛନ୍ତି ଯେ ‘ଏହି ଦୁଇଟି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ଘଟଣା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ । ଏହି ଉଭୟ ଟିକା ଭାରତରେ ତିଆରି ହୋଇଛି । ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ପୂରଣ କରିବା ପାଇଁ ଏହା ଆମ ବୈଜ୍ଞାନିକ ସମୁଦାୟଙ୍କ ଆଗ୍ରହକୁ ପ୍ରତିପାଦନ କରୁଛି । ଏହା ମୂଳରେ ରହିଛି ଯତ୍ନ ଓ ଅନୁକମ୍ପାର ଭାବନା ।’ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ‘ଚିକିତ୍ସକ, ମେଡିକାଲ କର୍ମଚାରୀ, ବୈଜ୍ଞାନିକ, ପୁଲିସ, ସଫେଇ କର୍ମଚାରୀଙ୍କ ସମେତ ସବୁ କରୋନା ଯୋଦ୍ଧାଙ୍କୁ ଆମେ ଆମର କୃତଜ୍ଞତା ପୁନର୍ବାର ଜ୍ଞାପନ କରୁଛୁ । ସେମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିବାରେ ସଫଳ ହୋଇଛନ୍ତି । ଅନେକ ଜୀବନ ରକ୍ଷା କରିଥିବାରୁ ଏହି ଯୋଦ୍ଧାମାନଙ୍କ ନିକଟରେ ଆମେ ଚିରକୃତଜ୍ଞ ରହିବୁ ।’

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 2,312-crore deal with HALfor 8 Dornier aircraft for Coast Guard

Media Coverage

Defence ministry inks Rs 2,312-crore deal with HALfor 8 Dornier aircraft for Coast Guard
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 12, 2026
February 12, 2026

Sustainable, Strong, and Global: India's 2026 Surge Under PM Modi's Transformative Leadership