ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ତୀରନ୍ଦାଜୀ ଦଳକୁ ଏସୀୟ ତୀରନ୍ଦାଜୀ ଚାମ୍ପିଅନସିପ୍‍ ୨୦୨୫ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଶ୍ରୀ ମୋଦୀ କହିଥିଲେ ଯେ ଏହି ଦଳ ଚାମ୍ପିଅନସିପରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୬ଟି ସ୍ୱର୍ଣ୍ଣ ସମେତ ମୋଟ ୧୦ଟି ପଦକ ଜିତିଛି। ସେ ୧୮ ବର୍ଷର ବ୍ୟବଧାନ ପରେ ସୁରକ୍ଷିତ ହୋଇଥିବା ଐତିହାସିକ ରିକର୍ଭ ପୁରୁଷ ସ୍ୱର୍ଣ୍ଣ ପଦକ ଉପରେ ଆଲୋକପାତ କରିଥିଲେ। ବ୍ୟକ୍ତିଗତ ଇଭେଣ୍ଟରେ ଦୃଢ଼ ପ୍ରଦର୍ଶନ ଏବଂ ସଫଳ କମ୍ପାଉଣ୍ଡ ଟାଇଟଲ୍ ଡିଫେନ୍ସକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଉଲ୍ଲେଖନୀୟ ସଫଳତା ସାରା ଦେଶରେ ଅନେକ ଆକାଂକ୍ଷୀ କ୍ରୀଡ଼ାବିତଙ୍କୁ ପ୍ରେରଣା ଯୋଗାଇବ।

ପ୍ରଧାନମନ୍ତ୍ରୀ କହିଛନ୍ତି;

"ଏସୀୟ ତୀରନ୍ଦାଜୀ ଚାମ୍ପିଅନସିପ୍‍ ୨୦୨୫ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆମର ତୀରନ୍ଦାଜୀ ଦଳକୁ ଅଭିନନ୍ଦନ। ସେମାନେ ୬ଟି ସ୍ୱର୍ଣ୍ଣ ସମେତ ୧୦ଟି ପଦକ ଜିତିଛନ୍ତି। ଏଥିମଧ୍ୟରୁ ଉଲ୍ଲେଖନୀୟ ଥିଲା ୧୮ ବର୍ଷ ପରେ ଐତିହାସିକ ରିକର୍ଭ ପୁରୁଷ ସ୍ୱର୍ଣ୍ଣ। ଏଥି ସହିତ, ବ୍ୟକ୍ତିଗତ ଇଭେଣ୍ଟରେ ଶକ୍ତିଶାଳୀ ପ୍ରଦର୍ଶନ ଏବଂ ସଫଳ କମ୍ପାଉଣ୍ଡ ଟାଇଟଲ୍ ପ୍ରତିରକ୍ଷା ମଧ୍ୟ ଥିଲା । ଏହା ବାସ୍ତବରେ ଏକ ବିଶେଷ ଉପଲବ୍ଧି, ଯାହା ଅନେକ ଉଦୀୟମାନ କ୍ରୀଡ଼ାବିତଙ୍କୁ ପ୍ରେରଣା ଯୋଗାଇବ ।’’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'BRICS 2026 becomes major Bharat achievement for PM Narendra Modi'

Media Coverage

'BRICS 2026 becomes major Bharat achievement for PM Narendra Modi'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 15, 2026
September 15, 2026

A Mandate of Performance: Civic Wins, IPO Surge and Neighbourly Power Reflect Faith in PM Modi’s Leadership