ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୀତିକ ସହଭାଗିତା (ସିଏସପି)କୁ ମଜବୁତ୍ କରିବା ପାଇଁ ଦୁଇ ନେତା ନିଜର ପ୍ରତିବଦ୍ଧତାକୁ ଦୋହରାଇଲେ
ନିୟମିତ ସମ୍ପର୍କରେ ରହିବାକୁ ଉଭୟ ସହମତି ଜଣାଇଲେ ଏବଂ ପରବର୍ତ୍ତୀ ବୈଠକ ପାଇଁ ଉତ୍ସାହ ପ୍ରକାଶ କଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଥୋନି ଆଲବାନିଜଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କଲେ ଏବଂ ଅଷ୍ଟ୍ରେଲିଆର ୩୨ତମ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଐତିହାସିକ ପୁନଃନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ ।

ଦୁଇ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୀତିକ ସହଭାଗିତା (ସିଏସପି)କୁ ମଜବୁତ୍ କରିବା ପାଇଁ ଦୁଇ ନେତା ନିଜର ପ୍ରତିବଦ୍ଧତାକୁ ଦୋହରାଇଲେ । ସେ କହିଥିଲେ କି ବିଗତ ପାଞ୍ଚ ବର୍ଷର ଶାସନ କାଳରେ ସିଏସପିର ବିଭିନ୍ନ କ୍ଷେତ୍ର ମଜବୁତ୍ ସହଯୋଗରେ ବିକଶିତ ହୋଇଥିବା ଦେଖିଛନ୍ତି । ଦ୍ୱିପକ୍ଷୀୟ ସମ୍ପର୍କକୁ ମଜବୁତ୍ କରିବା ଦିଗରେ ଉତ୍ସାହୀ ପ୍ରବାସୀ ଭାରତୀୟ ସମୁଦାୟଙ୍କ ଭୂମିକା ଉପରେ ସେ ଜୋର୍ ଦେଇଥିଲେ ।

ଉଭୟ ନେତା ପାରସ୍ପରିକ ହିତରେ କ୍ଷେତ୍ରୀୟ ଏବଂ ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିଥିଲେ । ଏକ ସ୍ୱତନ୍ତ୍ର, ମୁକ୍ତ, ସ୍ଥିର, ନିୟମ ଆଧାରିତ ଏବଂ ସମୃଦ୍ଧ ହିନ୍ଦ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ବିକାଶ ଦିଗରେ ମିଳିମିଶି କାମ କରିବାକୁ ଉଭୟ ନିଜ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଶ୍ରୀ ଆଲବାନିଜଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଥିଲେ । ଏହି ସମୟରେ ବାର୍ଷିକ ଶିଖର ସମ୍ମିଳନୀ ଏବଂ ଭାରତରେ ହେବାକୁ ଥିବା କ୍ୱାଡ ଶିଖଣ ସମ୍ମିଳନୀ ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ନିୟମିତ ସମ୍ପର୍କରେ ରହିବାକୁ ଉଭୟ ନେତା ସହମତି ଜଣାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 5, 2026
September 05, 2026

The New Indian Equation: Policy + People = Tangible Progress Under PM Modi