ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱାର୍ଲ୍ଡ ବକ୍ସିଂ କପ ଫାଇନାଲ୍ସ ୨୦୨୫ରେ ଅସାଧାରଣ ଏବଂ ରେକର୍ଡ-ବ୍ରେକିଂ ପ୍ରଦର୍ଶନ ପାଇଁ ଭାରତୀୟ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଖେଳାଳୀମାନେ ୯ ସ୍ୱର୍ଣ୍ଣ ସମେତ ୨୦ ପଦକ ଜିତିଛନ୍ତି ଯାହା, ଭାରତୀୟ ବକ୍ସିଂ ଜଗତ ପାଇଁ ଏକ ଐତିହାସିକ ସଫଳତା । ସେ ଏହି ସଫଳତାର ଶ୍ରେୟ ଦେଶର ବକ୍ସରମାନଙ୍କ ସଂକଳ୍ପ, ଦୃଢ଼ ନିଷ୍ପତ୍ତି ଏବଂ ଅବିଶ୍ରାନ୍ତ ପରିଶ୍ରମ ଭାବନାକୁ ଦେଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଆମର ଅସାଧାରଣ ଖେଳାଳୀମାନେ ୨୦୨୫ ୱାର୍ଲ୍ଡ ବକ୍ସିଂ କପ ଫାଇନାଲ୍ସ ୨୦୨୫ରେ ଏକ ଅସାଧାରଣ, ରେକର୍ଡ-ବ୍ରେକିଂ ପ୍ରଦର୍ଶନ କରିଛନ୍ତି! ସେମାନେ ୯ ସ୍ୱର୍ଣ୍ଣ ସମେତ ୨୦ ପଦକ ଜିତିଛନ୍ତି । ଏହା ଆମର ବକ୍ସରମାନଙ୍କ ସଂକଳ୍ପ ଏବଂ ଦୃଢ଼ ନିଷ୍ପତ୍ତି ଯୋଗୁଁ ସମ୍ଭବ ହୋଇପାରିଛି । ସେମାନଙ୍କୁ ଅଭିନନ୍ଦନ । ସେମାନଙ୍କର ଆଗାମୀ ପ୍ରୟାସ ପାଇଁ ଶୁଭକାମନା ।”
Our phenomenal athletes delivered an extraordinary, record-breaking performance at the World Boxing Cup Finals 2025! They brought home an unprecedented 20 medals including 9 Golds. This is due to the resolve and determination of our boxers. Congratulations to them. Best wishes… pic.twitter.com/jTLeJntODZ
— Narendra Modi (@narendramodi) November 24, 2025


